Author: Samikhsya Bureau

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ  ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ସ୍ୱାଭିମାନର ସୁରକ୍ଷା, ଶିଳ୍ପ, ଶିକ୍ଷା ଓ ସାହିତ୍ୟରେ ଉତ୍କର୍ଷ ପ୍ରତିପାଦନ ଏବଂ ରାଜ୍ୟର ପ୍ରଗତିରେ ତାଙ୍କ ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ରହିବ ବୋଲି ସେ କହିଛନ୍ତି।…

Read More

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଆନ୍ଧ୍ର ରାଜଭବନର ଚାରିଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟପାଳଙ୍କ ନମୁନା ନିଆଯାଇଥିଲା ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ରାଜଭବନ ମେଡିକାଲର ଜଣେ ଷ୍ଟାଫ ନର୍ସ, ଜଣେ ହାଉସ୍ କିପିଂ ଷ୍ଟାଫ ଓ ରୋଷେୟା ରହିଛନ୍ତି । ତେବେ ଏହି ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବାର ସୂଚନା ରହିଥିଲା । ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଥିଲା । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ…

Read More

କଙ୍କଡାହାଡ, ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି। ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଂଜୟ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର…

Read More

ଭୁବନେଶ୍ବର : ରାଜଧାନୀ ବାସୀଙ୍କ ପାଇଁ ଲକ୍‌ ଡାଉନ୍‌ରେ କିଛି ନିୟମ କୋହଳ କରାଗଲା ।  କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବ ସେନେଇ ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତି କରାଯାଇଛି । ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସହ ଆଉ କିଛି ସେବାକୁ ଯୋଡା ଯୋଇଛି । ଭୁବନେଶ୍ବରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ବିଏମସି ତରଫରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସମସ୍ତ ମାର୍କେଟ୍‌ କମ୍ପ୍ଲେକ୍ସ- ମଲ୍ଟି ଓ ସିଙ୍ଗଲ୍‌ ବ୍ରାଣ୍ଡ ବନ୍ଦ ରହିବ ବୋଲି ସୂଚନା ରହିଛି । ଜିମ୍ନାସିୟମ୍‌, ପାର୍ଲର୍‌, ସେଲୁନ୍‌, ସ୍ପା, ବିୟୁଟି ପାର୍ଲର, ମସାଜ୍‌ ସେଣ୍ଟର ମଧ୍ୟ ବନ୍ଦ ରହିବ । ଚା’ କଫି, ପାନ, ଫାଷ୍ଟ ଫୁଡ୍‌, ଟିଫିନ୍‌, ଫଳ ରସ ବିକ୍ରି ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଗ୍ରୋସରୀ, ଫଳ, ପନିପରିବା, ମାଛ, ମାଂସ, କ୍ଷୀର ଦୋକାନ ଆଦି ଖୋଲିବ ବୋଲି ସୂଚନା…

Read More

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ଯୋଜନାକୁ ସୁଚାରୁ ରୂପେ ଚଳାଇବା ଲାଗି ରୋଷେଇ ଖର୍ଚ୍ଚରେ ବାର୍ଷିକ କେନ୍ଦ୍ରୀୟ ଆବଣ୍ଟନ ପରିମାଣ ବୃଦ୍ଧି କରିବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଯୋଜନାରେ କେନ୍ଦ୍ରୀୟ ଆବଣ୍ଟନ ପରିମାଣକୁ ପୂର୍ବର 7,300 କୋଟି ଟଙ୍କାରୁ 8,100 କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଅର୍ଥାତ ଏଥିରେ 10.99 % ବୃଦ୍ଧି ହୋଇଥିବା ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଖର୍ଚ୍ଚରେ ଡାଲି, ପରିବା, ତେଲ, ମସଲା ଓ ଇନ୍ଧନ ଆଦି ସାମିଲ ରହିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖି ଆଗରେ ରଖି ଲକଡାଉନ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ରାସନ…

Read More

ମୁମ୍ବାଇ :ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଭିନେତାଙ୍କର ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଇରଫାନ୍‌ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ  ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଇରଫାନ୍‌ କୋଲନ୍‌ ସଂକ୍ରମଣ  କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ଶନିବାର ଦିନ ଇରଫାନ୍‌ଙ୍କ ମା’ ସଇଦା ବେଗମଙ୍କ ନିଧନ ହୋଇଛି । ଇରଫାନ୍‌ ଭିଡିଓ କଲ୍‌ ଜରିଆରେ ତାଙ୍କୁ ଅନ୍ତିମ ଥର ପାଇଁ ଦେଖିଥିଲେ । ଲକ୍ ଡାଉନ୍‌ ଓ ଅସୁସ୍ଥତା ପାଇଁ ମା’ଙ୍କ ଶେଷ ଦର୍ଶନରେ ଯୋଗ ଦେଇପାରିନଥିଲେ । ଦୁଇ ବର୍ଷ ପୂର୍ବେ ମାର୍ଚ୍ଚ 2018ରେ ଇରଫାନ୍‌ଙ୍କୁ ନିଜ ବେମାରୀ ସମ୍ପର୍କରେ ସୂଚନା ମିଳିଥିଲା । ଇରଫାନ୍‌ଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ହୋଇଥିଲା । ପ୍ରାୟ ଏକ ବର୍ଷ ଲଣ୍ଡନରେ ରହି ଚିକିତ୍ସିତ ହେବା ପରେ…

Read More

ନୂଆଦିଲ୍ଲୀ, ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ। କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟ୍ୱିଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ତ୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ । ବ୍ୟାଙ୍କିଂ ସୁବିଧା ଥିବା ସିଏସି ଗୁଡିକ ନିଜ…

Read More

ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରିଥିବାରୁ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନା ସଂକ୍ରମଣକୁ ଧାର୍ମିକ ରଙ୍ଗ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନଡ୍ଡା । ପୂର୍ବରୁ ୟୁପି ବିଜେପି ପ୍ରଦେଶର ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ତିଓ୍ବାରୀଙ୍କ ଏହି ବୟାନ ପାଇଁ ତାଙ୍କୁ କାରଣ ନୋଟିସ୍‌ ଜାରି କରିଥିଲେ । ଏହି ନୋଟିସ୍‌ରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଆଚରଣ ବିରୋଧରେ ଆପଣଙ୍କ ଦ୍ବାରା ସାର୍ବଜନିକ ରୂପରେ ବକ୍ତବ୍ୟ ଦେଇଥିବାର ଅଭିଯୋଗ ପ୍ରାପ୍ତ ହୋଇଛି । ଯାହାକୁ ଦଳକୁ ଗମ୍ଭୀରତା ସହ ନେଇଛି। ଏହା ସହିତ ତିଓ୍ବାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି। ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ। ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-19 ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ। ଏହି…

Read More

ନୂଆଦିଲ୍ଲୀ, କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯିବ । ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତି ପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ/କର୍ମଚାରୀଙ୍କୁ ମଧ୍ୟ ମିଳିବ । ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀ ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇବେ । କରୋନା ମହାମାରୀ ସମୟରେ ବନ୍ଦର କର୍ମଚାରୀ ଓ ଶ୍ରମିକମାନେ ବିପଦକୁ ଖାତିର ନ’କରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ସେମାନଙ୍କର ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଏହି କ୍ଷତି ପୂରଣ/ଅନୁକମ୍ପାମୂଳକ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । କୌଣସି କର୍ମଚାରୀ ଶ୍ରମିକ ଯଦି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ…

Read More

ନୂଆଦିଲ୍ଲୀ :ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ବିଭିନ୍ନ ରାଜ୍ୟରେ ଶିକ୍ଷାମନ୍ତ୍ରୀମାନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପୋଖରିଆଲ ନିଶଙ୍କ ଭିଡିସ କନଫରେନ୍ସିଂରେ ଆଲୋଚନା କରିଥିଲେ । ଟୁଇଟ୍‌ ଜରିଆରେ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଖରିୟାଲ୍‌ । ଏହି ଭିଡିଓ କନଫରେନ୍ସିଂ ରେ ଭାଗ ନେଇଥିଲେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ଆଲୋଚନାରେ ପିଲାଙ୍କ ଇ-ଲର୍ଣ୍ଣିଂ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ତିନି ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ବେଳେ ସେହିପରି ସିବିଏସଇ ଗାଇଡ୍‌ଲାଇନ ଅନୁଯାୟୀ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସମୀର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଲକ୍ ଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜୁନ୍‌ 17…

Read More

ଭୁବନେଶ୍ବର : ଓଡ଼ିଶାକୁ ଏବେ ସୁପରସ୍ପ୍ରେଡର ଚିନ୍ତା ଘାରିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସର୍ବମୋଟ୍‌ 118 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 38ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ତେବେ ରାଜ୍ୟରେ ଚିନ୍ତା ବଢାଇଛି ସୁପର ସ୍ପ୍ରେଡର୍‌ । ଆଜି 5 କରୋନା ଆକ୍ରାନ୍ତଙ୍କ ତଥ୍ୟରୁ ସୁପର ସ୍ପ୍ରେଡରକୁ ନେଇ ଚିନ୍ତା ବଢିଛି । ଆଉ 5 କରୋନା ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି ଦେଇଛନ୍ତି ସରକାର । କେସ୍‌ ନମ୍ବର 104, 105, 106,107,108ଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳର। ଏହି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ମହିଳା ଥିବାବେଳେ ଜଣେ ଯୁବକ ରହିଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ 22, 55,23,29 ହୋଇଥିବାବେଳେ ଯୁବକଙ୍କ ବୟସ 27 ବର୍ଷ । ସମସ୍ତ…

Read More

ମୁମ୍ବାଇ : ଭାରତୀୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ନିଜ ବ୍ୟାଟିଂର ଏକ ଭିଡିଓ ସେୟାର କରିଛନ୍ତି । ଯୁବରାଜ ସିଂଙ୍କ ଅନୁରୋଧରେ ବୁମ୍‌ରା ଏହି ଭିଡିଓଟିକୁ ପୋଷ୍ଟ କରିଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଉଭୟଙ୍କ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ଚାଟ୍‌ ସମୟରେ ଯୁବରାଜ ବୁମ୍‌ରାଙ୍କ ବ୍ୟାଟିଂର ମଜାକ୍‌ ଉଡାଇଥିଲେ । ଗୋଆ ବିପକ୍ଷ ଏକ ରଣଜୀ ଟ୍ରଫି ମ୍ୟାଚ୍‌ରେ ବୁମ୍‌ରା 20 ବଲ୍‌ରୁ 42 ରନ୍‌ ସଂଗ୍ରହ କରିଥିଲେ । blob:https://www.facebook.com/f79ecf56-3e73-46ce-a97e-f2d7c2b93805 ଉଲ୍ଲେଖଯୋଗ୍ୟ ଯେ, ଦିନିକିଆ ଏବଂ ଟେଷ୍ଟରେ 10 ବୁମ୍‌ରାଙ୍କ ସର୍ବାଧିକ ସ୍କୋର ହୋଇଥିବା ବେଳେ ଆଇପିଏଲ୍‌ରେ ତାଙ୍କର ସର୍ବାଧିକ ସ୍କୋର 16 ରନ୍‌ ରହିଛି । ଭିଡିଓଟିକୁ ସେୟାର କରିବା ସହିତ ଯୁବରାଜଙ୍କ ଅନୁରୋଧରେ ଭିଡିଟିକୁ ସେୟାର କରୁଥିବା ଲେଖିଛନ୍ତି ବୁମ୍‌ରା ।

Read More

ଇରାନ୍: ସାରା ବିଶ୍ବରେ କରୋନା ଭାଇରସ୍‌ ହଇଚଇ ସୃଷ୍ଟି ହୋଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଯିଏ ଯେଉଁ ଔଷଧ ଦେଉଛି ତାକୁ ତୁରନ୍ତ ଲୋକମାନେ ବ୍ୟବହାର କରି ଦେଉଛନ୍ତି। ଏମିତି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ରୁ ଅଧିକ ମୃତ୍ୟୁ ହୋଇଛି। ସେଠାରେ ମିଥାନୋଲ୍‌ ପିଇବା ଦ୍ବାରା କରୋନା ବ୍ୟାପିବ ନାହିଁ ବୋଲି ଏକ ଗୁଜବ ବ୍ୟାପିଥିଲା। ଏହି ଗୁଜବକୁ ବିଶ୍ବାସ କରି ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଲୋକେ ବିଷାକ୍ତ ମିଥାନୋଲ୍‌ ପିଇଦେଇଛନ୍ତି। ଏହା ଫଳରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ଏପ୍ରିଲରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁଯାୟୀ,  ଇରାନରେ କରୋନା ମୃତ୍ୟୁଠାରୁ ଗତ ବର୍ଷ ତୁଳନାରେ ଦଶଗୁଣ ଅଧିକ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ଫେବୃଆରୀ ୨୦ ତାରିଖରୁ ଏପ୍ରିଲ୍‌ ସାତ ତାରିଖ ଭିତରେ ୭୨୮ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ପ୍ରାୟ ୪୦ ଟି ମଦ…

Read More

ଚଣ୍ଡୀଗଡ : ହରିୟାଣାରେ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ୍‌ 30 ଜଣଙ୍କୁ ଗିରଫ କରିଛି । ଅମ୍ବାଲା ନିକଟସ୍ଥ ଚାନ୍ଦପୁରା ଗ୍ରାମରେ ଏହି ଘଟଣା ଘଟିଛି । ଚାନ୍ଦପୁରାରେ ଜଣେ ମହିଳା କୋଭିଡ୍‌-19ରେ ପ୍ରାଣ ହରାଇଥିବା ବେଳେ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଦାବି କରିଥିଲେ । ଏହାକୁ ନେଇ ପୋଲିସ୍‌ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ମାଡ କରାଯାଇଥିଲ । ଏହି ଘଟଣାରେ ଏକାଧିକ ସ୍ବାସ୍ଥ୍ୟକର୍ମୀ ଏବଂ ଅମ୍ବାଲା ଡିସିପି ଆହତ ହୋଇଥିଲେ । ଏହାପରେ ପୋଲିସ୍‌ ଗ୍ରାମର 30 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । (ଏଜେନ୍ସି)

Read More

ଚଣ୍ଡୀଗଡ : ଦେଶରେ ଲକ୍‌ଡାଉନ୍‌ ସମୟରେ ଆଉ ଏକ ଅନର କିଲିଂ ଘଟଣା ସମ୍ମୁଖକୁ ଆସିଛି । ପଞ୍ଜାବରେ ଏକ ପରିବାର ପ୍ରେମ ବ୍ୟାପାର କାରଣରୁ ନିଜ ଝିଅକୁ ହତ୍ୟା କରିଥିବା ବେଳେ ପୋଲିସ୍‌କୁ ଲୁଚାଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ପଞ୍ଜାବର ହୋସିଆରପୁର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଝିଅକୁ ହତ୍ୟା ଅଭିଯୋଗରେ ପୋଲିସ୍‌ ପୀଡିତାଙ୍କ ମା’ ବଲବିନ୍ଦର, ଦାଦା ସଦେବ୍‌ ଏବଂ ସମ୍ପର୍କୀୟ ଭାଇ ଗୁରଦୀପ ସିଂଙ୍କୁ ପୋଲିସ୍‌ ଗିରଫ କରିଛି । ହତ୍ୟା ମାମଲାକୁ ଲୁଚାଇବା ପାଇଁ ପୀଡିତାଙ୍କ ମା ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ନିଜ ଗ୍ରାମର ଅନ୍ୟ ଜଣେ ଯୁବକ ଅମନଦୀପ ସିଂଙ୍କ ନାମରେ ବଲବିନ୍ଦର ଅଭିଯୋଗ କରିଥିଲେ । ପୋଲିସ୍‌ ତଦନ୍ତ ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିଥିଲା । (ଏଜେନ୍ସି)

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍‌କୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡ୍ଡା ଚାଲିଥିବା ଖବର ପାଇ ବେଗୁନିଆପଡା ପୋଲିସ ଚଢ଼ାଉ କରି ମଦ ଜବତ କରିଥିଲା। ଏହା ସହିତ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହିତ ୧୦୮୦ ଲିଟର ମଦ ଜବତ କରିଛି। ଏହା ସହିତ ପୋଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ୩ ଜଣ ବ୍ୟକ୍ତି ହେଉଛନ୍ତି ପାଣ୍ଡା ଗୌଡ଼,ରାମକୃଷ୍ଣ ମହାନ୍ତି, ଇନ୍ଦ୍ରଜିତ ନାହାକ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ କେଶ ନମ୍ବର ୧୨୧, ୧୨୨ ଓ ୧୨୩ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା କହିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ମନରେଗା କାର୍ଯ୍ୟକୁ ଦ୍ବିଗୁଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଏଣିକି ଶ୍ରମିକ ସଂଖ୍ୟା 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଆସୁଥିବାରୁ ଶ୍ରମିକଙ୍କୁ ଆବଶ୍ୟକ କାମ ଯୋଗାଇଦେବା ପାଇଁ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ରହିବା ଏବଂ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ନବୀନ କହିଛନ୍ତି । ସେହିପରି ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଖାଇବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ନିଯୁକ୍ତ ଅଧିକାରୀ ମାନେ ଏହାକୁ ସହକାରୀ ଦାୟିତ୍ବ ନଭାବି ମୁଖ୍ୟ ଦାୟିତ୍ବ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ଅତିକ୍ରମ କରିଥିବା ବେଳେ ଆଜି ଦେଶର ପ୍ରଥମ ସିଆରପିଏଫ୍‌ ଯବାନ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳର 55 ବର୍ଷୀୟ ଅଧିକାରୀ ଜଣକ ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଗତ ସପ୍ତାହରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସିଆରପିଏଫ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 940 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟର 107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବାଲେଶ୍ବରର 107 ନମ୍ବର ଆକ୍ରାନ୍ତ ଜଣକ ଅନ୍ୟ ଜଣେ ଆକ୍ରାନ୍ତ(61 ନମ୍ବର)ଙ୍କ ପଡୋଶୀ ଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 26 ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ରହିଥିବା ବେଳେ 26 ତାରିଖରେ ନମୁନା ପଜିଟିଭ୍‌ ଆସିବାରୁ ତାଙ୍କୁ 27 ତାରିଖ ଦିନ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି 28 ନମ୍ବର ଆକ୍ରାନ୍ତ ମଧ୍ୟ ବାଲେଶ୍ବରର ନେଳିଆବାଗ ଅଞ୍ଚଳର 29 ବର୍ଷୀୟ ଯୁବକ ଜଣକ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 79 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ପରଠାରୁ ଘରେ ରହିଥିଲେ ମଧ୍ୟ 26 ତାରିଖରେ ତାଙ୍କୁ ନମୂନା ପଜିଟିଭ୍‌ ଆସିଥିଲା । ଏହାପରେ 27 ତାରିଖରେ ତାଙ୍କୁ କଟକ ସ୍ଥିତ…

Read More