କେରଳ : କେରଳ କୁନ୍ନୁର ଅଞ୍ଚଳରେ ଏକ ଚକିତ କଲା ପରି ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟା ମହିଳା ଜଣକ ନିଜର ଦେଢ ବର୍ଷର ଶିଶୁ ପୁତ୍ରକୁ ଚଟାଣରେ ଫୋପାଡି ହତ୍ୟା କରିଛନ୍ତି। ଶିଶୁ ପୁ୍ତ୍ରର ଶବକୁ ସମୁଦ୍ର ତଟ ପାଖରେ ଥିବା ଚଟାଣରୁ ଜବତ କରାଯିବା ସହ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଓ ତାଙ୍କ ସ୍ବାମୀଙ୍କର ସମ୍ପର୍କ ଖରାପ ରହିଥିବାବେଳେ ରାଗରେ ମହିଳା ଜଣକ ଏପରି କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ରହିଛି । ଦୁହିଁଙ୍କ ମଧ୍ୟରେ ରହିଥିବା ଖରାପ ସମ୍ପର୍କ ଫଳରେ ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଛି। ପୋଲିସ୍ ସୂଚନା ଅନୁସାରେ ମହିଳା ଜଣକ ଶିଶୁଟିକୁ ନେଇ ସମୁଦ୍ର ତଟ ପାଖରେ ଥିବା ଏକ ଚଟାଣରେ ଶିଶୁଟିକୁ ଫୋପାଡି ଦେଇଥିଲେ । ଶିଶୁଟି ଯେତେବେଳେ କ୍ରନ୍ଦନ ଆରମ୍ଭ କଲା ମହିଳା ଜଣକ ଶିଶୁଟିର ମୁଣ୍ଡକୁ ଚଟାଣରେ ପିଟି…
Author: Samikhsya Bureau
ମୁମ୍ବାଇ : ଅଭିନେତ୍ରୀ ଭୂମି ପେଡେନ୍କର୍ ଏବେ ନିଜର ଏକ ବୋଲ୍ଡ ଫଟୋସୁଟ୍କୁ ନେଇ ଚର୍ଚ୍ଚାରେ ରହିଛି। ଫ୍ୟାସନ୍ ଫଟୋଗ୍ରାଫର୍ ଡବ୍ବୁ ରତାନୀଙ୍କ ପାଇଁ ଭୂମି ଟପଲେସ୍ ଫଟୋ ସୁଟ୍ କରିଛନ୍ତି। ତବ୍ବୁଙ୍କ କ୍ୟାଲେଣ୍ଡର୍ ପାଇଁ ଭୂମି ଏହି ଫଟୋ ଉଠାଇଛନ୍ତି। ଏଥିରେ ଭୂମି ଏକ ବାଥଟବ୍ରେ ଟପଲେସ୍ ରହିଥିବାର ନଜର ଆସିଛନ୍ତି। ଭୂମି ଏହି ଫଟୋକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭୂମି ଏବେ ଫିଲ୍ମ ’ଦୁର୍ଗାବତୀ’ରେ ନଜର ଆସିବେ। ଏହି ଫିଲ୍ମଟି ନାରୀକୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମର ସମସ୍ତ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଛି। ସେହିପରି ଭୂମି ଭିକି କୌଶଲଙ୍କ ଅଭିନୀତ ‘ଭୂତ ପାର୍ଟ-1‘ ଆସନ୍ତା ଫେବୃଆରୀ 21 ତାରିଖରେ ରିଲିଜ୍ ହେବ।
ସମୀକ୍ଷା ବ୍ୟୁରୋ ଭଦ୍ରକ : ଜଣେ ଯୁବକ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର ନ କରି ଶୁଟିଂରେ ବ୍ୟସ୍ତ ରହି ଅମାନବିକତାର ପରିଚୟ ଦେଇଛନ୍ତି। ଆଜିର ସମୟରେ ମୋବାଇଲ୍ରେ ଭିଡିଓ ସୁଟିଂ କରିବାକୁ ଏକ ଫ୍ୟାଶନ୍ ଭାବେ ଗ୍ରହଣ କରିଥିବା ଏହି ଲୋକମାନଙ୍କ ପାଖରେ ମାନବିକତା ପୂରାପୂରି ମରି ସାରିଲାଣି। ଏହିପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକଠାରେ। ଭଦ୍ରକ ୧୬ ନମ୍ବର ଏନ୍ଏଚ୍ ସାହାପୁର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକ ଗଭୀର ଆହତ ହୋଇ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବା ସତ୍ତ୍ବେ ଯୁବକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମୋବାଇଲ୍ରେ ଫଟୋ ଓ ଶୁଟିଂରେ କରିବାରେ ବ୍ୟସ୍ତ ରହି ନିଜ ଅମାନବିକତାର ପ୍ରମାଣ ଦେଇଛନ୍ତି କିଛି ଲୋକେ। ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ୧୬ ନମ୍ବର ଏନଏଚ୍ ସାହାପୁରଠାରେ ବାଇକ୍ରେ ଯାଉଥିବା ଦୁଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଜିଲ୍ଲାଗୁଡ଼ିକରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଗଂଜାମ ଜିଲ୍ଲାରେ ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜ ଦଳକୁ ହିଁ ଦାୟୀ କରିଥିଲେ। କାରଣ ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏକରକମ ଶୂନ କହିଲେ ଚଳେ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଦୁର୍ନିତିରେ ସାହାଯ୍ୟ କରୁଛନ୍ତି ବୋଲି ସେ ଜଣାଇଥିଲେ। ତେଣୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି କିଭଳି କଂଗ୍ରେସକୁ ସଦୃଢ଼ କରାଯିବ ଏହି…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ବୁଧବାର ଦିନ ଅଟୋରୁ ଖସି ପଡି ୫ ବର୍ଷର ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡିଛି ୫ ବର୍ଷର ଶିଶୁ। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଛାତ୍ରଜଣକ ଖସିପଡିଥିଲେ। ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ତୁରନ୍ତ ତାଙ୍କୁ ଦିଗପହଣ୍ଡି ମେଡିକାଲ ନିଆଯାଇଥିବାବେଳେ ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଓଭରଲୋଡିଂ କାରଣରୁ ଛାତ୍ର ଜଣକ ପଡିଯାଇଥିବାର ସୂଚନା ରହିଛି। ଏହି ଅଟୋରେ ୧୫ ଜଣ ପିଲା ରହିଥିବାର ସୂଚନା ମିଳିଛି। ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ଦିଗପହଣ୍ଡି ଚିକିଟି ରାସ୍ତା ଅବରୋଧ କରିଛନ୍ତି। ସ୍କୁଲ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍ କିମ୍ବା ଅଟୋରେ ଓଭରଲୋଡିଂକୁ ବାରଣ ରହିଥିବାବେଳେ ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ତଥା ଅଭିଭାବକମାନେ ସଚେତନ ରହିବା ଆଜିର ସମୟରେ ଜରୁରୀ ହୋଇପଡିଛି।
ଭୁବନେଶ୍ୱର, ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସବଜୋନ୍ର ମୁଖ୍ୟ ସଂଚାଳିକା ବିକେ ଲିନା, ସମ୍ମାନୀୟ ଅତିଥି ଭାବେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ, ସେକ୍ ତାହାର, ଲୟର୍ସ ଗୃପ ଆବାହକ ଲିଙ୍ଗରାଜ ସାହୁ, ସମାଜସେବୀ ନିଳମଣି ମିଶ୍ର, ଅଶୋକ କୁମାର ମହାରଣା, ବ୍ରହ୍ମ କୁମାର ସୁଧାକର ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମକୁମାରୀ ଲିନା ଏହି ଅବସରରେ ପ୍ରବଚନ ପ୍ରଦାନ କର କହିଥିଲେ ଯେ, ଆଲ୍ଲା, ଗଡ଼୍, ଈଶ୍ୱର ସର୍ବଶକ୍ତିମାନ ସେ ହିଁ ଶିବ, ତାଙ୍କ ଆର୍ଶୀବାଦ ପାଇ ଜଣେ ମହାନ ବ୍ୟକ୍ତି ହୋଇ ପାରିବ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନୀତ…
କନ୍ଦର୍ପ ବେହେରା ରେଢାଖୋଲ: ଓଡିଶାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ସରକାରଙ୍କ ଉଦାସୀନତା ହେଉ ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ଲୋକଲୋଚନକୁ ଆସିପାରୁନାହିଁ। ସରକାରଙ୍କର ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ଥିବା ଏହିସବୁ ପର୍ଯ୍ୟଟନ ପୀଠ ଗୁଡିକର ଉନ୍ନତି ହୋଇପାରୁନାହିଁ। ଠିକ୍ ସେମିତି ଏକ ପର୍ଯ୍ୟଟନ ସ୍ଥଳୀ ହେଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଭୀମମଣ୍ଡଳୀ ନାମକ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନ ମାନଚିତ୍ରର ଅନ୍ତରାଳରେ ରହିଛି ଏହି ଅପରିଚିତ ଅନନ୍ୟପୀଠ ଭୀମମଣ୍ଡଳୀ। ଏ ସଂପର୍କରେ ସରକାରଙ୍କଠାରେ ଏ ଅଂଚଳର ଜନସାଧାରଣ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଇନାହିଁ। ଇକୋଟୁରିଜିମ୍ ପାଇଁ ମଧ୍ୟ ସରକାର ଘୋଷଣା କରିଥିଲେ ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବ୍ଡିଭିଜନ ନାକ୍ଟିଦେଉଳ ବ୍ଲକର ଘୋଷରାମାଳ ପାଖରେ ରହିଛି ଏହି ଭୀମମଣ୍ଡଳୀ ପୀଠଟି। ଘଂଚ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ଦୈନିକ ଶହଶହ ବାଲି ଆନ୍ଧ୍ରକୁ ଚୋରାଚାଲଣ ହେଉଥିବା ଅଭିଯୋଗ ହେଉଛି। ଯେତିକି ପରିମାଣରେ ବାଲି ନେବା କଥା ସେତିକି ପରିମାଣରେ ବାଲି ନନେବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ଏଭଳି ଦୁଇଟି ଟ୍ରକକୁ ଗଂଜାମ ଟ୍ରକ ଏସୋସିଏସନ୍ର ସଭ୍ୟମାନେ ଆନ୍ଧ୍ରକୁ ଚାଲାଣ ବେଳେ ଜାତୀୟ ରାଜପଥରେ ଅଟକାଇଥିଲେ। ଉକ୍ତ ବାଲି ବୋଝେଇ ହାଇୱା ଟ୍ରକରେ ୨୨୦ ସିଏଫ୍ଟି ବାଲି ନେବା ବଦଳରେ ବିପୁଳ ପରିମାଣରେ ତଥା ୬୦୦ ସିଏଫ୍ଟି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ନିୟମ ଅନୁସାରେ ପ୍ରତି ଟ୍ରକରେ ସର୍ବମୋଟ ୨୨୦ ସିଏଫ୍ଟି ବାଲି ନେବା ସହ ଦୈନିକ ଥରେ ମାତ୍ର ନେଇପାରିବ। କିନ୍ତୁ ଏହି ଆନ୍ଧ୍ର ହାଇୱା ବା ବାଲିମାଫିଆମାନେ ଦିନକୁ ବହୁଥର ବାଲି ନେବା ସହ ନିୟମରୁ ବର୍ହିଭୂତ ବାଲି ଚାଲାଣ କରୁଛନ୍ତି।…
ତିରୁଅନନ୍ତପୁରମ୍ : କେରଳରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କମ୍ ପୁଲିସ୍ ଥାନା ନିକଟରେ ବିଫ୍ ତରକାରୀ ସହ ରୁଟିର ବିତରଣ କରିଛନ୍ତି । କେରଳ ପୁଲିସ୍ ତରଫରୁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ବିଫ୍କୁ ହଟାଇ ଦେବା ପରେ ଏହାକୁ ନେଇ ଅଭିନବ ପ୍ରତିବାଦ କରିଛି କେରଳ କଂଗ୍ରେସ । ରାଜ୍ୟରେ ପୁଲିସ୍ କ୍ୟାମ୍ପ୍ରେ ପ୍ରଶିକ୍ଷଣ ଆରମ୍ଭ ହେବା ପରେ ନୂଆ ମେନୁ ଜାରି କରାଯାଇଛି । ଜଣେ ପୋଲିସ୍ଅ ଧିକାରୀ ଅନୌପଚାରିକ ଭାବରେ କହିଛନ୍ତି ଯେ, ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ। କିନ୍ତୁ ଏହା ଉପରେ ପ୍ରତିବନ୍ଧକ ଲାଗିନାହିଁ କିମ୍ବା ଏହାକୁ ଖାଇ ପାରିବ ନାହିଁ ବୋଲି ମଧ୍ୟ କୌଣସି ଆଦେଶ ଜାରି ହୋଇନାହିଁ। ଏହି ଖାଦ୍ୟ ତାଲିକାକୁ ସରକାରୀ ହସ୍ପିଟାଲ୍ର ଡାୟେଟ୍ସିଆନ୍ ପ୍ରସ୍ତୁତି କରିଛନ୍ତି ବୋଲି ପୋଲିସ୍ କହିଥିଲା । ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ । ପୂର୍ବରୁ ପୋଲିସ ପ୍ରଶିକ୍ଷଣ କ୍ୟାମ୍ପ୍ ପାଇଁ ପ୍ରସ୍ତୁତ ମେନୁରେ…
ସମୀକ୍ଷା ବ୍ୟୁରୋ ଉଦଳା : ଘର ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶରତ ଥାନା ରୁଗୁଡି ଗାଁରେ ଏକ ଘର ଭିତରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରିଛି ପୋଲିସ୍ । ଘରୋଇ କଳିରୁ ଗତ ସୋମବାର ସ୍ବାମୀ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଶ୍ବଶୁର, ଶାଶୁ ଓ ସଉତୁଣୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି । ତେବେ ହତ୍ୟାକାରୀ ସ୍ବାମୀ ଜଣକ ଫେରାର୍ ରହିଥିବାର ପୋଲିସ୍ ସୂଚନା ଦେଇଛି।
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି । ଏହି ଆତଙ୍କବାଦୀମାନଙ୍କଠାରୁ ଗୋଟିଏ ଏକେ-୪୭, ଏକେ-୫୬ ଓ ହ୍ୟାଣ୍ଡ-ଗ୍ରେନେଡ ଜବତ ହୋଇଛି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ କଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନାର ସଂଯୁକ୍ତ ଟିମ ଏହି କାର୍ଯ୍ୟାନୁଷ୍ଠାନ କରିଥିବାର ଜଣାପଡ଼ିଛି । ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିଥିଲେ । ଏହା ପରେ ଏନକାଉଣ୍ଟର ହୋଇଥିଲା । ତେବେ ନିହିତ ହୋଇଥିବା ଆତଙ୍କବାଦୀମାନେ ଅନସାର ଗାଜଓ୍ବା ଉଲ୍ ହିନ୍ଦ୍ ସଙ୍ଗଠନର ବୋଲି ସୂଚନା ରହିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ଆରମ୍ଭ ହେଉଛି। ଛାତ୍ର ଜୀବନର ପ୍ରଥମ ବଡ଼ ସୋପାନ ହେଉଛି ମାଟ୍ରିକ୍ । ଆଜି ପୂର୍ବାହ୍ନ 10ଟାରୁ ଅପରାହ୍ନ ସାଢ଼େ 12ଟା ଯାଏଁ ଏହି ପରୀକ୍ଷା ହେବ। ପିଲାମାନେ ସକାଳ 9ଟା 30ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। 9ଟା 45ରେ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ଅବ୍ଜେଟିକ୍ ପ୍ରଶ୍ନର ଉତ୍ତର 11ଟା ମଧ୍ୟରେ ଶେଷ କରିବାକୁ ହେବ। ଏହା ପରେ ଦୀର୍ଘ ଉତ୍ତର ପାଇଁ ପିଲାମାନେ 11ଟାରୁ ସାଢ଼େ 12ଟା ଯାଏଁ ଦେଢ଼ ଘଣ୍ଟା ଯାଏଁ ଲେଖିପାରିବେ। ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆଜି ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ, ଚଳିତବର୍ଷ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ସହୁଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡ଼ର କୌଣସି ସୁବିଧା କରାଯାଇନାହିଁ । ପୁଣି ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷର କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହୋଇ ଚାଷୀ ଚାଷ କାମ ଛାଡ଼ି ପେଟପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳସେଚନର ସୁବିଧା ନାହିଁ କି ମାର୍କେଟିଂର ସୁବିଧା ନାହିଁ। କେବଳ କାଳିଆ/ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଚାଷୀଙ୍କ ପ୍ରକୃତ ବିକାଶ ପ୍ରତି…
କେଦାର ମିଶ୍ର ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ପ୍ରଥମଟି ହେଲା ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ଲୋକଙ୍କୁ ବିଜୁଳି,ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ମାଗଣାରେ ବା ଶସ୍ତାରେ ଦେଇ ପାରିବାର ସଫଳତା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାମକୁ ପ୍ରଶଂସା କରିବାକୁ ତାଙ୍କର ଶତ୍ରୁ ମଧ୍ୟ ବାଧ୍ୟ ହେବେ। ତେବେ ମାଗଣା ବା ଶସ୍ତା ବିଜୁଳି-ପାଣିକୁ “ମାଗଣାଖିଆ କାରବାର” (ଇଂରାଜୀରେ ଫ୍ରିବି) ବୋଲି କେହି କେହି କହୁଛନ୍ତି। ତେବେ ସରକାର ଏଠି କାହା ବୋପାର ସମ୍ପତ୍ତି ନୁହଁ ଯେ ସେ ମାଗଣାରେ କିଛି ବାଣ୍ଟୁଛନ୍ତି। ଗୋଟେ ଜନକଲ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ଵ ହେଉଛି, ଲୋକଙ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଧ୍ୟାପକଙ୍କ ଉପରେ ଅଙ୍କୁଶ ଲଗାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷକୁ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ନୋ ଓ୍ବାର୍କ ନୋ ପେ’ ଲାଗୁ ହେବ ବୋଲି ସୂଚନା ରହିଛି। କେବଳ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅଧ୍ୟାପକ ଛୁଟି ନେଇ ପାରିବେ। ଛୁଟି ନେଇ ରାଲି, ଧାରଣା, ହରତାଳରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ରହିଛି। ନିୟମରେ ଖିଲାପ କଲେ ଏଥିପାଇଁ କଡା ଦଣ୍ଡ ମିଳିବ। ଯଦି ଜଣେ ସରକାରୀ ଅଧ୍ୟାପକ ହୋଇଥିବେ, ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ। ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର କରାଯିବ…
ରଞ୍ଜିତ୍ ପଣ୍ଡା ପାରାଦୀପ : ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସଶକ୍ତିକରଣ କରି ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖି ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ତରଫରୁ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ ଜେଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ୍ରେ ନୂଆଗାଁଠାରେ ଜେଏସ୍ଡବ୍ଲ୍ୟୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 35 ବର୍ଷ ମହିଳା ଓ ଯୁବତୀମାନଙ୍କୁ ନେଇ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା…
କନ୍ଦର୍ପ ବେହେରା ରେଢାଖୋଲ: କେନ୍ଦ୍ରସରକାରଙ୍କ ଅଧିନରେ ଥିବା ଡାକ ବିଭାଗ ହେଉଛି ଏକ ବିଶ୍ବାସନୀୟ ସଂସ୍ଥା। ଲୋକମାନେ ଏହି ବିଭାଗ ଉପରେ ଭରସା ଓ ବିଶ୍ବାସ କରନ୍ତି। ଗ୍ରାମାଂଚଳରେ ଲୋକମାନଙ୍କ ପାଖକୁ ଚିଠି ପହଂଚାଇବାରେ ପୋଷ୍ଟମେନ୍ ଭୂମିକା ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ଏବେ ଗ୍ରାମାଂଚଳ ଡାକ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି। ଲୋକମାନେ ଏହାର ସୁବିଧା ପାଇବା ତ ଦୂରର କଥା, ଡାକଘର ଖୋଲା ରହୁଛି କି ନାହିଁ, ତାହା ଏବେ ଏକ ବଡ ପ୍ରଶ୍ନ ପାଲଟିଛି। ରେଢାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକ୍ ଓ ରେଢାଖୋଲ ବ୍ଲକରେ ଥିବା ୨୮ ଟି ପଂଚାୟତରେ ଶାଖା ଡାକ ଘର ରହିଛି। ଏହି ଡାକ ଘରେ ଜଣେ ଜଣେ ପୋଷ୍ଟ ମାଷ୍ଟର ମଧ୍ୟ କାମ କରୁଛନ୍ତି। ଲୋକମାନଙ୍କ ପାଖରେ ଚିଠି ପହଂଚାଇବା ପାଇଁ ମଧ୍ୟ ପୋଷ୍ଟ ପିଅନ୍ କାମ କରନ୍ତି। କିନ୍ତୁ ପୋଷ୍ଟମାଷ୍ଟର ମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁ ଡାକ ଘର…
କନ୍ଦର୍ପ ବେହେରା ରେଢାଖୋଲ : କିସିଣ୍ଡା ଥାନା ମହୁକୁଦ ଗ୍ରାମରେ ଜନୈକା ମହିଳା ଉପରେ ଇଲେକ୍ଟ୍ରି ଖୁମ୍ବ ପଡିଯିବାରୁ ମହିଳାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ବଳମ୍ ପଞ୍ଚାୟତର ମହୁକୁଦ ଗ୍ରାମରେ ପ୍ରହ୍ଲାଦ ସାହୁଙ୍କ ପୁଅ ଘର ତିଆରି କରୁଥିଲେ। ହେଲେ ଘର ପାଖରେ ଏକ ଗଛ ଥିବାରୁ ଘର ତିଆରିରେ ଅସୁବିଧା ହେବାରୁ ଗଛ କାଟିବାକୁ ଜନୈକ ଲୋକଙ୍କୁ ନିୟୋଜିତ କରିଥିଲେ। ପାଖରେ ଥିବା ଇଲେକ୍ଟ୍ରିଖୁମ୍ବଟି ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ମହିଳା ଜଣକ ତାଙ୍କ ଝିଅକୁ ଡାକିବାକୁ ଯିବା ସମୟରେ ଗଛଟି ଇଲେକ୍ଟ୍ରି ତାର ଉପରେ ପଡ଼ିଯାଇଥିଲା। ଫଳରେ ବିପଦ ସଂକୁଳ ଇଲେକ୍ଟ୍ରି ଖୁମ୍ବଟି ମହିଳାଙ୍କ ଉପରେ ପଡିଯାଇଥିବାବେଳେ ଦେହର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଡାକ୍ତରଖାନା ନିଆଯାଇଥିଲା, ତେବେ ଡାକ୍ତରଖାନା ଯିବା ବାଟରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ଇଲେକ୍ଟ୍ରି…
ରଞ୍ଜିତ୍ ପଣ୍ଡା ପାରାଦୀପ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ତେରବର୍ଷ ଧରି ଡେପୁଟେସନରେ ରହି ଜନୈକ ଶିକ୍ଷକ ନିଜକୁ ଜଣେ ଅଫିସର ବୋଲାଇ ସମଗ୍ର ଜିଲ୍ଲାରେ ହୁକୁମାତି ଚଳାଇଥିବା ଜଣାପଡିଛି। ଶିକ୍ଷାଧିକାରୀଙ୍କ ମୁଣ୍ଡରେ ଅଠାବୋଳି ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ ଚଳାଇ ସମଗ୍ର ଶିକ୍ଷାବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି। ଶାସକ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ଏହି କରିତ୍କର୍ମା ଜଣଙ୍କ ନହେଲା କାମକୁ କରୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରୁନାହାଁନ୍ତି। ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନା ଓ ତାଲିମ କାର୍ଯ୍ୟକ୍ରମରେ ଅଫିସରଙ୍କୁ ପଛରେ ପକାଇ ଷ୍ଟେଜରେ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠାରୁ ଉପକରଣ ଯୋଗାଣ ସବୁଥିରେ କରିତକର୍ମା ହୁକୁମାତି କରିଆସୁଛନ୍ତି। ଯେତେ ଅଧିକାରୀ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଢେଙ୍କାନାଳଠାରୁ ପ୍ରାୟ ପାଞ୍ଚ ଶହ ଯାତ୍ରୀ ସେମାନଙ୍କର ଦାବି ପାଇଁ ରାଲିରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ଦଳରେ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟ୍ରେନ ଟିକେଟ କ୍ରୟ କରି ପୁରୀ-ଅନୁଗୁଳ ମେମୁ ଟ୍ରେନ ଦ୍ୱାରା ଫେରିବା ପାଇଁ ଭୁବନେଶ୍ୱର ଷ୍ଟେସନ ଠାରେ ପହଁଚିଲା ପରେ ମାତ୍ରାଧିକ ଯାତ୍ରୀ ଭିଡକୁ ଦେଖି ଭୁବନେଶ୍ୱର ଷ୍ଟେସନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ ଯଦି ଟ୍ରେନ ତା ଧାର୍ଯ୍ୟ ସମୟ ଠାରୁ ଆଉ କିଛି ସମୟ ରହିଯାଇପାରିବ ତାହେଲେ ସେମାନଙ୍କ ସାଥିରେ ଆସିଥିବା ସମସ୍ତ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରିପାରିବେ ନଚେତ କିଛି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ଏହି ରାଲିରେ ପ୍ରାୟ ଆଦିବାସୀ ଅଞ୍ଚଳର ଯାତ୍ରୀମାନେ ଥିଲେ ଯେଉଁ ମାନେ କି ଭୁବନେଶ୍ୱରଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟିକେଟ କ୍ରୟକରିଥିଲେ । ଏଠାରେ ଦର୍ଶାଯାଉଅଛି ଯେ ରାଲି ମାନଙ୍କରେ ଯୋଗଦେବାକୁ…
ସମୀକ୍ଷା ବ୍ୟୁରୋ କଟକ: ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୬୦ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି। ଦିନ ୧୦ ଟାରୁ ପରୀକ୍ଷା ଆରମ୍ଭ ହେବ, ହେଲେ ଏହା ପୂର୍ବରୁ ଅର୍ଥାତ ସକାଳ୯ ଟାରେ ପରୀକ୍ଷା କେନ୍ଦ୍ର ଗେଟ ଖୋଲାଯିବ। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ଏହାପରେ ୯ଟା ୨୦ ମିନିଟରେ ପରୀକ୍ଷା ହଲର ଦ୍ବାର ଖୋଲାଯିବ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ସ୍ଥାନରେ ବସିବାକୁ ସୁଯୋଗ ମିଳିବ। ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ ମଧ୍ୟରେ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତାର ପ୍ରଥମ ସିଲ ଖୋଲାଯିବ। ଏହାପରେ ଏଗୁଡିକ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପରୀକ୍ଷା…

