Author: Samikhsya Bureau

ଉତ୍ତରପ୍ରଦେଶ: ଭାରତରେ କରୋନା ଭାଇରସ୍‌ର ସଂକଟ ବଢିଚାଲିଥିବାବେଳେ ଏଥିରେ 5ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ବିଦେଶୀ ନାଗରିକ ରହିଛନ୍ତି । କରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ବେଶ୍‌ ସତର୍କତା ଓ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ଅଜବ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ୟୁପିର ଆଜମଗଡର ପୂର୍ବତନ ସାଂସଦ ତଥା ସପା ର ନେତା ରମାକାନ୍ତ ଯାଦବ କହିଛନ୍ତି ଯେ, କରୋନା ଏକ ବାହାନା ଅଟେ । ଏହା ଜରିଆରେ ଏନ୍‌ଆରସି, ସିଏଏ ଓ ମହଙ୍ଗା ପରି ପ୍ରସଙ୍ଗକୁ ଏଡାଇ ଦିଆଯାଉଛି । ରମାକାନ୍ତ ଯାଦବ କହିଛନ୍ତି ଯେ, ଦୁନିଆରେ କରୋନା ହୋଇପାରେ, କିନ୍ତୁ ଭାରତରେ ଏହା ହେବ ନାହିଁ । କାରଣ ସେ କରୋନା ସଂକ୍ରମିତ ବ୍ୟକ୍ତିକୁ କୁଣ୍ଡାଇବା ପାଇଁ ପ୍ରସ୍ତୁତ…

Read More

ସମୀକ୍ଷା ବ୍ୟୁରୋ କଟକ: କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା କାଲି ଅର୍ଥାତ୍‌ 22 ମାର୍ଚ୍ଚକୁ ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିବନି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଳନ ପାଇଁ ଆସନ୍ତକାଲି କଟକରେ ବସ୍‌ ଚଳାଚଳ ବନ୍ଦ ରହିବ। ଆଜିଠାରୁ ଟୁଇଟ୍‌ ସିଟି ସମେତ ଅନେକ ଜିଲ୍ଲାର ପ୍ରମୁଖ ଅଞ୍ଚଳରେ ଅଡ୍‌ ଇଭିନ୍‌ର ଆରମ୍ଭ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଭୟଙ୍କର ଭାବରେ ବ୍ୟାପୁଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଛି । ଆଜି ମହାରାଷ୍ଟ୍ରରୁ ନୂତନ 11ଟି ମାମଲା ସାମ୍ନାକୁ ଆସିଛି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ଆସନ୍ତା କାଲିକୁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ କରେନାକୁ ନେଇ ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ପାଇଁ ଆସନ୍ତାକାଲି ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭାରତରେ କରୋନା…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନାରେ ମୃତକଙ୍କ ସଂଖ୍ୟା ଏଗାରହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ଦିନ ଇଟାଲୀରେ ଏହି ରୋଗ ଯୋଗୁଁ 627ଜଣ ମୃତ୍ୟୁବରଣ କରିଥିଲେ ।  ଇଟାଲୀରେ ସର୍ବମୋଟ ଚାରି ଜହାର ଲୋକେ ମୃତ୍ୟୁ ବରଣ କଲେଣି । ସାରା ବିଶ୍ବରେ ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ 276,123 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 91,952 ଜଣ । ସେହିପରି ଏହି ରୋଗ 185ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ 500 ଜଣ ଆକ୍ରାନ୍ତ ହୋଇଥିବାବେଳେ ତିନି ଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ 267 ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ 19,650 ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର…

Read More

ଭୋପାଳ : ମଧ୍ୟପ୍ରଦେଶର ରାଜନୈତିକ ଛକାପଞ୍ଝା ପରେ କାଲି ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ କମଲନାଥଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢିବ ନା ପୁଣି ଥରେ ନିର୍ବାଚନ ହେବ, ସେଥିନେଇ ଆଶଙ୍କା ଲଗାଯାଉଛି । ଆଜି ବିଜେପିର ବିଧାୟକ ଦଳ ବୈଠକ ହେବାର ସମ୍ଭାବନା ରହିଛି । ସେହିପରି ଆଜି କଂଗ୍ରେସର ବିଦ୍ରୋହୀ ବିଧାୟକ ଭୋପାଳରୁ ପ୍ରତ୍ୟାବର୍ତ୍ତନ କରିବେ । କଂଗ୍ରେସରୁ 22 ବିଧାୟକ ଇସ୍ତଫା ଦେବା ପରେ ବିଜେପି ଏବଂ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବଡ଼ ଦଳ ଭାବେ ଉଭା ହୋଇଛି । ବିଜେପି ପାଖରେ 106 ବିଧାୟକ ରହିଛନ୍ତି । କଂଗ୍ରେସ ପାଖରେ ବାଚସ୍ପତିଙ୍କ ସମେତ 92ଜଣ ବିଧାୟକ ରହିଛନ୍ତି । ସେହିପରି ନିର୍ଦ୍ଦଳୀୟ, ବସପା-ସପାର 7ଜଣ ବିଧାୟକଙ୍କ ସମର୍ଥନ ରହିଛି କଂଗ୍ରେସ ପାଖରେ । ସେହିପରି ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ 103ର ବହୁମତ ରହିଛି ।…

Read More

ଆମେରିକା : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ମାରତ୍ମକ କରୋନା ଏବେ ସାରା ବିଶ୍ବରେ ବେଶ୍‌ ଭୟଙ୍କର ରୂପେ ବ୍ୟାପି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍‌ ହ୍ବାଇଟ୍‌ ହାଉସ୍‌ରେ ମଧ୍ୟ ପହଞ୍ଚିଲାଣି । ମିଳିଥିବା ସୂଚନାଅନୁସାରେ ଏଠାରେ ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ ମିଳିଛି । ଆମେରିକାର ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ସହିତ ନିଯୁକ୍ତ ଜଣ ଅଧିକାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଏବେ ହ୍ବାଇଟ୍‌ ହାଉସ୍‌ରେ ହଲଚଲ୍‌ ମଚି ଯାଇଛି । ଏବେ ସେହି ଆକ୍ରାନ୍ତ ବ୍ୟକ୍ତି କାହା କାହା ସହିତ ମିଶିଥିଲେ ତାହା ନେଇ ପରୀକ୍ଷା କରାଯାଉଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ହେବ ଉପରାଷ୍ଟ୍ରପତି ମାଇକ୍‌ ପେନସ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସମ୍ପର୍କରେ ନଥିଲେ । ସୂଚନାଯୋଗ୍ୟ, ଆମେରିକାରେ ଏ ପର୍ଯ୍ୟନ୍ତ ଏହି ରୋଗରେ 230…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୟଙ୍କର ଭାବରେ ବିସ୍ତାର କରି ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଟୁଇନ୍‌ ସିଟିରେ ଲାଗୁ ହୋଇଛି ଅଡ-ଇଭିନ୍ ଫର୍ମୁଲା। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଆଜି ଟ୍ୱିନ୍‌ ସିଟିରେ ଅଡ ନମ୍ବର ଗାଡ଼ି ଗଡ଼ିବ ବୋଲି ଜଣାଯାଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଆଧାରରେ ଲାଗୁ ହେବ  ଅଡ-ଇଭିନ୍ ଫର୍ମୁଲା। ଯେପରି ଗାଡ଼ିର ଶେଷ ଅକ୍ଷର ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ। ସେହିଭଳି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ। ଏହା ବସ୍, ଟାକ୍ସି, ଅଟୋ ପାଇଁ ଲାଗୁ ହୋଇଛି । ଘରୋଇ ବା ପ୍ରାଇଭେଟ୍‌ ଗାଡି ଏଥରୁ ବାଦ୍‌…

Read More

କେଦାର ମିଶ୍ର ଆଉ ଏକ କଂଗ୍ରେସ ସରକାର ଭାଙ୍ଗିବାରେ ବିଜେପି ସଫଳ ହୋଇଛି। ପନ୍ଦର ମାସ ତଳେ ବିଜେପି ବିରୋଧରେ ଭୋଟ ଦେଇ ମଧ୍ୟ ପ୍ରଦେଶର ଜନତା କଂଗ୍ରେସକୁ ସରକାର ଗଢିବାର ସୁଯୋଗ ଦେଇଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଗଢାହେବା ପରେ, ବିଜେପିର ତଥାକଥିତ କଂଗ୍ରେସ ମୁକ୍ତ ଭାବନାରେ ଏକ ପ୍ରକାର ବ୍ରେକ ଲାଗିଥିଲା। ତେବେ କଂଗ୍ରେସକୁ ମିଳିଥିବା ସେ ସୁଯୋଗକୁ ନିଜେ କଂଗ୍ରେସ ନେତୃତ୍ଵ ନିଜ ହାତରେ ରଖି ପାରୁନାହାନ୍ତି।  ଏ କଥା ଠିକ ଯେ, ବିଜେପି କଂଗ୍ରେସକୁ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଙ୍ଗିବାର ଚେଷ୍ଟା କରୁଛି ଓ ସଫଳ ହେଉଛି ମଧ୍ୟ। ବିଧାୟକଙ୍କ ଇସ୍ତଫା ମାଧ୍ୟମରେ ସରକାର ଭାଙ୍ଗିବାର ଏ ପ୍ରକ୍ରିୟା ଉପରେ ସୁପ୍ରିମ କୋର୍ଟଙ୍କ ଉଦାସୀନତା ମଧ୍ୟ ଗଣତନ୍ତ୍ର ଲାଗି ଚିନ୍ତା ର ବିଷୟ। ତେବେ ଏ ପ୍ରକାର ଉଦ୍ୟମ ସବୁବେଳେ ସବୁ ଶାସକ ଦଳ କରି ଆସିଛନ୍ତି। କଂଗ୍ରେସ ଗୋଟେ ସମୟରେ ଅଣ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ସଭାଗୃହରେ ଆଜି କରୋନା ସମ୍ପର୍କୀତ ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ପ୍ରହସନରେ ପରିଣତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସ୍ଥାନୀୟ ବିଧାୟକଙ୍କ ପାଇଁ ଅଢେଇଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ସମାବେଶ। ଫଳରେ ଅର୍ଦ୍ଧାଧିକ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଥିଲେ। ସେହିପରିଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବୈଠକରେ ସାମିଲ ହେବାକୁ ଜିଲ୍ଲାପାଳ ବାରଣ କରିଥିବା କହି ଅନୁମତି ପ୍ରଦାନ କରିନଥିଲେ। ଫଳରେ ଉପସ୍ଥିତ ସାମ୍ବାଦିକମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ। ପ୍ରକାଶଯେ, ଦୀର୍ଘ ପାଞ୍ଚମାସ ହେବ ବିଡ଼ିଓଙ୍କ ଅନୁପସ୍ଥିତିକ୍ରମେ ଏଠାରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ବିଡ଼ିଓଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘ ୮ମାସ ହେବ ଏଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ। କେବଳ କରୋନା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳରେ ନୂତନ ପଞ୍ଚାୟତ ଗୃହ ନିର୍ମାଣକୁ ଆଜି ବନ୍ଦ ରଖାଯାଇଛି। ଏହି ବନ୍ଦ ପ୍ରତିବାଦରେ ଚିଲିକା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଚିଲିକା ବ୍ଲକର ୧୧ ଜଣ ସରପଞ୍ଚ, ୯ଜଣ ସମିତିସଭ୍ୟ, ୩ ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ପଞ୍ଚାୟତର ୱାର୍ଡ ମେମ୍ବରଙ୍କ ଦ୍ଵାରା ଏହି ପ୍ରତିବାଦ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡିଶା ସରକାରଙ୍କ ପଞ୍ଚାୟତ ବୃଦ୍ଧି ନିୟମ ଅନୁଯାୟୀ, ଚିଲିକା ବ୍ଲକରେ ଥିବା ବଡକୁଳ ପଞ୍ଚାୟତକୁ ଦୁଇଟି ପଞ୍ଚାୟତରେ ପରିଣତ କରାଯାଇଥିଲା। ଡୁଙ୍ଗମାଳକୁ ନୂତନ ପଞ୍ଚାୟତ ଭାବରେ ଅନୁମୋଦନ କରାଗଲା। ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନଙ୍କ ଦ୍ଵାରା ୦୯.୦୩. ୨୦୧୯ରେ ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ଗୃହ ନିର୍ମାଣ କାର୍ଯ୍ୟ କାମ ଚାଲିଥିବା ବେଳେ ଶୁକ୍ରବାର ଅଚାନକ କନିଷ୍ଠ ଯନ୍ତ୍ରୀ ପହଞ୍ଚି କାର୍ଯ୍ୟବନ୍ଦର ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟବନ୍ଦର କାରଣ ସମ୍ପର୍କରେ ଜେଇଙ୍କୁ…

Read More

ଲକ୍ଷ୍ନୌ : ବଲିଉଡ ସିଙ୍ଗର କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯୋଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କନିକା ଲଣ୍ଡନ ଯାଇଥିଲେ ମଧ୍ୟ ନିଜର ଯାତ୍ରା ସମ୍ପର୍କରେ ଲୁଚାଇଥିଲେ । ଏପରିକି ଶତାଧିକ ବ୍ୟକ୍ତିଙ୍କ ସହିତ ପାର୍ଟିରେ ଯୋଗ ଦେବା ସହିତ ତାଜ ହୋଟେଲର 602 ନମ୍ବର ରୁମ୍‌ରେ ଅବସ୍ଥାନ କରିଥିଲେ । କନିକାଙ୍କ ସହିତ ଏହି ପାର୍ଟିରେ ଏକାଧିକ ବଲକିଉଡ୍‌ ସେଲିବ୍ରିଟି ଏବଂ ରାଜନେତା ଯୋଗ ଦେଇଥିଲେ । ଯୋଗୀଙ୍କ ଅନୁମତି ପରେ କନିକାଙ୍କ ବିରୋଧରେ ଆଇପିସିର ଧାରା 188, 269 ଏବଂ 270 ଅନୁଯାୟୀ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ନାକ୍ଟିଦେଉଳ ରେଞ୍ଜରେ ପୁଣି ଏକ ହାତୀଛୁଆର ମୃତୁ ଘଟିଛି । ଉଲ୍ଲେଖଯୋଗ୍ୟ ଯେ, ନାକ୍ଟିଦେଉଳ ଅନ୍ତର୍ଗତ ବିନ୍ଧପୁର ଗ୍ରାମରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ହାତୀ ପଲ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଏହି ଦୁଇ ମାସର ହାତି ଛୁଆଟି ପ୍ରାଣ ହରାଇଥିଲା । ଦଳାଚକଟାରେ ହାତୀ ଛୁଆଟିର ଅନ୍ତବୁଜୁଳା ବାହାରି ଯାଇଥିବା ବେଳେ ହାତୀ ଛୁଆଟି ନାଳପାଖରେ ମୃତ୍ୟବରଣ କରିଥିଲା । ହାତୀଛୁଆଟି ପ୍ରାଣ ହରାଇଥିଲେ ମଧ୍ୟ ଏନେଇ ରେଞ୍ଜରଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡିଛି । ବିଗତ କିଛି ମାସରେ ହାତୀ ମୃତ୍ୟୁ ସଂଖ୍ୟା ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂତନ ଘୋଷଣା କରାଯାଇଛି । କୋଭିଡ୍‌-19 ଅଧିନିୟମ 2020ର ଧାରା 3 ଏବଂ 11 ଅନୁଯାୟୀ ଏହି କଟକଣା ଜାରି କରାଯାଇଛି । କୋଭିଡ୍‌-19 କାରଣରୁ ସମସ୍ତ ବାର୍‌, ରେଷ୍ଟୁରାଣ୍ଟ, କଫିସପ୍‌, କ୍ୟାଣ୍ଟିନ୍‌ ପରି ସ୍ଥାନକୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ପୂର୍ବରୁ 7 ଜଣ ଲୋକ ଏକତ୍ର ଛିଡାହେବା ଉପରେ କଟକଣା ଜାରି କରାଯାଇଛି । ବଜାର ଘାଟ, ସପିଂ କମ୍ପ୍ଲେକ୍ସ, ଗାଁ ହାଟ ପ୍ରଭୃତିକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକ କାର୍ଯ୍ୟକରିବ ବୋଲି ଜଣାପଡିଛି । ବନ୍ଦ ହେବାକୁ ଥିବା ଦୋକାନର ତାଲିକା : 1. ଅଳଙ୍କାର ସୋରୁମ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । 22 ତାରିଖ ଭୋର ଚାରିଟାରୁ 22 ତାରିଖ ରାତି 10 ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ7ଟାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି । ଘରୋଇ ଗାଡି ବ୍ୟତିତ ସରକାରୀ ଗାଡି, ଡାକ୍ତର ଏବଂ ଡାକ୍ତରଖାନା ଗାଡିକୁ ଏହି ନିୟମ ପରିସରରୁ ବାହାରେ ରଖାଯାଇଛି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

Read More

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତବାସୀ କରୋନାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଧୀରେ ଧୀରେ ଭାରତରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟିହୋଇଛି । ଏସବୁକୁ ଦୃଷ୍ଟିରେ ରଖି କରୋନା ଭାଇରସକୁ ମୁକାବିଲା ପାଇଁ ଦୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ନ୍ୟୁ ଏଜି କଲୋନୀ ୱାର୍ଡ଼ ନଂ-୨୮ରେ ଥିବା ଭେଣ୍ଡିଂଜୋନ ଏବଂ କଳିଙ୍ଗ ମାର୍କେଟରେ ଥିବା ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ହାତ ପରିଷ୍କାର ଥିଲେ ମଧ୍ୟ ବାରମ୍ବାର ସାବୁନ୍‌ରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ, ମାସ୍କ ଦ୍ୱାରା ଘୋଡ଼ାଇ…

Read More

ରାଞ୍ଚି : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ଦିନ 11ଟାରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀ ସିଜେଆଇ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ମନୋନୟନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ରାଜ୍ୟର ପରିସୀମା ମଧ୍ୟରେ ଆସୁନଥିବା କାରଣରୁ ଅଲଗା ପ୍ରଶ୍ନ କରିବା ପାଇଁ ଉଲ୍ଲେଖ କରିଥିଲେ ବାଚସ୍ପତି ରବୀନ୍ଦ୍ର ନାଥ ମାହେତୋ । ଏହାପରେ ସିପି ସିଂ ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଥିଲେ । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ । (ଏଜେନ୍ସି)

Read More

କର୍ଣ୍ଣାଲ : କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଭାଇରସ୍‌ର ମୁକାବିଲା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ୍‌ କମିଶନରଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏକ ସ୍ଥାନରେ ପାଞ୍ଚ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଛିଡା ହେବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହରିୟାଣାରେ ବର୍ତ୍ତମାନ ସୁଦ୍ଧା 17ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ 3 ଜଣ ସ୍ଥାନୀୟ ଏବଂ 14 ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ଜନତା କର୍ଫ୍ୟୁ ସମର୍ଥନରେ 22 ତାରିଖ ଦିନ ଗାଡଇ ଚଳାଚଳ ବନ୍ଦ କରିବା ପାଇଁ ହରିୟାଣା ରୋଡ ଓ୍ବେଜ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କୋରୋନା ସଙ୍କ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କିଛି ପଦକ୍ଷେପକୁ ପ୍ରଶଂସା କରିବା ସହିତ କିଛି ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ । ଏହା ସହିତ ଅର୍ଥନୈତିକ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ବିଦେଶରେ ମହଜୁଦ ଭାରତୀୟଙ୍କୁ ଏୟାରଲିଫ୍ଟ ଜରିଆରେ ଦେଶକୁ ଆଣିବା ଏବଂ ଏସ୍‌ଡିଆର୍‌ଏଫ୍‌ ଉପଲବ୍ଧ କରାଇବା ପାଇଁ ନବୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେହିପରି ପରୀକ୍ଷା ଗାର ଏବଂ ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ତ୍ବରିତ ଗତିରେ ବଢାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । ଏହା ସହିତ ଘରୋଇ ଏବଂ ସରକାରୀ ଉଭୟ କେନ୍ଦ୍ରରେ ପରୀକ୍ଷଣ ମାଗଣା ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ…

Read More

ଭୋପାଳ: ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଇସ୍ତଫା ଦେବାପରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ଅଙ୍କ କଷା ଆରମ୍ଭ ହୋଇଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁନେଇ ଚର୍ଚ୍ଚା ଜୋର ଧରିଛି। ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବେ ନା ଆଉ କାହାକୁ ଏହି ଦାୟିତ୍ଵ ଦିଆଯିବ? ତେବେ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ହାଇକମାଣ୍ଡ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଭୋପାଳ ଯିବା ପୂର୍ବରୁ ତୋମାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ଆରମ୍ଭ ହୋଇନାହିଁ କିନ୍ତୁ ଏହି ବିଷୟରେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଯେ, କମଲ ନାଥଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲଜୀ ଟଣ୍ଡନ  ଗ୍ରହଣ କରିଛନ୍ତି, କିନ୍ତୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନାକୁ ନେଇ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇ କହିଛନ୍ତି ଯେ,  ଭାରତରେ ଗତକାଲି 174ଟି ପଜିଟିଭି ଥିବବେଳେ ଆଜି ଏହା 206କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 5କୁ ବୃଦ୍ଧି ଘଟିଛି । କରେନାରେ ଦ୍ବିତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇଛନ୍ତି 19 ବର୍ଷର ଦ୍ବିତୀୟ ଆକ୍ରାନ୍ତ 18ରେ ବ୍ରିଟେନରୁ ଫେରିଥିଲେ । 19 ତାରିଖରୁ ତାଙ୍କ ହସ୍ପିଟାଲ୍‌ରେ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ଦ୍ବିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ 46 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 43ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ତିନିଜଣଙ୍କୁ ଖୋଜିବା ପାଇଁ ମୋଟ 8ଟି ଟିମ୍ ଲାଗିଛନ୍ତି । ପ୍ରଥମ ଆକ୍ରାନ୍ତ ଜଣକ ଭଲ ରହିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ଓଡ଼ିଶାରେ 66ଟି ସାମ୍ପଲ୍‌ରୁ 2ଟି ପଜିଟିଭ୍‌…

Read More