ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଛି । ଦିନ 11ଟା 30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଛି । ଆଜି ଗୋଳନ୍ଥରା ବସ୍ ଟ୍ରାଜେଡି ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ସୂଚନାଯୋଗ୍ୟ, ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ଦୁଇଟି ପର୍ଯ୍ୟାୟରେ ବିଧାନସଭା ଚାଲିବ । ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଗତକାଲିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି ।
Author: Samikhsya Bureau
ଚୀନ୍ : ଚୀନରେ କରୋନା ଭାଇରସ୍ ବେଶ୍ ଭୟାନକ ରୂପ ଧାରଣ କରିଛି। ଏହି ରୋଗରେ ମୃତକଙ୍କ ସଂଖ୍ୟା 15ଶହ ଟପିଯାଇଛି। ଶୁକ୍ରବାର ଦିନ ଏହି ରୋଗରେ ଚୀନ୍ରେ 143ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ 2420 ଜଣଙ୍କଠାରେ ଦେଖିବାକୁ ମିଳିଛି। ଚୀନର ନ୍ୟାସନାଲ ହେଲଥ କମିଶନର ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ହୁବେଇ ରାଜ୍ୟରେ ଏହି ରୋଗରେ 139 ଜଣଙ୍କର ମୃତ୍ୟୁ ହୋଇଛି। ଚୀନରେ ଏବେ କରୋନା ଭାଇରସ ଯୋଗୁଁ 65 ହଜାର 535 ଜଣ ଲୋକ ଅସୁସ୍ଥ ଅଛନ୍ତି। ଚୀନ୍ର ବୁହାନ୍ରେ ନବନିର୍ମିତ ହସ୍ପିଟାଲ୍ରେ କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାରରେ ପହଞ୍ଚିଛି। କରୋନା ଭାଇରସ୍ ପାଇଁ ଭାରତ ପକ୍ଷରୁ ମଧ୍ୟ ଆଡ୍ଭାଇଜାରୀ ଜାରି କରିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ନୂଆପଡା : ନୂଆପଡା ଜିଲ୍ଲା କୋମନାରେ ଏକ ଅଭାବନୀୟ ଘଟଣା ଘଟିଛି । ବଡଭାଇଙ୍କୁ ଟାଙ୍ଗିଆରେ ହାଣିଛି ସାନଭାଇ । ପାରିବାରିକ କଳହ ପାଇଁ ଏପରି ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି । ବାପାଙ୍କ ଏତଲା ଭିତ୍ତିରେ ଅଭିଯୁକ୍ତ ସାନ ଭାଇଙ୍କୁ ଥାନାରେ ଅଟକ ରଖାଯାଇଛି । ଘରୋଇ କହଳ କାରଣରୁ ବହୁମୂଲ୍ୟ ଦେବାକୁ ପଡିଛି । ସାନଭାଇ ରାଗରେ ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା କରିଛି ।
କେଦାର ମିଶ୍ର ବର୍ତ୍ତମାନ ସମୟରେ ଇତିହାସକୁ ନେଇ ଚର୍ଚ୍ଚା କରିବା ନୂଆ ରାଜନୈତିକ ଫେସନ ପାଲଟିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏକ ସହଜ ସମାଲୋଚନାର ପାତ୍ର। ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବାକୁ ହେଉ ବା ପୁରୁଣା ଇତିହାସକୁ ନେଇ ବିଭ୍ରାନ୍ତି ସୃଷ୍ଟି ପାଇଁ ହେଉ, ବିଜେପିର କିଛି ନେତା ମଝିରେ ମଝିରେ ନେହେରୁଙ୍କୁ ଗାଳି କରିବାକୁ ନିଜର ଧର୍ମ ବୋଲି ଭାବି ନେଇଥାନ୍ତି। ସେଇ ତାଲିକାରେ ଏବେ ନିଜର ନାଁ ଲେଖାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ୨୦୧୯ ନିର୍ବାଚନ ପୂର୍ବରୁ ଜୟଶଙ୍କର ରାଜନେତା ନଥିଲେ, ଆଜି ବି ନାହାନ୍ତି। ଜଣେ କୂଟନୀତିଜ୍ଞ ଭାବରେ ଜୟଶଙ୍କରଙ୍କୁ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ ମନ୍ତ୍ରୀମଣ୍ଡଳରେ ନେବା ପଛରେ ହୁଏତ ଏଇ ଉଦ୍ଦେଶ୍ୟ ଥିଲା ଯେ, ଦେଶର ବୈଦେଶିକ ନୀତିରେ ଜଣେ ପେଷାଦାର କୂଟନୀତିଜ୍ଞଙ୍କର ଯୋଗଦାନ ପୃଥିବୀରେ ଭାରତର ଛବି…
ରମେଶ ମହାନ୍ତି ଜଗତସିଂହପୁର : ସୈନ୍ୟ ବିଭାଗରେ ଭର୍ତ୍ତି ନିମନ୍ତେ ଆସନ୍ତା ଏପ୍ରିଲ୦୫-୨୦୨୦ରୁ ଏପ୍ରିଲ ୧୬-୨୦୨୦ରିଖ ପର୍ଯ୍ୟନ୍ତ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ଠାରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ ବୋଲି ନିଯୁକ୍ତି ନିର୍ଦ୍ଦେଶକ, ସୈନ୍ୟ ବିଭାଗ, ନିଯୁକ୍ତି କାର୍ଯ୍ୟାଳୟ, କଟକ ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ରାଲିରେ କଟକ, କେନ୍ଦ୍ରାଚଂଳ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଛୁକ ପ୍ରାର୍ଥୀମାନେ ଫେବୃୟାରୀ୦୮ ତାରିଖରୁ ମାର୍ଚ୍ଚ ୨୩,୨୦୨୦ ମଧ୍ୟରେ ଓ୍ବେବ୍ସାଇଟ୍ www.joinindianarmy.nic.in ମାଧ୍ୟମରେ ନାମ ପଂଜିକରଣ କରିପାରିବେ। ଭାରତୀୟ ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଏ। କୌଣସି ଦଲାଲ୍ କିମ୍ବା ଅସାମାଜିକ ବ୍ୟକ୍ତିଙ୍କଠାରୁ ସାବଧାନ ରହିବାକୁ ନିର୍ଦ୍ଦେଶକ, ସୈନ୍ୟବାହିନୀ ନିଯୁକ୍ତି କାର୍ଯ୍ୟାଳୟ ଜଣାଇଛନ୍ତି। କେନ୍ଦ୍ରାଚଂଳ ରାଜସ୍ୱ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ସୋଲଜର କ୍ଲର୍କ, ଷ୍ଟୋରକିପର ଟେକ୍ନିକାଲ, ଇନ୍ଭେଣ୍ଟ୍ରିମ୍ୟାନେଜ୍ମେଣ୍ଟ, ନର୍ସିଂ ଆସିଷ୍ଟାଣ୍ଟ ଭେଟେନାରୀ, ସୋଲ୍ଜର ଟ୍ରେଡସ୍ମ୍ୟାନ,ସୋଲଜର ଜେନେରାଲ ଡ୍ୟୁଟି ବିଭାଗରେ ନିଯୁକ୍ତି ନିମନ୍ତେ ଆବେଦନ କରିପାରିବେ। ନିଯୁକ୍ତି ପଦ୍ଧତି ସଂପୂର୍ଣ୍ଣ ସ୍ୱଛ,…
ସୋର : ସୋରର ବହନାଗା ବ୍ଲକ୍ ସାଙ୍ଗରପୁର ଅଞ୍ଚଳରେ ଜଣେ ବର ଶିଶୁପାଳ ହୋଇ ଫେରିଛି । କନ୍ୟା ନାବାଳିକା ଥିବାରୁ ବର ଶିଶୁପାଳ ହୋଇ ଫେରିଲେ । କନ୍ୟା ନାବାଳିକା ଥିବାରୁ ଚାଇଲ୍ଡ ଲାଇନ୍ ଏହି ବାହାଘରକୁ ବନ୍ଦ କରିଛି । ବାଣ ରୋଷଣୀ ସହ ପ୍ରୋସେସନ୍ରେ ଆସିଥିବା ବର ସହ ବରଯାତ୍ରୀ ବିବାହ ନ କରି ଫେରିଯାଇଛନ୍ତି । ଆଜି ବି କିଛି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳୁଛି । ଚଳିତ ବଜେଟ୍ରେ ମାତୃ ମୃତ୍ୟୁହାର କମାଇବା ନେଇ ମହିଳାଙ୍କ ବିବାହ ବୟସ ସ୍ଥିର ହେବାକୁ ରହିଛି । ସର୍ବନିମ୍ନ ବୟସ 21 ବର୍ଷ କରାଯିବାକୁ ନେଇ ଯୋଜନା ରହିଥିବାବେଳେ ଅନେକ ଜାଗାରେ ବାଲ୍ୟ ବିବାହ ପରି ଘଟଣା ଦେଖିବାକୁ ମିଳୁଛି ।
ଭୁବନେଶ୍ବର : ଆରମ୍ଭ ହୋଇଗଲା ପରୀକ୍ଷା ଋତୁ। ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ସିବିଏସଇ ଦଶମ ପରୀକ୍ଷା ୧୫ ଫେବ୍ରୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 18 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ 12ଲକ୍ଷ ପିଲା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବେ। ପ୍ରାୟ 10 ହଜାର ସେଣ୍ଟରରେ 30 ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ସୂଚନା ରହିଛି। ସେହିପରି ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ମାଟ୍ରିକ୍ ପରୀକ୍ଷା ଚଳିତ ମାସ 19 ତାରିଖରୁ ଆରମ୍ଭ ହେବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି ୩୦ ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ ୧ ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତା ବିଶିଷ୍ଟ ପଂଚ ଲୌହ ପ୍ରତିମାର ଅନାବରଣ କରିବେ । ଏହି ନେତାଙ୍କର ଏହା ହେଉଛି ଦେଶର ସର୍ବୋଚ୍ଚ ପ୍ରତିମୂର୍ତି । ଗତ ଏକ ବର୍ଷ ଧରି ୨୦୦ରୁ ଊର୍ଦ୍ଧ୍ୱ କାରିଗର ଦିନରାତି କାମ କରିବା ପରେ ଏହି ପ୍ରତିମୂର୍ତି ନିର୍ମାଣ କରିଛନ୍ତି…
ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ । ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ବିଷୟରେ ଅବଗତ କରାଇବା ନିମନ୍ତେ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ବୀର ସରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନରେ ୧୪ ଫେବୃୟାରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’ । ଏତଦ୍ ବ୍ୟତୀତ ସଂସ୍ଥାନ ଦ୍ୱାରା ୧୪ ଏବଂ ୧୫ ଫେବୃୟାରୀକୁ ‘ଆତିଥ୍ୟି ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତାର ଆହ୍ୱାନ’ ବିଷୟବସ୍ତୁ ଉପରେ…
ଭୁବନେଶ୍ୱର, ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ନୃତ୍ୟ, ଗୀତ, ସଂଳାପ, ଅଭିନୟର ମାହୋଲ ଦର୍ଶକମାନଙ୍କୁ ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଉଥିଲା । ଉଦ୍ଯାପନ ଉତ୍ସବରେ ଆମେରିକା ଗ୍ରୀନ୍ ବ୍ଲୁ ଫ୍ୟାମିଲ୍ର ଅଧ୍ୟକ୍ଷା ସେନ୍ସା, ୱି ଫର୍ ଗ୍ରୀନ୍ ବ୍ଲୁ ଅନୁଷ୍ଠାନର ସେକ୍ରେଟାରୀ ଜେନେରାଲ ନେସେରିନ୍, ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଶଶାଙ୍କ ଚୁଡ଼ାମଣି, ଚିନ୍ତା ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାସ, ପ୍ରଫେସର ଡଃ ଅଜୟ ସ୍ୱାଇଁ, ଡଃ ଜଗମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସନତ ଦାସ…
ଭୁବନେଶ୍ୱର, ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ ଅବସରରେ ରେ , ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଟଙ୍କପାଣି ରୋଡ଼ସ୍ଥିତ ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଆଶ୍ରମରେ ପ୍ରେମ ଦିବସକୁ ନିରାଡ଼ମ୍ବର ସହକାରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି।ଓଡ଼ିଆ ଚଳଚ୍ଚିତ୍ର ମିଠାକଥାର ଅଭିନେତ୍ରୀ ଅଙ୍କିତା ଦାସ ସହ ଚଳଚିତ୍ର ସଂଯୋଜକ ପ୍ରଣୟ ଜେଠି, ସମାଜସେବୀ ରଶ୍ମି ମହାପାତ୍ର,ମିଲି ପଣ୍ଡା,ଅମିତା ବିଶ୍ୱାଳ,ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଯୋଗଦେଇ ଆଶ୍ରମରେ ଥିବା ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ। ସେମାନଙ୍କୁ ମିଠା,ଫଳ ଖୁଆଇ ସେମାନଙ୍କ ଦୁଃଖ କଷ୍ଟ କୁ ଦୂର କରିବାକୁ ଚେଷ୍ଟା କରିଥିଲେ।ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ଦମ୍ପତି ତାଙ୍କ ପୁଅର ଜନ୍ମଦିକକୁ…
ଭୁବନେଶ୍ୱର, ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୬ତମ ଜନ୍ମଦିବସ ପାଳନ କରାଯାଇଛି। ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ସ୍ମୃତି କମିଟି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ଲୁଲୁ ମହାପାତ୍ର ମରି ନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି । ତାଙ୍କ ଛାତ୍ର ଜୀବନ କାଳରେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁୁୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି । ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ଉଦ୍ଘାଟକ ଭାବେ ତାଙ୍କର ସୁପୁତ୍ରୀ ସୁଶ୍ରୀ ଉପାସନା ମହାପାତ୍ର ଉଦ୍ଘାଟନ କରି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟମାନଙ୍କ ଅତିଥି ମାନଙ୍କ ମଧ୍ୟରେ ବିଧାୟକ…
ଭୁବନେଶ୍ବର : ଜେଲ ଗଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ । 2016ରେ ଡବଲ୍ ମର୍ଡର କେସ୍ ମାମଲାରେ ରାୟଗଡା ପୋଲିସ୍ ତାଙ୍କୁ ଗିରଫ କରିଛି । 2016 ମସିହା ମେ’ 5 ତାରିଖରେ ଅନୁପ ସାଏ ମାଅ ଓ ଝିଅଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଏସ୍ପି।ମୃତକଙ୍କ ପରିଚୟ ଲୁଚାଇବାକୁ ଉଭୟ ମାଆ, ଝିଅଙ୍କ ମରଶରୀରରେ ଗାଡି ଚଢାଇ ଦେଇଥିଲେ । 6ଟି ରାଜ୍ୟରେ ସାତ ଶହ ଲୋକଙ୍କୁ ଜେରା କରିବା ପରେ ଏହି ଘଟଣାର ସତ୍ୟାସତ୍ୟା ସାମ୍ନାକୁ ଆସିଛି । ମୃତ କଳ୍ପନା ଦାସଙ୍କ ସହିତ ସମ୍ପର୍କରେ ରହିଥିଲେ ବି ବିବାହ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ବିବାହ ସହିତ ସମ୍ପତ୍ତିରେ ଭାଗ ମାଗିବାରୁ ରାସ୍ତାରୁ କଳ୍ପନାକୁ ହଟାଇଥିଲେ ଅନୁପ ସାଏ । ତେବେ ହତ୍ୟାକାଣ୍ଡ କରିଥିବାର ସ୍ବୀକାର କରିଛନ୍ତି ଅନୁପ ସାଏ ।…
ଭୁବନେଶ୍ୱର, ଶାଢୀ ମଧ୍ୟରେ ପିତଳ ସୁତା ଶାଢୀ ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ। ପିତଳ ଶାଢୀର ଗଠନ ଓ ପରିପାଟୀ ଅତି କମନୀୟ। ଏହା ଆଧୁନିକ ପରିପାଟୀର ବସ୍ତ୍ର ରୂପେ ମହିଳମାନଙ୍କ ମଧ୍ୟରେ ଅତି ଆଦୃତ । ଏହି ଶାଢୀକୁ ଗଞ୍ଜାମ ଜିଲ୍ଲାର ପିତଳ ଗ୍ରାମରେ ବସବାସ କରୁଥିବା ରଙ୍ଗଣୀ ଓ ଡେରା ସମ୍ପ୍ରଦାୟର ବୁଣାକାରମାନେ ପ୍ରସ୍ତୁତ କରନ୍ତି । ଏହି ଗ୍ରାମର ନାମ ଅନୁଯାଇ ଏହି ଶାଢୀର ନାମକରଣ ପିତ୍ତଳ ଶାଢୀ କରାଯାଇଛି । ଏହି ପିତଳ ଶାଢୀରେ ଆଧୁନିକତାର ଛାପ ଓ ଆକର୍ଷଣୀୟ ରଙ୍ଗ ହୋଇଥିବାରୁ ଏହା ରାଜ୍ୟ ତଥା ରାଜ୍ୟ ବାହାରେ ବହୁଳ ମାତ୍ରାରେ ବିକ୍ରି ହେଉଅଛି। ସେହି ପିତ୍ତଳ ଶାଢୀର ପ୍ରସାର ପାଇଁ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାରେ ଆଜି ପାଳନ ହୋଇଛି ପିତ୍ତଳ ଶାଢୀ ଦିବସ।ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ତରଫରୁ ଏହି ମେଳା ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏଥିରେ…
ଭୁବନେଶ୍ୱର: ତିନିଦଫା ଦାବି ନେଇ ଆମରଣ ଅନଶନ କରୁଥିବା ଆଶାୟୀ ଶିକ୍ଷକଙ୍କ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂଘର କାର୍ଯ୍ୟକତ୍ତ୍ରାମାନେ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ୧୨ ତାରିଖଠାରୁ ନଖାଇ ନ ପିଇ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ ଗତ ଡ଼ିସେମ୍ବର ୨୦୧୬ ମସିହାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିନାହିଁ। ରାଜ୍ୟରେ ପ୍ରାୟ ୬୦ ହଜାର ସିଟି. ବି.ଇଡ଼ି ତଥା ଓଟିଇଟି ପାସ୍ କରିଥିବା ଛାତ୍ରଛାତ୍ରୀ ଚାକିରି ଅପେକ୍ଷା କରି ଅଛନ୍ତି। ବିଭିନ୍ନ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୨୦ ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ସ୍କୁଲରେ ଶିକ୍ଷକ ଅଭାବରୁ ଅଭିଭାବକମାନେ ସେମାନଙ୍କୁ ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲକୁ ପଠାଉଛନ୍ତି। ରାଜ୍ୟ ସରକାର ପ୍ରାଇଭେଟ୍ ସ୍କୁଲ ପ୍ରତି ଅନୁକମ୍ପା ଦେଖାଇଛନ୍ତି। ଏପଟେ ରାଜ୍ୟରେ ବିନା ଏନ୍ଓସି ଏବଂ ସିଓଆର୍ରେ ହଜାର ହଜାର ପ୍ରାଇଭେଟ୍ ସ୍କୁଲ ଛତୁଫୁଟିଲା ଭଳି ଚାଲୁଛି। ତେଣୁ ରାଜ୍ୟସ୍ତରୀୟ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ…
ହେମାଙ୍ଗ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟ ମଧ୍ୟରେ ଜଣେ ଜଣାଶୁଣା ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ସହରରେ ପୋଲିସ୍ ବିଭାଗକୁ ଅଙ୍ଗୁଳି ଉଠିବା ସହ ପୋଲିସର ଗୋଇନ୍ଦା ବିଭାଗ ସଂପୂର୍ଣ୍ଣ ଫେଲ୍ ମାରିଥିବା ନେଇ ଚର୍ଚ୍ଚା ଚାଲିଛି। ଆତ୍ମହତ୍ୟା ଉଦ୍ୟମ ନେଇ ସହରରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଅତି ହାଲ୍କା ଭାବେ ନେବାକୁ ସହରର ବୁଦ୍ଧିଜୀବୀ ସହଜରେ ହଜମ କରିପାରୁନାହାନ୍ତି। ସୂଚନାଥାଉକି ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ତାଙ୍କ ପୁଅର ଗିରଫ ପରେ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ପୋଲିସ୍ ସବୁଜାଣି ମଧ୍ୟ ତାଙ୍କ ପୁଅ ବିରୋଧରେ ମାତ୍ରାଧିକ ପଦକ୍ଷେପ ନେଉଥିବା ଯୋଗୁଁ ସେ ସମସ୍ତଙ୍କ ପାଖରେ କାକୁତି ମିନତି ହେଉଥିଲେ। ଏହି ପରିପ୍ରେକ୍ଷୀରେ ଗତ ୧୧ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ସେ କରିଥିଲେ ଏବଂ ସେ କହିଥିଲେ ଯେ ମୋତେ ଯଦି ନ୍ୟାୟ ନ ମିଳେ ତେବେ ଏସ୍ପିଙ୍କ ଅଫିସରରେ ଆତ୍ମହୁତି ଦେବି।…
ବବୁଲୁ ସାହୁ କର୍ଲାମୁଣ୍ଡା: ପୁଲଓ୍ବାମା ଆକ୍ରମଣରେ ଶହୀଦ୍ ହୋଇଥିବା ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କର୍ଲାମୁଣ୍ଡାଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ୍ର ଯୁବଗୋଷ୍ଠୀଙ୍କ ସହାୟତାରେ କଳାହାଣ୍ଡିର ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ୍ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗତ ବର୍ଷ ଫେବୃଆରୀ ୧୪ ତାରିଖରେ ଫୁଲଓ୍ବାମାଠାରେ ୪୦ଜଣ ଯବାନ ଶହୀଦ ହୋଇଥିଲେ। ଶହୀଦ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସାରା ଭାରତ ବର୍ଷରେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଫେବୃଆରୀ ୧୪ ତାରିଖରେ ସାରା ଭାରତରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଉଥିବାବେଳେ ଯୁବପିଢିମାନେ ଶହୀଦ୍ଙ୍କ ସ୍ମୃତିଚାରଣ କରି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଫେବୃଆରୀ ୧୪ ତାରିଖ ଫୁଲ୍ଓ୍ବାମା ଶହୀଦ୍ଙ୍କ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏବିଭିପି ବାଣପୁର ତରଫରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଏବିଭିପି ବାଣପୁର ତରଫରୁ ଏହି ଫୁଲଓ୍ବାମା ଶହୀଦ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବାଣପୁର ମେଡ଼ିକାଲ୍ କଲେଜ ଛକରୁ ଏହା ଆରମ୍ଭ କରାଯାଇ ଭଗବତୀ ମନ୍ଦିରରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ବିକାଶ ସେଠୀ, ସହ ସମ୍ପାଦକ ବିବେକାନନ୍ଦ ଗଡନାୟକ, ନିରାକାରପୁର ନଗର ସମ୍ପାଦକ ସୁନୀଲ୍ ବାରିକ୍, ବାଣପୁର କଲେଜ ଯୁକ୍ତ ଦୁଇ କ୍ୟାମ୍ପସ୍ ୟୁନିଟି ସଭାପତି ପ୍ରିୟାଂଶୁ ପ୍ରଧାନ, ଆଦିତ୍ୟ, ଶିବ, ସୋମନାଥ, ବିଶ୍ଵଜିତ, ବଳରାମ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ରଞ୍ଜିତ୍ ପଣ୍ଡା ପାରାଦୀପ: ପାରାଦ୍ବୀପ ଗଡ ସ୍ଥିତ ଏସ୍.କେ ଏକାଡେମୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଷଷ୍ଠତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ସାହୁ ବିଦ୍ୟାଳୟର ପତାକା ଉତ୍ତୋଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଶ୍ବିନୀ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଭାଗିରଥୀ ସାହୁ, ସମ୍ମାନୀୟ ଅତିଥି ଭାବରେ ଦୁଷ୍ମନ୍ତ ମାଝୀ, ମଥୁରାନନ୍ଦ ପରିଡା, କୈଳାସ ସାହୁ, ବିଶ୍ବନାଥ ମହାପାତ୍ର, ଗୋଲାପରାଣୀ ସାହୁ, ନଗେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଲମ୍ପେୟାଡ୍ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ପ୍ରଭାତ ପ୍ରକାଶ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଝୁମା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ…
ହେମାଙ୍ଗ ରାଉଳ ଗଞ୍ଜାମ: ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ବରେ ଗତବର୍ଷ ଫୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍ ହୋଇଥିବା ଯବାନ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉ କି ଗତ ବର୍ଷ ଆଜିର ଦିନରେ ଜମ୍ମୁକାଶ୍ମୀରର ଫୁଲ୍ଓ୍ବାମାଠାରେ ଏକ ହୃଦୟବିଦାରକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆମ୍ଭର ପ୍ରାୟ ୪୦ ଜଣ ଯବାନ ଶହୀଦ୍ ହୋଇଥିଲେ। ଆଜି ଏହି ଘଟଣଶକୁ ଏକ ବର୍ଷ ପୂରଣ ହେବା ଅବସରରେ ଶହୀଦ୍ ଯବାନମାନଙ୍କୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଯୁବମୋର୍ଚ୍ଚା କର୍ମୀମାନେ ସ୍ଥାନୀୟ ଗାନ୍ଧିନଗର ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମଲିଙ୍ଗମ ଟ୍ୟାଙ୍କ୍ ରୋଡସ୍ଥିତ ହନୁମାନ ପ୍ରତିମାଠାରେ ଏକତ୍ରିତ ହୋଇଥିଲେ। ’ବୀର ଯବାନ ଅମର ରହେ’ ନାରାରେ ପୂରା ସ୍ଥାନ ପ୍ରକମ୍ପିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ…
Mumbai: A model walks the ramp for fashion designer House of Three X Tantajo on Day 2 of the Lakme Fashion Week (LFW) Summer/Resort 2020, in Mumbai on Feb 13, 2020. (Photo: IANS)

