Author: Samikhsya Bureau

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗର ବରିଷ୍ଠ ନାଗରିକ କିଶୋର ପ୍ରଧାନଙ୍କ ନାତି ତଥା ଯୁବସମାଜସେବୀ ଦେବୀପ୍ରସନ୍ନ ସରୋଜ କୁମାରଙ୍କ ୪ ବର୍ଷର ପୁତ୍ର ଦିଗଦିଜୟ(ରୋହନ) ନିଜର ସଂଚିତ ଅର୍ଥ ୫ ହଜାର ଟଙ୍କା ନିଜର କୁମ୍ପି ଭାଙ୍ଗି ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ସେ ତାଙ୍କର ଅଜା ଶ୍ରୀଯୁକ୍ତ ପ୍ରଧାନଙ୍କ ସହିତ ଯାଇ ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିଥିଲେ । କୋଭିଡ୍‌-୧୯ ରୋଗର ମୁକାବିଲା ପାଇଁ ଶହଶହ ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଉଥିବାବେଳେ ମାତ୍ର ୪ ବର୍ଷର ଶିଶୁଙ୍କର ଏହି ବଦାନ୍ୟତା ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ମା ଜୟଶ୍ରୀ, ଆଇ ଆରତୀଙ୍କ ସମେତ ପରିବାର ଲୋକମାନଙ୍କର ପ୍ରେରଣା ଏଥିପାଇଁ ତାଙ୍କୁ ଅଧିକ ଉତ୍ସାହିତ କରିଥିବା ପରିବାର ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ ଆମ୍ବୁଲାନ୍ସରେ ଭୁବନେଶ୍ବର କିମସ୍ ହସପିଟାଲକୁ ଗତକାଲି ରାତିରେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ୪ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ ଅଞ୍ଚଳର ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯିବା ସହିତ ସଂପୃକ୍ତ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ,୩୨ ବର୍ଷ, ୩୦ ବର୍ଷର ଯୁବକ ହୋଇଥିବା ବେଳେ ଅନ୍ୟଜଣକ ୪୭ ବର୍ଷ ବୟସ୍କ ଅଟନ୍ତି।ମଙ୍ଗଳବାର…

Read More

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଏବେ ମଦ ବିକ୍ରି ପାଇଁ ଇ-ଟୋକନ୍‌ ସିଷ୍ଟମ୍‌ ଲାଗୁ କରିଛନ୍ତି। ମଦ ପାଇଁ ଦୋକାନଗୁଡିକରେ ପ୍ରବଳ ଭିଡକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇ-ଟୋକନ୍‌ ଦ୍ବାରା ଦୋକାନରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇପାରିବ ବୋଲି ଜଣାପଡିଛି।  ଇ-ଟୋକନ୍‌ ପାଇଁ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ନିଜ ତଥ୍ୟ ପ୍ରଦାନ କରି ମଦ କ୍ରୟ ପାଇଁ ସମୟ ନେଇପାରିବେ। ଏହା ପରେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍‌ ପଠାଯିବ । ଏହା ଜରିଆରେ ସେ ମଦ କ୍ରୟ କରିପାରିବେ। ଲକଡାଉନ 3.0ରେ କେନ୍ଦ୍ର ସରକାର କିଛି କଟକଣାକୁ କୋହଳ କରିଛନ୍ତି। ଏହି ସହିତ ସର୍ତ୍ତ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଗାଇଡଲାଇନ୍ସ ପାଳନ କରି ଦିଲ୍ଲୀ ସରକାର ରାଜଧାନୀରେ 200 ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହି ମଦଦୋକାନଗୁଡିକ ଖୋଲାଯିବା ପରେ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତଥା କେନ୍ଦ୍ରପଡ଼ା ଜିଲ୍ଲାର ୯ ଜଣ ଦାଦନ ଶ୍ରମିକ ଏବେ କର୍ଣ୍ଣାଟକରେ ଫସିଥିବାବେଳେ ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଗୌରାଙ୍ଗ ବେହେରା, ଜିଲ୍ଲାନାସୀ, ପ୍ରମୋଦ ଦାସ, ଜିଲ୍ଲାନାସୀ, ଜଗବନ୍ଧୁ ବେହେରା, ପଙ୍କପାଳ, ସରୋଜ ସ୍ୱାଇଁ, ଭାସ୍କର ରାଉତ, ଗୋପିଆକୁଦ, ବ୍ରହ୍ମାନନ୍ଦ ନାଏକ, କେନ୍ଦୁଝର, ରମେଶ ବେହେରା କେନ୍ଦ୍ରାପଡ଼ା, ସଞ୍ଜୟ ମହାଳିକ, ଜଗବନ୍ଧୁ ବେହେରା, କେନ୍ଦ୍ରାପଡ଼ା। ସମ୍ପୃକ୍ତ ଦାଦନ ଶ୍ରମିକ ମାନେ ଦୀର୍ଘଦିନ ଧରି କର୍ଣ୍ଣାଟକର ଟୁଙ୍କୁର ଠାରେ ଥିବା ଶିଳ୍ପାଂଚଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା ଭୂତାଣୁ ଜନିତ ସମଗ୍ର ଦେଶରେ ଲକ୍ ଡ଼ାଉନ କାରଣୁ ଓଡ଼ିଶା ଫେରିନପାରି ଏବେ ସେଠାରେ ପଡ଼ି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିଦେଇ ଥିବାବେଳେ  ସେମାନେ ଏବେ ଭୋକ ଉପାସରେ ପଡ଼ି ରହିଛନ୍ତି। ରାଜ୍ୟସରକାରଙ୍କର ପୋର୍ଟାଲରେ ନାମ ପଞ୍ଜିକରଣ…

Read More

ଭୁବନେଶ୍ବର : ଓଡ଼ିଶାକୁ ଅଧିକ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ୟୁପି ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ତିନି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ତିନି ରାଜ୍ୟରେ ପ୍ରଚୁର ପ୍ରବାସୀ ଆସୁଥିବାରୁ ଟେଷ୍ଟିଂ ବଢାଇବାକୁ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଟେଷ୍ଟିଂ ସୁବିଧା ଯଥେଷ୍ଟ ନଥିବାରୁ କେସ୍‌ ବଢିଯିବା ନେଇ ଆଶଙ୍କା ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଭୁବନେଶ୍ବରେ ଆଜି ଗୋଟିଏ ଦିନରେ 34 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ଦିନକୁ 3 ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ ହେଉଥିବାର ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌। ରାଜ୍ୟରେ 8ଟି ଲ୍ୟାବ୍‌ରେ ଦିନକୁ ତିନି ହଜାରରୁ ଅଧିକ ଟେଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ 52 ହଜାରୁ…

Read More

ବିଶାଖାପାଟନମ୍‌:  ବିଶାଖାପାଟନମ୍‌ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଜଗନମୋହନ ରେଡ୍ଡି। ଏଥିସହିତ ଗ୍ୟାସ୍‌ ଲିକ୍‌ ଘଟଣାରେ ପୀଡ଼ିତଙ୍କୁ 10 ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ବିଶାଖାପାଟନମ୍‌ରେ ପହଞ୍ଚି କିଙ୍ଗ ଜର୍ଜ ହସ୍ପିଟାଲ ଗସ୍ତ କରିବା ସହିତ ଅସୁସ୍ଥଙ୍କୁ ଭେଟିବା ସହିତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ଲାଗି ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଗୁରୁବାର ରାତ୍ରି ୨.୩୦ ମିନିଟ୍‌ ସମୟରେ ଏଲ୍‌ଜି ପଲିମର୍‌ କ୍ୟାମିକାଲ୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା 11କୁ ଛୁଇଁଛି। ଶତାଧିକ ଅସୁସ୍ଥ ହୋଇଛନ୍ତି। (ଏଜେନ୍ସି)

Read More

ସୁରତ: ସୁରତରୁ ଓଡ଼ିଶାକୁ ଆସିଥିବା ତିନୋଟି ଟ୍ରେନ୍‌ ବାତିଲ୍‌ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍‌ ବାତିଲ୍‌ କରାଯାଇଛି । ଆସନ୍ତାକାଲି ଆସିବାକୁ ଥିବା ମଧ୍ୟ ଟ୍ରେନ୍‌କୁ ବାତିଲ୍‌ ହୋଇଛି  । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ୍‌ । ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍‌ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।  ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ  କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସୁରତରୁ ଆସିବାକୁ ଥିବା ଟ୍ରେନ୍‌ଗୁଡିକୁ ବାତିଲ୍‌ କରାଯାଇଛି ।

Read More

ନୂଆଦିଲ୍ଲୀ : ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢିଛି। ରଥ ଖଳାରେ ରଥ ନିର୍ମାଣକୁ ନେଇ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ। ତେବେ କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦିଆଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ସର୍ତ୍ତ ରହିଛନ୍ତି। ତେବେ ରଥ ନିର୍ମାଣରେ ଲକ୍‌ ଡାଉନ୍‌ ନେଇ ଜାରି ସମସ୍ତ ଗାଇଡଲାଇନ୍‌ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରଥାଯାତ୍ରା ହେବ କି ନାହିଁ ତାହା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେବେ ବୋଲି ଜଣାପଡିଛି। ସେତେବେଳର ଓଡ଼ିଶାର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ମନ୍ତ୍ରାଳୟ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍‌ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ 36,34 ଓ 67 ରହିଛି । ସେହିପରି ଗଞ୍ଜାମର 7 ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।

Read More

ଶ୍ରୀନଗର : ଜାନୁୟାରୀ ପରଠାରୁ କାଶ୍ମୀର ଉପତ୍ୟାକାରେ 64 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହି ସମୟରେ 25 ଆତଙ୍କବାଦୀ ଏବଂ 125 ଆତଙ୍କୀଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ନିହତ ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ର କାରି ୟାସିର୍‌, ଏଜିଏଚ୍‌ର ବୁର୍‌ହାନ୍‌ କୋକା ଏବଂ ହିଜବୁଲ୍‌ର ରିୟାଜ୍‌ ନାଇକୁ ଅନ୍ତର୍ଭୁକ୍ତ । ଜାନୁୟାରୀ ପରଠାରୁ ସେନା ପକ୍ଷରୁ 27ଟି ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଥିବା ନେଇ ଆଇଜିପି ପ୍ରକାଶ କରିଛନ୍ତି । ରିୟାଜ୍‌ର ଏନ୍‌କାଉଣ୍ଟର ସେନା ପାଇଁ ବୃହତ ସଫଳତା ବୋଲି ଆଇଜିପି ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ପାଇଁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର ଭଡାକୁ ନେଇ ସୋନିଆ ରାଜନୀତି କରନ୍ତୁ ନାହିଁ ବୋଲି ରେଳବାଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 115ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରେଳବାଇ କର୍ମୀଙ୍କ କଠିନ ପରିଶ୍ରମ କାରଣରୁ ଏହା ସଫଳ ହୋଇ ପାରୁଛି । ଏଭଳି ମହାମାରୀ ସମୟରେ ରେଳ ଚଳଚାଳ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା କରାଯାଉଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ମିଶ୍ର କହିଛନ୍ତି । ଯାତ୍ରୀଙ୍କ ଟିକେଟ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ସରକାର ଏବଂ 15 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଏତଦ ବ୍ୟତିତ ଖାଦ୍ୟପେୟ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚ ରେଳବାଇ ବହନ…

Read More

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 3 ଜଣ କରୋନା ପଜିଟିଭ୍‌ । ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଳାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଆକ୍ରାନ୍ତ ଜଣକ 70 ବର୍ଷୀୟ ପୁରୁଷ ଏବଂ ସେ କୋଲକାତା ଫେରନ୍ତା । ସେହିପରି ବାଲେଶ୍ବରରୁ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 26 ଏବଂ 29 । ଉଭୟ ସୁରଟରୁ ଫେରି କ୍ବାରେଣ୍ଟାଇନ୍‌ରେ ରହିଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 2 ଜଣଙ୍କର ମୃତ୍ୟୁ ଘଟିଛି ।

Read More

ନୂଆଦିଲ୍ଲୀ : କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍‌ ନାଇକୁର ଏନ୍‌କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍‌ କରୁଥିବା ଗମ୍ଭୀର ନିଜ ଟ୍ବିଟ୍‌ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍‌ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ । ଗମ୍ଭୀରଙ୍କ ଏହି ଟ୍ବିଟ୍‌କୁ ପ୍ରାୟ 47 ହଜାର ଲାଇକ୍‌ ମିଳିଥିଲା । (ଏଜେନ୍ସି)

Read More

ଭୁବନେଶ୍ବର, ବିଜେଡି ନେତା ସୁବାସ ଚୌହାନଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଆଜି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ଡାକ୍ତରମାନେ ବର୍ତ୍ତମାନ ଶେଷ ଚେଷ୍ଟା ଚଳାଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି ମୁମ୍ବାଇସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ସେ ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସୁବାସ ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ସେଠାରୁ ଇସ୍ତଫା ଦେଇ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା…

Read More

ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍‌ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ବିଭିନ୍ନ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । କୋଭିଡ୍‌ରୁ ଶିକ୍ଷା-ଆମେ କଣ ଶିଖିଲେ ଏବଂ କିପରି କୋଭିଡ୍‌ ଯୁଦ୍ଧ ଜିତିବା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଡ. ରେଡ୍ଡୀ କରୋନା ଭାଇରସ୍‌ର ଉତ୍ପତ୍ତି, ବିଶ୍ବର ପରସ୍ଥିତି ଏବଂ ଭବିଷ୍ୟତର ରଣ କୌଶଳ ଉପରେ ଆଲୋକାପାତ କରିଥିଲେ । ଏହି ଭାଇରସ୍‌ର କୌଣସି ଔଷଧ କିମ୍ବା ଟୀକା ନଥିବାରୁ ସାମାଜିକ ଦୂରତ୍ବ ହିଁ ଏକମାତ୍ର ମାଧ୍ୟମ ବୋଲି ଡ. ରେଡ୍ଡୀ ପ୍ରକାଶ କରିଥିଲେ । ସାମାଜିକ ଦୂରତା…

Read More

ରାୟଗଡ : ଛତିଶଗଡର ରାୟଗଡରେ ଏକ ପେପର ମିଲ୍‌ରୁ ଗ୍ୟାସ୍‌ଲିକ୍‌ ଘଟିଛି । ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ 7 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପେପର ମିଲ୍‌ର ଏକ ଟାଙ୍କି ସଫା କରୁଥିବା ବେଳେ ଏହି ଗ୍ୟାସ୍‌ ଲିକ୍‌ ହୋଇଥିବା ନେଇ ରାୟଗଡ ଏସ୍‌ପି ସୂଚନା ଦେଇଛନ୍ତି । ସକାଳୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଏକ ରାସାୟନିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ 11 ଜଣଙ୍କ ପ୍ରଶହାନି ଘଟିଥିବା ବେଳେ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । (ଏଜେନ୍ସି)

Read More

ନାଗପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅନେକ ବିବାହ ବନ୍ଦ ରଖାଯାଉଛି । ତେବେ ଏହି ସମୟରେ ବିବାହ କରୁଥିବା ଏକ ଯୋଡିଙ୍କ ବାହାଘରରେ ସାମିଲ ହୋଇଛି ନାଗପୁର ପୋଲିସ୍‌ । ବିବାହ କରୁଥିବା ଝିଅର ପିତାମାତା ନଥିବା ବେଳେ ଅନ୍ୟ ବନ୍ଧୁବାନ୍ଧବ ଲକ୍‌ଡାଉନ୍‌ କାରଣରୁ ଆସି ପାରିନଥିଲେ । ତେବେ ନାଗପୁର ପୋଲିସ୍‌ ବାହାଘରରେ ସାମିଲ ହେବା ସହିତ କନ୍ୟାପକ୍ଷର ଭୂମିକା ନିଭାଇଥିଲେ । ଏହାପରେ ବରବଧୂଙ୍କୁ ଆଶୀର୍ବାଦ କରିଥିଲେ ପୋଲିସ୍‌ । ବୁଧବାର ଘଟିଥିବା ଏହି ବିବାହର ଫଟୋ ନାଗପୁର ପୋଲିସ୍‌ ଟ୍ବିଟ୍ଟରରେ ସେୟାର କରିବା ପରେ ଏହାକୁ ଢେର ପ୍ରଶଂସା କରାଯାଇଛି ।

Read More

ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ ସେହି ରାଜ୍ୟରେ ଆରଟି ସିପିଆର ଟେଷ୍ଟ ପରେ ରାଜ୍ୟକୁ ଫେରାଇ ଅଣାଯିବ । ଟେଷ୍ଟ ରିପୋର୍ଟ ନେଭେଟିଭ୍‌ ଆସିଲେ ରାଜ୍ୟ ମଧ୍ୟରେ ପ୍ରବେଶର ଅନୁମତି ମିଳିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ପ୍ରକାଶ୍ କରିଛନ୍ତି । କରୋନା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ 3 ସୁରତ ଫେରନ୍ତା କରୋନା ପଜିଟିଭ୍‌ ଜଣାପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

Read More