ଜୟପୁର, ରାଜସ୍ଥାନରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଆଉ ଏକ କଡା ବାଣ ମାରିଛନ୍ତି। କହିଛନ୍ତି, ପାଇଲଟ୍ ଜଣେ ନିକମା ଓ ନକାରାତ୍ମକ ବ୍ୟକ୍ତି। ପାଇଲଟ ନିଜେ ହିଁ ନିଜ ସରକାର ଭାଙ୍ଗିବାକୁ ଅତି ନୀଚ ଉଦ୍ୟମ କରୁଥବା ଗେହଲଟ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି, ଏବେ ଦଳରେ ପାଇଲଟଙ୍କ ପ୍ରତି ଆଉ କାହାରି ସମ୍ମାନ ନାହିଁ। ବିଜେପିକୁ ଖୁସି କରିବା ପାଇଁ ସେ ନିଜ ଦଳକୁ ଦୁର୍ବଳ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ପାଇଲଟଙ୍କ ଶିବିରରେ ଥିବା କିଛି ବିଧାୟକ ଏବେ କହିଛନ୍ତି ଯେ, ସେମାନଙ୍କ ମୋବାଇଲ ଫୋନ ବଳପୂର୍ବକ ସେମାନଙ୍କ ଠାରୁ ଛଡାଇ ନିଆଯାଇଛି। ସେମାନେ ବର୍ତ୍ତମାନ ଦଳକୁ ଫେରି ଆସିବାକୁ ଚାହୁଁଛନ୍ତି। ‘ସତ୍ୟମେବ ଜୟତେ’ କହିବା ସହ ଗେହଲଟ ତାଙ୍କ ଭାଷଣ…
Author: Samikhsya Bureau
ନୂଆଦିଲ୍ଲୀ: କରୋନା ମହାମାରୀ ସଂକଟ ସମୟରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ଆୟୋଜନ। ଏହାକୁ କିନ୍ତୁ କଟୁ ସମାଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ସେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କରିଦେଲେ ଦେଶରୁ କରୋନା ହଟିଯିବ ବୋଲି କେତେକ ଲୋକ ଭାବୁଛନ୍ତି । ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବି ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ସହଯୋଗୀ ଶିବସେନା କିନ୍ତୁ ରାମ ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ଅଗଷ୍ଟ ୫ରେ ଭୂମି ପୂଜା କରିବାକୁ ସ୍ଥିର କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି। ୫ ତାରିଖରେ ଏହି ଭୂମିପୂଜା ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ଦିଆଯିବା ପରେ ତାହାକୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର…
ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଜି 49 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 49 ଆକ୍ରାନ୍ତଙ୍କ ସଂଗରୋଧ କେନ୍ଦ୍ରରୁ 34 ଜଣ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 15 ଜଣ ଚିହ୍ଟଟ ହୋଇଥିବା ଜଣାଯାଇଛି। ସହରର ବରମୁଣ୍ଡା, ଗଙ୍ଗନଗର, ୟୁନିଟ-3ରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଏଜି ଛକ ନିକଟ ସରକାରୀ ଅଫିସର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ବିଜେବି ନଗର, କାରଗିଲ ବସ୍ତି, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୟାପଲ୍ଲୀ, ଭରତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ର ଫେରନ୍ତା ଏକ ଘରୋଇ ମେଡିକାଲ କଲେଜର 3 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲୀରେ ଗୋଟିଏ ପରିବାରର 3 ମହିଳା ଓ ଜଣେ ପୁରୁଷ ସଂକ୍ରମିତ ହୋଇଛନ୍ତି। ମଞ୍ଚେଶ୍ବରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ…
ନବରଙ୍ଗପୁର, କରୋନା ସଂକ୍ରମଣ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଆସନ୍ତା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ 5ଟାରୁ 22 ତାରିଖ ମଧ୍ୟରାତ୍ର ଯାଏଁ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ସଟଡାଉନରେ ସକାଳ 6ରୁ ଦିନ 1ଟା ମଧ୍ୟରେ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। କେବଳ କ୍ଷୀର, ପରିବା, ତେଜରାତି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଜଟିଳ ଓ ଭୟଙ୍କର ରୂପ ଧାରଣ କରୁଛି । ସେଠାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଗଲାଣି । ମଣିଷମାନଙ୍କ ଜୀବନ ପୋକ ମାଛି ପରି ଝଡ଼ି ପଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକଙ୍କ ଜୀବନର ଆର୍ତ୍ତନାଦ ଶୁଣିବାକୁ ସତେ ଯେପରି କେହିନାହାନ୍ତି । କରୋନାର ବିକଟାଳ ସ୍ୱରରେ ସମଗ୍ର ଗଂଜାମର ଛାତି ଥରି ଉଠୁଥିବା ବେଳେ ପ୍ରଶାସନର ଦୁର୍ବଳ ବ୍ୟବସ୍ଥାର ଗୋଟିଏ ଗୋଟିଏ ରୁଗଣ୍ ଚିତ୍ର ବୟାନ କରୁଛି ଗଂଜାମ ଜିଲ୍ଲାର ସ୍ଥିତି କେତେ ସଂଗୀନ । ଦକ୍ଷିଣ ଓଡ଼ିଶାର ବଡ଼ ମେଡ଼ିକାଲ୍ ଏମ୍କେସଜିର ଭିତର କୋଠାର ଅଭାବନୀୟ ଚିତ୍ର ଆଜି ଆମେ କେଡ଼େ ଭୟଙ୍କର ସମୟ ଦେଇ ଗତି କରୁଛୁ ତାହା ବୟାନ କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗଂଜାମ ଜିଲ୍ଲାରେ ମାଳ ମାଳ ବାବୁ ଓ ହଜାର ହଜାର ସ୍ୱାସ୍ଥ୍ୟକର୍ମୀ ଡ଼ାକ୍ତର…
ଭୁବନେଶ୍ୱର: କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି । ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଂଟର (ଆର୍ଏମ୍ଆର୍ସି)…
ନୂଆଦିଲ୍ଲୀ, 70 ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର କିମ୍ବଦନ୍ତୀ ଅଭିନେତା ନସିରୁଦ୍ଦିନ ଶାହ। ଏହି ଅବସରରେ ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଚିଛି। ବଲିଉଡର ଅନେକ ଜଣାଶୁଣା କଳାକାର ଏହି ଭେଟେରାନଙ୍କ ଜନ୍ମ ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଅନିଲ କପୁର, ଉର୍ମିଳା ମାତୋନ୍ଦକରସ ରଣଦୀପ ହୁଦା ପ୍ରମୁଖ ନସୁରୁଦ୍ଦିନଙ୍କ କଳା ପ୍ରତିଭାର ଭୂୟସୀ ପ୍ରଶଂସା କରିଛନ୍ତି। ଅନିଲ କପୁର ନସିରୁଦ୍ଦିନଙ୍କ ସହ କାମ କରିଥିବା ‘ଓ ସାତ ଦିନ’ ଚଳଚ୍ଚିତ୍ର ସୁଟିଂ ବେଳର ସ୍ମତି ଚାରଣ କରିଛନ୍ତି। ନସିରୁଦ୍ଦିନ ଶାହ ବଲିଉଡର ଜଣେ ଏଭଳି କଳାକାର, ଯେ କି ତାଙ୍କର ନିଚ୍ଛଟ ଅଭିନୟ ପାଇଁ ତିନି ଥର ନ୍ୟାସନାଲ ଆୱାର୍ଡ ପାଇ ପାରିଛନ୍ତି।
କଟକ, କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 6 ଜଣ ସରକାରୀ କ୍ବାରେଣ୍ଟିନରୁ, 8 ଜଣ ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 2ଟି ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଡଗରପଡ଼ାରୁ ଜଣେ ଏବଂ ସୂତାହାଟରୁ ଅନ୍ୟ ଜଣେ ସ୍ଥାନୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।
ଚେନ୍ନାଇ: କୁଖ୍ୟାତ ଚନ୍ଦନକାଠ ତସ୍କର ବୀରାପାନ୍। ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଉଥିଲା, ଯାହାଙ୍କ ନାଁରେ ଥିଲା ଦେଢଶହରୁ ଅଧିକ ନରହତ୍ୟା ମାମଲା, ଆଜି ସେହି ବୀରାପାନଙ୍କ ଝିଅ ବିଦ୍ୟା ବୀରାପାନଙ୍କୁ ମିଳିଛି ତାମିଲନାଡୁ ରାଜ୍ୟ ଯୁବ ବିଜେପି ଉପସଭାପତି ପଦବୀ। ବୀ୍ରାପାନ୍ର ଝିଅ ତାମିଲନାଡୁ ଯୁବ ବିଜେପିର ଜଣେ ଛାମୁଆଁ ନେତ୍ରୀ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଦିନେ ଚନ୍ଦନକାଠ ଚୋରାଚାଲାଣ କରି ବୀରାପାନ ସମଗ୍ର ପଶ୍ଚିମଘାଟ ପର୍ବତମାଳାରେ କୁଖ୍ୟାତ ହୋଇ ଯାଇଥିଲା। ୨୦୦୪ରେ ପୁଲିସ ଗୁଳିରେ ବୀରାପାନର ମୃତ୍ୟୁ ହୋଇଥିଲା। ତେବେ ବୀରାପାନର ୨୯ ବର୍ଷୀୟା ଝିଅ ବିଦ୍ୟା ବୀରାପାନ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପିର ଉପ ସଭାପତି ପଦ ସମ୍ଭାଳିଛନ୍ତି। ପୂର୍ବରୁ ବିଦ୍ୟା କ୍ରିଷ୍ଣଗିରିରେ ‘ସ୍କୁଲ୍ ଫର କିଡ୍ସ’ ନାମରେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।
ଭୁବନେଶ୍ବର : ଦାୟିତ୍ବ ନେଲେ ଟ୍ବିନିସିଟ୍ର 2 ନବନିଯୁକ୍ତ ଡିସିପି । ଭୁବନେଶ୍ବର ପୋଲିସ୍ ସେବା ଭବନରେ ଏକ କାର୍ଯ୍ୟକ୍ରମରେ ଉଭୟ ଦାୟିତ୍ବ ଗ୍ରହଣ କରିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଟୁଇନ୍ ସିଟିର ଦୁଇ ଡିସିପି ଦାୟିତ୍ବ ଗ୍ରହଣ କରିଛନ୍ତି । ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍ କମିସନର୍ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଉମାଶଙ୍କର ଦାଶ ।ସୂଚନାଯୋଗ୍ୟ, ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି କଟକ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ବର ସିଂଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ ।
ଭୁବନେଶ୍ବର : ରାଜ୍ୟର 95 କରୋନା ଯୋଦ୍ଧା ପୋଲିସ୍ କର୍ମଚାରୀ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି । କରୋନା ଯୋଦ୍ଧା ପୋଲିସ୍ କର୍ମଚାରୀଙ୍କ ସୁସ୍ଥ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସେମାନେ ସଂକ୍ରମିତ ହୋଇଥିଲେ ବି କରୋନା ହରାଇଛନ୍ତି ବୋଲି କହିଛନ୍ତି ଡିଜିପି । ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି କହିଛନ୍ତି ଡିଜିପି । କରୋନାକୁ ହରାଇ ଡ୍ୟୁଟିକୁ ଫେରିଥିବା ପୋଲିସ୍କୁ ପ୍ରଶଂସା ପତ୍ର ମିଳିବ ବୋଲି ସୂଚନା ରହିଛି। ଡିଜିପିଙ୍କ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶଂସା ପତ୍ର ମିଳିବ । ତୁରନ୍ତ ଏଭଳି କର୍ମଚାରୀଙ୍କ ନାଁ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବାଲେଶ୍ବର : ଆପଣମାନେ କେବେ ହଳଦୀ ରଙ୍ଗର କଇଁଛ ଦେଖିଛନ୍ତି କି । ସାଧାରଣତଃ କଇଁଛମାନେ ମାଟିଆ ରଙ୍ଗର ହୋଇଥିବାବେଳେ ନିକଟରେ ସାମ୍ନାକୁ ଆସିଛି ହଦଳୀ ରଙ୍ଗର କଇଁଛ । ବାଲେଶ୍ବର ଜିଲ୍ଲା ସୋରର ସାଜନପୁର ଗ୍ରାମରେ ବିରଳ କଇଁଚ ଦେଖିବାକୁ ମିଳିଛି। ସାଜନପୁର ଗ୍ରାମର ଜନୈକା ଚାଷୀଙ୍କ ଜମିରୁ ଏହି ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର ହୋଇଛି । ପୂର୍ବରୁ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରୁ ବିରଳ ପ୍ରଜାତିର ହଳଦିଆ ରଙ୍ଗର ବେଙ୍ଗର ଭିଡିଓ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ସୋସିଆଲ ମିଡିଆରେ ଏହି ବିରଳ କଇଁଛର ଭିଡିଓ ବେଶ୍ ଭାଇରାଲ୍ ହୋଇଛି ।
ରମେଶ ମହାନ୍ତି ଜଗତସିଂହପୁର: ମଣିଜଙ୍ଗା ଜଳସେଚନ ବିଭାଗ ଅଧିନସ୍ଥ କେତେକ କେନାଲ ସଫେଇ ନାଁରେ ହଡପ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା ମୁଖ୍ୟ କେନାଲରୁ ବାହାରିଥିବା ୧୨ନଂ କେନାଲ ଏବଂ ଉକ୍ତ କେନାଲରୁ ବାହାରିଥିବା କେତେକ କେନାଲ ସଫେଇ କାର୍ଯ୍ୟକୁ ନେଇ ଅଭିଯୋଗ ହେବା ସହ ୧୨/ଏଫ୍ ଶାଖା କେନାଲ ଭିତର ସଫେଇ ନାଁରେ କେନାଲ ଭିତରେ ଜେସିବି ମେସିନ୍ ଚଲାଇ ନିଆଯାଇଥିବା ଏବଂ କେନାଲ ଭିତରେ ଘାସ ଜଙ୍ଗଲ ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରସାରଣ ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ମଣିଜଙ୍ଗା ଜଳସେଚନ ବିଭାଗ। ଆଜି ସକାଳୁ ପୁନର୍ବାର ଉକ୍ତ ୧୨ନଂ/ଏଫ୍ ଶାଖା କେନାଲ ଭିତରେ ସଫେଇ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗୁଣ୍ଠିଲୋ ପୋଲ ପାଖରୁ ବାହାରିଥିବା ଏହି ୧୨/ଏଫ୍ କେନାଲକୁ ଟେଣ୍ଡର ନେଇଥିବା ଠିକାଦାର ଆଜି…
ଆନ୍ଧ୍ରପ୍ରଦେଶ : କରୋନା ସଂକ୍ରମଣର ଭୟ ଏପରି ମଣିଷକୁ ଘାରିଛି ଯେ, ଲୋକେ ରୋଗ ସହିତ ରୋଗୀଙ୍କୁ ଘୃଣା କରିବା ଆରମ୍ଭ କରିଛନ୍ତି । ଏପରିକି କରୋନା ମୃତକଙ୍କ କ୍ରିୟାକର୍ମ କରିବାକୁ ଅନୁମତି ମିଳିପାରୁନାହିଁ । କରୋନା ଭୟ ଆମର ସଭ୍ୟ ମାନସିକତାକୁ ମାରି ସାରିଛି । ଏହାର ଏକ ନଗ୍ନ ଉଦାହରଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର କୁରୁନୁଲ୍ ଜିଲ୍ଲର ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁର ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନରେ ପୋତିବା ପାଇଁ ନେଇଥିଲେ । କିନ୍ତୁ ସେଠାକାର ଗ୍ରାମବାସୀ ସଂକ୍ରମଣ ଡରରେ ନବଜାତକୁ ପୋତିବାକୁ ଦେଇନଥିଲେ । ଏହାପରେ ବ୍ୟକ୍ତି ଜଣକ ଗ୍ରାମର ଏକ ନାଳରେ ଶିଶୁର ଶବଟିକୁ ଫୋପାଡି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାର ନଧାଲ୍ ବ୍ଲର ଚୋବାଲୁ ଗ୍ରାମର ଘଟଣା। ଶନିବାର ଦିନ ଜୁଲାଇ 18 ତାରିଖରେ ଶମ୍ସ ବାଲୀ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ…
ଭୁବନେଶ୍ବର : ରାଜ୍ୟରୁ ଆଜି 6ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 59ରେ ପହଞ୍ଚିଥିବାବେଳେ ଗଜପତିରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 97କୁ ବୃଦ୍ଧି ହୋଇଛି । ଆଜି ମୃତ୍ୟବରଣ କରିଥିବା ଗଞ୍ଜାମର ପାଞ୍ଚଜଣ ମୃତକଙ୍କ ମଧ୍ୟରେ ଜଣେ 42 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ରହିଥିଲେ । ସେହିପରି ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ତିନି ଆକ୍ରାନ୍ତଙ୍କ ମଧ୍ୟରେ 52 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନ୍ସରେ ପୀଡ଼ିତ ଥିଲେ । ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 70 ଓ 40 ବର୍ଷ ବୋଲି ସୂଚନା ରହିଛି…
ଭୁବନେଶ୍ବର : ଆଜି ରାଜ୍ୟରେ ମୋଟ୍ 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 673 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 239 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଓ ଖୋର୍ଦ୍ଧାରୁ 58 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ 44, କେରାପୁଟରୁ 41, ଜଗତସିଂହପୁରରୁ 36, କଟକରୁ 32, ଯାଜପୁରରୁ 28 କେଉଁଝରର 24, ବରଗଡରୁ 22, ଗଜପତିରୁ 15, ଝାରସୁଗୁଡାରୁ 13, ବାଲେଶ୍ବରରୁ13, ସୁନ୍ଦରଗଡରୁ 11, ଢେଙ୍କାନାଳରୁ 10, ଅନୁଗୁଳ, ସୋନପୁର, ନୟାଗଡ, କେନ୍ଦ୍ରାପଡା, ପୁରୀ ଓ ମାଲ୍କାନଗିରିରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରୁର 3 ଜଣ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 446ଜଣ ଚିହ୍ନଟ ହୋଇଥିବାବେଳେ 227ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 110କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 533ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର452 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 91ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନବରଙ୍ଗପୁର : ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ପାଲଟି ଯାଉଛି । ସାମାନ୍ୟ ଜମିବାଡି ବିବାଦକୁ ନେଇ ସାବତ ମା’କୁ ହତ୍ୟା କରିଛି ପୁଅ । ଏହିପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଗାଦବଗୁଡା ସାହିରେ ଘଟିଛି । ସାବତ ମା’କୁ ତଣ୍ଟିଚିପି ହତ୍ୟା କରିଛି ନୃଶଂସ ପୁଅ । ଘରବାଡି ବିବାଦରୁ ନବରଙ୍ଗପୁର ଟାଉନ୍ ଗାଦବାଗୁଡା ସାହିରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି । ତେବେ ଅଭିଯୁକ୍ତ ପୁଅକୁ ନବରଙ୍ଗପୁର ଟାଉନ୍ ଥାନାରେ ଅଟକ ରଖାଯାଇ ଏହି ଘଟଣା ସମ୍ପର୍କରେ ପଚରାଉଚୁରା ଚାଲିଛି ।
ନୂଆଦିଲ୍ଲୀ : ଦିନକୁ ଦିନ କରୋନା ରେକର୍ଡ କରୁଛି । ଦିନକରେ ଭାରତରେ ସର୍ବାଧିକ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 681ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 40 ହଜାର 425 ଜଣ ଆକ୍ରାନ୍ତ ହୋଇଥିବାବେଳେ 681ଜଣଙ୍କର ମୃତ୍ୟୁ ହୋଇଛି । ଦେଶଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 18 ହଜାର 43ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 27 ହଜାର 497କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା 3 ଲକ୍ଷ 90 ହଜାର 459 ଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 86 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 10 ହଜାର 455 ଆକ୍ରାନ୍ତ ରହିଥିବାବେଳେ 11 ହଜାର 854ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3…
ଯାଜପୁର : ଯାଜପୁରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଡବଲ୍ ମର୍ଡର୍ ଏବେ ଚର୍ଚ୍ଚାକୁ ଆସିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଡବଲ ମର୍ଡରକୁ ନେଇ କଳିଙ୍ଗନଗର ନିମପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ପୁରୁଷ ଓ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି । ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ତେବେ କେଉଁ ପରିସ୍ଥିତିରେ କିଏ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ୍ ଏହି ଘଟଣାର ଛାନ୍ଭିନ୍ କରୁଛି ।
ଝାରସୁଗୁଡା : କ୍ବାରେଣ୍ଟାଇନ୍ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ହୋଇଛି । ରଘୁନାଥପାଲି କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗତ 12 ତାରିଖରୁ ମହିଳା ଜଣକ କ୍ବାରେଣ୍ଟିନ୍ ସେଣ୍ଟରରେ ଥିବାବେଳେ କାଲି ବିଳମ୍ବିତ ରାତ୍ରିରେ ତାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ କ’ଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ । ତେବେ ସମ୍ପୃକ୍ତ ଘଟଣାର ତଦନ୍ତ ଚାଲିଛି ।

