Author: Samikhsya Bureau

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି 2008 ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା 14 ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନୀରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି । ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବେନଶ୍ବର :ଏୟାରଫିଲ୍‌ଡ଼ ଥାନା ଅଧିନସ୍ଥ ପାଞ୍ଚଗାଁ ଗ୍ରାମରେ ଜନୈକ ଦଳିତ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଦୁଇଜଣ ବିବାହିତ ଯୁବକ ସିଦ୍ଧେଶ୍ୱର ସାହୁ ଓ ବଗ ବେହେରା ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ, ଗତ ତା ୨୬.୦୧.୨୦୨୦ ରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ଉକ୍ତ ପୀଡ଼ିତା ଯେତେବେଳେ ବିଲରୁ ବେଣା କାଟି ଘରକୁ ଏକାକୀ ଫେରୁଥିବା ସମୟରେ ଉକ୍ତ ଯୁବକମାନେ ବଳପୂର୍ବକ ପୀଡ଼ିତାଙ୍କୁ ଟେକିନେଇ ଦୁଷ୍କର୍ମ କରିବା ସହିତ ତାଙ୍କୁ ମାରଧର ମଧ୍ୟ କରିଥିଲେ । କିନ୍ତୁ କୌଶଳକ୍ରମେ ପୀଡ଼ିତା ସେଠାରୁ ପଳାଇ ଆସି ତାର ଶାଶୁ, ଶଶୂରଙ୍କୁ ଜଣାଇବା ପରେ ସେମାନେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଏୟାରଫିଲ୍‌ଡ଼ ଥାନା କେସ୍ ନଂ-୧୧/୨୦ ୟୁ/ଏସ୍‌-୩୪୧/୩୨୩/୩୭୬ଡ଼ି/୩ ତଫସିଲଭୁକ୍ତ ଜାତି ଓ ଉପଜାତି ଦଫା ପିଓଏରେ ରୁଜୁ କରି ପୋଲିସ୍ ନୀରବଦ୍ରଷ୍ଟା ସାଜିଛି! ଯାହା ସ୍ଥାନୀୟ ଅଞ୍ଚଳରେ…

Read More

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ…

Read More

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍‌ ଫିନ୍‌ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍‌ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ଏପରିକି ରାଜ୍ୟରେ “5 ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତ୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ମିଥ୍ୟାବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନାନୂଯାୟୀ ଉକ୍ତ ପଞ୍ଚାୟତର 2ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର 27.01.2019ରେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର 4 ମାସ ପୂର୍ବରୁ 15.9.2018ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ 2000 ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସରେ ବିଲ୍ ହୋଇଛି…

Read More

ହାଇଦ୍ରାବାଦ : ସାଉଥ୍‌ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ବେଶ୍‌ ଜଣାଶୁଣା । କେବଳ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍‌ ରହିଛନ୍ତି । ବ୍ରହ୍ମାନନ୍ଦମ୍‌ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍‌ କରୁଛନ୍ତି । ହ୍ୟାଜ୍‌ଟ୍ୟାଗ୍‌ ବ୍ରହ୍ମାନନ୍ଦନମ୍‌ ଟ୍ରେଣ୍ଡ୍‌ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ବ୍ରହ୍ମାନନ୍ଦମ୍‌ଙ୍କୁ ସାଉଥ୍‌ରେ ସୁପରଷ୍ଟାର୍‌ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍‌, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍‌ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି ।  ସେ ପାଖାପାଖି 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ 1987ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍‌ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍‌…

Read More

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ବିନୟ ଦୟା ଯାଚିକା ଆବେଦନ କରିଥିବାରୁ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଯାଇଛି । ଅପରପକ୍ଷେ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଅକ୍ଷୟ ଠାକୁର୍‌ ମଧ୍ୟ ରାଜକ୍ଷମା ଆବେଦନ କରିଛନ୍ତି । ଗତ ସାତ ବର୍ଷ ଧରି ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ଲଢେଇ କରୁଥିବାବେଳେ ଦୋଷୀମାନେ ସବୁବେଳେ କିଛି ନା କିଛି ଚାଲ ପକାଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି । ତେବେ ନିର୍ଭୟା ଦୋଷୀଙ୍କୁ କେବେ ଦଣ୍ଡ ମିଳିବ, ତାହା ଏବେ ଚର୍ଚ୍ଚାର ବିଷୟ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍‌ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । 5ରୁ 7.5 ଲକ୍ଷକ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ 10 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 15 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 25 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 30 ପ୍ରତିଶତ ରହିଥିଲା । ସେହିପରି 15 ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି 30 ପ୍ରତିଶତ ଆୟକର ପ୍ରଦାନ…

Read More

ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍‌ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ ରହିଛି । ଯକ୍ଷ୍ମାମୁକ୍ତ ଭାରତ କରିବା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ପିପିପି ମଡେଲ୍‌ରେ ନୂତନ ହସ୍ପିଟାଲର ନିର୍ମାଣ ହେବ, ଦେଶରେ ଟିବି ହାରିବ, ଦେଶ ଜିତିବ ସ୍ଲୋଗାନକୁ ସଫଳ କରାଯିବ । 2025 ସୁଦ୍ଧା ଭରତକୁ ଟିବି ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ 6400 କୋଟି ଟଙ୍କାର ପ୍ରସ୍ତାବ ପିଏମ୍‌ ଜନଆରୋଗ୍ୟ ଯୋଜନା ଆଧାରରେ 20 ହଜାରରୁ ଅଧିକ ମେଡ଼ିକାଲ ଅନ୍ତର୍ଭୁକ୍ତ ହେବ । ଏହି ଯୋଜନାରେ ଆର୍ଟିଫିଶିଆଲ୍‌ ଇଣ୍ଟେଲିଜିୟନ୍ସର ବ୍ୟବହାର କରାଯିବ । ଇନ୍ଦ୍ରଧନୁ ଯୋଜନାକୁ ବିସ୍ତାରୀକରଣ କରାଯିବ । ଏଥିରେ ନୂତନ ଟୀକାକୁ…

Read More

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ…

Read More

ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍‌ କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ । ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ…

Read More

ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌ ଉପସ୍ଥାନ କରୁଛନ୍ତି ନିର୍ମଳା ସୀତାରମଣ । ଏହି ଅବସରରେ ଶିକ୍ଷା ପାଇଁ 99 ହଜାର 300 କୋଟିର ବ୍ୟୟ ବରାଦ ରଖାଯାଇଥିବାବେଳେ ଦେଶରେ ନୂତନ ଶିକ୍ଷା ନୀତି ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବହୁତ ଶୀଘ୍ର ନୂତନ ଶିକ୍ଷା ନୀତି ଆସିବ ଦେଶରେ ସାଇବର ଫୋରେନିକ୍‌ ଶିକ୍ଷା ପ୍ରତିଷ୍ଠାନ ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ହେବ ଅନ୍‌ଲାଇନ୍‌ ଡିଗ୍ରୀ ପୋଗ୍ରାମ୍‌ ଷ୍ଟଡି ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ପିପିପି ମୋଡରେ ମେଡିକାଲ କଲେଜରେ ହେବ ନିର୍ମାଣ ସରସ୍ବତୀ ସିନ୍ଧୁ ୟୁନିଭର୍ସିଟି ହେବା ପାଇଁ ଘୋଷଣା କୋଶଳ ବିକାଶ ପାଇଁ 3000 କୋଟିର ବ୍ୟୟବରାଦ ରହିଛି । ଶିକ୍ଷା ସେକ୍ଟରରେ ଏଫ୍‌ଡିଆଇ ଅଣାଯିବ ।

Read More

ନୂଆଦିଲ୍ଲୀ, ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ପାଠ ବେଳେ ଯେଉଁ ମୁଖ୍ୟ ପ୍ରସଂଗଗୁଡିକ ଥିଲା ତାହା ହେଲା 1-ଜିଏସଟି ଧିରେ ଧିରେ ଶସକ୍ତ ହେବାକୁ ଯାଉଛି। ଏହି ଜିଏସଟିକୁ ଏପ୍ରିଲ 2020 ରେ ସରଳିକରଣ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। 2-ଏହି ବଜେଟ ସାଧାରଣ ଲୋକେ କିଣାବିକା ଏବଂ ଆୟ ବୃଦ୍ଧି କରିବାରେ ବହୁ ବ୍ୟବସ୍ଥା କରାଯାଇଛି। 3-ଜିଏସଟି ପାଇଁ ଭାରତୀୟ ଜନସାଧାରଣ 4 ପ୍ରତିଶତ ଅର୍ଥ ବଞ୍ଚାଇବାରେ ସମର୍ଥ ହୋଇପାରିଛନ୍ତି। 4-ସାଧାରଣ ଲୋକେ ବଞ୍ଚିବା ପାଇଁ ସର୍ବନିମ୍ନ ବଞ୍ଚିବାର ସୁବିଧା ପ୍ରଦାନ କରାଯିବ 5-ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାମ୍ମୁକାଶ୍ମୀର ଉପରେ ଏକ ଛୋଟିଆ କବିତା ପାଠ କରିଥିଲେ 6-ଭାରତ ବର୍ତ୍ତମାନ 217 ମିଲିୟନ ଜନତାଙ୍କୁ ଗରିବ ରେଖାରୁ ଉପରକୁ ଉଠାଇବାରେ ସାହାର୍ଯ୍ୟ କରିପାରିଛି 7-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଦେଶର 6 କୋଟି କୃଷକଙ୍କୁ…

Read More

ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ। କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍‌ କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ । ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ…

Read More

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଲୋକସଭାରେ ବଜେଟ୍‌ ଭାଷଣ ପଢୁଛନ୍ତି ନିର୍ମଳା ସୀତାରମଣ । ଏହା ଦେଶର ଆକାଂକ୍ଷାର ବଜେଟ୍‌ । ଦେଶର ଲୋକଙ୍କୁ ସେବା ଦେବା ଆମର ଲକ୍ଷ୍ୟ । ଏହି ଅବସରରେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ମନେ ପକାଇବା ସହିତ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ଜିଏସ୍‌ଟି ଲାଗୁ କରିବା ସରକାରଙ୍କ ଐତିହାସିକ ନିଷ୍ପତ୍ତି ।  ଚଳିତ ବଜେଟ୍‌ ଦେଶର ଉଦ୍ଦେଶ୍ୟକୁ ପୂରା କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।  ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କ ଉନ୍ନତି କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।  ଜିଏସ୍‌ଟି ଜରିଆରେ ଇନ୍ସେପକ୍ଟର ରାଜ୍‌ର ଶେଷ କରିଛୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଜିଏସ୍‌ଟି ଜରିଆରେ 60 ଲକ୍ଷ କରଦାତାଙ୍କ ସହ ଯୋଡ଼ି ହୋଇଛି । ଜିଏସ୍‌ଟି ଯୋଗୁଁ ପରିବାରର ମାସିକ ଖର୍ଚ୍ଚରେ 4% ପ୍ରତିଶତ…

Read More

ନୂଆଦିଲ୍ଲୀ : ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ ହେବା ପୂର୍ବରୁ ବଜେଟ୍‌କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏକ ଟୁଇଟ୍‌ କରିଛନ୍ତି । ଏହି ଟୁଇଟ୍‌ ଜରିଆରେ ଗୋଟିଏ ପକ୍ଷରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିବାବେଳେ ଅନ୍ୟ ପକ୍ଷରେ କହିଛନ୍ତି ଯେ, ଦିଲ୍ଲୀ ହିତ ରକ୍ଷା କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି । ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର ବଜେଟ୍‌ରେ ଦିଲ୍ଲୀର ହିତ ଉଦ୍ଦେଶ୍ୟରେ ବଜେଟ୍‌ରେ କିଛି ବିଶେଷ କରିବେ ବୋଲି ଦିଲ୍ଲୀବାସୀ ଆଶା କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଚଳିତ ବଜେଟ୍‌ରେ ଦିଲ୍ଲୀକୁ ଅଧିକ କିଛି ମିଳିବ ବୋଲି ଆଶା କରାଯାଇଛି। ବଜେଟ୍‌ରୁ ଜଣାପଡିବ ଯେ ବିଜେପି ଦିଲ୍ଲୀବାସୀଙ୍କ ପାଇଁ ସତରେ କେତେ ଯତ୍ନଶୀଳ । ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀ…

Read More

ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟରେ ଇ-ଅଫିସର ଶୁଭଉଦ୍‌ଘାଟନ କରିଥିଲେ । ଇ-ଅଫିସ ଶୁଭାରମ୍ଭ କରି ଏଣିକି ସମସ୍ତ  ସରକାରୀ କାର୍ଯ୍ୟ ଇ-ଅଫିସ୍ ମାଧ୍ୟମରେ କରାଯିବ ବୋଲି କହିଥିଲେ। ଏହା ଫଳରେ ସରକାରୀ କାର୍ଯ୍ୟରେ ସ୍ୱଛତା ରହିବା ସହିତ ବିନା କାଗଜରେ ଫାଇଲ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ଏହା ଦ୍ୱାରା ସମୟ ଅପଚୟ ହେବ ନାହିଁ। ସାରା ରାଜ୍ୟରେ ତୃତୀୟ ଜିଲ୍ଲା ଭାବେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଏହାକୁ 5ଟି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏନ୍‌ଆଇସି ବିଭୁ ପ୍ରସାଦ ମିଶ୍ର, ଜ୍ୟୋତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ଶିବ ପ୍ରସାଦ ନାୟକ,…

Read More

ନୂଆଦିଲ୍ଲୀ, ଆଜି ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ପ୍ରଥମେ ଘରେ ପୂଜା କରିବା ପରେ ନିକଟରେ ଥିବା ହନୁମାନ ମନ୍ଦିରକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଏକାକୀ ହନୁମାନଙ୍କ ସମ୍ମୁଖରେ ବସି ହନୁମାନ ଚାଳିସା ପାଠ କରିଥିଲେ। ଏହାପରେ ସେ କହିଛନ୍ତି ଯେ, ମୋଦୀ ସରକାର ହେଉଛନ୍ତି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସ। ସେହି ଅନୁସାରେ କାମ କରିବାର ହେଉଛି ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ସାଧନ ପାଇଁ ଭଗବାନଙ୍କ ଆଶୀର୍ବାଦ ଆବଶ୍ୟକ। ଏହାପରେ ଅନୁରାଗ ଅର୍ଥମନ୍ତ୍ରଳାୟ ଯାଇ ବଜେଟ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି  ମାଘ ସପ୍ତମୀ । ଆଜି ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ ପକାଇଛନ୍ତି । ସେହିପରି ଆଜିଠାରୁ ଖଣ୍ଡଗିରିଠାରେ ଆରମ୍ଭ ହେଉଛି କୁମ୍ଭମେଳା । ଏଥିପାଇଁ ଖଣ୍ଡଗିରି ପୀଠ  ଚଳଚଞ୍ଚଳ ହୋଇଛି। କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ। ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ମନୋରଞ୍ଜନ କରାଇବେ। ତେବେ ଚଳିତଥର ଯାତ୍ରା ପେଣ୍ଡାଲ୍‌ରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ଥର ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ସେହିପରି କୁମ୍ଭମେଳାକୁ ଆଖିଆଗରେ ରଖି ଭିଡ…

Read More

ନୂଆଦିଲ୍ଲୀ- ଆଉ ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ନିର୍ମଳା ସକାଳୁ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ବଜେଟ ବହିଖାତା ସହିତ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସଂସଦରେ ବଜେଟ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ନିର୍ମଳା ଅର୍ଥ ମନ୍ତ୍ରଣାଳୟ ଆସି ବିଭାଗୀୟ ଅଧିକାରୀଙ୍କ ସହିତ ପୁଣି ଥରେ ଆଲୋଚନା କରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି।

Read More