ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 601 ଥିବାବେଳେ ମୃତ୍ୟସଂଖ୍ୟା 590କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 14 ହଜାର 759ଜଣ । କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି 3252ଜଣ । ମହରାଷ୍ଟ୍ରରେ ସର୍ବାଧିକ 232 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 74, ଗୁଜୁରାଟରେ 67, ଦିଲ୍ଲୀରେ 45, ତେଲେଙ୍ଗାନାରେ 21, ଆନ୍ଧ୍ରପ୍ରଦେଶରେ 20ଜଣଙ୍କର ମୃତ୍ୟୁ ହୋଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
Author: Samikhsya Bureau
ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ଯେ କେହି ଭାଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ନିୟମ ରହିଛି। ହେଲେ ସେହି ନିୟମକୁ ଫୁ କରି ଏହି ବଡଘରିଆ ଲୋକେ ନିଜ ପୁଅ ବାହାଘର କରିଦେଲେ। ହେଲେ ଏପରି ପରିସ୍ଥିତିରେ ଓଡିଶାର ଜଣେ ସାଧାରଣ ମହିଳା ହୋମଗାର୍ଡ ନିଜର କର୍ତ୍ତବ୍ୟ କଣ ତାହା ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ସେ କରୋନା ଯୋଦ୍ଧା ବନିବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। କର୍ତ୍ତବ୍ୟ ଆଗ, ପଛେ ବାହାଘର ବୋଲି ଚିନ୍ତା କରି ସେ ଏପରି ବଡ ନିଷ୍ପତି ନେଇଛନ୍ତି। ସେହି ମହିଳା ଜଣକ ହେଲେ…
ଉଜୈନ୍ : ମଧ୍ୟପ୍ରଦେଶରେ କରୋନା ବେଶ ଦ୍ରୁତଗତିରେ ବଢିବାରେ ଲାଗିଛି । ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ୟଶଓ୍ବନ୍ତ ପାଲ୍ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯଶଓ୍ବନ୍ତ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଇନ୍ଦୋର ଅରବିନ୍ଦୋ ହସ୍ପିଟାଲ୍ରେ ଚାଲୁଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅରବିନ୍ଦୋ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ 12 ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ସାଢ 5ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। 6 ଏପ୍ରିଲ୍ରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା 12 ପୋଲିସ୍ କର୍ମୀଙ୍କୁ ମାଧବନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟଶ୍ଓ୍ବନ୍ତଙ୍କ ପତ୍ନୀ ଓ ତାଙ୍କ ଦୁଇ ଝିଅକୁ ଏକ ହୋଟେଲ୍ରେ କ୍ବାରେଣ୍ଟାଇନ୍ରେ ରଖାଯାଇଛି।…
ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍ରେ ରହୁଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ…
ଭୁବନେଶ୍ବର : ରାଜ୍ୟରେ ଆଉ 5 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରୁ ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 74 ଥିବାବେଳେ ଆଜି 5 ଜଣଙ୍କର ଚିହ୍ନଟ ହୋଇଛି । ଏହି ସମସ୍ତ ବାଲେଶ୍ବରର ଜିଲ୍ଲାର ବୋଲି ଜଣାପଡିଛି। ଗତକାଲି ରାଜ୍ୟରେ ମୋଟ 13 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ 53 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 25ଜଣ ଓ ଜଣକର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।
କେଦାର ମିଶ୍ର ଯେତେବେଳେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ତିନି ସପ୍ତାହ ଲାଗି ଲକ ଡାଉନ ଘୋଷଣା କରିଥିଲେ, ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା ଯେ, ଏପ୍ରିଲ ୧୩ ତାରିଖରେ ଏହା ସତରେ ଉଠିବ କି। ଗଣମାଧ୍ୟମର ଏ ପ୍ରକାର ପ୍ରଶ୍ନ ଅବାନ୍ତର ଓ ଆଗକୁ ଲକ ଡାଉନ ବଢିବାର ନାହିଁ ସେତେବେଳେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରୀ ଏକ ବକ୍ତବ୍ୟ ରଖିଥିଲେ। ତେବେ ସମୟ କ୍ରମେ ଆମେ ଦେଖିଲୁ କ୍ୟାବିନେଟ ସେକ୍ରେଟାରୀଙ୍କ କଥା ଭୁଲ ସାବ୍ୟସ୍ତ ହେଲା ଓ ଲକ ଡାଉନ ର ସମୟ ସୀମା ବଢିଲା। ଲକ ଡାଉନକୁ ଦ୍ଵିତୀୟ ପର୍ୟାୟରେ ବଢାଇବାକୁ ଗଲାବେଳେ କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ମାନଙ୍କର ପରାମର୍ଶକୁ ଗୁରୁତ୍ଵ ଦେଉଥିବାର କଥା କହିଥିଲେ। କାରଣ କେନ୍ଦ୍ର ସରକାରଙ୍କ ପୂର୍ବରୁ ପ୍ରଥମେ ଓଡିଶା ଲକ ଡାଉନର ସମୟସୀମାକୁ ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ସାରିଥିଲେ। ଓଡିଶା ପରେ ପଞ୍ଜାବ,…
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ ମୃତ୍ୟୁବରଣ କରିଛନ୍ତି 42,514ଜଣ । ସେହିପରି ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପାର୍ କରିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,852ଜଣ । ସେହିପରି ଇଟାଲୀରେ 1,81,228ଜଣ ଆକ୍ରାନ୍ତ ରହିଥିବାବେଳେ 24,114 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଫ୍ରାନ୍ସରେ 1,55,383ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,265ଜଣ । ୟୁକରେ ଏହି ମହାମାରୀ ଯୋଗୁଁ 16,509 ମୃତ୍ୟୁବରଣ କରିଛନ୍ତି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 599କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 17,656ରେ ପହଞ୍ଚିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 176କୁ ବୃଦ୍ଧି ହୋଇଛି । (ଏଜେନ୍ସି)
ତେଲେଙ୍ଗାନା : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ସରକାର ଲକ୍ ଡାଉନ୍ ଜାରି କରିଥିବାବେଳେ ସମେସ୍ତ ହାତ ବାନ୍ଧି ବସିଛନ୍ତି । ସାରା ଦେଶରେ କିନ୍ତୁ ଏବେ କରୋନା ବନାମ ଭୋକର ସଂଘର୍ଷ ଦେଖିବାକୁ ମିଳୁଛି । କରୋନା ଠାରୁ ଭୋକର ଜ୍ବାଳା ବଡ ତୀବ୍ର । ଏହାର ପ୍ରମାଣ ପ୍ରାୟ ପ୍ରତ୍ୟହଃ ଦେଖିବାକୁ ମିଳୁଛି । ଲକ୍ଡାଉନ୍ କାରଣରୁ ଦେଶର ବହୁ ଲୋକଙ୍କ ଜୀବିକା ଚାଲିଯାଇଛି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । ଲକ୍ ଡାଉନ୍ ଯୋଗୁଁ ଦେଶର ଶ୍ରମିକ ଗୋଷ୍ଠୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ ଡାଉନ୍ କାମକୁ ଛଡାଇ ନେଇଥିବାବେଳେ ମୁଠାଏ ଦାନା ପାଇଁ ସଂଘର୍ଷ କରି ଶେଷରେ ତାଙ୍କ ଜୀବନ ବି ଚାଲିଯାଉଛି। କରୋନା ଦାଉରୁ ନିଜ ଜୀବନକୁ ବଞ୍ଚାଇବାଠାରୁ ବେଶୀ ବଡ ହୋଇଛି…
କେଦାର ମିଶ୍ର ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ ପଡି ରହିଛି, ତାକୁ ଖାଲି କରିବା ଲାଗି ଆଗାମୀ ସମୟରେ ହୁଏତ ବିକ୍ରେତାଙ୍କୁ ଖୋଦ ପଇସା ଦେଇ ତେଲ ନେଇଯିବାକୁ ଖୋସାମତ କରିବାକୁ ପଡିବ। ହେଲେ ତେଲ ନେବା କିଏ? ଆଜି କରୋନା ଭୟରେ ସାରା ପୃଥିବୀର ଯାନ ବାହନ ଠପ ହୋଇ ପଡିଛନ୍ତି। ବିମାନ ଠୁ ଆରମ୍ଭ କରି ମୋପେଡ ପର୍ୟନ୍ତ କିଛି ବି ଚାଲୁ ନ ଥିବାରୁ, ପୃଥିବୀରେ ଆଜି ତେଲର ଚାହିଦା ସରି ଯାଇଛି। କେବେ ଦିନେ ତେଲ କୁ ନେଇ ମରାମରି ହେଉଥିବା ପୃଥିବୀର ବଜାର ଆଜି ତେଲ କୁ ଦେଖି ମୁହଁ ମୋଦୀ ଦେଉଛି। ଯାହାର ପରିଣତି ସ୍ଵରୂପ ଆଜି କଞ୍ଚା…
ନୂଆଦିଲ୍ଲୀ, ଚାରିଆଡେ ଲକଡାଉନ ଥିବାରୁ ଲୋକମାନେ ଘରି ବାହାରି କୋଭିଡ19 ଟେଷ୍ଟ କରିବା ପାଇଁ ଉଚିତ ମଣୁ ନାହାଁନ୍ତି। ସେଥିପାଇଁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ମୋବାଇଲ କୋଭିଡ19 ପରୀକ୍ଷା ଭ୍ୟାନ। ଏହି ଭ୍ୟାନରେ ପରୀକ୍ଷା ପାଇଁ ବିଭିନ୍ନ ଉପକରଣ ରଖାଯାଇ ଘରେଘରେ ବୁଲି କୋଭିଡ ପରୀକ୍ଷା କରାଯାଉଛି। ପ୍ରଥମେ ନୂଆଦିଲ୍ଲୀର ଚାନ୍ଦିନୀଚୌକରେ ଏହା ଆରମ୍ଭ କରାଯାଇଛି।
ବର୍ତ୍ତମାନ ସାରା ଭାରତରେ ଲକ ଡାଉନ, ରାସ୍ତାଘାଟ ଶୂନଶାନ। କେଉଁଠି ବି ଗାଡିଟିଏ ଗଡିବା ଦେଖିବାକୁ ମିଳୁ ନାହିଁ। ଏପରି ପରିସ୍ଥିତିରେ ରାସ୍ତାଘାଟକୁ ଅକ୍ତିୟାର କରିଛନ୍ତି ଶିଶୁ। ବିହାରର ପାଟନା ସହରର ମୁଖ୍ୟ ରାସ୍ତା ଉପରେ ଶିଶୁଟିଏ ଖେଳରେ ନିମଗ୍ନ।
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମରେ ବାସ କରୁଥିବା ଅଲେଖ ଧର୍ମର ସାଧୁ ସୂଦର୍ଶନ ଦାସ ଆଜି କୋଭିଡ଼-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ସାଧୁ ଶ୍ରୀ ଦାସ ଆଜି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସ୍ଥାନୀୟ ବିଡ଼ିଓ ପୂଜା ଲେଙ୍କାଙ୍କୁ ଏହି ରାଶିର ଚେକ ପ୍ରଦାନ କରିଥିଲେ । ଏହି ସାଧୁ ନିଜେ ଅଲେଖ ଧର୍ମର ପ୍ରଚାର ପ୍ରସାର ସହିତ ଭବିଷ୍ୟତ ଗଣନା, ବାସ୍ତୁ ଉପଚାର, ଗୃହ ନିର୍ମାଣ, ନକ୍ସା ବା ବାଣୀ କାଟିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏଥିରୁ ଯାହା କିଛି ଆୟ କରନ୍ତି ତାହାକୁ ସେ ମୁଖ୍ୟତଃ ସମାଜସେବା କ୍ଷେତ୍ରରେ ବ୍ୟୟ କରିଥାନ୍ତି । ସାଧୁଙ୍କ ଏହି ସାଧୁ ଉଦ୍ୟମକୁ ଯୁବ ଆଇନଜିବୀ ଗତିକୃଷ୍ଣ ଶତପଥୀ ପ୍ରଶଂସା କରିବା ସହିତ ଅନ୍ୟମାନେ ଏହାକୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ବିଶ୍ୱାଳୀ ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ କୋଭିଡ଼ ୧୯ ମୁକାବିଲା କ୍ଷେତ୍ରରେ ଗରୀବ ଏବଂ ଅସହାୟ ବ୍ୟକ୍ତି ତଥା ପରିବାରକୁ ମାସ ମାସ ବ୍ୟାପୀ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବଂଟନ କରାଯାଉଥିବା ଜଣାପଡ଼ିଛି । ଏହି ଖାଦ୍ୟ ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡ଼ା ଅଂଚଳର ବିଭିନ୍ନ ସ୍ଥାନରେ ଦିନ ସମୟରେ ମାନସୀକ ବ୍ୟକ୍ତି, ନିରାଶ୍ରୟ, ଦିନ ମଜୁରିଆ, ଗରିବ, ଅସହାୟ ପରିବାର ତଥା ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକ ଏହି ଖାଦ୍ୟମାନଙ୍କୁ ପ୍ରଦାନ କରାଯାଉଛି। ସେହିପରି ଭାବେ ଏହି ଅବସରରେ ମଧ୍ୟ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଏବଂ ସାବୁନ ଆଦି ଲୋକମାନଙ୍କୁ ପ୍ରଦାନ କରାଯିବା ସହିତ କୋଭିଡ଼-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ବାହାରେ ବୁଲୁଥିବା ବୁଲା ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି। …
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସେବାସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା କୋଭିଡ଼-୧୯ ମୁକାବିଲା ପାଇଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶଙ୍କର୍ଷଣ ସ୍ୱାଇଁ, ବାବୁରାମ ଚୈଧୁରୀ,ବସନ୍ତ ସାମଲ, ପ୍ରଶାନ୍ତ ଚୌଧୁରୀ, ଦେବବାଳା ମହାପାତ୍ର, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଏହି ସହାୟତା ରାଶି କୁଜଙ୍ଗବ୍ଳକର ଭାରପ୍ରାପପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ସାମାଜିକ ନିରାପତ୍ତା ଅଧିକାରୀ ରଂଜିତ କୁମାର ଚୌଧୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।
ଭୁବନେଶ୍ବର : କୋଭିଡ୍-19ର ବିସ୍ତାର ବିରୁଦ୍ଧରେ ଏକ ବ୍ୟବସ୍ଥିତ ପଦ୍ଧତି ଏବଂ ପୂର୍ବ କାର୍ଯ୍ୟାନୁଷ୍ଠାନ ସହିତ ସଂଗ୍ରାମ ଜାରି ରଖିଥିବାବେଳେ ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପ କାର୍ଯ୍ୟକଳାପ ଏବଂ ନିଯୁକ୍ତି ଉତ୍ପାଦନକୁ ଆଗକୁ ବଢେଇବାକୁ ପ୍ରସ୍ତୁତ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 22 ତମ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲ୍ସିଏ) ବୈଠକରେ 8850.19 କୋଟି ଟଙ୍କାର ଦୁଇଟି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ 5250 ଲୋକଙ୍କ ରୋଜଗାର ସମ୍ଭାବନା ସୃଷ୍ଟି ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ଶିଳ୍ପ ଏବଂ ଏମଏସଏମଇରେ ସୁଧାର ଆଣିବା ଉପରେ ଦୃଷ୍ଟି ଦେବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି ଏବଂ ସେମାନଙ୍କୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ଆଜି ଡକାଯାଇଥିବା ରାଜ୍ୟ ଏଚ୍ଏଲ୍ସିଏ ବୈଠକରେ ସିଏମ୍ ଏହା ଘୋଷଣା କରିଛି।…
ଭୁବନେଶ୍ବର :କରୋନା ପାଇଁ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ହୋଇଥିବା ସମୟରେ ସରକାରୀ ଅଫିସ୍ରେ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ ରାଜ୍ୟସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବ ବର୍ଷ ଭଳି ଏପ୍ରିଲ୍ 10ରୁ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସବୁ ଅଫିସ୍ ଓ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ ସକାଳୁଆ ହେବ ବୋଲି ନିର୍ଦ୍ଦେଶ ରହିଛି ।
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍ ଡାଉନ୍ ପୂର୍ବରୁ ପ୍ରତି 3.4 ଦିନରେ କେସ୍ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍ ପରେ ପ୍ରତି 7.5ଦିନରେ କେସ୍ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ୍। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।…
ସଞ୍ଜୟ କର ଖୋର୍ଦ୍ଧା: ସମଗ୍ର ଦେଶରେ ତଥା ରାଜ୍ୟରେ ତାଲାବନ୍ଦ ଯୋଗୁଁ ଏକ ପ୍ରକାର ପିଲାମାନଙ୍କର ପାଠ ପଢା ଠପ୍ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ତାଲା ପଡ଼ିଯାଇଛି କହିଲେ ଅତୁକ୍ତି ହେବ ନାହିଁ। ଏପରିସ୍ଥଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶାବଳୀରେ ଅନଲାଇନ୍ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବିଦ୍ୟାଳୟ ସ୍ତରରୁ ନେଇ କଲେଜ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହେବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଦେଶର ଏପରି ଏକ ଅଭାବନୀୟ ସମୟରେ ପିଲାମାନଙ୍କୁ ପାଠ ପଢାଇବାପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର। ସର୍ବ ପ୍ରଥମେ ସଞ୍ଜୟ ଉକ୍ତ କଲେଜର ସମସ୍ତ ପିଲାମାନଙ୍କର ହ୍ୱାଟ୍ସଅପ୍ ନମ୍ବର ସଂଗ୍ରହ କରି ଏକ ଗୃପ୍ ମାଧ୍ୟମରେ କ୍ଳାସ୍ ଅନୁସାରେ ବହି ଗୁଡ଼ିକର ପିଡ଼ିଏଫ୍ କପିକୁ ଅପଲୋଡ଼ କରି ଉକ୍ତ ଗ୍ରୁପ୍ ରେ ଛାଡିଥିଲେ ଏବଂ ପରେ ପରେ ତାକୁ ଇଉଟ୍ୟୁବ୍…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ-୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼। ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ ସମ ହସ୍ପିଟାଲ, ଏମସିଏଲ…
ନୂଆଦିଲ୍ଲୀ : ଚାରି ରାଜ୍ୟକୁ ପଠାଗଲା ଇଣ୍ଟର ମିନିଷ୍ଟରିଆଲ୍ ସ୍ବତନ୍ତ୍ର କମିଟି । ଏନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସୂଚନା ଦେଇଛନ୍ତି । 4ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍ ଡାଉନ୍ ଠିକ୍ ଭାବେ ପାଳନ ହେଉନି। ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋରେ ଠିକ୍ ପାଳନ ହେଉନି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ପାଳନ ହେଉନି, ସ୍ଥିତି ଗମ୍ଭୀର ହୋଇଛି। ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ହୋଇଛି । ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ରହିଛି । ମେଦିନିପୁର ଇଷ୍ଟ, ଦାର୍ଜିଲିଂ, ଜଲପାଇଗୁଡି ଓ କାଲିଂପଙ୍ଗ୍ରେ ସ୍ଥିତି ଗମ୍ଭୀର । ସେଠାକାର ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟର ମିନିଷ୍ଟରିଆଲ୍ ଗ୍ରୁପ୍ ପଠାଯାଇଛି ।
ଭୁବନେଶ୍ବର : କ୍ରିଟିକାଲ୍ ଓ ପାର୍ସିଆଲ୍ କ୍ରିଟିକାଲ୍ ବିଭାଗ ନିୟମରେ ପୁଣି ପରିବର୍ତ୍ତନ କଲେ ରାଜ୍ୟସରକାର। କ୍ରିଟିକାଲ୍ 11ଟି ବିଭାଗର 30% କର୍ମଚାରୀ ପାଳି କରି ଆସିବେ । ଜରୁରୀ କାର୍ଯ୍ୟ ସମ୍ପନ୍ନ ପାଇଁ ପାଳି କରି 30% କର୍ମଚାରୀ ଆସିବେ । ପାର୍ସିଆଲ୍ କ୍ରିଟିକାଲ୍ ବିଭାଗର 10% କର୍ମଚାରୀ ପାଳି କରି ଅଫିସ୍ ଆସିବେ । ନୂଆ ନିୟମ ସହ 17ରେ ଜାରି ବିଜ୍ଞପ୍ତିକୁ ରଦ୍ଦ କଲେ ରାଜ୍ୟ ସରକାର । ପୂର୍ବରୁ କ୍ରିଟିକାଲ୍ର ସମସ୍ତ ଗ୍ରୁପ୍ – ଏ ଅଧିକାରୀ ଅଫିସ୍ ଆସିବା ବାଧ୍ୟ ଥିଲା ।

