ମୁମ୍ବାଇ : 2020 ମସିହାରେ ବଲିଉଡ୍ ବକ୍ସ ଅଫିସ୍ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍ ତାନାଜୀ ଏବଂ ଛପାକ୍ ରିଲିଜ୍ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍ ଅଭିନୀତ ଛପାକ୍କୁ ଦର୍ଶକଙ୍କୁ ଭଲ ରେସ୍ପନ୍ସ ମିଳିଛି । ରିଲିଜ୍ର ପ୍ରଥମ ଦିନରେ ତାନାଜୀ 15.10 କୋଟି ଆୟ କରିଥିବା ବେଳେ ଛପାକ୍ 4.77 କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ 20.57 କୋଟି ଆୟ କରିଥିବା ବେଳେ ଛପାକ୍ 6.90 କୋଟି ଆୟ କରିଛି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଅଜୟ ଦେବଗନ୍ଙ୍କ 100 ତମ ଫିଲ୍ମ ତାନାଜୀ ଛପାକ୍ ତୁଳନାରେ 500 ଅଧିକ ସ୍କ୍ରିନ୍ରେ ରିଲିଜ୍ ହୋଇଛି । ଉଭୟ ଫିଲ୍ମକୁ ଦର୍ଶକ ଏବଂ ସମୀକ୍ଷକଙ୍କ ପକ୍ଷରୁ ପସନ୍ଦ କରାଯାଇଛି ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମହ୍ଲାସାହି ସମବାୟ ସେବା ସମିତି ପକ୍ଷରୁ ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଧାନମଣ୍ଡି ଉଦଘାଟିତ ହୋଇଛି । କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପସଭାନେତ୍ରୀ ଗୀତାରାଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମଣ୍ଡିର ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସମବାୟ ସମିତି ଅଧୀନ ବିଭିନ୍ନ ଚାଷୀମାନେ ଏହି ମଣ୍ଡିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରୟ କରିବାକୁ ସେ ଚାଷୀ ମାନଙ୍କୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କୁଜଙ୍ଗ ଶାଖା ଅଧିକାରୀ ସୁଜିତ ଦାସ, ସ୍ଥାନୀୟ ସମିତି ସଭାନେତ୍ରୀ ଶୁଭାସିନୀ କର, ଉପସଭାପତି ବିପିନ ବିହାରୀ ଦଳାଇ, ସମ୍ପାଦକ ଶତୃଘ୍ନ ବାରିକ, ଜିଲ୍ଲାନାସୀ ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, ବୋର୍ଡ଼ ସଭ୍ୟ ଅଭୟ କୁମାର ସାମଲ, ହରେକୃଷ୍ଣ ସେଠୀ, ଚାଷୀ ଉପେନ୍ଦ୍ରନାଥ ଚୌଧୁରୀ, ସୁରେଶ ବାରିକ, ଗୁରୁଚରଣ…
https://www.youtube.com/watch?v=71IsitM2meg
ମୁମ୍ବାଇ : ଟି 20 ବିଶ୍ବକପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହରମନ୍ପ୍ରୀତ୍ କୌର୍ଙ୍କ ନେତୃତ୍ବରେ 15 ଜଣିଆ ଦଳ ଗଠନ କରାଯାଇଛି । ବିଶ୍ବକପ୍ ସହିତ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ମଧ୍ୟ 16 ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ରିଚା ଘୋଷ ଏକମାତ୍ର ନୂଆ ଚେହେରା ରହିଛନ୍ତି । ରିଚା ଚ୍ୟାଲେଞ୍ଜର୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍ ଖେଳି 36 ରନ୍ ସଂଗ୍ରହ କରିଥିଲେ । ରିଚାଙ୍କ ବ୍ୟତିତ ଶେଫାଳି ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି । ବିଶ୍ବକପ୍ ଦଳ : ହରମନ୍ପ୍ରୀତ୍ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହରଲିନ୍ ଦେଓଲ୍, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଏବଂ ଅରୁନ୍ଧତୀ ରେଡ୍ଡୀ । ଅଷ୍ଟ୍ରେଲିଆ…
ଶ୍ରୀନଗର : ଜମ୍ମୁ କାଶ୍ମୀର ପୋଲିସର ଜନୈକ ଡିଏସ୍ପିଙ୍କୁ ଦୁଇ ଆତଙ୍କୀଙ୍କ ସହିତ ଗିରଫ କରାଯାଇଛି । ଦୁଇ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ ଏବଂ ଜଣେ ଲସ୍କର ଆତଙ୍କୀ ରହିଛନ୍ତି । ତିନିଜଣ ଏକତ୍ର ଯାଉଥିବା ବେଳେ ଡିଏସ୍ପିଙ୍କୁ କାଶ୍ମୀର ଉପତ୍ୟାକାରୁ ଗିରଫ କରାଯାଇଛି । ଦିଲ୍ଲୀ ଯାଉଥିବା ରାସ୍ତାରେ ମୀର ବାଜାରର କାଜିଗାଣ୍ଡ ନିକଟରେ ଡିଏସ୍ପିଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦବିନ୍ଦର ସିଂ ନାମକ ଏହି ଡିଏସ୍ପିଙ୍କୁ ଅଗଷ୍ଟ 15ରେ ସେବା ମେଡାଲରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଡିଏସ୍ପିଙ୍କ କାର୍ରୁ ଏକ ଏକେ-47 ରାଇଫଲ୍ ଏବଂ 5ଟି ଗ୍ରେନେଡ୍ ଜବତ କରାଯାଇଛି । ଦୁଇ ଗିରଫ ଆତଙ୍କବାଦୀ ହେଉଛନ୍ତି ନଭୀଦ୍ ବାବୁ ଏବଂ ଆସିଫ୍ ରାଥର୍ । ଅଧିକ ପଚରା ଉଚୁରା ପାଇଁ ଡିଏସ୍ପିଙ୍କୁ ଏକ ନିଭୃତ ସ୍ଥାନରେ ରଖି ପଚରା କରୁଛି ଜମ୍ମୁ କାଶ୍ମୀର ପୋଲିସ୍ । (ଏଜେନ୍ସୀ)
କୋଲକାତା : ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ । ନିଷ୍ପେସିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଷ୍ଟ୍ର ମାନଙ୍କରେ ନିର୍ଯାତିତ ହିନ୍ଦୁଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମକୁ ପ୍ରଣୟନ କରାଯାଇଛି ବୋଲି ମୋଦି କହିଥିଲେ । ଦେଶର ଯୁବଗୋଷ୍ଠୀ ଏହି ଆଇନକୁ ନେଇ ଉତ୍ସାହିତ ମାତ୍ର ବିପକ୍ଷ ରାଜନେତା ଏହାକୁ ନେଇ ସାଧାରଣରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ମୋଦି କହିଥିଲେ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ପ୍ରସିଦ୍ଧ ନାଟ୍ୟକାର ଗୋ ପାଳ ଛୋଟରାୟଙ୍କ ସରଳ ଓ ନିରାଡଞ୍ଚର ବ୍ୟକ୍ତିତ୍ୱରେ ଆନ୍ତରିକତା ଓ ବୌଦ୍ଧିକତା ଭରି ରହିଥିଲା। କଟକ ସହିତ ତାଙ୍କର ନିବିଡ଼ ସଂ ପର୍କ ରହିଥିଲା ବୋଲି ସାଂସଦ ପ୍ରଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ଆଇ ଆମ୍ ଉଇଥ୍ ନେଚର’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନିଜ ଅଭିନେତା ଜୀବନର ଦ୍ରୋଣ ଭାବରେ ଅଭିହିତ କରିଥିଲେ। ଗୋପାଳ ଛୋଟରାୟଙ୍କ ସହିତ ଏକ ଅବିସ୍ମରଣୀୟ ଅନୁଭୂତିର ଅବତାରଣା କରି ନନ୍ଦ ତାଙ୍କ ଉଦ୍ଦେଶ୍ୟରେ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଗୋପାଳ ଛୋଟରାୟଙ୍କ ରଚିତ ଓ ଫାଉଣ୍ଡେସନ୍ ପ୍ରକାଶିତ ‘ଫେରିଆ’ ଓ ‘ ପରକଲମ’ ନାଟକ ଏବଂ ଆତ୍ମଜୀବନୀ ‘ ପଥିକ’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର…
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ। ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନନୀୟ ଅତିଥି ରୂପେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନୋସ୍ୱିନୀ ସାହୁ, ଟୁରିଷ୍ଟ ଅଫିସର ଅଜୟ ରାଉତ, ବାରିଷ୍ଟର ରଣଜିତ ମହାନ୍ତି, ଏଜୁକେଶନ ଇନ୍ଷ୍ଟିଚୁସନର ନିର୍ଦ୍ଦେଶକ ସସ୍ମିତା ମହାନ୍ତି, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ହରେକୃଷ୍ଣ ସାହୁ, ନେପାଳର ବରିଷ୍ଠ ଚିତ୍ରଶିଳ୍ପୀ ଭୀମ ପ୍ରସାଦ ଶର୍ମା, ଶିଳ୍ପ ଓ କଳା ଓ ତାହାର ପ୍ରଭାବ ଉପରେ ଦୃଷ୍ଟିପାତ କରି ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ୱର୍ଗତ ଶିଳ୍ପୀ ଶରତ କୁମାର ରଥ ସମ୍ମାନରେ ହାଇଦ୍ରାବାଦର ଏମ୍. ରମେଶ ଓ…
ସମୀକ୍ଷା ବ୍ୟୁରୋ କୋଣାର୍କ : କୋଣାର୍କରେ ଅନୁଷ୍ଠିତ ଇକୋ ରିଟ୍ରିଟ୍ ପରିଭ୍ରମଣ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ। କୋଣାର୍କସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଇଣ୍ଡଷ୍ଟ୍ରି ଭିଜିଟ୍ କାର୍ଯ୍ୟକ୍ରମରେ ଇକୋ ରିଟ୍ରିଟ୍ ପରିଦର୍ଶନ କରିବା ସହିତ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ରହିଥିବା ରିଟେଲ୍ (ଖୁଚୁରା ବ୍ୟବସାୟ) ବିଭାଗ ଅଧୀନରେ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜ୍ଞାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଚଳିତ 9 ତାରିଖରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ, କ୍ରୀଡା ଶିକ୍ଷକ ଅଭୟ କୁମାର ମଲ୍ଲ ଏବଂ ରିଟେଲ୍ (ଖୁଚୁରା ବ୍ୟବସାୟ) ନିଯୁକ୍ତ ଶିକ୍ଷକ ଭାଗିରଥୀ ପାଇକରାୟ ଏବଂ ଭୋକେସନାଲ (ଧନ୍ଦାମୂଳକ ଶିକ୍ଷା) କୋ ଅର୍ଡିନେଟର ଦ୍ୟୁତିରଞ୍ଜନ ଦେଓଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ରିଟ୍ରିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାମଚଣ୍ଡୀର ମେରାଇନ୍ ଡ୍ରାଇଭ୍ରେ ଅନୁଷ୍ଠିତ…
କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । (ଏଜେନ୍ସୀ)
ଭୁବନେଶ୍ବର, ଓଡିଶାର ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ତାଙ୍କ ପିଲା ବେଳର କଥା ଖୋଲାସା କରି ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ, ତାଙ୍କୁ ଯେତେବେଳେ 11 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ଗୋଟିଏ ଇଂରାଜୀ ମାଧ୍ୟମ ବୋଡିଂ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଇ ସପ୍ତାହ ପରେ ସେ ସେଠାରୁ ଲୁଚି ପଳାଇ ଯାଇଥିଲେ। ଏହାପରେ ସେ ଏକ ବସ୍ ରେ ପ୍ରାୟ 5ରୁ 6 ଘଣ୍ଟା ଯାତ୍ରା କରି ଘରେ ପହଁଚିଥିଲି ବୋଲି ନିଜ ଟ୍ବଇଟ୍ ରେ ବୋଥ୍ରା ଉଲ୍ଲେଖ କରିଛନ୍ତି। ପରବର୍ତ୍ତି ସମୟରେ ସେ ଏକ ସରକାରୀ ହିନ୍ଦି ମିଡିୟମ ସ୍କୁଲରେ ପାଠ ପଢିଥିଲେ। ସେତେବେଳେ ସେହି ଇଂରାଜୀ ବୋର୍ଡିଂ ସ୍କୁଲର ପ୍ରିନସପାଲ ବୋଥ୍ରାଙ୍କ ଉପରେ ଏକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ବୋଥ୍ରା ତା ଜୀବନରେ କିଛି କରିପାରିବ ନାହିଁ। ଟ୍ବଇଟରେ ବୋଥ୍ରା ଯାହା ଲେଖିଛନ୍ତି ତାହା ହେଲା “Principal of English…
ନୂଆଦିଲ୍ଲୀ : ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍ପିଆର ଛାୟାରେ ଏନ୍ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଏହି ମତ ଦେଇଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ପୋଲିସ୍ କ୍ଷମତାର ଦୁରୁପଯୋଗ କରି ଏହି ଆନ୍ଦୋଳନକୁ ଚପାଇଦେବାର ଉଦ୍ୟମ କରୁଛନ୍ତି । ଏକ ଉଚ୍ଚସ୍ତରୀୟ କମିଟି ଗଠାନ କରାଯାଇ ଏହି ନିୟମ ସମ୍ପର୍କରେ ପୁନର୍ବିଚାର କରାଯିବା ଉଚିତ୍ ବୋଲି ଏହି ବୈଠକରେ କୁହାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି…
ନୂଆଦିଲ୍ଲୀ-ଧିରେ ଧିରେ ଦିଲ୍ଲୀ ନିର୍ବାଚନ ସରଗରମ ହେବାରେ ଲାଗିଛି। ସେଥିପାଇଁ ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଶାସକ ଆମ ଆଦମୀ ପାର୍ଟି ଏହି ପ୍ରଚାରରେ ଟିକିଏ ଆଗରେ ରହିଛି। ଦିଲ୍ଲୀ ଜନସାଧାରଣଙ୍କୁ ଆପ ର ସଫଳତା ସଂପର୍କରେ ଅବଗତ କରାଇବା ପାଇଁ ଦଳ ରିଲିଜ କରିଛି ଥିମ୍ ସଂଗୀତ “ଲଗେ ରହୋ କେଜ୍ରିୱାଲା”। ଏହାର ସଂଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ବିଶାଳ ଦାଦଲାନୀ। ବିଶାଳ ଆପ୍ ପାଇଁ ଗତ 2015 ନିର୍ବାଚନରେ ମଧ୍ୟ ପାର୍ଟିର ଥିମ ସଂଗୀତ କରିଥିଲେ, ଯାହାର ଶୀର୍ଷକ ଥିଲା “ପାଞ୍ଚ ସାଲ୍, କେଜ୍ରିୱାଲ୍”। ବର୍ତ୍ତମାନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ସଂଗୀତରେ କେଜ୍ରିୱାଲ ସରକାରର ଗତ ପାଞ୍ଚ ବର୍ଷର ସଫଳତାକୁ ସଂଗୀତ ମାଧ୍ୟମରେ ଉପସ୍ଥାପନା କରାଯାଇଛି। ଯାହା କି ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ଦଳ ଆଶା କରିଛି। ଏହି ସଂଗୀତ କେବଳ ଯେ, ଦିଲ୍ଲୀ ଲୋକଙ୍କ ସ୍ବର…
ଅହମ୍ମଦାବାଦ : ଗୁଜରାଟର ଏକ ଅକ୍ସିଜେନ୍ କାରଖାନାରେ ବିସ୍ଫୋରଣ ଘଟିବାରୁ 6 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ 15ରୁ ଅଧିକ ଆହତ ହୋଇଛନ୍ତି । ଗୁଜରାଟର ଭଦୋଦରାରେ ଅବସ୍ଥାପିତ ଅକ୍ସିଜେନ୍ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା । ଭଦୋଦରାର ଗଓ୍ବାସଡ୍ ଗ୍ରାମର ପାଡ୍ରାରେ ରହିଥିବା ଏହି କାରଖାନାରେ ବିସ୍ଫୋରଣ କାରଣରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଆହତ 15 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । (ଏଜେନ୍ସୀ)
କେଦାର ମିଶ୍ର ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ ଭୂମିକା ସବୁବେଳେ ରହି ଆସିଛି, ବିଜେପି ରାଜନୀତିରେ ଏହା ଧାର୍ମିକ ବିଭେଦ ସୃଷ୍ଟି କରି ଏକ ଭୟଙ୍କର ସାମାଜିକ ବିଦ୍ଵେଷ ସୃଷ୍ଟି କରିବାର ଅନେକ ଉଦାହରଣ ରହିଛି। କ୍ଷମତା ଦଖଲ କରିବାକୁ ଭାରତ ଭିତରେ ପାକିସ୍ତାନକୁ କେନ୍ଦ୍ର କରି ଏକ ଅଦ୍ଭୁତ ରାଜନୀତି ବିଜେପି ଓ ଏହାର ସମର୍ଥକମାନେ ତିଆରି କରିବାରେ ସଫଳ ହୋଇଛନ୍ତି। ନିଜର ରାଜନୈତିକ ବିରୋଧୀଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବାର ଏକ ନାଟକୀୟ ସୂତ୍ର ବିଜେପି ପାଖରେ ରହିଛି। ଏହା ରାଜନୀତିରୁ ଆସି ଏବେ ପ୍ରଶାସନକୁ ମଧ୍ୟ ଗିଳିବା ଆରମ୍ଭ କଲାଣି। ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ…
ଜୟପୁର- ଛପାକ୍ ଚଳଚିତ୍ରକୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ରାଜସ୍ଥାନ ହେଉଛି ତୃତୀୟ ରାଜ୍ୟ ଯେ କି ଛପକ୍ କୁ ଟାକ୍ସ ଫ୍ରି କରିଛନ୍ତି। ଚଳଚିତ୍ରର ନିର୍ଦ୍ଦେଶକ ମେଘନା ଗୁଲଜାର ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଏହି ବିବାଦୀୟ ଚଳଚିତ୍ରକୁ କେବଳ କଂଗ୍ରେସ ଶାସିତ ରାଜ୍ୟରେ ଟାକ୍ସ ଫ୍ରି କରାଯାଇଛି। ଏହି ଚଳଚିତ୍ରଟି ରିଲିଜର ଗୋଟିଏ ଦିନ ପୂର୍ବରୁ ମଧ୍ୟପ୍ରଦେଶ ଏବଂ ଛତିଶଗଡ ସରକାର ତାଙ୍କ ରାଜ୍ୟରେ ଟାକ୍ସ ଫ୍ରି ହେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ରିଲିଜର ଗୋଟିଏ ଦିନ ପରେ ରାଜସ୍ଥାନ ସରକାର ଛପାକକୁ ଟାକ୍ସ ଫ୍ରି ଘୋଷଣା କଲେ। ଏହି ଘୋଷଣା ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ଛପାକ୍ ପରି ଚଳଚିତ୍ରକୁ ଟାକ୍ସ ଫ୍ରି କରିବା ନିଶ୍ଚିତ ଖୁସିର କଥା। ଏହା ଦ୍ବାରା ରାଜ୍ୟର ବହୁ ସଂଖ୍ୟାରେ ଦର୍ଶକ ଏହି ଚଳଚିତ୍ରକୁ ଦେଖିପାରିବେ…
Mumbai: Actress Yami Gautam who had featured in the critically acclaimed film “Uri: The Surgical Strike” seen at Mumbai’s Santacruz on Jan 9, 2020. (Photo: IANS)
Mumbai: Actress Kriti Sanon seen at the office of Maddock Films in Mumbai’s Santacruz on Jan 9, 2020. (Photo: IANS)
Mumbai: Actress Kajol Devgn at the special screening of her upcoming film “Tanhaji: The Unsung Warrior” in Mumbai on Jan 9, 2020. (Photo: IANS)
ଭୁବନେଶ୍ବର-ଆଜି ଦ୍ବିତୀୟ ଶନିବାର ଛୁଟି ଥିବାରୁ ଭୁବନେଶ୍ବରସ୍ଥିତ ରାଜଭବନ ପାର୍କ ବୁଲିବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଦିନ 2ଟାରୁ ଲୋକମାନେ ଲମ୍ବା ଲାଇନରେ ପାର୍କ ଭିତରକୁ ପ୍ରବେଶ କରୁଥିଲେ। ବର୍ଷରେ ଥରେ ମାତ୍ର ଏହି ପାର୍କ ଦେଖିବାର ସୁଯୋଗ ମିଳୁଥିବାରୁ ପାର୍କ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଗତ ଜାନୁଆରୀ 5 ତାରିଖଠାରୁ ଖୋଲାଯାଇଛି। ଏହା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ପାର୍କକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ 2ଟାରୁ 5ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଉଦ୍ୟାନକୁ ପ୍ରବେଶ କରିବା ପାଇଁ ସମୟ ଦିଆଯାଇଛି। ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ ଫାଉଣ୍ଟେନ୍, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର…
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀଠାରେ ଏକ ଜୋତା କାରଖାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ମାୟାପୁରୀ ଅଞ୍ଚଳରେ ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ 90ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ 23ଟି ଦମକଳଗାଡ଼ି ଉପସ୍ଥିତ ରହିଛି । ନିଆଁ ଉପରେ କାବୁ ପାଇଁ ଚେଷ୍ଟା ଜାରି ରଖାଯାଇଛି । ତେବେ ଏହି ମାମଲାରେ ଅଧିକ ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରିରହିଛି । ଏହି ନିକଟ ଅତୀତରେ ଅଗ୍ନିକାଣ୍ଡର ବହୁ ଘଟଣା ଦେଖିବାକୁ ମିଳିଛି । ନିକଟରେ ଶସ୍ୟମଣ୍ଡିରେ ନିଆଁ ଲାଗି 43ଜଣଙ୍କର ମୃତ୍ୟୁ ହୋଇଥିଲା । (ଏଜେନ୍ସି)

