ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜଣେ ଦିଲ୍ଲୀ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବେଳେ ଆର ଜଣକ ଅନ୍ୟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯାଇଥିବା ଜଣାପଡିଛି। ଦୁଇଜଣ ଯାକ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କଳାହାଣ୍ଡିରେ ପଜିଟିଭ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ମାନେ ଧର୍ମଗଡ ଅଂଚଳର ବୋଲି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପ।ଇଁ କ୍ଵାରେଣ୍ଟିନରେ ରହିବା ବାଧ୍ୟତା ମୂଲକ ବୋଲି କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଲନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ…
Author: Samikhsya Bureau
ନୂଆଦିଲ୍ଲୀ/ଭୁବନେଶ୍ବର, ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ଆଜି ଓଡ଼ିଶାରେ ମଧ୍ୟ ପ୍ଲାଜମା ଥେରାପି ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜରେ ଏହାର ଉଦଘାଟନ କରିଛନ୍ତି। ହେଲେ ଆସନ୍ତୁ ଜାଣିବା ପ୍ଲାଜମା ଥେରାପି କ’ଣ ? କେଉଁ ଲୋକ ମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ। ଯେଉଁମାନେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରୋଧ ବଢାଇଥାନ୍ତି, ଯାହାକୁ ଆଣ୍ଟିବଡି କୁହାଯାଏ। ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ରକ୍ତରୁ ପ୍ଲାଜମାକୁ ସ୍ବତନ୍ତ୍ର ମେସିନ୍ ସହାୟତାରେ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି, ରାଜ୍ୟ ଶାସକ ଦଳ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବା ସହ ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମଙ୍ଗଳବାର ଦିନ ସକାଳେ ଜୁନାଗଡ ବିଧାୟକ ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ସତ୍ୟମ ସିନେମା ହଲ ପାଖରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିଥିଲେ। ରାଜ୍ୟସଭା ସଦସ୍ୟ ସୂଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ…
ସୀତାରାମ ଅଗ୍ରୱାଲ ବାଣପୁର, ଆଜି ସନ୍ଧ୍ୟାରେ ବାଣପୁର ପଲଟନ ପଡିଆ ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଯୁବକଙ୍କ ମୁଣ୍ଡ ଉପରେ ଗଛର ବିରାଟ ଡାଳ ଛିଣ୍ଡି ପଡ଼ିବାରୁ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଅଚ୍ୟୁତରାଜପୁର ଗାଁର ବସନ୍ତ ଜେନାଙ୍କ ପୁଅ ୨୭ ବର୍ଷ ବୟସ୍କ ଶଙ୍କର ଜେନା। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଶଙ୍କର ଏବଂ ତାଙ୍କ ସହଯୋଗୀ ନଟକିଶୋର ଉଭୟେ ମୋଟରସାଇକେଲ ଯୋଗେ ପରିବା କିଣିବା ପାଇଁ ପଲଟନ ପଡିଆ ବଜାରକୁ ଯାଇଥିଲେ। ପରିବା କିଣି ଘରକୁ ଫେରିବା ପାଇଁ ତତ୍ପର ହେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଶଙ୍କର ଠିଆ ହୋଇଥିବା ସ୍ଥାନରେ ଉପରୁ ଏକ ବିରାଟ ଗଛ ଡାଳ ତାଙ୍କ ମୁଣ୍ଡ ଉପରେ ଖସି ପଡିଥିଲା।…
ନୂଆଦିଲ୍ଲୀ, ରାଜସ୍ଥାନ ରାଜନୀତି ଏବେ ବି ରୋଚକ ମୋଡ଼ରେ ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଏଥିରେ ବ୍ରେକ୍ ଲଗାଇଛନ୍ତି ଦଳର ହାଇକମାଣ୍ଡ। ରାହୁଲ ଗାନ୍ଧି କହିଛନ୍ତି ସଚିନ ଏବେ ବି ପାଇଲଟ୍ ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ଏପଟେ ସାଧାରଣରେ କୌଣସି ବିବୃତି ନ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିର୍ଦେଶ ଦିଆଯାଇଛି। ରାଜସ୍ଥାନ ରାଜନୀତିରେ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ସଚିନ ପାଇଲଟଙ୍କ ପାଖକୁ ଏକ ବାର୍ତ୍ତା ପଠାଇଛନ୍ତି। ଏଥିରେ କୁହାଯାଇଛି ଯେ, ଏବେ ବି ସେ ଦଳରେ ଜଣେ ସଦସ୍ୟ ଅଛନ୍ତି ଏବଂ ତାଙ୍କ ପାଇଁ ଦଳର ଦ୍ବାର ସବୁବେଳେ ଖୋଲା ରହିଛି। ଅନ୍ୟପକ୍ଷରେ ପାଇଲଟଙ୍କୁ ନେଇ ବ୍ୟକ୍ତିଗତ ଆକ୍ଷେପ କରୁଥିବା ନେଇ ରାହୁଲ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି। ପାଇଲଟଙ୍କୁ ନୋଟିସ ପଠାଇଥିବା ଘଟଣାରେ ହାଇକମାଣ୍ଡ ଗେହଲଟଙ୍କ ଉପରେ…
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ଓ ଗୁଗୁଲ୍ ଏଲ୍ଏଲ୍ସି (ଗୁଗୁଲ୍) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି । ଭାରତର କୋଣ ଅନୁକୋଣରେ ଡିିଟିଟାଲ୍କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍…
ମୁମ୍ବାଇ, ସମସ୍ତଙ୍କର ସ୍ବପ୍ନ ନିଜର ଛୋଟିଆ ଘରଟିଏ କରିବା ପାଇଁ କିମ୍ବା ସହରାଞ୍ଚଳରେ ନିଜର ଫ୍ଲାଟ ଟିଏ କିଣିବା ପାଇଁ। ହେଲେ କେବେ ଭାବିଛନ୍ତି ଶହେ କୋଟି ଟଙ୍କାରେ ଫ୍ଲାଟ କିଣା ବିକା ହେବା। ହଁ, ଆମ ଦେଶର ଜଣେ ଧନୀ ବ୍ୟବସାୟୀ ମୁମ୍ବାଇରେ ଶହେ କୋଟି ଟଂକା ମୂଲ୍ୟରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଏହି ଦୁଇଟି ଫ୍ଲାଟ୍ ମୁମ୍ବାଇର ମୂଲ୍ୟବାନ ଅଞ୍ଚଳ କାରାମେଲ ରୋଡରେ ଅବସ୍ଥିତ। ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନୁରାଗ ଜୈନ। ଜାଣନ୍ତି ସେ କିଏ, ସେ ହେଉଛନ୍ତି ବଜାଜ କମ୍ପାନିର ମାଲିକ ରାହୁଲ ବଜାଜଙ୍କ ପୁତୁରା। ସେମାନଙ୍କର ମଧ୍ୟ ନିଜର ଅଟୋ ପାର୍ଟସ କମ୍ପାନି ରହିଛି। ଅନୁରାଗ ଜୈନ ମୁମ୍ବାଇର କାର୍ମିଚାଏଲ ରୋଡରେ ଥିବା କାର୍ମିଚାଏଲ ରେସିଡେନ୍ସିରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଦୁଇଟି ଯାକ ଫ୍ଲାଟ୍ ମୋଟ 6371 ବର୍ଗ ଫୁଟ ପରିମିତ। ଜୈନଙ୍କୁ ଏହି ଫ୍ଲାଟ ପାଇଁ ପ୍ରତି ବର୍ଗଫୁଟ ପିଛା 1 ଲକ୍ଷ 56…
ଭୁବନେଶ୍ବର, ରାଜ୍ୟରେ ଆଜି ପ୍ଲାଜମା ଥେରାପି ଉଦଘାଟିତ ହୋଇଛି। କଟକ ଏସସିବି ମେଡିକାଲରେ ପ୍ଲାଜମା ଥେରାପିକୁ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧୀ ଆମ ଲଢେଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାରେ କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ଯୋଗାଇ ଦିଆଯିବ। ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ଭୁବନେଶ୍ବର, ରାଜ୍ୟ ପାଇଁ ଏକ ଆଶ୍ବସ୍ତିର ଖବର ହେଉଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ସହିତ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଆଜି ରାଜ୍ୟରେ ଆଉ 612 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଗଂଜାମ ଜିଲ୍ଲାରୁ ସର୍ବାଧିକ 270 ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ରୁ 84, କେନ୍ଦୁଝରରୁ 48, ଗଜପତିରୁ 35, ବାଲେଶ୍ବରରୁ 31, ଖୋର୍ଦ୍ଧାରୁ 28, ନୟାଗଡ଼ରୁ 25, ଯାଜପୁରରୁ 20, ମୟୂରଭଂଜରୁ 15, କଟକ, କୋରାପୁଟ ଓ ଜଗତସିଂହପୁରରୁ 10 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ ଓ ପୁରୀରୁ 6 ଲେଖାଏଁ, ବଲାଙ୍ଗିରରୁ 5 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 3, କଳାହାଣ୍ଡି ଓ କନ୍ଧମାଳରୁ 2 ଲେଖାଏଁ , ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ…
ରମେଶ ମହାନ୍ତି ଜଗତସିଂହପୁର : ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ. ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ପୋୖରାଧକ୍ଷ ବିପ୍ଳବ ଚୋୖଧୁରୀ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୂ, ମହିଳା କଂଗ୍ରେସର ପ୍ରତିମା ମଲିକ, ସୁମିତ୍ରା ଜେନା ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ସାରାଦେଶ ଏବେ କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ରାଜ୍ୟ ସରକାର ନିଜର ଅପାରଗତା ଓ ଭୂଲ ଆର୍ଥିକ ପରିଚାଳନାଗତ ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ବିଭିନ୍ନ ସରକାରୀ ନିଯୁକ୍ତି ଓ ସରକାରୀ ଯୋଜନାକୁ ଆସନ୍ତା 2ବର୍ଷ…
ରମେଶ ମହାନ୍ତି ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭, ୯୧୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକକୁ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭, ୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡି ଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା ୧୧,୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦, ୬୩୩ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଛି, ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ ଆକ୍ରାନ୍ତ କିମ୍ସ ଓ କୋଭିଡ୍ ହସ୍ପିଟାଲ,ପାରାଦ୍ୱୀପରେ ଚିକିତ୍ସିତ ହେଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ…
ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ପଢନ୍ତୁ କମ୍ପାନି ପ୍ରକାଶିତ ପ୍ରେସ ରିଲିଜ୍।
ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ବରରୁ ଗୋଟିଏ ଦିନରେ 90 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 90 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 63 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ 27 ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । ବିଜେବି ନଗର ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଛି । ସେହିପରି ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍ରୁ ଜଣେ ଲେଖାଏଁ ରହିଛନ୍ତି । ଖଣ୍ଡଗିରି, ଭରତପୁର, ରସୁଲଗଡ, ଚନ୍ଦ୍ରଶେଖରପୁର, ବିଡିଏ କଲୋନୀ, ବିଶ୍ବେଶ୍ବର ବସ୍ତି, ନୟାପଲ୍ଲୀ, ଚାରି ନମ୍ବର ଏମଏଲ୍ଏ କଲୋନୀ, ମହାବୀର ବସ୍ତି, କୋଳଥିଆ ସତ୍ୟସାଇ ଏନ୍କ୍ଲେଭ୍, ଖଣ୍ଡଗିରିର ଗଣ୍ଡମୁଣ୍ଡା, ପାତ୍ରପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୋଖରୀପୁଟରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରସୁଲଗଡ ଜିଜିପି କଲୋନୀରୁ 2 ଜଣ ରହିଛନ୍ତି । ସେହି ଜଣେ…
ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ଜିଓ ୫ଜି ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଗଠନକୁ ସାକାର କରିବ ବୋଲି ଅମ୍ବାନୀ କହିଛନ୍ତି। ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ ଜିଓ ପ୍ଲାଟଫର୍ମରେ ଗୁଗୁଲ୍ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଅମ୍ବାନୀ କହିଛନ୍ତି କି ଜିଓ ୫ଜି ସଲ୍ୟୁସନ୍ ଆରମ୍ଭ କରିଛି। ୫ଜି ସଲ୍ୟୁସନ୍ ଲଞ୍ଚ୍ କରିବା ପରେ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାହା ଉତ୍ସର୍ଗ କରିଛନ୍ତି। ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମରେ ବ୍ୟବହାରୀକରୀଙ୍କ ସଂଖ୍ୟା ଅଧା ବିଲିୟନ୍…
ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ବିଶ୍ବର ସବୁଠାରୁ ଶସ୍ତା କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଆଜି ଏହି କିଟ ଶୁଭାରମ୍ଭ କରିଛନ୍ତି। ଆଜି ଏହି ଟେଷ୍ଟିଙ୍ଗ କିଟ ଲଞ୍ଚ କରାଯାଇଥିବା ବେଳେ ଏହାର ଦାମ ଶସ୍ତା ରହିଥିବା କହିଛନ୍ତି ରମେଶ ପୋଖ୍ରିଆଲ ନିଶଙ୍କ | ବିଶ୍ୱରେ କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଙ୍ଗ କିଟର ଦାମଠାରୁ ଏହାର ଦାମ ଖୁବ କମ ବୋଲି ଜଣା ପଡିଛି | କିଟର ମୋଟ ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରହିଛି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଟେଷ୍ଟ କିଟ୍ ତୁଳନାରେ ଏହା ନିଶ୍ଚିତ ଭାବରେ ଶସ୍ତା ଅଟେ । ଏହା ଅତି ସୁଲଭ ମୂଲ୍ୟରେ ମାସକୁ ଦୁଇ ଲକ୍ଷ ପରୀକ୍ଷା କରିପାରିବ | ଏହି…
ଲକ୍ଷ୍ନୌ, ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗ ତିୱାରି। ସେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍ ପାଇଛନ୍ତି। ସେପ୍ଟେମ୍ବର ପହିଲା ଠାରୁ ଅନୁରାଗ କର୍ଣ୍ଣୱେଲ୍ ଅନ୍ଲାଇନ୍ କ୍ଲାସ୍ରେ ଯୋଗ ଦେବେ। ସମ୍ପ୍ରତି କରୋନାଭାଇରସ୍ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାଂଶ ବିଶ୍ବବିଦ୍ୟାଳୟ ଭର୍ଚ୍ୟୁଆଲ୍ କ୍ଲାସ୍ କରୁଛନ୍ତି। ‘ହ୍ୟୁମାନିଟିଜ୍’ର ଛାତ୍ର ଅନୁରାଗ ଅର୍ଥନୀତି ଏବଂ ଇତିହାସରେ ୧୦୦%, ରାଜନୀତି ବିଜ୍ଞାନ ଓ ଇଂରାଜୀରେ ୯୭% ହାସଲ କରିଛନ୍ତି। ସବୁଠୁ କମ୍ ୯୫% ରଖିଛନ୍ତି ଗଣିତରେ। କର୍ଣ୍ଣୱେଲ୍ରେ ଅନୁରାଗ ଅର୍ଥନୀତି ଅଧ୍ୟୟନ କରିବେ। କୃଷକ କମଳପତି ତିୱାରି ଓ ଗୃହିଣୀ ସଙ୍ଗୀତାଙ୍କ ପୁଅ ଅନୁରାଗ ତାଙ୍କ ଗାଁ ସରାସନରେ ୫ମ…
ଜୟପୁର : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର 18ଜଣ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି କରାଯାଇଛି । ହ୍ୱିପ୍ ଜାରି ସତ୍ତ୍ୱେ ସଚିନ ଓ ତାଙ୍କ ସମର୍ଥକମାନେ ବୈଠକରେ ଯୋଗ ଦେଇନଥିଲେ। ନୋଟିସ୍ରେ ଉତ୍ତର ଦେବାକୁ ଦୁଇ ଦିନ ସମୟ ଦିଆଯାଇଛି। ଗତକାଲି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିଥିଲା । ତାଙ୍କୁ କ୍ୟାବିନେଟରୁ ମଧ୍ୟ ହଟା ଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅପରପକ୍ଷରେ ସଚିନ୍ ବିଜେପିକୁ ଆସିବେ ନାହିଁ ବୋଲି…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କ ପାଇଁ ରାସନ କାର୍ଡ ସହ ଆବାସ ଯୋଜନା ପରି ଅନେକଗୁଡିଏ ଯୋଜନା ଆଦି କରାଯାଇଛି । ଯୋଗ୍ୟ ହିତାଧିକାରୀ ଆବେଦନ କରି ଏହି ଯୋଜନା ପାଇବାକୁ ହକଦାର ହେଉଛନ୍ତି । କିନ୍ତୁ ଅନେକ ସମୟରେ ସରକାରୀ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାମାନ ମିଳୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଆଉ କେଉଁଠି ହିତାଧିକାରୀଙ୍କ ଫର୍ମଗୁଡିକୁ ଅଳିଆଗଦାରେ ପକାଉ ଦେଉଛନ୍ତି । ଠିକ୍ ଏହିପରି ଏକ ଘଟଣା ଚିଲିକା ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ ବ୍ଳକ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଆବେଦନ ପତ୍ରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାମ ପାଇଁ 4 ନମ୍ବର ଜୋନ୍ର ଜିଲ୍ଲା ପରିଷଦ…
ନୂଆଦିଲ୍ଲୀ, ବିଶ୍ବବାସୀଙ୍କ ପାଇଁ କରୋନା ମହାମାରୀ ଆଣିଥିବା ନୂଆ ନୂଆ ଆହ୍ବାନର ମୁକାବିଲା ପାଇଁ ଦକ୍ଷତା ବଢାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ବରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି। ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ। ଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡ଼େ।…
ଭୁବନେଶ୍ବର : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ 14 ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ । ପୂର୍ବରୁ ଜୁ୍ନ୍ 8ରୁ ଆଡମିଶନ୍ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି ଆସନ୍ତା ଜୁଲାଇ 31 ଭିତରେ ମାଟ୍ରିକ୍ ପରୀକ୍ଷା ଫଳ ବାହାରିବ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ 3 ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଏହି ଶଟଡାଉନ୍ 17 ତାରିଖ ସକାଳ 6ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି। କୋଭିଡ 19ର ସଂକ୍ରମଣ ବୀରମିତ୍ରପୁରରେ ଥମି ନଥିବାରୁ ପୌରାଞ୍ଚଳରେ ଶଟଡାଉନ୍ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ କୋଭିଡ ସଂକ୍ରମଣ ରୋକିବାକୁ 10 ତାରିଖ ସନ୍ଧ୍ୟା 6ଟାରୁ 13 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ୩ ଦିନ ବୀରମିତ୍ରପୁର ପୌରାଞ୍ଚଳକୁ ଶଟଡାଉନ୍ କରାଯାଇଥିଲା।

