Author: Samikhsya Bureau

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭିଡ ହିଂସା ବଢି ଚାଲିଥିବା ବେଳେ ଏହ ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ଏକ ମୁସ୍‌ଲିମ୍‌ ସଙ୍ଗଠନ । ମୁସଲିମ୍‌ ସଙ୍ଗଠନ ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରା ପକ୍ଷରୁ ମୋଦିଙ୍କୁ ଏହି ଅନୁରୋଧ କରାଯାଇଛି । ବର୍ତ୍ତମାନ ଭିଡ ହିଂସା ଦେଶର ପରମ୍ପରା ସଦୃଶ ହୋଇଯାଇଛି ଏବଂ ଏହାକୁ ସଂଖ୍ୟାଲଘୁଙ୍କ ବିରୋଧରେ କରାଯାଉଛି ଅଥବା ଦାୟୀ କରାଯାଉଛି । ଗତ 16 ତାରିଖରେ ପାଲଗଡରେ ଘଟିଥିବା ହିଂସା ପାଇଁ ମଧ୍ୟ ମୁସଲିମଙ୍କୁ ଦାୟୀ କରାଯାଇଥିଲା । ତେଣୁ ଲିଞ୍ଚିଂ ବିରୋଧରେ ଦୃଢ ନିୟମ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରାର ସଭାପତି ନାଭେଦ୍‌ ହମିଦ୍‌ । (ଏଜେନ୍ସି)

Read More

ଇସଲାମାବାଦ : ସେଲ୍ଫ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ୍‌ଙ୍କର କରୋନା ପରୀକ୍ଷଣ କରାଯିବା ସହିତ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଧି ଫାଉଣ୍ଡେସନ୍‌ର ମୁଖ୍ୟ ଫୈଜଲ୍‌ ଏଧିଙ୍କୁ ଇମ୍ରାନ ଭେଟିବା ପରେ ଫୈଜଲ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଫୈଜଲ୍‌ ସରକାରଙ୍କୁ କରୋନା ମୁକାବିଲା ପାଇଁ 1 କୋଟି ଟଙ୍କା ପ୍ରଦାନ କରିବା ସହିତ ଇମ୍ରାନଙ୍କୁ ଭେଟିଥିଲେ । ଫୈଜଲ୍‌ ମଙ୍ଗଳବାର କରୋନାରେ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କୁ ସେଲ୍ଫ କ୍ବାରାଣ୍ଟାଇନ୍‌ରେ ରହିଥିଲେ ।

Read More

ନୂଆଦିଲ୍ଲୀ: ଚୀନ୍‌ରୁ ଆସିଥିବା ରାପିଡ୍‌ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍‌ସିଆର୍‌ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍‌ ଟେଷ୍ଟ କିଟ୍‌ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍‌ରେ ପଜିଟିଭ୍‌ ରୋଗୀ ମାନଙ୍କର ରିପୋର୍ଟ ନେଗେଟିଭ୍‌ ଦେଖାଉଥିଲା । ଏହି ଅଭିଯୋଗ ଆସିବା ପରେ ଆସନ୍ତା ଦୁଇ ଦିନ ପାଇଁ ରାପିଡ୍‌ ଟେଷ୍ଟିଂ କିଟ୍‌ ବ୍ୟବହାର ନକରିବା ପାଇଁ ଆଇଏମ୍‌ସିଆର୍‌ ପକ୍ଷରୁ କୁହାଯାଇଛି ।

Read More

ଦେବ ରଞ୍ଜନ କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା: ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର…

Read More

ଭୁବନେଶ୍ବର: ରାଜ୍ୟର ଆଉ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ଭୁବନେଶ୍ବର, କଳହାଣ୍ଡି, ସୁନ୍ଦରଗଡ,ଢେଙ୍କାନାଳ ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହା ମଧ୍ୟରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ପ୍ରାଣହାନି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବର୍ତ୍ତମାନ ୪୯ ଟି ସକ୍ରିୟ କେସ୍‌ ରହିଛି।

Read More

ମେଲବୋର୍ଣ୍ଣ : ପୂର୍ବତନ ଅଷ୍ଟ୍ରୀଲୀୟ ଅଧିନାୟକ ମାଇକେଲ୍‌ କ୍ଲାର୍କ ଏକ ବିବାଦୀୟ ବୟାନ ଦେଇଛନ୍ତି । ଅଷ୍ଟ୍ରେଲିଆକୁ ବିଶ୍ବ ଚାମ୍ପିୟନ କରିଥିବା କୋଚ୍‌ ଜେମ୍‌ସ ବୁକାନାନ୍‌ଙ୍କୁ କିମ୍ବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ଓ୍ବାର୍ଣ୍ଣେ ସମ୍ମାନ କରନ୍ତି ନାହିଁ ବୋଲି କ୍ଲାର୍କ ବୟାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ କାରଣରୁ ଓ୍ବାର୍ଣ୍ଣେ କଦାପି ବୁକାନନଙ୍କ ସମ୍ମାନ କରିନଥାନ୍ତି । ଏପରିକି ରିକି ପଣ୍ଟିଂ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କରେ କୌଣସି ଉନ୍ନତି ଆଣି ପାରିନଥିଲେ । ସେହିପରି ଓ୍ବାର୍ଣ୍ଣେଙ୍କୁ ଜଣେ ବେପରୁଆ ଖେଳାଳି ଭାବରେ ଅଭିହିତ କରିଛନ୍ତି କ୍ଲାର୍କ । ଦଳର ତିନି ଦିନିଆ କ୍ୟାମ୍ପକୁ ଜରୁରୀ କାଳୀନ ସାମଗ୍ରୀ ଅପେକ୍ଷା ସିଗାରେଟ ଭର୍ତ୍ତି ବ୍ୟାଗ ନେଇଥାନ୍ତି ଓ୍ବାର୍ଣ୍ଣେ । ଉଲ୍ଲେଖଯୋଗ୍ୟ ଯେ, ବୁକାନାନଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ 89ରୁ 70ଟି ଟେଷ୍ଟରେ ବିଜୟୀ ହୋଇଥିବା ବେଳେ 35ଟିରୁ 29ଟି ଦିନିକିଆରେ ବିଜୟୀ ହୋଇଥିଲା । ସେହିପରି ବୁକାନାନ ଅଷ୍ଟ୍ରେଲିଆକୁ…

Read More

ବିଜାପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଥିବା ବେଳେ ଅନେକ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । ଛତିଶଗଡର ଜନୈକା 12 ବର୍ଷୀୟ ବାଳିକା 12 ଶହ କିମି ଚାଲିବା ପରେ ଘରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ଜମଲୋ ମକଡମ ନାମକ ଏହି ବାଳିକା ଜଣକ ନିଜ ଗ୍ରାମରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିଲେ । ଏପ୍ରିଲ୍‌ 15 ତାରିଖରେ ନିଜ ଗ୍ରାମର ଅନ୍ୟ 11 ଜଣଙ୍କ ସହିତ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ବିଜାପୁରରେ ପହଞ୍ଚିବା ପୂର୍ବରୁ ବାଳିକା ଜଣକ ପ୍ରାଣ ହରାଇଥିଲେ । ପୋଲିସ୍‌ ଭୟରେ ଜଙ୍ଗଲ ରାସ୍ତା ଦେଇ ଏହି ବନ୍ଦୀ ମାନେ ଯାତ୍ରା କରିଥିଲେ । ଦୀର୍ଘ ତିନି ଦିନ ଧରି ଯାତ୍ରା କରୁଥିବା ମକଡମ ଘରଠାରୁ 14 କିମି…

Read More

ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । https://www.youtube.com/watch?v=QRjvEXjZS7E ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ସମୟରେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ପେନ୍‌ସନ୍‌ ପ୍ରଦାନ କରାଯିବ । ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି କରୋନା ଯୋଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେହିପରି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରାଗଲେ ଏନଏସ୍‌ଏ ଆଧାରରେ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତକାଲିର ଚେନ୍ନାଇରେ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟାକୁ ନେଇ ଭିଡ ହିଂସା ଦେଖାଦେବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Read More

ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟରେ ରବିବାର ରାତି 10ଟା ସମୟରେ ଏହି ବର୍ବର କାଣ୍ଡ ଘଟିଥିଲା। ମୀରଟର ଖାଇଖେଡାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। 30 ବର୍ଷୀୟ ଓ୍ବାଜିଦ୍‌ ନିଜ ଦୁଇ ବର୍ଷର ଝିଅ ତରନ୍ନୁମକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରିବାରର ଅନ୍ୟ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଓ୍ବାଜିଦ୍‌ ଏହି କାଣ୍ଡ ଘଟାଇଥିଲା। ଓ୍ବାଜିଦ୍‌ର ପତ୍ନୀ ଏହି ଘଟଣା ନେଇ ପୋଲିସ୍‌ ନିକଟରେ ପେଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତାନ୍ତ୍ରିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପରେ ପୋଲିସ ଦ୍ବାରା ଗିରଫ ହୋଇଛି। 30 ବର୍ଷୀୟ ଓ୍ବାଜିଦ୍‌ ଇଟାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ତାର ଜଣେ ସହକର୍ମୀ ଇର୍ଫାନ୍‌(28) ତନ୍ତ୍ର ବିଦ୍ୟାର ଅଭ୍ୟାସ କରୁଥିଲେ। (ଏଜେନ୍ସି)

Read More

ଯାଜପୁର : ଯାଜପୁରରୁ ଗତକାଲି ଚିହ୍ନଟ କରୋନା 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି 5 ଜଣ ବ୍ୟକ୍ତି ଯାଇଥିବା ବିଭିନ୍ନ ଡାକ୍ତରଖାନାର 3 ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । 3 ଡାକ୍ତରଙ୍କ ବ୍ୟତିତ 19 ଜଣ ନର୍ସଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଡାକ୍ତର ଏବଂ ନର୍ସ ମାନଙ୍କର ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କୁହାଯାଇଛି ।

Read More

ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ବାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ହେବାର 29 ଦିନ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳର ଗଠନ ହୋଇଛି । ଆଜି 5 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ପାଞ୍ଚ ମନ୍ତ୍ରୀଙ୍କ ମଧ୍ୟରେ ସିନ୍ଧିଆଙ୍କ ଗୋଷ୍ଠୀର ଦୁଇଜଣ ରହିଛନ୍ତି। ସିନ୍ଧିଆଙ୍କ ଗୋଷ୍ଠୀର ତୁଲସୀ ସିଲାବଟ ଓ ଗୋବିନ୍ଦ ରାଜପୁତ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ଦୁଇଜଣ କମଲନାଥ ସରକାରରୁ ଇସ୍ତଫା ଦେଇଥିଲେ । ମଧ୍ୟପ୍ରଦେଶରେ ମାର୍ଚ୍ଚ 23 ତାରିଖରେ ଚତୁର୍ଥ ଥର ପାଇଁ ଶିବରାଜ ସିଂ ଚୌହ୍ବାନ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍‌ ମାର୍ଚ୍ଚ 24 ତାରିଖରେ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଗଲା । ଲକ୍ ଡାଉନ୍‌ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇପାରିନଥିଲା । ଆଜି ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀଙ୍କ ମଧ୍ୟରେ ତୁଲସୀ ସିଲାବଟ,…

Read More

ବାଲେଶ୍ବର: ବାଲେଶ୍ବରରେ କରୋନା ଆକ୍ରାନ୍ତ ବଢିବା ପରେ ଏବେ ଏହି ଜିଲ୍ଲାରେ ସ୍ଥିତି ସମୀକ୍ଷା କରାଯାଇଛି। ଏହି ସମୀକ୍ଷାରୁ ପ୍ରାୟ ୨୮ ଶହ ଲୋକ ସୀମା ଡେଇଁ ବାଲେଶ୍ବରର ପଶି ଆସିବାର ସୂଚନା ମିଳିଛି। ଗତ ଦୁଇ ମାସ ଭିତରେ ପ୍ରାୟ ୨୭ ଶହ/୨୮ଶହ ଲୋକ ବାଲେଶ୍ବର ଆସିଛନ୍ତି। ପଡୋଶୀ ରାଜ୍ୟରେ କାମ କରୁଥିବା ବହୁ ଲୋକ ପଶି ଆସିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବର ସ୍ଥିତି ସମୀକ୍ଷା ପରେ ଏପରି ସୂଚନା ପ୍ରଦାନ କରିଛନ୍ତି ଆରଡିସି ଅନୀଲ୍‌ ସାମଲ୍‌। ଲକ୍‌ ଡାଉନ୍‌ ପରେ ମଧ୍ୟ କିଛି ଲୋକ ପଶି ଆସିଥିବାର ଜଣାପଡିଛି। ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ବାରା ଡାଟା ପ୍ରସ୍ତୁତ କରାଯାଇଛି। ବାହାରୁ ଆସିଥିବାର ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ସେହିପରି ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। କ୍ବାରେଣ୍ଟାଇନ୍‌ରେ ରଖି ସେମାନଙ୍କ ସାମ୍ପଲ୍‌ ଟେଷ୍ଟ କରାଯିବ। ଗତକାଲି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ…

Read More

ବବୁଲୁ ସାହୁ କଳାହାଣ୍ଡି :ସାରା ଦେଶରେ ଲକ୍ ଡାଉନ୍‌ ଚାଲିଛି । ଲକ୍‌ ଡାଉନ୍‌ରେ ପୋଲିସ୍‌ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲକ୍ ଡାଉନ୍‌ ସମୟରେ ପୋଲିସ୍‌ ଟିକେ ରୁକ୍ଷ ହୋଇ ପରିସ୍ଥିତିକୁ ଆୟତ୍ତ କରୁଛନ୍ତି ସତ, କିନ୍ତୁ ମାନବିକତାକୁ ହାର୍‌ ମାନିବାକୁ ଦେଉନାହାନ୍ତି । ପୋଲିସ୍‌ମାନଙ୍କର ଉଦାରତା ପ୍ରାୟ ସମୟରେ ଦେଖିବାକୁ ମିଳୁଛି । ନିକଟରେ ହାତନ ଥିବା ମାଙ୍କଡକୁ କଦଳୀ ଖୁଆଇ ମାନବିକତାର ଅନନ୍ୟ ପ୍ରଦର୍ଶନ କରିଥିବା ପୋଲିସ୍‌ଙ୍କ କାହାଣୀ ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଜଣେଖାକି ପୋଷାକଧାରୀଙ୍କ ମାନବିକତା ଚର୍ଚ୍ଚାକୁ ଆସିଛି। ରାମପୁର ପୋଲିସ୍‌ ଭ୍ୟାନ୍‌ରେ ଲକ୍‌ ଡାଉନ୍‌ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତା କଡର ବୃଦ୍ଧଙ୍କୁ ଦେଖି ଅଟକିଥିଲେ ରାମପୁର ଥାନା ଏସଆଇ ବିନତି ଟପି। ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି ଏସ୍‌ଆଇ ଜଣକ । ବୃଦ୍ଧା ଜଣକ ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ମାତ୍ର ସେ ଚାଲି ପାରୁନଥିବାବେଳେ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପାଞ୍ଚଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସମସ୍ତେ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା ପାଞ୍ଚଜଣ ପଜିଟିଭ୍‌ ମଧ୍ୟରେ ଜଣେ ବାର ବର୍ଷର ନାବାଳକ ରହିଥିବାବେଳେ  ଦୁଇ ଜଣ 34 ବର୍ଷୀୟ ମହିଳା ଓ 38 ବର୍ଷୀୟ ବ୍ୟକ୍ତି, 26 ବର୍ଷୀୟ ଯୁବକ ରହିଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଠାବ ହୋଇଥିବା କରୋନା ଆକ୍ରାନ୍ତ ସମ୍ପର୍କୀୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି। ଅନ୍ୟପକ୍ଷରେ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ସେହିପରି  ଆକ୍ଟିଭ୍ କେସ୍ 53 ଥିବା ବେଳେ 25ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାଏ ରାଜ୍ୟରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)

Read More

କଟକ : ମେ ତିନି ଯାଏଁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ  କଟକ ରେଭେନ୍‌ସା ବିଶ୍ବବିଦ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି । ଲକ୍ ଡାଉନ୍‌ ପାଇଁ ବନ୍ଦ ନେଇ ଦୁଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି। ରେଭେନ୍ସାରେ 17ଜୁନ୍‌ ଯାଏଁ ସମସ୍ତ କ୍ଲାସ୍‌ ବନ୍ଦ ରହିବ। କିନ୍ତୁ ରେଭେନ୍‌ସାରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ଜାରି ରହିବ। ଅଫିସ୍‌ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍‌ ଅଫିସ୍‌ରେ ଉପସ୍ଥିତ ରହିବେ ।

Read More

ଭୁବନେଶ୍ବର : ବାଲେଶ୍ବର, ଭଦ୍ରକ, ଯାଜପୁରରେ କରୋନା ସ୍ଥିତି ପାଇଁ ସ୍ବତନ୍ତ୍ର ଟିମ୍‌। 3ଟି ଷ୍ଟେଟ୍‌ ରାପିଡ୍‌ ରେସପନ୍ସ ଟିମ୍‌ ଗଠନ କଲେ ରାଜ୍ୟ ସରକାର। ଏହି 3 ଟିମ୍‌ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ। ଏସ୍‌ସିବିରେ ମେଡ଼ିକାଲର ଟେକ୍‌ନିକାଲ୍‌ ଟିମ୍‌ ଯାଜପୁର ଜିଲ୍ଲା ଗସ୍ତ କରିବ। ଫକୀର ମୋହନ ମେଡ଼ିକାଲ କଲେଜର ଟିମ୍‌ ବାଲେଶ୍ବର ଓ ଭଦ୍ରକ ଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଯିବେ ବାଲେଶ୍ବର, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଯିବେ ଭଦ୍ରକ। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ। ବାଲେଶ୍ବର, ଭଦ୍ରକ ଓ ଯାଜପୁରର କଣ୍ଟେନମେଣ୍ଟ ଜୋନ୍‌ ତଦାରଖ କରିବେ। ମେଡିକାଲ କଲେଜ ବିଶେଷଜ୍ଞ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ତଦାରଖ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍‌ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 601 ଥିବାବେଳେ ମୃତ୍ୟସଂଖ୍ୟା 590କୁ ବୃଦ୍ଧି ପାଇଛି । ସେହିପରି  ଚିକିତ୍ସାଧୀନ ରହିଛନ୍ତି 14 ହଜାର 759ଜଣ । କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି 3252ଜଣ । ମହରାଷ୍ଟ୍ରରେ ସର୍ବାଧିକ 232 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 74, ଗୁଜୁରାଟରେ 67, ଦିଲ୍ଲୀରେ 45, ତେଲେଙ୍ଗାନାରେ 21, ଆନ୍ଧ୍ରପ୍ରଦେଶରେ 20ଜଣଙ୍କର ମୃତ୍ୟୁ ହୋଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Read More

ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ଯେ କେହି ଭାଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ନିୟମ ରହିଛି। ହେଲେ ସେହି ନିୟମକୁ ଫୁ କରି ଏହି ବଡଘରିଆ ଲୋକେ ନିଜ ପୁଅ ବାହାଘର କରିଦେଲେ। ହେଲେ ଏପରି ପରିସ୍ଥିତିରେ ଓଡିଶାର ଜଣେ ସାଧାରଣ ମହିଳା ହୋମଗାର୍ଡ ନିଜର କର୍ତ୍ତବ୍ୟ କଣ ତାହା ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ସେ କରୋନା ଯୋଦ୍ଧା ବନିବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। କର୍ତ୍ତବ୍ୟ ଆଗ, ପଛେ ବାହାଘର ବୋଲି ଚିନ୍ତା କରି ସେ ଏପରି ବଡ ନିଷ୍ପତି ନେଇଛନ୍ତି। ସେହି ମହିଳା ଜଣକ ହେଲେ…

Read More

ଉଜୈନ୍‌ : ମଧ୍ୟପ୍ରଦେଶରେ କରୋନା ବେଶ ଦ୍ରୁତଗତିରେ ବଢିବାରେ ଲାଗିଛି । ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ୟଶଓ୍ବନ୍ତ ପାଲ୍‌ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯଶଓ୍ବନ୍ତ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଇନ୍ଦୋର ଅରବିନ୍ଦୋ ହସ୍ପିଟାଲ୍‌ରେ ଚାଲୁଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅରବିନ୍ଦୋ ହସ୍ପିଟାଲର ଚେୟାରମ୍ୟାନ୍‌ ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ 12 ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ସାଢ 5ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। 6 ଏପ୍ରିଲ୍‌ରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା 12 ପୋଲିସ୍‌ କର୍ମୀଙ୍କୁ ମାଧବନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟଶ୍‌ଓ୍ବନ୍ତଙ୍କ ପତ୍ନୀ ଓ ତାଙ୍କ ଦୁଇ ଝିଅକୁ ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।…

Read More

ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍‌ରେ ରହୁଛନ୍ତି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍‌ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍‌କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍‌ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍‌ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ…

Read More