କେଦାର ମିଶ୍ର ଶେଷରେ ରାଜର୍ଷି ଜନକଙ୍କର ରାଜ୍ୟ ଓ ଭୂମିସୂତା ମା ସୀତାଙ୍କର ଜନ୍ମସ୍ଥାନ ବି ଭାରତର ଶତ୍ରୁ ଭାବେ ବିବେଚିତ ହେବ କି? ଭାରତୀୟ ସେନା ବାହିନୀରେ ୩୨ ହଜାର ଗୁର୍ଖା ସୈନିକ, ଯେଉଁମାନେ ନେପାଳର ନାଗରିକ। ଆଜି ସେମାନଙ୍କର ପ୍ରତିବଦ୍ଧତା ଓ ଭାରତ ପ୍ରେମ ଉପରେ ଆମେ ସନ୍ଦେହ କରିବା କି? ସଂଖ୍ୟାଧିକ ଭାରତୀୟଙ୍କର ବିଶ୍ଵସ୍ତ ଜଗୁଆଳି ଭାବରେ ଯେଉଁ ନେପାଳୀ ମାନେ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିଲେ, ସେମାନଙ୍କୁ ଆମେ ଆମ ଜୀବନରୁ ଅଲଗା କରି ପାରିବା କି? ଭାରତୀୟ ସଂସ୍କୃତି ଓ ସଭ୍ୟତା ନେପାଳର ନାଭିନାଡର ସମ୍ପର୍କ। ସେ ଜନକ ନନ୍ଦିନୀ ମା ସୀତା ହୁଅନ୍ତୁ ବା ପରମ କାରୁଣିକ ଗୌତମ ବୁଦ୍ଧ, ଭାରତୀୟ ଜୀବନବୋଧରେ ନେପାଳ ଏକ ଅବିଚ୍ଚେଦ୍ୟ ଚେତନା। ନେପାଳକୁ ଶେଷରେ ଶତ୍ରୁ ବୋଲି ଭାବି ଆମେ “ବୟକଟ ନେପାଳ” ବୋଲି କହି ପାରିବା କେମିତି? ଏ ପ୍ରଶ୍ନ ସବୁ…
Author: Samikhsya Bureau
ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଛି। କେବଳ ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ଲୋକମାନେ ଲକ୍ଡାଉନ୍ ନିୟମ ଭାଙ୍ଗୁଥିବାରୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଲକ୍ଡାଉନ୍ ନିୟମ ନମାନି ବ୍ୟାଣ୍ଡ ବାଜାସହିତ ବାହା ହେବାକୁ ଯାଉଥିବା ବରକୁ ପୋଲିସ୍ ଉଠାଇ ନେଇଛି। ବର ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଏପରି ଏକ ଘଟଣା ମାଲଭାନି ଷ୍ଟେସନ ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ମାଲଭାନି ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ ବାହାରିଥିଲା। କିନ୍ତୁ ବରଯାତ୍ରୀମାନେ ସାମାଜିକ ଦୂରତା କୁ ଉଲ୍ଲଂଘନ କରିବା ସହିତ କେହି ବି ମୁହଁରେ ମାସ୍କ ପିନ୍ଧିନଥିଲେ। ସୋସିଆଲ ମିଡିଆରେ ଏହି ବରଯାତ୍ରୀଙ୍କ ଭିଡିଓ ଭାଇରାଲ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଖବର ଅନୁଯାୟୀ, ଜୁନ୍ ୧୨ରେ ଏକ ପରିବାର ବିବାହ ପାଇଁ ବ୍ୟାଣ୍ଡ…
ମଧ୍ୟପ୍ରଦେଶ : ଦେଶରେ ଅନଲକ୍ ୧.୦ ରେ କିଛି କଟକଣାକୁ କୋହଳ କରାଯାଇଛି। ଜୁନ୍ ୮ ତାରିଖରୁ ଭାରତର ବିଭିନ୍ନ ଅଞ୍ଚଳରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଗତକାଲିଠାରୁ ଭୋପାଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ କେତେଗୁଡିଏ କରୋନା ଗାଇଡଲାଇନ ଜାରି କରାଯାଇଛି। କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକଡାଉନ ହଟିବା ପରେ ଏବେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଛି। ହେଲେ ଏହିସବୁ ସ୍ଥାନରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ଉଚିତ। ମନ୍ଦିରରେ ଘଣ୍ଟି ନ ବଜାଇବା ଆଦି ନିୟମ ରଖାଯାଇଛି। ଏମିତି ସମୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଥିବା ପଶୁପତିନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲାଗିଛି ଯାହାକୁ ନ ଛୁଇଁଲେ ବି ଏହା ବାଜିବ। ଏଥିରେ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ବ୍ଲକ୍ ବଣୀଆଁବନ୍ଧରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ରେଢାଖୋଲ ବ୍ଲକ୍ ବଡବାହାଳ ରେଞ ଅଧିନସ୍ଥ ବଣିଆଁବନ୍ଧ ଗ୍ରାମରେ ୫ ଜଣ ମହୁଖାଇବା ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ହାବୁଡରେ ପଡିଯାଇଥିଲେ। ସେଇ ସମୟରେ ଭାଲୁଟି ୨ଜଣ ବ୍ୟକ୍ତିଙ୍କୁ ମାରି ଦେଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଆଉ ୨ ଜଣ ବ୍ୟକ୍ତି ଗଛ ଉପରକୁ ଚଢି ଜୀବନ ରକ୍ଷା କରିଥିବା ବେସରକାରୀ ସୂତ୍ରରୁ ପ୍ରକାଶ। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଦୁଇ ଜଣ ହେଲେ ଚେରୁ ମୁଣ୍ଡା(୫୮) ଏବଂ କୃଷ୍ନ ମୁଣ୍ଡା(୩୮) ବୋଲି ଜଣା ପଡିଛି। ଆହତ ବ୍ୟକ୍ତି ଜଣଙ୍କ ଆଶାଢୁ ମୁଣ୍ଡା(୩୬)। ଆହତ ଅଶାଢୁ ମୁଣ୍ଡା ଘୁଷୁରୁ ଘୁଷୁରି ଆସି ଜୀବନ ରକ୍ଷା କରିଥିବା ଜଣା ପଡିଛି। ଗଛ ଉପରେ ଚଢି ରହିଥିବା…
ପିଣ୍ଟୁ ବିଶୋୟୀ ବେଗୁନିଆପଡ଼ା: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ ଜଣ ଆହତ ହେବା ପରେ ବେଗୁନିଆପଡ଼ା ଫାଣ୍ଡିରେ ଦୁଇ ଜଣଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ୍ ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଗ୍ରାମର ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ କୁ ଯାଇ ଟଙ୍କା ଡିପୋଜିଟ୍ କରିବା ସମୟରେ କଥା କଟାକଟି ହେବା ସହ ହାତାହାତି ହୋଇଥିଲା। ପରେ ଉଭୟ ପକ୍ଷ ଗ୍ରାମକୁ ଫେରି ଆସିଥିଲେ। ଗତକାଲି ରାତିରେ ବୈଠକ ଚାଲିଥିବା ସମୟରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରି ଆହତ ହୋଇଥିଲେ। ଉଭୟ ପକ୍ଷରୁ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେବାପରେ ଏ ଏସ୍ ଆଇ ଶିଶିର ପ୍ରଧାନ ଘଟଣାର ତଦନ୍ତ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟ ରେ ଦଶମ ଥର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଜୁନ୍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ। ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ…
ଭୁବନେଶ୍ବର : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକପ୍ରକାଶ କରିଛନ୍ତି । ଜଣେ ସଫଳ ଯୁବ ଅଭିନେତା ଏତେ ଶୀଘ୍ର ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଟେଲିଭିନ ଓ ଫିଲ୍ମରେ ସେ ଅନେକ ସଫଳତା ସାଉଁଟିଛନ୍ତି । ତାଙ୍କ ବହୁ ସ୍ମରଣୀୟ ଅଭିନୟ ଅନେକଙ୍କୁ ପ୍ରେରଣା ଦେଇଛି । ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ନବୀନ । ଅଭିନେତା ସୁଶାନ୍ତ ରାଜପୁତଙ୍କ ହଠାତ୍ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ନବୀନ । ବହୁ ସିନେ ତାରକା, ରାଜନେତାମାନେ ସୁଶାନ୍ତଙ୍କ ମୃତ୍ୟୁରେ ଟୁଇଟ୍ କରି ଶୋକ ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ, ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ 34 ବର୍ଷ ବୟସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ…
ରାଜସ୍ଥାନ : ରାଜସ୍ଥାନରେ ସବାଈ ମାଧୋପୁରର ଏକ ବିବାହ ପରି ଖୁସି ଉତ୍ସବଟି ଦୁଃଖରେ ପରିଣତ ହୋଇଛି । ନବବିବାହିତା ବଧୂ ଜଣକ ରାସ୍ତାରେ ଗାଡି ଅଟକାଇ ନଦୀ ଭିତରକୁ ଡେଇଁପଡିଛନ୍ତି । ଏହା ଦେଖି ବର ସମେତ ବରର ଘର ଲୋକେ ହତଚକିତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ସବାଇ ମାଧୋପୁରର ଅଲ୍ଲାପୁର ଗ୍ରାମରେ ଧୁମ୍ଧାମ୍ରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ନିଜ ସ୍ବାମୀଙ୍କ ସହିତ ପ୍ରଥମ ଥର ପାଇଁ ଶାଶୁ ଘରକୁ ଯାଉଥିଲେ । ଯିବା ରାସ୍ତାରେ ଚମ୍ବଲ ନଦୀ ପୋଲ ଉପରେ ସେ ବାନ୍ତି କରିବା ପାଇଁ ଗାଡି ଅଟକାଇଥିଲେ । ଯୁବତୀ ଜଣକ ବାନ୍ତି କରିବା ପାଇଁ ଗାଡିରୁ ବାହାରି ହଠାତ୍ ସେ ପୋଲ ଉପରକୁ ଚଢି ନଦୀକୁ ଡେଇଁ ପଡିଥିଲେ । ଯୁବତୀଙ୍କର ହଠାତ୍ ଏପରି କାର୍ଯ୍ୟକୁ ଦେଖି କେହି କିଛି ବୁଝିପାରିନଥିଲେ । ଏହା…
ଢାକା : ସାରା ବିଶ୍ବରେ କରୋନା ସ୍ଥିତି ବେଶ୍ ଉଦବେଗଜନକ ରହିଛି । ପ୍ରାୟ 213ଟି ଦେଶରେ ଏହି ମହାମାରୀ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବାଂଲାଦେଶରେ ମଧ୍ୟ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ବାଂଲାଦେଶରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଧାର୍ମିକ ବ୍ୟାପାରର ମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବ ସହିତ ନିଃଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ ଅସୁବିଧା ଅନୁଭବ କରିଥିଲେ । ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ତାଙ୍କର ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ଏହା ପରେ ସେ କରୋନା ପଜିଟିଭ୍ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତ୍ୟୁ ବେଳକୁ ଅବଦୁଲ୍ଲାଙ୍କୁ 75ବର୍ଷ ବୟସ ହୋଇଥିଲା । ପୂର୍ବରୁ ଶନିବାର ଦିନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମହମ୍ମଦ ନାସିମ ମଧ୍ୟ…
କନ୍ଦର୍ପ ବେହେରା ରେଢାଖୋଲ-ଗ୍ରାମାଂଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାର ରାସ୍ତା, ପୋଖରୀ, ବନ୍ଧ , କଟା , ଖେଳପଡିଆ, ନଳକୁପ , ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଯୋଜନାରେ ଅନ୍ତର୍ଭୁକ୍ତ କରି ଗ୍ରାମ ବିକାଶ ଦିଗରେ ଅର୍ଥକୁ ବିନିଯୋଗ କରୁଛନ୍ତି । ହେଲେ ସେ ଟଙ୍କା ନା ହିତାଧିକାରୀ ପାଇ ପାରୁଛି ନା ଟଙ୍କା ଗାଁକୁ ପହଂଚି ଗ୍ରାମବିକାଶରେ ଲାଗୁଛି । ଯୋଜନା କେବଳ ଯୋଜନାରେ ରହିଯାଉଛି ଓ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏମାନଙ୍କ ପାଖରେ ଜନପ୍ରତିନିଧିମାନଙ୍କର ଦେଖାମିଳୁନାହିଁ । ନିର୍ବାଚନ ସମୟରେ ଭୋଟରଙ୍କୁ ଦେଇଥିବା ଇସ୍ତାହାର କେବଳ ଶସ୍ତାକ୍ଷର ହେବାକୁ ଲାଗୁଛି । ଏଭଳି ଏକ ଗ୍ରାମ ରହିଛି ଯାହାକି ସରକାରୀ ଯୋଜନା କଣ ସେଠାକାର ଲୋକମାନେ ଜାଣି ନାହାନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମପଂଚାୟତର ମାରୁଆଡିମୁଣ୍ଡା…
ଭୁବନେଶ୍ବର : ରାଜ୍ୟରେ ଆଉ 114 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ 30 ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 23, ଗଞ୍ଜାମରୁ 17, କଟକରୁ 11, ମୟୂରଭଞ୍ଜରୁ 10, ଗଜପତିରୁ8, ବରଗଡରୁ 5, ନୟାଗଡରୁ 4, ବଲାଙ୍ଗିରରୁ 3 ଜଣ ରହିଛନ୍ତି । ବାଲେଶ୍ବର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ 2708 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ 186ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଥିବାବେଳେ ଆଜି ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି । ସେହିପରି…
ମୁମ୍ବାଇ : ବଲିଉଡରୁ ପୁଣି ଏକ ଦୁଃଖଦ ଖବର ମିଳିଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। 34 ବର୍ଷ ବୟସରେ ଏହି ଅଭିନେତା ଜଣକ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବାର ଖବର ମିଳିଛି। ତେବେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ପର୍କରେ ଜଣାପଡିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଜୀ ଟିଭିର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ମାନବ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ସୁଶାନ୍ତ ସିଂହ ରାଜପୁତ୍ ବଲିଉଡ୍ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ସୁଶାନ୍ତ ଫିଲ୍ମ ‘କାଇ ପୋଚେ’ରୁ ବଲିଉଡ୍ କ୍ୟାରିଅର ଆରମ୍ଭ କରିଥିବାବେଳେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ପିକେ’, ‘ଧୋନୀ : ଦ ଅନ୍ଟୋଲ୍ଡ…
ଚେନ୍ନାଇ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏବେ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି ।ଚେନ୍ନାଇର ରାଜୀବ ଗାନ୍ଧି ଗର୍ଭର୍ଣ୍ଣମେଣ୍ଟ ଜେନେରାଲ୍ ହସ୍ପିଟାଲର 10 ଦିନ ଭିତରେ ପ୍ରାୟ 90 ଜଣ ଡାକ୍ତର ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନାରହିଛି । ତେବେ ଏହି ଡାକ୍ତରଙ୍କ ମଧ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ମାନେ ମଧ୍ୟ ସାମିଲ୍ ରହିଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ପ୍ରାୟ 300 ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇଛି । କରୋନା ଓ୍ବାର୍ଡ ପାଇଁ ହସ୍ପିଟାଲରେ ଆଉ 500 ଶଯ୍ୟା ପ୍ରସ୍ତୁତକରାଯାଉଛି । ସେହିପରି ରାଜ୍ୟର ସରକାରୀ ହସ୍ପିଟାଲରେ କରୋନା ଓ୍ବାର୍ଡରେ କାମ କରୁଥିବା ଡାକ୍ତର ଓ ନର୍ସମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ସୂଚନାଯୋଗ୍ୟ, ଦେଶରେ ଏବେ ସୁଦ୍ଧା ଏକ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 16ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14ଜଣ ହୋମ୍ କ୍ବାରେଣ୍ଟିନ୍ରେ ଥିବାବେଳେ 2ଟି ଲୋକାଲ୍ କେସ୍ ରହିଛି ବୋଲି ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ହୋମ୍ କ୍ବାରେଣ୍ଟାଇନ୍ରେ ଥିବା 14 ଜଣଙ୍କମଧ୍ୟରେ ପଟିଆ ଶ୍ରୀବିହାରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଜଣେ 31ବର୍ଷୀୟ ବ୍ୟକ୍ତିଙ୍କ ସମେତ 65 ବର୍ଷୀୟ ବୟସ୍କ ସହ 58 ବର୍ଷୀୟ ମହିଳା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡିଛି । ଜୟଦେବ ବିହାରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ 71ବର୍ଷୀୟ ମହିଳାଙ୍କ ସହ ଜଣେ 71 ବର୍ଷୀୟ ପୁରୁଷ ରହିଛନ୍ତି। ଆମେରିକାରୁ ଫେରିଥିବାର ଜଣାପଡିଛି । ଏମାନେ ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ସେହିପରି ଚାରି ନମ୍ବର ଶାସ୍ତ୍ରୀ ନଗରରୁ ଦୁଇ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଆଜି ରାଜ୍ୟରୁ 186 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 7 ଜଣ ଫେରିଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ, ତେଲେଙ୍ଗାନାରୁ ଜଣେ ଫେରିଛନ୍ତି । ସେହିପରି ଗୁଜୁରାଟ ଓ ହରିୟାଣାରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତ ଟିଏମ୍ସିରେ ରହିଥିଲେ ବୋଲି ସୂଚନା ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିରିଡିରୁ 7 ଜଣ ରହିଛନ୍ତି । ସେହିପରି ରଘୁନାଥପୁରରୁ 2 ଜଣ ଓ ନୂଆଗାଁରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ କିମସ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା ଆରମ୍ଭ କରାଯାଇଛି।…
ତେଲେଙ୍ଗାନା : ତେଲେଙ୍ଗାନାର ସାଙ୍ଗାରେଡ୍ଡିଠାରେ ଜଣେ କରୋନା ପଜିଟିଭ୍ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅନ୍ତିମ ସଂସ୍କାରରେ ସାମିଲ୍ ହୋଇଥିବା 25 ଜଣ ଲୋକଙ୍କ ମଧ୍ୟରୁ 19 ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଛି । ଏହି ସମସ୍ତେ ଜୁନ୍10 ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦଠାରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହୋଇଥିଲେ । କରୋନା ଲକ୍ଷଣ ଦେଖାଯିବା ପରେ ଏହି ସମସ୍ତ ଲୋକଙ୍କ ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ 19 ଜଣଙ୍କ ଠାରେ କରୋନା ପଜିଟିଭ୍ ଆସିବାର ସୂଚନା ରହିଛି । ଏହି ସମସ୍ତଙ୍କୁ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା । 55 ବର୍ଷୀୟା ଏହି…
ଗଞ୍ଜାମ: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ୧୪ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ ବୋଲି ସୂଚନା ରହିଛି। ତେବେ ଏହି ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ। ତେବେ ବସ୍, କାର ଓ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଏହି ସମୟରେ କେହି ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ତେବେ ଶନି ଓ ରବିବାର ପୂର୍ବବତ୍ ସଟ୍ଡାଉନ ଜାରି ରହିବ। ସେହିପରି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଆଜି ଜିଲ୍ଲାରୁ ଆଉ ଜଣକଙ୍କ କରୋନା…
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ମୃତକଙ୍କ ବୟସ 50ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ଷଷ୍ଠ ମୃତ୍ୟୁ ।ମୃତକଙ୍କ ଜଣକ କରୋନାରେ ଆକ୍ରାନ୍ତ ହେବା ସହିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କ ଠାରେ ଡାୟବେଟିସ୍ ଓ ହାଇପରଟେନସନ୍ ଓ କିଡ୍ନୀ ସମସ୍ୟା ମଧ୍ୟ ରହିଥିଲା । ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଥିଲା । ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ହୋଇଛି । କଟକରୁ…
ଭୁବନେଶ୍ବର : ଆଜି ରାଜ୍ୟରେ 186 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20ଟିଜିଲ୍ଲାରୁ ଆଜି ମୋଟ୍ 186 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ 22 ଆକ୍ରାନ୍ତ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 21, ବରଗଡଓ କଳାହାଣ୍ଡିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଜପତିର 15, ମୟୂରଭଞ୍ଜରୁ 13, କଟକଓ ଯାଜପୁରରୁ 12 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁର ଓ କେନ୍ଦୁଝରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ଗଞ୍ଜାମରୁ 4, ସୁନ୍ଦରଗଡରୁ 3, ଢେଙ୍କାନାଳ, ଝାରସୁଗୁଡା ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା, ଭଦ୍ରକ, ଅନୁଗୁଳ, ମାଲ୍କାନଗରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ 186 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା13 ଜଣ ଏନଡିଆର୍ଏଫ୍/ ଓଡ୍ରାଫ୍/ ଅଗ୍ନିଶମ କର୍ମଚାରୀ ରହିଛନ୍ତି । …
ଭୁବନେଶ୍ବର : ରାଜ୍ୟରେ ଆଜି 186 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 171ଜଣ ଚିହ୍ନଟ ହୋଇଥିବାବେଳେ 15ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3,909କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1301 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 2594। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 10ଜଣ । ସେହିପରି3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । ଆଜି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9 ହଜାର ଟପିଛି । ଦେଶଣେ କରୋନା ମୃତ୍ୟୁ ସଂଖ୍ୟା 9 ହଜାର 195କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 20 ହଜାର 922ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ 24ଘଣ୍ଟାରେ ସର୍ବାଧିକ 11 ହଜାର 929 ଆକ୍ରାନ୍ତ ହୋଇଥିବାବେଳେ 311ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 1 ଲକ୍ଷ 49 ହଜାର 348 ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 62 ହଜାର 379 ଜଣ । ମହାରାଷ୍ଟ୍ରରେ 1 ଲକ୍ଷ 4 ହଜାର 568 ଜଣ ଆକ୍ରାନ୍ତ ରହିଥିବାବେଳେ 3ହଜାର830ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା…

