ବେଗୁନିଆପଡା :ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ପହଞ୍ଚିଛି । ଏହି ବସରେ ୭୦ ଜଣ ଓଡ଼ିଆ ଶ୍ରମିକ ଆସିଥିବାର ସୂଚନା ରହିଛି । ସମସ୍ତ ଶ୍ରମିକ ମାନେ ସୁରତ ଡାଇମଣ୍ଡ ନଗରରୁ ଆସିଛନ୍ତି । ଉକ୍ତ ଶ୍ରମିକ ମାନେ ବେଗୁନିଆପଡା ବ୍ଳକ ଚନ୍ଦନପୁର ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି। ଚନ୍ଦନପୁର ସରପଞ୍ଚ ମଧୁସୁଦନ ସାହୁ, ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।
Author: Samikhsya Bureau
ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଦୁର୍ଘଟଣାଗସ୍ତ ହୋଇଛି। ସୁରତରୁ ଗଞ୍ଜାମ ଆସୁଥିବାବେଳେ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବସ୍ ଓଲଟିଥିବାର ଖବର ରହିଛି। ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ରହିଥିବାର ଖବର ରହିଛି। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍ଟିରେ 60ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ। ପୋଲିସ୍ 40 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଚାପି ହୋଇ ରହିଥିବାର ଆଶଙ୍କା ରହିଛି। ଯାତ୍ରୀଙ୍କ ମଧ୍ୟରେ 4 ମହିଳା ଓ ଦୁଇ ଶିଶୁ ରହିଛନ୍ତି। ଗୁରୁତର ଆହତଙ୍କୁ ଭଞ୍ଜନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ଟି ଗୁଜୁରାଟର ହୋଇଥିବାବେଳେ ବସ୍ ନମ୍ବର ହେଉଛି ଜିଜେ18ଏକ୍ସ 2693 ।
ଭୁବନେଶ୍ବର : ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ଆକ୍ରାନ୍ତ ବଢୁଥିବାବେଳେ ଏହା ସରକାରଙ୍କ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଅପରପକ୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇବ ଆଣିବାର ବନ୍ଦୋବସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଗାଡ଼ିରେ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 12ଟି ବର୍ଡର ଚେକ୍ ପଏଣ୍ଟ (ବିସିପି) ଲାଗି ଏସ୍ଓପି ଜାରି କରିଛନ୍ତି ସରକାର। କେବଳ ସ୍ଥିରୀକୃତ ବର୍ଡର ଚେକ୍ ପଏଣ୍ଟ ଦେଇ ଲୋକେ ପ୍ରବେଶ କରିପାରିବେ ବୋଲି ସୂଚନା ରହିଛି। ଅତିକମ୍ରେ ପୋଲିସ୍ ଇନସ୍ପେକ୍ଟର ରାଙ୍କର ଅଫିସର ଦାୟିତ୍ବରେ ରହିବେ । ଆରଟିଓ, ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍ ସହଯୋଗ କରିବେ। ଏଥିପାଇଁ ପରିବହନ କମିଶନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଆଦି ଯୋଗାଇଦେବେ।…
ଭୁବନେଶ୍ବର : ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଚାରି ବର୍ଷ ବିତିଯାଇଛି । ଲକ୍ଡାଉନ୍ ସମୟରେ କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ମାଗଣା ଉଜ୍ଜ୍ୱଳା ଗ୍ୟାସ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାରିବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୭ କୋଟି ୮୫ ଲକ୍ଷ ଉଜ୍ଜ୍ବଳା ହିତାଧିକାରୀ ରହିଥିବା ବେଳେ ଓଡିଶାରେ ୨୬.୬ ଲକ୍ଷ ହିତାଧିକାରୀ ରହିଛନ୍ତି । ଲକ୍ଡାଉନ୍ ସମୟରେ ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀର କାପସହେଡାର ଏକ ବିଲିଡିଂରେ 41ଜଣଙ୍କଠାରେ କରୋନା ସଂକ୍ରମିତ ମିଳିଛନ୍ତି । ଦକ୍ଷିଣ ପଶ୍ଚିମ ଜିଲ୍ଲାର ଜିଲ୍ଲାଧିକାରୀ ଅଫିସରୁ ଏହି ସୂଚନା ମିଳିଛି । ଏହି ବିଲିଡିଂରୁ ଅପ୍ରେଲ୍ 18ରୁ ପ୍ରଥମ କରୋନା ମାମଲା ଆସିଥିଲା । ପ୍ରାୟ 14 ଦିନ ପରେ ଶନିବାର ଦିନ ବଡ ସଂଖ୍ୟାରେ କରେନା ପଜିଟିଭ୍ ଏଠାରୁ ଚିହ୍ଟ ହୋଇଛନ୍ତି । ଏହି ଲୋକମାନଙ୍କର ସାମ୍ପଲ୍ ଅପ୍ରେଲ୍ 20 ଓ 21 ତାରିଖରେ ନିଆଯାଇଥିଲା । ଏଠାରୁ ପ୍ରଥମ କେସ୍ ଆସିବା ପରେ ଅପ୍ରେଲ୍ 19 ତାରିଖରୁ ଏହି ବିଲିଡିଂକୁ ସିଲ୍ କରିଦିଆଯାଇଥିଲା । ଏଠାରେ ଜନଂସଖ୍ୟା ଅଧିକ ରହିଥିବାରୁ ସଂକ୍ରମଣ ହେବାର ବହୁତ ବିପଦ ରହିଛି । ଅପ୍ରେଲ୍ 20 ତାରିଖରେ 95 ଜଣଙ୍କର ସାମ୍ପଲ୍ ଓ ଅପ୍ରେଲ 20 ତାରିଖରେ 80 ଜଣଙ୍କର ସାମ୍ପଲ୍ ପରୀକ୍ଷା ହେବାକୁ ନିଆଯାଇଥିଲା । ନୋଏଡାର ଏନ୍ଆଇବି ଲ୍ୟାବ୍ରେ ସାମ୍ପଲ୍ର ପରୀକ୍ଷା କରାଯାଉଛି ।…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଶନିବାର ଦିନ ସୁରତର ଭାଗଲ ଅଞ୍ଚଳରୁ ବେଗୁନିଆପଡା ବ୍ଲକକୁ 58 ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସୁରତରୁ ବୁଧବାର ଦିନ ନିଜସ୍ଵ ଖର୍ଚ୍ଚରେ ବସରେ ବାହାରିଥିଲେ ଏହି 58 ପ୍ରବାସୀ ଓଡିଆ । ଏହି ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ସ୍ଥିତ ହାଇସ୍କୁଲ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଗଂଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷାରେ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକର 39ଜଣ, କବିସୂର୍ଯ୍ୟନଗର ବ୍ଲକର 3ଜଣ, ଖଲ୍ଲିକୋଟ ବ୍ଲକର 14 ଜଣ, ପୁରୁଷୋତ୍ତମ ବ୍ଲକ ଏବଂ ଗଂଜାମ ବ୍ଲକର ଜଣେ ଲେଖାଏଁ ପ୍ରବାସୀ ରହିଥିବା ଜଣାପଡିଛି। ସ୍କୁଲ ପରିସରରେ ସେମାନଙ୍କ ପଞ୍ଜିକରଣ ପରେ ରୁମକୁ ପଠାଯାଇଥିଲା। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ବେଦବର ପ୍ରଧାନ, ସରପଞ୍ଚ ହୃଷିକେଶ ମେହେଣ।, ନୋଡାଲ ଅଫିସର ମଳୟ କୁମାର ବେହେରା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ତତ୍ୱବାଧାନରେ ସମସ୍ତଙ୍କୁ…
ଭୁବନେଶ୍ବର : ଲକ୍ଡାଉନ୍ ପ୍ରଭାବରେ ଅନେକ ଲୋକ ଅନାହାରରେ ରହୁଥିବା ବେଳେ ଏହି ବ୍ୟକ୍ତିଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ସେନାର ଜନୈକ ଯବାନ୍ । ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍ କପିଲ୍ ଜୋହରୀ ଏବଂ ଡିଆରଡିଓର ମିଳିତ ଉଦ୍ୟମରେ ଦୈନିକ 2 ଶହ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ରହିଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ କ୍ଷୁଦ୍ଧାର୍ଥ ବ୍ୟକ୍ତିଙ୍କୁ ଦୈନିକ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଲକ୍ଡାଉନ୍ ପରଠାରୁ ପ୍ରତ୍ୟେକ ଦିନ 200 ବ୍ୟକ୍ତିଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉଥିବା ନେଇ ଲେଫ୍ଟନାଣ୍ଟ କଲୋନେଲ୍ କପିଲ୍ ଜୋହରୀ ପ୍ରକାଶ କରିଛନ୍ତି । ଡିଆରଡିଓ ବ୍ୟତିତ ଅନ୍ୟତମ ସଂସ୍ଥା ଡିଫେନ୍ସ ସିକ୍ୟୁରିଟି କର୍ପସ୍ (ଡିସିଏସ୍) ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନରେ ସହାୟତା କରୁଥିବା ଜଣାପଡିଛି ।
ରଞ୍ଜିତ ପଣ୍ଡା କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।
କଟକ, ରାଜ୍ୟର ମୁଖ୍ୟ ବ୍ୟବସାୟ ପେଣ୍ଠ ହେଉଛି କଟକ। ଦୀର୍ଘ ଦିନ ଧରି ଲକ ଡାଉନ ଯୋଗୁଁ ଏହି ସହର ଦୋକାନ ବଜାର ବନ୍ଦ ଥିଲା। ବର୍ତ୍ତମାନ ଖୋଲିବା ପାଇଁ ନିଷ୍ପତି ହୋଇଥିବାରୁ କିପରି ସତର୍କତା ସହ ଏହା କରାଯିବ ସେ ନେଇ ଚିନ୍ତା। ସେଥିପାଇଁ କଟକ କମିଶନରେଟ ପୋଲିସ ତରଫରୁ ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରୁଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରର ଜଣେ ଆକ୍ରାନ୍ତ ସୁସ୍ଥ ହେବା ସହିତ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 56ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 56 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା 100 ରହିଥିବା ଜଣାପଡିଛି ।
ଭୁବନେଶ୍ବର, ଓଡିଶାର ସରକାର କୋଭିଡ ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟ ଓଡିଶାର ଏହି ମୁକାବିଲା ପକ୍ରିୟାକୁ ବାଃ ବାଃ କରିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ଭିତରେ ବର୍ତ୍ତମାନ ଆଉ ଏକ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏହାର ନାମ ରହିଛି ‘ଅପରେସନ ଶୁଭଯାତ୍ରା’। ବାହାର ରାଜ୍ୟରେ ଅଟକି ରହିଥିବା ହଜାର ହଜାର ଓଡିଆମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ଏହି ନୂଆ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓଏସଡି ଭାବେ କାର୍ଯ୍ୟ କରୁଥିବା ମନୋଜ ମିଶ୍ର କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଓଡିଆମାନଙ୍କୁ ଆଣିବା ପାଇଁ ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେରଳରୁ ଏହି ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି। କେରଳରୁ ଶୁକ୍ରବାର ଦିନ 11ଶହ 50 ଜଣ ଓଡିଆ ଏକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା…
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବା ବେଳେକ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି । ଯାଜପୁରର ବରୀ ବ୍ଲକ୍ ଅନ୍ତର୍ଗତ ଏହି 62 ବର୍ଷୀୟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ଏବଂ ସେ କ୍ବାରାଣ୍ଟାଇନ୍ରେ ରହିଥିଲେ । ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଲକ୍ଷ୍ନୌ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଇଥିଲେ ମଧ୍ୟ ଶ୍ରମିକ ମାନେ ଯିବା ପାଇଁ ଅଲଗା ରାସ୍ତା ବାଛୁଛନ୍ତି । ଶନିବାର ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମିକ୍ସଚର ମେସିନ୍ ଗାଡିରେ ଲୁଚି କରି ଯାଉଥିବା ସମୟରେ 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉକ୍ତ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ଉତ୍ତର ପ୍ରଦେଶର ସିପ୍ରା ଜିଲ୍ଲାରେ ଏହି ଘଟଣା ଘଟିଛି । ଇନ୍ଦୋର ଯାଉଥିବା ସମୟରେ ସାନଓ୍ବେର ପୋଲିସ୍ ପକ୍ଷରୁ କଣ୍ଟେନରକୁ ଜବତ କରାଯିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । (ଏଜେନ୍ସି)
ହାଇଦ୍ରାବାଦ : ଦେଶରେ ବିଗତ ଦୁଇ ମାସ ଧରି କରୋନା ଭାଇରସ୍ ଏହାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟ ଲୋକ ସଚେତନ ହେବାର ନା ନେଉନାହାନ୍ତି । କରୋନାର ଭୟ ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଏହି ବ୍ୟକ୍ତି ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୋନା ସନ୍ଦେହରେ ଏହି 60 ବର୍ଷୀୟ ବ୍ୟକ୍ତି ଜଣକ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଥିଲେ ମଧ୍ୟ କରୋନା ସନ୍ଦେହରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । (ଏଜେନ୍ସି)
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଶନିବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶନିବାର ଦିନ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଦୁଇ ନିହତ ଆତଙ୍କବାଦୀ ଜୈସ ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ଉକ୍ତ ଅଞ୍ଚଳରେ ଆହୁରି 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡିଛି । 10 ଘଣ୍ଟା ଧରି ଏନ୍କାଉଣ୍ଟର କରାଯିବା ପରେ ସେନା ପକ୍ଷରୁ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାପଡିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କାରଣରୁ ଦିଲ୍ଲୀ ସଂଖ୍ୟାଲଘୁ କମିଶନ ମୁଖ୍ୟ ଜଫାରୁଲ୍ ଇସଲାମ୍ ଖାନ୍ଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ପକ୍ଷରୁ ଆଇପିସିର ଧାରା 124ଏ(ଦେଶଦ୍ରୋହ) ଏବଂ 153ଏ (ଅସହିଷ୍ଣୁତା ବାର୍ତ୍ତା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦେଶରେ ଚାଲିଥିବା ଦଙ୍ଗା ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହିଂସାକୁ ନେଇ ଜଫାରୁଲ୍ ଏପ୍ରିଲ୍ 28 ତାରିଖରେ ଏକ ଫେସବୁକ୍ ପୋଷ୍ଟ କରିଥିଲେ । ସୋସିଆଲ୍ ମିଡିଆରେ ଏହାକୁ ସମାଲୋଚନା କରାଯିବା ପରେ ଜଫାରୁଲ୍ କ୍ଷମାପ୍ରାର୍ଥନା କରିବା ସହିତ ନିଜ ପୋଷ୍ଟଟିକୁ ଡିଲିଟ୍ କରି ଦେଇଥିଲେ । (ଏଜେନ୍ସି)
https://www.youtube.com/watch?v=gHxqNqHXbi4
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ସହରର ଭୀମଭୋଇ ଛକ ଠାରେ ଭୀମଭୋଇ ଆର୍ଟ ସୋସାଇଟି ରେଢାଖୋଲ ତରଫରୁ ଚିତ୍ର କଳା ମାଧ୍ୟମରେ କରୋନା ସଂପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଛି । ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ଓ ସୁରେଶ କୁମାର ପୋଢ ଭୀମଭୋଇ ଛକ ନିକଟରେ କରୋନା ସଂପର୍କରେ ଏକ ଚିତ୍ର କରି ମହାମାରୀ କରୋନାକୁ କିପରି ସାରା ବିଶ୍ୱରୁ ହଟାଯାଇପାରିବ ଲୋକମାନଙ୍କୁ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଥିଲେ । କରୋନା ଠାରୁ ଦୂରେଇ ରହିବାକୁ ହେଲେ ପ୍ରତ୍ୟେକ ମଣିଷ ମାକ୍ସ ପିନ୍ଧି ନିଜକୁ କରୋନା ଠାରୁ ସୁରକ୍ଷା ପାଇବା ପାଇଁ ମଧ୍ୟ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଭିନ୍ନ ଭିନ୍ନ ସମୟରେ ଚିତ୍ରଶିଳପୀ ସୁଧୀର କୁମାର ସ୍ୱାଇଁ ରେଢାଖୋଲ ସହରରେ ଜନସଚେତନତା ସୃଷ୍ଟି ପାଇଁ ଏମିତି ପଥ ପାଶ୍ୱର୍ରେ ଚିତ୍ରକରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବାଂଟିଥାନ୍ତି । ଚିତ୍ରଶିଳପୀ ସୁଧୀର ରେଢାଖୋଲ ମାଟିରେ ଜନ୍ମ ଲାଭ କରିଥିଲେ…

