Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସେବା ଯୋଗାଇ ଦେବା ପାଇଁ ନବୀନ ସରକାର ବିଭିନ୍ନ ପ୍ରକାରର  ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମୋ’ ସରକାର ଯୋଜନା ଚାଲୁକରିଥିବାବେଳେ ଚଳିତ ପାଳିରେ ଫାଇଭ୍‌ ଟିକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଖୋଦ୍‌ ଫାଇଭ ଟି ସଚିବ ଅଚାନକ ସମସ୍ତ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି। ତେବେ ସରକାର ସ୍ବାସ୍ଥ୍ୟକୁ ନେଇ ଆକ୍ସନ ମୁଡ୍‌ରେ ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅଥବା ସରକାରୀ ଡାକ୍ତରଖାନା ଏହାକୁ ନେଇ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ତାହା ଏବେ ପ୍ରଶ୍ନର ବିଷୟ ପାଲଟୁଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରର ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ଦ୍ବିପ୍ରହରରେ ତାଲା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। https://www.youtube.com/watch?v=3RtJ3QqZR30 ମିଳିଥିବା ସୂଚନା ଅନୁସାରେ, ଆଜି  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗମ୍ଭାରୀମୁଣ୍ଡା ଅଞ୍ଚଳର ଡାକ୍ତରଖାନା,…

Read More

ହାଇଦ୍ରାବାଦ : ଋଣଭାର ଚାପରେ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ହାଇଦ୍ରାବାଦର ଜନୈକ ଯୁବକ । ଦୁଇ ଜଣ ପିଲା ଏବଂ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଏହି ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଶନିବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ନିହତ ଇଞ୍ଜିନିୟର ଜଣକ ହେଉଛନ୍ତି କେ ପ୍ରଦୀପ୍‌ କୁମାର, ପତ୍ନୀ ଶ୍ବେତା ଏବଂ ଦୁଇ ସନ୍ତାନ ଜୟ କ୍ରିଷ୍ଣା ଏବକଂ କଲ୍ୟାଣ କ୍ରିଷ୍ଣାଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ପ୍ରଦୀପ 22 ଲକ୍ଷ ଟଙ୍କାର ଋଣ କରିଥିଲେ । ଋଣ ଶୁଝିନପାରିବାରୁ ଏପକରି ପଦକ୍ଷେପ ନେଇଥିବା ନେଇ ପ୍ରଦୀପ ନିଜ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । (ଏଜେନ୍ସି)

Read More

ଇଥୋଓପିଆ :ଦୁନିଆରେ କରୋନା ଭାଇରସ୍‌ ଏକ ଆତଙ୍କ ସୃଷ୍ଟି କରିଥିବାବେଳେ ଆଫ୍ରିକାର ଇଥୋଓପିଆ ଅଞ୍ଚଳରେ ଏକ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ପୀଡ଼ିତଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବା ସହିତ ଆଖି ହଳଦିଆ ପଡିଯାଉଛି । ଏବଂ ଏହା ପରେ ରୋଗୀର ମୃତ୍ୟୁ ଘଟୁଛି । ମିଳିଥିବା ସୂଚନା ଅନସାରେ ଇଥୋଓପିଆର ସୋମାଲୀରେ ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ 15ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍‌ର ତେଲ ଡ୍ରିଲିଙ୍ଗ୍‌ରୁ ବାହାରୁଥିବା ବିଷାକ୍ତ ଆବର୍ଜନା ଯୋଗୁଁ ଏହି ବେମାରୀ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେମାରୀ ସର୍ବପ୍ରଥମେ ସୋମାଲିର ଏକ ଗ୍ୟାସ୍‌ ପରିଯୋଜନା ନିକଟରେ ଅବସ୍ଥିତ ଗ୍ରାମରେ ଦେଖାଯାଇଥିଲା । ଏହି ରୋଗରେ ପ୍ରାଥମିକ ଅବସ୍ଥାରେ ଆଖି ହଳଦିଆ ପଡିବା ସହିତ ଶରୀରରେ ବହୁତ କଷ୍ଟ ହୋଇଥାଏ। ଏହା ପରେ ଅଚାନକ ଭାବରେ ଆଖି ଓ ମୁହଁରୁ ରକ୍ତ ବାହାରିଥାଏ । ପରେ…

Read More

ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର କମିଶନ ପକ୍ଷରୁ ଯାଚିକା ଦାଖଲ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାତିସଂଘର ମାନବାଧିକାର ସେଲ୍‌ ଉଚ୍ଚାୟୁକ୍ତ ମିସେଲ୍ ବାରେଟ୍‌ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ଯାଚିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମତ ରଖିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି 9 ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି । https://twitter.com/narendramodi/status/1234746833831780353 ସମାଜକୁ ନିଜ ଜୀବନ ଏବଂ କାର୍ଯ୍ୟଶୈଳୀ ଦ୍ବାରା ଅନୁପ୍ରାଣିତ କରୁଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ସୋସିଆଲ ମିଡିଆ ଛାଡିବାର ନିଷ୍ପତ୍ତି ନେଇଛନ୍ତି ମୋଦି…

Read More

ଉଦୟପୁର : ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ ଆସିଲେ ମଧ୍ୟ ଏହି ଅପରାଧ କମିବାର ନାଁ ଧରୁନାହିଁ। ନିକଟରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିବାର ଖବର ମିଳିଛି। ଏହିପରି ଏକ ଲଜ୍ଜ୍ୟାଜନକ ଘଟଣା ଉଦୟପୁର ସ୍ଥିତ ଗୋବର୍ଦ୍ଧନ ବିଳାସ ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ଖବର ଅନୁସାରେ ବନ୍ଧୁକ ଦେଖାଇ 24 ବର୍ଷୟା ଯୁବତୀ ଜଣକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲ୍‌ରୁ ଅପହରଣ କରି ନେଇଥିଲେ । ଏହାପରେ ଅଭିଯୁକ୍ତମାନେ ଉଦୟପୁର ସହରର ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ କାର୍‌ରେ ଧରି ଘୂରିବା ସହିତ ଚଳନ୍ତା କାର୍‌ରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ଦୁଷ୍କର୍ମ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଓ ବାଣପୁର ଏନ୍‌ଏସି ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତି ଚୟନ ହୋଇଛନ୍ତି । ବାଣପୁର ବ୍ଲକର ସଭାପତି ଭାବେ ଭବାନୀ ଶଙ୍କର ବଳିୟାର ସିଂହ ଓ ବାଣପୁର ଏନ୍‌ଏସିର ବିଜେଡିର ଅଶ୍ବିନୀ କୁମାର ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି । ବାଣପୁର ବ୍ଲକ ଅଧୀନର ରହିଥିବା ସମସ୍ତ 17ଟି ପଞ୍ଚାୟତର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ ବାଣପୁର ବ୍ଲକ ଅଧୀନରେ ରହିଥିବା ପଞ୍ଚାୟତ ସଭାପତି : 1. ଗମ୍ଭାରୀମୁଣ୍ଡା – ଦାଶରଥୀ ସେଠୀ 2. ଭବାନୀପୁର – ଶରତ ଚନ୍ଦ୍ର ନାୟକ 3. ମୋରାମୋରି – ଧ୍ରୁବଚରଣ ଛତ୍ର 4. ଦେଓଗାଁ – ସୁରେଶ ଚନ୍ଦ୍ର ସାମନ୍ତାରାୟ 5. ତୋରସିଂ – ଗୁରୁ ସାହୁ 6. କୁଲେଇ – ଶୁଭେନ୍ଦୁ କୁମାର ଚମ୍ପତିରାୟ 7. ନାଚୁଣି – ନିର୍ମଳ କୁମାର ମହାପାତ୍ର 8. ଆୟତପୁର…

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । 47ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଏକ ଦୋକାନ ଗୋଦାମ ଘରୁ ଚୋରି କରି ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମର ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବିକ୍ରି ପାଇଁ ଏକ ଗୋଦାମ ଘର କରିଛନ୍ତି। ଏଥିରେ ସେ ସାବୁନ, ପେଷ୍ଟ, ପାଉଡ଼୍‌ର, ଗୁଟ୍‌ଖା ସାମଗ୍ରୀ ଭଳି ଗ୍ଲୋସେରୀ ସାମଗ୍ରୀ ରଖିଥିଲେ। ଗତକାଲି ରାତି ୧୧ଟାରେ ସେ ତାଲା ପକାଇ ଘରକୁ ଫେରିଥିବାବେଳେ ସକାଳୁ ତାଙ୍କ ଗୋଦାମର ତାଲା ଭାଙ୍ଗିଯାଇଥିବା ଶୁଣି ଗୋଦାମକୁ ଆସିଥିଲେ । ଦୋକାନ ଭିତରେ ପଶି ଦେଖିଲା ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଏନେଇ ସେ ସଦରଥାନାରେ ଅଭିଯୋଗ କରିବା ପରେ ଥାନା କେସ ନଂ ୬୭/୧୯ରେ ମାମଲା ରୁଜୁ କରିଛନ୍ତି ।…

Read More

ହାଓ୍ବାଡା : ଦୁଇହଜାର ଟଙ୍କା ପାଇଁ ଜଣେ କାରିଗର 4 ବର୍ଷର ଶିଶୁର ଗଳା କାଟି ଜୀବନ ନେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁଟିର ଜୀବନ ମା’ କୋଳରେ ହିଁ ଚାଲିଯାଇଛି । ସୋମବାର ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ହାଓ୍ବାଡା ଡୋମଜୁର ଥାନା ଅନ୍ତର୍ଗତ ବାଙ୍କଡା ବଜାର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁର ନାମ ମୋହମ୍ମଦ ଇମରାନ। ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିଯୁକ୍ତ କାରିଗରର ନାମ ମୋହମ୍ମଦ ସଲିମ୍‌। ଶିଶୁର ଗଳା କାଟି ଘଟଣାସ୍ଥଳରୁ ଫେରାର ରହିଥିବାବେଳେ ପୋଲିସ୍‌ ଅଭିଯୁକ୍ତ ତାଲାସି ଜାରି ରଖିଛି । ବାଙ୍କଡାବଜାର ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିବା ଜଣେ ଚୁଡି ବ୍ୟବସାୟୀଙ୍କ ନିକଟରେ ଅଭିଯୁକ୍ତ ଜଣକ କାମ କରୁଥିଲା । ଅଭିଯୁକ୍ତଙ୍କର 6 ହଜାର ଟଙ୍କା ବାକି ରହିଥିଲା । ସୋମବାର ସନ୍ଧ୍ୟାରେ…

Read More

କୃଷ୍ଣଚନ୍ଦ୍ର ସୁଆସିଆଁ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସୋମପୁର ଗ୍ରାମରେ ଡେଟୋନେଟର ବିସ୍ଫୋରଣ ଫଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନାଯୋଗ୍ୟ ଯେ ଆହତ ଛାତ୍ରମାନେ ନିକଟସ୍ଥ ପାହାଡ ଫୁଟାଇବା ପାଇଁ ବ୍ୟବହାର ଡିଟୋନେଟରକୁ ଆଣି କ୍ରୀଡାରତ ସମୟରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା।ଯାହା ଫଳରେ ତିନି ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ବାଳକମାନେ ହେଲେ ବାଦଲ ଗୌଡ,ନାରାୟଣ ଗୌଡ,ଶ୍ରୀଧର ଗୌଡ। ଏହି ତିନି ଛାତ୍ରଙ୍କ ଆଙ୍ଗୁଳି,ମୁହଁରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ମେଡିକାଲରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ବିଶେଷ ସୂତରୁ ପ୍ରକାଶ ପାଉଥିବା ବେଳେ ହିଞ୍ଜିଳି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ଆରମ୍ଭ କରିବା ଦେଖିବାକୁ ମିଳିଛି।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ଛାଡିବା ଉପରେ ବିଚାର କରୁଛନ୍ତି । ଟୁଇଟ୍‌ କରି ସେ ରବିବାର ଦିନ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏହି ସୂଚନା ସେ ତାଙ୍କ ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲରେ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଟୁଇଟ୍‌ ପରେ ଏକପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ବିଶ୍ୱରେ ରାଜନେତାଙ୍କ ମଧ୍ୟରେ ସର୍ବାଧିକ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ମୋଦିଙ୍କର ସ୍ଥାନ ରହିଛି। ଏପରିକି ସେଲ୍‌ଫି ଉଠାଇବାର ଟ୍ରେଣ୍ଡ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆକୁ ଛାଡିବା ନେଇ କିଛି ‘ଇନୋଭେଟିଭ୍‌ ଆଇଡିଆ‘ ନେଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି । ଏପରିକି ଭାରତ ସରକାର ତରଫରୁ କିଛି ନୂଆ ପ୍ଲାଟଫର୍ମ ଆଣିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଇପାରେ । ତେବେ ଆମକୁ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍‌କାର ହେବ। ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନେଇ କେଜରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ହିଂସାକୁ ନିୟନ୍ତ୍ରଣ କରିବାରେ ନିଷ୍କ୍ରିୟତା ପାଇଁ ଶାସକ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ 47ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Read More

ଝାଡଖଣ୍ଡ : ଭାରତୀୟ ନ୍ୟାୟବ୍ୟବସ୍ଥା ପ୍ରତି ଏବେ ଲୋକଙ୍କର ସନ୍ଦେହ ସୃଷ୍ଟି ହେଉଥିବାବେଳେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଝାଡଖଣ୍ଡର ସେସନ୍‌ କୋର୍ଟ ରାତ୍ରିସାରା ଶୁଣାଣି କରିଛନ୍ତି । ନିକଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଘୁଞ୍ଚି ଚାଲିଥିବାବେଳେ ଏହାକୁ ନେଇ ନ୍ୟାୟବ୍ୟବସ୍ଥାକୁ ଅନେକେ ଆଙ୍ଗୁଳି ଉଠାଇଛନ୍ତି । ତେବେ ଏହା ମଧ୍ୟରେ ଝାଡଖଣ୍ଡରେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ରାତି ସାରା ଅଦାଲତରେ ଶୁଣାଣି କରିବା ଆମ ନ୍ୟାୟବ୍ୟବସ୍ଥାର ବିଶ୍ବସନୀୟତାକୁ ପୁଣି ଥରେ ପ୍ରମାଣିତ କରୁଛି । ଝାଡଖଣ୍ଡର ଡୁମକା ଜିଲ୍ଲାର ରାମଗଡ ପୋଲିସ ଷ୍ଟେସନ ଅଞ୍ଚଳର  ଛଅ  ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହତ୍ୟା ଘଟଣାରେ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୋର୍ଟରେ ଶୁଣାଣି ହୋଇଥିଲା। ଜିଲ୍ଲା ସେସନ୍‌ ଜଜ୍‌ ମହମ୍ମଦ ତ ତୋଫିକୁଲ୍‌ ହାସନ କୋର୍ଟରେ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ତିନି ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିଥିଲେ । କୋର୍ଟ କେବଳ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :  ରାସ୍ତା ଦୁର୍ଘଟଣାରେ  ମୃତ୍ୟୁ ହୋଇଥିବା କୁହାଯାଉଥିବା ଘଟଣାର  ସାତ ମାସପରେ ମୃତ ଯୁବକର ମାଆ ସୁଲୋଚନା ଦାଶ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ମାମଲା ରୁଜୁ କରିଥିଲେ । ଫଳରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । କୁଜଙ୍ଗ ଥାନା ପକ୍ଷରୁ ମଧ୍ୟ ଅଭିଯୋଗକାରୀଙ୍କ ବୟାନ ରେକଡ଼ୟ କରାଯାଇଛି । । ଘଟଣାରୁ ପ୍ରକାଶଯେ, କୁଜଙ୍ଗର ସୁଲୋଚନାଙ୍କ ପୁତ୍ର ଅମୃତ କୁମାର ଦାଶ ମେକାନିକାଲ ବିଭାଗରେ ଡ଼ିପ୍ଲୋମା ପାସ କଲାପରେ ପାରାଦୀପର ଶିଳ୍ପାଂଚଳରେ ଛୋଟମୋଟ କାର୍ଯ୍ୟ କରୁଥିଲା । ୨୦୧୯ ମସିହା ଜୁଲାଇମାସ ୨୦ ତାରିଖରେ ସ୍ୱାମୀ ଏବଂ ବଡ଼ପୁଅ ଘରେ ନଥିଲେ । ସେହିଦିନ ଅମୃତ ଘରେ ଶୋଇଥିବାବେଳେ ତାର ମୋବାଇଲ ଫୋନକୁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ପଙ୍କପାଳ ଅଂଚଳ ଏବେ ଚୋରା ମଦ ବ୍ୟବସାୟୀଙ୍କ କବଳରେ । ଏହି ଅଂଚଳରେ ଗତ କିଛି ଦିନ ତଳେ କେତକ ବ୍ରାଉନ୍‌ସୁଗାର ଚୋରା ବ୍ୟବସାୟୀଙ୍କୁ ପୁଲିସ ଠାବ କରିଥିବା ବେଳେ ଏବେ ଚୋରା ମଦ ଯୋଗୁ ଅଂଚଳବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହି ବିଷୟରେ ବହୁ ବାର କୁଜଙ୍ଗ ପୁଲିସ ଓ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ବେଳେ ଆଜି ରାତି ଆଠଟାରେ କୁଜଙ୍ଗ ପୁଲିସ ଚୋରା ବେପାରୀଙ୍କ ସହ ବିପୁଳ ମଦ ଜବତ କରି ବଡ ଧରଣର ସଫଳତା ପାଇଛି । କୌଣସି ଏକ ସୂତ୍ରରୁ କୁଜଙ୍ଗ ପୁଲିସ ଗୁପ୍ତ ସୂଚନା ପାଇ କଟକ-ପାରାଦ୍ୱୀପ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍ ଯୋଗେ ଦୁଇ ଚୋରା ବ୍ୟବସାୟୀ କୁଜଙ୍ଗ ଅଂଚଳରୁ ମଦ ନେଇ ପଙ୍କପାଳ ଅଭିମୁଖେ ଯାଉଥିବା ବେଳେ କାବୁ କରିନେଇଥିଲେ । କୁଜଙ୍ଗ ଥାନା ଅଧିକାରୀ ଦିଲିପ୍ କୁମାର ସାହୁ…

Read More

ଭୁବନେଶ୍ୱର : ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଏହା ମାର୍ଚ୍ଚ 28ରେ ଶେଷ ହେବ । ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟରେ ଚଳିତ ବର୍ଷ 3ଲକ୍ଷ 50 ହଜାର 800 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ ମୋଟ 114୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପରୀକ୍ଷାରେ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଆଣିବା ପାଇଁ ସିସିଟିଭି ଖଞ୍ଜା ଯାଇଥିବା ବେଳେ ପୋଲିସ ଓ ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି । ପ୍ରଶ୍ନପତ୍ର ଯେଭଳି ଭାଇରାଲ ନହୁଏ, ସେଥିପାଇଁ ଅଧିକାରୀମାନେ ନଜର ରଖିବାକୁ ପ୍ରସ୍ତୁତ ଅଛନ୍ତି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

Read More

କେଦାର ମିଶ୍ର ଆପଣ ରାଜ୍ୟସଭାକୁ ସତରେ ଯାଉଛନ୍ତି- ବର୍ତ୍ତମାନ ରାଜ୍ୟସଭା ଦୌଡରେ ଅଛନ୍ତି ବୋଲି କୁହାଯାଉଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏ ପ୍ରଶ୍ନ ଆମେ ପଚାରିଥିଲୁ। ଗତ ପନ୍ଦର ଦିନ ହେଲା ସବୁ ଛୋଟ ବଡ ଗଣମାଧ୍ୟମରେ ଯେ ହେତୁ ଉକ୍ତ ବ୍ୟକ୍ତିଙ୍କର ଫଟୋ ଓ ନାଁ ବାହାରୁଛି, ତେଣୁ ତାଙ୍କ ମୁହଁରୁ ଅସଲ ତଥ୍ୟ କାଳେ ମିଳିଯିବ ବୋଲି ଆମେ ଭାବୁଥିଲୁ। ହେଲେ ସେ ଯାହା କହିଲେ, ସେଥିରେ ରାଜ୍ୟ ରାଜନୀତିର ଅସଲ ସତ୍ୟଟି ପ୍ରକଟିତ। ତାଙ୍କ କହିବା କଥା ହେଲା, ରାଜ୍ୟସଭାକୁ କିଏ ଯିବ ସେ କଥା ନବୀନ ବାବୁଙ୍କ ବ୍ୟତୀତ କାହାକୁ ଜଣାନାହିଁ। ଏପରିକି ତାଙ୍କର ଘନିଷ୍ଠତମ  ଲୋକ ବି ଏ ବିଷୟରେ କିଛି ସ୍ପଷ୍ଟ କହି ପାରିବେ ନାଇଁ। ବାସ୍ତବରେ ଓଡିଶା ରାଜନୀତିରେ ତାହା ହିଁ ସତ୍ୟ। ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା ସବୁ ବେଳେ ରହସ୍ୟ ଘେରରେ ରହି ଆସିଛି।…

Read More

ମୁମ୍ବାଇ : ମଲଙ୍ଗର ସଫଳତା ପରେ ମୋହିତ ସୂରୀଙ୍କ ସହିତ ଦ୍ବିତୀୟ ଫିଲ୍ମ କରିବାକୁ ଯାଉଛନ୍ତି ଦିଶା ପଟାନୀ । ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଏକ୍‌ ଭିଲେନ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ରହିଥିବା ବେଳେ ସୋମବାର ମୋହିତ ଏହି ଫିଲ୍ମର ସିକ୍ବେଲ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ ଦିଶା । ଏହି ଫିଲ୍ମ ବ୍ୟତିତ ଦିଶା ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ରାଧେରେ ନଜର ଆସିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏକ୍‌ ଭିଲେନ୍‌ର ପ୍ରଥମ ଭାଗରେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରୀତେଶ ଦେଶମୁଖ ନଜର ଆସିଥିଲେ । (ଏଜେନ୍ସି)

Read More

ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ 7 ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ 7 ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ 7 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । 12 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି 7 ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ସେଲ୍ଫି ଲଭରଙ୍କ ପାଇଁ ଖୁସି ଖବର । ଓପ୍ପୋ ପକ୍ଷରୁ ରେନୋ 3 ନାମକ ଏକ ନୂତନ ଫୋନ୍‌ର ଲଞ୍ଚ କରାଯାଇଛି । ଡିସେମ୍ବରରେ ଚୀନ୍‌ ବଜାରରେ ଏହି ଫୋନ୍‌ ଲଞ୍ଚ ହୋଇଥିବା ବେଳେ ସୋମବାର ଏହି ଫିଲ୍ମଟି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଫୋନ୍‌ରେ ପ୍ରଥମ ଥର ପାଇଁ 48 ମେଗା ପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଥିବା ବେଳେ ପଛରେ 64 ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଫୋନ୍‌ରେ 5ଜି ବୈଶିଷ୍ଟ୍ୟ ରହିଥିବା ବେଳେ ଭାରତୀୟ ବଜାରରେ ଏହାର ମୂଲ୍ୟ 29990 ଟଙ୍କା ରହିଛି । ଏହି ଫୋନ୍‌ ସହିତ ଓପ୍ପୋ ପକ୍ଷରୁ ଦୁଇଟି ଇୟର ବଡ୍‌ ମଧ୍ୟ ଲଞ୍ଚ କରାଯାଇଛି । ଏନ୍‌କୋ ଡବ୍ଲ୍ୟୁ ସିରିଜ୍‌ର ଏହି ଇୟର୍‌ବଡ୍‌ ଦୁଇଟିର ମୂଲ୍ୟ ଯଥାକ୍ରମେ 4499 ଏବଂ 7990 ଟଙ୍କା ରହିଛି । (ଏଜେନ୍ସି)

Read More