Author: Samikhsya Bureau

ରାଜ୍ୟରେ ଏ ବର୍ଷ ସଡ଼କ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଛି । ଚଳିତ ବର୍ଷରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଛି । ମଦ୍ୟପାନ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା ଦ୍ବାରା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି କହିଛନ୍ତି ପରିବହନ ସଚିବ । ଆଜି ସଡକ ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ । ରାଜଧାନୀ ଭୁବନେଶ୍ୱର ଏହା ସବୁଠାରୁ ଅଧିକ ବୋଲି ସଚିବ କହିଛନ୍ତି । ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ।

Read More

ଚକ୍ରଧର ବିଶ୍ବଶ୍ରୀ ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ ଘର ଉପରେ ବିପଦ ପଡିବାର ସମ୍ଭାବନା ରହିଛି। ଏପରିକି ଘରର ଲୋକଙ୍କୁ ଉନ୍ନତି ନ ହେବା ସଙ୍ଗେ ରୋଗ ସବୁବେଳେ ମାଡି ବସିଥାଏ। ଏପରିକି ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ଘରର ମାଷ୍ଟର ବେଡ ରୁମ କୁହନ୍ତୁ କିମ୍ବା ରୋଷେଇ ଘର, ଏସବୁ କେଉଁ ଦିଗରେ ରହିବା ଉଚିତ ତାହା ହଜାର ବର୍ଷ ପୁରୁଣା ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଅନେକ ଏହାକୁ ହେୟଜ୍ଞାନ କରୁଥିଲେ ମଧ୍ୟ ଏଥିରେ ଅନେକ ସତ୍ୟତା ରହିଛି। ଯେଉଁମାନେ ଏପରି କଥାକୁ ବିଶ୍ବାସ କରନ୍ତି ନାହିଁ ସେମାନେ ଅନ୍ତତଃ ଜାଣିବା ଦରକାର ଯେ, ବାସ୍ତୁରେ ଲାଭ ନ ହେଲେ ମଧ୍ୟ କିଛି କ୍ଷତି ହେଉ ନାହିଁ। ତେଣୁ ଏହି ଶାସ୍ତ୍ର ଅନୁସାରେ ଘରଟିଏ…

Read More

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ପୁରୀ ଜିଲ୍ଲା, ଅସ୍ତରଙ୍ଗ ବ୍ଲକର ଉଦୟକଣି, ତଣ୍ଡାହାର ତଥା କେନ୍ଦ୍ରାପଡ଼ାର ବଗପାଟିଆ କଲୋନିରେ ରହୁଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ଲୋକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ୍ବାଟର ଇନିସିଏଟିଭ୍‌ ଓଡ଼ିଶାର ଆବାହକ ରଞ୍ଜନ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ହେବା ନେଇ ଏକ  ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ରଞ୍ଜନ କୁମାର ପଣ୍ଡା । ଏହି ଚିଠିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସିସୁଅ ପଞ୍ଚାୟତର ଉଦୟକଣି ଗ୍ରାମବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ ଅଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ବଗପାଟିଆ ଥଇଥାନ କଲୋନିର ବର୍ତ୍ତମାନ ପରିସ୍ଥିତି ବିଷୟରେ ମଧ୍ୟ ଏହି ଚିଠି ଜରିଆରେ ଉଲ୍ଲେଖ କରିଛନ୍ତି ପଣ୍ଡା। ସେହିପରି ବିସ୍ଥାପିତମାନଙ୍କର ସମସ୍ୟାକୁ ମଧ୍ୟ ଏହି ଚିଠିରେ ବର୍ଣ୍ଣନା କରିବା ସହିତ ଏହା ଉପରେ ମୁଖ୍ୟମନ୍ତ୍ରୀ…

Read More

କର୍ଣ୍ଣାଟକର ରାଜନୈତିକ ବ୍ୟବସ୍ଥାକୁ ସୁଧାରିବାର ପ୍ରୟାସ କରିଛି କଂଗ୍ରେସ । କ୍ୟାବିନେଟ୍‌ ସଂପ୍ରସାରଣ ନେଇ ସମସ୍ତ ମନ୍ତ୍ରୀ ଏକ ସଙ୍ଗରେ ଇସ୍ତଫା ଦେଇଥିବା ଜଣାପଡିଛି । ଜୁଲାଇ 8 ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳଙ୍କ ସହିତ ଦଳୀୟ ନେତାଙ୍କର ବୈଠକ ପରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ଇସ୍ତଫା ଦେଇଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ପଦବୀ ପ୍ରଦାନ ନିମନ୍ତେ ପୁନର୍ବାର କ୍ୟାବିନେଟ୍‌ ସଂପ୍ରସାରଣ କରିବାକୁ ଚାହୁଁଛି କଂଗ୍ରେସ । ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦଳ ଏପରି ନିଷ୍ପତ୍ତି ନେଇଛି ବୋଲି କେସି ଭେନୁଗୋପାଳ କହିଛନ୍ତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ବିଧାୟକ ଏକା ସାଙ୍ଗରେ ଏହି ନିଷ୍ପତ୍ତି ନେଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି ।

Read More

ଆଜି ରାଜ୍ୟର 6ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କଟକ ଓ ଭଦ୍ରକ । ଅପରାହ୍ନ 5ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି ।

Read More

ଜାତିପ୍ରଥାକୁ ନେଇ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ଆର୍ଟିକିଲ୍‌ 15 ବିରୋଧରେ ଦାୟର କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଫିଲ୍ମ ବିରୋଧରେ କୌଣସି ଅଭିଯୋଗ ଥିଲେ ସିବିଏଫ୍‌ସି ନିକଟରେ ଅଭିଯୋଗ କରନ୍ତୁ ସୁପ୍ରିମ୍‌କୋର୍ଟରେ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଭାରତୀୟ ବ୍ରାହ୍ମଣ ସମାଜ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ଫିଲ୍ମରେ ଜାତିପ୍ରଥାକୁ ଭୁଲ ଭାବରେ ଦେଖା ଯାଇଥିବା ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ବନାରସ୍‌ ମେଡିଆ ଓ୍ବାର୍କ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲାଇସେନ୍ସ ଋଦ୍ଦ କରିବା ନିମନ୍ତେ କରାଯାଇଥିବା ଅନୁରୋଧକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।

Read More

ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟକୁ କିଛି ହ୍ୟାକର ହ୍ୟାକ୍‌ କରିବା ଅଭିଯୋଗରେ ବ୍ରିଟିଶ୍‌ ଏୟାରଓ୍ବେଜ୍‌କୁ 183 ମିଲିୟନ୍‌ ପାଉଣ୍ଡର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍‌ ଏୟାରଓ୍ବେଜ୍‌ରେ ଯାତ୍ରା କରିଥିବା 1 ହଜାରରୁ ଅଧିକ ଯାତ୍ରୀଙ୍କ ବ୍ୟାଙ୍କ ଖାତାର ତଥ୍ୟ ଚୋରି ହୋଇଥିବା ଅଭିଯୋଗରେ ଏହି ଅର୍ଥ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏକ ବର୍ଷ ପୂର୍ବରୁ ଏକ ହ୍ୟାକିଂ ସଂସ୍ଥା ପକ୍ଷରୁ ଯାତ୍ରୀ ମାନଙ୍କ ତଥ୍ୟ ହ୍ୟାକ୍‌ କରାଯାଇଥିଲା। 2017ର ନିୟମ ଅନୁଯାୟୀ କମ୍ପାନୀର ବାର୍ଷିକ ଆୟର 1.5 ପ୍ରତିଶତ ଅର୍ଥ ପ୍ରଦାନ କରାଯିବା ଉଚିତ୍‌ । ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲେକ୍ସ କ୍ରୁଜ୍‌ ସରକାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଏହି 15 ଦିନିଆ ହ୍ୟାକିଂ ସମସ୍ୟାର ସମାଧାନ ହୋଇ ସାରିଛି ଏବଂ କୌଣସି ଯାତ୍ରୀଙ୍କ ପାସପୋର୍ଟ ତଥ୍ୟ ହସ୍ତାନ୍ତର ହୋଇନାହିଁ ବୋଲି କହିଛନ୍ତି କ୍ରୁଜ୍‌ । ଦଣ୍ଡାଦେଶ କମ୍‌ କରାଯିବା…

Read More

ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି ଏମକେ-୩ ରକେଟ୍ ଲଂଚ୍ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡ୍ୟୁଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ ।  ଏହାକୁ ରବିବାର ଦିନ ଲଂଚ୍ ପ୍ୟାଡକୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତୁତି ଗୁଡିକ ଜୁଲାଇ ୧୩ରେ ଯାଂଚ୍ କରାଯିବ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ୱିତୀୟ ଥର ପାଇଁ ମିଶନ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ଚନ୍ଦ୍ରାୟନ-୧ ଭାରତ ୨୦୦୯ରେ ପଠାଇଥିଲା ।

Read More

ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ ଯୋଗଦେବାରୁ ସେ ଭଡା ରହୁଥିବା ଘରର ମାଲିକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଖାଲି କରିବାକୁ କହିଛନ୍ତି। ଆଉ ଏହାକୁ ନେଇ ଏବେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ଶନିବାର ଭାଜପାରେ ଯୋଗ ଦେଇଥିବା କଥା ଘର ମାଲିକ ଜାଣିବା ପରେ ତାଙ୍କୁ ଖରାପ ବ୍ୟବହାର କରିବା ସହ ତୁରନ୍ତ ଘର ଖାଲି କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ପୋଲିସର କହିବା କଥା ହେଲା ଘର ମାଲିକ ଉକ୍ତ ମହିଳାଙ୍କୁ ୪ ହଜାର ଟଙ୍କା ବିଜୁଳି ବିଲ୍‌ ମାଗିବାରୁ ଉଭୟଙ୍କ ଭିତରେ ମତାନ୍ତର ହୋଇଛି। ଯାହାକୁ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେବା କଥା ଯୋଡି ଦିଆଯାଇଛି। ତେବେ ଏହି ମାମଲାରେ ପୋଲିସ୍‌ ଯାଞ୍ଚ ଆରମ୍ଭ କରିଛି ।

Read More

ଭାରତୀୟ କ୍ରିକେଟର ପ୍ରିନ୍ସ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି 47 ବର୍ଷରେ ପଦାର୍ପଣ କରିଛନ୍ତି । ଜୁଲାଇ ; 1972 ମସିହାରେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ସୌରଭ । ଭାରତୀୟ କ୍ରିକେଟ୍‌କୁ ଏକ ନୂତନ ଦିଶା ପ୍ରଦାନ କରିଥିବା ଗାଙ୍ଗୁଲି ଭାରତୀୟ ଅଧିନାୟକ ଭାବରେ ବିଦେଶରେ ଭଲ ପ୍ରଦର୍ଶନ କରିଥିଲେ । ନିଜ କ୍ୟାରିୟରରେ ଗାଙ୍ଗୁଲି 113ଟି ଟେଷ୍ଟ, 311ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । 113 ଟେଷ୍ଟରୁ 42.17ର ହାରାହାରି ସହିତ 7212 ରନ୍ ସଂଗ୍ରହ କରିଥିବା ବେଳେ ତନ୍ମଧ୍ୟରେ 16ଟି ଶତକ ଏବଂ 35ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ଦିନିକିଆରେ ଗାଙ୍ଗୁଲି 311ଟି ଦିନିକିଆରୁ 11363 ରନ୍‌ ସଂଗ୍ରହ କରିଛନ୍ତି । 41.02 ହାରାହାରି ସହିତ 22ଟି ଶତକ ଏବଂ 72 ଅର୍ଦ୍ଧଶତକ ହାସଲ କରିଛନ୍ତି ଗାଙ୍ଗୁଲି । ଟେଷ୍ଟରେ ଗାଙ୍ଗୁଲି 32ଟି ଓ୍ବିକେଟ୍‌ ହାସଲ କରିଥିବା ବେଳେ ଦିନିକିଆରେ 100 ଓ୍ବିକେଟ…

Read More

ରଙ୍ଗାଚରଣ ପ୍ରଧାନ  “ହାଁ ……. ଜବ୍ ତକ୍ ହୈ ଜାନ୍ ମେଁ ନାଚୁଙ୍ଗି ।” ଆପଣ ଶୋଲେ ଦେଖିଛନ୍ତି ନା ? ଯଦି ଦେଖିଥିବେ, ଆପଣଙ୍କର ମନେଥିବ, ସିନେମାର ଶେଷ ଆଡକୁ ବାସନ୍ତୀ ଏହି ଗୀତ ଗାଇ ଭଙ୍ଗା ଟୁକୁଡା କାଚ ଉପରେ ନାଚୁଛି । ସେତେବେଳେ ବାସନ୍ତୀର ବୟଫ୍ରେଣ୍ଡ ବୀରୁ ହାତକୁ ଡକାୟତ ସର୍ଦ୍ଦାର ଗବର ସିଂ ବାନ୍ଧି ଦେଇଛି , ଆଉ ବାସନ୍ତୀକୁ କହୁଛି ନାଚ୍ । ନାଚ୍ ନହେଲେ ବୀରୁକୁ ମାରିଦେବି । ଯେ ପର୍ଯ୍ୟନ୍ତ ବାସନ୍ତୀର ପାଦ ଦୁଇଟା ନାଚୁଥିବେ ସେ ପର୍ଯ୍ୟନ୍ତ ବୀରୁର ନିଃଶ୍ବାସ ପ୍ରଶ୍ବାସ ଚାଲିଥିବ । ଦର୍ଶକମାନେ ନର୍ଭସ୍ । ସେତିକିବେଳେ ବୀରୁର ସାଙ୍ଗ ଜୟ ଆସି ଗବର୍ ସିଂ କବଳରୁ ଦୁହିଙ୍କୁ ବଞ୍ଚାଉଛି ଓ ତା’ପରେ ବୀରୁ ଓ ବାସନ୍ତି ଖୁସିରେ ଏକାଠି ଜୀବନ ବିତାଉଛନ୍ତି । ଶୋଲେ ମନେ ଅଛି ନା ଭୁଲିଗଲେଣି ମ ? ପ୍ରକୄତରେ  ମୁଁ…

Read More

କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଏବେ ସଂକଟରେ । ବିଗତ ଏକ ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଶେଷରେ ବିଦ୍ରୋହୀ କଂଗ୍ରେସ ବିଧାୟକ କୁମାରସ୍ବାମୀ ସରକାରରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ଅସନ୍ତୁଷ୍ଟ ବିଧାୟକଙ୍କୁ ପ୍ରାତଃ ଭୋଜନ ନିମନ୍ତେ ଆମନ୍ତ୍ରଣ କରିଥିଲେ ମଧ୍ୟ ଅସନ୍ତୁଷ୍ଟ ବିଧାୟକ ମାନେ ଏଥିରେ ଯୋଗ ଦେଇନଥିଲେ ।ଏହା ସହିତ ସୋମବାର ସକାଳୁ ଜଣେ ସ୍ବାଧୀନ ବିଧାୟକ ନାଗେଶ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ନାଗେଶଙ୍କ ବ୍ୟତୀତ କଂଗ୍ରେସ ବିଧାୟିକା ସୌମ୍ୟା ରେଡ୍ଡୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ଇସ୍ତଫା ଫଳରେ କର୍ଣ୍ଣାଟକ ବିଧାନସଭାର ମ୍ୟାଜିକ୍‌ ନମ୍ବର ୧୦୬ କୁ ହ୍ରାସ ପାଇଛି । ବିଜେପି ନିକଟରେ୧୦୫ ସଦସ୍ୟଙ୍କ ସମର୍ଥନ ରହିଥିବାବେଳେ ନାଗେଶଙ୍କ ସମର୍ଥନ ସହାୟତାରେ ଏହି ମ୍ୟାଜିକ୍‌ ନମ୍ବର ହାସଲରେ ସକ୍ଷମ ହେବ । ସୂଚନାଯୋଗ୍ୟ ଯେ,…

Read More

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ ଚାଲିଛି । ଆସନ୍ତା ୨୦ରେ ପାଟକୁରା ନିର୍ବାଚନରେ ସିଧାସଳଖ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଲଢେଇ ହେବ । ପାଟକୁରା ନିର୍ବାଚନ ନେଇ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ନବୀନ ନିବାସରେ ବୈଠକ ବସିଥିଲା । ଏହି ବୈଠକରେ ରାଜା ସ୍ୱାଇଁ , ଅତନୁ ନାୟକ, କିଶୋର ତରାଇ , ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପାଟକୁରା ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କୁ ମନ୍ତ୍ରଣା ଦିଆଯାଇଛି । ବୈଠକ ଶେଷ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା କରାଗଲା । ସେଠାରେ ଦଳର କୌଣସି ଅସନ୍ତୋଷ ନାହିଁ । ପାଟକୁରାରେ ବିଜେଡ଼ି ନିଶ୍ଚିତ ଜିତିବ ବୋଲି ବିଜେଡ଼ି ପ୍ରାର୍ଥୀ…

Read More

ଜଣେ ଗ୍ରାହକଙ୍କୁ ଭୁଲ ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗରେ ଜୋମାଟୋକୁ ୫୫ ହଜାର ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଜଣେ ଶାକାହାରୀ ଗ୍ରାହକଙ୍କୁ ପନୀର ବଦଳରେ ଚିକେନ୍‌ ପ୍ରଦାନ କରାଯାଇଥିବାରୁ ଏକ ଉପଭୋକ୍ତା ଅଦାଲତ ଜୋମାଟୋ ଏବଂ ଉପରୋକ୍ତ ହୋଟେଲ ଉପରେ ଏହି ଅର୍ଥଦଣ୍ଡ ଲଗାଯାଇଛି । ପୁନେର ଓକିଲ ସନ୍‌ମୁଖ ଦେଶମୁଖଙ୍କୁ ୪୫ଦିନ ମଧ୍ୟରେ ଉପରୋକ୍ତ ଅର୍ଥ ପ୍ରଦାନ କରିବାକୁ ଜୋମାଟୋକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଜୋମାଟୋ ଏବଂ ହୋଟେଲ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରିବେ । ଜୋମାଟୋ ତରଫରୁ ହୋଟେଲ୍‌କୁ ଦୋଷ ଦିଆଯାଇଥିଲେ ମଧ୍ୟ କୋର୍ଟ ଉଭୟଙ୍କୁ ଦୋଷୀ ଭାବରେ ଦର୍ଶାଇଥିଲେ । ସେବାରେ ଅବହେଳା ନିମନ୍ତେ ୫୦ ହଜାର ଏବଂ ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ୫ ହଜାରର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିବା ନେଇ କୋର୍ଟ ସୂଚନା ଦେଇଥିଲେ ।

Read More

ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାବେଳେ ପତ୍ନୀ ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଦେଇଆସିଛନ୍ତି । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ସୋମବାର ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢିବ। ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା…

Read More

ଅନ୍ତର୍ଜାତୀୟ ବଜାରର ପ୍ରଭାବରେ 400 ପଏଣ୍ଟ ହ୍ରାସ ପାଇଛି ଭାରତୀୟ ସେୟାର ବଜାର। ସେନ୍‌ସେକ୍ସ 400 ପଏଣ୍ଟ ତଳକୁ ଖସିବା ସହିତ ନିଫ୍‌ଟୀ ଏହି ସମୟରେ 128 ପଏଣ୍ଟ ତଳକୁ ଖସିଛି। 128 ପଏଣ୍ଟ ହ୍ରାସ ସହିତ ନିଫ୍‌ଟୀ 11683.15 ପଏଣ୍ଟରେ ରହିଥିବା ବେଳେ 405.67 ପଏଣ୍ଟ ହ୍ରାସ ସହିତ 39107.72 ପଏଣ୍ଟରେ ରହିଛି। ଏହି ସମୟରେ ହିରୋ ମୋଟୋକର୍ପ, ଏଲ୍‌ଆଣ୍ଡଟି, ମାରୁତି, ବଜାଜ ଅଟୋ, ଏମ୍‌ ଆଣ୍ଡ ଏମ୍‌, ଟାଟା ମୋଟର୍ସ ଏବଂ ଏଚ୍‌ୟୁଏଲ୍‌ର ଅଂଶଧନ ମୂଲ୍ୟରେ 3.44 ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ୟେସ୍‌ ବ୍ୟାଙ୍କ, ଏଚ୍‌ସିଏଲ୍‌ ଟେକ୍‌, ସନ୍‌ ଫାର୍ମା, ଇନ୍‌ଫୋସିସ୍‌, ଆଇଟିସି, ବେଦାନ୍ତ ଏବଂ ପାଓ୍ବାର ଗ୍ରୀଡ୍‌ର ଅଂଶଧନ ବିପରୀତ ଗତିରେ 6 ପ୍ରତିଶତର ଲାଭ ହାସଲ କରିଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ସେୟାର ବଜାର ତଳୁଆ ରହିଛି। ସାଂଘାଇ କମ୍ପୋଜିଟ୍‌ 2.465 ପ୍ରତିଶତ ତଳୁଆ ରହିଥିବା ବେଳେ ହାଙ୍ଗସେଙ୍ଗ 1.64…

Read More

ଆମେରିକା ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚାମ୍ପିୟନ୍‌ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଆମେରିକା 2-0 ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ପୂର୍ବରୁ 1991, 1999 ଏବଂ 2015ରେ ଆମେରିକା ବିଶ୍ବକପରେ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲେ। ଏହାକୁ ମିଶାଇ ରେକର୍ଡ ଚତୁର୍ଥ ଥର ପାଇଁ ଆମେରିକା ଚାମ୍ପିୟନ୍‌ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଆମେରିକା ଉଭୟ ଗୋଲ୍‌ ସ୍କୋର୍ କରିଥିଲା। ପେନାଲ୍‌ଟିରୁ ମ୍ୟାଚ୍‌ର 61 ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲା ଆମେରିକା । ଅଧିନାୟିକା ମେଗାନ୍ ରାପିନୋ ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। 69 ତମ ମିନିଟରେ ଆମେରିକାର ରୋଜ୍‌ମ୍ୟାରି ଲାଭେଲ୍‌ ଦଳ ପକ୍ଷରୁ ଦ୍ବିତୀୟ ଗୋଲ୍‌ ସ୍କୋର୍ କରିଥିଲେ। ଆମେରିକାର ମେଗାନ୍ ରାପିନୋ, ଆଲେକ୍ସ ମୋର୍ଗାନ୍ ଓ ଇଂଲଣ୍ଡର ଏଲେନ୍ ହ୍ବାଇଟ୍‌ ସର୍ବାଧିକ 6ଟି ଲେଖାଏଁ ଗୋଲ୍‌ ସ୍କୋର୍ କରିଥିବା ବେଳେ ମେଗାନ୍ ରାପିନୋ ଉଭୟ ଗୋଲ୍‌ଡେନ୍ ବଲ୍‌…

Read More

ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହୋଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି। ଏହି ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇଛି। ରାଜ୍ୟର 122ଟି କେନ୍ଦ୍ରରେ ମାଟ୍ରିକ ଓ 55ଟି କେନ୍ଦ୍ରରେ ଓପନ୍‌ ସ୍କୁଲ ପରୀକ୍ଷା ହେବ। ସମୁଦାୟ 27 ହଜାର 616 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି 55ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ହେବାକୁଥିବାବେଳେ ଏଥିପାଇଁ 9 ହଜାର 33 ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ଜୁଲାଇ 8 ରୁ 14 ଯାଏ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ । ଜୁଲାଇ 16ତାରିଖରେ ଓପନ ସ୍କୁଲ ପରୀକ୍ଷା ଶେଷ ହେବ।

Read More

ଯମୁନା ଏକ୍ସପ୍ରେସ୍‌ ଓ୍ବେରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 29 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17ରୁ ଅଧିକ ଲୋକ ଆହତ ହୋଇଛନ୍ତି । 45ରୁ ଅଧିକ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏହି ବସ୍‌ଟି ଏକ ଡିଭାଇଡରରେ ପିଟି ହୋଇ 15 ଫୁଟର ଖାଇକୁ ଖସି ପଡିଥିଲା । ଅବଧ ଏକ୍ସପ୍ରେସ୍‌ ଓ୍ବେର ଏହି ସରକାରୀ ବସ୍‌ଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଗ୍ରାର ଝରଣା ନଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଭୋର 4.15ରେ ବସ୍‌ର ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ବସ୍‌ଟି ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 20 ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ବୋଲି ଉତ୍ତର ପ୍ରଦେଶ ପୋଲିସ୍‌ ମୁଖ୍ୟ ଓ ପି ସିଂ ପ୍ରକାଶ କରିଛନ୍ତି ।

Read More

ସତୀଶ ମିଶ୍ର (ଏବେ ହଠାତ “ସ୍ଵାଭିମାନ” “ଅଭିମାନ’ ଓ ବାସ୍ତବ ବିରୋଧୀ ହେବା ପ୍ରସଙ୍ଗ ଚର୍ଚ୍ଚା କୁ ଆସିଛି। ୨୦ ବର୍ଷରେ ଚାରୋଟି ଦଳ ବଦଳ କରିଥିବା ଓ ବାରମ୍ବାର ଗୋଟିଏ ଦଳକୁ ଛାଡୁଥିବା ଓ ଧରୁଥିବା ବିଜୟ ମହାପାତ୍ର ଏବେ “ସ୍ଵାଭିମାନ” ପ୍ରସଙ୍ଗ ଉଠାଉଛନ୍ତି। ତେବେ କଣ ଏ ପ୍ରସଙ୍ଗର ବାସ୍ତବତା? ସତରେ ଏହା ସ୍ବାଭିମାନର ଲଢେଇ ନା ସ୍ଵାର୍ଥର ଆତସବାଜି? ଗୋଟେ ପକ୍ଷରେ ବିଜୟ ଯେଉଁ ଦଳରୁ ଲଢୁଛନ୍ତି ସେ ଦଳ ସହିତ ବିଜେଡ଼ିର ଖୋଲା ବୁଝାମଣା ହୋଇସାରିଥିବା ବେଳେ ଏଠି ଏକ ମିଛ ପ୍ରହେଳିକା ରଚନା କରାଯାଉଛି। ବିଜେପି ବିଜେଡ଼ିର ସହଯୋଗୀ ହୋଇକି ଥିବା ବେଳେ ବିଜୟ ମହାପାତ୍ର କେଉଁ ସର୍ତ୍ତରେ ବିରୋଧୀ ଭୂମିକା ନେବେ? ଏଇ ସବୁ ପ୍ରସଙ୍ଗକୁ ନେଇ ସତୀଶ ମିଶ୍ରଙ୍କର ଏକ ଆଲୋଚନା। )          ବିଜୁଙ୍କ ଅବର୍ତ୍ତମାନରେ ସେ ସମୟର ଜନତା ପାର୍ଟିର ନେତାମାନେ,ଯେଉଁମାନେ ଆଜି ନବୀନ ପଟ୍ଟନାୟକଙ୍କ ଘୋର ନିନ୍ଦୁକ;…

Read More

ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଆର. ମାଧବନ୍‌ । ପୂର୍ବରୁ ସୈଫ୍‌ ଅଲୀ ଖାନ୍‌ଙ୍କ ଲାଲ କପ୍ତାନ ଜରିଆରେ ମାଧବନ୍‌ ବଲିଉଡ୍‌କୁ ଫେରିଥାନ୍ତେ ମାତ୍ର ସ୍ବାସ୍ଥାବସ୍ଥା କାରଣରୁ ଏହି ଫିଲ୍ମ ଛାଡିଥିଲେ ମାଧବନ୍‌ । ଏହାପରେ ଗୁଲଶନ୍‌ କୁମାରଙ୍କ ଝିଅ ଖୁଶାଲୀ କୁମାରଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି ମାଧବନ୍‌ । ଗୁଲଶନ୍‌ କୁମାରଙ୍କ ଟି ସିରିଜ୍‌ ଏହି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଅଶ୍ବିନୀ ମଣି ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୂର୍ବରୁ ଅଶ୍ବିନୀ ମଣି ରତ୍ନମଙ୍କ ସହଯୋଗୀ ଭାବରେ ଏକାଧିକ ଫିଲ୍ମ କରିଛନ୍ତି । ଏହି ଫିଲ୍ମ ଜରିଆରେ ଖୁସାଲୀ କୁମାର ନିଜର ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ମାଧବନ୍‌ ନିଜ ନିର୍ଦ୍ଦେଶନାରେ ନମ୍ବି ନାରାୟଣ ବାୟୋପିକ୍‌ରେ ଅଭିନୟ କରିବାକୁ ଯାଉଛନ୍ତି । ରକେଟ୍‌ରୀ – ଦ ନମ୍ବି ଇଫେକ୍ଟ ନାମକ ଏହି ଫିଲ୍ମଟି ହିନ୍ଦି, ତାମିଲ ଏବଂ ତେଲୁଗୁ…

Read More