ଭୁବନେଶ୍ବର : ସୁରକ୍ଷିତ ହାତୀ ଚଳପ୍ରଚଳ ନେଇ ବନବିଭାଗ ଗାଇଡଲାଇନ୍ ଜାରି କରିଛି । ସବୁ ଡିଏଫ୍ଓଙ୍କୁ ଗାଇଡଲାଇନ୍ ପ୍ରଦାନ କଲେ ଅତିରିକ୍ତ ପିସିସିଏଫ୍ । ହାତୀ ଗତିବିଧି ଦେଖି ଦୈନିକ ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫରେଷ୍ଟ ଗାର୍ଡରୁ ପିସିସିଏଫ୍ ପର୍ଯ୍ୟନ୍ତ ସମନ୍ବୟ ନେଇ ଗାଇଡଲାଇନରେ ବ୍ୟବସ୍ଥା କରାଯାଇଛି । ନିଜ ଅଞ୍ଚଳରେ ହାତୀ ସ୍ଥିତି ନେଇ ରେଞ୍ଜରକୁ ଦୈନିକ ଜଣାଇବେ ଫରେଷ୍ଟ ଗାର୍ଡ । ହାତୀ ଗତିବିଧି ନେଇ ରେଞ୍ଜ ସ୍ତରରେ ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି । ଡିଭିଜନ ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ହେବ । ଏଥିପାଇଁ ଜଣେ ଏସିଏଫ୍ ଦାୟିତ୍ବରେ ରହିବେ ବୋଲି ସୂଚନା ରହିଛି ।
Author: Samikhsya Bureau
ନୂଆଦିଲ୍ଲୀ: କରୋନା ଯୋଗୁଁ ସିଟିଇଟି ପରୀକ୍ଷା ବାତିଲ୍ କରାଯାଇଛି। ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। କରୋନା ସ୍ଥିତିକୁ ଦେଖି ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସିଟିଇଟି ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୁଲାଇ 5 ତାରିଖରେ ସିଟିଇଟି ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଥିଲା। ତେବେ ଖୁବ ଶୀଘ୍ର ପରୀକ୍ଷା ଲାଗି ଦିନ ଧାର୍ଯ୍ୟ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି । ଚଳିତ ବର୍ଷ 30 ଲକ୍ଷରୁ ଉର୍ଦ୍ଧ୍ବ ସିଟିଇଟି ପରୀକ୍ଷା ଦେଇଥାନ୍ତେ। ଗତକାଲି ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସିବିଏସ୍ଇ ଓ ଆଇସିଏସ୍ଇର ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି । ସିବିଏସ୍ଇ, ଆଇସିଏସ୍ଇର ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଜୁଲାଇ 15 ସୁଦ୍ଧା ବାହାରିବ ବୋଲି ସୂଚନା ରହିଛି ।
ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପାଞ୍ଚ ଶହ ଟଙ୍କାର ଜରିମାନା ହୋଇଛି । ବିକ୍ଷୋଭ ସମୟରେ ସାମାଜିକ ଦୂରତା କଟକଣା ଉଲ୍ଲଂଘନ ପାଇଁ ତଣ୍ଡ ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ସମେତ ମୋଟ୍ 7ଜଣ ନେତାଙ୍କୁ ଜରିମାନା ହୋଇଛି । ସପ୍ତଗିରି ଉଲାକା, ଅଳି ପଟ୍ଟନାୟକ, ନିଶିକାନ୍ତ ମହାପାତ୍ର ପ୍ରମୁଖଙ୍କ ଜରିମାନା ଆଦାୟ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ରେ କଂଗ୍ରେସ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା । କରୋନା ପରିଚାଳନାରେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପରିଚାଳନାଗତ ବିଫଳତା ଅଭିଯୋଗରେ ବିକ୍ଷୋଭ ହେଉଥିଲା । କଂଗ୍ରେସ ସମେତ 13ଟି ରାଜନୈତିକ ଦଳ ବିକ୍ଷୋଭ କରୁଥିଲେ ।
କେନ୍ଦୁଝର : ଜଣେ ଶିଶୁ ନିଜ ପିତାମାତାଙ୍କ ପାଖରେ ସୁରକ୍ଷିତ ରହିଥାଏ । ସନ୍ତାନକୁ ସମସ୍ତ ବିପଦରୁ ତା’ର ପିତା ତାକୁ ରକ୍ଷା କରିଥାଏ । କିନ୍ତୁ ରକ୍ଷକ ଏବେ ଭକ୍ଷକ ସାଜିଛି । ଜଣେ ଶିଶୁ କନ୍ୟାର ସୁରକ୍ଷା ଢାଲ ହୋଇଥାଏ ତା’ର ପିତା । କିନ୍ତୁ ସେହି ପିତା ଆଜି ନିରୀହ ଶିଶୁର ହତ୍ୟା କରିବାକୁ ବି ପଛଉ ନାହିଁ । ଏହିପରି ଏକ ଘଟଣା କେନ୍ଦୁଝର ଘଟଣାକୁ ଦେଖିବାକୁ ମିଳିଛି । 8 ବର୍ଷ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବାର ଅଭିଯୋଗ ହୋଇଛି । ରାଙ୍କି ମୁଣ୍ଡାସାହି ନିକଟ ପଡିଆରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ବାପା ଶିଶୁ କନ୍ୟାଟିର ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ମାମୁଁ। ଅଭିଯୋଗ ପରେ ଶିଶୁ କନ୍ୟାର ବାପାକୁ ଟାଉନ୍ ଥାନାରେ ଅଟକ ରଖାଯାଇଛି ।
ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍।ଏହି ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସ୍ପିଙ୍କୁ ଦିଆଯାଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ଥାନାଧିକାରୀଙ୍କ ସମେତ 6ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।
ବବୁଲୁ ସାହୁ କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଫାଣ୍ଡି ଅଧୀନରେ ଥିବା ଡହଗାଁ ରାସ୍ତା ପାର୍ଶ୍ୱରେ ନିଜ ବିଲରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି କୁସୁମଖୁଣ୍ଟି ଗ୍ରାମର ଜୟକୃଷ୍ଣ ରାଉତ । ବୟସ ତାଙ୍କର 20 ବର୍ଷ ବୋଲି ଜଣାପଡିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ ଆଜି ଉକ୍ତ ଯୁବକ ଆତ୍ମହତ୍ୟା କରିଥବା ଦେଖାଯାଇଛି । ଘଟଣା ସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ପହଞ୍ଚି ଶବ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଥିବା ପ୍ରକାଶ କରିଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମ୍ବୁରାପୁଟ ପଞ୍ଚାୟତଠାରେ ଶତାଧିକ ମହିଳା ତୁମୁରାପୁଟ ସରପଞ୍ଚ ଏବଂ ବାଣପୁର ବ୍ଲକ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତୁମୁରାପୁଟ ପଞ୍ଚାୟତରେ ଚାଲିଥିବା ସରକାରୀ ଅର୍ଥ ହଡପକୁ ନେଇ ଏହି ମହିଳାମାନେ ଅଭିଯୋଗ କରିଛନ୍ତି। ରାଜ୍ୟସରକାର ନାରୀ ସଶକ୍ତିକରଣ ଓ ମହିଳାଙ୍କ ହାତମୁଠା ଟାଣ କରିବା ପାଇଁ ଅନେକ ଯୋଜନା ମାନ ତିଆରି କରିଛନ୍ତି। ସେହି ଅନୁସାରେ ଏନ.ଆର.ଜି.ଏସରେ ଅନ୍ତର୍ଗତ ତୁମୁରାପୁଟ ପଂଚାୟତର ଦେବନ୍ଧ ପୋଖରୀ ଖୋଳା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା କାର୍ଯ୍ୟକୁ ସମ୍ପୃକ୍ତ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ନେବାପାଇଁ ସରପଞ୍ଚ ଙ୍କୁ ଜଣାଇଥିଲେ। କିନ୍ତୁ ସରପଞ୍ଚଙ୍କଠୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ମହିଳାମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରୁ ସୂଚନା ଅଧିକାର ଆଇନ ବଳରେ ଉକ୍ତ ପୋଖରୀ ପାଇଁ ଆସିଥିବା ଅର୍ଥ ଓ ସବିଶେଷ ବିବରଣୀ ମାଗିଥିଲେ । ଜିଲ୍ଲାପାଳ ଉକ୍ତ ବିଷୟର ଉତ୍ତର…
ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 218 ଜଣ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ ଆଜି 218 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆମ୍ପାନ୍ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା 7 ଜଣ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମରୁ ସର୍ବାଧିକ 49ଜଣ, ଜଗତସିଂହପୁରରୁ 29, ଗଜପତିରୁ 27, ଭଦ୍ରକରୁ 25, ଖୋର୍ଦ୍ଧାରୁ 17, ସୁନ୍ଦରଗଡରୁ 11, ପୁରୀରୁ 10, ମୟୂରଭଞ୍ଜରୁ 9, ବାଲେଶ୍ବରରୁ 7, କେନ୍ଦ୍ରାପଡରୁ 6, କଟକରୁ 5, ଝାରସୁଗୁଡାରୁ 4 ଜଣ ଚିହ୍ନଟ ହୋଇଥିବାବେଳେ କେଉଁଝର, ନୂଆପଡା ଓ ସମ୍ବଲପୁରୁର 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଯାଜପୁର, କୋରାପୁଟ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 218 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 198 ଜଣ ଚିହ୍ନଟ ହୋଇଥିବାବେଳେ 20ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର 180କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1865ଜଣ । ସେହିପରି ସୁସ୍ଥ ହୋଇଛନ୍ତି 4291ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ବାହାର ଜିଲ୍ଲା ପୋଲିସ୍ଙ୍କୁ ପୁରୀ ଯିବାକୁ ବାରଣ କରାଯାଇଛି । ସୁପ୍ରିମ୍କୋର୍ଟ ନିର୍ଦ୍ଦେଶାନୁସାରେ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜିତ ହୋଇଥିବାବେଳେ ନବଦିନାତ୍ମକ ଯାତ୍ରା ପାଇଁ ମଧ୍ୟ ବେଶ୍ କଡାକଡି ନିୟମ ପ୍ରଣୟନ କରାଯାଇଛି। ଶ୍ରୀଜୀଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ନୂଆ ଏସ୍ଓପି ଜାରି କରିଛନ୍ତି । ଅଫିସ୍ କାମ ବାହାନାରେ ବାହାର ଜିଲ୍ଲାର ପୋଲିସ୍ କର୍ମଚାରୀ ଯାଇପାରିବେନି । ଆବଶ୍ୟକ ହେଲେ ପୋଲିସ୍ ମୁଖ୍ୟାଳୟରୁ ଅନୁମତି ନେବାକୁ ପଡିବ । ପୁରୀ ଜିଲ୍ଲା ପୋଲିସ୍ ଅଧୀନରେ କାମ କରୁନଥିଲେ ଯିବା ମନା । ଜୁଲାଇ 4 ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନିୟମ କଡାକଡି ରହିବ ବୋଲି ସୂଚନା ରହିଛି ।
କେଦାର ମିଶ୍ର ଅର୍ଥନୀତି ଆମ ସାଧାରଣ ଜୀବନରେ ଖୁବ ବେଶୀ ଚର୍ଚ୍ଚାର ବିଷୟ ନୁହେଁ। ଆମେ ଯେଉଁମାନେ ପରିଶ୍ରମ କରି ସାମାନ୍ଯ ଆୟ ଓ ସାଧାରଣ ବ୍ୟୟ ରେ ଜୀବନ କାଟିଥାଉ, ଆମ ଲାଗି ଅର୍ଥନୀତିର ଜଟିଳ ଗଣିତ ସବୁବେଳେ ଅବୁଝା। ତେଣୁ ଯେତେବେଳେ ଅର୍ଥନୀତିଜ୍ଞମାନେ ଦେଶର ଜିଡିପି ବଢୁଛି ବା କମୁଛି ବୋଲି କହନ୍ତି, ସେଥିରେ ସାଧାରଣ ଲୋକ ମୁଣ୍ଡ ଖେଳାଏ ନାହିଁ। ତେବେ ଅର୍ଥନୀତିର ପ୍ରତିଟି ପଦକ୍ଷେପ ସାଧାରଣ ଲୋକର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜିଡିପି ବା ସକଳ ଘରୋଇ ଉତ୍ପାଦନକୁ ଆମେ ମୋଟାମୋଟି ଆମେ ଦେଶର ଚଳନ୍ତି ସମ୍ପତ୍ତି ବୋଲି କହିପାରିବା। ଦେଶର ପ୍ରତ୍ଯେକ ଲୋକର ଆୟ-ବ୍ୟୟ, ଉତ୍ପାଦନ, କିଣାବିକା ଓ ବିଳାସ ବ୍ୟସନର ହିସାବ ଜିଡିପିରେ ମିଶିକି ରହିଥାଏ। ଜିଡିପି ବଢୁଛି ମାନେ ଆମେ ଅଧିକ ଭଲରେ ଅଛୁ। ଆମର ଆୟ ଓ ବ୍ୟୟ ସମ୍ପ୍ରସାରିତ ହେଉଛି। ଆମେ ଅଧିକ ଖାଉଛୁ, ଅଧିକ…
ନୂଆଦିଲ୍ଲୀ : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ଦେଶରେ ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ 17 ହଜାରରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । 17 ହଜାର 296 ନୂଆ ମାମଲା ସାମନାକୁ ଆସିଛି। ୪୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 90 ହଜାର 401 ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁ ସଂଖ୍ୟା 15 ହଜାର 301କୁ ବୃଦ୍ଧି ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 85 ହଜାର…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ 50 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 33 ଜଣ ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ 4 ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1138ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 768 ଜଣ ସୁସ୍ଥ ହୋଇସାରିଥିବା ବେଳେ 312ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି ବ୍ରହ୍ମପୁର ସହରକୁ ଚାରି ଦିନ ପାଇଁ ସଟ୍ଡାଉନ୍ କରାଯାଇଛି। ବ୍ରହ୍ମପୁର ସହରକୁ ଚାରି ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ…
ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ ରହୁଥିବା ୩୩ ବର୍ଷୀୟ କନଷ୍ଟେବଳ ଜଣକ ଝିଅଟି ଏକୁଟିଆ ଥିବାବେଳେ ତାଲା ପକାଇ ଏପରି ଜଘନ୍ୟ ଅପରାଧ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ତେବେ ପୀଡିତାଙ୍କ ପରିବାର ବୋଡେନପାଲି ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ଅଭିଯୁକ୍ତ କନଷ୍ଟେବଳକୁ ଗିରଫ ଘୋଷଣା କରିଛନ୍ତି। ପୀଡିତାଙ୍କ ବକ୍ତବ୍ୟକୁ ଭିତ୍ତି କରି ପୋଲିସ ଭାରତୀୟ ପେନାଲ କୋଡର ଧାରା ୩୭୬ (୩), ୫୦୬ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ସୁରକ୍ଷା (ପୋସ୍କୋ) ଅଧିନିୟମ ଅନୁଯାୟୀ…
ଚଣ୍ଡିଗଡ: ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ତାରନ ତାରନ ଜିଲ୍ଲାର କାୟରନ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ମୁଖ୍ୟ ବ୍ରିଜ ଲାଲ(୬୫)ଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ପଞ୍ଜାବ ପୋଲିସ କହିଛି। ବ୍ରିଜ ଲାଲ ମଧ୍ୟ ନିଶା କାରବାର ମାମଲାରେ ସମ୍ମୁଖୀନ ହୋଇଥିଲେ। ବ୍ରିଜ ଲାଲଙ୍କ ଦୁଇ ବୋହୂ ଜସପ୍ରୀତ କୌର, ଅମାନଦୀପ କୌର ଏବଂ ତାଙ୍କ ସମ୍ପର୍କୀୟ ଦଲଜିତ ସିଂ ଏବଂ ଡ୍ରାଇଭର ଗୁରୁସାହିବ ସିଂ ସବାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଅପରାଧରେ ଅତି କମରେ ଚାରି ଜଣଙ୍କ ସମ୍ପୃକ୍ତି ଥିବା ଏବଂ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ପୀଡିତଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ ଅଭିଯୋଗରେ ଅମୃତସରର ସେଣ୍ଟ୍ରାଲ ଜେଲରେ ଥିବାବେଳେ ବ୍ରିଜ ଲାଲଙ୍କ ପତ୍ନୀ ଏକ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଦୁଇ ପୁଅ…
ସୀତାରାମ ଅଗ୍ରୱାଲ ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ…
ବବୁଲୁ ସାହୁ କେସିଙ୍ଗା : ଗରିବ ଲୋକଙ୍କ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଅସଲ ହିତାଧିକାରୀ ଏହି ଯୋଜନାର ବଞ୍ଚିତ ହେଉଛନ୍ତି । ଜଣେ ଗରିବ ଦୁଃଖିନୀଟେ ପାଇଁ ସରକାରୀ ଯୋଜନା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଏହିପରି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଦେଖିବାକୁ ଏକ ଦୁଃଖ ଭରା କାହାଣୀ । ପ୍ରାୟ ୪ ବର୍ଷ ହେଲା ବାପା ଓ ମାଁ ଦୁହେଁ ତାଙ୍କର ପୁଅ ମିତ୍ରସେନ ମାଝୀ ଓ ମଞ୍ଜୁ ମାଝୀଙ୍କୁ ଛାଡି ଦେଇ ଆରପାରିକୁ ଚାଲିଯାଇଛନ୍ତି । ପୁଅର ବୟସ 20 ବର୍ଷ ହୋଇଥିବାବେଳେ ଝିଅଟିର ବୟସର 16 ବର୍ଷ ।ତାପରେ ପରେ ଗତ କିଛି ଦିନ ପରେ ତାଙ୍କର ଭାଇ ମିତ୍ରସେନ ମାଝୀ ମଧ୍ୟ ଭଉଣୀ ମଞ୍ଜୁ ମାଝୀକୁ ଛାଡି…
ଭୁବନେଶ୍ବର : ରାଜ୍ୟରେ ଆଉ 168 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ 39 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ଓ ଗଜପତିରୁ 23 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ପୁରୀରୁ 19 ଜଣ, ବରଗଡରୁ 13 ଜଣ, ସୁନ୍ଦରଗଡରୁ 8ଜଣ, ବାଲେଶ୍ବରରୁ 7ଜଣ, ଭଦ୍ରକ ଓ ରାୟଗଡାରୁ 5ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମାଲ୍କାନଗିରି, କେନ୍ଦ୍ରାପଡା, କେଉଁଝର, ଜଗତସିଂହପୁର ଓ ସୋନପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ 3 ଜଣ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳରୁ 2 ଜଣ ଓ ଝାରସୁଗୁଡାରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 4 ହଜାର 291 ଜଣ ସୁସ୍ଥ ହୋଇଛନ୍ତି ।
ଚିଲିକା : ଜଣେ ପ୍ରବାସୀ ଶ୍ରମିକଙ୍କୁ ବିନା ଟିକେଟରେ ଯାତ୍ରା କରିବା ବେଶ୍ ମହଙ୍ଗା ପଡିଛି । ବିନା ଟିକେଟରେ ଯାତ୍ରା କରୁଥିବାବେଳେ ଟିଟିଇକୁ ଦେଖି ଗୁରୁତର ହୋଇଛନ୍ତି ଯୁବକ । ତେବେ ଏହି ପ୍ରବାସୀ ଶ୍ରମିକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅଶୋକ ଭୁଜାଲି । ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ସମସ୍ତ ଶ୍ରମିକମାନଙ୍କ ପାଇଁ ନିଜ ରାଜ୍ୟ ସରକାରମାନେ ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ଜରିଆରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ପାରୁଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ପ୍ରବାସୀମାନଙ୍କୁ ଫେରାଇ ନେବାର କୌଣସି ବ୍ୟବସ୍ଥାନ କରିଥିବା ଯୋଗୁଁ ଶ୍ରମିକମାନେ ସେମାନଙ୍କ ବ୍ୟବସ୍ଥାରେ ଫେରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଲକ୍ ଡାଉନ ଯୋଗୁଁ ମୁମ୍ବାଇରେ ବହୁ ଦିନ ଧରି ଅଟକି ରହିଥିଲେ । ସେ ଗତକାଲି କୋଣାର୍କ ଏକ୍ସପ୍ରେସ୍ରେ ଅଶୋକ ବିନା ଟିକେଟରେ ଯାତ୍ରା କରୁଥିଲେ। କିନ୍ତୁ ଗତକାଲି ରାତିରେ…
କେରଳ : କେରଳର ବିବାଦୀୟ ସାମାଜିକ କର୍ମୀ ରେହାନା ଫାତିମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଟପଲେସ୍ ପେଣ୍ଟିଂ କରି ବିବାଦରେ ଫସିଛନ୍ତି ଫାତିମା ।ନାବାଳକ ପିଲାମାନଙ୍କ ଦ୍ବାରା ନିଜର ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର କରିବାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା ପରେ ପୋଲିସ୍ ଫାତିମାଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି । ସୂଚନା ପ୍ରଯୁକ୍ତି ଆଇନ ଓ କିଶୋର ନ୍ୟାୟ କାନୁନ୍ ଆଧାରରେ ଏହି ମାମଲା ଦାଏର ହୋଇଛି । ଏନେଇ ବିଜେପିର ଓବିସି ମୋର୍ଚ୍ଚାର ନେତା ଏବି ଅରୁଣ ପ୍ରକାଶ ତିରୁଓ୍ବାଲା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍ ମାମଲା ରୁଜୁ କରିଛି । ଫାତିମା ‘ବଡି ଏଣ୍ଡ୍ ପଲିଟିକ୍ସକ’ ନାମରେ ଏହି ଭିଡିଓକୁ ପୋଷ୍ଟ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ସର୍ବାଧିକ 38 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଏମ୍ସି । ଏହି ଆକ୍ରାନ୍ତଙ୍କମଧ୍ୟରୁ 25 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ଲୋକାଲ କେସ୍ ରହିଛି। 25 ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜୟଦେବ ବିହାରରୁ 5ଜଣ ରହିଛନ୍ତି । ଏହି ପାଞ୍ଚଜ ଣଙ୍କ ମଧ୍ୟରେ 74 ବର୍ଷୀୟ ପୁରୁଷଙ୍କ ସମେତ 36 ବର୍ଷୀୟ ମହିଳା ଓ 73 ବର୍ଷୀୟ ମହିଳାଙ୍କ ସମେତ ଏକ ବର୍ଷର ଶିଶୁ ରହିଛନ୍ତି । ସେ ନିକଟରେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ମଞ୍ଚେଶ୍ବର ଅଞ୍ଚଳରୁ 11ଟି କେସ୍ ସାମ୍ନାକୁ ଆସିଛି । ଏହି ଆକ୍ରାନ୍ତମାନେ ଉତ୍ତରପ୍ରଦେଶରୁ ଫେରିଥିବାର ସୂଚନା ରହିଛି । ଏହି 11 ଜଣଯାକ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 29, 26, 42, 20, 28, 37, 23, 27,…

