Author: Samikhsya Bureau

ନୂଆଦିଲ୍ଲୀ : ଗତକାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌କୁ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏହାକୁ ପ୍ରଶଂସା କରାଯାଇଛି । ଚଳିତ ବର୍ଷର ବଜେଟ୍‌କୁ ସି ଭୋଟର ପକ୍ଷରୁ 7.7ର ରେଟିଂ ପ୍ରଦାନ କରାଯାଇଛି । 2013ରେ ୟୁପିଏ ସରକାର ଅମଳରେ ଉପସ୍ଥାପିତ ବଜେଟ୍‌କୁ ସର୍ବନିମ୍ନ 4.4 ରେଟିଂ ମିଳିଥିବା ବେଳେ 2014ର ବଜେଟ୍‌କୁ 4.8 ରେଟିଂ ମିଳିଥିଲା । ଏହା ମୋଦି ସରକାରଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍‌ର ମଧ୍ୟ ସର୍ବଶ୍ରେଷ୍ଠ ରେଟିଂ । ଏହା ପୂର୍ବରୁ 2015ର ବଜେଟ୍‌କୁ 6.6 ରେଟିଂ ମିଳିଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ରେଟିଂ ଯଥାକ୍ରମେ 6.3, 5.2 ଏବଂ 4.7କୁ ହ୍ରାସ ପାଇଥିଲା । (ଏଜେନ୍ସୀ)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍‌ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ…

Read More

କେଦାର ମିଶ୍ର ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ ବଜେଟକୁ ନେଇ ନା ଆଶା ଅଛି, ନା ରହିଛି ଏହାକୁ ପରଖି ଦେଖିବାର କୌଣସି ଆଗ୍ରହ। ୧୯୯୨ ପରେ କୌଣସି ପ୍ରକାର ଆଗ୍ରହ ସୃଷ୍ଟି କରିପାରିନଥିବା ବଜେଟ ବୋଲି ଏହାକୁ କୁହା ଯାଇପାରେ। ତେଣୁ ବଜେଟ ବିଷୟରେ ଏଥର ଯେଉଁ କେତୋଟି କେତୋଟି କଥା ବିଶେଷ ଚର୍ଚ୍ଚା ହେଉଛି, ତାହା ବିଶେଷ ଗାଲୁଗପ। ସେଥିରେ ଅର୍ଥନୀତି ବା ରାଜନୀତିର ଗାମ୍ଭୀର୍ୟ ନାହିଁ। ତେବେ ଏ ବଜେଟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ବିଷୟରେ ଭାବିବା ଆସନ୍ତୁ- ୧. ସଂସଦର ଇତିହାସରେ ଏହା ଥିଲା ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ। ଏପରିକି ୧୯୯୨ର ଅର୍ଥନୀତିର ଆମୂଳଚୂଳ ପରିବର୍ତ୍ତନ…

Read More

ବେ ଓଭାଲ୍‌ : ଆଜି ବେ ଓଭାଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍‌ଓ୍ବାସ୍‌ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍‌ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍‌ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଡାରିଲ୍‌ ମିଚେଲ୍‌ଙ୍କୁ ବାହାରେ ବସିବାକୁ ପଡିବ ।

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ *     ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା *     ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା *     ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ *     ବିତିୟ ନିଅଂଟ ୩.୫% ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ପ୍ରଥମ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟରେ କେତେକ ଯୁଗାନ୍ତକାରୀ ସଂସ୍କାର ସହ ସ୍ୱଳ୍ପମିଆଦୀ, ମଧ୍ୟମମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ ଏହିପରି :- ବଜେଟର ତିନୋଟି ମୁଖ୍ୟ ଆଧାର ହେଲା – *     ଆଶାବାଦୀ ଭାରତ – ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା ଓ କର୍ମସଂସ୍ଥାନ । *     ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ –  “ସବକା ସାଥ, ସବକା ବିକାଶ,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାରମ୍ବାର ବିରୋଧ ସତ୍ତ୍ୱେ ଇସ୍କନର ଅଦିନିଆ ରଥଯାତ୍ରା କରିବା ଜଗନ୍ନାଥପ୍ରେମୀ ତଥା ସମସ୍ତ ହିନ୍ଦୁ, ଓଡ଼ିଆଙ୍କ ଧାର୍ମିକ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନ ଯେଉଁ ପ୍ରୟାସ କରୁଛି ତାହାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଇସ୍କନର ଏଭଳି କ୍ୱଚିତ୍‌, କଦାକାର ଓ ହୀନ ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଇସ୍କନ ଏଭଳି କାର୍ଯ୍ୟ ପୁନରାୟ କରେ, ତେବେ ପାଇକ ମହାସଂଘ ଓଡ଼ିଶାରେ ଥିବା ସମସ୍ତ ଇସ୍କନ କାର୍ଯ୍ୟାଳୟରେ ଚାବି ପକାଇବା ସହିତ ଇସ୍କନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ସଂଗ୍ରାମ କରିବ । ଯଦି ଇସ୍କନ ଏହି ଅପସଂସ୍କୃତିକୁ ନିଜର ଭୁଲ୍ ଭାବି କ୍ଷମା ମାଗିବା ସହିତ ଏହି କାର୍ଯ୍ୟରୁ ନିବୃତ୍ତ ନରୁହେ ତେବେ ଏହା ବିରୁଦ୍ଧରେ ସଂଗ୍ରାମ ହେବ ବୋଲି ପାଇକ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ ଏକ ନାବାଳକ ଯୌନ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି। ନାବାଳକ ଜଣକ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି। ବାଣପୁର ଗାଁର ଦୁଇ ଜଣ ନାବାଳକ ଉକ୍ତ ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବୟସ ୧୪ ଏବଂ ୧୬ ବର୍ଷ ବୋଲି ଜଣାପଡିଛି। ଅଭିଯୋଗ ପରେ ବାଣପୁର ପୋଲିସ୍‌ କେସ୍‌ ନମ୍ବର ୩୮/୨୦ ଅନୁସାରେ ମାମଲାର ତଦନ୍ତ କରିଥିଲେ। ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୭, ୫୦୬, ୩୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଦିଗବିଜୟ ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‌ଆଇ ବିଶ୍ଵାଳ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ମାସ ହେବ ଧମକ ଚମକ ଦେଇ ନାବାଳକକୁ ଉଭୟ ଅଭିଯୁକ୍ତ ଅପ୍ରାକୃତିକ ଯୌନ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍‌ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍‌ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ର…

Read More

ସମୀକ୍ଷା ବ୍ୟୁରୋ ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ ବୋଲି ବିଶିଷ୍ଟ ଗୁଜରାଟୀ କବି ତଥା ନାଟ୍ୟକାର ଶୀତାଂଶୁ ଯଶଶ୍ଚନ୍ଦ୍ର କହିଛନ୍ତି। “ଶିକ୍ଷା ଓ ଅନୁସନ୍ଧାନ” ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରଥମ ସାହିତ୍ୟ ଉତ୍ସବରେ ଭିତ୍ତି ବକ୍ତବ୍ୟ ରଖି ପ୍ରଫେସର ଯଶଶ୍ଚନ୍ଦ୍ର ଶବ୍ଦ ଓ ଅର୍ଥକୁ ନେଇ ଆଜିର ରାଜନୀତି ଭୟଙ୍କର ଭାବରେ ମଣିଷ ଭିତରେ ବିଦ୍ଵେଷ ସୃଷ୍ଟି କରୁଛି ବୋଲି କହିଥିଲେ। ସୋଆ ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଦେଶର ଶତାଧିକ ଖ୍ୟାତନାମା ଲେଖକ ଓ କଳାକାର ଯୋଗଦାନ କଇଛନ୍ତି। ଫେବ୍ରୁଆରି ୧ ଓ ୨ ତାରିଖ, ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି।…

Read More

ନୂଆଦିଲ୍ଲୀ : ଶନିବାର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ ବୈଷୟିକ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଯେପରିକି ଗୁଗୁଲ, ଫେସ୍‌ବୁକ୍‌, ଟିକ୍‌ଟକ୍‌, ବିଭିନ୍ନ ମେଲ୍‌ ଏବଂ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଗୁଡିକ ଭାରତୀୟ ସର୍ଭରରେ ନିଜର ସମସ୍ତ ତଥ୍ୟ ଷ୍ଟୋର କରିବେ । ତଥ୍ୟ ଗୁଡିକ ଦେଶ ମଧ୍ୟରେ ଗଚ୍ଛିତ ରଖାଯିବ । ଭାରତ ନେଟ୍‌ ଯୋଜନା ଜରିଆରେ ଦେଶର ଏକ ଲକ୍ଷ୍ୟ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି, ପୋଷ୍ଟ ଅଫିସ୍‌ ଏବଂ ପୋଲିସ୍‌ ଥାନାରେ ମଧ୍ୟ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଦେଶରେ ସ୍ମାର୍ଟ ପ୍ରିପେଡ ମିଟର ଲଗାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଏଆଇ ଏବଂ ଏମ୍‌ଏଲ୍‌ ପ୍ରଣୟନ କରାଯିବ । ଆଧାର ଅନୁଯାୟୀ ସିଧାସଳଖ ପ୍ରଦାନ କରାଯିବ । ଆଧାର କାର୍ଡ ଥିଲେ ଅନ୍ୟ କୌଣସି ଯାଞ୍ଚ ବ୍ୟତିରେକ…

Read More

କାବୁଲ : ଆଫଗାନିସ୍ତାନରେ 11 ଜଣ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଉରୁଜ୍‌ଗାନ୍‌ରେ ଆଫଗାନୀ ସେନା ପକ୍ଷରୁ ଏହି ଏନ୍‌କାଉଣ୍ଟରରେ 11 ତାଲିବାନୀ ଆତଙ୍କୀ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଥିବା ଜଣାପଡିଛି । ନିକଟରେ ଆଫଗାନ ପୋଲିସ୍‌ ବେସ୍ ଉପରେ ଆକ୍ରମଣ ପ୍ରତିବାଦରେ ଏନ୍‌କାଉଣ୍ଟର କରାଯାଇଥିଲା । ଏହି ଏନ୍‌କାଉଣ୍ଟରରେ 11 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । 5 ଜଣ ସୈନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଶାହିନବାଗରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନା । ଜାତୀୟ ରାଜନୀତିରେ ଗୁଳି ଚଳାଇବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଜାମିଆରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନାର ଦୁଇ ଦିନ ପରେ ଆଜି ଶାହିନ୍‌ବାଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଳିଚାଳନାକାରୀ ଜଣକ ବନ୍ଧୁକ କାଢି ଉପରକୁ ଗୁଳିଚାଳନା କରିଥିଲେ । ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇନଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଦିଲ୍ଲୀ ଡିସିପି ଚିନ୍ମୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍‌ସ ଆଲିବୋନ୍‌ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପାଣ୍ଡ୍ୟା ଏବଂ ବୁମ୍‌ରା ଏକତ୍ର ଆହତ ହୋଇଥିବା ବେଳେ ଉଭୟ ଏନ୍‌ସିଏରେ ନିଜର ଚିକିତ୍ସା କରାଇବା ପରିବର୍ତ୍ତେ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏହାପରେ ଏନ୍‌ସିଏ ପକ୍ଷରୁ ଉଭୟଙ୍କ ଫିଟ୍‌ନେସ୍‌ ଟେଷ୍ଟ ନିଆଯାଇନଥିଲା । ଏହାପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ଏନ୍‌ସିଏ ଉଭୟଙ୍କ ଫିଟନେସ୍‌ ପରୀକ୍ଷଣ କରିଥିଲେ । ପାଣ୍ଡ୍ୟାଙ୍କ ସହିତ ଏନ୍‌ସିଏ ଫିଜିଓ ଆଶିଷ କୌଶିକ୍‌ ଏହି ଗସ୍ତରେ ରହିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍‌ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍‌ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ପୌରପାଳିକା ନିଗମ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି 2008 ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା 14 ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନୀରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି । ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବେନଶ୍ବର :ଏୟାରଫିଲ୍‌ଡ଼ ଥାନା ଅଧିନସ୍ଥ ପାଞ୍ଚଗାଁ ଗ୍ରାମରେ ଜନୈକ ଦଳିତ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଦୁଇଜଣ ବିବାହିତ ଯୁବକ ସିଦ୍ଧେଶ୍ୱର ସାହୁ ଓ ବଗ ବେହେରା ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ, ଗତ ତା ୨୬.୦୧.୨୦୨୦ ରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ଉକ୍ତ ପୀଡ଼ିତା ଯେତେବେଳେ ବିଲରୁ ବେଣା କାଟି ଘରକୁ ଏକାକୀ ଫେରୁଥିବା ସମୟରେ ଉକ୍ତ ଯୁବକମାନେ ବଳପୂର୍ବକ ପୀଡ଼ିତାଙ୍କୁ ଟେକିନେଇ ଦୁଷ୍କର୍ମ କରିବା ସହିତ ତାଙ୍କୁ ମାରଧର ମଧ୍ୟ କରିଥିଲେ । କିନ୍ତୁ କୌଶଳକ୍ରମେ ପୀଡ଼ିତା ସେଠାରୁ ପଳାଇ ଆସି ତାର ଶାଶୁ, ଶଶୂରଙ୍କୁ ଜଣାଇବା ପରେ ସେମାନେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଏୟାରଫିଲ୍‌ଡ଼ ଥାନା କେସ୍ ନଂ-୧୧/୨୦ ୟୁ/ଏସ୍‌-୩୪୧/୩୨୩/୩୭୬ଡ଼ି/୩ ତଫସିଲଭୁକ୍ତ ଜାତି ଓ ଉପଜାତି ଦଫା ପିଓଏରେ ରୁଜୁ କରି ପୋଲିସ୍ ନୀରବଦ୍ରଷ୍ଟା ସାଜିଛି! ଯାହା ସ୍ଥାନୀୟ ଅଞ୍ଚଳରେ…

Read More

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ…

Read More

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍‌ ଫିନ୍‌ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍‌ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ଏପରିକି ରାଜ୍ୟରେ “5 ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତ୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ମିଥ୍ୟାବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନାନୂଯାୟୀ ଉକ୍ତ ପଞ୍ଚାୟତର 2ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର 27.01.2019ରେ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର 4 ମାସ ପୂର୍ବରୁ 15.9.2018ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ 2000 ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସରେ ବିଲ୍ ହୋଇଛି…

Read More