Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ ମାନୁନାହାନ୍ତି ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀ। ଲକଡାଉନରେ ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଇ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ କୋଲର ପଞ୍ଚାୟତର ତାର୍ତ୍ତୋଲ ଛକ, ପିପ୍ପଳମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ, କନକପୁର…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର କରୋନା ମହାମାରୀରେ  ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍‌ର…

Read More

ଦେବାଶିଷ ପାଢୀ ଯାଜପୁର: ମାସ୍କ ପିନ୍ଧି ନଥିବାରୁ ଯାଜପୁରରେ ଏକ ତୁମୁଳ କାଣ୍ଡ ଘଟିଛି। ରସୁଲପୁର ବ୍ଲକର ଗୋପୀନାଥପୁର ବଡକଇଁଚି ଗ୍ରାମର ତିନି ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ବିଡିଓ ଉମାକାନ୍ତ ପରିଡା ଏବଂ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେମାନଙ୍କର ପିଛା କରିଥିଲେ। ମାତ୍ର ଗ୍ରାମବାସୀମାନେ ସଙ୍ଘବଦ୍ଧ ଭାବରେ ବିଡିଓ ଏବଂ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ବିଡିଓ ଏବଂ ତହସିଲଦାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଜିଲ୍ଲାପାଳ ରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ୍‌ ପହଞ୍ଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପୋଲିସ୍‌ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Read More

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ। ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ସୋଆ ନିର୍ଦେଶକ…

Read More

ଚେନ୍ନାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍‌ଡାଉନ୍‌ ସମୟରେ 1 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍‌ଡାଉନ୍‌କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍‌ କରିଛନ୍ତି । ଏହି ଭିଡିଓରେ ବଲିଉଡ୍‌ର ସିକ୍ରେଟ୍‌ ସୁପରଷ୍ଟାର ଜାଇରା ଓ୍ବାସିମ୍‌ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି ଭିଡିଓର ଜବାବରେ ଜାଇରା ଏକ ଟ୍ବିଟ୍‌ କରିଥିଲେ । କରୋନା ଭାଇରସ ନୁହେଁ ମୁସଲିମ୍‌ ମାନେ ଦେଶର ବଡ ସମସ୍ୟା ବୋଲି ବବିତା ଟ୍ବିଟ୍‌ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଗାଳି ଏବଂ ଧମକ ମିଳିଥିଲା । ଏହାପରେ ଭିଡିଓ ପୋଷ୍ଟ କରି ସେ ଜାଇରା ଓ୍ବାସିମ୍‌ ନୁହନ୍ତି ଯିଏକି ଧମକରେ ନିଜର ମତ ପରିବର୍ତ୍ତନ କରିଦେବେ । ଦେଶରେ ଜମାତୀଙ୍କ କାରଣରୁ କରୋନା ଅଧିକ ବ୍ୟାପିବାରେ ଲାଗିଛି । ଗତବର୍ଷ ଅଭିନୟ ଛାଡିଥିବା ଜାଇରାଙ୍କୁ ଟାର୍ଗେଟ କରିବାରୁ ଜାଇରା ଏହାର ଜବାବ ଦେଇ ଟ୍ବିଟ୍‌ କରିଥିଲେ । https://twitter.com/i/status/1251029745191448576 ବବିତାଙ୍କ ନାଁ ନନେଇ ପରୋକ୍ଷ…

Read More

କୋଲକାତା, ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ସହିତ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟ। ଏପରି ପରିସ୍ଥିତିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଭିନ୍ନ ସ୍ଥାନ ଗସ୍ତ କରିବା ବେଳେ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ମାସ୍କ ପ୍ରଦାନ କରୁଛନ୍ତି। ଏପରିକି ମାସ୍କ ପିନ୍ଧି ଘରୁ ବାହାରନ୍ତୁ ବୋଲି ସଚାତନତା ମଧ୍ୟ କରୁଛନ୍ତି।

Read More

ଭୁବନେଶ୍ବର : ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ଏନ୍‌ଆଇଟି ନିକଟରୁ ଦୁଇଟି ମେସିନ୍‌ ଅଣାଯିବ । ଗୋଟିଏ ସିଫ୍ଟରେ 45 ଜଣଙ୍କ ସାମ୍ପଲ ପରୀକ୍ଷଣ ହେବା ସହିତ ଦୁଇଟି ସିଫ୍ଟରେ 90 ଜଣଙ୍କ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିଛି । ଭୀମ୍‌ସାରରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନବ ଦାସ ଏହି ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଭାରତୀୟ ପ୍ରସାର ଭାରତୀ ଦୂରଦର୍ଶନରେ ଏଣିକି ପାଠ ପଢିବେ ଛାତ୍ରଛାତ୍ରୀ।ଲକ୍‌ଡାଉନ୍‌ କାରଣରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଦୂରଦର୍ଶନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ।ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ଦୈନିକ ଦୁଇ ଥର ଏହି ଭିଡିଓ ପ୍ରସାରଣ କରାଯିବ। ଦିନ 11ଟାରୁ 12ଟା ଏବଂ ଅପରାହ୍ନ 3.30ରୁ 4.30 ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ। ଏଜୁସାଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 34ଟି ଭିଡିଓକୁ ଏପ୍ରିଲ୍‌ 20ରୁ ମେ 12 ତାରିଖ ପର୍ଯ୍ୟନ୍ତ ପୁନଃପ୍ରସାରଣ କରାଯିବ। ଏହି ପାଠ୍ୟକ୍ରମରେ ଗଣିତ, ଭୂଗୋଳ, ଇଂରାଜୀ ଏବଂ ବିଜ୍ଞାନକୁ ସାମିଲ କରାଯାଇଛି।

Read More

ନୂଆଦିଲ୍ଲୀ : ପୁନର୍ବାର ଟୋଲ୍‌ ଗେଟ୍‌ ମାନଙ୍କରେ ଆଦାୟ ହେବ ଦେୟ । ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ସମସ୍ତ ଟୋଲ୍‌ ଗେଟ୍‌ ଗୁଡିକୁ ଦେୟମୁକ୍ତ କରାଯାଇଥିଲା । ମାତ୍ର ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ନେଇ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ୍ 20 ତାରିଖରୁ ବିଭିନ୍ନ ଟୋଲରେ ଦେୟ ଆଦାୟ କରାଯିବ । ମାର୍ଚ୍ଚ 25 ତାରିଖରୁ ଟୋଲ୍‌ ଆଦାୟ ବନ୍ଦ ରଖାଯାଇଥିବା ବେଳେ ରାଜସ୍ବ ହାସଲ ଲକ୍ଷ୍ୟରେ ପୁନର୍ବାର ଟୋଲ୍‌ ଆଦାୟର ନିଷ୍ପତ୍ତି ନିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର 6 ଦିନ ପରେ ଟୋଲ୍‌ ଗେଟ୍‌ ଉପରୁ କଟକଣା ହଟାଇବାର ନିଷ୍ପତ୍ତି ନିଆଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରିଯାନ ଚାଳକଙ୍କ ପକ୍ଷରୁ ବିରୋଧ କରାଯାଇଛି । (ଏଜେନ୍ସି)

Read More

ନାଇଜେରିଆ : ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ବହୁ ସ୍ଥାନରେ ଲକ୍‌ ଡାଉନ୍ ଭାଙ୍ଗିବାର ଖବର ସାମ୍ନାକୁ ଆସୁଛି । ଆମେରିକାର କିଛି ସହରରେ ଲୋକେ ସଡକ ଉପରକୁ ଆସି ଲକ୍ ଡାଉନ୍‌ର ବିରୋଧ କରୁଛନ୍ତି । କିନ୍ତୁ ନାଇଜେରିଆରେ ଲକ୍ ଡାଉନ୍‌ ଯୋଗୁଁ 18 ଜଣଙ୍କ ଜୀବନ ଚାଲିଯାଇଛି । କରୋନା ଯୋଗୁଁ ନାଇଜେରିଆରେ 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ ଡାଉନ୍‌ ନିୟମ ପାଳନ କରିବାକୁ ନେଇ ନାଇଜେରିଆର ପୁଲିସ୍‌ ଓ ଅନ୍ୟ ସୁରକ୍ଷା ବଳ 18 ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଶନିବାର ଦିନ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି । ତେବେ ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେତେବଳେ ସ୍ଥାନୀୟ ଲୋକ ଏନେଇ ଏକ ଭିଡିଓ ଜାତୀୟ ମାନବିକ ଅଧିକାରୀ କମିଶନଙ୍କ ନିକଟକୁ ପଠେଇଥିଲେ । କମିଶନଙ୍କ କହିବାନୁସାରେ ମାର୍ଚ୍ଚ 30କୁ…

Read More

ଇରାନ୍‌ : ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍‌ଷ୍ଟାଗ୍ରାମ ଷ୍ଟାର୍‌ ସହର ତବର୍‌ ଏବେ କରୋନା ପଜିଟିଭ୍‌  । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି ଦେଖାଯାଉଥିବା ଏହି ମହିଳା ଜଣକ ଇନ୍‌ଷ୍ଟାଗ୍ରାମର ଜଣେ ଚର୍ଚ୍ଚିତ ଚେହେରା । କିନ୍ତୁ ଗତ ବର୍ଷ ଅକ୍ଟୋବର ମାସରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ହୋଇଥିଲା । ସହରଙ୍କ ବୟସ ହେଉଛନ୍ତି 22 ବର୍ଷ । ସହର ତବରଙ୍କ ଅସଲି ନାମ ହେଉଛି ଫତୋମିହ ଖିସଓ୍ବନ୍ଦ । ଇରାନର ରାଜଧାନୀ ତେହେରାନ୍‌ର ରହୁଥିଲେ । ନିଜକୁ ହିରୋଇନ ପରି ଚେହେରା ପରି ଦେଖାଇବା ପାଇଁ ଅନେକ ଥର ସର୍ଜରୀ କରିଛନ୍ତି । କରୋନା ଭାଇରସ୍‌କୁ ଦେଖି ସହର ତବରଙ୍କ ଓକିଲ ତାଙ୍କୁ ଖଲାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ…

Read More

ନୂଆଦିଲ୍ଲୀ: କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି। ଏପ୍ରିଲ୍‌ 15 ତାରିଖରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଛି। ଲକ୍‌ ଡାଉନ୍‌ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଉପଦେଶ ଦିଆଯାଇଛି। ବାହାର ନ ବୁଲି ଘରେ ରହି ସତର୍କ ରହିବା ସହ ସଚେତନତ ରହିବାକୁ ସରକାର ଅପିଲ୍‌ କରିଛନ୍ତି। କିନ୍ତୁ କିଛି ଲୋକେ ଘରକୁ ଜେଲ୍‌ ବୋଲି ଭାବି ବିଭିନ୍ନ ଫନ୍ଦି ଫିକର କରି ବାହାରକୁ ଯାଉଛନ୍ତି। ପୋଲିସ୍‌ ମଧ୍ୟ ଏପରି ଲୋକଙ୍କୁ ପ୍ରତି ବେଶ୍‌ ଶକ୍ତ ହୋଇଛି। ଭିନ୍ନ ଭିନ୍ନ ବାହାନା କରି ଘରୁ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଛି। ଶୁକ୍ରବାର ଦିନ ଦିଲ୍ଲୀ ପୋଲି୍ସ୍‌ ଏମିତି କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରିଛି। ମିଳିଥିବା ସୂଚନା ଅନୁସାରେ ହରିପର୍ବତ ଚୌରାହା ନିକଟରେ ପୋଲିସ୍‌ ଚେକିଂ ଅଭିଯାନ ଚଳାଇଥିଲା। ଏହି ଅବସରେ ବହୁ ଗାଡିକୁ ଅଟକ ରଖିବା ସହିତ…

Read More

ମୁମ୍ବାଇ : ଦେଶର ପ୍ରଥମଥର ପାଇଁ ନେଭି ବେସ୍‌ରେ କରୋନା ଚିହ୍ନଟ କରାଯାଇଛି । ଗତ ସାତ ତାରିଖରେ ଆଇଏନ୍‌ଏସ୍‌ ଆଙ୍ଗ୍ରେର ଜଣେ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା ପରେ ଅନ୍ୟମାନେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ଭାରତୀୟ ନୌସେନାରେ 25ରୁ ଅଧିକ କର୍ମୀଙ୍କ ନିକଟରେ କରୋନା ଟେଷ୍ଟ କରାଯାଇଥିବାବେଳେ 21 ଜଣଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ ଆଇଏନ୍‌ଏଚ୍‌ଏସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଜାହାଜ ଏବଂ ବୁଡ଼ାଜାହାଜରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏହି ସଂକ୍ରମଣ ବିସ୍ତାର କରିନଥିବା ସୂଚନା ରହିଛି। ସେହିପରି କୋଭିଡ୍‌ ଗାଇଡ୍‌ ଲାଇନ ଅନୁସାରେ ନୌସେନା ଅଧିକାରୀଙ୍କ ଯାତ୍ରା ବିବରଣୀ ଓ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ତନା ଘନା ଚାଲିଛି । ଭାରତରେ କରୋନା ସଂକ୍ରମଣର ସଂଖ୍ୟା ପ୍ରାୟ ଚଉଦହଜାର ଟପିଥିବାବେଳେ ଦେଶରେ କରୋନା କାରଣରୁ…

Read More

ଭୁବନେଶ୍ବର : ଭୁବନେଶ୍ବର କରୋନା ହଟସ୍ପଟ୍‌ ହୋଇଥିବାରୁ ଭୁବନେଶ୍ବରରେ ବ୍ୟାପକ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ଏହା ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କରିଥିଲେ । ଆଗାମୀ ସାତ ଦିନ ଭିତରେ ଭୁବନେଶ୍ବରରେ 5000 ଟେଷ୍ଟ ହେବ ବୋଲି ସୂଚନା ଦେଇଥିଲେ । ଏହି କ୍ରମରେ ଭୁବନେଶ୍ବରରେ ସାମ୍ପଲ୍‌ ସଂଗ୍ରହ ପାଇଁ ଟିମ୍‌ ଗଠନ କରିଛି ବିଏମ୍‌ସି । ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ 13ଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ୍‌ ରହିଛନ୍ତି । 13ଟି ଟିମ୍‌ 2ଟି ସିପ୍ଟରେ ସାମ୍ପଲ୍‌ ସଂଗ୍ରହ କରିବେ । ଗୋଟିଏ ସିପ୍ଟ ସକାଳ 8ଟାରୁ ଦିନ 11ଟାଏଁ କାମ କରିବେ । ସେହିପରି ଦ୍ବିତୀୟ ସିପ୍ଟ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାମ କରିବେ । ଏହି…

Read More

କେଦାର ମିଶ୍ର ପଲା ରିଡ, ଏ ନାଁ ସହିତ ଆମର ହୁଏତ ବିଶେଷ ପରିଚୟ ନାହିଁ। ତେବେ ଯେଉଁମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଏପ୍ରିଲ ୧୪ ତାରିଖର ସାମ୍ବାଦିକ ସମ୍ମିଳନୀ ଦେଖିଥିବେ, ସେଦିନ ରାଷ୍ଟ୍ରପତିଙ୍କୁ ଯେଉଁ ସାମ୍ବାଦିକ ଜଣକ ଅତ୍ୟନ୍ତ ସ୍ପଷ୍ଟ ପ୍ରଶ୍ନ ପଚାରି ଘାଏଲା କରୁଥିଲେ, ତାଙ୍କ ନାମ ପଲା ରିଡ। ଫେବୃଆରି ମାସ ସାରା ରାଷ୍ଟ୍ରପତି ଟ୍ରମ୍ଫ ଆମେରିକାରେ କରୋନା ମୁକାବିଲା ଲାଗି କଣ କରୁଥିଲେ ବୋଲି ଅତି ତୀବ୍ର ଭାଷାରେ ପଲା ଜାଣିବାକୁ ଚାହିଁଥିଲେ। ଏ କଥାକୁ ନେଇ ରାଷ୍ଟ୍ରପତି ଓ ପଲା ରିଡଙ୍କ ମଧ୍ୟରେ ଉଚ୍ଚବାଚ ମଧ୍ୟ ହୋଇଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ଫ ଏହି କଥାକୁ ନେଇ ସାମ୍ବାଦିକଙ୍କୁ ବାହାରି ଯିବାକୁ କହିନଥିଲେ ବା ତା ପରଦିନର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିନଥିଲେ। କରୋନା ସଂକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଦିନ ରାଷ୍ଟ୍ରପତି ଓ ସାମ୍ବାଦିକଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ସାମ୍ବାଦିକମାନେ…

Read More

ନୂଆଦିଲ୍ଲୀ : ଦେଶରେ ଭୟାନକ କରୋନା ଯୋଗୁଁ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କରୋନା ମାହାମାରୀ ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 480 ବୃଦ୍ଧି ହୋଇଛି । ସେହିପରି 1992 ଜଣ ସୁସ୍ଥ ହୋଇଛନ୍ତି । କେଉଁ ରାଜ୍ୟରେ କେତେ ଜଣଙ୍କର ହୋଇଛି ମୃତ୍ୟୁ ମହାରାଷ୍ଟ୍ରରେ 201 ଜଣ, ମଧ୍ୟପ୍ରଦେଶରେ 69ଜଣ, ଗୁଜୁରାଟରେ 41ଜଣ, ପଞ୍ଜାବରେ 13 ଜଣ, ଦିଲ୍ଲୀରେ 42 ଜଣ, ତାମିଲନାଡୁରେ 15 ଜଣ, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 14, କର୍ଣ୍ଣାଟକରେ 13, ପଶ୍ଚିମବଙ୍ଗରେ 10, ଜମ୍ମୁକାଶ୍ମୀରରେ 5, ଉତ୍ତରପ୍ରଦେଶରେ 14, ହରିୟାଣାରେ 3, ରାଜସ୍ଥାନରେ 11, କେରଳରେ ତିନି, ଝାରଖଣ୍ଡ ଓ ବିହାରରେ 2 ଜଣ ଲେଖାଏଁ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଲେଖାଲଁ ମୃତ୍ୟୁ ବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଚାଲିଛି । ଏହି ଲକ୍‌ ଡାଉନ୍‌ ସମୟରେ ବିଶେଷ ହଇରାଣ ହେଉଛନ୍ତି ବୁଲା ଜନ୍ତୁ । ତେବେ ଏହି ଲକ୍‌ ଡାଉନ୍‌ ସମୟରେ  ପୋଲିସ୍‌ କର୍ମୀ ଓ ପଶୁପ୍ରେମୀମାନେ ବୁଲା ଜନ୍ତୁଙ୍କ ଯତ୍ନ ନେଉଛନ୍ତି। ହାତ ନଥିବା ମାଙ୍କଡଟିକୁ ଜଣେ ପୋଲିସ କର୍ମୀ କଦଳୀ ଖୁଆଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଉତ୍ତରପ୍ରଦେଶରେ ଜଣେ ପୋଲିସ କର୍ମୀ ଭୋକିଲା ମାଙ୍କଡକୁ କଦଳୀ ଖୁଆଉଥିବାର ନଜର ଆସିଛି । ପୋଲିସ୍ କର୍ମୀ ମାଙ୍କଡକୁ କଦଳୀ ଖୁଆଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ମାଙ୍କଡଟି ପୋଲିସ୍‌ କର୍ମୀଙ୍କ ହାତରୁ କଦଳୀ ଖାଉଥିବାବେଳେ ମାଙ୍କଡଟିର ହାତ ନାହିଁ । ଏହା ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି । ପୋଲିସ୍‌ କର୍ମୀ ଜଣକ ମାସ୍କ ପିନ୍ଧି ବସି ଫୋନ୍‌ରେ କଥା ହେଉଥିବାବେଳେ ମାଙ୍କଡି ତାଙ୍କ ହାତରୁ କଦଳୀ ଖାଉଛି ।…

Read More

ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 210ଟି ଦେଶକୁ କବଳିତ କରିଛି ।  ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 50 ହଜାର 689 ରହିଥିବାବେଳେ ସୁସ୍ଥ ହେଲେଣି 5 ଲକ୍ଷ 72 ହଜାର 103 ଜଣ । ସେହିପରି ମୃତ୍ୟୁ ସଂଖ୍ୟା 1,54,126 ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଶକ୍ତିଶାଳୀ ଆମେରିକା । ଆମେରିକାଠାରେ ମୋଟ୍‌ 7,10,021 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 37,158ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା କୋଡିଏ ହଜାର ପାର୍ କରିଛି । ପୁନର୍ବାର ଚୀନ୍‌ରେ ମୃତ୍ୟୁ ସଂଖ୍ୟା ବଢିବାରେ ଦେଖାଯାଇଛି । ମିଳିଥିବା ସୂଚନା ଅନୁସାରେ ଚୀନ୍‌ରେ ମୃତ୍ୟୁ ହାରରେ 50 ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଚୀନ୍‌ରେ 1290 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଚୀନ୍‌ରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 4632ରେ ପହଞ୍ଚିଛି ।

Read More

7 ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଅଣବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସମବାୟ ସମିତି, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଓ ବୃକ୍ଷରୋପଣ ଆଦି କେତେକ କ୍ଷେତ୍ର ଲକଡାଉନ କଟକଣାରୁ ମୁକ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ଜାରି ନୂଆଦିଲ୍ଲୀ, ଲକଡାଉନ ସମୟରେ ଦେଶବ୍ୟାପୀ ଲାଗୁ ହୋଇଥିବା ବିଭିନ୍ନ ପ୍ରକାର କଟକଣାକୁ ସରକାର କେତେକ କ୍ଷେତ୍ରରେ କୋହଳ ଓ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବୃକ୍ଷରୋପଣ କାର୍ଯ୍ୟ, ଅଣ ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସେବା ସମବାୟ ସମିତି ଓ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ନେଇ ଯେଉଁ କଟକଣା ଥିଲା ତାହା ପ୍ରତ୍ୟାହୃତ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସଂଶୋଧିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ କୁହଯାଇଛି। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଓ ଅନ୍ୟାନ୍ୟ ବନବାସୀ କାଠକୁ…

Read More

ଭୁବନେଶ୍ୱର, କ୍ରମାଗତ ଗତ ତିନିଦିନ ଧରି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ ରକ୍ତ ନମୂନା କାରୋନା ନେଗେଟିଭ ବାହାରିଛି। ଆଜି ରାଜ୍ୟରେ ମୋଟ ୧୦୪୨ ନମୂନା ନେଗେଟିଭ ଆସିଥିବା ବେଳେ ଭୁବନେଶ୍ବରର ଦୁଇଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୭୫୭୭ ନମୂନା ପରୀକ୍ଷା ହୋଇଥିବା ବେଳେ ଆଜି ଏହା ୮୬୧୯ରେ ପହଞ୍ଚିଛି। ମୋଟ ୬୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏବେ ୩୮ ଜଣ କରୋନା ଆକ୍ରାନ୍ତଙ୍କର ଚିକତ୍ସା ଚାଲିଛି।

Read More