ନୂଆଦିଲ୍ଲୀ,25/12 : ଭାରତୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ୍ ଆଇପିଏଲ୍ ଦଳ କିଙ୍ଗସ୍ ଏକାଦଶ ପଞ୍ଜାବର ଅଧିନାୟକତ୍ବ ପାଇଁ ପ୍ରସ୍ତୁତ ବୋଲି ଅନୀଲ୍ କୁମ୍ବଲେ ପ୍ରକାଶ କରିଛନ୍ତି । ତାମିଲନାଡୁ ଅଫ୍ସ୍ପିନର୍ ଆର. ଅଶ୍ବିନ୍ଙ୍କୁ ଦଳ ଦିଲ୍ଲୀ ସହିତ ଟ୍ରେଡ୍ କରିଥିବାରୁ ଅଧିନାୟକ ପଦ ଖାଲି ରହିଥିଲା । ରାହୁଲ ଅଧିନାୟକ ପଦ ପାଇଁ ପ୍ରସ୍ତୁତ ବୋଲି କିଙ୍ଗ୍ସ ଇଲେଭେନ୍ କୋଚ୍ ଅନୀଲ କୁମ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଟି20 ଏବଂ ଦିନିକିଆ ଦଳର ନିୟମିତ ସଦସ୍ୟ ରହିଥିବା ରାହୁଲ ଦୀର୍ଘଦିନ ହେବ କ୍ରିକେଟ ଖେଳୁଛନ୍ତି ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ରହିଛନ୍ତି । ନେତୃତ୍ବ ନେବାର ଦକ୍ଷତା ରାହୁଲଙ୍କ ନିକଟରେ ରହିଥିବାରୁ ସେ ଦଳକୁ ସଠିକ୍ ଦିଗରେ ନେଇ ପାରିବେ ଏବଂ ଅଧିନାୟକତ୍ବ ରାହୁଲଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି କୁମ୍ବଲେ କହିଛନ୍ତି । (ଏଜେନ୍ସୀ)
Author: Samikhsya Bureau
President Ram Nath Kovind, Prime Minister Narendra Modi, Union Home Minister Amit Shah with other ministers and BJP leaders paid homage to former Prime Minister Atal Bihari Vajpayee on the occasion of his birth anniversary in New Delhi on DEC. 25, 2019. (PHOTO: IANS / RB)
(191223) — ANKARA, Dec. 23, 2019 (Xinhua) — A model presents a traditional dress of Vietnam during Ankara Fashion Week in Ankara, Turkey, on Dec. 23, 2019. Within the scope of Ankara Fashion Week event, embassies of some countries exhibited treasures of their traditional dresses in Ankara on Monday. (Photo by Mustafa Kaya/Xinhua)
(191224) — MANZHOULI, Dec. 24, 2019 (Xinhua) — The first place winner Chinese contestant Zang Xipo (C), the second place winner Mongolian contestant CH_ANUUJIN (R), and the third place winner Russian contestant Golovina Alexandria of an international beauty contest pose for a group photo in Manzhouli, north China’s Inner Mongolia Autonomous Region, Dec. 23, 2019. The final of the 16th China-Russia-Mongolia International Beauty Pageant was held here on Monday. (Xinhua/Xu Qin)
Actress Catherine Tresa.
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ଏଣିକି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଗାଡ଼ି ଆସିବା ନେଇ ଜାରି ହୋଇଛି କଟକଣା। କମ ବୟସର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ। ୧୮ ବର୍ଷରୁ କମ୍ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି। ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏହି ନୟମକୁ କଡ଼ାକଡ଼ି ମାନିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଦିଗରେ ସଚେତନ କରାଇବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। ସରକାରୀ ସମେତ ବେସରକାରୀ ବିଦ୍ୟାଳୟଗୁଡ଼ିକ…
Mumbai: Cricket legend Sachin Tendulkar calls on Maharashtra Chief Minister Uddhav Thackeray, in Mumbai on Dec 24, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,25/12 : ଭୁବନେଶ୍ବରରେ ଜଳିଗଲା ବସ୍ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସହିଦ ନଗରରେ ଛିଡା ହୋଇଥିବା ଅବସ୍ଥାରେ ବସ୍ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।
ମହାରାଷ୍ଟ୍ର, 25/12: ସମ୍ପ୍ରତି ଦେଶରେ ଧର୍ମକୁ ନେଇ ରାଜନୀତି ଚାଲିଥିବାବେଳେ ମହାରାଷ୍ଟ୍ରର ଏକ ଗ୍ରାମ ଅନନ୍ୟ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ଉନ୍ନତ ବିଚାରାଧାରାର ପ୍ରତିଫଳନ ଦେଖିବାକୁ ମିଳିଛି ଏଠି । ମହାରାଷ୍ଟ୍ରରେ ରହିଥିବା ଏକ ଗ୍ରାମର ଗ୍ରାମବାସୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ହେଉଥିବା ଖର୍ଚ୍ଚକୁ କମ୍ କରି ଏହି ଅର୍ଥରେ ପିଲାଙ୍କ ଶିକ୍ଷାରେ ବିନିଯୋଗ କରିବାର ଏକ ଉତ୍ତମ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଏହି ପୋଖରୀ ନାମରେ ଏକ ଗ୍ରାମର ଗ୍ରାମବାସୀମାନେ ଶିଶୁଙ୍କ ଭବିଷ୍ୟତ ପାଇଁ ଏକ ଅନନ୍ୟ କାର୍ଯ୍ୟ କରୁଥିବାର ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଜିଲ୍ଲା ପରିଷଦ ସଦସ୍ୟ କହିଛନ୍ତି ଯେ, ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପିଲାଙ୍କୁ ଶିକ୍ଷା ଦିଗରେ ଅଧିକ ପ୍ରୋତ୍ସାହିତ ତଥା ତାଙ୍କ ଶିକ୍ଷାର ଉନ୍ନତି ପାଇଁ ଏହି ପ୍ରୟାସ କରାଯାଉଛି । ଏଥିପାଇଁ ସମସ୍ତ ଗ୍ରାମବାସୀ ମାନେ ନିଜ ନିଜର ଯୋଗଦାନ ଦେଉଛନ୍ତି। ଜିଲ୍ଲା ପରିଷଦଙ୍କ ସୂତ ଅନୁସାରେ ଗ୍ରାମରେ ଥିବା ଅଙ୍ଗନଓ୍ବାଡି…
ନୂଆଦିଲ୍ଲୀ,25/12: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂତଳ ଯୋଜନାର ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 7ଟି ରାଜ୍ୟର 8350 ଗ୍ରାମ ସାମିଲ ହେବେ ବୋଲି ଜଣାପଡିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 6 ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ଏହା ସହିତ ମନାଲିରୁ ଲେହକୁ ସଞ୍ଜୋଗ କରୁଥିବା ରୋହତାଙ୍ଗ କେନାଲର ନାମକୁ ପରିବର୍ତ୍ତନ କରାଯାଇ ‘ଅଟଳ ସୁଡଙ୍ଗ’ ରଖାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12 : 40 ଗ୍ରାମ ବ୍ରାଉନସୁଗାର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜଟଣୀରୁ ଗିରଫ ଯୁବକଙ୍କ ନିକଟରୁ ଗୋଟିଏ କାର୍, ଏକ ଲକ୍ଷ 10 ହଜାର ଟଙ୍କା ଏବଂ ମୋବାଇଲ୍ ଜବତ କରାଯାଇଛି । ବ୍ରାଉନ ସୁଗାର୍ ସହିତ ଯୁବକ ଜଣକ ଆସୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଜଟଣ ପୋଲିସ୍ ଏବଂ କ୍ୟୁଏଟି ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ୍ର ତଦନ୍ତ ଜାରି ରହିଛି ।
ଲାହୋର,25/12 : ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ମାମଲାରେ ହାଫିଜ୍ ସଇଦ୍ର ଶୁଣାଣୀ ଆସନ୍ତା ଜାନୁୟାରୀ 2 ପର୍ଯ୍ୟନ୍ତ ସ୍ଥଗିତ ରହିଛି । ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍ଙ୍କ ଶୁଣାଣି ଆଜି ହେବାର ଥିବା ବେଳେ ଓକିଲଙ୍କ ଆନ୍ଦୋଳନ କାରଣରୁ ଆଜି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ହଫିଜ୍ ସଇଦ୍ ଏବଂ ତା’ର ତିନି ଜଣ ସହଯୋଗୀଙ୍କ ବିରୋଧରେ ଡିସେମ୍ବର 11ରେ ମାମଲା ଆରମ୍ଭ କରାଯାଇଥିଲା । ଆତଙ୍କ ନିରୋଧୀ ସ୍କ୍ବାଡ୍ ପକ୍ଷରୁ ସ୍ବତନ୍ତ୍ର କୋର୍ଟରେ ଆଜି ଶୁଣାଣି ହେବାର ଥିବାବେଳେ ଓକିଲଙ୍କ ଆନ୍ଦୋଳନ କାରଣରୁ ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଆସନ୍ତା ଜାନୁୟାରୀ 2 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ପାରାଦୀପ, ୨୫/୧୨: ଗତକାଲି ଜେଏସ୍ଡବ୍ଲୁ କାର୍ଯ୍ୟାଳୟ ମଧ୍ୟରେ ହୋଇଥିବା ଭଙ୍ଗାରୁଜାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ ତାରିଖ ଅର୍ଥାତ୍ ଗତକାଲି ଦିବା ୧୧ ଘଟିକା ସମୟରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ନାମ ନେଇ କିଛି ଯୁବକ ଜେ.ଏସ୍.ଡବ୍ଲୁ ଇନ୍ଫ୍ରା ଷ୍ଟକଚର୍ ଲିମିଟେଡ କମ୍ପାନୀରେ ନିଯୁକ୍ତି ଦାବିରେ ଗଣ୍ଡଗୋଳ କରିବା ସହିତ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଫେଇ ଦେଇ ବିଜେପିର ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ କହିଛନ୍ତି ଯେ, ଏହି ଘଟଣାରେ ଦଳର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ। ବେରୋଜଗାର ଯୁବକମାନେ ନିଯୁକ୍ତି ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ସଂଗ୍ରାମ କରିବା ଉଚିତ୍। ନିଯୁକ୍ତି ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବା…
ନୂଆଦିଲ୍ଲୀ,25/12 : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ସେନା ତରଫରୁ ଏକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 80 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ 35 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏହା ସହିତ ସେନାର 7 ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡିଛି । ବୁର୍କିନା ଫାସୋର ସୋମ୍ର ଅର୍ବିଣ୍ଡାରେ ଏହି ଆକ୍ରମଣ ହୋଇଥିଲା । ନିହତ ସାଧାରଣ ନାଗରିକଙ୍କ ମଧ୍ୟରେ ସମସ୍ତ ମହିଳା ଥିବା ଜଣାପଡିଛି । ବୁର୍କିନା ଫାସୋର ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ମାଲି ଏବଂ ନାଇଜରର ସୀମାରେ ଅବସ୍ଥିତ ଏହି ରାଷ୍ଟ୍ରରେ 2015ରୁ ମୁସ୍ଲିମ୍ ଜେହାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏକ ବୃହତ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ ସମୟରେ ଏହି କାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସୀ)
Mumbai: Actress Sonakshi Sinha during actress Saiee Manjrekar’s birthday celebrations in Mumbai on Dec 23, 2019. (Photo: IANS)
ମୁମ୍ବାଇ, 25/12: ମହାରାଷ୍ଟ୍ରରେ ଉଦ୍ଧବ ସରକାର କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛନ୍ତି। ଏହାସହିତ ଶିବସେନା ବିଧାୟକ ତଥା ପୁତ୍ର ଆଦିତ୍ୟ ଠାକ୍ରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛନ୍ତି। ପୂର୍ବରୁ ଆଦିତ୍ୟଙ୍କୁ ଓ୍ବାଇ ପ୍ଲସ୍ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ଜେଡ୍ ପ୍ଲସ୍ କରାଯାଇଛି । ସେହିପରି ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଛନ୍ତି। ମଙ୍ଗଳବାର ସୁବେରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଟବଳ ଚବିଶ ଘଣ୍ଟା ରହୁଥିଲେ। ଏବେ ଏହି ସୁରକ୍ଷା ବ୍ୟବସ୍ଥାକୁ ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଯାଇଥିଲା। ଏବେ ସୁରକ୍ଷାରେ ଢ଼ିଲା…
ମୁମ୍ବାଇ, 25/12: ଅଭିନେତା ଦିଲଜିତ୍ ଦୋସାଞ୍ଜ ଓ ମନୋଜ ବାଜପେୟୀ ପାରିବାରିକ କମେଡ଼ି ଭିତ୍ତିକ ଫିଲ୍ମ ‘ସୁରଜ୍ ପେ ମଙ୍ଗଲ୍ ଭାରି’ ରେ ନଜର ଆସିବେ। ଅଭିଶେଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଫତିମା ସନା ଶେଖ୍ ମଧ୍ୟ ନଜର ଆସିବେ। ଶର୍ମା କହିଛନ୍ତି ଯେ, ‘ସୁରଜ୍ ପେ ମଙ୍ଗଲ୍ ଭାରି’ ଏକ ଅନନ୍ୟ ପାରିବାରିକ କମେଡି ଅଟେ। ଏଥିରେ ଫ୍ରେଶ୍ ତଥା ବହୁ ଅଭିଜ୍ଞ ଚରିତ୍ରମାନେ ରହିଛନ୍ତି। 1990 ଦଶକର ଏକ ସୁନ୍ଦର ତଥା ସରଳ ପୃଷ୍ଠଭୂମିକୁ ନେଇ ଏହା ଗତିଶୀଳ , ଯେତେବେଳେ ସୋସିଆଲ ମିଡିଆ ଓ ମୋବାଇଲ୍ ଫୋନ୍ ନଥିଲା। ଏହା ସହିତ ଏହା ପାରିବାରିକ ଦର୍ଶକ ପାଇଁ ଏକ ଶାନଦାର୍ କାହାଣୀ ହେବ ବୋଲି ଆଶା କରାଯଉଛି ଏହି ଫିଲ୍ମ ଜରିଆରେ ନିର୍ମାତା ଜୀ ପ୍ରଡକ୍ସନ୍ ହାଉସ୍ ସହିତ ଯୋଡ଼ି ହୋଇଥିବାରୁ ବେଶ୍ ଗର୍ବିତ ବୋଲି ଅଭିଷେକ କହିଛନ୍ତି। ସେହିପରି ଜୀ ଷ୍ଟୁଡିଓଜ୍ର ସିଇଓ ଶରୀକ୍…
https://www.youtube.com/watch?v=N0jAFMDwNAw
ଝାଡଖଣ୍ଡ, 25/12: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍ 29 ଡିସେମ୍ବରରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ ଜଣାଇବବା ପାଇଁ ସୋନିଆଙ୍କ ସହ ସାକ୍ଷାତ କରିବେ ବୋଲି ଜଣାପଡିଛି। ହେମନ୍ତ ସୋରେନ୍ କଂଗ୍ରେସର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ କରି ସରକାର ଗଢିବା ନେଇ ଚର୍ଚ୍ଚା ମଧ୍ୟ କରିବେ। ରାଜ୍ୟରେ ଜେଏମଏମ୍ କଂଗ୍ରେସ ଓ ଆରଜେଡି ସହ ମିଶି ନିର୍ବାଚନ ଜିତିଛି । ମିଳିଥିବା ସୂଚନା ଅନୁସାରେ ରାଜେନ୍ଦ୍ର ସିଂହ କିମ୍ବା ଆଲମଗିରି ଆଲମ୍ଙ୍କ ମଧ୍ୟରୁ କଂଗ୍ରେସର ଜଣେ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି ଉପସ୍ଥାପନା କରିପାରନ୍ତି। ମଙ୍ଗଳବାର ଦିନ ହେମନ୍ତ ସୋରେନ୍ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଥିଲେ।…
ନୂଆଦିଲ୍ଲୀ, 25/12: ଯମୁନା ଏକ୍ସପ୍ରେସ୍ଓ୍ବେର ଦୁର୍ନୀତି ଯାଞ୍ଚ ସିବିଆଇ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ପୂର୍ବତନ ସିଇଓ ପିସି ଗୁପ୍ତାଙ୍କ ସମେତ ଅନ୍ୟ 20 ଜଣଙ୍କ ମାମଲା ଦାଏର କରିଛି। ଏହି ଏକ୍ସପ୍ରେସ୍ଓ୍ବେ ଦୁର୍ନୀତିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା ମଧ୍ୟରେ ଯୋଗାଯୋଗ କରୁଥିବା ୧୬୫ କିମି ଏହି ଏକ୍ସପ୍ରେସ୍ଓ୍ବେର ନିର୍ମାଣ କାର୍ଯ୍ୟ ୨୦୦୯ରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାର ଲୋକାର୍ପଣ ୨୦୧୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମୟରେ ହୋଇଥିଲା। ଯମୁନା ଏକ୍ସପ୍ରେସ୍ଓ୍ବେ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ଜୁନ୍ରେ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଏହାର ଯାଞ୍ଚ୍ ଦାୟିତ୍ୱ ସିବିଆଇକୁ ଦେବା ପାଇଁ କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ଯମୁନା ଏକ୍ସପ୍ରେସ୍ ଔଦୋଗିକ ବିକାଶ ପ୍ରାଧିକରଣ ଯମୁନା ଏକ୍ସପ୍ରେସ୍ ପାଇଁ ମଥୁରରା ସାତଟି ଗ୍ରାମର ଜମିକୁ 85 କୋଟି ମୂଲ୍ୟରେ କିଣିଥିଲେ,…
ସାନଖେମୁଣ୍ଡି,(୨୫/୧୨):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ଜଣେ ଅଜଣା ଶବ ଉଦ୍ଧାର ହୋଇଛି। ଗତକାଲିଠାରୁ ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ଶବ ସେଠାରେ ପଡ଼ିଥିବାର ଦେଖାଯାଇଥିଲା। ବହୁ ସମୟ ଧରି ସେଠାରେ ଅଜଣା ଶବ ପଡିରହିବା ପରେ ସ୍ଥାନୀୟ ବାସିନ୍ଦା ଏହା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ପରେ ବି ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ ତେବେ ପ୍ରାଥମିକ ତଦନ୍ତରୁ ମାନସିକ ଅଶାନ୍ତି ଜନିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଅନୁମାନ କରାଯାଇଛି । ପୋଲିସ୍ ସମ୍ପୃକ୍ତ ଶବକୁ ଜବତ କରି ଏନେଇ ଅଧିକ ତଦନ୍ତ ଜାରି ରଖିଛି।

