Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ବ୍ରହ୍ମପୁରରେ 11 କେଭି ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀ ମୃତାହତ ଘଟଣାକୁ ନେଇ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ବସ୍‌ ଟ୍ରାଜେଡିା ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି, କମିଟି ଏନେଇ ରିପୋର୍ଟ ଦେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠିତ ହୋଇଛି । ଆଜି ଏନେଇ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । କିପରି ଓ କାହିଁକି ଦୁର୍ଘଟଣା ହେଲା ସେ ନେଇ ଆଲୋଚନା ହେବା ସହିତ ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଉପରେ ବି ଆଲୋଚନା କରାଯାଉଛି ।

Read More

ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଯୁଜୁରାଙ୍ଗ ମା ବୀଣାପାଣି ସାସ୍କୃତିକ ଅନୁଷ୍ଠାନର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି କୁଳମଣି ସିଂହ ଓ ଉମାଶଙ୍କର  ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସନ୍ତୋଷ ଶତପଥୀ ଓ ପ୍ରଫେସର ପ୍ରବୀଣ କୁମାର ମହାନ୍ତି, ପୂର୍ବ ଅଧ୍ୟକ୍ଷ ମୋହନଲାଲ୍‌ ଅଗ୍ରଓ୍ବାଲ ଓ ଅନିରୁଦ୍ଧ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ଚନ୍ଦ୍ରକାନ୍ତି ଓ ସୁନନ୍ଦ ସଂଗୀତ ଗାନ କରିଥିଲେ ।  ଏହି ଅବସରରେ ଉମାଶଙ୍କର ଗଳ୍ପରତନ ସମ୍ମାନ ଓ ନରୋତ୍ତମ ପାତ୍ରଙ୍କୁ ସମାପିତ ସାହିତ୍ୟ ସୃଷ୍ଟି ଓ ଗୀତାଞ୍ଜଳି ମହାନ୍ତି କବି ସମ୍ମାନ, ବ୍ୟଙ୍ଗ କଳାକାର ଓମ୍‌ ପ୍ରକାଶ ମାଝୀଙ୍କୁ ବ୍ୟଙ୍ଗ ସମ୍ମାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁଜୁରାଙ୍ଗ ମା’ ବୀଣାପାଣି ସାଂସ୍କୃତି ଅନୁଷ୍ଠାନ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Read More

ରମେଶ ମହାନ୍ତି ଜଗତସିଂହପୁର: ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି। ଦୋକାନୀଙ୍କ ଟାର୍ଗେଟ୍ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ କର୍ମଚାରୀ ଦୋକାନୀଙ୍କ ପ୍ରତିନିଧି ସାଜି କାର୍ଯ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଜଗତସିଂହପୁର ଅବକାରୀ ବିଭାଗ ସମୟେ ସମୟେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରି ବାହା ବାହା ନେଉଥିଲା ବେଳେ ତିର୍ତ୍ତୋଲ, ରାହାମା ଅଂଚଳରେ ଏକ ଚୋରା ମାଦକଦ୍ରବ୍ୟ କାରବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟିକରିଛି। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତା କଡରେ ଥିବା ତିର୍ତ୍ତୋଲ ବଜାର ଓ ରାହାମା ବଜାର ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳି ହୋଇଥିବାରୁ ଏହି ବଜାର ମଧ୍ୟରେ ଚୋରା ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ତିର୍ତ୍ତୋଲରେ ଅବକାରୀ ଅଫିସ୍ ଥିବା ସତ୍ତ୍ୱେ ନିକଟସ୍ଥ ତିର୍ତ୍ତୋଲ ବଜାରରେ ଏବେ ଦିନରାତି ବେଧଡକ ଭାବେ ଚାଲିଛି ଖୁଲମଖୁଲ୍ଲା ଚୋରା ମଦବ୍ୟବସାୟ। ସନ୍ଧ୍ୟା ହେବା କ୍ଷଣି ବଜାରରେ ଆରମ୍ଭ ହେଉଛି ମଦୁଆଙ୍କ ତାଣ୍ଡବ।…

Read More

ନୂଆଦିଲ୍ଲୀ :  ଅନୁସୂଚିତ ଜାତି ଏବଂ ଜନଜାତି ସଂଶୋଧନ ଆଇନ୍ -2018କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରକୁ ବଡ ଆଶ୍ବସ୍ତି ମିଳିଛି ।  ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ । ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ବିନୀତ ଶରଣ ଓ ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଦ୍ବାରା ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଏସ୍‌ସି-ଏସ୍‌ଟି ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକାକୁ ଖାରଜ କରିଛନ୍ତି । ଏବେ ଏସ୍‌ସି-ଏସ୍‌ଟି ସଂଶୋଧନ ଆଇନ୍‌ ଅନୁସାରେ ମାମଲା ରୁଜୁ ହେଲେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ । ମାମଲା ରୁଜୁ ହେବା ପୂର୍ବରୁ ପ୍ରାଥମିକ ଯାଞ୍ଚ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, 2018 ମସିହାରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି/ଜନଜାତି ଆଇନ  ଆଧାରରେ ତୁରନ୍ତ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ । (ଏଜେନ୍ସି)

Read More

ଲଣ୍ଡନ୍‌: ଓସ୍କାର ୨୦୨୦ରେ ଚଳିତ ବର୍ଷ ସାଉଥ କୋରିଆ ବାଜି ମାରିନେଇଛି। ପ୍ରଥମଥର ପାଇଁ ସାଉଥ୍‌ କୋରିଆନ୍‌ ଫିଲ୍ମ ଓସ୍କାର ପୁରସ୍କାର ହାତେଇଛି। ଫିଲ୍ମ ‘ପାରାସାଇଟ୍‌’କୁ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଛି। ଏହି ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅରିଜିନାଲ୍‌ ସ୍କ୍ରିନ୍‌ ପ୍ଲେ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍‌ରେ ମଧ୍ୟ ଶ୍ରେଷ୍ଠତା ବଜାୟ ରଖିଛି।   ସର୍ବମୋଟ ଫିଲ୍ମଟି ୪ଟି ପୁରସ୍କାର ହାତେଇଛି। ଫିଲ୍ମଟିରେ ଗରିବ ଓ ଧନୀ ମଧ୍ୟରେ ରହିଥିବା ପ୍ରଭେଦକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଫିଲ୍ମଟିରେ ରହିଥିବା ଟ୍ରାଜିକ୍‌ କମେଡିର ତଡ୍‌କା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ଚର୍ଚ୍ଚାରେ ବିଷୟ ହେଉଛି ଯେ, ପ୍ରଥମଥର ପାଇଁ ବିଦେଶୀ ମୂଳ ଭାଷାର ଫିଲ୍ମ ଓସ୍କାରରେ ସମ୍ମାନିତ ହୋଇଛି। ତେବେ ପାରାସାଇଟ୍‌ ପ୍ରଥମ ଏସିଆନ୍‌ ଫିଲ୍ମ, ଯାହା ଓସ୍କାର ସମ୍ମାନରେ ସମ୍ମାନିତ ହୋଇଛି। ସେହିପରି ଓସ୍କାର ଆଓ୍ବାର୍ଡରେ ଶ୍ରେଷ୍ଠ ଅଭିନେତା ଭାବେ ‘ଜୋକର୍‌’ର ଅଭିନେତା ଓ୍ବାକିନ୍‌ ଫିନିକ୍ସଙ୍କୁ…

Read More

ସମୀକ୍ଷା ବ୍ୟୁରୋ ଚାନ୍ଦବାଲି : ଚାନ୍ଦବାଲି ନିକଟରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଜଳି ଗଲା ବାଇକ୍‌ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଦାଦା-ପୁତୁରା, ସାମାନ୍ୟ ଆହତ ହୋଇଛନ୍ତି । ଧାମରା ଥାନା ଗୁଆଁଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟସ୍ଥ ବଜାରକୁ ଯାଉଥିବାବେଳେ ବିଦ୍ୟୁତ ଖୁଣ୍ଟରୁ ଛିଣ୍ଡି ପଡିଥିଲା ତାର । ଗତକାଲି ବ୍ରହ୍ମପୁରରେ ବସରେ ୧୧କେଭି ତାର ଲାଗି ବସ୍‌ଟି ଜଳିଯାଇଥିବାବେଳେ 10 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 35ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Read More

ଭୁବନେଶ୍ୱର, ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀମେଳା ଗତକାଲି ଶେଷ ହୋଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସୁରୁଖୁରୁରେ ମେଳା ଆୟୋଜନ ଲାଗି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ମେଳା ପରିସରରେ ଆୟୋଜିତ ହେଇଥିବା ଜାତୀୟ ଜନଜାତି ଖାଦ୍ୟ ମେଳା ଓ ଜନଜାତି କଳା ପ୍ରଦର୍ଶନକୁ ନେଇ ଶ୍ରୀମତୀ ଚୋପ୍ରା ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ମେଳାର କଳେବର ଯେଭଳି ଆହୁରି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ମେଳାର ଆୟୋଜକ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ଚଳିତବର୍ଷ ମେଳାର ସଫଳ ଆୟୋଜନ ଲାଗି ସମସ୍ତଙ୍କ ସହଯୋଗ…

Read More

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରବିବାର ଜଣେ 44 ବର୍ଷୀୟ ବ୍ୟକ୍ତି ନିଜ ପୁଅ ଝିଅଙ୍କୁ ହତ୍ୟଶ କରିବା ପରେ ନିଜେ ମେଟ୍ରୋ ଟେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଘରେ ସ୍ତ୍ରୀ ନଥିବାରୁ ସେ ବଞ୍ଚିଯାଇଛନ୍ତି । ତେବେ ବ୍ୟକ୍ତି ଜଣକ ବ୍ୟବସାୟ ଯୋଗୁଁ ମାନସିକ ଚାପରେ ରହୁଥିଲେ  । ଶେଷରେ ଏ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ଦୁଇ ନିରୀହଙ୍କ ଜୀବନ ନେବା ସହିତ ନିଜ ଜୀବନକୁ ଶେଷ କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାମ ହେଉଛି ମଧୁର ମଲାନି। ଦିଲ୍ଲୀ ଶାଲିମାର୍‌ ବାଗ ଅଞ୍ଚଳରେ ରହୁଥିଲେ । ମୃତ୍ୟୁବରଣ କରିଥିବା ଦୁଇ ଛୁଆଙ୍କ ମଧ୍ୟରେ 14 ବର୍ଷର ଝିଅ ସମୀକ୍ଷା ଓ 6 ବର୍ଷର ପୁଅ ଶ୍ରେୟାଂଶ ରହିଛନ୍ତି । ଦୁହିଁଙ୍କ ବେକ ଚିପି ହତ୍ୟା କରିଥିବାର ଜଣାପଡିଛି…

Read More

ସମୀକ୍ଷା ବ୍ୟୁରୋ ଉଦଳା : ଜଣେ ନବ ବିବାହିତାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ପିଟିପିଟି ହତ୍ୟା କରାଯାଇଥିବାର ସୂଚନା ମିଳିଛି । ସ୍ତ୍ରୀଙ୍କୁ ପିଟି ମାରିବା ଅଭିଯୋଗରେ ଅଭିଯୁକ୍ତକୁ ସ୍ବାମୀକୁ ଅଟକ ରଖାଯାଇଛି। ମାସେ ତଳେ  ଅଭିଯୁକ୍ତ ଜଣକ ଭଦ୍ରକ ରାଣିତାଲର ଜଣଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘରେ ପରେ ଲକ୍ଷେ ଟଙ୍କା ମାଗିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । କପ୍ତିପଦା ଥାନାରେ ଏତଲା ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି । ମୃତ୍ୟୁବରଣ କରିଥିବା ବିବାହିତା ଜଣକ ନାବାଳିକା ଥିବାର ସୂଚନା ମିଳିଛି ।

Read More

ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଛି । ଏଯାଏଁ 902 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ 2002 ଓ 2003ରେ ସାର୍ସ ସଂକ୍ରମଣ ଯୋଗୁଁ 774 ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 8096ଲୋକ ସଂକ୍ରମଣର ଶିକାର ହୋଇଥିଲେ । ସେହିଭଳି ସମଗ୍ର ଚୀନରେ କରୋନା ଭାଇରସ୍‌ରେ  40 ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । କରୋନା ଭାଇରସ ଏବେ 24 ଟି ଦେଶକୁ ବ୍ୟାପିଛି । ଏପରିକି କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ଏହି ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କ ମୃତ୍ୟୁ ଘଟିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ 9 ଜଣ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ହେଉଛନ୍ତି ବି ଏରେମା ରେଡ୍ଡୀ, ବି ଆଚିଆମ୍ମା ରେଡ୍ଡୀ, କେ ସଂଧ୍ୟା, କାମରାଜୁ ରେଡ୍ଡୀ, ବି ମୋହିନି, ବି ରାମେୟା, ସି,ଏଚ ତୁଳସୀ ଆମ୍ମା, ସନ୍ତୋଷୀନି ସାହୁ ଏବଂ ତନୟା ରେଡ୍ଡୀ । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆହତ ମାନଙ୍କୁ ମାଗଣା ଚିକିତ୍ସା ନେଇ ଘୋଷଣା କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଅବୈଧ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ରାଜ୍‌ ଠାକ୍‌ରେ ଏକ ମେଗା ରାଲି କରିଛନ୍ତି । ଏହା ସହିତ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆରକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି ରାଜ୍‌ ଠାକ୍‌ରେ । ଏହା ସହିତ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆରକୁ ନେଇ ବିରୋଧାଭାସ ପ୍ରଦର୍ଶନ କରୁଥିବା ସମ୍ପ୍ରଦାୟଙ୍କ ବିରୋଧରେ ଏଣିକି ରାଲି କରାଯିବ ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି । ଦେଶରେ ଦୁଇ କୋଟିରୁ ଅଧିକ ପାକିସ୍ତାନୀ ଏବଂ ବାଂଲାଦେଶୀ ନାଗରିକ ରହିଛନ୍ତି । ଏମାନଙ୍କୁ ଦେଶରୁ ବାହାର କରିବା ପାଇଁ ଏକ ମିଶନର ଆବଶ୍ୟକତା ରହିଛି ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି । ଖଣ୍ଡାର ଜବାବ ଖଣ୍ଡା ଏବଂ ପଥରର ଜବାବ ପଥରେ ଦିଆଯିବ । ତେଣୁ ଅବୈଧ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଦେଶର ମୁସଲମାନ ଯଦି ଶୋଭାଯାତ୍ରା ବାହାର କରିବେ ତେବେ ତା ବିରୋଧରେ ମଧ୍ୟ ଶୋଭାଯାତ୍ରା କରାଯିବ ବୋଲି ଏମ୍‌ଏନ୍‌ଏସ୍‌…

Read More

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ମତଦାନ ପ୍ରତିଶତ ଘୋଷଣା କରାଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଶ୍ନ ଉଠାଇବାରୁ ଶେଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରାଯାଇଛି । ରବିବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ 62.59 ପ୍ରତିଶତ ମତଦାନ ହୋଇଥିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2015 ବିଧାନସଭା ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିଲା । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Read More

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁ ସହାୟତା ପ୍ରଦାନ ପାଇଁ ଖେଳାଯାଇଥିବା କ୍ରିକେଟ୍‌ ମ୍ୟାଚ୍‌ରେ 7.7 ମିଲିୟନ୍‌ ଡଲାରର ଅର୍ଥରାଶି ସଂଗୃହୀତ ହୋଇଛି । ଏହି ମ୍ୟାଚ୍‌ ପାଇଁ ସଚିନ ତେନ୍ଦୁଲକର, ବ୍ରାୟାନ୍‌ ଲାରା, ଓ୍ବାସିମ୍‌ ଆକ୍ରମ୍‌, ରିକି ପଣ୍ଟିଂ, ଆଡାମ ଗିଲକ୍ରିଷ୍ଟ ଏବଂ ଯୁବରାଜ ସିଂଙ୍କ ପରି ଖେଳାଳି ଫେରିଥିଲେ । ଏହା ସହିତ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା ଦଳର କିଛି ସଦସ୍ୟ ମଧ୍ୟ ଏହି ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ ବ୍ୟତିତ ସଚିନ୍‌ ଅଷ୍ଟ୍ରେଲିଆ ମହିଳା ଦଳ ସହିତ ଏକ ମ୍ୟାଚ୍‌ ଖେଳିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ଓପ୍ନର ଯଶସ୍ବୀ ଜୟସ୍ବାଲ ଟୁର୍ଣ୍ଣାମେଣ୍ଟରେ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିବା ସହିତ 88 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ମାତ୍ର 177 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା। 9 ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିଲେ ମଧ୍ୟ ତିଲକ ବର୍ମା(38) ଜୟସ୍ବାଲଙ୍କ ସହିତ 94 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ତିଲକଙ୍କ ଓ୍ବିକେଟ୍‌ ପତନ ପରେ ଅଧିନାୟକ ପ୍ରିୟମ୍‌ ଗର୍ଗ(7) ଶସ୍ତାରେ ଆଉଟ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ୍‌(22)ଙ୍କ ସହିତ ଜୟସ୍ବାଲ 42 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ଜୟସ୍ବାଲଙ୍କ ଓ୍ବିକେଟ୍‌ର ପତନ ପରେ ଭାରତୀୟ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା। 156 ରନ୍‌ରେ ଚତୁର୍ଥ ଓ୍ବିକେଟ୍‌ ଭାବରେ ଜୟସ୍ବାଲ ଆଉଟ ହେବା ପରେ ପରବର୍ତ୍ତୀ…

Read More

ଲକ୍ଷ୍ନୌ : ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଗୋରଖପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗୀ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ରହିଥିବା ବିଭିନ୍ନ ବୈଷୟିକ କଲେଜରେ ଇଣ୍ଟର୍ନସିପ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ଏହି ବେତନ ପ୍ରଦାନ କରାଯିବ । ଏହି ଭତ୍ତାରୁ 1000 ଟଙ୍କା ରାଜ୍ୟ ସରକାର ଏବଂ 1500 ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହା ସହିତ ଆଗାମୀ ଦିନରେ ଉତ୍ତର ପ୍ରଦେଶ ପୋଲିସ୍‌ରେ 20 ପ୍ରତିଶତ ମହିଳାଙ୍କୁ ସାମିଲ କରାଯିବ ବୋଲି ଯୋଗୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More