Author: Samikhsya Bureau

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍‌ଟି ଅର୍ଥର ପ୍ରଥମ କିସ୍ତି ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଇଛି । ସୋମବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି । ପ୍ରଥମ କିସ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 46038.10 କୋଟି ଟଙ୍କା ମଞ୍ଜୁର କରାଯାଉଛି । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜିଏସ୍‌ଟି ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ମାନଙ୍କ ପକ୍ଷରୁ ଦାବି କରାଯାଉଥିଲା । ଲକ୍‌ଡାଉନ୍‌ ସମୟରେ ରାଜ୍ୟ ମାନଙ୍କ ଅର୍ଥ ବ୍ୟବସ୍ଥା ସୁଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଭାରତୀୟ ବଜାରରେ ଲଞ୍ଚ ହୋଇଛି ଓ୍ବାନ୍‌ ପ୍ଲସ୍‌ର ନୂତନ ଫ୍ଲାଗ୍‌ସିପ୍‌ ଫୋନ୍‌ । ଓ୍ବାନ୍‌ ପ୍ଲସ୍‌ 8 ଏବଂ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ଏହି ଫ୍ଲାଗ୍‌ସିପ୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହା ସହିତ ଓ୍ବାନ୍‌ ପ୍‌ଲସ୍‌ ପକ୍ଷରୁ ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହି ଫୋନ୍‌ ଦୁଇଟି 6 ଜିବି, 8 ଜିବି ଏବଂ 12 ରାମ୍‌ରେ ଉପଲବ୍ଧ ହେବ । ଓ୍ବାନ୍‌ ପ୍ଲସ୍‌ 8ର ଭାରତୀୟ ବଜାର ମୂଲ୍ୟ 44999 ଟଙ୍କା ରହିଥିବା ବେଳେ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ବଜାର ମୂଲ୍ୟ 54999 ଟଙ୍କା ରହିଛି । ସେହିପରି ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ର ମୂଲ୍ୟ 1999 ଟଙ୍କା ରଖାଯାଇଛି । ଓ୍ବାନ୍‌ପ୍ଲସ୍‌ ପକ୍ଷରୁ ଏହି ଫୋନ୍‌ରେ କ୍ବାଲକମ୍‌ ସ୍ନାପ୍‌ଡ୍ରାଗନ୍ 865 ପ୍ରସେସର ବ୍ୟବହାର କରାଯାଇଛି । (ଏଜେନ୍ସି)

Read More

ନରସିଂହପୁର ଚନ୍ଦ୍ରକାନ୍ତି ବୌଦ୍ଧ : କରୋନା କବଳରୁ ଦେଶର ଜନ ସାଧାରଣଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ ଡାଉନ ଘୋଷଣା କରାଯାଇଛି। ଜନ ଜୀବନ ସବୁକିଛି ଠପ ହୋଇପଡିଛି। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ କରାଯାଇଥିଲେ ମଧ୍ୟ ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଛନ୍ତି । ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଥିବାରୁ ନରସିଂହପୁର ପୋଲିସ୍‌ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଛି । ନରସିଂହପୁର ଅଞ୍ଚଳର ଲୋକଙ୍କୁ ସଚେତନ କରିଛନ୍ତି ଦରକାର ସମୟରେ ଘରୁ ବାହାରିଲେ ଗାଡି ନଚଲାଇ ସାଇକେଲରେ ଆସନ୍ତୁ । ନିୟମିତ ମାସ୍କ ପିନ୍ଧିବା ସହିତ ସହିତ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ପ୍ରଦୂଷଣକୁ ମଧ୍ୟ ରକ୍ଷା କରନ୍ତୁ ଏଭଳି ବାର୍ତ୍ତା ନେଇ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଜେନା ନରସିଂହପୁରର ବିଭିନ୍ନ ଗାଁ ଗଣ୍ଡା ବୁଲି…

Read More

ସମୀକ୍ଷା ବ୍ୟୁରୋ କରୋନା ମୁକାବିଲାରେ ଆଜି ପର୍ୟନ୍ତ ଓଡିଶା ସରକାରଙ୍କ ରଣନୀତି ସବୁକ୍ଷେତ୍ରରେ ସଫଳ ରହି ଆସିଥିବା ବେଳେ ଆଜି ହଠାତ ସ୍ଥିତି ଏକ ଭିନ୍ନ ମୋଡ ନେଇଛି। ଯାଜପୁର, ଭଦ୍ରଖ ଏବଂ ବାଲେଶ୍ଵର ଜିଲ୍ଲାରୁ ଗୋଟିଏ ଦିନରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।(ଅନ୍ୟ ଜଣେ ରାଉରକେଲା ବିଶ୍ରା ଅଞ୍ଚଳର) ଦୁର୍ଭାଗ୍ୟଜନକ ଭାବରେ ଭଦ୍ରଖ ଓ ଯାଜପୁର ଜିଲ୍ଲାର ଆକ୍ରାନ୍ତମାନେ ଲକ ଡାଉନ ସମୟରେ କଲିକତାରୁ ମାର୍ଚ୍ଚ ଶେଷ ସପ୍ତାହରେ ଆସି ପହଞ୍ଚିଛନ୍ତି। ଏହା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ। ଭଦ୍ରଖ ଓ ଯାଜପୁର ଜିଲ୍ଲାର ଏହି ଆକ୍ରାନ୍ତମାନେ ଭଣ୍ଡାରି ପୋଖରୀ, ବାସୁଦେବପୁର, କୋରେଇ ଏବଂ ଯାଜପୁର ବ୍ଲକ  ର ବାସିନ୍ଦା। ଅର୍ଥାତ ଏମାନେ ସମସ୍ତେ ବିଭିନ୍ନ ଗାଁ ରୁ ଚିହ୍ନଟ ହୋଇଛନ୍ତି। ଆଜି ପର୍ୟନ୍ତ ପ୍ରାୟତଃ ସହର ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗାଁ କୁ ଏ ଭୂତାଣୁ ପହଞ୍ଚିବା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ।…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ବଡମ୍ବା ବନଖଣ୍ଡ ଅନ୍ତର୍ଗତ ଗୁରୁଡିପାଳ ଗ୍ରାମ ନିକଟରେ ବିଗତ ନଅ ଦିନଧରି ଅସୁସ୍ଥ ଥିବା ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ପ୍ରାୟ ନଅ ଦିନ ହେବ ହାତୀ ଛୁଆଟି ଅସୁସ୍ଥ ହୋଇ ଗୁରୁଡିପାଳ ଗ୍ରାମ ନିକଟରେ ପଡି ରହିଥିବା ବେଳେ ଛୁଆଟିକୁ ସୁସ୍ଥ କରିବା ପାଇଁ ବନବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଛି। ହାତୀ ଛୁଆଟିର ପାଟିରେ କିଛି କ୍ଷତ ହୋଇଥିବା ଅନୁମାନ କରାଯାଉଛି। ବଡମ୍ବା ବନଖଣ୍ଡ ଅଂଚଳରେ ଆଗରୁ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏହା ବନ ବିଭାଗର ଅବହେଳା ପ୍ରମାଣିତ କରୁଛି । ବନ ବିଭାଗ ହାତୀଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ମଧ୍ୟ ସ୍ପଷ୍ଟ ଅନୁମେୟ। ହାତୀ ଛୁଆଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତକୁ ପ୍ରତିହତ କରିବାରେ ଓଡିଶା ଆପାତତଃ ସକ୍ଷମ ହୋଇଥିବା ବେଳେ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ ପ୍ରାୟ 1 ଲକ୍ଷ 57ହଜାର 550 ଜଣ ନୂତନ ସଙ୍କ୍ରମିତ ହୋଇଥିବା ବେଳେ 11015 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ସଙ୍କ୍ରମିତଙ୍କ ସଂଖ୍ୟା 17265 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 543ରେ ପହଞ୍‌ଚିଛି । ସେହିପରି ରାଜ୍ୟରେ ସମୁ୍ଦାୟ 10641ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଥିବାରୁ କୋଲକାତାରୁ ଫେରିଥିବା ବ୍ୟକ୍ତି ମାନେ…

Read More

ଭୁବନେଶ୍ବର: ଦୁବାଇରେ ଅବସ୍ଥାପିତ ଏକ ଓଡିଆ ପରିବାରର ସମସ୍ତ ସଦସ୍ୟ କରୋନା ଦ୍ବାର ଆକ୍ରାନ୍ତ ହୋଇଛନ୍ତି। ଏହି ପରିବାରକୁ ଦୁବାଇରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ କରି ଓଡିଆ ସମାଜ ୟୁଏଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଏହି ଟ୍ବିଟ୍‌ରେ ଦୁବାଇ ସରକାରଙ୍କ ସହିତ ବିଜେପି ସରକାର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍‌ କରାଯାଇଛି। ଏହା ସହିତ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଓଡିଶା ସରକାରଙ୍କୁ ଦୁବାଇ ସ୍ଥିତ ଓଡିଆ ସମାଜ ପକ୍ଷରୁ ଟ୍ବିଟ୍‌ କରି ନିବେଦନ କରାଯାଇଛି।

Read More

ଭୁବନେଶ୍ବର:  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟ ରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ଆଜି ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା ମ୍ୟାପ୍‌ରୁ ଏହି ତଥ୍ୟ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ମ୍ୟାପ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ସଙ୍କ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁରରୁ ଏବଂ ସୁନ୍ଦରଗଡରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁରର ପାଞ୍ଚ ଆକ୍ରାନ୍ତ କୋଲକାତାରୁ ଫେରିଥିବା ନେଇ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ-ପାରାଦ୍ବୀପ ରେ ଆଜି ଠାରୁ ଡେଡିକେଟେଡ କୋଭିଡ ୧୯ ହସ୍ପିଟାଲ ଆରମ୍ଭ ହୋଇଛି। ପାରାଦ୍ବୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି କୋଭିଡ ହସ୍ପିଟାଲ ପାରାଦ୍ବୀପ ବନ୍ଦର,ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି। ଏହାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଏକ ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି। ବିଜୁ ଯାତ୍ରୀ ନିବାସରେ ହେଉଥିବା ଏହି କୋଭିଡ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଆଇସୋଲେସନ ବେଡ ଓ ପାଞ୍ଚଟି ଆଇସିୟୁ ରହିଛି। ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆଉ ଅଧିକ ୨୦ଟି ବୃଦ୍ଧି କରାଯିବ। ଏହି ହସ୍ପିଟାଲରେ ବର୍ତ୍ତମାନ ଆଠ ଜଣ ଡାକ୍ତର ଓ ୩୦ ଜଣ ଷ୍ଟାଫ୍ ନର୍ସ ଓ ୧୮ ଜଣ ଏ ଏନ୍ ଏମ୍ ମେଡିକାଲ ନିୟୋଜିତ ହୋଇଛନ୍ତି। ପାରାଦ୍ବୀପର ଅଠରବାଙ୍କିର ମେଡିକାଲ ଅଫିସରଙ୍କୁ ଏହାର ଅଥରାଇଜଡ ଦାୟିତ୍ବ ଓ…

Read More

ଚେନ୍ନାଇ : କରୋନା ସଂଙ୍କ୍ରମଣ ଦେଶରେ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିରନ୍ତର ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ଦେଶ ଅନେକ ସ୍ଥାନରେ ଡାକ୍ତରଙ୍କ ଉପରକୁ ପଥରମାଡ କରାଯାଇଥିବା ବେଳେ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି । ମୃତ୍ୟୁ ପରେ ମଧ୍ୟ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ନେଇ ଭିଡ ହିଂସା ଦେଖିବାକୁ ମିଳିଛି । ଚେନ୍ନାଇର ଏହି ଡାକ୍ତର ଜଣକ କରୋନାରେ ପ୍ରାଣ ହରାଇବା ପରେ ଆମ୍ବୁଲାନ୍ସ ଜରିଆରେ ଅନ୍ତ୍ୟୋଷ୍ଟି କ୍ରିୟା ପାଇଁ ନିଆଯାଉଥିଲା । ମାତ୍ର 50ରୁ ଅଧିକ ଲୋକ ପହଞ୍ଚି ଆକ୍ରମଣ କରିଥିଲେ । ପରେ ପୋଲିସ୍‌ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲେ ମଧ୍ୟ ହିଂସା ପ୍ରଶମିତ ନହେବାରୁ ସହର ଠାରୁ ଦୂରରେ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଥିଲା । ଏହି ଘଟଣାକୁ ନେଇ ପୋଲିସ୍‌ ପକ୍ଷରୁ 20 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିରନ୍ତର ନିଜର ଦାୟିତ୍ବ ନିର୍ବାହନ କରୁଥିବା ଡାକ୍ତର ଏବଂ ପୋଲିସ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏପରି ଏକ ଘଟଣାର ନିଦର୍ଶନ ଦେଖିବାକୁ ମିଳିଛି ବାଣପୁର ବ୍ଲକ୍‌ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମରେ। ଗ୍ରାମର ଜନସାଧାରଣ କରୋନା ଯୋଦ୍ଧା (ପୋଲିସ୍‌)କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ହରିବୋଲ ହୁଳହୁଳି ପକାଇଥିଲେ। ଏସ୍‌ ଆଇ ଉମାକାନ୍ତ ସାହୁ, ଏଏସ୍‌ଆଇ ହାଡୁବନ୍ଧୁ ନାୟକ ଏବଂ କନେଷ୍ଟବଳ ହରମୋହନ ରେଡ୍ଡୀ ଗ୍ରାମକୁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ଆସିଥିବା ବେଳେ ଗ୍ରାମବାସୀ ପୋଲିସ୍‌ ଉପରକୁ ଫୁଲ ବର୍ଷା କରିଥିଲେ। ଏହା ସହିତ ହରିବୋଲ ହୁଳହୁଳି ମାଧ୍ୟମରେ ତିନି ପୋଲିସ କର୍ମୀଙ୍କୁ ସ୍ବାଗତ କରିଥିଲେ। ଗ୍ରାମବାସୀଙ୍କ ଏହି ସ୍ବାଗତ ସମ୍ବର୍ଦ୍ଧନା ଗ୍ରାମରେ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି କରିଥିଲା। ଗୋରଡାଝରି ଗ୍ରାମର ରବୀନ୍ଦ୍ର ପ୍ରଧାନ, ସୁଦର୍ଶନ…

Read More

ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରଠୁ ଜିଲ୍ଲା ପ୍ରଶାସନ ସମେତ ୯ ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତପ୍ତରତା ଦେଖାଦେଇଛି । ଏ ନେଇ ଜିଲ୍ଲା ତଥା ବ୍ଲକରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏହି ଲକ୍‌ଡାଉନ୍‌କୁ ତଦାରଖ କରୁଥିବା କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଶୋଧକ ସିଂଚନ କରାଯାଇ ସାନିଟାଇଜ୍‌ କରାଯାଇଛି । ଏହି ପ୍ରକ୍ରିୟାରେ ସଦର ମହକୁମାରେ ଅବସ୍ଥିତ ବ୍ଲକ, ତହସିଲ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ସାନିଟାଈଜ କରାଯାଇଥିଲା । ପରେ ଦ୍ବିତୀୟ ପର୍ଯ୍ୟାୟର ବିଶୋଧନ ଗତକାଲି କରଯାଇଥିଲା । ଦ୍ୱିତୀୟ ଦଫାରେ ବ୍ଲକ, ଜମ୍ବୁ ସାମୁଦ୍ରିକ ଥାନା, ଛପାଲିଗଡା଼ ବଜାର, ବିଭିନ୍ନ ବ୍ୟାଙ୍କ ଏବଂ ଉପଡାକଘର ପରିସରରେ ବିଶୋଧକ ସିଂଚନ ହୋଇଛି । ଏହି କାର୍ଯ୍ୟ କ୍ରମରେ ୩ ଜଣ ସିଭିଲ ଡିଫେନ୍ସ ସ୍ବେଛାସେବୀ, ୫ ଜଣ ଆଗ୍ନିକ…

Read More

ଲଣ୍ଡନ : ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ବିଶ୍ବରେ ମହାମାରୀ ଭାବରେ ବ୍ୟାପୁଥିବା କରୋନାର ଟୀକା ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ବିକଶିତ ହେବାକୁ ଯାଉଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କିଛି ପ୍ରଫେସର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଜନୈକ ପ୍ରଫେସର ସୂଚନା ଦେଇ କହିଛନ୍ତି ଟୀକା ବର୍ତ୍ତମାନ ବିକାଶ ହୋଇ ସାରିଛି । ମଣିଷ ଉପରେ ଏହି ଟୀକାର ପରୀକ୍ଷଣ ଜାରି କରିବାର ଯୋଜନା କରାଯାଉଛି । ପରୀକ୍ଷଣ ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବା ପରେ ଏହି ଟୀକାକୁ ବ୍ୟବହାର ପାଇଁ ଆବେଦନ କରାଯିବ । ଆସନ୍ତ ଅଗଷ୍ଟ ମାସ ସୁଦ୍ଧା ଏହି ଟୀକା ବ୍ୟବହାର ଉପଯୋଗୀ ହୋଇଯିବ ଏବଂ ଏହି ଭାଇରସ୍‌ ପ୍ରଭାବରୁ ମାନବ ସମାଜ ଆରୋଗ୍ୟ ହୋଇ ପାରିବ । ପ୍ରାୟ 70ଟି ଟୀକା ବିକଶିତ କରାଯାଇଥିବା ବେଳେ ତନ୍ମଧ୍ୟରୁ ମାତ୍ର 3ଟି ଟୀକା ବର୍ତ୍ତମାନ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଛି ।…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଆଜି 89 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀର ଏମ୍‌ସରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ଅବସ୍ଥା ବେଶ୍‌ ଗମ୍ଭୀର ଥିଲା। ଗତ କିଛି ଦିନ ହେବ ଭେଣ୍ଟିଲେଟରେ ରହିଥିବାବେଳେ ଆଜି ସକାଳ 10ଟା 40 ମିନିଟ୍‌ରେ  ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର କିଡନୀ ଓ ଲିଭର୍‌ ସମସ୍ୟା ରହିଥିବାବେଳେ ମାର୍ଚ୍ଚ 13 ତାରିଖରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପିତାଙ୍କ ମୃତ୍ୟ ସୂଚନା ପାଇବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକଟକୁ ନେଇ ଗଠିତ ହୋଇଥିବା ଟିମ୍‌ -11 ସହ ମିଟିଂରେ ବ୍ୟସ୍ତ ରହିଥିଲେ। ଖବର ମିଳିବା ପରେ ମଧ୍ୟ ମିଟିଂକୁ ଅଧାରୁ ବନ୍ଦ କରାଯାଇନଥିବାର ସୂଚନା ରହିଛି। ତେବେ ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ କୌଣସି ସୂଚନା ମିଳିପାରିନାହିଁ।(ଏଜେନ୍ସି)

Read More

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଢେଇ ବର୍ଷର ଝିଅ ରହିଥିବାର ସୂଚନା ରହିଛି । ନୀଳଗିରି ବରହମପୁର ଥାନା ଅଞ୍ଚଳର ଅଢେଇ ବର୍ଷର ଝିଅ କରୋନା ପଜିଟିଭ୍‌ ବୋଲି ଖବର ରହିଛି। ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ଏନେଇ ସୂଚନା ଦେଇଛନ୍ତି । 16 ତାରିଖରେ ସାମ୍ପଲ୍‌ ନିଆଯାଇଥିଲା ଆଜି ରିପୋର୍ଟ ଆସିଥିଲା । ରିପୋର୍ଟ ପଜିଟିଭ୍‌ ଆସିବାପରେ ଏବେ ସମ୍ପୃକ୍ତ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ପାଇଁ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଆଜି ରାଜ୍ୟରେ 7ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଥିଲା । ଭଦ୍ରକରୁ 5 ଜଣ ରହିଥିବାବେଳ ବାଲେଶ୍ବରରୁ ଦୁଇଜଣ ଚିହ୍ନଟ ହୋଇଥିଲ । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 68ରେ ପହଞ୍ଚିଛି ।

Read More

ଗୁଜୁରାଟ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶର ସମସ୍ତ ବଡ ବଡ ବ୍ୟବସାୟୀ, ସାମାଜିକ ସଙ୍ଗଠନ ତଥା ବ୍ୟବସାୟିକ ସଙ୍ଗଠନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ଏପରି ସମୟରେ ଗୁଜୁରାଟର ସୁରତରେ ଲାଜପୋର ଜେଲର କିଛି କଏଦୀମାନେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ନିଜ ପାରିଶ୍ରାମିକରୁ 1 ଲକ୍ଷ 11 ହଜାର 111ଟଙ୍କା ଦାନ କରିଛନ୍ତି । କଏଦୀମାନେ ଏପରି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ମିଳିଥିବା ସୂଚନା ଅନୁସାରେ ଲାଜପୋର ଜେଲ୍‌ ଅଧୀକ୍ଷକ ମନୋଜ ନିମାମା କହିଛନ୍ତି ଯେ, ଜେଲ୍‌ରେ ଥିବା ଅନ୍ତେବାସୀ ତାଙ୍କ ସାମ୍ନାରେ ଏନେଇ ପ୍ରସ୍ତାବ ରଖିଥିଲେ । ବନ୍ଦୀ ଥିବା କଏଦୀମାନେ ଦେଶର ଏପରି ସଂକଟ  ସମୟରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । କଏଦୀଙ୍କ ଏପରି ମନେଭାବକୁ ବହୁତ ପସନ୍ଦ କରାଯାଇଛି । ଦେଶର ବିପତ୍ତି ସମୟରେ କଏଦୀମାନଙ୍କର ଏପରି…

Read More

ମଣିପୁର : ମହାମାରୀ କରୋନା ଭାରତକୁ କବଳିତ କରିଥିବାବେଳେ ଭାରତର ଅନେକ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ଭାବରେ ବଢି ଚାଲିଛି । କିନ୍ତୁ କରୋନାକୁ ମଧ୍ୟ ମାତ୍‌ ଦେବାରେ ରାଜ୍ୟଗୁଡିକ ସଫଳ ହେଉଛନ୍ତି। ଗୋଆ କରୋନା ମୁକ୍ତ ହେବା ପରେ ଆଜି ଆଉ ରାଜ୍ୟ କରୋନା କବଳରୁ ମୁକ୍ତ ହୋଇଥିବାର ଜଣାପଡିଛି ।  ସୋମବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ରାଜ୍ୟରେ କରୋନା ଜନିତ ଗୋଟିଏ ବି ମାମଲା ନଥିବାର କହିଛନ୍ତି ।  ମଣିପୁରରୁ ଦୁଇଟି କରୋନା ଆକ୍ରାନ୍ତ ରହିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଉ ନୂତନ କରୋନା ମାମଲା ଆସିନଥିବାରୁ ଏବେ ମଣିପୁର କରୋନାମୁକ୍ତ ହୋଇଛି। ରାଜ୍ୟରେ ଲକ୍ ଡାଉନ୍‌ ନିୟମକୁ କଡାକଡି ରୂପେ ପାଳନ କରିଥିବାରୁ ମଣିପୁର କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇପାରିଛି ବୋଲି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ କହିଛନ୍ତି । ଏବେବି ରାଜ୍ୟରୁ ପୂରାପରି ଲକ୍‌…

Read More

ଭଦ୍ରକ : ଭଦ୍ରକ ଜିଲ୍ଲାର 5ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଯାଇଛି । ବାସୁଦେବପୁରର ତିନୋଟି ପଞ୍ଚାୟତ, ଭଣ୍ଡାରିପୋଖରୀରର 2ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବାସୁଦେବପୁରର ବିନାୟକପୁର, ପଦମପୁର, ଲକ୍ଷ୍ମୀଦାସପୁର ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ତେସିଙ୍ଗା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ପ୍ରଶାସନ । ଉଭୟ ବ୍ଲକରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକର 5 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁରର ତିନି ଓ ଭଣ୍ଡାରୀପୋଖରୀରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫର କଡା ପଦକ୍ଷେପ ନିଆଯାଇଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା। କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ…

Read More

ଭୁବନେଶ୍ବର :ରାଜ୍ୟର ନୂଆ 7 କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି । ଭଦ୍ରକରୁ 5ଜଣ ରହିଥିବାବେଳେ ବାଲେଶ୍ବରରୁ ଦୁଇଜଣ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି । ପୂର୍ବରୁ ଭଦ୍ରକରୁ ତିନିଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଥିଲେ । ସେହିପରି ବାଲେଶ୍ବରରୁ ମଧ୍ୟ ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ୍‌ 68 ଜଣ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଭୁବନେଶ୍ବରରେ ରହିଛନ୍ତି । ତେବେ 24 ଜଣ ସୁସ୍ଥ ହୋଇଥିବାବେଳେ ମାତ୍ର ଜଣକର ମୃତ୍ୟୁ ହୋଇଛି ।

Read More

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 543କୁ ବୃଦ୍ଧି ହୋଇଛି । ସେହିପରି କରୋନାରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେଣି 2547ଜଣ । ମହାରାଷ୍ଟ୍ରରେ ସର୍ବାଧିକ 223ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 223 ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 70, ଗୁଜୁରାଟରେ 63, ଦିଲ୍ଲୀରେ 45, ତାମିଲନାଡୁରେ 15, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 15, କର୍ଣ୍ଣାଟକରେ 16, ଉତ୍ତରପ୍ରଦେଶରେ 17, ପଞ୍ଜାବରେ 16, ପଶ୍ଚିମବଙ୍ଗରେ 12, ରାଜସ୍ଥାନରେ 14, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ 3, ଝାଡଖଣ୍ଡରେ2, ବିହାରରେ 2, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣକର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More