Author: Samikhsya Bureau

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କରୋନା ପାଇଁ ଲକ ଡାଉନ ସମୟରେ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ହୋଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍‌ କାର୍ଯ୍ୟକ୍ରମ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଏହାର ଶୁଭାରମ୍ଭ କରିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ। କେହି ଗରିବ ଅସହାୟ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ନ ରହୁ ସେଥିପାଇଁ ଏ ପ୍ରୟାସ ବୋଲି ବିଧାୟିକା ମତ ପ୍ରକାଶ କରିଥିଲେ। ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗାପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବଜାୟ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନକୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କ ନିକଟରେ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି…

Read More

ନାଗପୁର : କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଏକ ଭିଡିଓ କନଫରେନ୍ସ ଜରିଆରେ ବ୍ୟାଙ୍କ ଅଫ ସ୍କିମ, ଆଇଡିଆ, ଇନୋଭେସନ ଆଣ୍ଡ ରିସର୍ଚ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲ http://ideas.msme.gov.in/ରେ ଉପଲବ୍ଧ ହେବ । ଏହି କନଫରେନ୍ସରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଚିବ ଡଃ ଅରୁଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୋର୍ଟାଲରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମସ୍ତ ପ୍ରକାର ସ୍କିମକୁ ଆକ୍ସେସ କରାଯାଇପାରିବ । ଆଇଡିଆର କ୍ରାଉନ ସୋର୍ସିଙ୍ଗ ସହିତ ସେସବୁର ମୂଲ୍ୟାୟନ ଓ ରେଟିଂ ବ୍ୟବସ୍ଥା ଏହି ପୋର୍ଟାଲର ବିଶେଷତ୍ଵ । ଏହାମଧ୍ୟ ଭେଞ୍ଚର କ୍ୟାପିଟାଲ ଓ ବିଦେଶୀ ସହଯୋଗ ଆଦି ପାଇଁ ସହାୟକ ହୋଇପାରିବ…

Read More

ହାଇଦ୍ରାବାଦ୍‌ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦି ଗୀତରେ ନନାଚି ଏକ ତେଲୁଗୁ ଗୀତରେ ନାଚିଛନ୍ତି । ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍‌ ଓ୍ବାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଓ୍ବାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ । https://www.instagram.com/p/B_mINrppW7d/?utm_source=ig_embed&utm_campaign=embed_video_watch_again ଏହାପରେ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ଓ୍ବାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ବାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍‌ ପ୍ରଶଂସା କରିଛନ୍ତି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ 9ଟି ରାଜ୍ୟରେ କରୋନ ସ୍ଥିତି ଦୃଢ ସ୍ଥିତିରେ ରହିଛି । ଜାତୀୟ ଦ୍ବିଗୁଣିତ ହାର 11.3 ରହିଥିବା 9ଟି ରାଜ୍ୟରେ ଦ୍ବିଗୁଣିତ ସଂଖ୍ୟା ଅଧିକ ରହିଛି । ହିମାଚଳ ପ୍ରଦେଶ ଏହି ତାଲିକାର ଶୀଷ ସ୍ଥାନରେ ରହିଛି । ହିମାଚଳ ପ୍ରଦେଶରେ ଦ୍ବିଗୁଣିତ ହେବା ପାଇଁ ସର୍ବାଧିକ 191.6 ଦିନ ରହିଥିବା ବେଳେ ଛ ତିଶଗଡରେ ଏହି ସଂଖ୍ୟା 89.7 ରହିଛି । ତେଲେଙ୍ଗାନାରେ ଏହି ସଂଖ୍ୟା 70.8 ରହିଥିବା ବେଳେ ଆସାମରେ 59 ଦିନ ରହିଛି । ସେହିପରି କେରଳ 37.5, ଉତ୍ତରାଖଣ୍ଡ 30.3, ହରିୟାଣା 24.4, ଲଦାଖ 24.2, କର୍ଣ୍ଣାଟକ 21.6 ଏହା ପଛକୁ ରହିଛି । 11ରୁ 20 ମଧ୍ୟରେ ଦ୍ବିଗୁଣିତ ହେଉଥିବା 6ଟି ରାଜ୍ୟ ରହିଛନ୍ତି । ପଞ୍ଜାବ 19.5, ତାମିଲନାଡୁ 19.1, ରାଜସ୍ଥାନ 17.8, ଓଡିଶା 13,…

Read More

ବ୍ରହ୍ମପୁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଚିକିତ୍ସାଳୟ ପରିସରରେ Human Sanitization Machine ଅବସ୍ଥାପିତ କରାଯାଇଅଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଓ ରୋଟାରି କ୍ଲବ ସଦସ୍ୟ ମାନେ ଉପସ୍ଥିତରେ ହେଲା ଉଦଘାଟିତ। ଏହି ମେସିନ ଦେଇ ଗଲେ ଆପଣଙ୍କ ସାରା ଦେହ ହେବ ସଂକ୍ରାମଣ ମୁକ୍ତ

Read More

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦୋକାନ ବଜାର ଖୋଲିବା ପାଇଁ ନୂତନ ଗଇଡ୍‌ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ୍‌ । ମେ 1 ଠାରୁ ଏହି ନୂତନ ଗାଇଡ୍‌ ଲାଇନ୍‌ କାର୍ଯ୍ୟକାରୀ ହେବା ସହିତ 60 ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ କେବଳ ସ୍ବୀକୃତୀପ୍ରାପ୍ତ ଦୋକାନ ଖୋଲାଯାଇପାରିବ ମାତ୍ର ଦୋକାନ ଗୁଡିକରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ କଡାକଡି ଭାବରେ ପାଳନ କରାଯିବ । ଜରୁରୀକାଳୀନ ସାମଗ୍ରୀ ଦୋକାନ ସହିତ ମାର୍କେଟ୍‌ କମ୍ପ୍ଲେକ୍ସରେ ରହିଥିବା ଦୋକାନକୁ ଖୋଲାଯାଇପାରିବ ବୋଲି ଜଣାପଡିଛି । ତେବେ 5ରୁ ଅଧିକ ଦୋକାନ ରହିଥିବା ମାର୍କେଟ୍‌ କମ୍ପ୍ଲେକ୍ସକୁ ଖୋଲାଯାଇପାରିବ ନାହିଁ । ଏହା ସହିତ ଦୋକାନୀ ପାନ କିମ୍ବା ଗୁଟ୍‌ଖା ଖାଇ ଦୋକାନକୁ ଯାଇ ପାରିବେ ନାହିଁ ଏବଂ ବାହାରେ ଛେପ ନପକାଇବା ପାଇଁ ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ କରାଯାଇଛି । ଗ୍ରାହକ ସାମାଜିକ ଦୂରତ୍ବ ନରଖିଲେ ଦଣ୍ଡିତ ହେବେ ଏନେଇ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଅତିକ୍ରମ କରିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33050 ଛୁଇଁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ 25 ପ୍ରତିଶତ ଅତିକ୍ରମ କରିଛି । ସମୁଦାୟ 8324 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 1718ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି କରୋନା ଦ୍ବିଗୁଣିତ ହେବାର ହାର ମଧ୍ୟ 11.3ରେ ପହଞ୍ଚିଛି । ଲକ୍‌ଡାଉନ୍‌ ପୂର୍ବରୁ ଏହି ହାର 3.2 ରହିଥିଲା । ବର୍ତ୍ତମାନର ଏହି ସଦଂଖ୍ୟା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟସଚିବ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଯାଜପୁରରୁ ଆଜି 14 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 14 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36ରେ ପହଞ୍ଚିଛି । ସମୁଦାୟ 142 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 39 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ 14 ଜଣ ଆକ୍ରାନ୍ତ କଟିପଡା ଅଞ୍ଚଳର ବୋଲି ଜଣାପଡିଛି । 14 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ, 5 ଜଣ ମହିଳା ଏବଂ 3 ଜଣ ଶିଶୁ ରହିଛନ୍ତି । 6 ଜଣ ପୁରୁଷଙ୍କ ବୟସ 29, 38,35,29,34 ଏବଂ 62 ରହିଛି । ସେହିପରି 5 ମହିଳାଙ୍କ ବୟସ 40,20,36,85 ଏବଂ 52 ରହିଛି । ସେହିପରି ଶିଶୁଙ୍କ ମଧ୍ୟରେ ଦୁଇ…

Read More

କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)

Read More

ବିଜନ କୁମାର ମହାପାତ୍ର ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର ପରିବାରର ଅନ୍ୟତମ ସୁଯୋଗ୍ୟ ଦାୟାଦ ରିଷି କପୁର ଓରଫ ଚିଂଟୁ। ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ଋଷି କପୁର ନିଜ ପରିବାରର ପ୍ରତିଷ୍ଠା ଓ ପୃୃଷ୍ଠପୋଷକତା ବଳରେ ନୁହେଁ ବରଂ ନିଜର ସାଧନା ଓ ସଂଘର୍ଷ ବଳରେ ଦୀର୍ଘ ୫ ଦଶକ ଧରି ବଲିଉଡରେ ନିଜର କ୍ୟାରିଅରକୁ ପରିପୁଷ୍ଟ କରିପାରିଥିଲେ। ତାଙ୍କ ସମୟରେ ସେ ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ମଧ୍ୟ ରୋମାଟିଂକ ହୀରୋ ଭଳି ଏକ ନିର୍ଦ୍ଦିଷ୍ଟ ଇମେଜରେ ବାନ୍ଧି ହୋଇଯାଇଥିବାରୁ ତାଙ୍କ ଅଭିନୟ ଦକ୍ଷତା ସେ ସମୟର ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଲୁଚି ରହିଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ…

Read More

ନୂଆଦିଲ୍ଲୀ : ପାକିସ୍ତାନୀ ସ୍ପିଡଷ୍ଟର ଶୋଏବ ଅଖତର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ ଓପ୍‌ନର ଇମ୍ରାନ୍‌ ନାଜିରଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିବା ସହିତ ସେ ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ବୋଲି ଅଖତର ମତ ଦେଇଛନ୍ତି । ନାଜିର୍‌ ସେହ୍ବାଗଙ୍କ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମାତ୍ର ସେହ୍ବାଗଙ୍କ କ୍ରିକେଟ୍‌ ଜ୍ଞାନ ଏବଂ ଭାରତୀୟ କ୍ରିକେଟ ବୋର୍ଡର ସହାୟତା ସେହ୍ବାଗଙ୍କୁ ପ୍ରସିଦ୍ଧ କରିଥିଲା । ନାଜିରଙ୍କୁ ନିୟମିତ ସୁଯୋଗ ମିଳିଥିଲେ ସେ ସେହ୍ବାଗଙ୍କ ଠାରୁ ମଧ୍ୟ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥାନ୍ତେ ବୋଲି ଅଖ୍‌ତର ମତ ଦେଇଛନ୍ତି । ମାତ୍ର ପିସିବି ନାଜିରଙ୍କୁ ଉପଯୁକ୍ତ ସୁଯୋଗ ନଦେଇ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ କ୍ୟାରିୟରକୁ ସମାପ୍ତ କରିଦେଇଥିଲା ।

Read More

ମୁମ୍ବାଇ : କରୋନା ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଗୁରୁବାର ଭାରତୀୟ ସେୟାର ବଜାର ଉପରକୁ ଉଠିଛି । ଗୁରୁବାର ସେନ୍‌ସେକ୍ସ 1000 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେନ୍‌ସେକ୍ସରେ 3.09 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ 1011.38 ପଏଣ୍ଟ ବୃଦ୍ଧି ଘଟି 33778.34 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟୀରେ ମଧ୍ୟ 301.20 ପଏଣ୍ଟର ଅଭିବୃଦ୍ଧି ଘଟିଥିବା ବେଳେ ଏହା 9854.55 ପଏଣ୍ଟରେ ପହଞ୍ଚିଛି । ଆମେରିକୀୟ ବୈଜ୍ଞାନିକଙ୍କମ ପକ୍ଷରୁ କରୋନା ଔଷଧର ଟ୍ରାଏଲ୍‌ ଖବର ଆସିବା ପରେ ଏସିଆନ୍‌ ଟ୍ରେଡିଂ ପ୍ରଥମ ଥର ପାଇଁ ଗ୍ରୀନ୍‌ରେ ଶେଷ ହୋଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି ମିଳିଛି । ଭେଟରାନ୍‌ ବଲିଉଡ୍‌ ଅଭିନେତା ଋଷି କପୁର ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷି କପୁରଙ୍କ ଅନ୍ତିମ ଦର୍ଶନରେ ଯୋଗ ଦେବା ପାଇଁ ଝିଅ ରିଦ୍ଧିମା ସାଇନିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅବସ୍ଥାନ କରୁଥିବା ରିଦ୍ଧିମାଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିଦ୍ଧିମା ସଡକ ପଥରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯିବେ । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.54 ମିନିଟ୍‌ରେ କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନ 4ଟାରେ ତାଙ୍କ ମରଶରୀର ଚନ୍ଦନବାଡି ଶ୍ମସାନକୁ ନିଆଯିବ ବୋଲି ଜଣାପଡିଛି । (ଏଜେନ୍ସି)

Read More

ବରଗଡ, ଅଗ୍ରଣୀ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ନିଷ୍ଠା ପରିବାର ପକ୍ଷରୁ #lockdown ସମୟରେ #ବୁର୍ଲା ଡକ୍ଟରଖାନାରେ ଟିଫିନ ବଣ୍ଟନରେ ଯୋଗଦେଇ ସହଯୋଗ କରିଥିଲେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ। ଦୈନିକ 600 ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। #OdishaFightsCorona

Read More

ନୂଆଦିଲ୍ଲୀ : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଦେଶରେ କରୋନା ସଂକ୍ରମଣ ସମୟରେ 20 ହଜାର କୋଟିର ଏହି ପ୍ରକଳ୍ପ ଉପରେ ରୋକ୍‌ ଲଗାଇବା ପାଇଁ ରାଜୀବ ସୂରୀ ଏକ ଯାଚିକା ଦାଖଲ କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ଏହି ପ୍ରକଳ୍ପର କାମରେ ଅଗ୍ରଗତିରେ କୌଣସି ସମ୍ଭାବନା ନାହିଁ ବୋଲି ଦର୍ଶାଇବା ସହିତ ମାମଲା ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସଂସଦ ଭବନ, ରାଷ୍ଟ୍ରପତି ଭବନ, ଉପ ରାଷ୍ଟ୍ରପତି ଭବନ, ସଚିବାଳୟର ନବୀକରଣ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ରାସ୍ତାର ପୁନଃନିର୍ମାଣ କାମ ପାଇଁ 20 ହଜାର କୋଟିର ଅର୍ଥ ଘୋଷଣା କରାଯାଇଥିଲା । (ଏଜେନ୍ସି)

Read More

ଥିରୁଅନନ୍ତପୁରମ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଥମ ରାଜ୍ୟ ଭାବରେ କେରଳ ପଦକ୍ଷେପ ଗ୍ରହଣ କରିଛି । କେରଳ ନିଜର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଥିବା ବେଳେ ଏଥି ନିମନ୍ତେ ଏକ ବିଧେୟକ ଆଣିଛି । ଏହି ବିଧେୟକକୁ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହା ଆଇନରେ ପରିଣତ ହୋଇଛି । ଆସନ୍ତା 5 ମାସ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତିମାସର 6 ଦିନର ବେତନ କାଟିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଘୋଷଣା କରିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ରାଜସ୍ଥାନ କୋଟାରୁ ଫେରୁଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ । 116 ଜଣ ବିଦ୍ୟାର୍ଥୀ ବସ୍‌ ଯୋଗେ ରାଉରକେଲା ଫେରୁଥିବାର ସୂଚନା ରହିଛି । ନିଜ ନିଜ ବ୍ୟବସ୍ଥାରେ ବସ୍‌ ଯୋଗେ ପିଲାମାନେ ଫେରୁଛନ୍ତି । ଜଣକ ପିଛା ପ୍ରାୟ 4 ହଜାର ଟଙ୍କା ଲେଖାଏଁ ଦେଇ ଫେରୁଛନ୍ତି ପିଲା । ମୋଟ ଚାରୋଟି ବସ୍‌ରେ ପିଲାମାନେ ଓଡ଼ିଶା ଫେରୁଥିବାର ସୂଚନା ରହିଛି । କୋଟା ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗରରୁ ବସ୍‌ ଆସୁଛି । ବସ୍‌ଗୁଡିକ ମଧ୍ୟପ୍ରଦେଶ, ଛତିଗଶଡ ଦେଇ ଓଡ଼ିଶା ଆସିବ । ରାଉରକେଲାରେ ପହଞ୍ଚିବାକୁ ପ୍ରାୟ 30 ଘଣ୍ଟା ଲାଗିବ ବୋଲି ସୂଚନା ରହିଛି । କୋଚିଂ ନେବାକୁ ଯାଇ ଲକ୍‌ ଡାଉନ୍‌ରେ ଫସିଥିଲେ ଓଡ଼ିଶା ପିଲା ।ସେହିପରି ଗୁଜୁରାଟ ସୁରତରୁ 4ଟି ବସ୍‌ ଯୋଗେ 200ଶହରୁ ଅଧିକ ଓଡ଼ିଆ ଗଞ୍ଜାମ ଫେରିଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଚାଇନିଜ୍‌ ଦ୍ରବ୍ୟ ଏବଂ ଆପ୍‌ ବିରୋଧରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାଇନିଜ୍‌ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏହି ସମୟରେ 2 ବିଲିୟନ୍‌ ଡାଉନ୍‌ଲୋଡ୍‌ ଛୁଇଁଛି । ତେବେ 2020ର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ 315 ମିଲିୟନ୍‌ ଲୋକ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି । ଏହି ସମୟରେ ସର୍ବାଧିକ ଭାରତୀୟ ଏହି ଆପ୍‌ର ବ୍ୟବହାର କରୁଥିବାର ମଧ୍ୟ ସୂଚନା ମିଳିଛି । ସେନ୍ସର ଟାଓ୍ବାର ଷ୍ଟୋର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ସର୍ବାଧିକ ଟ୍ବିଟ୍ଟର ବ୍ୟବହାରକାରୀ ରହିଛନ୍ତି । ଟିକ୍‌ଟକ୍‌ର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 30.3 ପ୍ରତିଶତ ବା 611 ମିଲିୟନ୍‌ ଗ୍ରାହକ ଭାରତର…

Read More

କେଦାର ମିଶ୍ର ଗତକାଲି ଭାରତର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଗତକାଲି ଲାଗ ଲାଗ ୧୩ ଟି ଟୁଇଟ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଯେଉଁମାନେ ଏ ଦେଶର ବିଭିନ୍ନ ବ୍ୟାଙ୍କର ଟଙ୍କା ଖାଇ ପଳାଇଛନ୍ତି, ସେଇଟା କେବଳ ଏକ ସାଧାରଣ କଥା। ଅବଶ୍ୟ ଏହି ସାଧାରଣ କଥାର ଅସାଧାରଣ ଦିଗ ଟି ହେଉଛି, ଯେଉଁମାନେ ପଇସା ଖାଇ ପଳାଇଛନ୍ତି, ସେମାନେ ଦେଶ ଛାଡି ପଳାଇଛନ୍ତି। ତେଣୁ ସେମାନଙ୍କ ପାଖରୁ ପଇସା ଫେରିବାର ସମ୍ଭାବନା ବହୁତ କମ। ତେଣୁ ବ୍ୟାଙ୍କଖାତାକୁ ସଫା ଦେଖାଇବାକୁ ଏହି ସବୁ ଟଙ୍କାକୁ ଖାତାରୁ କାଟି ଦିଆ ଯାଇଛି। ତେବେ ଏହା ଋଣ ଛାଡ ନୁହେଁ, ଆବଶ୍ୟକ ସ୍ଥଳେ ଏହା ଆଦାୟ କରିବାର ପଦକ୍ଷେପ ନିଆଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଏ କଥାରେ ନୂଆ କିଛି ନାଇଁ। ଯେତେବେଳେ ନରେନ୍ଦ୍ର ମୋଦୀ ସରକାର ସମୟରେ ମେହୁଲ ଚୋକସି, ବିଜୟ ମାଲ୍ୟା, ନୀରବ ମୋଦୀ…

Read More