Author: Samikhsya Bureau

ରୋଗୀଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ ହୋଇଛି । ମାଲକାନଗିରି ମେଡ଼ିକାଲ୍‌କୁ ଏହି ମାଗଣା ବସ୍‌ ସେବା ଆରମ୍ଭ ହୋଇଛି । ଗୁରୁପ୍ରିୟା ଓ ମୋଟୁରୁ ମାଲକାନଗିରି ମେଡ଼ିକାଲକୁ ବିଜୁ ହେଲଥ୍‌ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି । ରୋଗୀଙ୍କ ପାଇଁ ମାଗଣା ବସ୍‌ ସେବାକୁ ଉଦ୍‌ଘାଟନ କରିଛନ୍ତି  ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ। ଏହି ବସ୍‌ରେ ଉପାନ୍ତ ଅଞ୍ଚଳର ଲୋକ ଡାକ୍ତରଖାନା ଯାଇପାରିବେ।

Read More

ବଙ୍ଗୋପସାଗରରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି ଟିକେ ପାଗ ଶିଖିଲା ରହିଛି । କିନ୍ତୁ ଏହି ଲଗାଣ ବର୍ଷା ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡିଯାଇଛି । ଗତ ୨୩ରୁ ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଏହି ଲଗାଣ ବର୍ଷାରେ କ’ଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଅନୁଦାନକୁ ଅପେକ୍ଷା ନ କରି ଆଂଶିକ କ୍ଷତିଗ୍ରସ୍ତକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।  ନଭେମ୍ବର ୪ ସୁଦ୍ଧା ରିପୋର୍ଟ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।

Read More

ନିକଟରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ନେଇ  ଉଭୟ ସରକାର ଓ ବିରୋଧୀଙ୍କ ବାକ୍‌ଯୁଦ୍ଧ ଚାଲିଥିବାବେଳେ  ଏବେ ସ୍ୱାଧୀନତା ସଂଗ୍ରାମୀର କ୍ରାନ୍ତିକାରୀ ନେତା ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମଧ୍ୟ ଭାରତ ରତ୍ନ ମିଳିବା ନେଇ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏ ନେଇ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ସହିଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ବିଟ୍ରିଶ ସରକାରକୁ ବିରୋଧ କରି ଦେଶରେ ଆନ୍ଦୋଳନକୁ ପ୍ରେରିତ କରିଥିଲେ । ଏହାପରେ ଏହି ତିନି ଜଣ ନିଜର ଦେଶ ପାଇଁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବଳିଦାନ ଦେଇଥିଲେ । ତେଣୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଏହି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହି ତିନି ସ୍ୱାଧନୀତା ସଂଗ୍ରାମୀଙ୍କୁ…

Read More

ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦଲାଗି ରହିଛି । ଗୋଟିଏ ପଟେ ବିଜେପି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡି ବସିଥିବା ବେଳେ ଅନ୍ୟପଟେ ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବର ଦାବି କରିଛି । ଅଢେଇ ଅଢେଇ ବର୍ଷ ଫର୍ମୁଲାରେ ବିଜେପି ଲିଖିତ ଭାବରେ ସହମତ ହେଲେ ଯାଇ ଶିବସେନା ସମର୍ଥନ ଦେବ ବୋଲି ଦଳର ବିଧାୟକ ଘୋଷଣା କରିଛନ୍ତି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ଘର ମୋତିଶ୍ରୀରେ ଆଜି ଶିବସେନା ବିଧାୟକ ଦଳର ବୈଠକ ହୋଇଛି । ଶିବସେନା ନେତା ପ୍ରତାପ ସରନାୟକ ବୈଠକ ସରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ।

Read More

ହରିୟାଣା ରାଜନୀତିର ଛକାପଂଝା ଭିତରେ ଏବେ ସ୍ଥିରତା ଆସିଯାଇଛି । ରବିବାର ଦିନ ବିଜେପି ନେତା ମନୋହର ଲାଲ୍‌ ଖଟ୍ଟର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରବିବାର ଅପରାହ୍ନ ୨ଟା ୧୫ରେ ସେ ଶପଥ ଗ୍ରହଣ କରିବେ।  ମନେହାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହବୋ ପରେ ଶନିବାର ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଅନୁରୋଧ କରିଥିଲେ। ଆଉ ଏହାକୁ ରାଜ୍ୟପାଳ ଗ୍ରହଣ କରି ନେଇଥିବା ସେ କହିଛନ୍ତି। ରବିବାର ଦିନ ରାଜ ଭବନ ପରିସରରେ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶବଥ ନେବେ। ଏହାସହ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ମନ୍ତ ଚୌତାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହରିୟାଣାର ୯୦ଟି ବିଧାନସଭା ଆସନରେ ବିଜେପି  ୪୦ଟି ଆସିନ ଜିତିଥିବାବେଳେ ମ୍ୟାଜିକ୍‌ ୪୬…

Read More

ଯାଜପୁର ଜିଲ୍ଲାରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ମାହାଙ୍ଗାର ପ୍ରିୟରଞ୍ଜନ ପଟ୍ଟନାୟକ ଓ ବଡ଼ଚଣାର ଅକ୍ଷୟ ସାମଲ । ଉଭୟଙ୍କଠାରୁ ଗୋଟିଏ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି ।  ବାଲେଶ୍ୱରର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ ହେବା ପରେ ଏହି ଦୁଇ ଅଭିଯୁକ୍ତ ବହୁ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।

Read More

ସମୀକ୍ଷା ବ୍ୟୁରୋ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇ ପୁଣି ସେଠାରୁ ଇସ୍ତଫା ଦେଇଥିବା ଦାମୋଦର ରାଉତଙ୍କ ବିବୃତିକୁ ନେଇ ଏବେ ଓଡିଶା ରାଜନୀତିରେ ଚାଲିଛି ଚର୍ଚ୍ଚା। ବିଜେପୁର ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯିବା ପରେ ମତ ପ୍ରକାଶ କରି ଦାମ କହିଛନ୍ତି ଦେଶରେ ଜାତୀୟ ରାଜନୈତିକ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଗୁଡିକ ଅଧିକ ଲୋକପ୍ରିୟ ହେଉଛନ୍ତି । ସେହି କ୍ରମରେ ବିଜେଡି ତାର ଲୋକ ପ୍ରିୟତା ପ୍ରମାଣିତ କରିଛି । ନବୀନଙ୍କ ଲୋକପ୍ରିୟତା କାରଣରୁ ଓଡିଶାର ଜନସାଧାରଣ ଜାତୀୟ ଦଳ ତୁଳନାରେ ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରୁଛନ୍ତି । ନବୀନ ହେଉଛନ୍ତି ଓଡିଶା ରାଜନୀତିରେ ଜଣେ ଅପରାଜୟ ନେତା। ତାଙ୍କୁ ହରାଇବା ପାଇଁ ଓଡିଶାରେ କେହି ନାହାଁନ୍ତି ବୋଲି ଦାମ କହିଛନ୍ତି। ଦାମଙ୍କ ଏପରି ଉକ୍ତିକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଛି। ଦୀର୍ଘ ମାସ ପରେ ଦାମୋଦର ରାଉତ ଏପରି ବିବୃତିରୁ…

Read More

ପେଣ୍ଟାଗନ୍‌ ପକ୍ଷରୁ ମାଇକ୍ରୋସଫ୍ଟକୁ 10 ବିଲିୟନ୍‌ ଡଲାରର ଚୁକ୍ତି ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମାଜନ୍‌ । ଆମାଜନ୍‌ ଏହି ଚୁକ୍ତି ହାସଲ ନେଇ ଆଶାବାଦୀ ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଥିବା ସମ୍ପର୍କରେ ଘୋଷଣା କରିଥିଲେ । ଆମେରିକୀୟ ସରକାରଙ୍କ ପକ୍ଷରୁ ଆମାଜନ୍‌କୁ ପକ୍ଷପାତ କରି ଅଧିକ ଚୁକ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ କାରଣରୁ ଏକାଧିକ ମାମଲା ଦାୟର କରାଯିବା ପରେ ଆମାଜନ୍‌ ନିକଟରୁ ଏହି ଚୁକ୍ତି ପ୍ରତ୍ୟାହାର କରି ମାଇକ୍ରୋସଫ୍ଟକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ଆମାଜନ୍‌କୁ ପେଣ୍ଟାଗନ୍‌ ପକ୍ଷରୁ 48 ପ୍ରତିଶତ ଚୁକ୍ତି ମିଳିଥିବା ବେଳେ ପ୍ରଥମ ଥର ପାଇଁ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଛି ।

Read More