Author: Samikhsya Bureau

ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ସମସ୍ତଙ୍କୁ ଚକିତ କରିଛି । ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରି ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ୍‌ନଭିସ୍‌ ଓ ଅଜିତ୍‌ ପାଓ୍ବାର୍‌ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ, ଏନସ୍‌ପି, କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ଦର୍ଶାଇଥିବାବେଳେ ଅପରପକ୍ଷେ ଏନ୍‌ସିପିର ଅଜିତ୍‌ ପଓ୍ବାର ବିଜେପିକୁ ସମର୍ଥନ କରି ରାଜନୀତି ଗଣିତକୁ ପୂରା ଓଲଟା କରିଦେଇଛନ୍ତି । ତେବେ ମହାରାଷ୍ଟ୍ରରେ ଚାଲିଥିବା ଏପରି ଘଟଣାକ୍ରମକୁ ଲକ୍ଷ୍ୟ କରି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଏହି ପରିବର୍ତ୍ତନ କିନ୍ତୁ ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଦେଇଛି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏନ୍‌ସିପିର ୫୪ରୁ ୫୩ ଜଣ ଶରଦ ପାଓ୍ବାରଙ୍କ ସହ ଅଛନ୍ତି । ଅଜିତ୍‌ ଏକା ହୋଇଯାଇଛନ୍ତି । ଏବେ ଶରଦଙ୍କ ଉତ୍ତରାଧିକାରୀ…

Read More

ମୁମ୍ବାଇ, ୨୪/୧୧: ଶନିବାର ଦିନ ଏକ ନାଟକୀୟ ଢଙ୍ଗୀରେ ମହାରାଷ୍ଟ୍ରରେ ବିଜେପି ସରକାର ଗଢିଥିବାବେଳେ ଏହାକୁ ନେଇ ଶିବସନୋ, ଏନ୍‌ସିପି ଓ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ।ଆଜି ଉଚ୍ଚତମ ନ୍ୟାୟାଳୟ ଶିବସେନା, ଏନ୍‌ସିପି, କଂଗ୍ରେସର ରିଟ୍ ପିଟିସନ ଉପରେ ଶୁଣାଣି କରିବେ। ଫଡ଼ନାଭିସ୍‌ଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ରଦ୍ଦ କରିବାକୁ ଦାବି ମଧ୍ୟ କରାଯାଇଛି ଏହି ଯାଚିକାରେ। ଏଥି ସହିତ ବିଧାୟକମାନେ ଶକ୍ତି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏହି ଆବେଦନରେ ଉଚ୍ଚତମ ନ୍ୟାୟାଳୟରେ ଜଷ୍ଟିସ ଏନଭି ରମର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜବୀ ଚୋପ୍ରାଙ୍କ ଖଣ୍ଡପୀଠ ରବିବାର ଶୁଣାଣି କରିବେ। ଉଚ୍ଚତମ ନ୍ୟାୟାଳୟଏହି ମାମଲାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଶୁଣାଣି ଆରମ୍ଭ କରିବେ। (ଏଜେନ୍ସି)

Read More

କେଦାର ମିଶ୍ର ଚାର୍ଲ୍ସ ମୋରିସ ତେଲେରାଁ ବୋଲି ଜଣେ ପ୍ରସିଦ୍ଧ ଫରାସୀ ରାଜନେତା ଥିଲେ। ରାଜନୀତିର ଭାଷାକୁ ନେଇ ତାଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ହେଉଛି- “ଯଦି ଜଣେ ରାଜନେତା “ହଁ” କହେ, ତାର ଅର୍ଥ ହେଉଛି “ହୋଇପାରେ”। ଯଦି “ହୋଇପାରେ” ବୋଲି କହେ, ତା ଅର୍ଥ ହେଉଛି “ହେବନି”। ହେଲେ “ହେବନି” ବୋଲି ଯେଉଁ ନେତା କହେ, ସେ ରାଜନେତା ହେବାକୁ ଅଯୋଗ୍ୟ।“। ତେଲେରାଁଙ୍କର ଏହି ପ୍ରସିଦ୍ଧ ଉକ୍ତି କିନ୍ତୁ ଜଣକ ପାଖରେ ବିଫଳ ହୋଇଛି, ସେ ହେଉଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ୨୬ ସେପ୍ଟେମ୍ବର, ୨୦୧୪ରେ ଫଡନବିସ ଲେଖିଥିଲେ, “ଏନସିପି ସହ ସମ୍ପର୍କ କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ। କାରଣ ଏନସିପି ଏକ ଭ୍ରଷ୍ଟାଚାରୀ ଦଳ ଓ ତାଙ୍କ ବିରୋଧରେ ଆମେ ଜୀବନ ତମାମ ଲଢି ଆସିଛୁ।“ ଆଜି ରାତାରାତି ଏନସିପିକୁ ଭାଙ୍ଗି ଅଜିତ ପାୱାରଙ୍କ ସହ ସରକାର ଗଢିଲା ବେଳେ ବିଜେପି ବା…

Read More

ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍‌ଘାଟନ କରିଥିଲେ। ଏତଦ୍‌ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ…

Read More

ମହେଶ ବାବୁଙ୍କ ଅପ୍‌କମିଙ୍ଗ ଫିଲ୍ମ ସରେଲିରୁ ନିକେ ଏଭରୁର ଟିଜର ରିଲିଜ୍‌ ହୋଇଛି । ରିଲିଜ୍‌ର ମାତ୍ର 24 ଘଣ୍ଟା ମଧ୍ୟରେ ଟିଜରକୁ 15 ମିଲିୟନ୍‌ରୁ ଅଧିକ ଦର୍ଶକ ଦେଖିଲେଣି । ଫିଲ୍ମରେ ମହେଶ ବାବୁଙ୍କ ବ୍ୟତିତ ରଶ୍ମିକା ମନ୍ଦାନା, ବିଜୟ ଶାନ୍ତି, ପ୍ରକାଶ ରାଜ, ଆଦି ପିନିସେଟ୍ଟୀ ଏବଂ ଅନସୂୟା ଭରଦ୍ବାଜ ନଜର ଆସିବାକୁ ଯାଉଛନ୍ତି । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ବାବୁ ଜଣେ ସେନା ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଏକ ମିନିଟ୍‌ର ଟିଜରରେ ସେନା ପକ୍ଷରୁ କାଶ୍ମୀରରେ କିଛି ଅପରସେନ୍‌ କରିବା ସହିତ ନିଜ ଗ୍ରାମରେ କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ଜାନୁୟାରୀ 11 ତାରିଖରେ ରିଲିଜ୍‌ ହେବାକୁ ଯାଉଛି ।

Read More

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 27 ମିନିଟ୍‌ରେ 14ଟି ଉପଗ୍ରହ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ନଭେମ୍ବର 27 ତାରିଖରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯିବ ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍‌ରେ ଏହି ଉତ୍‌କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍‌ଏଲ୍‌ଏଭି-ଏକ୍ସଏଲ୍‌ ସହିତ 14ଟି ଉପଗ୍ରହ ପଠାଯାଉଛି । 1625 କିଗ୍ରା ଓଜନର କାର୍ଟୋସାଟ୍‌-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ମଧ୍ୟ ପଠାଇବ ଇସ୍ରୋ ।

Read More

କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍‌ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍‌ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍‌ ହରାଇ 283 ରନ୍‌ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍‌ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍‌ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,23/11 ଯାଜପୁର- କେନ୍ଦୁଝର ରୋଡର ଅହମ୍ମଦନଗରଠାରେ ଟ୍ରେନ୍‌ ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି । ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଥିଲା । ମୃତକଦ୍ୱୟଙ୍କ ଘର ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଚାନ୍ଦମା ଗ୍ରାମରେ ବୋଲି ଜଣାପଡିଛି । ମୃତକ ଦ୍ବୟ ହେଉଛନ୍ତି କାଠି ରାଣା ଓ ତାଙ୍କ ଝିଅ ଗୁରୁବାରି ରାଣା । ଜିଆରପି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

କେଦାର ମିଶ୍ର- ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର।  ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି। ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ…

Read More

ସମୀକ୍ଷା ବ୍ୟୁରୋ,23/11: ଆସନ୍ତା ଜାନୁୟାରୀ 20 ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ ବୋଲି ଜଣାପଡିଛି । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଏବଂ ଶୁକ୍ରବାର ଓ ରବିବାର ସୁରଟରୁ ଏହି ବିମାନ ଛାଡ଼ିବ ବୋଲି ଜଣାପଡିଛି । ବେଙ୍ଗଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ । ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକଙ୍କୁ ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି ।

Read More

ମୁମ୍ବାଇ,23/11 : ମହାରାଷ୍ଟ୍ର ସରକାର ଗଠନ ପରେ ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ଏନ୍‌ସିପି ବିଜେପିକୁ ସମର୍ଥନ କରୁନାହିଁ ବୋଲି ଶରଦ ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଏନ୍‌ସିପିର ଆଦର୍ଶ ବିରୋଧୀ ବୋଲି ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଦେବା ଏନସିପିର ନିଷ୍ପତି ନୁହେଁ । ଏନସିପି ଏହି ନିଷ୍ପତିରେ ସହମତ ନୁହେଁ । ଏନସିପିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ମହାରାଷ୍ଟ୍ରରେ ଗଠିତ ସରକାରରେ ଶରଦ ପାୱାରଙ୍କର କୌଣସି ସମ୍ପର୍କ ନାହିଁ । ବିଜେପିକୁ ସମର୍ଥନ ଦେବା ଅଜିତ୍ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତି । ଏନସିପି ମୁଖ୍ୟ ମୁଖପାତ୍ର କହିଛନ୍ତି ଏନସିପି ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ହସ୍ତାକ୍ଷର ପତ୍ରକୁ ଦୁରୂପଯୋଗ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିପରି ଏନ୍‌ସିପି ବିଧାୟକ ମାନେ ମଧ୍ୟ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିଛନ୍ତି…

Read More

ବାଣପୁର, ୨୩.୧୧:(ସମୀକ୍ଷା ବ୍ୟୁରୋ) ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ  ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଡାକ୍ତରଖାନାରେ ରହିଥିବା ବିଭିନ୍ନ ସମସ୍ୟା : ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି। ୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ…

Read More

MUMBAI, NOV 23 (UNI)- Maharshtra Governor Bhagat Singh Koshyari administering the oath as Chief Minister of Maharashtra to Devendra Fadnavis and Deputy CM to Ajit Pawar, in Mumbai on Saturday. UNI PHOTO-2U

Read More

କେଦାର ମିଶ୍ର ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି। ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ…

Read More

ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାର ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଉଭୟ ନେତା ବିଜେପି ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ଉଚିତ ଏବଂ ଉଭୟଙ୍କ ଅଭିଜ୍ଞତା ଏବଂ ଅନୁଭବ ବିଜେପି ପାଇଁ ଲାଭ ଦାୟକ ହେବ ବୋଲି ଅଠାଓ୍ବଲେ ପ୍ରକାଶ କରିଛନ୍ତି । ପଓ୍ବାରଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଏକ ଭଲ ପଦବୀ ଦିଆଯିବା ଉଚିତ୍‌ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି । ପଓ୍ବାରଙ୍କ ପୁତୁରା ଅଜିତ ପଓ୍ବାର ଫଡନବିସଙ୍କ ସହିତ ହାତ ମିଳାଇ ସରକାର ଗଠନ କରିବା ପରେ ଅଠାଓ୍ବଲେ ଏହି ମତ ଦେଇଛନ୍ତି । ଅଠାଓ୍ବଲେଙ୍କ ଏହି ମନ୍ତବ୍ୟ ପରେ ପଓ୍ବାର ବିଜେପି ପ୍ରତି ସମର୍ଥନକୁ ଅସ୍ବୀକାର କରିଛନ୍ତି । ଶରଦ ପୱାର ଟ୍ବିଟ୍‌ କରି ଏ ନେଇ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ସହିତ ସରକାର ଗଠନ…

Read More