Author: Samikhsya Bureau

ବଲାଙ୍ଗିର : ବଲାଙ୍ଗିର-ସୋନପୁର ମୁଖ୍ୟରାସ୍ତା ବୈରାସର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ପଛରେ ବୋଲେରୋ ପିଟି ହେବା ଫଳରେ ଦୁର୍ଘଟଣାରେ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାତରୁ ଅଧିକ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତକ ଓ ଆହାତ ମାନଙ୍କ ଘର ପାଟଣାଗଡ ଥାନା ଘୂମେର ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ସମସ୍ତ ଆହାତଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Read More

କେଦାର ମିଶ୍ର ଭଗବାନଙ୍କୁ ଧନ୍ୟବାଦ, ଦିଲ୍ଲୀ ନିର୍ବାଚନ ସରିଯାଇଛି। ଯେବେ ବି ନିର୍ବାଚନ ଆସୁଛି, ଏ ଦେଶର ପବନରେ ବିଷ ଚାରି ଯାଉଛି। ବିଷାକ୍ତ ନିର୍ବାଚନୀ ଭାଷା ଓ ଯେ କୌଣସି ପ୍ରକାରେ ଜିତିବା ଲାଗି ଯେ କୌଣସି ସ୍ତରକୁ ଖସିପାରିବାର ଉନ୍ମାଦ ରାଜନୀତି ଆମର ସାମାଜିକ ଜୀବନକୁ ବିପର୍ୟସ୍ତ କରିଚାଲିଛି। ଦିଲ୍ଲୀ ନିର୍ବାଚନରେ ବିଜେପିର ସ୍ଲୋଗାନ ଥିଲା “ଗୋଳି ମାରୋ” ଓ ଏହାର ପ୍ରତ୍ୟତ୍ତରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପିଠିରେ ଏ ଦେଶର ବେକାର ଯୁବକ ଯୁବତୀ ଲାଠି ମାଡ କରିବେ। ଲାଠି ମାଡ ଓ ଗୁଳି ମାଡ କେବଠୁ ଏ ଦେଶର ରାଜନୈତିକ ସ୍ଲୋଗାନ ହୋଇଗଲା, ସେକଥା କେହି ଜାଣି ପାରିଲେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ହନୁମାନ ଚାଳିଶା ପଢିବାକୁ ଗଣମାଧ୍ୟମରେ ବାଧ୍ୟ ହେଲେ। ଗୁଳି, ଲାଠି, ବିରିଆନୀ ଓ ହନୁମାନ ଚାଳିଶାର ଏହି ଉଦ୍ଭଟ ରାଜନୀତି ଅନ୍ତତଃ ଆଜିଠୁ…

Read More

ଭୁବନେଶ୍ବର,  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଓଡିଶାରେ ଆଦାନୀ ଗ୍ରୁପର ପୁଂଜି ନିବେଶକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ଗୌତମ ଆଦାନୀଙ୍କ ସହ କଂପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।  ଆଦାନୀ ଗ୍ରୁପ ରାଜ୍ୟରେ ପ୍ରତିଷ୍ଠା କରିବାକୁ ଥିବା ଶିଳ୍ପ ପାର୍କ, ନ୍ୟୁ ଏଜ୍ ଟେକନୋଲୋଜି ଏବଂ ମେଟାଲ କାରଖାନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସବୁ ଶିଳ୍ପ ପାଇଁ ଆଦାନୀ ଗ୍ରୁପକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ମତି ଜଣାଇଛନ୍ତି। ବର୍ତ୍ତମାନ ଆଦାନୀ ଗ୍ରୁପ ଓଡିଶାରେ ଧାମରା ବନ୍ଦରକୁ ପରିଚାଳନା କରୁଛି। ଏଥିସହିତ ଏଲପିଜି ଏବଂ ଏନଏଲଜି ଟର୍ମିନାଲ ପାଇଁ ମଧ୍ୟ ଏହି ଗ୍ରୁପ କାମ ଆରମ୍ଭ କରିଛି।

Read More

ଭୁବନେଶ୍ବର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତିସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଆୟୋଜିତ ହୋଇଯାଇଛି|  ଏହି ଅବସରେରେ  ଉଚ୍ଚ ଶିକ୍ଷା ,କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ|ସେ ଅତୀବ ରୋଚକ ଭାବରେ ସରଳତା ,ସତ୍ୟ , ଶୃଙ୍ଖଳା  ପରି ମାନବୀୟ ମୂଲ୍ୟ ବୋଧ କୁ ଆଦରି ନେବାକୁ ପରାମର୍ଶ  ଦେଇଥିଲେ | ବିଶ୍ୱବିଦ୍ୟାଳୟର ପରିବେଶରେ  ଅଦ୍ଭୁତାପୂର୍ଣ ବାତାବରଣ ଥିବାରୁ ସେ ଏହିଠାରେ ଛାତ୍ର ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ |ଅନ୍ୟ ଦେଶ ତୁଳନା ରେ ଭାରତ ଗବେଷଣା କ୍ଷେତ୍ର ରେ ପଛୁଆ ଥିବାରୁ ସେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଏହି ଦିଗରେ ନିଜର ରୁଚି ବଢେ଼ଇବାକୁ  କହିଥିଲେ | ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସୁଖମୟ ବାତାବରଣ ର ଭୁରି ଭୁରି  ପ୍ରଶଂସା କରିଥିଲେ | ଏହି…

Read More

New Delhi: Congress General Secretary Priyanka Gandhi Vadra and her husband Robert Vadra leave after casting their votes for the Delhi Assembly elections 2020 at a polling booth in central Delhi’s Nirman Bhawan on Feb 8, 2020. (Photo: IANS)

Read More

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍‌ ମଲ୍‌ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଥାଇଲାଣ୍ଡ ରୟାଲ ପୋଲିସ୍‌ର ଅଧିକାରୀ କ୍ରିସାନ୍ନା ପଟ୍ଟାନଚୋରେନ୍‌ ଏହି ତଥ୍ୟ ପ୍ରକାଶ କରିଛନ୍ତି । 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୈନ୍ୟଙ୍କ ନାମ ଗୋପନ ରଖାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

Read More

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଥିଲେ । ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତି ସରକାର ନେଇ ନାହାନ୍ତି । ସେ ଆହୁରି କହିଥିଲେ ଯେ ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ । ଯଦି କୌଣସି କ୍ଷତି…

Read More

ଭୁବନେଶ୍ବର, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନାସିକ ମନୋଜ ଦାସଙ୍କୁ ପ୍ରଦାନ କରାଯାଇଛି ଅଲୌକିକ କଳିଙ୍ଗ ଲିଟେରାରୀ ପୁରସ୍କାର। ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ଲିଟେରଚର ଫେଷ୍ଟିଭାଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ପ୍ରଖ୍ୟାତ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା ରାୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତିବର୍ଷ ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ କଳିଙ୍ଗ ଲିଟେରଚର ଫେଷ୍ଟିଭାଲ ବା କେଏଲଏଫ ତରଫରୁ ଏପରି ପୁରସ୍କାର ପ୍ରଦାନ କରିଆସୁଛି।ମୁଖ୍ୟତଃ ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ଏହି ଉପଲକ୍ଷେ ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ସାହିତ୍ୟ ଅଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଭାରତର ପ୍ରଖ୍ୟାତ ସାହିତ୍ୟିକମାନେ ଯୋଗ ଦେଇ ନିଜସ୍ବ ମତ ରଖିଥିଲେ। ମନୋଜ ଦାସ ନିକଟରେ ପଦ୍ମ ଭୂଷଣ ସମ୍ମାନ ପାଇବା ପାଇଁ ମନୋନିତ ହୋଇଛନ୍ତି। ପୂର୍ବରୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ଦେଶ ତଥା…

Read More

ନୂଆଦିଲ୍ଲୀ : ହଙ୍ଗେରୀରେ ଅନୁଷ୍ଠିତ ବୋକ୍‌ସାଇ ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସର 5ଟି ପଦକ ହାସଲ କରିଛନ୍ତି । ଭାରତୀୟ ଖେଳାଳି 4ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ବକ୍ସର ଗୌରବ ଚୌହାନ ଏବଂ ଜ୍ୟୋତି ଗୁଲିଆ ଅନ୍ତିମ ଦିବସରେ ରୌପ୍ୟ ପଦକ ହାସଲ କରିଥିଲେ । 51 କିଗ୍ରା ବର୍ଗରେ ଜ୍ୟୋତି ଗୁଲିଆ ଋଷିଆର ସୋଲୁଇନୋଭା ଶ୍ବେତେଲାନାଙ୍କ ନିକଟରୁ 2-3ରେ ପରାସ୍ତ ହୋଇଥିଲେ । ଅନ୍ୟ ପକ୍ଷରେ ଗୌରବ ଚୌହାନ 91 କିଗ୍ରା ବର୍ଗରେ କାଜାକସ୍ତାନର ଆଇବେକ୍‌ ଓରାଲ୍‌ବେଙ୍କ ନିକଟରୁ 4-0ରେ ପରାଜିତ ହୋଇଥିଲେ । ପୂର୍ବରୁ ଭାରତୀୟ ଖେଳାଳ ମନୀଷା (57 କିଗ୍ରା) ଏବଂ ପିଏଲ୍‌ ପ୍ରସାଦ(52 କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ ।

Read More

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧ ଫେବୃୟାରୀରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ଭୋଟ ଗ୍ରହଣ ପରେ ଏକ୍ସିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସର୍ବେକ୍ଷଣରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ବହୁମତ ମିଳିଛି। ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୪୯ରୁ ୬୩ଟି ଆସନ ମିଳିବ। ବିଜେପିକୁ ୫-୧୯ଟି ଆସନ ଏବଂ କଂଗ୍ରେସକୁ ୦-୫ଟି ଆସନ ମିଳିବା ନେଇ ପୂର୍ବାନୂମାନ କରାଯାଇଛି। ଆଜତକ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୯ରୁ ୬୮ଟି ଆସନ, ବିଜେପିକୁ ୨ରୁ ୧୧ଟି  ଆସନ ଅନୁମାନ…

Read More

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକ ଯୁବ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ। ଏଥିରେ ବିଜୁ ଜନତା ଦଳର ମୂଖ୍ୟାଳୟ ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସ୍‌ବର୍ମା ଓ ବିଧାୟକ ତଥା ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ୍‌ ମହାନ୍ତି ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଂଜିତ ମହାପାତ୍ର ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ଭଗବତୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ପକ୍ଷରୁ ବାଣପୁର ଖଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ବହୁତ ପୁରାତନ ଓ ନୂତନ ସ୍ୱୟଂସେବକମାନେ ଯୋଗ ଦେଇ ସୂର୍ଯ୍ୟ ନମସ୍କାର, ଆସନ ଓ ଦଣ୍ଡ ପ୍ରୟୋଗ ଆଦି ପ୍ରଦର୍ଶନ କରିଥିଲେ l ଉକ୍ତ କାଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ସେନାପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସଙ୍ଘର ବରିଷ୍ଠ ସ୍ୱୟଂସେବକ ସୁକାନ୍ତି ବେହେରା ବୌଦ୍ଧିକ ଜ୍ଞାନ ପ୍ରଦାନ କରିଥିଲେ | ଏହା ପରେ ସ୍ୱୟଂସେବକ ବିବେକାନନ୍ଦ ଭାଇ ସଙ୍ଗୀତ ଗାନ କରିଥିଲେ l ଉକ୍ତ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ସଂଘ ପ୍ରଚାରକ କେଦାର ନାଥ ପାତ୍ର ଉପସ୍ଥିତ ରହି ଆଗାମୀ ଦିନରେ ବାଣପୁର ଖଣ୍ଡରେ ସଂଘର ବିସ୍ତାର ଓ ଆଗାମୀ କାର୍ଯ୍ୟକ୍ରମ ଉପରେ…

Read More

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍‌ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା କି ଘଟଣାସ୍ଥଳରେ 15 ଜଣଙ୍କର ପ୍ରାଣହାନି ଘଟିଥିଲା । 3 ଜଣ ଗୁରୁତର ଭାବରେ ଆମହତ ହୋଇଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ୱର :ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ ହୁଏତ ଆଜି ସ୍ମିତାରାଣୀ ଜୀବିତ ରହିଥାନ୍ତେ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର କାଗଜରେ ଦେଖାଇଥିଲେ ୨୦୧୮ରେ ସେ ଘର ଭଙ୍ଗାଯାଇଛି କିନ୍ତୁ ସେ ରଙ୍ଗଶାଳାକୁ ଭଙ୍ଗା ଯାଇନଥିଲା । ଯଦିଓ ରାଜ୍ୟସରକାର କହିଛନ୍ତି ତାକୁ ଭାଙ୍ଗିଛନ୍ତି ବୋଲି ତେବେ ଏହି ଭୂତକୋଠିରେ ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ହଠାତ୍ ଜିଲ୍ଲା ପ୍ରଶାସନର ସେହି ବେଆଇନ ନିର୍ମିତ ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଗଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ସ୍ମିତାରାଣୀ ହତ୍ୟାକାଣ୍ଡର…

Read More

ଚେନ୍ନାଇ : ଲୋକପ୍ରିୟ ତାମିଲ ଅଭିନେତା ଚିୟାନ୍‌ ବିକ୍ରମ ଏବଂ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଆକ୍ସନ୍‌ ଥ୍ରୀଲର ବର୍ଗର ଏହି ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ରହିଥିବା ବେଳେ ବିକ୍ରମ ଟ୍ବିଟ୍‌ କରି ଫିଲ୍ମ ସୁଟିଂ ଆରମ୍ଭ ହୋଇଥିବା ନେଇ ଘୋଷଣା କରିଛନ୍ତି । ସେହିପରି କେଜିଏଫ୍‌ରୁ ସିଲ୍‌ଭର ସ୍କ୍ରିନ୍‌ ଯାତ୍ରା ଆରମ୍ଭ କରିଥିବା ଶ୍ରୀନିଧି ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଚେନ୍ନାଇରେ ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଫିଲ୍ମର ଅନ୍ତିମ ଭାଗର ସୁଟିଂ ଋଷିଆରେ ହେବ । ଅଜୟ ଆର ଗଣମୁଥୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ 2021ରେ ଏହି ଫିଲ୍ମଟି ରିଲିଜ୍‌ ହେବ । ଶ୍ରୀନିଧି କେଜିଏଫ୍‌-2ରେ ନଜର ଆସିବାକୁ ଯାଉଥିବା ବେଳେ ବିକ୍ରମ ଧ୍ରୁବ ନଟଚରିତମ୍‌ରେ ନଜର ଆସିବେ । (ଏଜେନ୍ସି)

Read More