କେଦାର ମିଶ୍ର ଦେଶର ଅଭିବୃଦ୍ଧି ଖସୁଛି ତ ଖସୁ, କାହାର କି ଯାଏ! ଗତ ଶୁକ୍ରବାର ଯେତେବେଳେ ଦେଶର ତ୍ରୈମାସିକି ଅଭିବୃଦ୍ଧି ହାର ପ୍ରକାଶ ପାଉଥିଲା ସେତେବେଳେ, ସାରା ଦେଶ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ପୂରା ଦେଶ ଶୁଣୁଥିଲା। ଦିଲ୍ଲୀ ଦଙ୍ଗା ପରେ ପ୍ରଥମ ଥର ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ଵରରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ତାଙ୍କ କଣ୍ଠରେ ଦିଲ୍ଲୀ ଦଙ୍ଗାରେ ମରିଥିବା ଲୋକଙ୍କ ପ୍ରତି ନା ସମବେଦନା ଥିଲା ନା ଥିଲା ଦଙ୍ଗା ରୋକିବାରେ ତାଙ୍କ ପୋଲିସର ବିଫଳତା ପାଇଁ କୌଣସି ଅବଶୋଷ। ତାଙ୍କ ସଫଳତାର କାହାଣୀ ଥିଲା, ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟର ଗଠନ। (ଏଥିରେ ସରକାରଙ୍କର ଭୂମିକା ବା କଣ! ସରକାରର ଏକମାତ୍ର କାମ ହେଉଛି ସୁପ୍ରିମକୋର୍ଟଙ୍କ ରାୟକୁ କାମରେ ଲଗାଇବା। ଅମିତ ଶାହା ସୁପ୍ରିମ କୋର୍ଟଙ୍କ ରାୟକୁ ନିଜର ସଫଳତା ବୋଲି ଭାବିବା କେତେ ଦୂର ଯୁକ୍ତିଯୁକ୍ତ ତାହା ତାଙ୍କୁ ଇ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟର ସର୍ବବୃହତ ଡାକ୍ତରଖାନା ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଘୋଷଣା କରିଛନ୍ତି । 5ଟି ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକ 10 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି 10 ଜଣିଆ କମିଟିର 7 ଜଣ ସଦସ୍ୟ ପଦ୍ମ ପୁରସ୍କାର ବିଜେତା ରହିଥିବା ବେଳେ 4 ଜଣ ଏସ୍ସିବିର ପୁରାତନ ଛାତ୍ର ରହିଛନ୍ତି । ଡ. ରମାକାନ୍ତ ପଣ୍ଡା, ଡ. ଦେବୀ ସେଟ୍ଟୀ, ଡ. କେ ଶ୍ରୀକାନ୍ତ ରେଡ୍ଡୀ, ପ୍ରଫେସର୍ ଡ. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର୍ ଡ. ମୁକୁଟ ମିଞ୍ଜ, ପ୍ରଫେସର୍ ଡ. ଦିଗମ୍ବର ବେହେରା, ଡ. ରାଜନ ବଡଓ୍ବେ, ଡ. ଜଗତ ନରୁଲା, ଡ. ଜି ଏନ୍ ରାଓ ଏବଂ ପ୍ରଫେସର୍ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି । ଓଡିଶା ବାସୀଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ପାଇଁ…
କନ୍ଦର୍ପ ବେହେରା ରେଢାଖୋଲ : ଓଡିଆ ନୃତ୍ୟ , ଓଡିଶୀ ସଂଗୀତ , ବିଶ୍ୱଦରବାରରେ ବେଶ୍ ପରିଚିତ ।ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ର ବାର୍ଷିକ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ମଧୁବନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସଂସଦର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମର୍ଶୀ ମିତ୍ରଭାନୁ ଗୌନ୍ତିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଡ. ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନାକ୍ଟିଦେଉଳ ଭଳି ଏକ ଅନୁନ୍ନତ ଅଂଚଳରେ ସାହିତ୍ୟ ସଭା କରିବା କାଠିକର ପାଠ ତଥାପି ଆୟୋଜକ…
ଚେନ୍ନାଇ : ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍କମିଙ୍ଗ ଫିଲ୍ମ ନେଇ ଘୋଷଣା କରିଛନ୍ତି । ହରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଅରୁଭା ରହିଛି । ରବିବାର ସୂର୍ଯ୍ୟା ଟ୍ବିଟ୍ଟର ଜରିଆରେ ନିଜର ଫିଲ୍ମ ଏବଂ ଟାଇଟଲ୍ ନେଇ ଘୋଷଣା କରିଛନ୍ତି । ଫିଲ୍ମରେ ସୂର୍ଯ୍ୟାଙ୍କ ଚରିତ୍ର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହରିଙ୍କର ଏହା 16 ତମ ଫିଲ୍ମ । ଅଜିତ୍ଙ୍କ ସହିତ ଫିଲ୍ମର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଦୀପାବଳି ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଡି ଇମ୍ମାନ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ବଜାରର ଅନ୍ୟତମ ଶ୍ରେଷ୍ଠ କାର୍ ହ୍ୟୁଣ୍ଡାଇର ବିକ୍ରିରେ ହ୍ରାସ ଘଟିଛି । ରବିବାର ହ୍ୟୁଣ୍ଡାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫେବୃୟାରୀ ମାସରେ କାର୍ର ବିକ୍ରିରେ 10.3 ପ୍ରତିଶତ ହ୍ରାସ ଘଟିଛି । ଚଳିତ ବର୍ଷ ଫେବୃୟାରୀରେ ହ୍ୟୁଣ୍ଡାଇ ସମୁଦାୟ 48910ଟି କାର ବିକ୍ରି କରିଛି । 2019ର ଫେବୃୟାରୀ ମାସରେ କମ୍ପାନୀ ସମୁଦାୟ 54518ଟି କାର୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା । ଘରୋଇ କାର୍ ବିକ୍ରିରେ 7.2 ପ୍ରତିଶତ ହ୍ରାସ ପାଇଥିବା ବେଳେ କାର୍ ବିକ୍ରି ସଂଖ୍ୟା 40100 ରହିଛି ଯାହାକି ଗତବର୍ଷ 43110 ରହିଥିଲା । ଏହି ସମୟରେ ରପ୍ତାନୀ 22 ପ୍ରତିଶତ ହ୍ରାସ ପାଇଛି । 2019ରେ କମ୍ପାନୀ 11408ଟି କାର୍ ରପ୍ତାନୀ କରିଥିବା ବେଳେ 2020ରେ ଏହା 8900କୁ ହ୍ରାସ ପାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ରାୟଗଡା : ରାୟଗଡାରେ କାଠ ବୋଝେଇ ଟ୍ରକ୍କୁ 1 ଲକ୍ଷ 10 ହଜାର 8 ଶହ ଫାଇନ୍ ହୋଇଛି। ଟ୍ରକ୍ଟି ରୋଡ୍ ଟ୍ୟାକ୍ସ ଦେଇନଥିବାବେଳେ ପରମିଟ୍ ଲାଇସେନ୍ସ ନଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । କଣ୍ଟ ପୂରିଗଲା ପରେ ଆଜିଠୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମକୁ ବେଶ୍ କଡାକଡି ରୂପେ ପାଳନ କରାଯାଉଛି । ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଧରପଗଡ଼। ଡେଡ୍ ଲାଇନ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଂଚ କଡ଼ାକଡ଼ି ହୋଇଛି। ଫାଇନକୁ ନେଇ କିଛି ସ୍ଥାନରେ ଗାଡି ଚାଳକ ପୁଲିସ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡି ଚାଳକ ସିଧାସଳଖ ନାହିଁ କରିଦେଉଥିବା ଦେଖିବାକୁ ମିଳିଛି । ଏଣିକି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ନୋ ହେଲମେଟ୍ ନୋ ପେଟ୍ରୋଲ୍ ଦେଖିବାକୁ ମିଳିଛି । ନିୟମକୁ ପାଳନ କରି ଗାଡିମୋଟର କଡ଼ା ଯାଞ୍ଚ ପାଇଁ ପରିବହନ…
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରୋବାଟିକ୍ କ୍ୟାଚ୍ର ଭିଡିଓ ଭାଇରାଲ୍ ହୋଇଛି । ନୀଲ୍ ଓ୍ବାଗ୍ନରଙ୍କ ଏକ ପୁଲ୍ ସଟ୍କୁ ଜାଡେଜା ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ । କ୍ୟାଚ୍ଟି ଜାଡେଜାଙ୍କ ମୁଣ୍ଡ ଉପରେ ରହିଥିବା ବେଳେ ଜାଡେଜା ଚମତ୍କାର ଟାଇମିଂ ସହିତ ଡେଇଁ କ୍ୟାଚ୍ଟିକୁ ଧରିଥିଲେ । https://twitter.com/i/status/1233956543902539777 ନବମ ଓ୍ବିକେଟ୍ରେ ଓ୍ବାଗ୍ନର-ଜାମିସାନେଙ୍କ ମଧ୍ୟରେ 51 ରନ୍ର ଭାଗିଦାରୀ ହୋଇଥିବା ବେଳେ ଏହି କ୍ୟାଚ୍ ସହିତ ଭାରତ ପ୍ରଥମ ଇନିଂସରେ 7 ରନ୍ର ଅଗ୍ରଣୀ ହାସଲ କରିଥିଲା । ଏହି କ୍ୟାଚ୍ ସହିତ ଜାଡେଜା ବୋଲିଂରେ ଦୁଇଟି ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ବରର ଜଳେଶ୍ବରରୁ 400 ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି । ସେକ୍ବାଡରୁ ଏହି ଧଳା ଜହର ଜବତ କରାଯିବା ସହିତ 3 ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ବରର ସେକ୍ ସିଦ୍ଦିକି ସମେତ ପଶ୍ଚିମବଙ୍ଗର ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ଜବତ କରାଯାଇଥିବା ଧଳାଜହରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ 100 ଏବଂ 200 ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ 200 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍ ପକ୍ଷରୁ ଖେଳୁଥିବା ଦୂତୀ 23.66 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ 24.98 ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର 25.19 ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 200 ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 22.80…
ରାଜସ୍ଥାନ : ବିଗତ କିଛି ବର୍ଷ ଧରି ଦେଶରେ ପିଲା ଚୋର ନାମରେ ମବ୍ ଲିଚିଂ ଘଟଣା ସାମ୍ନାକୁ ଆସୁଛି। ସଚେତନତା କରାଯିବା ପରେ ବି ଏହି ମାମଲାଗୁଡିକ କମିବାର ନାଁ ନେଉନାହିଁ। ରାଜସ୍ଥାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଟ୍ୟାକ୍ସି ଚାଳକ ନିଜ ବାନ୍ଧବୀଙ୍କୁ ଦେଖାକରିବାକୁ ଯାଇ ଭିଡ ହିଂସାର ଶିକାର ହୋଇଛନ୍ତି। ତେବେ ଟ୍ୟାକ୍ସି ଚାଳକ ଜଣକ ସାଲ୍ଓ୍ବାର ସୁଟ୍ ପିନ୍ଧି ନିଜ ବାନ୍ଧବୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାକୁ ପିଲା ଚୋର ଭାବି ମାଡ ମାରିଛନ୍ତି। ଏହି ମାଡ ମାରିବାର ଭିଡିଓଟି ଇଣ୍ଟରନେଟ୍ରେ ଏବେ ବେଶ୍ ଭାଇରାଲ୍ ହୋଇଛି । ଏହି ଘଟଣାଟି ରାଜସ୍ଥାନର ପାଲୀ ଜିଲ୍ଲାରେ ଘଟିଛି । ଏଠାରେ ଗଣେଶନଗର ଅଞ୍ଚଳରେ ଏକ ଶୂନଶାନ୍ ଜାଗାରେ ନିଜ ଟାକ୍ସିକୁ ଠିଆ କରି ଟାକ୍ସି ଚାଳକ ଜଣକ ସାଲଓ୍ବାର ସୁଟ୍ ପିନ୍ଧି ଚାଲୁଥିଲେ ।…
Amritsar: Volkswagen Passenger Cars India Director Steffen Knapp unveils Tiguan in Amritsar on Feb 28, 2020. (Photo: IANS)
ପ୍ରୋ ପଞ୍ଜା ଲିଗ୍ରେ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ, ଅଭିନେତା ପ୍ରବୀଣ ଦବ୍ବାସଙ୍କ ସହିତ ବକ୍ସର ବିଜେନ୍ଦ୍ର ସିଂ
Amritsar: South Korean Ambassador to India Shin Bong-kil along with his wife pays obeisance at the Golden Temple in Amritsar, on Feb 29, 2020. (Photo: IANS)
ସମୀକ୍ଷା ବ୍ୟୁରୋ ନୂଆପଡା : ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେବାଶ୍ରମ ପାଖ ଏକ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳିକା ଜଣକ କୁକୁରମୁଣ୍ଡି ସେବାଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ନାବାଳିକା ଜଣଙ୍କ କାଲି ରାତିରୁ ନିଖୋଜ ଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଧରମବନ୍ଧା ଥାନା ପୋଲିସ୍ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛି ।
Christchurch: Players of India stand for their National Anthem ahead of the 2nd Test match between India and New Zealand at Hagley Oval in Christchurch, New Zealand on Feb 29, 2020. (Photo: Surjeet Yadav/IANS)
ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ ଡକାୟତ ପଶି ଲୁଟ କରିବା ସମୟରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ନେତ୍ରପାଲ ପ୍ରକାଶ କରିଥିଲେ । 30 ବର୍ଷୀୟ ନେତ୍ରପାଲ୍ 2011 ମସିହାରେ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇ ପୁଅ ରହିଛନ୍ତି । ଶନିବାର ରାତିରେ ଏକ ବିବାହରୁ ଫେରିବା ପରେ ନିଜ ପତ୍ନୀଙ୍କୁ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହାପରେ ଏହାକୁ ଡକାୟତିର ରୂପ ଦେବା ପାଇଁ ନିଜ ଘରେ ଥିବା 1.25 ଲକ୍ଷ ଟଙ୍କାକୁ ନିଜେ ଚୋରି କରିଥିଲେ । ପୋଲିସ୍କୁ ନେତ୍ରପାଲ୍ ମିଥ୍ୟା କାହାଣୀ କହିଥିବା ବେଳେ ପିଲାଙ୍କୁ ପଚରା ଉଚୁରା ପରେ ବାସ୍ତବ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ତରଫରୁ ଇତିହାସ ବିଭାଗର ଆଲୁମିନ ମିଟ୍ ଆୟୋଜିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ସଭାରେ ପିଏନ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁକଲ୍ୟାଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଅବସରପ୍ରାପ୍ତ ଇତିହାସ ପ୍ରଫେସର ଇନ୍ଦ୍ରଜିତ୍ ମହାନ୍ତି ଓ କବିରାଜ୍ ପ୍ରଧାନ। ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ତ୍ରିନାଥ ପଲେଇ, ଅଧ୍ୟାପକ ଶ୍ୟାମ ମିଶ୍ର, ଅନିତା ଗୌଡ, ମାନିନୀ ବିଶ୍ବାଳ ଓ ଛାତ୍ରଛାତ୍ରୀମାନେ ପ୍ରମୁଖ ଯୋଗଦାନ କରି ଏହି ସଭାକୁ ସଫଳ ରୂପେ ପରିଚାଳନା କରିଥିଲେ।
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦୟନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନିଂସରେ ଭାରତ 7 ରନ୍ରେ ଅଗ୍ରଣୀ ହାସଲ କରିଥିବା ବେଳେ ବ୍ୟାଟ୍ସମ୍ୟାନ୍ଙ୍କ ଖରାପ ପ୍ରଦର୍ଶନ କାରଣରୁ ଭାରତ 90 ରନ୍ରେ 6 ଓ୍ବିକେଟ୍ ହରାଇ ସଙ୍କଟରେ ପଡିଛି । ଭାରତର ଟପ୍ ଅର୍ଡର ବିଫଳ ହୋଇଥିବା ବେଳେ ଅନ୍ତିମ ମାନ୍ୟତାପ୍ରାପ୍ତ ଯୋଡି ଭାବରେ ହନୁମା ବିହାରୀ ଏବଂ ଋଷଭ ପନ୍ତ କ୍ରିଜ୍ରେ ଉପସ୍ଥିତ ଅଛନ୍ତି । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ 24 ରନ୍ ସଂଗ୍ରହ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରି 3ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଭାରତ ଯଦି 180 ରନ୍ ମଧ୍ୟ ହାସଲ କରେ ତେବେ ବିଜୟ ହାସଲ ପାଇଁ ଭାରତ ନିକଟରେ ସୁଯୋଗ ରହିଛି । ରବିବାର ସକାଳୁ ଭାରତୀୟ ବୋଲର ଚମତ୍କାର ବୋଲିଂର…
ପୋଲାଣ୍ଡ : ସାଧାରଣତଃ ଯୁବତୀମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ଥା’ନ୍ତି। ଏପରିକି ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଏପରିକି ପ୍ଲାଷ୍ଟିକ୍ ସର୍ଜରୀଠାରୁ ଆରମ୍ଭ କରି ଆଖିର ରଙ୍ଗ ଓ ଦେହର ରଙ୍ଗ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ କରିଥା’ନ୍ତି। ଜଣେ ଯୁବତୀଙ୍କୁ ଏମିତି ଫ୍ୟାଶନ୍ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ଯୁବତୀ ଫ୍ୟାଶନ୍ ପାଇଁ ଆଖିକୁ କଲର୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିଛି। ଆଖିର କଲର୍ କରିବା ନିଶାରେ ସେ ଆଖି ହରାଇଛନ୍ତି। ଯୁବତୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିବାବେଳେ ଆଉ ଗୋଟେ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯିବ। ଏବେ ଯୁବତୀ ଜଣକ ଆଖିକୁ ରଙ୍ଗ କରିବାକୁ ଯାଇ ଅନ୍ଧୁଣୀ ହେବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ ପୋଲାଣ୍ଡର ରହୁଥିବା…
ଭୋପାଳ : ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍ଟିପିସିର ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିବା ସହିତ ଶତାଧିକ ରେଳବାଇ କର୍ମଚାରୀ ଫସି ରହିଛନ୍ତି ।ଏନ୍ଟିପିସି ପ୍ଲାଣ୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍ ସହିତ ଏକ ଖାଲି ଟ୍ରେନ୍ ଧକ୍କା ହେବା ଫଳରେ ଦୁଇଟି ଯାକ ଟ୍ରାକ୍ ବନ୍ଦ ପଡିଛି । ଏହି ରାସ୍ତା ଦେଇ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଧାନ ପୋଲିସ୍ ଷ୍ଟେସନ୍ ନିକଟସ୍ଥ ରେଲଓ୍ବେ ଟ୍ରାକ ନିକଟର ଏହି ଦୁର୍ଘଟଣା ଘଟିଥିଲା । ପୋଲିସ୍, ଅଗ୍ନିଶମ ବିଭାଗ ଏବଂ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । (ଏଜେନ୍ସି)
କେଦାର ମିଶ୍ର ସାରା ପୃଥିବୀରେ ଓ ଗତ ଶତାବ୍ଦୀର ସମୟଖଣ୍ଡରେ ଜଣେ ମାତ୍ର ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲେ ଯାହାଙ୍କୁ ପୁରା ପୃଥିବୀ ମହାତ୍ମା ଗାନ୍ଧୀ ବୋଲି ଜାଣେ। ସବୁ ଶତ୍ରୁତା ଓ ମିତ୍ରତାର ଉର୍ଦ୍ଧ୍ଵରେ, ସବୁ ବିଚାର ଓ ମତଭେଦର ସୀମା ବାହାରେ, ସେ ସମସ୍ତଙ୍କର ପ୍ରିୟ ବାପୁ। ଏପରିକି ତାଙ୍କ ବିଚାର ଓ ଆଦର୍ଶର ତୀବ୍ର ବିରୋଧୀମାନେ ମଧ୍ୟ ଏବେ ବାପୁଙ୍କର ଶରଣାଗତ। ବୈଚାରିକ ଭାବରେ ଗାନ୍ଧୀଙ୍କୁ ବିରୋଧ କରି ଆସିଥିବା ଏ ଦେଶର ସବୁଠୁ ଶକ୍ତିଶାଳୀ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ତାର ରାଜନୈତିକ ଅବତାର ଭାରତୀୟ ଜନତା ପାର୍ଟି ଏବେ ଗାନ୍ଧୀ ନାମ ଜପ କରିବାକୁ ବାଧ୍ୟ ହୋଇଛନ୍ତି। ସ୍ଵାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ଓ ଗାନ୍ଧୀ ଆଦର୍ଶ ବିରୋଧରେ ଠିଆ ହୋଇଥିବା ଆରଏସଏସ ଏବେ ନିଜ ଭିତରେ ଗାନ୍ଧୀ ଓ ପଟେଲଙ୍କୁ ଖୋଜିବା ଆରମ୍ଭ କରିଛି। ସେହି କ୍ରମରେ ଓଡିଶାରେ ମଧ୍ୟ…