ଯାଜପୁର ଓ ଭଦ୍ରକରୁ ଚିହ୍ନଟ 6 ପଜିଟିଭ୍ କୋଲକାତା ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭଦ୍ରର ଦୁଇ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ 45 ଓ 55 ବର୍ଷ ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରୁ ଜଣେ ଧାମନଗର ଓ ଜଣେ ବାସୁଦେବପୁରର ବୋଲି ଜଣାପଡିଛି । ଯାଜପୁରର ସମସ୍ତ ଚାରି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 48,55,60 ଓ 62 ବୋଲି ଜଣାପଡିଛି । ସମେସ୍ତ କ୍ବାରେଣ୍ଟିନ୍ରେ ଥିଲେ, ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21…
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକ୍ଡାଉନ୍ 3.0ରେ ଦେଶରେ ବହୁ ଅଞ୍ଚଳରେ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି। ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଳୀରେ ମଧ୍ୟ କିଛି କଟକଣା କୋହଳ କରାଯାଇଛି। ଆଜି ଦିଲ୍ଲୀର ବହୁ ସ୍ଥାନରେ ଦୋକାନ ଗୁଡିକ ଖୋଲାଯାଇଥିବାବେଳେ ସେଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା । କରୋନା ଗାଇଡ ଲାଇନ୍କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଥିଲା । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଯଦି କୌଣସି କ୍ଷେତ୍ରରେ ସାମାଜିକ ଦୂରତ୍ବକୁ ସଠିକ୍ ରୂପେ ପାଳନ କରାନଯାଏ ବା ଲକ୍ ଡାଉନର ନିୟମକୁ ଉଲ୍ଲଂଘନ କରାଯାଏ, ତେବେ ସେହି କ୍ଷେତ୍ରକୁ ସିଲ୍ କରାଯିବା ସହିତ ସେହି କ୍ଷେତ୍ରରୁ କୋହଳ କରାଯାଇଥିବା କଟକଣାକୁ ଫେରସ୍ତ ନିଆଯିବ । ମାସ୍କ ପିନ୍ଧି ବାହାରକୁ ବାହାରନ୍ତି, କରୋନା ଗାଇଡ ଲାଇନ ପାଳନ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ଲୋକେ ଡେଙ୍ଗୁକୁ ହରାଇଛନ୍ତି…
କନ୍ଦର୍ପ ବେହେରା ରେଢାଖୋଲ : ସରକାର ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ଅପରପକ୍ଷରେ ନାକ୍ଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତରେ କିଛି ଲୋକ କ୍ବାରେଣ୍ଟାଇନ୍ ସେଣ୍ଟରରେ ତାଲା ମାରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦଦେଉଳ ବ୍ଲକ୍ ଗୋଗୁଆ ପଂଚାୟତର ଗୋଗୁଆ ହାଇସ୍କୁଲ ଠାରେ ଏହି କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲା ଯାଇଥିଲା । ଗତ ୨ ତାରିଖରେ ଗୋଗୁଆ ଗ୍ରାମର କିଛି ଲୋକ ଏହି କେନ୍ଦ୍ରକୁ ଅନ୍ୟତ୍ର କରିବା ପାଇଁ ନାକଟିଦେଉଳ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୋଗୁଆ ଗ୍ରାମର ହାଇସ୍କୁଲ ପଡାର କିଛି ଲୋକ ହାଇସ୍କୁଲ ଠାରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରର ଗେଟ୍ ସମ୍ମୁଖରେ ତାଲା ମାରିଦେବା ସହ ରାସ୍ତା ଉପରେ ବ୍ୟାରିକେଡ୍ କରି ବନ୍ଦ କରିଦେଇଛନ୍ତି । ସେଠାରେ ପାଇଖାନା ନିର୍ମାଣ ହେବାର ଥିବା ବେଳେ ସେଇ ପଡାର ଲୋକମାନେ…
ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍କୁ ନେଇ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ପର୍ଯ୍ୟାୟରେ ଗତ ଦୁଇ ପର୍ଯ୍ୟାୟଠାରୁ କିଛି ନିୟମକୁ କୋହଳ କରାଯାଇଛି । ଜୋନ୍ ଅନୁଯାୟୀ କଟକଣାରୁ କୋହଳ କରାଯାଇଥିବାବେଳେ ଭୁବନେଶ୍ବରରେ କ’ଣ ସବୁ ଖୋଲା ରହିବ, କ’ଣ ସବୁ ବନ୍ଦ ରହିବ ସେ ନେଇ ବିଏମ୍ସି ସୂଚୀ ଜାରି କରିଛି । ଭୁବନେଶ୍ବରରେ ଏସବୁ ଖୋଲିପାରିବ ଔଷଧ, ବିଭିନ୍ନ ମେଡିକାଲ ସାମଗ୍ରୀ ଉତ୍ପାଦନକାରୀ ୟୁନିଟ୍, ଆଇଟି ହାର୍ଡଓ୍ବେର୍, ପ୍ୟାକେଜିଂ ୟୁନିଟ୍କୁ ଖୋଲିବା ଲାଗି ଅନୁମତି। ବିଏମ୍ସି ମଧ୍ୟରେ କେବଳ ଅନୁମତି ପ୍ରାପ୍ତ ଗାଡି ଚଳାଚଳ କରିପାରିବ। ଘରୋଇ ଚାରିଚକିଆ ଯାନରେ ଡ୍ରାଇଭର ବ୍ୟତୀତ ଆଉ ଦୁଇ ଜଣଙ୍କୁ ଅନୁମତି ମିଳିବ। ବାଇକ୍ରେ ଚାଳକ ବ୍ୟତୀତ ଆଉ କେହି ବସି ଯାଇପାରିବେନି । 33% କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ ଅଫିସ୍ ଖୋଲି ପାରିବେ । ଭୁବନେଶ୍ବରରେ ଏସବୁ ଖୋଲିବନି ବିଏମ୍ସି ଅଞ୍ଚଳରେ…
ଭୁବନେଶ୍ବର: ଏଣିକି ଘୋଷଣା ହୋଇଥିବା ତିନୋଟି ରେଡ୍ ଜୋନରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରୀ ହେଲା। ଏହି ଜୋନଗୁଡିକ ହେଲା ଭୁବନେଶ୍ବର, ବାଲେଶ୍ବର ଏବଂ ଭଦ୍ରକ। ଏହି ୧୨ ଘଣ୍ଟା ଭିତରେ କୈଣସି ଚଳାଚଳ ହୋଇପାରିବ ନାହିଁ। ସେଥିପାଇଁ ଏହି ତିନି ଜୋନର ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି।
ଶ୍ରୀନଗର : ଜମ୍ମୁ କାଶ୍ମୀରରରେ ପୁଣି ଏକ ଏନକାଉଣ୍ଟରରେ ଭାରତୀୟ ସେନାର ତିନି ଯରବାନ ଶହୀଦ ହୋଇଛନ୍ତି । ଗତକାଲି 5 ଯବାନ ଶହୀଦ ହୋଇଥିବା ବେଳେ ଆଜି ପୁଣି ଆଉ ତିନି ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ସିଆରପିଏଫ୍ର ଏକ ଟିମ୍ ଉପରକୁ ଆତଙ୍କୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତିନି ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି । (ଏଜେନ୍ସି)
ଭୁବନେଶ୍ବର : ଆସନ୍ତା କାଲି ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଠାରୁ ରଥକାମ ଆରମ୍ଭ କରିବା ନେଇ ଗଜପତି ମହାରାଜ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀ ଗ୍ରୀନ୍ ଜୋନ୍ରେ ରହିଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଗଜପତି ମତ ଦେଇଛନ୍ତି । ଏ ନେଇ ରଥ ନିର୍ମାଣ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ଏବଂ ରଥଖଳା ଏକ ସର୍ବସାଧାରଣ ସ୍ଥାନ ହୋଇନଥିବାରୁ ସୋସିଆଲ ଡିଷ୍ଟାନ୍ସିଂକୁ ଧ୍ୟାନରେ ରଖି କାମ କରିବା ପାଇଁ ରଥ ନିର୍ମାଣ କମିଟି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଅନ୍ତିମ ନିଷ୍ପତ୍ତି ସରକାର ନେବେ ବୋଲି ଜଣାପଡିଛି ।
ଭୀଷ୍ମ ସାହୁ କଳାହାଣ୍ଡି: କଳାହାଣ୍ଡିରେ ଏକ ଅଭବାନୀୟ ଘଟଣାରେ କକା ଗୁଳିରେ ପ୍ରାଣ ହରାଇଛି ପୁତୁରା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କିଆପଦର ପଞ୍ଚାୟତ ସ୍ଥିତ ଡାଲଗୁମା ଗାଁରେ ଏହି ଘଟଣା ଘଟିଛି। ବଣଭୋଜିକୁ ନେଇ କକା ପୁତୁରାଙ୍କ ମଧ୍ୟରେ ବଚସା ହେବାରୁ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଯୁକ୍ତିତର୍କରେ ଉତ୍କ୍ଷିପ୍ତ କକା ପୁତୁରାକୁ ଗୁଳି କରି ହତ୍ୟା କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଡାଲଗୁମା ଗାଁର ଯୁବକ ରାଜ ମାଝୀ(୩୫) ରବିବାର ବନ୍ଧୁ ମାନଙ୍କ ସହିତ ଭୋଜି କରି ଫେରିବା ପରେ କକା ଶତ୍ରୁଘ୍ନ ମାଝୀ ତାଙ୍କୁ ଗାଳି କରିଥିଲେ। ରାଜ ଏହାର ଜବାବ ଦେବାରୁ ଉତ୍କ୍ଷିପ୍ତ ଶତ୍ରୁଘ୍ନ ନିଜ ଦେଶୀ ବନ୍ଧୁକରେ ରାଜଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣା ପରେ ଶତ୍ରୁଘ୍ନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତ ରାଜ ମାଝୀଙ୍କ ସ୍ତ୍ରୀ ରଶ୍ମିତା ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ କେସ୍…
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡେଟ୍ ପ୍ରଦାନ କରାଯାଇଛି । ବିଗତ 24 ଘଣ୍ଟା ମଧ୍ୟରେ 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42533ରେ ପହଞ୍ଚିଛି । ଏହି ସମୟରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1373 ରହିଥିବା ବେଳେ ଏହି ସମୟ ମଧ୍ୟରେ 11706 ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଦେଶରେ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ରତିଶତ 27.52 ପ୍ରତିଶତ ରହିଥିବା ନେଇ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଆଦର୍ଶ ଵିଦ୍ୟାଳୟ ଓ ବେଗୁନିଆପଡା ଜନତା ହାଇସ୍କୁଲରେ ପ୍ରବାସୀ ଓଡ଼ିଆଙ୍କ ରହଣି ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ରାଗପୁର ଆଦର୍ଶ ବିଦ୍ୟାଳୟ ଠାରେ 145 ଓ ବେଗୁନିଆପଡା ଜନତା ହାଇସ୍କୁଲ ସେଣ୍ଟରରେ 222 ଜଣ ସୁରତ ଫେରନ୍ତା ରହୁଥିବାବେଳେ ଗତକାଲି ଖାଇବା ଓ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା ଯୋଗୁଁ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ବିଡ଼ିଓ ବେଦବର ପ୍ରଧାନ ଓ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଉକ୍ତ ସେଣ୍ଟରର କ୍ୟାଟେରିଙ୍ଗ ଦାୟିତ୍ୱ ଅନ୍ୟ ଏକ ସଂସ୍ଥାକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଫଳରେ ସୋମବାର ଦିନ ନୂତନ ସଂସ୍ଥା…
ଭୁବନେଶ୍ବର : ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି। ଏହାରି ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାହାରୁ ଫେରୁଥିବା ଓଡ଼ିଆଙ୍କୁ ଧୈର୍ଯ୍ୟ ଧରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଛନ୍ତି । ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଓଡ଼ିଶା ଫେରିଥିବା ପ୍ରବାସୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ବି ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ସମସ୍ତେ ମିଳିମିଶି…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର ଜିଲ୍ଲାକୁ ଫେରି ଆସିଛନ୍ତି। ଗତକାଲି ମଧ୍ୟାହ୍ନରେ କେରଳର ଏର୍ଣ୍ଣାକୁଲମ୍ ଟ୍ରେନ୍ ଯୋଗେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ୭ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ବସ୍ ଯୋଗେ ଜଗତସିଂହପୁର ଆଣି ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୫ ଜଣଙ୍କୁ ବାଲିକୁଦା ଓ ୨ ଜଣଙ୍କୁ ଏରସମା ବ୍ଲକକୁ ପଠାଇ ଦିଆଯାଇଥିଲା। ସେଠାରେ ବିଡିଓ ସ୍ଥିର କରିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସେହିପରି ୧୫ଜଣ ସୁରଟ୍ ଫେରନ୍ତା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରୁ ବସ୍ ଯୋଗେ ଅପରାହ୍ନରେ ଜଗତସିଂହପୁର ଅଣାଯାଇ ସେମାନଙ୍କ ସ୍ୱାବ୍…
ରଞ୍ଜିତ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳ ବତ୍ତର ରହିବ। ଏହା ସହିତ ଜନଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଆସନ୍ତା ୧୪ ଦିନ ପାଇଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଜଗତସିଂହପୁର ଏବେ ଗ୍ରୀନ ଜୋନରେ ରହିଛି। ବର୍ତ୍ତମାନ ଜନସାଧାରଣ ଅଧିକ ସଚେତନ ହେବା ସହ କଡ଼ା ପଦକ୍ଷେପ ନେବାର ସମୟ ଆସିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଭାବେ ଜିଲ୍ଲାରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜନୈକ ବିଧାୟକଙ୍କୁ ଋଷିକେଶରୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ବିଧାୟକ ଅମନମଣି ତ୍ରିପାଠୀ ଏବଂ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକ୍ଡାଉନ୍ ନିୟମ ଉଲ୍ଲଂଘନ କାରଣରୁ ବିଧାୟକ ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକ ଏବଂ ଅନ୍ୟମାନଙ୍କୁ ଜାମିନରେ ଛଡାଯାଇଛି । ଲକ୍ଡାଉନ୍ରେ ବଦ୍ରିନାଥ ଯାଉଥିବା ବେଳେ ବିଧାୟକଙ୍କୁ ଉତ୍ତରାଖଣ୍ଡର ଚାମୋଲିରୁ ଗିରଫ କରାଯାଇ ପୁନର୍ବାର ଉତ୍ତର ପ୍ରଦେଶ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଛି । (ଏଜେନ୍ସି)
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଅନ୍ୟ ସୁରତ ଫେରନ୍ତାଙ୍କ ପାଇଁ ଉଦାହରଣ ସାଜିଲେ ବେଗୁନିଆପଡା ବ୍ଲକ ସ୍ଥିତ କେ.ବରିଡା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ । ଉକ୍ତ କ୍ୱାରେନଟାଇନ ସେଣ୍ଟରରେ ପ୍ରାୟ 62 ଜଣ ସୁରତ ଫେରନ୍ତା ଥିବାବେଳେ କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୋରରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ । କଞ୍ଚଣା ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଏଭଳି ଶୃଙ୍ଖଳିତ ଭାବରେ କ୍ୱାରେଣ୍ଟାଇନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ…
ମୁମ୍ବାଇ : ଜିଓରେ 5655 କୋଟି ଟଙ୍କା ନିବବେଶ କରିଛି ଆମେରିକୀୟ ଇକ୍ବିଟୀ କମ୍ପାନୀ ସିଲ୍ଭର ଲେକ୍ । ନିକଟରେ ଫେସ୍ବୁକ୍ ଜିଓରେ 43 ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆମେରିକୀୟ ଘରୋଇ ଇକ୍ବିଟି କମ୍ପାନୀ ସିଲ୍ଭର ଲେକ୍ ଜିଓର 1.15 ପ୍ରତିଶତ ଅଂଶଧନ କିଣିଛି । ସେହିପରି ଜିଓର ଇକ୍ବିଟି ଅଂଶଧନର ମୂଲ୍ୟ 4.90 ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍ସ ଭ୍ୟାଲୁ 5.15 ଲକ୍ଷ କୋଟି ଟଙ୍କା ରହିଛି । ସିଲ୍ଭର ଲେକ୍ ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ସହିତ ଚୁକ୍ତି କରି ସାରିଛି । ଏୟାର ବିଏନ୍ବି, ଆଲିବାବା, ଆଣ୍ଟ, ଆଲ୍ଫାବେଟ୍, ଡେଲ୍ ଏବଂ ଟ୍ବିଟ୍ଟର ପରି ବିଭିନ୍ନ କମ୍ପାନୀ ସହିତ ଜଡିତ ରହିଛି ସିଲ୍ଭର ଲେକ୍ । ଜିଓ ନିଜର 10 ପ୍ରତିଶତ ଅଂଶଧନ ଫେସ୍ବୁକ୍କୁ ବିକ୍ରୟ କରିଥିବା ବେଳେ ଅନ୍ୟାନ୍ୟ ଋଣ ପରିଶୋଧ ପାଇଁ ଜିଓ ନିଜୟ ଅଂଶଧନ ବିକ୍ରୟ କରୁଥିବା ଜଣାପଡିଛି…
ମୁମ୍ବାଇ : ମହାରାଷ୍ଟ୍ରରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଉଦ୍ଧବ ଠାକ୍ରେଙ୍କୁ ସମାଲୋଚନା କରିଛନ୍ତି ଔରଙ୍ଗାବାଦ ସାଂସଦ ଇମତିୟାଜ୍ ଜଲିଲ୍ । ଦେଶ କରୋନା ସମସ୍ୟାରେ ପ୍ରପୀଡିତ ହେଉଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଉଦ୍ଧବ ସରକାରଙ୍କ ମଦ ଦୋକାନ ଖୋଲିବାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଜଲିଲ କହିଛନ୍ତି । ମଦ ଦୋକାନ ଗୁଡିକୁ ସରକାରଙ୍କ ପକ୍ଷରୁ ବନ୍ଦ କରାନଗଲେ ସେ ଲକ୍ଡାଉନ୍ ନିୟମ ଭାଙ୍ଗିବାକୁ ବାଧ୍ୟ ହେବେ ଏବଂ ମଦ ଦୋକାନ ଗୁଡିକୁ ସ୍ବୟଂ ବନ୍ଦ କରାଇବେ ବୋଲି ଜଲିଲ୍ କହିଛନ୍ତି । ମଦ ବିକ୍ରୟ କରି ରୋଗ ବିକ୍ରୟ କରିବା ଏବଂ ମା ଓ ଭଉଣୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ଜଲିଲ୍ ମତ ଦେଇଛନ୍ତି ।
ଭୁବନେଶ୍ବର : କାମାକ୍ଷା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୂଅରେ ପଡି 3 ବର୍ଷର ପୁଅ ସହିତ ମା’ ପ୍ରାଣ ହରାଇଛି । କାମାକ୍ଷାନଗରର ପର୍ଜଙ୍ଗ ଅନ୍ତର୍ଗତ ତୋରଡାନାଳି ଗ୍ରାମରେ ଏହି ଘଟଣା ଘଟିଛି । 3 ବର୍ଷର ପୁଅ ଖେଳୁଥିବା ବେଳେ କୂଅରେ ପଡି ଯାଇଥିବା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ମା‘ ମଧ୍ୟ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ପରେ ଗ୍ରାମବାସୀଙ୍କ ଦ୍ବାରା ମା‘ ଓ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା ।
ସୀତାରାମ ଅଗ୍ରଓ୍ବାଲ ଚିଲିକା: ତିନି ସେନା ବାହିନୀ ପକ୍ଷରୁ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ଓଡିଶା ପୋଲିସ୍ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛି। କରୋନା ବିରୋଧରେ ନିଷ୍ଠାର ସହ ଲଢେଇ ପାଇଁ ଓଡିଶା ପୋଲିସ୍ ପ୍ରତି ନିଜର ସମ୍ମାନ ଜାହିର କରିବା ସହିତ ଏକ ଫେସ୍ ମାସ୍କ ଏବଂ ସନିଟାଇଜଜର୍ ପ୍ୟାକେଟ୍ ଉପହାର ପ୍ରଦାନ କରିଛି ଆଇଏନ୍ଏସ୍ ଚିଲିକା। ଭାରତୀୟ ନୌସେନା ପକ୍ଷରୁ ଆଇଏନ୍ଏସ୍ ଚିଲିକାର କାର୍ଯ୍ୟନିର୍ବାହୀ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଏବଂ ଲେଫ୍ଟନାଣ୍ଟ ସନୋଜ ଠକ୍ରନ୍ ବାଲୁଗାଁ ଏସ୍ଡିପିଓ ସୁରେଶ କୁମାର ଦାସଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ଫେସ୍ ମାସ୍କ ଏବଂ ସନିଟାଇଜଜର୍ ପ୍ୟାକେଟ୍ ପ୍ରଦାନ କରିଛନ୍ତି।

