୫ ବର୍ଷ ହେଲା ନିଯୁକ୍ତି ନାହିଁ। ୧୭ ହଜାର ANM ବେକାର ବସିଥିବା ଅଭିଯୋଗ
Author: Samikhsya Bureau
ସମୀକ୍ଷା ବ୍ୟୁରୋ ସମ୍ବଲପୁର,29/11: ଯାତ୍ରା ପାର୍ଟି ଟ୍ରକ୍ ଓଲଟି ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଛି। କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟି ପୋଖରୀ ନିକଟରେ ଟ୍ରକ୍ ସମ୍ମୁଖକୁ ଏକ ବାଇକ ଚାଲି ଆସିଥିଲା। ଏହା ଦେଖି ଟ୍ରକ୍ ଚାଳକ ହଠାତ ବ୍ରେକ ମାରିଥିଲେ। ଫଳରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍ରେ ଥିବା ଯାତ୍ରା ପାର୍ଟିର ୧୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ୭ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ମୁମ୍ବାଇ,29/11: ଶପଥ ଗ୍ରହଣ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆସନ୍ତା କାଲି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଶନିବାର ଅପରାହ୍ନ 2ଟା ସୁଦ୍ଧା ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ଉଦ୍ଧବଙ୍କୁ କହିଥିବା ବେଳେ ଏନ୍ସିପି ନେତା ଦିଲ୍ଲୀପ ଓ୍ବାଲ୍ସେ ପାଟିଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଏନ୍ସିପି ନେତା ଅବ୍ଦୁଲ ସତ୍ତାର ମଧ୍ୟ ଶନିବାର ଫ୍ଲୋର ଟେଷ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମେଣ୍ଟ ପ୍ରାରମ୍ଭରୁ ମହା ଅଘାଡି ବିକାଶ ନିକଟରେ 162 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବର୍ତ୍ତମାନ ଏହା 170କୁ ବୃଦ୍ଧି ପାଇଛି ବୋଲି ସତ୍ତାର କହିଛନ୍ତି । ମନୋହର ଯୋଶୀ ଏବଂ ନାରାୟଣ ରାଣେଙ୍କ ପରେ ତୃତୀୟ ଶିବସେନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଉଦ୍ଧବ ଠାକ୍ରେ । ଉଲ୍ଲେଖଯୋଗ୍ୟ ଯେ, ଠାକ୍ରେ ପରିବାରର ପ୍ରଥମ ବ୍ୟକ୍ତି ଭାବରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ।
ନୂଆଦିଲ୍ଲୀ,୨୯/୧୧: ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତିନିଦିନିଆ ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ନିଜର ପ୍ରଥମ ବିଦେଶ ଗସ୍ତରେ ଆସିଥିବା ଗୋଟାବାୟା ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହିତ ଏହି ଭେଟ ସମୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ ମହାସାଗରରେ ଚୀନ୍ର ଉପସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପରେ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ପକ୍ଷରୁ ୪୦୦ ମିଲିୟନ୍ ଡଲାର ପ୍ରଦାନ କରାଯିବ । ଏହି ଅର୍ଥ ଜରିଆରେ ୧୪ ହଜାର ବାସଗୃହ ନିର୍ମାଣ କରାଯିବା ସହିତ ସୌର ପ୍ରକଳ୍ପରେ ୧୦୦ ମିଲିୟନ୍ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)
ମୁମ୍ବାଇ,29/11: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ରହିଛନ୍ତି । 2019ରେ ପୂର୍ବରୁ ପ୍ରକାଶିତ ତାଲିକାରେ ଅମ୍ବାନୀ 13 ତମ ସ୍ଥାନରେ ରହିଥିଲେ । ଗୁରୁବାର ପ୍ରଥମ ଭାରତୀୟ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ 10 ଲକ୍ଷ କୋଟିର ବ୍ୟବସାୟ କରିବା ପରେ ମୁକେଶ ଅମ୍ବାନୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଶୁକ୍ରବାର ପ୍ରକାଶିତ ସୂଚନା ଅନୁଯାୟୀ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 60.8 ମିଲିୟନ୍ ଡଲାର ରହିଛି । ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ 113 ବିଲିୟନ୍ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।
ବାଲୁଗାଁ, ୨୯/୧୧: (ସମୀକ୍ଷା ବ୍ୟୁରୋ) : ବାଲୁଗାଁ ବାଇପାସ୍ ରୋଡ୍ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ରାସ୍ତାରେ ଜଣେ ବାଳିକା ତା‘ମାଆକୁ ସାଇକେଲରେ ବସାଇ ଯାଉଥିବାବେଳେ ଏକ ଛତିଶଗଡର ଚାରିଚକିଆ ଯାନ ଧକ୍କା ଦେଇଛି। ସୂଚନାରୁ ପ୍ରକାଶ ଯେ, ଭୁବେନଶ୍ବରରୁ ବ୍ରହ୍ମପୁର ଯାଉଥିବା ସିଜି୦୭ବି ଏସ୍-୫୭୧୩ ନମ୍ବରର ଏହି କାର୍ଟି ବେପରୁଆ ଗାଡ଼ି ଚଳାଉଥବାରୁ ଜନୈକ ମା’-ଝିଅଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମା’ ଓ ଝିଅ ଉଭୟ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ଦୁହିଁକୁ ସମାଜ ଆଇନାର ପ୍ରତିନିଧି ତଥା ସାମ୍ବାଦିକ ମନୋରଞ୍ଜନ ବେହେରା ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହିତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖି ପୋଲିସ୍ ଜିମା ଦେଇଥିଲେ। ଦୁର୍ଘଟଣାରେ ପୀଡ଼ିତା ଦୁହିଁଙ୍କ ଅବସ୍ଥା ବେଶ୍ ଉଦ୍ବେଗଜନକ ରହିଥିବାରୁ ତାଙ୍କୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ବର ହସପିଟାଲ୍କୁ ନେବା ରାସ୍ତାରେ ହିଁ ମା’ର…
ନୂଆଦିଲ୍ଲୀ,29/11: ଲୋକସଭାରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କ୍ଷମାପ୍ରାର୍ଥନା କରିଛନ୍ତି । ନାଥୁରାମ ଗୋଡ୍ସେଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିବା ପରେ ସାଂସଦରେ ହଙ୍ଗାମା ହେବା ପରେ ଶୁକ୍ରବାର ସାଧ୍ବୀ କ୍ଷମାପ୍ରାର୍ଥନା କରିଛନ୍ତି । ଦେଶପ୍ରତି ଗାନ୍ଧୀଙ୍କ ଅବଦାନକୁ ମୁଁ ସଦାଦର୍ବଦା ସମ୍ମାନ କରିଛି ଏବଂ ଯଦି ମୋ ମନ୍ତବ୍ୟ ଦ୍ବାରା କେହି ଆଘାତ ପାଇଛନ୍ତି ସେଥି ନିମନ୍ତେ ମୁଁ କ୍ଷମାପ୍ରାର୍ଥନା କରୁଛି । ପ୍ରଜ୍ଞାଙ୍କ କ୍ଷମାପ୍ରାର୍ଥନା ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ନାରାବାଜି କରାଯାଇଥିଲା । ଗଡସେ ଡାଉନ୍ ଡାଉନ୍ ଏବଂ ମହାତ୍ମା ଗାନ୍ଧୀ ଅମର ରହେ ନାରା ଦେଇଥିଲେ ବିରୋଧୀ । ଏହାପରେ ପ୍ରଜ୍ଞା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଥିଲେ । ପ୍ରଜ୍ଞା ରାହୁଲଙ୍କ ନାମ ନନେଇ କହିଥିଲେ ଜଣେ ସାଂସଦ ତାଙ୍କୁ ବାରମ୍ବାର ଆତଙ୍କବାଦୀ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ବିରୋଧର ଗୋଟିଏ ମଧ୍ୟ ମାମଲା ପ୍ରମାଣିତ ହୋଇନଥିବା ବେଳେ ଏହି ମନ୍ତବ୍ୟ…
ପାନାଜୀ,29/11 : ଗୋଆ ଫରଓ୍ବାର୍ଡ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କୁ ଆହ୍ବାନ ଦେଇଛନ୍ତି । ମହାରାଷ୍ଟ୍ରରେ ବିରୋଧୀ ଦଳଙ୍କ ପରି ଏକତ୍ର ହୋଇ ଗୋଆରେ ସରକାର ଗଠନ କରିବା ଉଚିତ୍ ବୋଲି ସରଦେଶାଇ କହିଛନ୍ତି । ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଗଠନ ହେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିବା ପରେ ସରଦେଶାଇ ଏହି ମତ ଦେଇଛନ୍ତି । ମହାରାଷ୍ଟ୍ରର ବିକାଶ ପାଇଁ ଯେପରି ବିପରୀତ ଚିନ୍ତାଧାରା ସମ୍ପନ୍ନ ଦଳ ଶିବସେନା,ଏନ୍ସିପି ଏବଂ କଂଗ୍ରେସ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇବାରେ ସମର୍ଥ ହେଲେ, ସେହିପରି ଭାବରେ ଗୋଆରେ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଉଚିତ୍ ବୋଲି ସରଦେଶାଇ ଟ୍ବିଟ୍ କରିଛନ୍ତି ।
ନାଗପୁର,29/11: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ପ୍ରଦାନ କରାଯାଇଛି । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଫଡନବିସ୍ ନିଜର ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକ୍ରେଙ୍କ ଶପଥ ଗ୍ରହଣର ଏକ ଦିନ ପରେ ଫଡନବିସ୍ଙ୍କ ଘରେ ନୋଟିସ୍ ପହଞ୍ଚିଛି । ସଦର ପୋଲିସ୍ ଷ୍ଟେସନ୍ ପକ୍ଷରୁ ଫଡନବିସ୍ଙ୍କୁ ଏହି ନୋଟିସ୍ ମିଳିଛି । ନାଗପୁରର ବିଧାୟକ ରହିଥିବା ଫଡନବିସ୍ଙ୍କ ବିରୋଧରେ 1996 ଏବଂ 1998ରେ ଦୁଇଟି ମାମଲା ଜାରି କରାଯାଇଥିଲା । ମାତ୍ର ଫଡନବିସ୍ ଏହି ତଥ୍ୟକୁ ଲୁଚାଇଥିଲେ । ଜନୈକ ଓକିଲ ସତୀଶ ଉକେଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଫଡନବିସ୍ଙ୍କୁ ଏହି ନୋଟିସ୍ ମିଳିଛି ।
ମୁମ୍ବାଇ, ୨୯/୧୧: ମହାରାଷ୍ଟ୍ରରେ ସରକାର ଗଢିବା ପରେ ଏବେ ଶିବସେନାର ନଜର ବିଜେପି ଶାସିତ ଗୋଆ ଉପରେ ରହିଛି। ଶିବସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୀତି ଶେଷ ହୋଇଛି। ଏବେ ଆମ ନଜର ଗୋଆ ରାଜନୀତି ଉପରେ ରହିଛି । ଏବେ ଆମେ ପୂରା ଦେଶରେ ଅଣ ବିଜେପି ମୋର୍ଚ୍ଚା ନିର୍ମାଣ କରିବାକୁ ଚାହୁଁଛି । ଯାହାର ଆରମ୍ଭ ମହାରାଷ୍ଟ୍ରରୁ ଆରମ୍ଭ ହୋଇଛି । ଏବେ ଆମର ଧ୍ୟାନ ଗୋଆ ଉପରେ ରହିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ତିନି ବିଧାୟକଙ୍କ ସହ ଗୋଆ ଫରଓ୍ବାର୍ଡ ପାର୍ଟିର ଅଧ୍ୟକ୍ଷ ଓ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ଶିବସେନା ସହ ମେଣ୍ଟ କରୁଛି । ଏବେ ଗୋଆରେ ଏକ ନୂତନ ରାଜନୈତିକ ମୋର୍ଚ୍ଚା ଗୋଆରେ ଆସୁଛି, ଯେମିତି ମହାରାଷ୍ଟ୍ରରେ ହୋଇଛି । ବହୁତ ଶୀଘ୍ର ଗୋଆରେ ମଧ୍ୟ ଆପଣମାନଙ୍କୁ ଏକ ଚମତ୍କାର ଦେଖିବାକୁ ମିଳିବ ।…
ଆନ୍ଧ୍ରପ୍ରଦେଶ, ୨୯/୧୧: ବଲିଉଡ୍ର ଲୋକପ୍ରିୟ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରାଜନୀତି ଉପରେ ନିର୍ମିତ ହୋଇଛି । ‘କମ୍ମା ରାଜ୍ୟମ୍ ଲୋ କଡପା ରେଡଲୁ’ ଶୀର୍ଷକ ଏହି ଫିଲ୍ମଟିରେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ର ଚନ୍ଦ୍ରବାବୁ ନାଇଡୁଙ୍କ ପତନ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ରାଜନୈତିକ କ୍ୟାରିଅର କାହାଣୀକୁ ଦର୍ଶାଯାଇଛି । ଫିଲ୍ମର ପ୍ରଥମ ଟ୍ରେଲ୍ର ଆସିବା ପରେ ଏହାକୁ ନେଇ ରାଜେନୖତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏବେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟ ଓ ସେନ୍ସର ବୋର୍ଡ ଏହି ଫିଲ୍ମ ବିରୋଧରେ ମମାଲା ରୁଜୁ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପଦେଷ୍ଟା ରାମକୃଷ୍ଣ ରେଡ୍ଡି ରାଜ୍ୟ ସେନ୍ସର ବୋର୍ଡକୁ ଏହି ସମ୍ପର୍କରେ ଲେଖିବା ସହିତ ଏହି ଫିଲ୍ମର ନାମକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । ଏହି ଫିଲ୍ମରେ ଜଗନ ମୋହନ…
ଉତ୍ତରପ୍ରଦେଶ, ୨୯/୧୧: ମଧ୍ୟାହ୍ନ ଭୋଜନ ଦୁର୍ନୀତିରେ ୟୁପି ସାରା ଦେଶରେ ସର୍ବପ୍ରଥମ ରହିଛି। ଉତ୍ତରପ୍ରଦେଶରେ ପୁଣି ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସେଠାରେ ଏକ ଲିଟର କ୍ଷୀରରେ ବାଲିଟିଏ ପାଣି ମିଶାଇ ୮୧ ଜଣ ପିଲାଙ୍କୁ ପିଇବାକୁ ଦିଆଯାଉଛି। ଏହି ମାମଲାରେ ଦୁଇ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରାଯାଇଛି। କିଛି ଦିନ ତଳେ ମିର୍ଜାପୁରଠାରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ରୁଟି ଓ ଲୁଣ ଖାଇବା ଦେଇ ଚର୍ଚ୍ଚା ହୋଇଥିବାବେଳେ ଏବେ ସୋନଭଦ୍ରର ସଲାଇବାନବା ବିଦ୍ୟାଳରେ ଏକ ଲିଟର କ୍ଷୀରରେ ବାଲିଟିଏ ପାଣି ମିଶାଇ ପିଲାଙ୍କୁ ଦେବା ଖବର ଚର୍ଚ୍ଚା ଧରିଛି। ଏହି ବିଦ୍ୟାଳୟର ରୋଷେଇୟା ଏକ ବାଲିଟି ପାଣିରେ ଲିଟରେ କ୍ଷୀର ମିଶାଉଥିବାର ଭିଡିଓ ଭାଇରାଲ୍ ହୋଇଛି। ରୋଷୟା ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ଏହା ଶିକ୍ଷକଙ୍କ କହିବାନୁସାରେ କହରିଛନ୍ତି। ତେବେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ, ବିଦ୍ୟାଳୟ…
କଳାହାଣ୍ଡି : ୨୯/୧୧: (ସମୀକ୍ଷା ବ୍ୟୁରୋ) : ସରକାରୀ ଟଙ୍କାର ଅପଚୟ କରାଯାଉଥିବାର ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଏକ ପାଚେରୀ ନିର୍ମାଣ ହୋଇଥିଲା। ତେବେ ସେହି ପାଚେରୀକୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରିବା ପାଇଁ ପଞ୍ଚାୟତ ଅଧିକାରୀ ଯୋଜନା କରୁଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏହି ପାଚେରୀ ନିର୍ମାଣ କାର୍ଯ୍ୟଟିର ଓ୍ବାର୍କ ଅର୍ଡର ବୋରପଦର ପଞ୍ଚାୟତ ଅଧିକାରୀଙ୍କ ନାମରେ ରହିଥିବାବେଳେ ଏହି ପାଚେରୀ ନିର୍ମାଣର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧ ଲକ୍ଷଟଙ୍କା। ତେବେ ବିଦ୍ୟାଳୟର ପାଚେରୀଟି ପୁରୁଣା କିମ୍ବା ଭଗ୍ନ ନ ହୋଇଥିବାସ୍ଥଳେ ନୂତନ ପାଚେରୀ ନିର୍ମାଣ କ’ଣ ପାଇଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପଚାରିବାରୁ ପ୍ରଧାନ ଶିକ୍ଷକ ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଯାଇଛି…
କଣ୍ଟାମାଳ, ୨୯/୧୧: ଆଜି ବୌଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବୀରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ କରାଯାଉଛି । ୩ଦଫା ଦାବୀ ଗୁଡ଼ିକ ହେଲା କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ତରଭା ତେଲନଦୀ ସେତୁ ତୁରନ୍ତ କାର୍ଯ୍ୟକ୍ଷମ ଦାବୀ ଓ ସହରର ଖଳିଆପାଳଠାରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀରେ ଏହି ବନ୍ଦ ଡାକରା ଦେଇଛି କୋଶଳ ସମନ୍ୱୟ ସମିତି । ଏହି ୧୨ଘଣ୍ଟିଆ ବନ୍ଦ ପାଳନ ପ୍ରଭାବରେ ସହରର ସମସ୍ତ ଦୋକାନବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି । ସହରରେ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି । କୋଶଳ ସମନ୍ୱୟ ସମିତି ପକ୍ଷରୁ ବୌଦ୍ଧ- କଣ୍ଟାମାଳ-ମନମୁଣ୍ଡା ଏନଏଚ-୫୭ରେ ପିକେଟିଂ କରି ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କଣ୍ଟାମାଳରୁ ବୈାଦ୍ଧ , ସୋନପୁର ଓ ବାଲିଗୁଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । (ଏଜେନ୍ସି)

