Kolkata: A fruit market reopens in Kolkata on the first day of the fifth phase of the nationwide lockdown imposed to mitigate the spread of coronavirus, on June 1, 2020. (Photo: Kuntal Chakrabarty/IANS)
Author: Samikhsya Bureau
ରାଉରକେଲା : ବ୍ରାହ୍ମଣୀ ନଦୀରେ ଭାସିଯାଇଛି ଚାରି ବର୍ଷର କୁନିଝିଅ । ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର୍ ନିକଟରେ ଏପରି ଏକ ଅଭାବନୀୟ ଘଟଣାଘଟିଛି । ଆଈ ସହ କାଠପୋଲରେ ନଦୀ ପାର୍ ବେଳେ ଭାସିଗଲା ଚାରିବର୍ଷର ଝିଅ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗ୍ରାମରେ ଜଣେ ବୃଦ୍ଧା ତାଙ୍କର ଦୁଇ ନାତି ନାତୁଣୀଙ୍କୁ ଧରି ଟିମଜୋର ଆସିଥିଲେ । ସେମାନେ କାଠ ପୋଲ ଦେଇ ଫେରୁଥିବାବେଳେ ହଠାତ୍ ଏକ ସ୍ଥାନରୁ କାଠ ଖସି ପଡିଥିଲା । ଫଳରେ ତିନିଜଣ ଯାକ ନଦୀରେ ପଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ବୃଦ୍ଧା ଓ ନାତି ଉଦ୍ଧାର ହୋଇଥିବାବେଳେ କନ୍ୟାଟି ଭାସି ଯାଇଥିବାର ସୂଚନା ରହିଛି ।
Bengaluru: Bengaluru’s Sri Vatal Nagaraj Road witnesses masive traffic jam on the first day of the fifth phase of the nationwide lockdown imposed to mitigate the spread of coronavirus, on June 1, 2020. (Photo: IANS)
Chennai: Hairdressers busy giving hair cut to the customers after salons across Chennai reopened on the first day of the fifth phase of the nationwide lockdown imposed to mitigate the spread of coronavirus, on June 1, 2020. (Photo: IANS)
ଝାରସୁଗୁଡା : ଝାରସୁଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଗୋଟିଏ ପରିବାରର 5 ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ ପୁଅ ଦୁଇ ବର୍ଷ ହେବ ଘରେ ଶଯ୍ୟାଶାୟୀ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ଭାଙ୍ଗିପଡିଥିଲେ ପରିବାରର 5 ଜଣ ସଦସ୍ୟ । ଆତ୍ମହତ୍ୟାର ନିଷ୍ପତ୍ତି ନେଇ ମା’, ତିନିଝିଅ ଓ ଜଣେ ପୁଅ ଫିନାଇଲ୍ ପିଇ ଦେଇଥିଲେ । ପୁଅର ମୃତ୍ୟୁରେ ମୃତ୍ୟୁରେ ମ୍ରିୟମାଣ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି ।
ତାମିଲନାଡୁ : ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଲକ୍ଡାଉନ୍ କଟକଣାରେ ଅନେକ କୋହଳ କରାଯାଇଛି। ଜୁନ୍ 1ତାରିଖରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେଠାରେ ଚୁଟି କାଟିବାକୁ ଆଧାର କାର୍ଡ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ତାମିଲନାଡୁ ସରକାର ଏନେଇ ସେଲୁନ୍ ପାଇଁ ଏସ୍ଓପି ଜାରି କରିଛନ୍ତି। ତାମିଲନାଡୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସ୍ଓପି ଅନୁସାରେ ଯଦି ଆପଣ କେଶ କାଟିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡିବ । ସେଲୁନ୍ ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା, ଫୋନ୍ ନମ୍ବର ଓ ଆଧାର କାର୍ଡ ନମ୍ବର ସଂଗ୍ରହ କରିବେ। ଯଦି ଏପରି କେହି ନ କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦ୍ବ୍ୟତୀତ ଜାରି ହୋଇଥିବା ଏସ୍ଓପି ଅନୁସାରେ ସେଲୁନ୍ ମାନେ 50 ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ସେଲୁନ୍…
ଉମରେକାଟ : ପୁଅକୁ ପିଟି ପିଟି ମାରିଦେଇଛି ବାପା । 22 ବର୍ଷୀୟ ପୁଅକୁ ପିଟି ପିଟି ମାରିଦେଇଛନ୍ତି ନିଷ୍ଠୁର ବାପା । ରାଇଘର ଥାନା ସରଗୁଲି ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ରାଇଘର ଥାନା ଅନ୍ତର୍ଗତ ସରଗୁଲି ଗ୍ରାମ ପାଖ କୁମୁଲି ଛକରେ ଏହି ଅଘଟଣ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବାବେଳେ ପୋଲିସ୍ ତନାଘନା ଆରମ୍ଭ କରିଛି । ବାପା ପିଟି ପିଟି ମାରିଥିବା ନେଇ ଅଭିଯୋଗ କଲେ ଅନ୍ୟ ଚାରି ପୁଅ । ଅଭିଯୁକ୍ତ ପ୍ରାୟ 10 ବର୍ଷ ତଳେ ସ୍ତ୍ରୀକୁ ହତ୍ୟା କରି ଜେଲ୍ ଯାଇଥିଲା । ପରେ ଦ୍ବିତୀୟ ବିବାହ କରି କୁମୁଲି ଛକରେ ଅଭିଯୁକ୍ତ ରହୁଥିଲେ ବୋଲି ସୂଚନା ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ନୂତନ 141 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି 18ଟି ଜିଲ୍ଲାରୁ 141 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 27ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 26 ଜଣ,ନୂଆପଡାରୁ 19 ଜଣ, କେନ୍ଦ୍ରାପଡାରୁ 13, ଯାଜପୁରରୁ 10, ସୁନ୍ଦରଗଡରୁ 8, ବଲାଙ୍ଗିରରୁ 7, କଟକରୁ 6, ପୁରୀରୁ 5, ଜଗତସିଂହପୁର, ଗଜପତି, କେନ୍ଦୁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡ, ଅନୁଗୁଳ, ସମ୍ବଲପୁର ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 31 ଜଣ ଲୋକାଲ୍ କେସ୍ ରହିଛି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟରୋଗ) ଗଞ୍ଜାମ…
ଭୁବନେଶ୍ବର : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ 141 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଏବେ ରାଜ୍ୟରେ 2245 ଛୁଇଁଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୂତନ 141 କରୋନା ଆକ୍ରାନ୍ତ ମଧ୍ୟରୁ 110 ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ 31 ଜଣ ସ୍ଥାନୀୟ ଲୋକ। ରାଜ୍ୟରେ ଏବେସୁଦ୍ଧା 991 ଜଣ ଚିକିତ୍ସାଧୀନ ଥିବାବେଳେ 1245ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 7 ରହିଥିବାବେଳେ ଦୁଇଜଣ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।
ନୂଆଦିଲ୍ଲୀ: ମହାମାରୀ କରୋନା ବିଶ୍ବରେ କାୟା ମେଲାଇଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଗତ 24 ଘଣ୍ଟାରେ 8ହଜାର ରୁ ଅଧିକ ମାମଲା ସାମନାକୁ ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 98 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର 5 ଶହ ପାର ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8171 ନୂତନ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 204ଜଣଙ୍କର ମୃତ୍ୟୁଘଟିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 98 ହଜାର 706ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା 5 ହଜାର 598 କୁ ବୃଦ୍ଧି ହୋଇଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 95,…
ଢେଙ୍କାନାଳ : ବୋଲେରୋ ଭିତରୁ ମୃତଦେହ ଠାବ ହୋଇଛି । ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଘରଡ଼କାଟେଣା ପାଖରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସୂଚନାକ୍ରମେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାରଇଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଦୁର୍ଘଟଣା ପରେ ମେଟିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ଏପରି ଘଟିଥିବା କୁହାଯାଉଛି । ଅନ୍ୟପଟରେ ବୋଲୋରେଟି ପମ୍ପଚର୍ ହୋଇପଡିଛି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ ।
ଆର୍ମେନିଆ: ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଏହି ଭୟାନକ ମହାମାରୀରେ ଆର୍ମେନିଆର ପ୍ରଧାନମନ୍ତ୍ରୀ ସଂକ୍ରମିତ ହୋଇଛନ୍ତି । ଡାକ୍ତରୀ ଯାଞ୍ଚ ପରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ଆଇସୋଲେସନ୍ କରାଯିବା ନେଇ ଘୋଷଣା କରାଯାଇଛି। ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ପୂରା ପରିବାର କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ପ୍ରଧାନମନ୍ତ୍ରୀ ନିକୋଲ୍ ପାସିନିୟନ୍ଙ୍କ ସମେତ ତାଙ୍କ ପୂରା ପରିବାରକୁ ଆଇସୋଲେସନ୍ରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନିକୋଲ୍ଙ୍କଠାର କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳିନାହିଁ । ପୂର୍ବରୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ଆର୍ମେନିଆ ପ୍ରଧାନମନ୍ତ୍ରୀ ଏବେ ଆଇସୋଲେସନ୍ରେ ରହିବା ସହିତ ପ୍ରଧାନମନ୍ତ୍ରୀ ଆବାସରୁ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ଅନେକଙ୍କୁ ଏବେ ପରୀକ୍ଷା କରାଯାଉଛି। ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ କରୋନାରେ ସଂକ୍ରମିତ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା 3 ଲକ୍ଷ 77 ହଜାରକୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 63 ଲକ୍ଷ 62 ହଜାର । ବିଶ୍ବରେ କରୋନା ଜନିତ 75 ପ୍ରତିଶତ ମାମଲା କେବଳ 13ଟି ଦେଶରୁ ଆସିଛି । ଏହି ସମସ୍ତ ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 47.65 ଲକ୍ଷ ରହିଛି । କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ୫୯ ହଜାର ୩୨୩ରେ ପହଞ୍ଚିଛି । ସେହିପରି ମୋଟ 1 ଲକ୍ଷ 6 ହଜାର 925 ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲ୍ରେ ମଧ୍ୟ ଦ୍ରୁତ…
କେଦାର ମିଶ୍ର କେନ୍ଦ୍ର ସରକାର ସାରା ଦେଶରେ ଯେଉଁ ଲକ ଡାଉନ ଘୋଷଣା କରିଛନ୍ତି, ସେଥିରେ ମୂଳ ଆଧାର ହେଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଓ ମହାମାରୀ ଆଇନ। ସେହି ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଲକ ଡାଉନ ସମ୍ପର୍କରେ ଆଦେଶନାମା ଜାରି କରିଛନ୍ତି। ତେବେ ଜୁନ ୧ ରୁ ୩୦ ତାରିଖ ଭିତରେ ଲକ ଡାଉନକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ସେହି ଅନୁସାରେ ଲକ ଡାଉନର କଟକଣାକୁ କୋହଳ କରିବା ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସବୁ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ଲକ ଆଉଟ ନିୟମକୁ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି ଜୁନ ମାସରେ ଲକ ଡାଉନ ନିୟମକୁ ଅଧିକ କଠୋର କରିଛନ୍ତି। ଗତ ତିନିମାସ ହେଲା ଓଡିଶାର ଜନଜୀବନକୁ ଏକ ପ୍ରକାର ଠପ କରି ରଖିଥିବା ଲକ ଡାଉନକୁ କୋହଳ କରିବାକୁ…
ନୂଆଦିଲ୍ଲୀ, ଆଜିଠାରୁ ଓଡ଼ିଶା, ସିକ୍କିମ ଓ ମିଜୋରାମ, ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା (IM-PDS) ଯୋଜନାରେ ସାମିଲ ହେଲା। ଏହି ଘୋଷଣା କରିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଜରିଆରେ ପଡିକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ। ତେବେ ସେମାନଙ୍କ ରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ। ଏ ପର୍ଯ୍ୟନ୍ତ ଏହି ସୁବିଧା 17ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମେ ମାସ ଲକ୍ଡ଼ାଉନ୍ର ଅବଧି ଶେଷ ପରେ ରାଜ୍ୟ ସରକାର ଜୁନ୍ ମାସ ପାଇଁ ନୂତନ ଗାଇଡ଼୍ଲାଇନ୍ ଜାରି କରିଛନ୍ତି । ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲା ସହ ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ଥିବାରୁ ଏଠାରେ ଏକ ନୂତନ କଟକଣା ଲାଗୁ ହୋଇଛି । ଜୁନ୍ ମାସର ପ୍ରତ୍ୟେକ ସପ୍ତାହର ଶନିବାର ରବିବାର ଦୁଇଦିନ ଅର୍ଥାତ୍ ୪୮ ଘଣ୍ଟା ସଂପୂର୍ଣ୍ଣ ସଟ୍ଡ଼ାଉନ୍ ରୂପେ ଘୋଷଣା କରାଯାଇଛି । ଦିନକୁ ଦିନ ସଂକ୍ରମଣର ସଂଖ୍ୟା ବଢ଼ୁଥିବା ତଥା ଲୋକ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହିକ୍ରମରେ ବ୍ରହ୍ମପୁର ମହାନଗର ନିଗମରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ସନ୍ଧ୍ୟା ୭ରେ ଖୋଲୁଥିବାବେଳେ ଅନ୍ୟ ଦୋକାନଗୁଡ଼ିକ ଦିନ ୧ ରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କ ସମ୍ମୁଖରେ ଫିକାପଡିଲା ମାତୃତ୍ବ । ନିଜର ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହାୟତାରେ ନିଜ ପୁଅକୁ ହତ୍ୟା କରିଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । 5 ବର୍ଷର ପୁଅ ରହିଥିବା ବେଳେ 12 ବର୍ଷର ପୁଅକୁ ପ୍ରେମିକ ସହିତ ମିଶି ହତ୍ୟା କରିଛନ୍ତି ମହିଳା । ବିହାରର ଗୋପାଳଗଞ୍ଜରେ ଏହି ଭୟାନକ ଘଟଣା ଘଟିଛି । ଲକ୍ଡାଉନ୍ କାରଣରୁ ବଡପୁଅ ହଷ୍ଟେଲରୁ ଫେରିଥିବାରୁ ଏହା ମହିଳାଙ୍କ ପ୍ରେମ ସମ୍ପର୍କରେ ବାଧା ଉପୁଜାଇଥିଲା । ପ୍ରେମ ସମ୍ପର୍କକୁ ନେଇ ବଡ ପୁଅକୁ ଜଣାପଡିବା ପରେ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କରିଥିଲା ମା । ମା ଏବଂ ପ୍ରେମିକ ମିଶି 10 ତାରିଖରେ 12 ବର୍ଷୀୟ ମନୀଷ କୁମାରଙ୍କୁ ହତ୍ୟା କରାଯାଇଥିଲା । ପରେ ପୋଲିସ୍ ତଦନ୍ତରୁ ପ୍ରେମ ସମ୍ପର୍କ ଜଣାପଡିବା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛି । ଚିକିଟି ବ୍ଲକ୍ ଅନ୍ତର୍ଗତ ପାରସମ୍ବା ଶିବମନ୍ଦିର ନିକଟରେ ବଜ୍ରପାତରେ ନନ୍ଦିନୀ ବେହେରା (୧୮)ଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ଘର ଚିକିଟି ଗଡ଼ କୁମ୍ଭାର ସାହିରେ ହୋଇଥିବାବେଳେ ସେ ଅଜାଘର ପାରସମ୍ବା ଯାଇଥିଲେ । ବଜ୍ରପାତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡ଼ାକ୍ତରଖାନାରେ ପୋଲିସ୍ ଓ ପ୍ରଶାସନ ପହଞ୍ଚି ଅନୁକମ୍ପା ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି । ସେହିପରି ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ, ସନ୍ତୋଷ ଗୌଡ଼…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡ଼ରେଂ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ ବୈଦ୍ୟନାଥେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ୨୪ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣକୁ ରୋକିବାରେ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ମହାରଣା କହିଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ସହ ସିଡ଼ିପିଓ ପୁଷ୍ପାଞ୍ଜଳି ମିଶ୍ର, ଅଙ୍ଗନୱାଡ଼ି ସୁପରଭାଇଜର ପଦ୍ମିନୀ ପଟ୍ଟନାୟକ ଓ ବହୁ…
ଭୁବନେଶ୍ବର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିଛି । ଏହାସହିତ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା କରିଛି ଟାଟଶ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର ପରିଚାଳନା ନିୟନ୍ତ୍ରଣ ସହିତ 51 ପ୍ରତିଶତ ଇକ୍ୱିଟି ଟାଟା ନିକଟରେ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍କୋ ପାଖରେ କଂପାନିର ବଳକା 49 ପ୍ରତିଶତ ଇକ୍ୱିଟି ଅଂଶଧନ ରହିବ ।
କୋଲକାତା, କଲୋକାତାରେ ହୋଇଥିବା ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ସେଠାକୁ ଓଡିଶାରୁ ଯାଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସେମାନେ ମଧ୍ୟ ସାମିଲ ହୋଇଛନ୍ତି। କୋଲକାତାର ସଲଟ ଲେକ୍ ଷ୍ଟାଡିୟମରେ ସେମାନେ ସାମାଜିକ ଦୂରତା ବଜାଇ ରଖି ବୋଲିଛନ୍ତି ବନ୍ଦେ ଉତ୍କଳ ଜନନୀ।

