Author: Samikhsya Bureau

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍‌ ପ୍ରଭାବରେ 71 ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ 71 ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା 2600 ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା 2663 ଛୁଇଁଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ନୂତନ ଭାବରେ 508 ଜଣ କୋରୋନା ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି । କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ ବିଧାନସଭା ଅଧିବେଶନ ବାତିଲ କରାଯାଇଥିବା ବେଳେ ଏହାଦ୍ବାରା ଚୀନ୍‌ର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏଥିରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଉପଜିଲ୍ଳାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ,ଉପଖଣ୍ଡ ଅଭିଯୋଗ ଶୁଣାଣିର ନୋଡ଼ାଲ୍ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲ୍‌ଦାର, ବିଡ଼ିଓ ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ମୋଟ ୧୫୭ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୧୨୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୦ ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ ରହିଥିଲା। ୯୭ଟି ଅଭିଯୋଗକୁ ଜିଲ୍ଲାପାଳ ତୁରନ୍ତ ଫୈସଲା କରିଥିଲେ। ୨୧ ଜଣଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ 3 ବିଲିୟନ୍‌ ଡଲାରର ଚୁକ୍ତି ହୋଇଥିବା ଜଣାପଡିଛି । ମିଳିତ ବକ୍ତବ୍ୟରେ ଟ୍ରମ୍ପ ଭାରତ ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଆସିବା ପରେ ମୋଦି ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେହିପରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ବ୍ୟସ୍ତ ସୂଚୀ ମଧ୍ୟରୁ ସମୟ ବାହାର କରି ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରତିରକ୍ଷା ଉପକରଣ ଯେପରିକି ଆପାଚେ ହେଲିକପ୍ଟର ଏବଂ ଏମ୍‌ଏଚ୍‌ 60 ରୋମିଓ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶା ସହ ମୋଟ 7ଟି ରାଜ୍ୟରେ ରହିଛି ଜଗନ୍ନାଥଙ୍କ ଭୂ- ସମ୍ପତ୍ତି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ରହିଛି ମୋଟ 395.252ଏକର ଜମି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡରେ ଜମି ରହିଥିବାର ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ। ଓଡ଼ିଶା ପରେ ପଶ୍ଚିମବଙ୍ଗରେ ରହିଛି ଜଗନ୍ନାଥଙ୍କ ସର୍ବାଧିକ ଜମି। ପଶ୍ଚିମବଙ୍ଗରେ ମୋଟ 322 ଏକର 930 ଡେସିମିଲି ଜମି ରହିଛି। ଆନ୍ଧ୍ରରେ 17.020 ଏକର ଜମି ରହିଥିବାବେଳେ ମହାରାଷ୍ଟ୍ରରେ 28.218 ଏକର, ମଧ୍ୟପ୍ରଦେଶରେ 15,110 ଏକର, ବିହାରରେ 0.274 ଏକର, ଛତିଶଡରେ 1.700 ଏକର ଜମି ରହିଛି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ମୋଟ 395.252 ଏକର ଜମି ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମିରୁ ମୋଟ 25 ହଜାର ଏକର ଜବରଦଖଲ କରାଯାଇଛି। ମୋଟ 60, 426 ଏକର ଜମି ମହାପ୍ରଭୁଙ୍କର ଚିହ୍ନଟ ହୋଇଛି ।  ସେଥିରୁ  34, 803 ଏକର ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି।…

Read More

ନୂଆଦିଲ୍ଲୀ : ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇଛନ୍ତି ସୁପ୍ରିମକୋର୍ଟର 6 ବିଚାରପତି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇ 6 ଜଣ ବିଚାରପତି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ସହିତ ଏକ ବୈଠକ କରିଛନ୍ତି । ମଙ୍ଗଳବାର ଅନ୍ୟତମ ବରିଷ୍ଠ ବିଚାରପତି ସଞ୍ଜୀବ ଖନ୍ନା ମାସ୍କ ପିନ୍ଧି କୋର୍ଟ ଆସିଥିଲେ । ଅପର ପକ୍ଷରେ କୋର୍ଟରେ ସ୍ବାଇନ୍‌ ଫ୍ଲୁର ଟୀକା ମହଜୁଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଓକିଲ ଏବଂ ବିଚାରପତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ବୟାନ ଦେଇ ହିଂସାକାଣ୍ଡ ପାଇଁ ଯିଏ ଦାୟୀ ତା’ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଗୌତମ ଗମ୍ଭୀର କହିଛନ୍ତି ଯେ, ଯିଏ ବି ଉତ୍ତେଜିତ ଭାଷଣ ଦେବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । କିଏ ଦେଇଛି, କେଉଁ ଦଳ ସହିତ ତା’ର ସମ୍ପର୍କ ରହିଛି ଏନେଇ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଗୌତମ ଗମ୍ଭୀର । ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଆଜି ମୌଜପୁର ହିଂସାକାଣ୍ଡରେ ଆହତ ହୋଇଥିବା ଡିସିପି ଅମିତ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି । ପଟପଡଗଞ୍ଜ ମ୍ୟାକ୍ସ ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିଥିଲେ । ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ହିଂସାକୁ ନେଇ ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡରେ ଯେଉଁମାନେ ସାମିଲ୍‌…

Read More

ଭୁବନେଶ୍ବର, ଆସନ୍ତା 28 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ସରକାରୀ ଗସ୍ତରେ ଓଡିଶା ଆସୁଛନ୍ତି। ଶାହା ସେଦିନ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗଦେବେ।ଏହି ବୈଠକ ଲୋକସେବା ଭବନର ନୂଆ କନଭେନସନ ହଲରେ ଅନୁଷ୍ଠିତ ହେବ। ଏଥିରେ ଓଡିଶା ସମେତ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଂଗର ପ୍ରତିନିଧିମାନେ ଯୋଗଦେବେ। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶାହା ପୂର୍ବାଞ୍ଚଳ ରାଜ୍ୟ ସମୁହର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯିବ। ସେଗୁଡିକ ମଧ୍ୟରେ ରହିଛି ପୋଷ୍ଟେଜ ଷ୍ଟାମ୍ପ ପକ୍ରିୟାର ପ୍ରଚଳନ, ଏକକ ବିଦ୍ୟୁତ ବିଲ୍ ପ୍ରଚଳନ, ପ୍ରାକୃତିକ ଦୁର୍ବିପାକକୁ ସମ୍ମୁଖୀନ ହେବା ପରେ ଭିତ୍ତିଭୂମି ନିର୍ମାଣ, ରେଳ ପ୍ରକଳ୍ପ,…

Read More

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଆଜି ଦିଲ୍ଲୀର ହ୍ୟାପିନେସ୍‌ କ୍ଲାସର ମଜା ନେବାକୁ ପହଞ୍ଚିଛନ୍ତି। ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମେଲାନିଆଙ୍କୁ ତିଲକ୍‌ ଲଗାଇବା ସହିତ ଆରତୀ କରି ସ୍ବାଗତ ଜଣାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ମେଲାନିଆ ଏକା ଉପସ୍ଥିତ ରହିଛନ୍ତି। ମେଲାନିଆ ଏହି ସରକାରୀ ବିଦ୍ୟାଳୟର ପିଲାମାନଙ୍କ ସହ କିଛି ସମୟ ବିତାଇବା ସହିତ ହ୍ୟାପିନେସ୍‌ କ୍ଲାସ୍‌ର ମଜା ନେବେ। (ଏଜେନ୍ସି)

Read More

ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ପରିବେଶ ବେଶ୍‌ ଅଶାନ୍ତ ରହିଛି । ସୋମବାର ଦିନ ଉତ୍ତରପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ସହିତ ପୋଡାଜଳା ହୋଇଯାଇଛି । ଏଥିରେ 7ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ଜଣେ ହେଡ୍‌ କନେଷ୍ଟବଳ ରହିଛନ୍ତି । 100ରୁ ଉର୍ଦ୍ଧ୍ବ ଏଥିରେ ଆହତ ହୋଇଥିବାବେଳେ ଆଜି ସକାଳୁ ମଧ୍ୟ ବେଶ୍‌ ଉତ୍ତେଜନାମୟ ପରିସ୍ଥିତି ରହିଛି। ତେବେ ଦିଲ୍ଲୀରେ ଉତ୍ତରପୂର୍ବ ଅଞ୍ଚଳରେ 144 ଧାରା ଜାରି ରହିଛି। ଦିଲ୍ଲୀରେ ପରିସ୍ଥିତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଜରୁରୀକାଳୀନ ବୈଠକ ଡାକିଥିଲେ। ଲୋକଙ୍କୁ ଶାନ୍ତି ରଖିବା ପାଇଁ ଅପିଲ୍‌ ମଧ୍ୟ କରିଛନ୍ତି। ଦିଲ୍ଲୀର ଅଶାନ୍ତ ପରିବେଶକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍‌ ବୈଜଲ୍‌ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ଦଳର ସମସ୍ତ ପ୍ରତିନିଧିଙ୍କ ସହ ଏକ ବୈଠକ କରିବେ ବୋଲି ଜଣାପଡିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିବସ । ଆଜି ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌। ପୂର୍ବରୁ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ସ୍ବାଗତ କରାଯାଇଥିଲା । ରାଜଘାଟଠାରେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ମେଲାନିଆ ଏକତ୍ର ଏକ ଗଛ ଲଗାଇଛନ୍ତି । ରାଜଘାଟଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭିଜିଟର୍‌ ବୁକ୍‌ରେ କିଛି ବାର୍ତ୍ତା ଲେଖିଛନ୍ତି । ଏହାପରେ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ।

Read More

ଚେନ୍ନାଇ : ‘ଡ୍ରିମ୍‌ଗାର୍ଲ’ ଷ୍ଟାଇଲ୍‌ରେ ଏଞ୍ଜେଲ୍‌ ପ୍ରିୟା ହୋଇ 300ରୁ ଅଧିକ ଲୋକଙ୍କୁ ନିଜ ଠକାମିର ଶିକାର କରିଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ପୋଲିସ୍‌ 27 ବର୍ଷୀୟ ଜଣେ ଯୁବକଙ୍କୁ ତିରୁନେଲବେଲିଠାରୁ ଗିରଫର କରିଛି । ଏହି ଯୁବକ ଜଣକ 300ରୁ ଅଧିକ ଲୋକଙ୍କୁ ଠକିଥିବାର ଅଭିଯୋଗ ରହିଛି । ଯୁବକ ଜଣଙ୍କ ଯୁବତୀଙ୍କ ଭଳି ସୁଲଳିତ କଣ୍ଠ ସ୍ବରରେ ଲୋକଙ୍କ ସହ ଫୋନ୍‌ରେ କଥା ହୋଇ ଲୋକଙ୍କୁ ଠକୁଥିଲେ । ଏହି ଯୁବକଙ୍କ ନାମ ରାଜକୁମାର ବୋଲି ଜଣାପଡିଛି । ଯୁବକଙ୍କ ବିରୋଧରେ ଆଇପିସି ଧାରା 384 506(ଆଇ) ଓ ଆଇଟି ଧାରାରେ ମାମଲା ରୁଜୁ କରି ଗିରଫ କରାଯାଇଛି । ଫ୍ରି କ୍ଲାସିଫାଏଡ୍‌ ବିଜ୍ଞାପନର ଏକ ମୋବାଇଲ୍‌ ଏପ୍‌ ଲୋକାଣ୍ଟୋ ଦ୍ବାରା ସେକ୍ସ ଚ୍ୟାଟ୍‌ର ବିଜ୍ଞାପନ କରୁଥିବାର ଅଭିଯୋଗ ରହିଛି । କିଛି ଲୋକେ ଏହି ବିଜ୍ଞାପନକୁ ଦେଖି ଯୁବକଙ୍କ ସହିତ ସମ୍ପର୍କ କରି ତା’…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଦୋଷୀ ହୋଇଥିବା ବିଜେପି ବିଧାୟକ କୁଲଦୀପ ସେନଗର୍‌ ବିଧାନସଭା ସଦସ୍ୟସତା ହରାଇବା ସହିତ ସେ ଏବେ ଆଉ ବିଧାୟକ ଭାବେ ମଧ୍ୟ ରହିବେ ନାହିଁ । ଏନେଇ ବିଧାନସଭାର ମୁଖ୍ୟସଚିବ ପ୍ରଦୀନ କୁମାର ଦୁବେ ଏକ ଅଧିସୂଚନା ଜାରି କରିଛନ୍ତି ।  ସଚିବାଳୟ ଦ୍ବାରା ଜାରି ହୋଇଥିବା ଏହି ଅଧିସୂଚନା ଅନୁସାରେ 2019 ଡିସେମ୍ବର 20ଠାରୁ କୁଲଦୀପ ସିଂହ ସେନଗର୍‌ଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଛି । ଏହି ଆଧାରରେ 2019 ଡିସେମ୍ବର 20 ତାରିଖରୁ ବାଙ୍ଗରମଓ ବିଧାନସଭା ଆସନ ଖାଲି ପଡିଛି । ଏହି ଅଧିସୂଚନାରେ କୁହାଯାଇଛି ଯେ, କୁଲଦୀପ ସିଂ ସେନ୍‌ଗର୍‌ ଉନ୍ନାଓ ଜିଲ୍ଲାର ବାଙ୍ଗରମଓ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଦିଲ୍ଲୀର ଏକ ଅଦାଲତ 2019 ମସିହା ଡିସେମ୍ବର 20 ତାରିଖରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତାଙ୍କୁ ଦୋଷୀ ରୂପେ ସ୍ବୀକାର କରିବା ସହ ଆଜୀବନ କାରାଦଣ୍ଡରେ…

Read More

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ରାଷ୍ଟ୍ରପତି ଭବନରେ ଟ୍ରମ୍ପ୍‌ଙ୍କୁ ଔପଚାରିକ ଭାବେ ସ୍ବାଗତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଟ୍ରମ୍ପ୍‌ଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ଗତକାଲି ଅହମ୍ମଦାବାଦଠାରେ ଧମାକାଦାର ଭାବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସ୍ବାଗତ କରାଯାଇଥିବାବେଳେ ଆଜି ଦିଲ୍ଲୀଠାରେ ଟ୍ରମ୍ପ୍‌ଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତିଙ୍କୁ ଔପଚାରିକ ସ୍ବାଗତ କରାଯାଇଥିବାବେଳେ ଆଜି ଟ୍ରମ୍ପ୍‌ ରାଜଘାଟ ଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ପରେ ଆମେରିକା ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହାଇଦ୍ରାବାଦ ହାଉସ୍‌ଠାରେ ଦ୍ବିପାକ୍ଷିକ ବୈଠକ କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରିବେ…

Read More

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ 26ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। 17ଟି ରାଜ୍ୟର 55ଟି ଆସନ ପାଇଁ ମାର୍ଚ୍ଚ 26ରେ ନିର୍ବାଚନ ଅନୁଷ୍ଠିତ ହେବ।  ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଏଥିନିମନ୍ତେ ମାର୍ଚ୍ଚ 6ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ 13 ତାରିଖ ରହିଥିବାବେଳେ ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ।  ଏପ୍ରିଲ୍‌ ମାସରେ 55 ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଖାଲି ହେଉଥିବା ରାଜ୍ୟସଭା ଆସନରେ ଓଡ଼ିଶାର 4ଟି ଆସନ ରହିଛି । (ଏଜେନ୍ସି)

Read More

ଆଜି କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳରେ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ରହିଛି । ଏହି ସମୟରେ 30ରୁ 40 କିମି. ବେଗରେ ପବନ ବହିବ ବୋଲି ସୂଚନା ରହିଛି ।  ଆଜି ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏନେଇ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ନୟାଗଡ଼। ଆସନ୍ତାକାଲି ଉପକୂଳ ଓ ଉତ୍ତର…

Read More

ନୂଆଦିଲ୍ଲୀ :  ସିଏଏକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉଗ୍ର ରୂପ ଧାରଣ କରିଛି । ଉତ୍ତର ପୂର୍ବ ଦିଲ୍ଲୀରେ ଏବେ ଏହାକୁ ନେଇ ବେଶ୍‌ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତରପୂର୍ବ ଦିଲ୍ଲୀରେ ସୋମବାର ପ୍ରବଳ ହିଂସା ଅନୁଭୂତ ହୋଇଛି । ଏହି ହିଂସାକାଣ୍ଡରେ ଜଣେ ହେଡ୍‌ କନେଷ୍ଟବଳଙ୍କ ସମେତ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 100ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ମଧ୍ୟ ମୌଜପୁର ଓ ବ୍ରହ୍ମାପୁରୀ ଅଞ୍ଚଳରେ ପଥରମାଡ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଥିବାରୁ ସେଠାରେ ପୋଲିସ୍‌ ଛାଉଣୀ ରହିଛନ୍ତି । ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୌଜପୁର ଓ ଆଖପାଖ ଅଞ୍ଚଳରେ ପୋଡାଜଳା ଲାଗିଥିବାର 45ଟି କଲ୍‌ ଆସିଥିବାର ସୂଚନା ରହିଛି । ଯେଉଁଥିରେ ଏକ ଦମକଳ ଗାଡି ଉପରେ ପଥର ମାଡ କରାଯାଇଥିବାବେଳେ ଗୋଟିଏ ଦମକଳ ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା ।…

Read More

କେଦାର ମିଶ୍ର ଯେଉଁ ସମୟରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଓ ତାଙ୍କର ଝିଅ ଜୋଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଉଛି, ଠିକ ସେହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବ୍ୟାପକ ପୋଡାଜଳା ଓ  ହିଂସାକାଣ୍ଡ ଘଟୁଛି। ଭାରତର ବିବିଧତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ଫ ଉଚ୍ଛ୍ଵସିତ ପ୍ରଶଂସା କରୁଥିବା ସମୟରେ, ଦିଲ୍ଲୀ ର ଏ ଭୟଙ୍କର ନିଆଁ ଆମକୁ କି ବାର୍ତ୍ତା ଦେଉଛି? କେବେ ଏମିତି ହୋଇଥିଲା କି, ଯେତେବେଳେ ଏ ଦେଶକୁ ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଆସିଥିବେ ଆଉ ସେ ସମୟରେ ଦେଶରେ ନିଆଁ ଲାଗିଥିବ? ଆଜି ହୁଏତ, ଦେଶର ସବୁ ଗଣମାଧ୍ୟମରେ ଭାରତ ଓ ଆମେରିକାର ସମ୍ପର୍କ କଥା ଚର୍ଚ୍ଚା ହେବା କଥା। ହେଲେ ଦିଲ୍ଲୀର ଭୟଙ୍କର ଦଙ୍ଗା, ଆମର ସବୁ ଭାବମୂର୍ତ୍ତିକୁ ବିଧ୍ଵସ୍ତ କରି ଦେଇଛି। ତେବେ ଏଥିଲାଗି ଆମେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ ଦୁଇଟି ପୃଥକ ଦେଶୀ ମଦ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାଣପୁର ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇଟି ପୃଥକ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତୁମୁରାପୁଟ ନିବାସୀ ବୁଲୁ ସେଠୀ (34)ଙ୍କୁ 22 ବୋତଲ ଆସ୍କା- 40 ସହିତ ଗିରଫ କରାଯାଇଥିବା ବେଳେ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 65/20 ଜରିଆରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଏସଆଇ ମହେନ୍ଦ୍ର ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି। ସେହିପରି ଦ୍ବିତୀୟ ମାମଲାରେ ହରିଚନ୍ଦନପୁର ଗ୍ରାମର 27 ବର୍ଷୀୟ ରାଜା ବାରିକଙ୍କୁ ଗିରଫ କରାଯାଇଛି। ରାଜା ବାରିକଙ୍କ ନିକଟରୁ ପୋଲିସ୍‌ 15 ବୋତଲ ଦେଶୀ ମଦ ଜବତ କରାଯାଇଛି। ଏନେଇ ବାଣପୁର ଥାନାରେ କେସ୍‌ ନମ୍ବର 66/20ରେ ଏକ ମାମଲା ରୁଜୁ କରାଯାଇଛି। ଏଏସଆଇ ଶ୍ରୀନିବାସ ପ୍ରଧାନ ଏହି ମାମଲାର ତଦନ୍ତ କରୁଛନ୍ତି।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ନାଗପୁରରେ କାର୍ଯ୍ୟରତ ବାଣପୁରର ଜନୈକ ଯୁବକ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାମ ବିକ୍ରମ ବିଶ୍ବାଳ (୨୦)। କୁମୁରାଙ୍ଗ ପଞ୍ଚାୟତର କେଶପୁର ନିବାସୀ ରମେଶ ବିଶ୍ବାଳଙ୍କ ପୁଅ ବିକ୍ରମ ବିଗତ ପାଞ୍ଚ ମାସ ଧରି ନାଗପୁରରେ ଜେସିବି ହେଲ୍‌ପର ଭାବରେ କାର୍ଯ୍ୟ କରୁଥିଲେ। ବିଗତ କିଛି ଦିନ ହେବ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ସେ କମ୍ପାନୀ ପରିସରରେ ଚିକିତ୍ସିତ ନ ହେଇ ବାହାରେ ଚିକିତ୍ସା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ଶବଟି ବିକୃତ ଅବସ୍ଥାରେ ରହିଥିବାରୁ ତାହା  ବିକ୍ରମଙ୍କ ଶବ ବୋଲି ଚିହ୍ନଟ ହୋଇ ପାରିନଥିଲେ ହେଁ କମ୍ପାନୀ ପରିଚୟପତ୍ରରୁ ତାଙ୍କର ପରିଚୟ ମିଳିଥିଲା। ଏ ନେଇ ନାଗପୁର ପୋଲିସ୍‌ ପକ୍ଷରୁ ପରିବାର ଲୋକଙ୍କୁ ସମ୍ପର୍କ କରାଯାଇଥିଲା। ନାଗପୁର ପୋଲିସ୍‌ ପକ୍ଷରୁ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଶବଟିର ଅବସ୍ଥା ଅତ୍ୟନ୍ତ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ସ୍ଥିତ ମହମ୍ମଦାବାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ଆନୂକୁଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୂ୍ଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ ପି.ଏସ୍. ମେମ୍ବର ଗଗନ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପାରାଦୀପ ବିଧାୟକଙ୍କ ଡି.ଆର.ଡି.ଏ ପ୍ରତିନିଧି ଗଗନ ବିହାରୀ ପୃଷ୍ଟି ଏବଂ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ ସେଠୀ, ପାରାଦ୍ୱୀପ ବିଧାୟକଙ୍କ ତିର୍ତ୍ତୋଲ ପ୍ରତିନିଧି ଶରତ ଚନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ଶ୍ରୀମତୀ ସେଠୀ, ବୋଧେଇ ସରପଂଚ ସନ୍ତୋଷ ସେଠୀ, ସ୍ଥାନୀୟ ବରିଷ୍ଠ ସମାଜସେବୀ ଅକ୍ଷୟ ନାୟକ, ସମାଜସେବୀ ବୃନ୍ଦାବନ ଦାସ, ଗୌରହରୀ ପ୍ରଧାନ, କ୍ଷେତ୍ରପାଳ କୃଷକ କ୍ଲବର ସଭାପତି ଶାରଦା ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ସଭାରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ମଣିଜଙ୍ଗା…

Read More