Author: Samikhsya Bureau

କୋଲକାତା: ରାଜ୍ୟସଭା ନିର୍ବାଚନ ପାଇଁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମକୁ ଘୋଷଣା କରିଛନ୍ତି ମମତା । ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି ଯେ, ଦଳ ସବୁବେଳେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଘୋଷଣା କରାଯାଇଥିବା 4 ଟିଏମ୍‌ସି ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର 5ଟି ରାଜ୍ୟସଭା ଆସନ ଖାଲି ପଡିଛି । 4ଟିରେ ଟିଏମ୍‌ସି ପ୍ରାର୍ଥୀ ଦେଇଥିବାବେଳେ 5ମ ଆସନରେ ସିପିଆଇଏମ୍‌, କଂଗ୍ରେସ ତଥା ଟିଏମ୍‌ସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,17ଟି ରାଜ୍ୟର 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ 13 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। (ଏଜେନ୍ସି)

Read More

ମେଲବୋର୍ଣ୍ଣ : ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ପୁନର୍ବାର ବିଶ୍ବବିଜେତା ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ଏକତରଫା ଭାବରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ୍‌ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 184 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 99 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ପରାଜୟ ବରଣ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 30 ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ଚମତ୍କାର ବୋଲିଂ ଏବଂ ଫିଲ୍‌ଡିଂ କରିଥିଲା, ଫଳସ୍ବରୂପ ଭାରତର 7 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍‌ ସ୍ଚୁଟ୍‌ 18 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜେସ୍‌ ଜନ୍‌ସନ୍‌ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅନ୍ୟ ତିନି ବୋଲର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲଠାରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଭାଇରସ୍ ବିଶ୍ୱବ୍ୟାପୀ ସଂକ୍ରମିତ ହୋଇ ଆତଙ୍କ ସୃଷ୍ଟି କରୁଥିବା ଯୋଗୁଁ ଏହାର ସତର୍କତା ଜରୁରୀ ବୋଲି ଗୀତାଞ୍ଜଳି ପଣ୍ଡା ପିଲାମାନଙ୍କୁ ବୁଝାଇ କହିଥିଲେ। ଅମିତା ରାଣୀ ସାହୁ ଏହି ଭାଇରସ୍‌ର ଲକ୍ଷଣ ଓ ସଚେତନତା ବିଷୟରେ ବୁଝାଇଥିଲେ। ଏହି ରୋଗ ମାରାତ୍ମକ ହେଲେ ମଧ୍ୟ ଆମେ ନିଜକୁ ନିଜେ ରକ୍ଷା କରପାରିଲେ ଏହାକୁ ଦୂର କରିପାରିବା ବୋଲି ଶିକ୍ଷକ ବି. ଏରେୟା ରେଡ଼ି ପିଲାଙ୍କୁ ବୁଝାଇଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତଛାତ୍ରୀଙ୍କୁ କିପରି ହାତଧୋଇବା, ମାସ୍‌କ ପିନ୍ଧିବା, ଗ୍ଲୋବସ ପିନ୍ଧିବା ଏହି ସବୁ ତାଲିମ ଦିଆଯାଇଥିଲା। ଅନୁରାଧା ରଥ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଣତି ପାଣିଗ୍ରାହୀ, ମୁନି ବିଷୋୟୀ, ନିର୍ମଳା ଦାଶ, ଦିପ୍ତୀମୟୀ ପଟ୍ଟନାୟକ, ଶାନ୍ତିଲତା ସାହୁ, ମିନତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହିଳା ଦିବସ ଅବସରରେ ମହିଳାଙ୍କ ଲାଗି ଏକ ବିଶେଷ ଘୋଷଣା କରିଛନ୍ତି ଏନ୍‌ଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ। ଡିଜି ସୂଚନା ଦେଇ କହିଛନ୍ତି ଯେ, ଏଣିକି ଏନଡିଆରଏଫ୍‌ରେ ମହିଳା ଯବାନ ମାନେ ସାମିଲ୍‌ ହେବେ। ମୁଣ୍ଡଳିସ୍ଥିତ ତୃତୀୟ ବାଟାଲିୟନର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଏନଡିଆରଏଫ୍‌ ଡିଜି ଏହା ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏନ୍‌ଡିଆରଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ପ୍ରତି ଏନ୍‌ଡିଆରଏଫ୍‌ ବାଟାଲିୟନରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍‌ ରହିବେ।  ପ୍ରତି ୟୁନିଟ୍‌ରେ ପ୍ରାୟ 132 ମହିଳା ଯବାନ ଓ ଅଧିକାରୀ ରହିବେ ବୋଲି ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସର ଆତଙ୍କ ବଢି ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ରବିବାର ଅରୁଣାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଅରୁଣାଚଳ ପ୍ରଦେଶରେ ପ୍ରବେଶ ପୂର୍ବରୁ ପିଏପି ହାସଲ କରିବାକୁ ପଡିଥାଏ । ରାଜ୍ୟର ମୁଖ୍ୟ ସଚିବ ନରେଶ କୁମାର ପିଏପି ଜାରି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଆ । ପଡୋଶୀ ରାଜ୍ୟ ସିକ୍କିମ୍‌ ମଧ୍ୟ ଶନିବାର ସମାନ ଘୋଷଣା କରିଥିଲା । ଉଭୟ ରାଜ୍ୟ ସହିତ ଚୀନ୍‌ର ସୀମା ସଂଲଗ୍ନ ରହିଛି । ଭାରତର ପଡୋଶୀ ଦେଶ ଭୁଟାନ୍‌ ମଧ୍ୟ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଦୁଇ ସପ୍ତାହ ପାଇଁ ରୋକ୍‌ ଲଗାଇଛି ।

Read More

ମେଲବୋର୍ଣ୍ଣ : ମହିଳା ଟି 20 ବିଶ୍ବକପ ଫାଇନାଲ୍‌ରେ ଭାରତ ସମ୍ମୁଖରେ 184ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍‌ନର ଆଲିସା ହିଲି ଏବଂ ବେଥ୍‌ ମୁନି ଅର୍ଦ୍ଧଶତକ ହାସଲ କରିବାରୁ ଦଳ 4 ଓ୍ବିକେଟ ହରାଇ 183 ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ଫିଲ୍‌ଡରଙ୍କ ଦୁର୍ବଳ କ୍ଷେତ୍ରରକ୍ଷଣ କାରଣରୁ ହିଲି ଦୁଇଟି ଜୀବନଦାନ ପାଇବା ସହିତ 39ଟି ବଲ୍‌ରୁ 7ଟି ଚୌକା ଏବଂ 5ଟି ଛକ୍କା ସହାୟତାରେ 75 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର ବେଥ୍‌ ମୁନି 54 ଟି ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ସହିତ 78 ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା 38 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ…

Read More

ସମୀକ୍ଷା ବ୍ୟୁରୋ ନାରୀ ହିଁ ସୃଷ୍ଟି। ନାରୀ କାଳେ କାଳେ କରି ଆସିଛି ନିଜ ଶ୍ରେଷ୍ଠତ୍ଵ ର ପ୍ରତିପାଦନ। ପୌରଣିକ ଯୁଗ ର ମାତା ସୀତା ହୁଅନ୍ତୁ କି ଏବେ ର ବିଜ୍ଞାନ ଯୁଗ ର ନାରୀ ପ୍ରତି ଟି କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରିପାରିଛନ୍ତି। ଘର ର ଚାରି କାନ୍ଥ ରୁ ବାହାରି ସମାଜ ର ପ୍ରତି ଟି କ୍ଷେତ୍ର ରେ ନିଜକୁ ସାବ୍ୟସ୍ତ କରି ପରିଛନ୍ତି। ସେ ନିଜ ସନ୍ତାନ ପାଇଁ ସର୍ବଂସହା ମାଆ ହୋଇ ପାରେ ତ କର୍ମ କ୍ଷେତ୍ର ରେ ସାଜିପାରେ ତ୍ରାଣ କର୍ତ୍ତୀ। ସେ ସାଜି ପାରେ ମହାକାଶ ଅଭିଯାନ ର ମୁଖ୍ୟ ,ଜଣେ ରାଷ୍ଟ୍ର ମୁଖ୍ୟ ସମଗ୍ର ଦେଶ ର ଅର୍ଥନୀତି କୁ ନିର୍ଦ୍ଧାରଣ କରୁଥିବା ଅର୍ଥ ମନ୍ତ୍ରୀ,ସେ ହୋଇ ପାରେ ପ୍ରଧାନ ମନ୍ତ୍ରୀ ,ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ସେନା ର କମାଣ୍ଡର, ସୁରର ମୁକୁଟ ବିହୀନ ମହାରାଣୀ ତ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ଚଳାଇଥିବାବେଳେ ଭାରତ ଏବଂ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ତେବେ ସଚେତନତା ଜରିଆରେ ଏହି ଭୂତାଣୁ ଠାରୁ ରକ୍ଷା ପାଇହେବ ବୋଲି ଆଜି ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରାଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡ଼ୀ, ଆଶା କର୍ମୀମାନେ କୁଜଙ୍ଗ ବଜାର ପରିକ୍ରମା କରିବା ସହିତ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ରୋଗର ପ୍ରତିକାର ଏବଂ ପ୍ରତିଷେଧକ ସମ୍ପର୍କରେ ଶୋଭାଯାତ୍ରାରେ ସଚେତନତା ସୃଷ୍ଟି କରାଯାଇଥିଲା । ମହିଳାମାନେ ବିଭିନ୍ନ ପ୍ଲାକାର୍ଡ଼ ଏବଂ ପ୍ରଚାରପତ୍ର ଜରିଆରେ ବଜାରର ଲୋକମାନଙ୍କୁ ସଚେତନ କରିଥିଲେ । ପରେ କୁଜଙ୍ଗ ବଜାରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିଷ୍କାର ଓ ପରିଛନ୍ନ କରି ସ୍ୱାସ୍ଥ୍ୟ ଅନୁକୂଳ କରାଯାଇଥିଲା । କାର୍ଯ୍ୟକ୍ରମରେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ଭାରତୀୟ ତୈଳନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରି କ୍ଷତିଗ୍ରସ୍ତ ଚାଷୀମାନେ ବାଲିତୁଠ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହା ସହିତ ପାଇପ ଲାଇନ ଯିବାକୁ ଥିବା ଜମିରେ ଆଜିଠାରୁ ପ୍ରତୀକାତ୍ମକଭାବେ ଧାରଣା ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀକରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାଲିତୁଠ, ବଡ଼ବୁଦା, ବିଜିପୁର, ଆଲିଗଡ଼ ଏବଂ ଗଡ଼କୁଜଙ୍ଗ ଗ୍ରାମର ଚାଷଜମି ଉପରେ ଏଡି ପାଇପ ଲାଇନ ବିଛାଯାଉଛି । ଯାହାଦ୍ୱାରା କି ୧୦୬ ଚାଷୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ଦାବୀକରି ଦୀର୍ଘ ୮ ମାସ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏଥିପାଇଁ ଚାଷୀ ଓ ପ୍ରଶାସନ ଆଲୋଚନା ଏକାଧିକ ବାର ବିଫଳ ହୋଇଛି ।…

Read More

ରମେଶ ମହାନ୍ତି ଜଗତସିଂହପୁର : ରାଜ୍ୟସଭାକୁ ମନୋନୀତ ହୋଇଥିବା ସୁଜିତ୍ କୁମାରଙ୍କୁ ଜଗତସିଂହପୁର ବିଜେଡ଼ି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦିବାସୀ ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏସ.ଡି.ସି.କପରେ ପ୍ରମୁଖ ଭୂମିକା ଗ୍ରହଣ କରି ସାରା ଦେଶରେ ଓଡିଶା କୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ସୁଜିତ । ଏହା ସହ ସୁଜିତ କୁମାର ଜଣେ ଉଚ୍ଚଶିକ୍ଷିତ ଏବଂ ଏକ ଟାଣୁଆ ସଙ୍ଗଠକ ହିସାବରେ ନିକଟରେ ନିଜ କର୍ମକୁ ପ୍ରତିପାଦନ କରିଛନ୍ତି । ଏଭଳି ବ୍ୟକ୍ତିତ୍ବଙ୍କୁ ରାଜ୍ୟସଭା ସଦସ୍ୟପାଇଁ ମନୋନୀତ କରି ନାମ ଘୋଷଣା କରିଥିବାରୁ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ସମେତ ବିଜୁ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀ, ସ୍ମୃତି ରଞ୍ଜନ ନାୟକ, କଟକ ଜୋନ୍ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୃତି ମହାପାତ୍ର,ଜିଲ୍ଲା ଛାତ୍ରନେତା ବିଜୟ ଶଙ୍କର ଦାସ, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ବସନ୍ତ ମହାପାତ୍ର…

Read More

ଚଣ୍ଡୀଗଡ : ବଲିଉଡର ହି ମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି । ହରିୟାଣାର କର୍ଣ୍ଣାଲରେ ରହିଥିବା ଧର୍ମେନ୍ଦ୍ରଙ୍କ ଏହି ହୋଟେଲ୍‌କୁ ଶନିବାର ସିଲ୍‌ କରି ଦିଆଯାଇଛି । ହୋଟେଲ କୋଠା ନିର୍ମାଣରେ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ଏହାକୁ ସିଲ୍‌ କରିଦିଆଯାଇଛି । ହରିୟାଣାରୁ 150 କିମି ଦୂର ଜାତୀୟ ରାଜପଥ 44 ନିକଟରେ ଏହି ରେଷ୍ଟୁରାଣ୍ଟଟି ଅବସ୍ଥିତ । ଦିଲ୍ଲୀର ବ୍ୟବସାୟୀ ପ୍ରମୋଦ କୁମାର ଧର୍ମେନ୍ଦ୍ରଙ୍କ ହି ମ୍ୟାନ୍‌ ରେଷ୍ଟୁରାଣ୍ଟର ଫ୍ରାଞ୍ଚାଇଜି ନେଇଥିଲେ । ଚଳିତ ଭାଲେଣ୍ଟାଇନ୍ସ ଡେରେ ଧର୍ମେନ୍ଦ୍ର ହି ମ୍ୟାନ୍‌ ହୋଟେଲ୍‌ ଚେନ୍‌ ସମ୍ପର୍କରେ ଘୋଷଣା କରିଥିଲେ । ହୋଟେଲ୍‌କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ମାଲିକଙ୍କ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି ବୋଲି କର୍ଣ୍ଣାଲ ଡେପୁଟି କମିଶନର ନିଶାନ୍ତ ଯାଦବ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଭୟ ଦଳ ନିଜର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଭାରତୀୟ ଦଳ ନିଜର ପ୍ରଥମ ଫାଇନାଲ୍‌ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ନିଜର ଷଷ୍ଠ ଫାଇନାଲ୍‌ ଖେଳିବ । (ଏଜେନ୍ସି)

Read More

ଥିରୁଅନନ୍ତପୁରମ୍‌ : କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି 5 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି । ପ୍ରଥମେ ସମ୍ପର୍କୀୟ ମାନେ ଜ୍ବରରେ ପୀଡିତ ହେବା ପରେ ଯୁବକଙ୍କ ଠାରେ କୋରୋନା ଭାଇରସ୍‌ର ଲକ୍ଷଣ ଦେଖାଦେଇଥିଲା । ସମସ୍ତ 5 ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ସୁଦ୍ଧା କେରଳରେ 637 ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)

Read More

ନୋଇଡା : ଟିକ୍‌ଟକ୍‌ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍‌ଟକ୍‌ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । 32 ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ ସୋସାଇଟିରେ ଗୁଳି ଫୁଟାଇଥିବା ବେଳେ ଗୁଳିଟି ଜଣେ ପୋଲିସ୍‌ ଅଫିସରଙ୍କ ଘରକୁ ପ୍ରବେଶ କରିଥିଲା । ନୋଇଡାର ସେକ୍ଟର 134ରେ ରହିଥିବା ଜେପି କସ୍‌ମସ୍‌ରେ ଏଡି ଗୁଳିକାଣ୍ଡ ଘଟିଥିଲା । ସୋସାଇଟିର 15 ମହଲାରେ ରହୁଥିବା ପୁନିତ ଭିଡିଓ ବନାଇବା ସମୟରେ ଗୁଳି ଚଳାଇଥିଲେ । ଗୁଳିଟି 17 ତମ ମହଲାରେ ରହିଥିବା ଏସିପି ମୟଙ୍କ ବଂଶଲଙ୍କ ଘର ମଧ୍ୟକୁ ଗୁଳି ଯାଇଥିଲା । ମାମଲାକୁ ନେଇ ଅଭିଯୋଗ କରାଯିବା ପରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତଦନ୍ତ କରାଯାଇଛି । (ଏଜେନ୍ସି)

Read More

ବେଜିଂ : ଚୀନ୍‌ରେ ଏକ ହୋଟେଲ୍‌ ଭୁଶୁଡି ପଡିବା କାରଣରୁ 70 ଜଣ ଲୋକ ଫସି ରହିଥିବା ବେଳେ ତା ମଧ୍ୟରୁ 49 ଜଣଙ୍କୁ ଉଦ୍ଧାର କରାଯାଇଛି । ପୂର୍ବ ଚୀନ୍‌ର ଫୁଜିଆନ୍‌ ପ୍ରଦେଶରେ ରହିଥିବା ଏହି ହୋଟେଲ୍‌ରେ 80ଟି ରୁମ୍‌ ରହିଥିବା ବେଳେ ଭୁଷୁଡିବା ସମୟରେ 70 ଜଣ ରହିଥିଲେ । ଫୁଜିଆନ୍‌ର ଅଗ୍ନିଶମ ବିଭାଗ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆହୁରି 21 ଜଣ ବ୍ୟକ୍ତି ହୋଟେଲ ତଳେ ଫସିରହିଥିବା ଜଣାପଡିଛି । 2018ରେ ଏହି ହୋଟେଲଟି ପ୍ରତିଷ୍ଠା ହୋଇଥିବା ବେଳ ହୋଟେଲ ଭୁଷୁଡିବାର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଶନିବାର ସନ୍ଧ୍ୟା 7.15 ମିନିଟ୍‌ରେ ଏହି ହୋଟେଲ୍‌ଟି ଭୁଶୁଡି ପଡିଥିଲା । (ଏଜେନ୍ସି)

Read More

ପୁରୀ, ମହିଳା ଦିବସ ଉପଲକ୍ଷେ ମହିଳାମାନେ କିପରି ସକ୍ଷମ ସେ ନେଇ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ସହିତ ପ୍ରସାର ଆରମ୍ଭ ହୋଇଛି। କ୍ରୀଡା, ଦୁଃସାହାସିକ କ୍ରୀଡା, ଉଚ୍ଚ ଗବେଷଣା, ବୈଜ୍ଞାନିକ, ସାହିତ୍ୟିକ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ପ୍ରତିପାଦନ କରାଯାଇଛି। ସେହିପରି ପୁରୀରେ 11 ଜଣ ଛାତ୍ରୀ ସେମାନଙ୍କ କଳା ନୈପୁଣତା ଆଜିର ଦିନରେ ବେଶ୍ ଗୁରୁତ୍ବ ବହନ କରୁଛି। ପୁରୀରେ ଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସଂସ୍ଥାର 11 ଜଣ ଛାତ୍ରୀ ଆଜି ବିଶ୍ବବାସୀଙ୍କୁ ଆକୃଷ୍ଠ କରିପାରିଛନ୍ତି। ଏହି ଛାତ୍ରୀମାନେ ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ନିର୍ମାଣ କରିଛନ୍ତି ଆକର୍ଷଣୀୟ ବାଲୁକା କଳା। ଦୁଇଦିନ ଧରି ଏହି ଛାତ୍ରୀମାନେ ସୁଦର୍ଶନଙ୍କ ପରାମର୍ଶରେ ପରିଶ୍ରମ କରି ନିର୍ମାଣ କରିଛନ୍ତି ଏହି କଳାକୃତି। ଏଥିରେ ସେମାନେ ମହିଳାମାନେ କିପରି ଶକ୍ତିଶାଳୀ ତାହାକୁ କଳାମାଧ୍ୟମରେ ପ୍ରତିପାଦନ କରାଇଛନ୍ତି। ଏହି କଳାକୁ ସୁଦର୍ଶନ ନିଜର ସୋସିଆଲ ମିଡିଆ ମାଧ୍ୟମରେ…

Read More

ମେଲବୋର୍ଣ୍ଣ : ଅନ୍ତର୍ଜାତୀୟ ମହିଳା ଦିବସରେ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ଯାଉଛି । ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିବା ହରମନ୍‌ପ୍ରୀତ୍‌ କୌର୍‌ଙ୍କ ଭାରତୀୟ ଦଳ 4 ଥର ଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ । ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ଫେବ୍‌ରିଟ୍‌ । ମାତ୍ର ଘରୋଇ ପରିବେଶ ଏବଂ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆକୁ ହେୟ ମନେ କରିବା ଅନୁଚିତ୍‌ । ଉଭୟ ଦଳ ପରସ୍ପରକୁ 19 ଥର ଭେଟିଥିବା ବେଳେ ଭାରତ 6ଟି ଏବଂ ଅଷ୍ଟ୍ରେଲିଆ 13ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ବ୍ୟାଟିଂରେ ଶେଫାଳି ବର୍ମା ଏବଂ ବୋଲିଂରେ ପୁନମ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ୍‌ କୌର୍‌ ଏବଂ ସ୍ମୃତି ମାନ୍ଧନାଙ୍କ ବ୍ୟାଟ୍‌ ଶାନ୍ତ ରହିଛି । ଉଭୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି…

Read More

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଇଡି ରାଣାଙ୍କୁ ଗିରଫ କରିଛି । ଇଡି ପକ୍ଷରୁ ରାଣାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ୟେସ୍‌ ବ୍ୟାଙ୍କର ଏକ ସେଲ୍‌ କମ୍ପାନୀ ନିକଟରୁ 600 କୋଟିର ଅର୍ଥ ନେଇଥିବା ଅଭିଯୋଗରେ ଏହି ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଆଜି ଦିନ 11ଟା ସମୟରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ । (ଏଜେନ୍ସି)

Read More

କେଦାର ମିଶ୍ର ଓଡିଶାର ରାଜନୀତି କେବଳ ନୁହେଁ, ପୂରା ଭାରତର ରାଜନୀତି ସବୁବେଳେ ପୁରୁଷ  ପ୍ରଧାନ ହୋଇ ରହି ଆସିଛି। ସ୍ଵାଧୀନତା ପରେ ଆମେ ଯେଉଁ ସମ୍ବିଧାନ ଗ୍ରହଣ କଲୁ, ତାର ମୌଳିକ ଲକ୍ଷ୍ୟ ଥିଲା ସାମାଜିକ ଓ ଲିଙ୍ଗଗତ ସମତା। ସାମାଜିକ ନ୍ୟାୟ ଓ ସମତା ଲାଗି ସମାଜର ବଞ୍ଚିତ ବର୍ଗଙ୍କୁ ଉଭୟ ରାଜନୈତିକ ଓ ଅର୍ଥନୈତିକ ସଂରକ୍ଷଣ ମିଳିଲା। ହେଲେ ହଜାର ହଜାର ବର୍ଷ ଧରି ବୈଷମ୍ୟର ଶିକାର ହୋଇଥିବା ଭାରତୀୟ ମହିଳାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମତା ପ୍ରସଙ୍ଗରେ ଆଜି ମଧ୍ୟ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ଭାରତୀୟ ରାଷ୍ଟ୍ର ଏବଂ ସମାଜ ବିଫଳ ହୋଇଛନ୍ତି। ପୂରା ଭାରତର ଚିତ୍ର ଅପେକ୍ଷା ଓଡିଶାର ରାଜନୀତିରେ ମହିଳାଙ୍କର ଅଂଶିଦାରିତା ଓ ସହଭାଗୀତାକୁ ନେଇ ଆଲୋଚନା କଲାବେଳେ, ଆମକୁ ଏମିତି କିଛି ତଥ୍ୟ ମିଳିବ, ଯାହା ଅନେକାଂଶରେ ଆମର ସାମ୍ବିଧାନିକ ସମତାର ବିଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇବାକୁ ବାଧ୍ୟ…

Read More

ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ। ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି ଓ ପୁରୁଷ ମାନଙ୍କ ଦ୍ୱାରା କାର‌୍ୟ୍ୟ କରାଯାଉଥିବା ସମସ୍ତ କ୍ଷେତ୍ରରେ ମଧ୍ୟ ସମ ଭାଗିଦାରୀ ଅଟନ୍ତି ଓ “ସମାନତା ପାଇଁ ପ୍ରତ୍ୟକ” ବିଷୟବସ୍ତୁ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ମାସ ପହିଲା ଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଅଛି ଓ ମହିଳା ସଶକ୍ତିକରଣକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଗତକାଲି ଖୋର୍ଦ୍ଧା ରୋଡ଼ ଠାରୁ ପଲାସା…

Read More