ସମୀକ୍ଷା ବ୍ୟୁରୋ ଚୌଦ୍ବାର : ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବାବେଳେ ଚୌଦ୍ବାର ଓଟିଏମ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମନ୍ୟ ଅର୍ଥକୁ ନେଇ ଜଣେ ପୁଅ ବାପାକୁ ମାରି ଶେଷରେ ନିଜେ ଆତ୍ମହତ୍ୟା କରିଛି। ଅର୍ଥକୁ ନେଇ ବଚସା ହେବାରୁ ଉତ୍ତ୍ୟକ୍ତ ପୁଅ ବାପାର ମୁଣ୍ଡକୁ ଛେଚି ହତ୍ୟା କରିଛି। ପରେପରେ ନିଜର ତଣ୍ଟି କାଟି ଦେଇଛି। ଘରେ ବାପାର ମୃତ୍ୟୁ ଘଟିଥିବା ବେଳେ କଟକ ବଡ ଡାକ୍ତରଖାନାରେ ପୁଅର ମୃତ୍ୟୁ ଘଟିଛି। ମୃତ ପିତାଙ୍କ ବୟସ 62 ବର୍ଷ ହୋଇଥିବାବେଳେ ସେ ଓଟିଏମ୍ରେ କାର୍ଯ୍ୟ କରୁଥିଲେ। ମୃତ ପୁତ୍ରର ବୟସ 33 ବର୍ଷ। ଗତକାଲି ଟଙ୍କା ମଗାମଗି ଘଟଣାରୁ ବାପା ପୁଅଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାର ମାତ୍ର 10 ମିନିଟ୍ ପରେ ଏକ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କରୋନା ସତର୍କତା ପାଇଁ ରାଜ୍ୟସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି। କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍। ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍। ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। କୋଭିଡ୍ -19 ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ମାଲବାହୀ ଯାନ ସୂଚାରୁ ରୂପେ ଚଳାଚଳ କରିବ। ଏହାର ତଦାରଖ କରିବାକୁ ଏକ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି।
ଭୁବନେଶ୍ବର: ବର୍ତ୍ତମାନ କରୋନା ଯୋଗୁଁ ଚାରିଆଡେ ରାସ୍ତାଘାଟ ବନ୍ଦ। ଉଠା ଦୋକାନୀଠାରୁ ଆରମ୍ଭ କରି ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ତେବେ ଏହି ବନ୍ଦ ଲୋକଙ୍କ ପାଇଁ ଭଲ ହୋଇଥିବା ବେଳେ ବୁଲା ପଶୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କାରଣ ବାହାରେ ବୁଲୁଥିବା ପଶୁମାନେ ଏହି ରେଷ୍ଟୁରାଣ୍ଟ କିମ୍ବା ହୋଟେଲର ବର୍ଜ ବସ୍ତୁ ଉପରେ ନିର୍ଭର କରୁଥିଲେ। ହେଲେ ବର୍ତ୍ତମାନ ସେସବୁ ମିଳିବା ଆଉ ସମ୍ଭବ ନୁହେଁ। ସେଥିପାଇଁ ପଶୁ ପ୍ରେମୀମାନେ ଅନୁରୋଧ କରିଛନ୍ତି ଯେ ଅନ୍ତତଃ ପକ୍ଷେ ଦୁଇ ଖଣ୍ଡ ରୁଟି ସେମାନଙ୍କ ପାଇଁ ତିଆରି କରନ୍ତୁ, ଆଉ ବାହାରେ ରଖିଦିଅନ୍ତୁ। ଯେଉଁମାନେ ଆର୍ପାଟମେଣ୍ଟରେ ରହୁଛନ୍ତି ସେମାନେ ପ୍ରତିଦିନ ଦୁଇଖଣ୍ଡ ରୁଟି କରି ବୁଲା କୁକୁର ହେଉ କିମ୍ବା ଗାଇଗୋରୁ ସେମାନଙ୍କୁ ପ୍ରଦାନ କରନ୍ତୁ। ଆପାର୍ଟମେଣ୍ଟ ସୋସାଇଟ ତରଫରୁ ମଧ୍ୟ ଏପରି ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ ରହିଛି। ସାତଦିନ ଧରି ସବୁ ବନ୍ଦ ରହୁଥିବାରୁ ବର୍ତ୍ତମାନେ…
କେଦାର ମିଶ୍ର କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର ଜ୍ୟାକ ମା ଏବଂ ଭାରତର ମୁକେଶ ଅମ୍ବାନୀ ସବୁବେଳେ ଏକ ନମ୍ବର ଓ ଦୁଇ ନମ୍ବର ଧନୀ ଲୋକ ହିସାବରେ ରହି ଆସିଛନ୍ତି। ଚୀନର କର୍ପୋରେଟ ଟାଇକୁନ ଜ୍ୟାକ ମା ତାଙ୍କ ପ୍ରତିଷ୍ଠିତ ଆଲିବାବା କମ୍ପାନୀରୁ ଇସ୍ତଫା ଦେଇ ଏବେ କେବଳ ଲୋକସେବା ପାଇଁ ନିଜର ସମ୍ବଳ ଓ ସମୟର ବିନିଯୋଗ କରୁଛନ୍ତି। ଚୀନରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବରୁ ନିଜ ଲୋକଙ୍କୁ ମୁକୁଳାଇବାରେ ଜ୍ୟାକ ମା ଫାଉଣ୍ଡେସନ ବହୁତ ବଡ ଅବଦାନ ଦେଉଛି। କେବଳ ଚୀନରେ ନୁହେଁ, ଏବେ ବିଶ୍ଵର ବିଭିନ୍ନ ଦେଶକୁ ଏହି ଭୂତାଣୁ ବ୍ୟାପିବା ପରେ ଜ୍ୟାକ ମା ଫାଉଣ୍ଡେସନ ଅନ୍ୟ ଦେଶମାନଙ୍କୁ ମଧ୍ୟ…
ଭୁବନେଶ୍ବର, ଆସନ୍ତା କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏହି ବର୍ଷ ରାଜ୍ୟର ଛଅଟି ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଘଡଘଡି, ବର୍ଷା ସହିତ କୁଆପଥର ମଧ୍ୟ ପଡିବାର ସମ୍ଭାବନା ରହିଛି। ତେବେ ଯେଉଁ ଛଅଟି ଜିଲ୍ଲାରେ ଏହି ବର୍ଷା ହେବା ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଳାହାଣ୍ଡି ଏବଂ ନବରଂଗପୁର। ପୂର୍ବରୁ ପାଣିପାଗ ବିଭାଗ ତରଫରୁ କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଗତ ଶନିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା।
ମୁମ୍ବାଇ, ଶେଷ ସ୍ବାସ୍ଥ୍ୟକର୍ମିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ସାମିଲ ହୋଇଛନ୍ତି। ତେ ସେ ଏକା ନୁହଁନ୍ତି। ପୁତ୍ର ଅଭିଷେକ ବଚନ, ବୋହୁ ଐଶ୍ବର୍ଯ୍ୟା ରାୟ ବଚନ ଏବଂ ନାତୁଣୀ ସହିତ ଅମିତାଭ ତାଲି ମାରି ସ୍ବସ୍ଥ୍ୟ ସେବାକାରୀଙ୍କୁ ଉତ୍ସାହିତ କରିଛନ୍ତି।
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱନା କ୍ରମେ ‘ଜନତା କର୍ଫ୍ୟୁ’କୁ ଓଡ଼ିଶାର ଜନସାଧାରଣ ଅନୁଶାସନ ଓ ଶାଳୀନତାର ସହିତ ଏପର୍ଯ୍ୟନ୍ତ ପାଳନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହିତ ସରକାରଙ୍କ ଘୋଷିତ ‘ସଂପୂର୍ଣ୍ଣ ତାଲାବନ୍ଦ’ (ଲକ୍ ଡାଉନ୍)କୁ ସଫଳ କରିବାକୁ ଅନୁରୂପ ସହଯୋଗ କାମନା କରିଛନ୍ତି । 2-ସେ କହିଛନ୍ତି ଯେ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ କରିବା ନିମନ୍ତେ ରେଳବାଇ ବୋର୍ଡ ଘୋଷଣା କରିଛନ୍ତି । ବାଟରେ ଥିବା ଟ୍ରେନ୍ଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି । ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ ଲୋକ ନିଜ ଆଡ଼ୁ ଯୋଗାଦାନ ଦେବାରେ ଲାଗିଛନ୍ତି। ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି। ଜନତା କର୍ଫ୍ୟୁକୁ ନେଇ ଲୋକ ଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତା ଦେଇଛନ୍ତି । ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଶା ଓ ସକାରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି । ‘ଜନତା କର୍ଫ୍ୟୁ’ ବାର୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ…
କଲେ ଭୁବନେଶ୍ବର, ଆଜି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା ପୂର୍ବରୁ ନବୀନ ତାଙ୍କ ବାସଭବନ ଛାତ ଉପରକୁ ଯାଇଥିଲେ। ଯେତେବଳେ ପାଞ୍ଚଟା ବାଜିଲା ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳି ମାରି ସ୍ବାସ୍ଥ୍ୟସେବାକାରୀଙ୍କ ଉତ୍ସାହିତ କରିଥିଲେ। କିଛି ସମୟ ପରେ ନବୀନ ଅଟା ବେଳନା ପଟାକୁ ବାଡେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଦୃଶ୍ୟ ବାହାରକୁ ଦେଖାଯାଉ ନ ଥିଲେ ମଧ୍ୟ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ। ସେମାନଙ୍କୁ ଦେଖି ନବୀନ ହାତ ହଲାଇ ସ୍ବାଗତ କରିଥିଲେ।
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମିଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରେ ଲୋକମାନେ ତାଳି ମାରି ହୁଳହୁଳି ଦେଇ ସେମାନଙ୍କ କାମକୁ ଉତ୍ସାହିତ କରିଛନ୍ତି। ତେବେ ଭୁବନେଶ୍ବରର ଲୋକସେବା ଭବନରେ ପରିବେଶ ଥିଲା ସଂପୂର୍ଣ୍ଣ ନିଆରା। ମୋଦୀଙ୍କ ଆହ୍ବାନରେ ଆଜି ଠିକ ପାଞ୍ଚଟା ବେଳେ ଲୋକସେବା ଭବନରେ ଏକଠି ହୋଇଥିଲେ ଓଡିଶା ସରକାରଙ୍କ ପାୱାରଫୁଲ ଅଫିସରଗଣ। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ, ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ସଚିବ ନିକୁଞ୍ଜ ଧଳ ଏବଂ ଶାଳୀନି ପଣ୍ଡିତ ମଧ୍ୟ ଥିଲେ। ଠିକ ପାଞ୍ଚଟା ବାଜିବା ବେଳେ ସମସ୍ତେ ତାଳି ମାରି ସ୍ବାସ୍ଥ୍ୟ ସେବାକାରୀଙ୍କ ଉତ୍ସାହିତ କରିଥିଲେ। ଏପରିକି ପାଣ୍ଡିୟାନଙ୍କ ସହିତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ଅଭୂତପୂର୍ବ ଏବଂ ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ। କୋଭିଡ-୧୯ର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଏବଂ ଅନାବଶ୍ୟକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯିବାର ଜରୁରି ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରାଯାଇଥିଲା। ବିସ୍ତୃତ ବିଚାରବିମର୍ଶ ପରେ, କୋଭିଡ-୧୯ ପଜିଟିଭ କିମ୍ବା ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ୭୫ଟି ଜିଲ୍ଲାରେ କେବଳ ବାଧ୍ୟତାମୂଳକ ସେବାକୁ ବାଦ ଦେଲେ ବାକିସବୁ ବନ୍ଦ ରଖିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି…
ସମୀକ୍ଷା ବ୍ୟୁରୋ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। କରୋନା ଭୂତାଣୁ ଯେମିତି ସାଧାରଣ ସ୍ତରକୁ ନ ବ୍ୟାପେ, ତାରି ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ପରିବହନ ବ୍ୟବସ୍ଥାକୁ ବ୍ୟାହତ କରାଯାଇଛି। ରେଳ ଷ୍ଟେସନ ତଥା ବସ ଗୁଡିକରେ ଦେଖାଯାଉଥିବା ପ୍ରବଳ ଗହଳି ହୁଏତ ଭବିଷ୍ୟତରେ କରୋନା ସଂକ୍ରମଣକୁ ବ୍ୟାପକ କରିବାର ସମ୍ଭାବନା ରହିଛି। ଗତ ୧୫ ଦିନ ଭିତରେ ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ରେଳରେ ଯାତ୍ରା କରିଥିବାର ସୂଚନା ଏହା ପୂର୍ବରୁ ରହିଥିଲା। ରେଳ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଦିଲ୍ଲୀରେ ମେଟ୍ରୋ ବ୍ୟବସ୍ଥାକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ୟନ୍ତ ବନ୍ଦ ରଖାଯାଇଛି। ରାଜସ୍ଥାନ ଓ ପଶିମ ବଙ୍ଗ ସରକାର ଆନ୍ତଃ ରାଜ୍ୟ ବସ ସେବାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। ଦେଶରେ ଏବେ ଅଧାରୁ ଅଧିକ ସ୍ଥାନରେ ସଂପୂର୍ଣ୍ଣ ତାଲା ବନ୍ଦ ଅବସ୍ଥା…
ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଜନତା କର୍ଫ୍ୟୁ ଜାରି ରହିଥିବା ବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କୁ ବିରୋଧ କରି ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଧାରଣା ସ୍ଥଳୀ ବାହାରେ ପେଟ୍ରୋଲ ବୋମା ମାଡ ହୋଇଛି। ଦିଲ୍ଲୀ ସରକାରଙ୍କ କଟକଣା ପରେ ଏବେ ମାତ୍ର ପାଞ୍ଚ ଜଣ ଧାରଣା ପ୍ରଦର୍ଶନକାରୀ ଶାହିନ ବାଗରେ ରହିଛନ୍ତି। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ କୁମାର ଜ୍ଞାନେଶ କହିଛନ୍ତି ଯେ ଧାରଣା ସ୍ଥଳୀଠୁ ଦୂରରେ ଏହି ବୋମା ମାଡ ହୋଇଥିଲା ଓ ଏଥିରେ କେହି ପ୍ରଭାବିତ ହୋଇ ନାହାନ୍ତି।
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ସାରା ବିଶ୍ଵ ଆଜି ଆତଙ୍କରେ। ଇତି ମଧ୍ୟରେ ଦେଶରେ ଏବେ ମୃତ୍ୟୁ ସଂଖ୍ୟା 6 ରେ ପହଞ୍ଚିଲାଣି। ସେହିପରି ରାଜସ୍ଥାନର ଜୟପୁରଠାରେ ଜଣେ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନତା କରିବା ସହିତ ସତର୍କତା ମଧ୍ୟ ଅବଲମ୍ବନ କରୁଛନ୍ତି । ଡବ୍ଲଏଚ୍ଓ ଏହାକୁ ବିଶ୍ବ ମହାମାରୀ ଘୋଷଣା କରିବା ସହିତ ଏହା ଏବେ 187ଟି ଦେଶକୁ ବ୍ୟାପିଛି ବୋଲି ସୂଚନା ରହିଛି । ଆଜି ଗୋଟିଏ ଦିନରେ ଭାରତରେ ପ୍ରଥମଥର ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆଜି ପ୍ରଥମ ମୃତ୍ୟୁ ମୁମ୍ଵାଇରେ ଘଟିଥିଲା। ଏଠାରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ସେହିପରି…
ଭୁବନେଶ୍ବର, ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁସାରେ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ତେବେ ରାସ୍ତାରେ ଥିବା ଟ୍ରେନଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ତାହା ବନ୍ଦ ହେବ। କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ରେଳ ବିଭାଗ ଏପରି ନିଷ୍ପତି ନେଇଛି। ପୂର୍ବରୁ ବିଭାଗ କେବଳ ଜନତା କର୍ଫ୍ୟୁ ପାଇଁ ଗୋଟିଏ ଦିନ ବନ୍ଦ ରଖିଥିଲା। ହେଲେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏପରି ନିଷ୍ପତି ନିଆଯାଇଛି। ଏଥିରେ ସମସ୍ତ ପ୍ରକାରର ଟ୍ରେନ ଯଥା ମେଲ, ଏକ୍ସପ୍ରେସ, ପ୍ୟାସେଞ୍ଜର ଏବଂ ଲୋକାଲ ଟ୍ରେନ ମଧ୍ୟ ସାମିଲ ରହିଛି। ତେବେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକାତା ପରି କେତେକ ସ୍ଥାନରେ ଲୋକାଲ ଟ୍ରେନ ଚଳାଚଳରେ କୋହଳ କରାଯାଇଛି। ଆଜି ରେଳମନ୍ତ୍ରୀ ପିୟୁଶ ଗୋଏଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଯେଉଁ…
ନୂଆଦିଲ୍ଲୀ, ଗତକାଲି ରାଜସ୍ଥାନ ସରକାର ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ପଂଜାବ ସରକାର ମଧ୍ୟ ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ କରାଯିବ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ କହିଛନ୍ତି। ରାଜସ୍ଥାନ ପରେ ପଂଜାବ ହେଉଛି ଦ୍ବିତୀୟ ରାଜ୍ୟ ଯେ କି ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। ତେବେ ଏହି ଲକ ଡାଉନରେ କେବଳ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ସେଗୁଡିକ ମଧ୍ୟରେ ରହିଛି ଔଷଧ ଦୋକାନ, ଖିର, ଖାଦ୍ୟ ସାମଗ୍ରୀ ପ୍ରଭୃତି ଦୋକାନ। ଏହି ଲକ ଡାଉନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପଂଜାବ କେତେର ଜିଲ୍ଲାରେ ଏହି ଲକ ଡାଉନ ନିୟମ ଲାଗୁ କରିବା…
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ ଘୋଷଣାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ବରର ଜନଗହଳି ରାସ୍ତା ସବୁ ଶୂନଶାନ ହୋଇଯାଇଛି। ମାର୍କେଟ ବିଲିଡିଂ, ବାପୁଜୀନଗର ପରି ବ୍ୟବସାୟିକ କେନ୍ଦ୍ରଗୁଡିକ ମଧ୍ୟ ଜନଶୂନ୍ୟ ହୋଇପଡିଛି। ନିମ୍ନ ଫଟୋଗୁଡିକ ସୂଚାଇ ଦେଉଛି ରାଜଧାନୀର ପରିସ୍ଥିତି କିପରି ରହିଛି।
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକଡାଉନ ଡାକରାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜନଗହଳି ପୂର୍ଣ୍ଣ ଭୁବନେଶ୍ବରରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ରାସ୍ତାଘଟ ପୁରା ଜନଶୂନ୍ୟ ହୋଇପଡିଛି। ଟ୍ରାଫିକ ଛକରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ଗାଡିମୋଟରର ଦେଖାନାହିଁ। ସେହିପରି କଟକ, ସମ୍ବଲପୁର, ଝାରସୁଗୁଡାରେ ମଧ୍ୟ ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଛି। ହେଲେ ନିୟମ ଅନୁସାରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ଯେଉଁମାନଙ୍କର କିଛି ଜରୁରୀ ରହିଛି ସେମାନେ କେବଳ ବାହାରକୁ ବାହାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଜନତା କର୍ଫ୍ୟୁକୁ ମିଳିଛି ଜନତା ସମର୍ଥନ। ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ପ୍ରଭ଼ତି ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକଙ୍କ ଚଳାଚଳ ନାହିଁ।…
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା କର୍ଫ୍ୟୁ” ବୋଲି କହିଛନ୍ତି। ଯଦିଓ କର୍ଫ୍ୟୁ ସହିତ ସାମରିକ ଶାସନ ଓ ପୋଲିସ ବଳର ସମ୍ପର୍କ ରହିଛି, ତେଣୁ ସେମିତି ଏକ ଶବ୍ଦକୁ ଗଣତାନ୍ତ୍ରିକ ଶାସନର ମୁଖିଆ ବ୍ୟବହାର ନ କଲେ ଭଲ। ତେବେ ସାରା ଦେଶରେ ଗୋଟିଏ ଦିନ ସ୍ଵେଚ୍ଛା ସଙ୍ଗରୋଧ ହୁଏତ କରୋନା ସଂକ୍ରମଣର ଯେଉଁ ଧାରା ଚାଲିଛି, ତାକୁ କିଛିଟା ଅଙ୍କୁଶ ଲଗାଇପାରେ। ତେବେ ଗୋଟିଏ ଦିନ ଏଥିଲାଗି ଯଥେଷ୍ଟ ନୁହେଁ। ଆମେ ଓଡିଶାରେ ଗତ ସପ୍ତାହେ ହେଲା ପ୍ରାୟ କଟକଣା ଭିତରେ ରହିଛୁ। ରହିବାକୁ ଆମ ପାଇଁ ଅପରିହାର୍ୟ। ଗତ ସପ୍ତାହ ସାରା ଓଡିଶା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ଓ…
ନୂଆଦିଲ୍ଲୀ, ଏଣିକି ବାହାର ଦେଶରୁ ଆଉ ଚିକିତ୍ସା ଉପକରଣ ଆମଦାନୀ କରାଯିବ ନାହିଁ। ଦେଶ ଭିତରେ ଏହି ଉପକରଣ ନିର୍ମାଣ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ନିମ୍ନଲିଖିତ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି – ୧) ୪୦୦ କୋଟି ଟଙ୍କା ବ୍ୟୟରେ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ଭିତିଭୂମି ସୁବିଧା ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ୨) ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଚିକିତ୍ସା ଉପକରଣଗୁଡିକୁ ସ୍ୱଦେଶୀଭାବେ ନିର୍ମାଣକୁ ପ୍ରୋତ୍ସାହନ ଲାଗି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଉପରୋକ୍ତ ଯୋଜନା ଲାଗି ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥ ବ୍ୟୟ କରାଯିବ। ଏହି ନିଷ୍ପତିରେ କଣ ରହିଛି 1-ଚିକିତ୍ସା ଉପକରଣ ଏକ ବିକାଶଶୀଳ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ଉପଚାର ବଜାରର ସମସ୍ତ କ୍ଷେତ୍ରରେ ଏହାର…
ନୂଆଦିଲ୍ଲୀ : ରୋମ୍ରେ ଅଟକ ରହିଥିବା 300 ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବୋଇଙ୍ଗ 777 ବିମାନ ପଠାଇଛି ଏୟାର ଇଣ୍ଡିଆ । ଇଟାଲୀର ରୋମ୍ ସହରରେ ପାଠ ପଢୁଥିବା ଏହି ଛାତ୍ର ମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ବିମାନ ଶନିବାର ଦିନ ଯାତ୍ରା ଆରମ୍ଭ କରିଛି । ରବିବାର ସକାଳ ସୁଦ୍ଧା ଏହି ଛାତ୍ରମାନେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ମାର୍ଚ୍ଚ 28 ତାରିଖରୁ ଦିଲ୍ଲୀ-ରୋମ୍ ଏବଂ ଦିଲ୍ଲୀ-ମିଲାନ୍ ବିମାନସେବାକୁ ଖାରଜ କରିଛି ଏୟାର ଇଣ୍ଡିଆ । ଉଲ୍ଲେଖଯୋଗ୍ୟ ଯେ, ଇଟାଲୀରେ କୋରୋନା ଭୟଙ୍କର ରୂପ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 4032 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

