Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ଏହି ଆଇନ ଦେଶର ସଂହିତା ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ ତେଣୁ ଦଳ ଏହି ଆଇନ ପ୍ରତି ନିଜର ସମର୍ଥନ ଜାହିର କରିଛି ବିଜେଡି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।

Read More

ଜୟପୁର, 18/12 : 2008ରେ ଘଟିଥିବା ଜୟପୁର ବିସ୍ଫୋରଣ ମାମଲାରେ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । 8ଟି ସ୍ଥାନରେ ଘଟିଥିବା ଏହି ସିରିଜ୍‌ ବିସ୍ଫୋରଣରେ 80 ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ 170ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଶାହବାଜ ହୁସେନ, ମହମ୍ମଦ ସୈଫ୍‌, ଏମ୍‌ଡି ସରଓ୍ବର ଆଜମୀ ଏବଂ ସଫି ଉର୍‌ ରେହମାନକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆରେଜ୍‌ ଜୁନେୈଦ୍‌କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ଅନ୍ୟ ତିନି ଅଭିଯୁକ୍ତ ସାଜିଦ୍‌ ବଡା, ଏମ୍‌ଡି ଖାଲିଦ୍‌ ଏବ ମାଣିକ୍‌ ଫେରାର ଥିବା ବେଳେ ଅସଦୁଲ୍ଲା ଅଖ୍‌ତାର ଏବଂ ୟାସିନ୍‌ ଭଟକଲ ତିହାର ଜେଲରେ ବନ୍ଦୀ ରହିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,18/12: ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଠାର ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏହି ଆଇନ ବିରୋଧରେ ଆଗତ 48ଟି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ବି ଆର ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ । ଆଇନ ପୂର୍ବବତ ଲାଗୁ ରହିବା ସହିତ ଜାନୁୟାରୀ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସଂସଦର ଉଭୟ ଗୃହରେ ପାରିତ ହେବା ପରେ 12 ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲା । ବିଲ୍‌କୁ ଦେଶର ସମସ୍ତ ଭାଗରୁ…

Read More

ବିଜନୋର,18/12: ଉତ୍ତର ପ୍ରଦେଶର ଏକ କୋର୍ଟ ମଧ୍ୟରେ ଜଣଙ୍କୁ ହତ୍ୟାର ଗୋଟିଏ ଦିନ ପରେ 18 ଜଣ ପୋଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ମଙ୍ଗଳବାର ଦିନ ବିଜନୋର କୋର୍ଟରେ ଦୁଇ ଜଣଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଶାହାନଓ୍ବାଜ ଅନ୍‌ସାରୀଙ୍କ ବିଚାର ପୂର୍ବରୁ ତିନି ଜଣ ଅପରାଧୀ ତାଙ୍କୁ କୋର୍ଟ ମଧ୍ୟରେ ଗୁଳି କରି ହତ୍ୟା କରିଥିଲେ । ଉକ୍ତ ହତ୍ୟାକାଣ୍ଡ ସମୟରେ କୋର୍ଟରେ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ଲୋକ ମଧ୍ୟ ଉପସ୍ଥିତ ଥିଲେ । ଅନ୍‌ସାରୀଙ୍କୁ ହତ୍ୟା କରି ତିନି ଅଭିଯୁକ୍ତ ପଳାଉଥିବା ବେଳେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । (ଏଜେନ୍ସୀ)

Read More

https://youtu.be/XffEF2ritXw Aamir Khan’s daughter Ira Khan’s favourite pass-time? Sharing glimpses of her photoshoot on Instagram. And she did just that recently in a series titled “What a view.” Ira Khan, whose posts almost always are accompanied by quirky captions, added three entries in the “What a view” series with photo courtesy to Mumbai-based photographer Roozbeh.

Read More

ନୂଆଦିଲ୍ଲୀ,18/12 : ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା କାଣ୍ଡ ଘଟିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଦିଲ୍ଲୀର ଦୁଇଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଛି । ଜାଫ୍‌ରାବାଦ ଏବଂ ମୌଜପୁର-ବାବରପୁର ଷ୍ଟେସନ୍‌ ଦୁଇଟିକୁ ବନ୍ଦ ରଖାଯାଇଛି । ଏହି ଦୁଇ ଷ୍ଟେସନ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ମେଟ୍ରୋ ଚଳାଚଳ ସାଧାରଣ ରହିଛି । ମଙ୍ଗଳବାର ଉକ୍ତ ଦୁଇ ଅଞ୍ଚଳରେ ହିଂସାକାଣ୍ଡ ଘଟିବାରୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ କାରଣରୁ 6ଟି ମାମଲା ରୁଜୁ କରାଯାଇଥିବା ବେଳେ 4 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବାଲେଶ୍ବର,18/12 : ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ରହିଛନ୍ତି । ଜମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ ଧଳ ଏବଂ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଜଣେ ଅପହର୍ତ୍ତାଙ୍କୁ ଉତ୍ତର ପ୍ରଦେଶରୁ ଅଣାଯାଉଥିବା ତିନି ଜଣଙ୍କ ଅବହେଳା କାରଣରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ନାବାଳିକା ଅପହରଣ ମାମଲାରେ ଉକ୍ତ ଯୁବକଙ୍କୁ ୟୁପିରୁ ଗିରଫ କରି ଆଣିବା ସମୟରେ ସେ ଖସିଯିବାରେ ସମର୍ଥ ହୋଇଥିଲେ । ଉକ୍ତ ଘଟଣାର ତଦନ୍ତ କରି ବାଲେଶ୍ବର ଏସ୍‌ପି ତିନି ଜଣଙ୍କୁ ନିଲମ୍ବନ କରିଛନ୍ତି ।

Read More

ନୂଆଦିଲ୍ଲୀ,18/12 : ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ମଙ୍ଗଳବାର ଦିନ 50 କୋଟିର ହେରୋଇନ୍‌ ଜବତ କରିଛି । ହେରୋଇନ୍‌ ସହିତ ଦିଲ୍ଲୀ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ଜଣେ ନାଇଜେରିଆନ୍‌ ନାଗରିକ ରହିଥିବା ଜଣାପଡିଛି । ସମୁଦାୟ 12 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ 50 କୋଟି ହେବ ବୋଲି ଜଣାପଡିଛି । ତିନି ଗିରଫ ବ୍ୟକ୍ତି ହେଉଛନ୍ତି ମୁନିର୍କାର ଅନୁଭବ ଦୁଷାଡ(35), ମଦନପୁର ଖଦାରର ରେଣୁକା(27) ଏବଂ ନାଇଜେରିଆର କ୍ରିଷ୍ଟ ଜୋଲ୍‌(28) । ଅନୁଭବଙ୍କ ନିକଟରୁ 7 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ରେଣୁକାଙ୍କ ନିକଟରୁ 3 କିଗ୍ରା ଏବଂ ଜୋଲ୍‌ଙ୍କ ନିକଟରୁ 2 କିଗ୍ରା ଡ୍ରଗ୍ସ ଜବତ କରାଯାଇଛି । ଦୁଷାଡ ଏବଂ ରେଣୁକାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ନିକଟରୁ ମିଳିଥିବା ସୂଚନାରେ ଜୋଲ୍‌ଙ୍କୁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର,୧୮/୧୨: କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରାଯିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚିଲିକା ବିଧାୟକ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମାଳି ଗୋବିନ୍ଦପୁରରେ ଏକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଦୁଲ୍ଲଣୀ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ମାନ୍ୟବର ବିଧାୟକ। ଏହାପରେ ହନୁମନ୍ତ ଟାଙ୍ଗୀ ଠାରେ ଶାଳିଆ ନଦୀ ଉପରେ ଏକ ଶଙ୍ଖ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଜଗଦ୍ଦେବ। ଶେଷରେ ଏକଡାଳିଆରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମିତ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ବିଧାୟକ। ଏହି ଅବସରରେ କୁମାରାଙ୍ଗ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପ୍ରଧାନ, ପଞ୍ଚାୟତ ସମିତି…

Read More

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି । ଏହା ସହିତ ଏନ୍‌ଆରସି ବା ସିଏଏ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବା ଦେଶବାସୀଙ୍କ ପାଇଁ କୌଣସି ସମସ୍ୟକା ସୃଷ୍ଟି କରିବ ନାହିଁ ବୋଲି ଶାହା ମତ ଦେଇଥିଲେ । ଦେଶରେ ସଂଖ୍ୟାଧିକ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ କେବଳ ହାତଗଣତି କିଛି ବିଶ୍ବବିଦ୍ୟାଳୟଙ୍କୁ ଏହି ଆଇନକୁ ନେଇ…

Read More

ସମୀକ୍ଷା ବ୍ୟୁରୋ, ପୁର18/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ସାଧାରଣ ଦର୍ଶନ 4 ଘଣଟା ପାଇଁ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ 2.30ରୁ 6.30 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Read More

କେଦାର ମିଶ୍ର ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ…

Read More

Spiti: The highest ice skating rink in Himachal Pradesh at an altitude of 3,720 m has been set up in remote Kaza town in the Spiti area. State Agriculture Minister Ram Lal Markanda will be inaugurating the rink spreads over 50 metre by 35 metre on December 20. The aim of setting up the rink is to promote ice skating and hockey among the youth. (Photo: IANS)

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୧୭/୧୨: କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁର ଅଞ୍ଚଳର  ତିନି ଜଣ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ସରକାରୀ ଶାରିରୀକ ମହାବିଦ୍ୟାଳୟର ନାରାୟଣ ସାହୁ। ସମ୍ପ୍ରତି ନାରାୟଣ ସାହୁ ଶାରିରୀକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ଜାଭିୟର୍‌ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ସାଇ ତରୁଣ ଆଚାରୀ। ଏହି ପରୀକ୍ଷାରେ ନବମ ସ୍ଥାନରେ ରହିଛନ୍ତି ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ତିନି (ଦ୍ବିତୀୟ ବର୍ଷ)ର ଛାତ୍ର ରୁଦ୍ରମାଧବ ପାଣି। ବାଣପୁର କ୍ରୀଡ଼ା ଭାରତୀ ତରଫରୁ ଉପସଭାପତି ଶ୍ରୀମତୀ ସରୋଜିନୀ ଷଡଙ୍ଗୀ ଓ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ବୈରାଗୀ ଚରଣ ବଳ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ। ସର୍ବଭାରତୀୟ ସ୍ତରରେ ଅନଲାଇନ୍‌ ମାଧ୍ୟମରେ ହୋଇଥିବା କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ବାଣପୁରର ତିନିଜଣ ଛାତ୍ର ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗର୍ବ ଓ…

Read More