ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦୋକାନ ବଜାର ଖୋଲିବା ପାଇଁ ନୂତନ ଗଇଡ୍ଲାଇନ୍ ଜାରି କରିଛି କମିଶନରେଟ ପୋଲିସ୍ । ମେ 1 ଠାରୁ ଏହି ନୂତନ ଗାଇଡ୍ ଲାଇନ୍ କାର୍ଯ୍ୟକାରୀ ହେବା ସହିତ 60 ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ କେବଳ ସ୍ବୀକୃତୀପ୍ରାପ୍ତ ଦୋକାନ ଖୋଲାଯାଇପାରିବ ମାତ୍ର ଦୋକାନ ଗୁଡିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ କଡାକଡି ଭାବରେ ପାଳନ କରାଯିବ । ଜରୁରୀକାଳୀନ ସାମଗ୍ରୀ ଦୋକାନ ସହିତ ମାର୍କେଟ୍ କମ୍ପ୍ଲେକ୍ସରେ ରହିଥିବା ଦୋକାନକୁ ଖୋଲାଯାଇପାରିବ ବୋଲି ଜଣାପଡିଛି । ତେବେ 5ରୁ ଅଧିକ ଦୋକାନ ରହିଥିବା ମାର୍କେଟ୍ କମ୍ପ୍ଲେକ୍ସକୁ ଖୋଲାଯାଇପାରିବ ନାହିଁ । ଏହା ସହିତ ଦୋକାନୀ ପାନ କିମ୍ବା ଗୁଟ୍ଖା ଖାଇ ଦୋକାନକୁ ଯାଇ ପାରିବେ ନାହିଁ ଏବଂ ବାହାରେ ଛେପ ନପକାଇବା ପାଇଁ ଗାଇଡ୍ ଲାଇନ୍ରେ ଉଲ୍ଲେଖ କରାଯାଇଛି । ଗ୍ରାହକ ସାମାଜିକ ଦୂରତ୍ବ ନରଖିଲେ ଦଣ୍ଡିତ ହେବେ ଏନେଇ…
Author: Samikhsya Bureau
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଅତିକ୍ରମ କରିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33050 ଛୁଇଁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ 25 ପ୍ରତିଶତ ଅତିକ୍ରମ କରିଛି । ସମୁଦାୟ 8324 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 1718ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି କରୋନା ଦ୍ବିଗୁଣିତ ହେବାର ହାର ମଧ୍ୟ 11.3ରେ ପହଞ୍ଚିଛି । ଲକ୍ଡାଉନ୍ ପୂର୍ବରୁ ଏହି ହାର 3.2 ରହିଥିଲା । ବର୍ତ୍ତମାନର ଏହି ସଦଂଖ୍ୟା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟସଚିବ ସୂଚନା ଦେଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ…
କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)
ବିଜନ କୁମାର ମହାପାତ୍ର ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର ପରିବାରର ଅନ୍ୟତମ ସୁଯୋଗ୍ୟ ଦାୟାଦ ରିଷି କପୁର ଓରଫ ଚିଂଟୁ। ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ଋଷି କପୁର ନିଜ ପରିବାରର ପ୍ରତିଷ୍ଠା ଓ ପୃୃଷ୍ଠପୋଷକତା ବଳରେ ନୁହେଁ ବରଂ ନିଜର ସାଧନା ଓ ସଂଘର୍ଷ ବଳରେ ଦୀର୍ଘ ୫ ଦଶକ ଧରି ବଲିଉଡରେ ନିଜର କ୍ୟାରିଅରକୁ ପରିପୁଷ୍ଟ କରିପାରିଥିଲେ। ତାଙ୍କ ସମୟରେ ସେ ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ମଧ୍ୟ ରୋମାଟିଂକ ହୀରୋ ଭଳି ଏକ ନିର୍ଦ୍ଦିଷ୍ଟ ଇମେଜରେ ବାନ୍ଧି ହୋଇଯାଇଥିବାରୁ ତାଙ୍କ ଅଭିନୟ ଦକ୍ଷତା ସେ ସମୟର ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଲୁଚି ରହିଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ…
ନୂଆଦିଲ୍ଲୀ : ପାକିସ୍ତାନୀ ସ୍ପିଡଷ୍ଟର ଶୋଏବ ଅଖତର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ ଓପ୍ନର ଇମ୍ରାନ୍ ନାଜିରଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିବା ସହିତ ସେ ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ବୋଲି ଅଖତର ମତ ଦେଇଛନ୍ତି । ନାଜିର୍ ସେହ୍ବାଗଙ୍କ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମାତ୍ର ସେହ୍ବାଗଙ୍କ କ୍ରିକେଟ୍ ଜ୍ଞାନ ଏବଂ ଭାରତୀୟ କ୍ରିକେଟ ବୋର୍ଡର ସହାୟତା ସେହ୍ବାଗଙ୍କୁ ପ୍ରସିଦ୍ଧ କରିଥିଲା । ନାଜିରଙ୍କୁ ନିୟମିତ ସୁଯୋଗ ମିଳିଥିଲେ ସେ ସେହ୍ବାଗଙ୍କ ଠାରୁ ମଧ୍ୟ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥାନ୍ତେ ବୋଲି ଅଖ୍ତର ମତ ଦେଇଛନ୍ତି । ମାତ୍ର ପିସିବି ନାଜିରଙ୍କୁ ଉପଯୁକ୍ତ ସୁଯୋଗ ନଦେଇ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ କ୍ୟାରିୟରକୁ ସମାପ୍ତ କରିଦେଇଥିଲା ।
ମୁମ୍ବାଇ : କରୋନା ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଗୁରୁବାର ଭାରତୀୟ ସେୟାର ବଜାର ଉପରକୁ ଉଠିଛି । ଗୁରୁବାର ସେନ୍ସେକ୍ସ 1000 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେନ୍ସେକ୍ସରେ 3.09 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ 1011.38 ପଏଣ୍ଟ ବୃଦ୍ଧି ଘଟି 33778.34 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟୀରେ ମଧ୍ୟ 301.20 ପଏଣ୍ଟର ଅଭିବୃଦ୍ଧି ଘଟିଥିବା ବେଳେ ଏହା 9854.55 ପଏଣ୍ଟରେ ପହଞ୍ଚିଛି । ଆମେରିକୀୟ ବୈଜ୍ଞାନିକଙ୍କମ ପକ୍ଷରୁ କରୋନା ଔଷଧର ଟ୍ରାଏଲ୍ ଖବର ଆସିବା ପରେ ଏସିଆନ୍ ଟ୍ରେଡିଂ ପ୍ରଥମ ଥର ପାଇଁ ଗ୍ରୀନ୍ରେ ଶେଷ ହୋଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି ମିଳିଛି । ଭେଟରାନ୍ ବଲିଉଡ୍ ଅଭିନେତା ଋଷି କପୁର ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷି କପୁରଙ୍କ ଅନ୍ତିମ ଦର୍ଶନରେ ଯୋଗ ଦେବା ପାଇଁ ଝିଅ ରିଦ୍ଧିମା ସାଇନିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅବସ୍ଥାନ କରୁଥିବା ରିଦ୍ଧିମାଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିଦ୍ଧିମା ସଡକ ପଥରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯିବେ । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.54 ମିନିଟ୍ରେ କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନ 4ଟାରେ ତାଙ୍କ ମରଶରୀର ଚନ୍ଦନବାଡି ଶ୍ମସାନକୁ ନିଆଯିବ ବୋଲି ଜଣାପଡିଛି । (ଏଜେନ୍ସି)
ବରଗଡ, ଅଗ୍ରଣୀ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ନିଷ୍ଠା ପରିବାର ପକ୍ଷରୁ #lockdown ସମୟରେ #ବୁର୍ଲା ଡକ୍ଟରଖାନାରେ ଟିଫିନ ବଣ୍ଟନରେ ଯୋଗଦେଇ ସହଯୋଗ କରିଥିଲେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ। ଦୈନିକ 600 ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। #OdishaFightsCorona
ନୂଆଦିଲ୍ଲୀ : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଦେଶରେ କରୋନା ସଂକ୍ରମଣ ସମୟରେ 20 ହଜାର କୋଟିର ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବା ପାଇଁ ରାଜୀବ ସୂରୀ ଏକ ଯାଚିକା ଦାଖଲ କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ଏହି ପ୍ରକଳ୍ପର କାମରେ ଅଗ୍ରଗତିରେ କୌଣସି ସମ୍ଭାବନା ନାହିଁ ବୋଲି ଦର୍ଶାଇବା ସହିତ ମାମଲା ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସଂସଦ ଭବନ, ରାଷ୍ଟ୍ରପତି ଭବନ, ଉପ ରାଷ୍ଟ୍ରପତି ଭବନ, ସଚିବାଳୟର ନବୀକରଣ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାର ପୁନଃନିର୍ମାଣ କାମ ପାଇଁ 20 ହଜାର କୋଟିର ଅର୍ଥ ଘୋଷଣା କରାଯାଇଥିଲା । (ଏଜେନ୍ସି)
ଥିରୁଅନନ୍ତପୁରମ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଥମ ରାଜ୍ୟ ଭାବରେ କେରଳ ପଦକ୍ଷେପ ଗ୍ରହଣ କରିଛି । କେରଳ ନିଜର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଥିବା ବେଳେ ଏଥି ନିମନ୍ତେ ଏକ ବିଧେୟକ ଆଣିଛି । ଏହି ବିଧେୟକକୁ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହା ଆଇନରେ ପରିଣତ ହୋଇଛି । ଆସନ୍ତା 5 ମାସ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତିମାସର 6 ଦିନର ବେତନ କାଟିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ଘୋଷଣା କରିଥିଲେ । (ଏଜେନ୍ସି)
ଭୁବନେଶ୍ବର : ରାଜସ୍ଥାନ କୋଟାରୁ ଫେରୁଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ । 116 ଜଣ ବିଦ୍ୟାର୍ଥୀ ବସ୍ ଯୋଗେ ରାଉରକେଲା ଫେରୁଥିବାର ସୂଚନା ରହିଛି । ନିଜ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ପିଲାମାନେ ଫେରୁଛନ୍ତି । ଜଣକ ପିଛା ପ୍ରାୟ 4 ହଜାର ଟଙ୍କା ଲେଖାଏଁ ଦେଇ ଫେରୁଛନ୍ତି ପିଲା । ମୋଟ ଚାରୋଟି ବସ୍ରେ ପିଲାମାନେ ଓଡ଼ିଶା ଫେରୁଥିବାର ସୂଚନା ରହିଛି । କୋଟା ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗରରୁ ବସ୍ ଆସୁଛି । ବସ୍ଗୁଡିକ ମଧ୍ୟପ୍ରଦେଶ, ଛତିଗଶଡ ଦେଇ ଓଡ଼ିଶା ଆସିବ । ରାଉରକେଲାରେ ପହଞ୍ଚିବାକୁ ପ୍ରାୟ 30 ଘଣ୍ଟା ଲାଗିବ ବୋଲି ସୂଚନା ରହିଛି । କୋଚିଂ ନେବାକୁ ଯାଇ ଲକ୍ ଡାଉନ୍ରେ ଫସିଥିଲେ ଓଡ଼ିଶା ପିଲା ।ସେହିପରି ଗୁଜୁରାଟ ସୁରତରୁ 4ଟି ବସ୍ ଯୋଗେ 200ଶହରୁ ଅଧିକ ଓଡ଼ିଆ ଗଞ୍ଜାମ ଫେରିଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଚାଇନିଜ୍ ଦ୍ରବ୍ୟ ଏବଂ ଆପ୍ ବିରୋଧରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକ୍ଟକ୍ ଏହି ସମୟରେ 2 ବିଲିୟନ୍ ଡାଉନ୍ଲୋଡ୍ ଛୁଇଁଛି । ତେବେ 2020ର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ 315 ମିଲିୟନ୍ ଲୋକ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି । ଏହି ସମୟରେ ସର୍ବାଧିକ ଭାରତୀୟ ଏହି ଆପ୍ର ବ୍ୟବହାର କରୁଥିବାର ମଧ୍ୟ ସୂଚନା ମିଳିଛି । ସେନ୍ସର ଟାଓ୍ବାର ଷ୍ଟୋର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ସର୍ବାଧିକ ଟ୍ବିଟ୍ଟର ବ୍ୟବହାରକାରୀ ରହିଛନ୍ତି । ଟିକ୍ଟକ୍ର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 30.3 ପ୍ରତିଶତ ବା 611 ମିଲିୟନ୍ ଗ୍ରାହକ ଭାରତର…
କେଦାର ମିଶ୍ର ଗତକାଲି ଭାରତର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଗତକାଲି ଲାଗ ଲାଗ ୧୩ ଟି ଟୁଇଟ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଯେଉଁମାନେ ଏ ଦେଶର ବିଭିନ୍ନ ବ୍ୟାଙ୍କର ଟଙ୍କା ଖାଇ ପଳାଇଛନ୍ତି, ସେଇଟା କେବଳ ଏକ ସାଧାରଣ କଥା। ଅବଶ୍ୟ ଏହି ସାଧାରଣ କଥାର ଅସାଧାରଣ ଦିଗ ଟି ହେଉଛି, ଯେଉଁମାନେ ପଇସା ଖାଇ ପଳାଇଛନ୍ତି, ସେମାନେ ଦେଶ ଛାଡି ପଳାଇଛନ୍ତି। ତେଣୁ ସେମାନଙ୍କ ପାଖରୁ ପଇସା ଫେରିବାର ସମ୍ଭାବନା ବହୁତ କମ। ତେଣୁ ବ୍ୟାଙ୍କଖାତାକୁ ସଫା ଦେଖାଇବାକୁ ଏହି ସବୁ ଟଙ୍କାକୁ ଖାତାରୁ କାଟି ଦିଆ ଯାଇଛି। ତେବେ ଏହା ଋଣ ଛାଡ ନୁହେଁ, ଆବଶ୍ୟକ ସ୍ଥଳେ ଏହା ଆଦାୟ କରିବାର ପଦକ୍ଷେପ ନିଆଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଏ କଥାରେ ନୂଆ କିଛି ନାଇଁ। ଯେତେବେଳେ ନରେନ୍ଦ୍ର ମୋଦୀ ସରକାର ସମୟରେ ମେହୁଲ ଚୋକସି, ବିଜୟ ମାଲ୍ୟା, ନୀରବ ମୋଦୀ…
ଭୁବନେଶ୍ବର : ଗତକାଲି ୟୁଜିସି ଶିକ୍ଷା ବର୍ଷ ପାଇଁ ନୂତନ କ୍ୟାଲେଣ୍ଡର ଜାରି କରିବା ସହିତ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା କରାଯିବ ବୋଲି କହିଛନ୍ତି ଅରୁଣ ସାହୁ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ତେବେ ଜୁନ୍ 17 ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି କହିଲେ ମନ୍ତ୍ରୀ ଅରୁଣ ଦାସ । ଏଥିପାଇ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ଲକ୍ ଡାଉନ୍କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବର : ବଲିଉଡ୍ର ବର୍ଷୀୟାନ ଅଭିନେତା ଋଷି କପୁର୍ଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଶୋକପ୍ରକଟ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍କର, ରବି ଶଙ୍କର ପ୍ରସାଦ, ରାଜ୍ୟପାଳ ଗଣେଶୀ ଲାଲ୍,ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାହୁଲ୍ ଗାନ୍ଧି, ସୁର ସାମ୍ରଜ୍ଞୀ ଲତା ମଙ୍ଗେସକର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ରଜୀନାକନ୍ତ, ଅମିତାଭ ବଚ୍ଚନ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ଅଭିନେତା ଋଷି କପୁର୍ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ନବୀନ । ଆଜି 67ବର୍ଷ ବୟସରେ ଋଷି କପୁର୍ଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 33 ହଜାର ପାର୍ କରିଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା 33 ହଜାର 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି 1 ହଜାର 74 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସେହିପରି 8 ହଜାର 325 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 23 ହଜାର 651ଜଣ ସକ୍ରିୟ ରହିଛନ୍ତି । ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର । ଏଠାରେ 9915ଟି ମାମଲା ସାମ୍ନାକୁ ଆସିଥିବାବେଳେ 432ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1593ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ରାଜ୍ୟ ଭାବେ ଗୁଜୁରାଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ 4082ଜଣ ସଂକ୍ରମିତ ହୋଇଥିବାବେଳେ 197ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ 56ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…
ମୁମ୍ବାଇ : 67 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ବର୍ଷୀୟାନ୍ ଅଭିନେତା ଋଷି କପୁର୍। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍ଏଚ୍ ରିଲାଏନ୍ସ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ। ଋଷି କପୁର୍ କ୍ୟାନ୍ସର ପୀଡ଼ିତ ଥିବାବେଳେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାନ୍ସରର ଚିକିତ୍ସା ପାଇଁ ସେ ଗତ ଏକ ବର୍ଷ ଧରି ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ଆମେରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଋଷି । 2018 ରେ କ୍ୟାନ୍ସରରେ ପୀଡ଼ିତ ଥିବାର ସୂଚନା ମିଳିଥିଲା । ନ୍ୟୁର୍ୟକରେ ସେ ଏକ ବର୍ଷ ଧରି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସହ ତାଙ୍କ ପତ୍ନୀ ନୀତୁ ସିଂ ରହିଥିଲେ । ଗତ ଫେବୃଆରୀର ସେ…
ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲକ୍ ଡାଉନ୍ ସମୟରେ ଜଣେ ଯୁବକ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ଫେରିଲା ବେଳକୁ ସାଥୀରେ କନ୍ୟା ନେଇକି ଆସିଲେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାହିବାବାଦରେ ଘଟିଛି । ଲକ୍ ଡାଉନ୍ ସମୟରେ ଘରେ ଅଚାନକ ବୋହୂ (କନ୍ୟା) ପହଞ୍ଚିବା ପରେ ଯୁବକଙ୍କ ମା’ ଏହାକୁ ଦୃଢ ବିରୋଧ କରିଛନ୍ତି । ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ବିବାହ କରି ଘରକୁ ନେଇଆସିଛି । କିନ୍ତୁ ଯୁବକଙ୍କ ମା’ ଏହାକୁ ବିରୋଧ କରି ଘରେ ପ୍ରବେଶ କରେଇ ଦେଇନାହାନ୍ତି । ପରିଶେଷରେ ଏହି ଘଟଣା ଥାନାରେ ପହଞ୍ଚିଥିଲା । ବୋହୂ ବେଶରେ ଜଣେ ଯୁବତୀ ଓ ତାଙ୍କ ସହିତ ଯୁବକ ଥାନାରେ ପହଞ୍ଚିଥିଲେ । ସେଠାରେ ଯୁବକର ମା’ ପହଞ୍ଚି ଯୁବକଙ୍କୁ ଘର ବାହାରେ ରହିବାକୁ…
ଭୁବନେଶ୍ବର : ଚାରି କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ କୋଲକତା ଫେରନ୍ତା ରହିଛନ୍ତି । 119 ନମ୍ବର ଆକ୍ରାନ୍ତ ଜଣକ ଝାରସୁଗୁଡାର 18 ବର୍ଷୀୟା ଯୁବତୀ । ଯୁବତୀଙ୍କ ଘର ଝାରସୁଗୁଡା ବ୍ରଜରାଜନଗର ବ୍ଲକ ଚୁଡିଜାମ ଗ୍ରାମରେ । 18 ବର୍ଷୀୟା ଯୁବତୀ କୋଲକାତା ବଡବଜାର ଗସ୍ତ କରିଥିଲେ । କିଛି ଯାତ୍ରୀଙ୍କ ସହ ଏକ ଭଡା ଗାଡ଼ିରେ ଘରକୁ ଫେରିଥିଲେ । 23ରୁ 29 ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ ଯୁବତୀ । 29ରେ ପଜିଟିଭ୍ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । 120 ନମ୍ବର ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର 77 ବର୍ଷୀୟ ବୃଦ୍ଧ । 120 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ପଜିଟିଭ୍ଙ୍କ ନିକଟ ସମ୍ପର୍କୀୟ । 22 ମାର୍ଚ୍ଚ ଲକ୍ ଡାଉନ୍ ଯାଏଁ ଘରେ…
ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ତିନି ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ ପକ୍ଷରୁ ସୂଚନା ରହିଛି। ଏବେ ଯାଜପୁରରେ ସର୍ବମୋଟ୍ 22 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ତିନି ନୂଆ ଆକ୍ରାନ୍ତଙ୍କ ପରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 128ରେ ପହଞ୍ଚିଛି । ସେହିପରି ଏହି ଭୂତାଣୁ ସଂକ୍ରମଣରୁ ଭଲ ହୋଇଛନ୍ତି 39 ଜଣ । ଏବେ ସୁଦ୍ଧା ରାଜ୍ୟରେ 88ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।