ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକେନ୍ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସହିତ କେଜ୍ରିଓ୍ବାଲ ଖେଳୁଛନ୍ତି ବୋଲି ମାକେନ୍ ଅଭିଯୋଗ କରିଛନ୍ତି । ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଟେଷ୍ଟିଂ କମ୍ କରି ଦିଆଯାଇଛି । ବର୍ତ୍ତମାନ ଦୈନିକ 4000 ଟେଷ୍ଟିଂ କରାଯାଉଥିବା ବେଳେ ପୂର୍ବରୁ 29 ମେ ରେ ସର୍ବାଧିକ 7649 ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସରକାର ବିଜ୍ଞାପନରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ହସ୍ପିଟାଲରେ ଜାଗା ନପାଇ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ବୋଲି ମାକେନ୍ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 27564 ରହିଛି । (ଏଜେନ୍ସି)
Author: Samikhsya Bureau
ମୁମ୍ବାଇ : ପ୍ରବାସୀ ଶ୍ରମିକଙ୍କ ଘରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କୁ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଛି । ଶିବସେନାର ମୁଖପତ୍ର ସାମ୍ନାରେ ସଞ୍ଜୟ ରାଉତ ସୋନୁଙ୍କୁ ସମାଲୋଚନା କରିଛନ୍ତି । ସୋନୁ ଜଣେ ଭଲ ଅଭିନେତା ଏବଂ ବର୍ତ୍ତମାନ ସେ କରୁଥିବା କାମ ମଧ୍ୟ ପ୍ରଶଂସନୀୟ ମାତ୍ର ଏହା ପଛରେ ଏକ ରାଜନୈତିକ ଅଭିସନ୍ଧି ରହିଥିବା ନଜର ଆସୁଛି ବୋଲି ସଞ୍ଜୟ ଲେଖିଛନ୍ତି । ଲକ୍ଡାଉନ୍ ସମୟରେ ସୋନୁ ମହାତ୍ମା ନାମକ ଜନୈକ ମହାନ ବ୍ୟକ୍ତି ସାଧାରଣ ଜନତାଙ୍କ ସହାୟତା ପାଇଁ ଆସିଗଲେ ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ । ତେବେ ଶିବସେନାର ଏହି ପ୍ରୟାସକୁ ସୋସିଆଲ୍ ମିଡିଆରେ ସମାଲୋଚନା କରାଯାଇଛି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ମଦ କାରଣରରୁ ଅନେକ ସ୍ଥାନରେ ସାମାଜିକ ବିଶୃଙ୍ଖଳା ଦେଖା ଦେଉଛି ତ କେଉଁଠି ପାରିବାରିକ ଝଗଡା । ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଢାଖୋଲରେ । ରେଢାଖୋଲର ଲୁହାପଙ୍କ ଗ୍ରାମରେ ଏକ ଅଭବାନୀୟ ଘଟଣା ଘଟିଛି । ମଦ ନିଶାରେ ଚୁର ପୁଅ ନିଜ ଘରେ ନିଆଁ ଲଗାଇ କେଉଁ ଆଡେ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ । ଶନିବାର ସନ୍ଧ୍ୟାରେ ଗ୍ରାମର ବଲ୍ଲଭ ପ୍ରଧାନଙ୍କ ପୁଅ ବନ୍ଧୁଆ ପ୍ରଧାନ (୩୩) ଅତ୍ୟଧିକ ମଦ୍ୟପାନ କରି ବାପା ମାଙ୍କୁ ଗାଳି ଗୁଲଜ ଦେବା ସହ , ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଛି । ଘରେ ନିଆଁ ଲାଗିବା ପରେ ସୌଭାଗ୍ୟ ବଶତଃ ବାପା ମା ଘର ଭିତରୁ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ।…
ଭୁବନେଶ୍ବର : ରାଜ୍ୟରେ ଆଉ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 178 ଜଣ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1894ରେ ପହଞ୍ଚିଛି । ଆଜି ସକାଳୁ 75 ଜଣ ଆକ୍ରାନ୍ତ ହୋଇଥିବା ବେଳେ 178 ଜଣ ସୁସ୍ଥ ହେବା ରାଜ୍ୟ ପାଇଁ ଖୁସି ଖବର । ଏହା ସହିତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 39 ଜଣ ଆକ୍ରାନ୍ତ ରହିଥିବା ବେଳେ ଗଜପତିରୁ 23 ଜଣ ଆକ୍ରାନ୍ତ ରହିଛନ୍ତି । ନୂଆପଡାରୁ 22, ଭଦ୍ରକରୁ 17, ନୟାଗଡରୁ 15, ଗଞ୍ଜାମରୁ 14, କେନ୍ଦ୍ରାପଡାରୁ 10 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କନ୍ଧମାଳରୁ 9 ଜଣ ଲେଖାଏଁ, ସୁନ୍ଦରଗଡରୁ 6 ବାଲେଶ୍ବରରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି ।…
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଏହି ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ସ୍କୁଲ ଏବଂ କଲେଜ ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖୋଲିବାକୁ ଯାଉଛି । ଜୁଲାଇ ପରଠାରୁ 33 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଆସିବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ 16 ତାରିଖରୁ ସ୍କୁଲ ବନ୍ଦ କରାଯାଇଥିବା ବେଳେ 33 କୋଟି ଛାତ୍ରଛାତ୍ରୀ ପାଠପଢା ଅପେକ୍ଷାରେ ରହିଛନ୍ତି । ସେହିପରି ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ମାନଙ୍କରେ ସାମାଜିକ ଦୂରତ୍ବ ପାଳନ କରି ଜୁଲାଇ ପରଠୁ ପାଠପଢା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି…
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଆଜି ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସିଂରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ପ୍ରସ୍ତାବରେ ମୋହର ମରାଯାଇଛି। ଏହି ବୈଠକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ଗୋଟିଏ ମାତ୍ର ପ୍ରସ୍ତାବ ପାରିତ ହୋଇଛି। ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସାଢ ଚାରିକୋଟି ଓଡ଼ିଆଙ୍କ ପାଇଁ ଆଜି ଐତିହାସିକ ଦିବସ। ଓଡ଼ିଆ ଜାତିର ବହୁ ଦିନର ଦାବି ଆଜି ପୂରଣ ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ସମ୍ପୂର୍ଣ୍ଣ ବନ୍ଦେ ଉତ୍କଳ ଜନନୀକୁ…
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଦୁଇଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଜୁନ୍ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୪୮ ଘଣ୍ଟିଆ ସଟ୍ଡାଉନକୁ କଡାକଡି କରିବା ପାଇଁ ପୋଲିସ୍ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡ଼ା ପଞ୍ଚାୟତରେ ମତ୍ସ୍ୟଜୀବୀମାନେ ଏହି ନିୟମ ମାନୁ ନଥିବା ଦେଖିବାକୁ ମିଳିଛି। ଏପରିକି ମତ୍ସ୍ୟଜୀବୀମାନେ ମାଛ ଧରି ଆଣି କୂଳରେ ବ୍ୟବସାୟ କରୁ ଥିବା ବେଳେ ସାଧାରଣ ଖାଉଟି ଓ ମାଛ ବ୍ୟବସାୟୀଙ୍କର ଭିଡ଼ ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟଜୀବୀ ସରକାରଙ୍କ ଘୋଷଣାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ମଧ୍ୟ ଏଠାରେ ଭିଡ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଏଠାରେ ବେପାର ଚାଲିଥିବାର ଦେଖାଯାଇଥିଲା। ଏଠାରେ ମତ୍ସ୍ୟଜୀବୀ, ମାଛ ବେପାରୀ…
ନୋଏଡା: ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଛି। ବହୁ ସମୟ ଧରି ସେ ଗୋଟେ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲର ଚକ୍କର କାଟିଥିବାବେଳେ ଆମ୍ବୁଲାନ୍ସ ଭିତରେ ତାଙ୍କର ମୃତ୍ୟୁ ହୋଇଛି। ନୋଏଡାର ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡିକ ମହିଳାଙ୍କ ଚିକିତ୍ସା ଲାଗି ମନା କରିଥିବାବେଳେ ମହିଳାଙ୍କର ଆମ୍ବୁଲାନ୍ସରେ ହିଁ ଜୀବନ ଚାଲିଯାଇଛି। ମହିଳା ଜଣକ ଗାଜିଆବାଦ ବାସିନ୍ଦା ହୋଇଥିବାବେଳେ ସେ ନିଃଶ୍ବାସ ନେବା ପାଇଁ କଷ୍ଟ ଅନୁଭବ କରୁଥିଲେ। ସେ ପ୍ରଥମେ ଇଏସ୍ଆଇ ହସ୍ପିଟାଲ ଯାଇଥିଲେ। ଏହି ହସ୍ପିଟାଲ ତାଙ୍କୁ ଜିଲ୍ଲା ହସ୍ପିଟାଲ ରେଫର୍ କରିଥିଲେ। ପରେ ଜିଲ୍ଲା ହସ୍ପିଟାଲରୁ ଶାରଦା ହସ୍ପିଟାଲକୁ ଯାଇଥିଲେ।…
ଭୁବନେଶ୍ବର : ଭୁବନେଶ୍ବରର ଚିହ୍ନଟ 2 ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ପଟିଆର ଗୋଟିଏ ପରିବାରର ଏହି ଦୁହେଁ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 8 ବର୍ଷୀୟ ଝିଅ ରହିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଦୁହେଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ଦୁହେଁ ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ, ଦିଲ୍ଳୀରୁ ଫେରିଥିଲେ ବୋଲି ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 88କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଆକ୍ଟିଭ୍ କେସ୍ 34 ଥିବାବେଳେ ସୁସ୍ଥ ହୋଇଛନ୍ତି 51 ଓ ମୃତ୍ୟୁବରଣ କରିଛନ୍ତି ତିନି ଜଣ ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁରର ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଦୁହେଁ ବାହାର ରାଜ୍ୟ ଫେରନ୍ତା ହୋଇଥିବାବେଳେ ଟିଏମ୍ସିରେ ରହିଥିଲେ ବୋଲି ସୂଚନା ରହିଛି। ଆଜି ଜଗତସିଂହପୁର ଜିଲ୍ଲାରୁ ବାହାରିଥିବା ପଜିଟିଭ୍ଙ୍କ ମଧ୍ୟରେ ଜଣେ ଏରସମା ବ୍ଲକର ଅନ୍ୟଜଣେ କୁଜଙ୍ଗ ବ୍ଲକର ବୋଲି ସୂଚନା ରହିଛି। ଉକ୍ତ ୨ଜଣ ଆକ୍ରାନ୍ତ ଗୁଜୁରାଟ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନୂତନ ଦୁଇ ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି। ସେହିପରି ଜିଲ୍ଲାରେ ୪୦ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହେଲେଣି ୪୯ଜଣ।
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲାପାଳ । 18 ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପୁରୁଷ ଥିବାବେଳେ ତିନି ଜଣ ମହିଳା ଥିଲେ । ରାଉରକେଲା ସରକାରୀ ହସ୍ପିଟାଲର 2 ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରିପୋର୍ଟ ପଜିଟିଭ୍ ମିଳବା ପରେ ଦୁଇ ଡାକ୍ତର କ୍ବାରେଣ୍ଟିନ୍ରେ ରହିଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲ ସାନିଟାଇଜ୍ କାର୍ଯ୍ୟ କରାଯାଇଛି । ରାଉରକେଲା ସ୍ପେଶାଲ୍ ଜେଲ୍ କ୍ବାରେଣ୍ଟିନ୍ କେନ୍ଦ୍ରର 6 ଅନ୍ତେବାସୀ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରାଜ୍ୟରେ ଆଜି 75 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ।
ଭୁବନେଶ୍ବର : ଆଜି 16ଟି ଜିଲ୍ଲାରୁ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ଚତୁର୍ଥ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ 18 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 7, କଟକ ଓ ବଲାଙ୍ଗିରରୁ 5, ନୟାଗଡରୁ 4 ଜଣ ଚିହ୍ନଟ ହୋଇଛନ୍ତି । ସୋନପୁର ଓ କେନ୍ଦ୍ରାପଡାରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କୋରାପୁଟରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଞ୍ଜାମ, ପୁରୀ, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 598 396 198…
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ମୃତକଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ଚତୁର୍ଥ ମୃତ୍ୟୁ । ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଜି 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଏହି ନୂତନ ଆକାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ 18ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 7ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଓ କଟକରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୋନପୁର, କେନ୍ଦ୍ରାପଡାରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ଚାରିଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, କୋରାପୁଟରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୁରୀ, ନୂଆପଡା, କେଉଁଝର, ଗଞ୍ଜାମ ଆଦିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା 75 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ 72 ଜଣ ଚିହ୍ନଟ ହୋଇଥିବାବେଳେ ତିନୋଟି ଲୋକାଲ୍ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ…
ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 9,971ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 287ଜଣ ଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେହିପରି ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 46 ହଜାର628କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 6,929ରେ ପହଞ୍ଚିଛି । ଦେଶରେ 1ଲକ୍ଷ 20 ହଜାର 406ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 19 ହଜାର 293ଜଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 82,968ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,969କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ 1,219ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 271ଜଣ, ମଧ୍ୟପ୍ରଦେଶରେ 399, ପଶ୍ଚିମବଙ୍ଗରେ 383, ଉତ୍ତରପ୍ରଦେଶ 257, ତାମିଲନାଡୁରେ 251, ରାଜସ୍ଥାନରେ 231,…
କେଦାର ମିଶ୍ର କରୋନା ଭୂତାଣୁର ମାରକ ଗୁଣ ନାହିଁ ବୋଲି ଆମେ କହିପାରିବା ନାହିଁ। ହେଲେ ଅନ୍ୟାନ୍ୟ ମହାମାରୀ ତୁଳନାରେ ଏହାର ମାରକ ଗୁଣ ନିଶ୍ଚିତ ଭାବରେ କମ। ଯଦିଓ ଏହି ଭୂତାଣୁର ନିରାକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟୀକା ଏଯାଏ ବାହାରି ନାହିଁ, ତଥାପି ଏଥିରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସାରା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସନ୍ଧ୍ୟା ସୁଦ୍ଧା ୬୮, ୭୯,୫୦୨ ଥିବା ବେଳେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଥିଲା ୩୩,୭୧, ୨୧୯ ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୩, ୯୮,୭୩୭। ଏଥିରୁ ସ୍ପଷ୍ଟ ଯେ ପ୍ରାୟ ୫୦ ଭାଗ ଲୋକ ଆରୋଗ୍ୟ ଲାଭ କରି ସାରିଲେଣି। ମୋଟ ଆକ୍ରାନ୍ତ ୩୧, ୦୯, ୫୪୬ ଙ୍କ ଭିତରୁ ବର୍ତ୍ତମାନ ମାତ୍ର ୨% ଲୋକ ଭେଣ୍ଟିଲେଟରରେ ରହିଛନ୍ତି। ବାକି ୩୦ ଲକ୍ଷ ୫୫ ହଜାର…
ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍ ଡାଉନ୍ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ । ପେଟ ଭୋକ ପାଇଁ ଜଣେ ମା’ ତା’ ମାତୃତ୍ବର ମଧ୍ୟ ବଳି ଚଢାଉ ଦେଉଛି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଠାରେ 7ଦିନ ବଦଳରେ 14 ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍ରେ ରଖାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲାର ସବୁ ବ୍ଲକ୍ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟିଏମ୍ସିରେ 7 ଦିନ ରହି ଘରକୁ ଯିବା ପରେ ପଜିଟିଭ୍ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଏହାସହ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି। ତୁରନ୍ତ କ୍ବାରେଣ୍ଟିନ୍ ବୃଦ୍ଧି ସମୟ ଲାଗୁ ନେଇ ବିଡିଓମାନଙ୍କୁ ଜିଲ୍ଲାପାଳ ଚିଠି ଦେଇଛନ୍ତି । ସେହିପରି 14 ଦିନ କ୍ବାରେଣ୍ଟିନ୍ ପରେ 7 ଦିନ ଯାଏଁ ମଧ୍ୟ ଘରେ ସର୍ଭେଲାନ୍ସରେ ରହିବେ…
ବାରିପଦା : ରାଜ୍ୟରେ ହାତୀ ଉପଦ୍ରବ ଦେଖାଦେଇଛି । ନିକଟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ତିନିରୁ ଉର୍ଦ୍ଧ୍ବ ଜୀବନ ନେଇଥିବାବେଳେ ଆଜି ପୁଣି ଏକ ବୃଦ୍ଧଙ୍କୁ ଦଳି ମାରିଛି ହାତୀ। ମିଳିଥିବା ସୂଚନା ଅନୁସାରେ ରାସଗୋବିନ୍ଦପୁର ରେଞ୍ଜ କୁକୁଡାଖଣ୍ଡି ଗାଁରେ ହାତୀ ଆକ୍ରମଣ କରିଛି । ଶୌଚ ହେବାକୁ ଯିବାବେଳେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବାର ସୂଚନା ରହିଛି । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

