ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯିବା ସହିତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରୁଥିବା ବେଳେ କିଛିଲୋକ ସୋସିଆଲ୍ ମିଡିଆ ଜରିଆରେ ମିଛ ଗୁଜବ ସୃଷ୍ଟି କରୁଛନ୍ତି। ଏମିତିକି ଯେଉଁ ଲୋକମାନେ କୌଣସି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କ ନାମରେ କିଛି ବ୍ୟକ୍ତି ସୋସିଆଲ୍ ମିଡିଆରେ ଅପପ୍ରଚାର କରି ତାଙ୍କୁ କରୋନା ହୋଇଛି ବୋଲି ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି। ଯାହା ଫଳରେ ସେମାନଙ୍କୁ ସାମାଜିକ ବାଚ୍ଛନ୍ଦର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ସମାଜରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏମିତିକି ସୋସିଆଲ୍ ମିଡିଆରେ ହେଉଥିବା ଏପରି ମିଥ୍ୟା ଗୁଜବ ଯୋଗୁଁ ସାଧାରଣ ଲୋକମାନେ କୌଣସି ରୋଗର ଚିକିତ୍ସା ପାଇଁ ଏବେ ମେଡିକାଲ ଯିବାକୁ ଡରିଲେଣି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…
Author: Samikhsya Bureau
ଚଣ୍ଡିଗଡ଼: ହରିୟାଣାର ପାନିପାତ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୩୬ ବର୍ଷୀୟ ଗ୍ରୋସରୀ ବିକ୍ରେତା ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେହି ଯୁବକ ବନ୍ଧୁକ ମାଧ୍ୟମରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକଜଣକ ନିଜ ପତ୍ନୀଙ୍କ ସମେତ ତାଙ୍କର ଆଠ ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହି ଘଟଣା ରାଜ ନଗର ଅଞ୍ଚଳରେ ଘଟିଛି। ପାରିବାରିକ କଳହ ଏହି ଅପରାଧର କାରଣ ବୋଲି ପୋଲିସ ସନ୍ଦେହ କରୁଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ ଲକ୍ଡାଉନ୍ ପାଇଁ ଗତ 22 ତାରିଖରୁ ବନ୍ଦ ରହିଛି ବିମାନ ସେବା । ତେବେ ଆଜିଠାରୁ କାର୍ଗୋ ବିମାନ ସେବା ଆରମ୍ଭ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଭୁବନେଶ୍ବର ଆସିବ ବିମାନ । ରାୟପୁରରୁ ଅପରାହ୍ନ 3.30ରେ ଛାଡି 4.50ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଅପରାହ୍ନ 5.20ରେ ଛାଡି ରାତି 8.20ରେ ଦିଲ୍ଲୀ ପହଞ୍ଚିବ । ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ । ଲକ୍ ଡାଉନ୍ ପାଇଁ ଅନ୍ୟ ବିମାନ ସେବାକୁ ବନ୍ଦ କରାଯାଇଛି ।
ସମୀକ୍ଷା ବ୍ୟୁରୋ ବାସୁଦେବପୁର : ସାରା ରାଜ୍ୟରେ ଲକ୍ଡାଉନ୍ ଚାଲିଥିବାବେଳେ ବାସୁଦେବପୁରର ନାୟକାଣିଡିହିଠାରେ ସକାଳୁ ସକାଳ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି । ସାନ ଭାଇର ଭୁଜାଲି ଚୋଟରେ ବଡଭାଇର ମୃତ୍ୟୁ ଘଟିଛି । ଜମିବିବାଦରୁ ହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନାୟକାଣିଡିହି ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସାନ ଭାଇକୁ ଅଟକ ରଖିଛି ।
ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 886ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ 748 ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ 76 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ 176 ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ 156ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍ କଡାକଡି କରାଯାଇଛି ।…
ଏହି ଫଟୋଟି ଗତ 22 ତାରିଖରେ ଉତ୍ତୋଳନ କରାଯାଇଛି। ଏହା ହେଉଛି କ୍ରୋଏସିୟାରେ ହୋଇଥିବା ଭୂକମ୍ପ ପରର ଦୃଶ୍ୟ। କ୍ରୋଏସିୟାରେ ସମୟ ଅନୁସାରେ ଗତ ରବିବାର ଦିନ ଭୋର 5ଟାରେ 5.4 ମ୍ୟାଗିନଚ୍ୟୁଡରେ ଭୂକମ୍ପ ହୋଇଥିଲା, ଯାହା 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।
କୋଏତ, କରୋନା ମୁକାବିଲା ପାଇଁ କୋଏତ ସରକାର ଦେଶ ବ୍ୟାପି କର୍ଫ୍ୟୁ ଜାରୀ କରିଛନ୍ତି। ଫଳରେ ବର୍ତ୍ତମାନ ସାରା ଦେଶ ଜନଶୂନ୍ୟ ହୋଇପଡିଛି। ବର୍ତ୍ତମାନ ଏହି ଫଟୋଟି ଗତ ମାର୍ଚ୍ଚ 23 ତାରିଖରେ ଉତ୍ତୋଳନ କରାଯାଇଛି। ଏହା ହେଉଛି କୋଏତର ହାୱାଲ୍ଲି ରାସ୍ତା
ତେଲେଙ୍ଗାନା: ତେଲେଙ୍ଗାନାଠାରେ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲକ୍ ଡାଉନ୍ କାରଣରୁ ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ 6ଜଣ ଗୁରୁତର ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଶାମଶବାଦ୍ ନିକଟରେ ଏକ ଲରି ଓ ମିନି ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି। ମିନି ଟ୍ରକ୍ଟିରେ 30 ଜଣ ଲୋକ ରହିଥିଲେ। ଲକ୍ ଡାଉନ୍ କାରଣରୁ କର୍ଣ୍ଣାଟକରୁ ନିଜ ଘରକୁ ଏକ ମିନି ଟ୍ରକ ସାହାଯ୍ୟରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି। ମୋଟ୍ 855 ଜଣ ଏହି ରୋଗରେ ସଂକ୍ରମିତ ହେଲେଣି। କରୋନାର ଭୟାବହତାକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଏବେ ୟୁରୋପରେ ତାଣ୍ଡବ ରୁଚିଛି । ବୁହାନ ସହର ପରେ ଇଟାଲୀରେ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟିଯାଇଛି। ଶୁକ୍ରବାର ଦିନ ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏଠାରେ ପ୍ରାୟ 1000 ଲୋକଙ୍କ ମୃତ୍ୟୁ ଘଟିଛି । କେବଳ ଇରାନ୍ ନୁହେଁ, ଜର୍ମାନୀ, ସ୍ପେନ, ଆମେରିକା, ବ୍ରିଟେନ୍ ପ୍ରମୁଖ ଦେଶଗୁଡିକ ଏବେ କରୋନା କବଳରେ । କେବଳ ଇଟାଲୀରେ 86 ହଜାର ଲୋକ ଏହିରୋଗରେ ସଂକ୍ରମିତ ହୋଇଛନ୍ତି । ସାରା ବିଶ୍ବରେ ଏବେ 597,262 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,365ରେ ପହଞ୍ଚିଛି । ସେହିପରି ଏହି ରୋଗରେ ସୁସ୍ଥ ହୋଇଛନ୍ତି 133,363ଜଣ । ସମୀକ୍ଷା ତରଫରୁ କରୋନା ଅପଡେଟ୍ :
କେଦାର ମିଶ୍ର ଯେତେବେଳେ ଏକ ବଡ ସଙ୍କଟ ଆସେ ସେତେବେଳେ ତାକୁ ଘେରି ଅନେକ ରକମର ସମସ୍ୟା ମଧ୍ୟ ତିଆରି ହୁଏ। ଏବେ କରୋନା ଭୂତାଣୁର ଭୟ ସାରା ପୃଥିବୀକୁ ସନ୍ତ୍ରସ୍ତ କରି ରଖିଛି। ପୃଥିବୀର ବହୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ଦେଶ ଏହାର ମୁକାବିଲା କରି ପାରୁନଥିବାରୁ, ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ଵାଭାବିକ। ଏହି ଭୂତାଣୁ କୁ ପ୍ରତିହତ କରିବା ପାଇଁ କୌଣସି ଟୀକା ବା ଔଷଧ ବାହାରି ନ ଥିବାରୁ ସେ ମଧ୍ୟ ଲୋକଙ୍କର ଚିନ୍ତା ବଢାଇଛି। ଏକ ଅଜଣା ରୋଗର ଆତଙ୍କକୁ ମୁକାବିଲା କରିବା ଲାଗି ଆମକୁ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡୁଛି। ଭାରତ ନିଜକୁ ତିନି ସପ୍ତାହ ଲାଗି ସଂପୂର୍ଣ୍ଣ ଭାବରେ ଗୃହବନ୍ଦୀ କରି ରଖିବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏତେ ଶଜା ନୁହେଁ। ତିନି ସପ୍ତାହ ଧରି ଆୟ, ଉପାର୍ଜନ ଓ ସ୍ବାଧିନତାକୁ…
ରଞ୍ଜିତ ପଣ୍ଡା କୁଜଙ୍ଗ : ସମଗ୍ର ରାଜ୍ୟରେ କୋଭିଡ଼-୧୯ କୁନେଇ କଟକଣା ଜାରି କରାଯାଇଛି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ହିଁ ଏକମାତ୍ର ଉପାୟ। ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରୀ କରାଯାଇଥିବା ବେଳେ ଏହାର ଅବମାନନା ଅଭିଯୋଗରେ ଆଜି କୁଜଙ୍ଗ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଏସଆଇ ଶୁଭ୍ରଜିତ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏସଆଇ ଶୁଭ୍ରଜିତ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହିତ ପୂର୍ବାହ୍ନ ୧୦ଟା ସମୟରେ ମଙ୍ଗରାଜପୁର, ହସିଣା, ବଳରାମ ପୁର ଆଦି ଗ୍ରାମ ମାନଙ୍କରେ ପେଟ୍ରୋଲିଂ ଜାରି ରଖିଥିଲେ। ତେବେ କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଆଇନକୁ ଭଙ୍ଗ କରୁଥିବା ନେଇ ସୂଚନା…
ବେଙ୍ଗାଲୁରୁ : କରୋନା ରୋଗୀଙ୍କ ପାଇଁ ଖୁସିଖବର । କରୋନା ସଙ୍କ୍ରମଣଙ୍କ ନିମନ୍ତେ ଔଷଧ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ବେଙ୍ଗାଲୁରୁର ଜନୈକ ଡାକ୍ତର । ବେଙ୍ଗାଲୁରୁର ଅଙ୍କୋଲୋଜିଷ୍ଟ ବିଶାଲ ରାଓ ଭାରତ ସରକାରଙ୍କ ନିକଟରେ ଏହି ଆବେଦନ କରିଛନ୍ତି । ସାଇଟୋକିନ୍ ସହାୟତାରେ ବିଶାଲ ଏହି ଔଷଧ ନିର୍ମାଣ କରିବା ପାଇଁ ଆବେଦନ କରିଛନ୍ତି । ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାଇଟୋକିନ୍ ପ୍ରମୁଖ ଗ୍ରହଣ କରିଥାଏ । କୋଭିଡ୍-19 କ୍ଷେତ୍ରରେ ଶରୀରରେ ସାଇଟୋକିନ୍ କ୍ଷରଣ ବନ୍ଦ ହୋଇଯାଇଥାଏ । ଏହି ହରମୋନ୍କୁ ଔଷଧ ଭାବରେ ବ୍ୟବହାର କରି କରୋନା ସଙ୍କ୍ରମଣଙ୍କ ଚିକିତ୍ସା କରିବା ପାଇଁ ଭାରତ ସରକାରଙ୍କ ନିକଟରେ ରାଓ ଆବେଦନ କରିଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟରେ ୭୫ ବେସିସ ପଏଂଟ ହ୍ରାସ ସହିତ ଏହାକୁ ୪.୪ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ରିଭର୍ସ ରେପୋ ରେଟକୁ ୯୦ ବେସିସ ପଏଂଟ ସହିତ ୪ ପ୍ରତିଶତକୁ ହ୍ରାସ କରାଯାଇଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ୨୮ ମାର୍ଚ୍ଚ ଠାରୁ ଗୋଟିଏ ବର୍ଷ ପାଇଁ ସମସ୍ତ ବ୍ୟାଙ୍କର ସିଆରଆର ୧୦୦ ବେସିସ ପଏଂଟ ହ୍ରାସ କରାଯାଇ ୩% କରି ଦିଆଯାଇଛି । ଏହି ପଦକ୍ଷେପ ଫଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ୩.୭୪ ଲକ୍ଷ କୋଟି ଟଙ୍କାର ଚଳନ୍ତି ପୁଞ୍ଜି ପ୍ରବେଶ କରିବ । ଏହି ନିଷ୍ପତିର ଯୌକ୍ତିକତା ବିଷୟରେ ବର୍ଣ୍ଣନା କରି ଶ୍ରୀ ଦାସ କହିଥିଲେ ଯେ, କୋଭିଡ-୧୯ ମହାମାରୀ କାରଣରୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ହ୍ରାସ କରିବା ଲାଗି ରେପୋ…
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍) ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ 3 ତାରିଖରେ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ଦେଶରେ 21 ଦିନ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)
କେଦାର ମିଶ୍ର ମୋ ବିଷୟରେ ନ ଲେଖିଲେ, ଆପଣଙ୍କୁ ଗୁଳି କରିଦେବି- ଧଉଳି ମହୋତ୍ସବ ମଞ୍ଚରୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ଗ୍ରହଣ କରି ଫେରିବା ବେଳେ ମୋ କାନରେ ଏତକ କହି ସେ ଚାଲି ଯାଇଥିଲେ। ସେ ଏମିତି ହିଁ। ଠୋ ଠା କଥା, ବେପରୁଆ ଠାଣି, ବେଖାତିର ବ୍ୟକ୍ତିତ୍ବ। ସେ ଜୟଦେବ ଦାସ। ତାଙ୍କ ବିଷୟରେ ମୋତେ କିଛି ଗୋଟେ ଲେଖିବାର ଥିଲା। ଗତ ତିରିଶ ବର୍ଷର ଓଡିଶୀ ନାଚର ଇତିହାସରେ ଜୟଦେବ ଦାସ ଅଦୃଶ୍ୟ ଅନ୍ଧାରର ନାୟକ। ନିଜେ ଅନ୍ଧାରରେ ରହି ପୂରା ମଞ୍ଚ ସେ ଆଲୋକିତ କରି ଆସିଛନ୍ତି। ମଞ୍ଚରେ ଆମେ କଳାକାରଙ୍କୁ ଦେଖୁ, ତାଙ୍କର କଳାରେ ସମ୍ମୋହିତ ହେଉ। ହେଲେ କଳାକାରର ପରିବେଷଣରେ କୁହୁକ ସଂଚାର କରୁଥିବା ଜୟଦେବ ଦାସମାନଙ୍କୁ ଆମେ କେବେ ଚିହ୍ନି ପାରୁନା। ଜୟଦେବ ଭାଇ ସାଙ୍ଗରେ କଥା ହେଲାବେଳେ କେବେ ଧମକ ଦେଇ, କେବେ ସ୍ନେହରେ ପୁଣି କେବେ ଅଭିମାନରେ…
ଥିରୁଅନନ୍ତପୁରମ୍ : କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍ ଅଫିସରଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍ଦୁଲ୍ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।
ମାଦ୍ରିଦ୍ : କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍ରେ ଏହି ଭାଇରସ୍ ତାଣ୍ଡବ ମଚାଇଛି । ସ୍ପେନ୍ରେ ଏହି ଭାଇରସ୍ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟାରେ 18 ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ 8 ହଜାର ବୃଦ୍ଧି ଘଟିବା ଚିନ୍ତାଜନକ ବୋଲି ସ୍ପେନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ବାସୀଙ୍କୁ ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ । ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଏହାକୁ ବିଶ୍ବାସ ନ କରିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ଗୁଜବ ପ୍ରଚାର ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେଣୁ ଏପରି ଗୁଜବକୁ ବିଶ୍ବାସ କରିବା ଅନୁଚିତ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି । ଏପରି ମିଥ୍ୟା ଅପପ୍ରଚାର କାରଣରୁ ମାର୍ଚ୍ଚ 26 ତାରିଖରେ ପାରାଦୀପ ଏବଂ ଏରସମା ଅଞ୍ଚଳରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ସମ୍ପର୍କ କରିବା ପାଇଁ ଅନୁରୋଧ କରାଯାଇଛି । ଏନେଇ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ନମ୍ବର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୧) ଇଟାଲୀର ସହରରେ ଅନେକ ଶବର ଦୃଶ୍ୟ । ସତ୍ୟତା-ଏହା ଏକ ଫିଲ୍ମ କଣ୍ଟାଜିଆନର ଦୃଶ୍ୟ ଅଟେ । ୨) ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ । ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ । ୩)ଅନେକ ଲୋକ ଭୂମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀର ଦୃଶ୍ୟ ଅଟେ । ୪)ଡକ୍ଟର ରମେଶ ଗୁପ୍ତାଙ୍କ ଜନ୍ତୁ ବିଜ୍ଞାନ ବହିରେ କରୋନା ର ଚିକିତ୍ସା ଅଛି । ସତ୍ୟତା-ନାହିଁ ୫)ମେଦାନ୍ତା ହସ୍ପିଟାଲର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ଅପିଲ କରିବା । ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି । ୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣର ଶିକାର ହେଲେ । ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ିର ନୁହେଁ…
ଲଣ୍ଡନ : କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ଶୁକ୍ରବାର ଲଣ୍ଡନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟ ଧରି ଜନ୍ସନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନରହିବାରୁ ପରୀକ୍ଷଣରୁ କରୋନା ସଙ୍କ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ଜନ୍ସନ୍ଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ସରକାରୀ କାର୍ଯ୍ୟକଳାପ ଜନ୍ସନ୍ ଭିଡିଓ କନ୍ଫରେନ୍ସିଂ ଜରିଆରେ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ କରୋନାରେ ସଙ୍କ୍ରମିତ ହୋଇଥିଲେ । (ଏଜେନ୍ସି)
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ସମଗ୍ର ଅଂଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଗ୍ରାହକ ମାନଙ୍କୁ ଜିନିଷ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ସମସ୍ତ ଗ୍ରୋସରୀ ଦୋକାନ ଗୁଡିକ ତଥା ଔଷଧ ଦୋକାନ ଗୁଡିକ ସମେତ କ୍ଷୀର, ଅଣ୍ଡା ତଥା ପନିପରିବା ଦୋକାନ ଗୁଡିକ ଖୋଲାରହଛି । ନିତାନ୍ତ ଅତ୍ୟାବଶ୍ୟକ ନଥିଲେ କାହାରିକୁ ମଧ୍ୟ ବାହାରକୁ ବାହାରିବାର ନିୟମ…

