Author: Samikhsya Bureau

ଜୟପୁର : କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍‌ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍‌ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା…

Read More

ନୂଆଦିଲ୍ଲୀ : ତିହାର ଜେଲ୍‌ରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂ ଅଭିଯୋଗ କରିଛି । 2012 ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । 2013ରୁ ତିହାର ଜେଲରେ ବନ୍ଦୀ ରହିଥିବା ମୁକେଶ ସହିତ ନିୟମିତ ଭାବରେ ଏପରି କରାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯିବା ସହିତ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।

Read More

ଜୟପୁର : ଜୟପୁର ଲିଟେରାରୀ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା କାନ୍ଦିବା ପରେ ଇଣ୍ଟରନେଟ୍‌ରେ ଏହାକୁ ସମାଲୋଚନା କରାଯାଇଛି । ପରିବେଶ ପରିବର୍ତ୍ତନକୁ ନେଇ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦିୟା ମିର୍ଜା କାନ୍ଦି ପକାଇଥିଲେ । ପରିବେଶ ପରିବର୍ତ୍ତନ ଏବଂ ବାସ୍କେଟ୍‌ବଲ୍‌ ଖେଳାଳି କୋବ୍‌ ବ୍ରାୟାଣ୍ଟଙ୍କ ମୃତ୍ୟୁକୁ ନେଇ ଦିୟା କାନ୍ଦିଥିଲେ । ପରିବଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କ ଶସ୍ତା କପି ବୋଲି ଅଭିହିତ କରିଥିଲେ ଟ୍ବିଟ୍ଟର ବ୍ୟବହାରକାରୀ । ଦିୟା ବର୍ତ୍ତମାନ ବଲିଉଡ୍‌ରେ ଚାଲୁନଥିବାରୁ ଶସ୍ତା ଲୋକପ୍ରିୟତା ପାଇଁ ଦିୟା ଏପରି ପଦକ୍ଷେପ ନେଇଛନ୍ତି ବୋଲି ଟ୍ବିଟ୍ଟର ବ୍ୟବହାରକାରୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । (ଏଜେନ୍ସୀ)

Read More

ଗ୍ରେଟର ନୋଏଡା : ବିବାହ ପାଇଁ ମନା କରିବା ଯୁବତୀଙ୍କୁ ବେଶ୍‌ ମହଙ୍ଗା ପଡିଛି । ଜଣେ 18 ବର୍ଷୀୟା ଯୁବତୀ ନିଜଠାରୁ ଦୁଇଗୁଣ ବୟସରେ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ତାଙ୍କ ଘରଲୋକେ ହାତ ଗୋଡ଼ ବାନ୍ଧି ମାରପିଟ୍‌ କରିଛନ୍ତି । ଯୁବତୀ ଜଣକ 40 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମନା କରିବା କାରଣରୁ ତାଙ୍କୁ ଏସବୁ ଭୋଗିବାକୁ ପଡିଛି । ଏହିପରି ଏକ ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ନୋଏଡାଠାରେ ଘଟିଛି । ଗ୍ରେଟର୍‌ ନୋଏଡାର ଥାନା ବିଶରଖ୍‌ କ୍ଷେତ୍ରର ଏକ ଭାଇରାଲ୍‌ ଭିଡିଓରୁ ଏହା ଜଣାପଡିଥିଲା । ଯେଉଁଥିରେ ଜଣେ 18 ବର୍ଷୀୟା ଯୁବତୀଙ୍କୁ 40 ବର୍ଷୀୟା ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ବାଧ୍ୟ କରାଯାଉଥିବାବେଳେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କ ହାତ ଗୋଡକୁ ବାନ୍ଧି ମାଡ ମରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ…

Read More

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ 14 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜାନୁୟାରୀ 28 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଗୋଧ୍ରା ଦଙ୍ଗାରେ ସର୍ଦ୍ଦାରପୁରାରେ ଏହି ଅଭିଯୁକ୍ତ ମାନେ 33 ଜଣ ମୁସଲିମ୍‌ଙ୍କୁ ଜୀଅନ୍ତା ଜଳାଇ ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜବଲପୁରରୁ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯିବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିବା ବେଳେ ସମାଜସେବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦଙ୍ଗା ମାମଲାରେ 31 ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ବେଳେ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ 14ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବେଳେ 17 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Read More

କର୍ଣ୍ଣାଟକ : ସାଉଥ ସୁପରଷ୍ଟାର୍‌ ରଜୀନକାନ୍ତ ବେୟର୍‌ ଗ୍ରିଲସ୍‌ଙ୍କ ଲୋକପ୍ରିୟ ଶୋ’ ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ରେ ନଜର ଆସିବେ । କର୍ଣ୍ଣାଟକର ଫରେଷ୍ଟ ଡିପାର୍ଟମେଣ୍ଟ୍‌ ଏହି ଖବରକୁ କନଫର୍ମ କରିଛନ୍ତି । ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ଆରମ୍ଭ ହେଉଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଶୁଟିଂ ତିନି ଦିନ ଧରି ଚାଲିବ । ଏହି ଶୁଟିଂରେ ରଜନୀକାନ୍ତ ଓ ଗ୍ରିଲ୍ସଙ୍କ ସହ 18ଜଣ କ୍ର୍ୟୁ ମେମ୍ବର ସାମିଲ୍‌ ରହିଛନ୍ତି । ପୂର୍ବରୁ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ନଜର ଆସିଥିଲେ । 2019 ଅଗଷ୍ଟ12 ତାରିଖରେ ଡିସ୍କଭରୀ ଚ୍ୟାନେଲ୍‌ରେ ଏହି ଅଧ୍ୟାୟର ପ୍ରସାରଣ ହୋଇଥିଲା । ଏହା ଜିମ୍‌ କାର୍ବେଟ୍‌ ଜଙ୍ଗଲ୍‌ରେ ଶୁଟିଂ ହୋଇଥିଲା । ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ଦୁନିଆର ସବୁଠୁ ଟ୍ରେଡିଂ ଟେଲିଭିଜନ ଇଭେଣ୍ଟ ।

Read More

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦଶ ଦିନ। ଦିଲ୍ଲୀର କ୍ଷମତାସୀନ ସରକାର ଆମ୍‌ ଆଦ୍‌ମୀ ନିର୍ବାଚନ ପାଇଁ ନୂଆ ନାରା ପ୍ରସ୍ତୁତ କରିଛି । ବିଜେପିର ନାଗରିକତା ତଥା ଦେଶଦ୍ରୋହର ନିର୍ବାଚନୀ ପ୍ରଚାରକୁ ଏହି ସ୍ଲୋଗାନ୍‌ ମାତ୍‌ ଦେବା ପାଇଁ ଆପ୍‌ ଏହି ନୂତନ ସ୍ଲୋଗାନ ଜାରି କରିଛି । ଆପ୍‌ ଜାରି କରିଥିବା ନୂତନ ସ୍ଲୋଗନ୍‌ ରହିଛି – ‘ମୋ ଭୋଟ୍‌ କାମକୁ, ସିଧା କେଜ୍‌ରୀଓ୍ବାଲ’କୁ । ଏହି ନୂତନ ସ୍ଲୋଗାନ୍‌ ନେଇ ନିର୍ବାଚନୀ ପ୍ରଚାର କରିବ ଆପ୍‌ ।  ମିଳିଥିବା ସୂଚନା ଅନୁସାରେ ବିଜେପିର ଶାହୀନ୍‌ବାଗ୍‌ ଓ ନାଗରିକତା କାନୁନ୍‌ ପ୍ରସଙ୍ଗକୁ ଆପ୍‌ ଏହି ସ୍ଲୋଗାନ୍‌ ଜରିଆରେ ଜବାବ୍‌ ଦେବ। ଏହି ନୂତନ ସ୍ଲୋଗାନ୍‌ ଜରିଆରେ ଆଗାମୀ ସାତ ଦିନ ମଧ୍ୟରେ ଦିଲ୍ଲୀର 50 ଲକ୍ଷ ଘରକୁ ଆମ୍‌ ଆଦ୍‌ମୀ ଦଳର କାର୍ଯ୍ୟକର୍ତ୍ତା, ନେତା କେଜରୀଓ୍ବାଲଙ୍କ ରିପୋର୍ଟ କାର୍ଡ ଓ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବା ସହିତ…

Read More

ସମୀକ୍ଷା ବ୍ୟୁରୋ ଚିଲିକା : ପୁଣି ବାର୍ଡଫ୍ଲୁ ଚିନ୍ତା । ବାର୍ଡ ଫ୍ଲୁ ରୋକିବା ପାଇଁ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି ।  ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଚିଲିକା ନଳବଣରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରିଛି ବନ୍ୟପ୍ରାଣୀ ବିଭାଗ । ଏହା ସହ ବାଲୁଗାଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି । ୩ ବିଦେଶାଗତ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସଂଗୃହୀତ ନମୁନା ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅନୁଗୁଳରେ ଏକ  ଅଘଟଣ ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବନ୍ତଳା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଯାଇଛି ଜନ୍ତୁ ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁବକଦ୍ବୟ ହେଉଛନ୍ତି ମହେଶ୍ୱର ବିଶ୍ୱାଳ(୨୩) ଓ କବୀନ୍ଦ୍ର ଗଡ଼ନାୟକ(୪୦) । ଜନ୍ତୁ ଶିକାର ପାଇଁ 11 କେଭି ବିଦ୍ୟୁତ ତାର ବିଛା ଯାଇଥିଲା । ଏହି ତାର ସଂସ୍ପର୍ଶରେ ଦୁହେଁ ଆସିଯାଇଥିବାବେଳେ ମହେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । କବୀନ୍ଦ୍ରଙ୍କୁ ଚିକିତ୍ସିତ ପାଇଁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Read More

ମାଲକାନଗିରି : ବଦଳୁଥିବା ସମୟରେ ସମ୍ପର୍କ ଭିତରେ ଥିବା ଆପଣପଣ ମଧ୍ୟ ବଦଳିବାରେ ଲାଗିଛି । ବଡମାନଙ୍କୁ ସମ୍ମାନ କରିବା ଦୂରର କଥା ଏବେ ବଡମାନଙ୍କୁ ମାଡ଼ ମରାଯାଉଛି । ଆମ ଭାରତୀୟ ସଂସ୍କୃତିରେ ଶାଶୁ-ଜ୍ବାଇଁଙ୍କର ସମ୍ପର୍କକୁ ବେଶ୍‌ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏବେ ଏହି ସମ୍ପର୍କକୁ ମଧ୍ୟ ଅଣଦେଖା କରାଯାଉଛି । ନିକଟରେ ଜ୍ବାଇଁଙ୍କ ମାଡରେ ଶାଶୁ ଗୁରୁତର ହୋଇଥିବାର ଖବର ଆସିଛି । ମାଲକାନଗିରି ଜିଲ୍ଲାରେ ଜ୍ବାଇଁର ତୀରମାଡରେ ଶାଶୁ ଗୁରୁତର ହୋଇଥିବାର ସୂଚନା ମିଳିଛି । ପତ୍ନୀଙ୍କ ସହ ଝଗଡା କରିବାବେଳେ ଶାଶୁ ଜଣକ ରୋକିବାରୁ ଜ୍ବାଇ ଶାଶୁଙ୍କ ଉପରେ ଆକ୍ରମଣ କରିଛନ୍ତି । ତୀରମାଡ଼ରେ ଶାଶୁ ଜଣକ ଗୁରୁତର ଅବସ୍ଥାରେ ମାଥିଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ । ଘଟଣାଟି ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗ୍ରାମରେ ଘଟିଛି । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଇଛି । ଅଭିଯୁକ୍ତ ସ୍ବାମୀ ସୁବାସଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ମୃତଦେହକୁ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

Read More

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର୍‌ । ଏନେଇ ଦିଲ୍ଲୀ ନିର୍ବାଚନ କମିଶନର ଅନୁରାଗଙ୍କୁ ରିପୋର୍ଟ ମାଗିଛନ୍ତି । ସୋମବାର ଦିନ ନର୍ଥ ଓ୍ବେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଅନୁରାଗ ଏକ ବିବାଦୀୟ ବୟାନ ଦେଇଛନ୍ତି ଯେ,  ଦେଶଦ୍ରୋହୀଙ୍କୁ ଗୁଳିମାର ।’ ଏପରି ଉତ୍ତେଜିତ ଭାଷଣ ଦେଇଥିବାରୁ କଂଗ୍ରେସ ନିର୍ବାଚନ କମିଶନରଙ୍କୁ ଅନୁରାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । ତେବେ ଏହି ବିବାଦୀୟ ବୟାନକୁ ସଫେଇ ଦେଇ ଅନୁରାଗ ଠାକୁର୍‌ କହିଛନ୍ତି ଯେ, ପ୍ରଥମେ ପୂରା ଭିଡିଓ ଦେଖନ୍ତୁ, ଦିଲ୍ଲୀବାସୀଙ୍କୁ ମୁଡ୍‌କୁ ବୁଝନ୍ତୁ । ରିଠାଲିରୁ ବିଜେପି ପ୍ରାର୍ଥୀ ମନୀଷ୍‌ ଚୌଧୁରୀଙ୍କ ସମର୍ଥନରେ ଆୟୋଜିତ ଏକ ରାଲିରେ ଅନୁରାଗ ଠାକୁର୍‌ ଶାହୀନ୍‌ବାଗ୍‌ରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିରୋଧୀ…

Read More

ସମୀକ୍ଷା ବ୍ୟୁରୋ ବଲାଙ୍ଗିର : ବଲାଙ୍ଗିରର ସୁଦପଡ଼ା ‘ସଖୀ’ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ଜଣକ ବିବାହିତ ଓ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣକ ପ୍ରେମ କରି ବଲାଙ୍ଗିରର ଟିକରପଡ଼ାର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ । ଦୁହେଁ ତିନି ମାସ ଏକାଠି ରହିାବ ପରେ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଦ୍ବାରସ୍ଥ ହେବା ପରେ 24 ତାରିଖରେ ଯୁବକଙ୍କ ଗିରଫ କରାଯାଇଥିଲା । ଯୁବକ ଜଣକ ଗିରଫ ହେବା ପରେ ମହିଳାଙ୍କୁ ‘ସଖୀ’ ସେଣ୍ଟରରେ ରଖାଯାଇଥିଲା ।

Read More

ବାରିପଦା : ବାରିପଦାଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ଭୋଜି ଖାଇ ଷାଠିଏରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ବାରିପଦାର ଷ୍ଟେସନ ବଜାର ଅଞ୍ଚଳରେ ଅନୁଷ୍ଠିତ ଏକ ବିବାହ ଭୋଜି ଖାଇବା ପରେ ଷାଠିଏ ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ସମସ୍ତଙ୍କୁ ବାନ୍ତି ସହ ପେଟବ୍ୟଥା ଅଭିଯୋଗ ହୋଇଥିବାର ଅଭିଯୋଗ ହୋଇଛି । ସମସ୍ତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଏବେ ସମସ୍ତେ ବିପଦମୁକ୍ତ ରହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବିଜେଫିର ସଂସଦୀୟ ବୈଠକ ଅନୁଷ୍ଠିତ ହେବ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ ।  ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଏହି ବୈଠକରେ ରେଳ ପ୍ରକଳ୍ପ, ଆୟୁଷ୍ମାନ ଭାରତ, ସିଏଏ, ଏନ୍‌ଆରସି, କୋଇଲା ରୟାଲିଟି, ଗ୍ରୀନ୍‌ ସେସ୍‌ ଆଦି ଉପରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି ।

Read More

କେଦାର ମିଶ୍ର ଗତ ଛଅ ମାସ ଭିତରେ ଭାରତ ବାହାରେ ଭାରତର ଭାବମୂର୍ତ୍ତି କେମିତି ଅଛି? ଏ ପ୍ରଶ୍ନର ଉତ୍ତରରେ ଆମକୁ ଯେଉଁ ସବୁ ଜିନିଷ ଦିଶିବ ତାକୁ ଦେଖି ଲଜ୍ଜା ଓ ଅପମାନ ଛଡା ଅଧିକ କିଛି ମିଳିବ ନାହିଁ। ଆମର ତଥାକଥିତ “ଆଭ୍ୟନ୍ତରୀଣ ବ୍ୟାପାର”, ସେ ଜାମ୍ମୁ-କାଶ୍ମୀର ହେଉ ବା ନାଗରିକ ସଂଶୋଧନ ଆଇନ, ଏବେ ଆନ୍ତର୍ଜାତିକ ପ୍ରସଙ୍ଗ ହୋଇ ଚାଲିଛି। ଥରେ କିମ୍ବା ଦୁଇଥର ନୁହଁ, ଅତି କମରେ ୬ ଥର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରସ୍ତାବ ଦେଉଛନ୍ତି। ଭାରତ ଏହାର ଯେତେ ପ୍ରତିବାଦ କାଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ଫ ପାକିସ୍ତାନ ସହ ନିଜର ସ୍ଵର ମିଳାଇ ମଧ୍ୟସ୍ଥତାର ପ୍ରସ୍ତାବ ରଖୁଛନ୍ତି। ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ଭାରତ ସରକାର ଆବଶ୍ୟକତାରୁ ଅଧିକ ତୋଷାମଦି ପ୍ରୟୋଗ କରିବା ସତ୍ତ୍ୱେ ମଧ୍ୟ ଲାଭ କିଛି ମିଳୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର…

Read More

ସମୀକ୍ଷା ବ୍ୟୁରୋ: ଭୁବନେଶ୍ବର : ଆସନ୍ତା ଜାନୁଆରୀ 31 ତାରିଖରୁ ଭୁବନେଶ୍ବରରୁ ବାରାଣାସୀକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । 70 ଆସନ ବିଶିଷ୍ଟ ଆଲଏନ୍ସ ଏୟାରର ବିମାନ ସବୁଦିନ ଭୁବନେଶ୍ବରରୁ ବାରାଣାସୀକୁ ଉଡାଣ ଭରିବ । ଏହି ବିମାନଟି ଭୁବନେଶ୍ବରରୁ ଦିନ 12ଟା 15ରୁ ଛାଡିବ 2ଟା 5ରେ ବାରାଣାସୀରେ ପହଞ୍ଚିବ । ସେହିପରି ବାରଣାସୀଠାରୁ ଦିନ 2ଟା30ରେ ଛାଡି 4ଟା 20ରେ ଭୁବନେଶ୍ବରରେ ପହଞ୍ଚିବ । ଯାତ୍ରୀମାନଙ୍କୁ ମାତ୍ର 3,470ଟଙ୍କାରେ ବିମାନ ଯାତ୍ରା କରିବାର ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ। ଉଲ୍ଲେଖଯୋଗ୍ୟ ଯେ, ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯିବା ସହ ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ…

Read More

କାବୁଲ : ଆଫଗାନିସ୍ତାନର ଘଜନୀ ପ୍ରଦେଶରେ ଘଟିଥିବା ବିମାନଟି ଆମେରିକୀୟ ଯୁଦ୍ଧବିମାନ ବୋଲି ଜଣାପଡିଛି । ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ଏହି ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି । ତାଲିବାନ ମୁଖପାତ୍ର ଜବିନଉଲ୍ଲା ମୁଜାହିଦ୍‌ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଆମେରିକୀୟ ଯୁଦ୍ଧ ବିମାନ ଉକ୍ତ ଅଞ୍ଚଳରେ ଜନତାଙ୍କୁ ହତ୍ୟା କରୁଥିବାରୁ ପ୍ରତିବାଦ ସ୍ବରୂପ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ଜଣାପଡିଛି । ପୂର୍ବରୁ ଧ୍ବଂସ ପାଇଥିବା ବିମାନଟି ଆରିଆନା ଏୟାରଲାଇନ୍ସର ବୋଲି ଖବର ପ୍ରକାଶ ପାଇଥିଲା । (ଏଜେନ୍ସୀ)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ଆତଙ୍କୀ ଜଣକ ପ୍ରାଣ ହରାଇଛନ୍ତି । କୁଲଗାମ ଜିଲ୍ଲାରେ ଅରଓ୍ବାନୀ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଏନ୍‌କାଉଣ୍ଟରରେ ଜଣେ ସୈନ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନ୍‌କାଉଣ୍ଟର ଘଟିଥିଲା ।

Read More

ସମୀକ୍ଷା ବ୍ୟୁରୋ ରାଜନଗର : ରାଜନଗର ବ୍ଲକ୍‌ ଅନ୍ତର୍ଗତ ନଳିତାପଟିଆ ଗ୍ରାମର ମୁରୁମୁରାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୁରନ୍ଧର ଦାସ ଏବଂ ସହକାରୀ ଶିକ୍ଷକ ଦାମୋଦର ବିଶ୍ବାଳଙ୍କ ନିମନ୍ତେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ନାଗା ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡାଙ୍ଗମମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ମାନ୍ନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଶିକ୍ଷକ ନେତା ବିଜୟ କୁମାର ମାନ୍ନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୋ ବୀର କିଶୋର ଜେନା, ଦାମୋଦର ସ୍ବାଇଁ, ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସେଠୀ ଏବଂ ସମରେନ୍ଦ୍ର…

Read More

ଭୁବନେଶ୍ବର- ଭୁବନେଶ୍ବରରେ ବାର୍ଡଫ୍ଲୁ ହୋଇଥିବାର ପ୍ରମାଣ ମିଳିବା ପରେ ପରେ ନନ୍ଦନକାନନ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଠ ସମୟ ପାଇଁ ନନ୍ଦନକାନନ ଚିଡିଆଖାନାର ପକ୍ଷୀ ସଫାରୀ ବା ବିହଙ୍ଗ ସାରଣୀ ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ହେଲେ ଚିଡିଆଖାନାର ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ ବୋଲି କୁହାଯାଇଛି। ଭୁବନେଶ୍ବରର ଓୟୁଏଟି ଫାର୍ମରେ ବାର୍ଡଫ୍ଲୁ ବ୍ୟାପିଥିବାର ପ୍ରମାଣ ମିଳିବା ପରେ ଚିଡିଆଖାନା ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଦୁଇଦିନ ତଳେ ଓୟୁଏଟି କୁକୁଡା ଗବେଷଣା ଫାର୍ମର ଏକ କୁକୁଡା ମରିଯାଇଥିଲା। ହଠାତ ମରିବା ଦେଖି କର୍ମଚାରୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ। ଏହାକୁ ଓୟୁଏଟି କର୍ତ୍ତୁପକ୍ଷ ଗୁରୁତର ସହ ନେଇ ସେହି କୁକୁଡାର କିଛି ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ। ଭୋପାଳ ପରୀକ୍ଷାଗାରରେ ପରୀକ୍ଷା ହେବା ପରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ଜଣାପଡିଥିଲା। ଫଳରେ ଆସନ୍ତାକାଲି ଓୟୁଏଟିର ସମସ୍ତ କୁକୁଡା…

Read More