ଭୁବନେଶ୍ବର : ବାହାର ରାଜ୍ୟରୁ ଆସୁଥିବା ଲୋକେ ବସ୍ରୁ ଓହ୍ଲାଇ ବୁଲିବା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି ସ୍ପେଶାଲ୍ ରିଲିଫ୍ କମିଶନର। ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କ ନେବାକୁ ଆସୁଥିବା ବସ୍ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ବସ୍ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବନି କି କାହାକୁ ରାସ୍ତାରୁ ଚଢାଇବନି ବୋଲି ସୂଚନା ରହିଛି। ଏଥିରେ ଖିଲାପ କଲେ ମାମଲା ରୁଜୁ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯିବ। ବସ୍ ସାଥୀରେ ଆସୁଥିବା ନୋଡାଲ୍ ଅଫିସର ବି ସମାନ ଭାବେ ଦାୟୀ ରହିବେ। ଆଗକୁ ଆଉ ଅନେକ ଟ୍ରେନ୍ ଆସୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ନିକଟରେ ସୁରତ ଫେରନ୍ତାଙ୍କୁ ବସ୍ ଅଧା ବାଟରେ ଛାଡି ଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା।
Author: Samikhsya Bureau
ଭୁବନେଶ୍ବର : ଲକ୍ ଡାଉନର ଅବଧି ବୃଦ୍ଧି ହୋଇଥିବାବେଳେ ଶିକ୍ଷା ବିଭାଗକୁ ସଜାଡିବାକୁ ଆରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ଏହି କ୍ରମରେ ଆଜି ରାଜ୍ୟର ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନାରେ ପରୀକ୍ଷା ତାରିଖ ପ୍ରକାଶ କରାଯାଇଥିଲା। କିନ୍ତୁ ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ଭୁଲ୍ ସୂଚନା ଦେଇଥିଲେ ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁଲ୍ ତଥ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀ ଦେଇଥିବା ଭୁଲ୍ ତଥ୍ୟକୁ ସୂଚନା ଲୋକସମ୍ପର୍କ ବିଭାଗ ସୁଧାରିଛି। କୁଳପତି ମିଟିଂ ପରେ ଗଣମାଧ୍ୟମକୁ ସୂଚନା ଦେଇ ଯୁକ୍ତ ତିନି ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ 24ରେ ହେବ ବୋଲି କହିଥିଲେ ମନ୍ତ୍ରୀ। ଅଗଷ୍ଟ 20ରେ ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା ହେବ ବୋଲି କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରେସ ରିଲିଜ୍ରେ ମନ୍ତ୍ରୀଙ୍କ ଭୁଲ୍ ତଥ୍ୟ ଜଣାପଡିଥିଲା। ଯୁକ୍ତ…
କନ୍ଦର୍ପ ବେହେରା ରେଢାଖୋଲ : ଆଜି ଅପରାହ୍ନରେ ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାତୀବାହାଳ ଗ୍ରାମରେ ଅପରାହ୍ନ ୨ଟାରେ ଏହି ଘଟଣା ଘଟିଛି । ରେଢାଖୋଲ ବ୍ଲକ୍ ବଡବାହାଳ ଗ୍ରାମପଂଚାୟତର ହାତୀବାହାଳ ଗ୍ରାମର ଅରୁଣ ପ୍ରଧାନ, ଘାସିନାଥ ପ୍ରଧାନ ଓ ଗୁଣନିଧୀ ସାହୁଙ୍କ ୩ଟି ବଳଦ ଚରୁଥିବା ସମୟରେ ଗତ କାଲି ରାତିରେ ଝଡବାତ୍ୟାରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଉକ୍ତ ଚାଷୀମାନେ ଚାଷକାମ କରିବା ପାଇଁ ଏହି ବଳଦ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଗରିବ ଶ୍ରେଣୀର ହୋଇଥିବା ତଥା ଆଗକୁ ଚାଷ କାମ ପଡୁଥିବାରୁ ସେମାନେ ଘୋର ଚିନ୍ତାରେ ଅଛନ୍ତି । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଦାୟିତ୍ବ ହୀନତାରୁ ଏଭଳିତ ଅଭାବନୀୟ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବି କରିଛନ୍ତି । ବଳଦ…
ଭୁବନେଶ୍ବର : ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି ସୂଚନା ରହିଛି । ଏଯାବତ୍ ମୋଟ୍ 35 ହଜାର 540 ଜଣ ଓଡ଼ିଶା ଫେରିଲେଣି । ସହରାଞ୍ଚଳରେ ପ୍ରବାସୀଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ପ୍ରାଥମିକତା ଦିଆଯାଉଛି । ଯେଉଁମାନଙ୍କ ସୁବିଧା ନ ଥିବ, ପୌର କର୍ତ୍ତୃପକ୍ଷ କ୍ବାରେଣ୍ଟିନ୍ ବ୍ୟବସ୍ଥା କରିବେ । ସମ୍ପୃକ୍ତ ବ୍ୟକ୍ତି ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍, ଲଜ୍ରେ ମଧ୍ୟ ରହିପାରିବେ । ଗାଁକୁ ଫେରୁଥିବା ଲୋକ ସରକାରୀ କ୍ବାରେଣ୍ଟିନ୍ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସମ୍ପ୍ରତି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ଦେଖାଯାଇଛି । ସୁରତ୍ ଫେରନ୍ତା ଓ କୋଲକତା ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି । ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ କୋଲକତା ଓ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ…
ଜଞ୍ଜଗିର : ଦେଶବ୍ୟାପୀ ଲକ୍ଡାଉନ୍ ଚାଲିଥିବା ବେଳେ ମଦ ବିକ୍ରି ଆରମ୍ଭ କରିଛନ୍ତି ପ୍ରାୟ ସମସ୍ତ ରାଜ୍ୟର ସରକାର । ମଦ ଦୋକାନ ଖୋଲିବା ପରଠାରୁ ବିଭିନ୍ନ ସ୍ଥାନରେ ପାରିବାରିକ ହିଂସା ବଢିବାରେ ଲାଗିଛି । ମଦ କିଣିବା ପାଇଁ ଲୋକ କେବଳ ସୋସିଆଲ ଡିଷ୍ଟାନ୍ସିଂ ନିୟମର ଉଲ୍ଲଂଘନ କରୁନାହାନ୍ତି ବରଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏପରି ଏକ ଘଟଣା ଘଟିଛି ଛତିଶଗଡର ଜାଙ୍ଗିର । ମଦ ନିଶାରେ ପିଟିପିଟି ନିଜ ମା’କୁ ହତ୍ୟା କରିଛି ପୁଅ । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଅମ୍ରିତ ଲାଲ ଗଡେଓ୍ବାଲ ଜାଙ୍ଗରୀ ଚମ୍ପା ଜିଲ୍ଲାର ପୁଟପୁରା ଗ୍ରାମର ବାସିନ୍ଦା । ଅମ୍ରିତ ନିୟମିତ ମଦ୍ୟପାନ କରିଥାନ୍ତି ଏବଂ ମଦଦୋକାନ ଖୋଲିବା ପରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଫେରିବା ସମୟରେ ଗ୍ରାମର ବିଭିନ୍ନ ଲୋକଙ୍କ ସହ ଝଗଡା କରିବା ସହିତ ନିଜ ପତ୍ନୀଙ୍କୁ ମାଡ ମାରିଥିଲେ ।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକଡାଉନ ସମୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଭୋକ ଉପାସରେ ଦିନ କାଟୁଥିବା ଗରିବ, ଗୁରୁବା ତଥା ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ୟମରେ ପାଖାପାଖି ଏକ ହଜାର ଶୁଖିଲା ଖାଦ୍ୟ କିଟ ଚିଲିକା ନିର୍ବାଚନମଣ୍ଡଳୀରେ ପହଁଚିଛି। ପ୍ରତ୍ୟେକ କିଟରେ ଚାଉଳ ୫ କିଲୋ, ଡାଲି ୧ କିଲୋ, ଚିନି ୧ କିଲୋ, ଚୁଡା ୧ କିଲୋ ଓ ଦୁଇଟି ସାବୁନ ଥିବା ସୂଚନା ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ଏନ.ଏ.ସି ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ଏନ.ଏ.ସି ର ୧୫ ଗୋଟି ୱାର୍ଡରେ ରାସନ କାର୍ଡ ନଥିବା ବିଭିନ୍ନ ପରିବାରକୁ ପାଖାପାଖି ୪୦୦ ଖାଦ୍ୟ କିଟ ବଣ୍ଟନ କରାଯାଇଛି। ବାଣପୁର…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ରହିଥିଲେ। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ନାଉଗାଁ ବ୍ଲକ୍ର ବୋଲି ଜଣାପଡିଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏନେଇ ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭ ବୋଲି ଜଣାପଡିଛି।
ଭୁବନେଶ୍ବର: ରାଜ୍ୟରୁ ଆଉ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଚାରି ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ନୂତନ ଚାରି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ରେ ପହଞ୍ଚିଛି। ପୂର୍ବରୁ ଜଗତସିଂହପୁରରୁ କେହିବି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଜଗତ ସିଂହପୁର ଜିଲ୍ଲାକୁ ଛୁଇଁଛି କରୋନା। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭ ବୋଲି ଜଣାପଡିଛି। ସେହିପରି କେନ୍ଦ୍ରାପଡାର ଆକ୍ରାନ୍ତ ଜଣକ ୬୦ ବର୍ଷ ବୟସ୍କ ପୁରୁଷ ଏବଂ କୋଲକାତା ଫେରନ୍ତା ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ପହଞ୍ଚିଥିବା ବେଳ ତନ୍ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି।
ନୂଆଦିଲ୍ଲୀ : ତବଲିଗ ଜମାତ ସମ୍ପର୍କିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦେଇଛନ୍ତି କେନ୍ଦ୍ର ସରକାରବ ମୌଲାନା ସାଦ୍ ଦୀର୍ଘ 40 ଦିନ ଧରି ଆତ୍ମଗୋପନରେ ଥିବାରୁ କେନ୍ଦ୍ରୀୟ ଏଜେନ୍ସିଙ୍କ ପରାମର୍ଶରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ବ୍ୟାଙ୍କକୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପଠାଯାଇଥିବା ଜଣାପଡିଛି । ତବଲିଗି ଜମାତ ପରେ ବିଭିନ୍ନ ବିବାଦୀୟ ବୟାନ କାରଣରୁ ମୌଲାନାଙ୍କ ଗିରଫଦାରୀ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରଠାରୁ ମୌଲାନା ଫେରାର ଅଛନ୍ତି । (ଏଜେନ୍ସି)
କର୍ଣ୍ଣାଲ : ଲକ୍ଡାଉନ୍ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି । ହରିୟାଣାର ସୋନିପତ୍ ସହରରୁ ମଦ ଜବତ ହେବା ପରେ ସ୍ଥାନୀୟ ଅଧିକାରୀ ରାଜେଶ ରୋହିଲ୍ଲାଙ୍କ ଅନୁସନ୍ଧାନ ପରେ ଏହି ଘଟଣା ସମ୍ମୁଖକୁ ଆସିଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସୁସ୍ଥଙ୍କ ସଂଖ୍ୟା 61ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବରର ବୋଲି ଜଣାପଡିଛି । ଆଜି ତିନି ଜଣ ନୂତନ ଆକ୍ରାନ୍ତ ଆସିବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 61 ଜଣ ସୁସ୍ଥ ହୋଇଥିବା ବେଳେ 2 ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ନକଲି ଆରୋଗ୍ୟ ସେତୁ ଆପ୍ ପାଇଁ ଭୁବନେଶ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନେକ ବ୍ୟକ୍ତି ଏହି ଆପ୍ ଡାଉନ୍ଲୋଡ୍ କରିବା ପାଇଁ ଏସ୍ଏମ୍ଏସ୍ ତଥା ହ୍ବାଟ୍ସଆପ୍ ଜରିଆାରେ ନୋଟିଫିକେସନ୍ ପାଉଛନ୍ତି। ଏଭଳି କୌଣସି ଲିଙ୍କ ଆସିଲେ ଏହାକୁ ଡାଉନ୍ଲୋଡ୍ ନକରି ତୁରନ୍ତ ଡିଲିଟ୍ କରିବା ପାଇଁ ଏହି ନୋଟିଫିକେସନ୍ରେ କୁହାଯାଇଛି। ଏହି ଲିଙ୍କ ଉପରେ କ୍ଲିକ୍ କଲେ ମୋବାଇଲ୍ ସ୍କ୍ରିନ୍ରେ ଚାଟ୍ ମି ନାମକ ଅପ୍ସନ୍ ଆସୁଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେଉଛି। ତେଣୁ ଏହି ଆପ୍ଲିକେସନ୍କୁ କେବଳ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍ରୁ ଡାଉନ୍ଲୋଡ୍ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର : କରୋନା ସମୟରେ ଲକ୍ଡାଉନ୍ କାରଣରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟର 11 ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନା ପରେ ବିଭିନ୍ନ ପରୀକ୍ଷାର ତାରିଖ ପ୍ରକାଶ ପାଇଛି । ଯୁକ୍ତ 3 ତୃତୀୟ ବର୍ଷର ପରୀକ୍ଷା ଜୁଲାଇ 24ରେ ଅନୁଷ୍ଠିତ ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ଏବଂ ଆସନ୍ତା ନଭେମ୍ବରରୁ ସମସ୍ତ ବିଭାଗର ପିଜି କ୍ଲାସ ଆରମ୍ଭ ହେବ । ସେହିପରି 30 ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ ଗୁଡ଼ିକରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ପ୍ରତି 15 ଦିନରେ ଥରେ କୁଳପତି ମାନଙ୍କ ସହ ଆଲୋଚନା ହେବ ବୋଲି ଭିଡିଓ କନଫରେନ୍ସିଂ ପରେ ପ୍ରକାଶ କରିଛନ୍ତି ଅରୁଣ ସାହୁ ।
ଭୁବନେଶ୍ବର : ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 180ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55କୁ ବୃଦ୍ଧି ପାଇଛି । ଆଜିର ଦିନରେ ଏହାକୁ ମିଶାଇ ଯାଜପୁରରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ 55 ବର୍ଷୀୟ ପୁରୁଷ ଏବଂ ତାଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି ।
ସୀତାରାମ ଅଗ୍ରଓ୍ବାଲ ଖୋର୍ଦ୍ଧା (ଟାଙ୍ଗୀ) : କରୋନା ଭାଇରସ୍ କାରଣରୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସମୟରେ ସକ୍ରୀୟ ହୋଇଛନ୍ତି ଚୋରା ମଦ ବେପାରୀ । ପୋଲିସ୍ ଏବଂ ଅବକାରୀ ବିଭାଗର ନିୟମିତ ପେଟ୍ରୋଲିଂ ମଧ୍ୟ ଚୋରା ବେପାରୀଙ୍କୁ ରୋକିବାରେ ସକ୍ଷମ ହେଉନାହିଁ । ତେବେ ବୁଧବାର ଦିନ ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ସଫଳତା । ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 3 ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି । ତିନଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ 17 ଲିଟର ମହୁଲୀ, 23 ଲିଟର ବିଅର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ତିନ ଜଣ ହେଉଛନ୍ତି ଟାଙ୍ଗୀର ମାନସ ପରିଡା, ଅକ୍ଷୟ ସାହୁ ଓ ବାବୁଲି ବେହେରା ବୋଲି ଜଣାପଡିଛି ।
ସୀତାରାମ ଅଗ୍ରଓ୍ବାଲ ନୟାଗଡ : ରାଜ୍ୟ ସରକାରଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡର ଚାନ୍ଦପୁର ସ୍ଥିତ ସ୍ବତନ୍ତ୍ର କୋଭିଡ୍-19 ହସ୍ପିଟାଲ ଗସ୍ତ କରି ବିଭିନ୍ନ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଭୟ ଅଧିକାରୀ । ଚାନ୍ଦପୁରରେ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିବା ସହିତ ହସ୍ପିଟାଲର ଏସି ଏବଂ ଭେଣ୍ଟିଲେଟର ସୁବିଧା ବାବଦରେ ପଚାରି ବୁଝିଥିଲେ ଉଭୟ ଅଧିକାରୀ । ଏହା ସହିତ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡରେ ବର୍ତ୍ତମାନ ସୁଦ୍ଧା ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରକାଶିତ ଜୋନ୍ ଓ୍ବାରୀ ଜିଲ୍ଲା ତାଲିକାରେ ନୟାଗଡ ଗ୍ରୀନ୍…
ଭୁବନେଶ୍ବର : ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚି ଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 54କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 179କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ 60 ଜଣ ସୁସ୍ଥ ହୋଇଥିବାବେଳେ 117 ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ଗ୍ବାଲିୟର : ମଧ୍ୟପ୍ରଦେଶରେ ଜଣେ ହତ୍ୟା ଅପରାଧୀ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ହତ୍ୟା ଅପରାଧରେ ଜେଲ୍ରେ ରହିଥିବା ଏହି ଅପରାଧୀ ଜଣକ ନିଜ ଯୌନାଙ୍ଗ କାଟିଛନ୍ତି । ହତ୍ୟା ଅପରାଧରେ ଆଜୀବନ କାରାବାସରେ ରହିଥିବା ଏହି ବ୍ୟକ୍ତି ଜଣକ ନଜକୁ ଶିବ ଭକ୍ତ ବୋଲି କହିବା ସହିତ ଭଗବାନଙ୍କ ଉଦ୍ଦେଶ୍ୟରେ ଏହାକୁ ଅର୍ପଣ କରିଥିବା କହିଛନ୍ତି । ଏକ ଧାରୁବ ଚାମଚ ସାହାଯ୍ୟରେ ଏହି ବ୍ୟକ୍ତି ଜଣକ ନିଜ ଯୌନାଙ୍ଗ କାଟିଛନ୍ତି । ଗ୍ବାଲିୟର ସେଣ୍ଟ୍ରାଲ ଜେଲ୍ରେ ରହିଥିବା 25 ବର୍ଷୀୟ ବିଷ୍ଣୁ ସିଂ ବୁଧବାର ସକାଳେ ଏହି କାଣ୍ଡ ଘଟାଇଥିବା ବେଳେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ତେବେ ଯୌନାଙ୍ଗଟିକୁ ଯୋଡିବାରେ ଡାକ୍ତର ମାନେ ବିଫଳ ହୋଇଥିଲେ । ବର୍ତ୍ତମାନ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟା ବସ୍ଥା ସ୍ଥିର ରହିଥିବା କହିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ମନୋଜ ସାହୁ । (ଏଜେନ୍ସି)
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଟିକସ୍ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଶୁଳ୍କ ବୃଦ୍ଧି କାରଣରୁ ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ୍ 13 ଟଙ୍କା ମହଙ୍ଗା ହେବ । ତେବେ ସାଧାରଣ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତୈଳ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରବର୍ତ୍ତନ ଶୁଳ୍କ ଉପରେ କରାଯାଇଥିବା ଏହି ବୃଦ୍ଧି ତିନି ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପ, ବିପିସିଏଲ୍ ଏବଂ ଏଚ୍ପିସିଏଲ୍ ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ସରକାର ପ୍ରାୟ 1.6 ଲକ୍ଷ କୋଟିର ଫାଇଦା ହାସଲ କରିପାରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିଛି ।…
ଶ୍ରୀନଗର : ଜମ୍ମୁ କାଶ୍ମୀରର ଅବନ୍ତୀପୁରାରେ ସୁରକ୍ଷା ବଳଙ୍କୁ ବଡ ସଫଳତା । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଏବଂ ଶାହରାହଲିରେ ଏନ୍କାଉଣ୍ଟର ସଙ୍ଗଠିତ ହେବା ସହିତ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍କୁ ବଡ ସଫଳତା ମିଳିଥିବା କୁହାଯାଉଛି । ମୃତ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ରହିଥିବା ନେଇ ସେନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଏନକାଉଣ୍ଟର ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ମଙ୍ଗଳବାର ରାତିରୁ ଶାହରାହଲିରେ ଏନ୍କାଉଣ୍ଟର ଚାଲିଥିବା ବେଳେ ବୁଧବାର ସକାଳୁ ଅବନ୍ତୀପୁରାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । (ଏଜେନ୍ସି)

