ସମୀକ୍ଷା ବ୍ୟୁରୋ ଭାରତ ସେମିଫାନାଲରେ ହାରିଯିବା ଏବଂ ବିଶ୍ବକପରୁ ବିଦାୟ ନେବା ପରେ ସାରା ଭାରତର ପ୍ରଶଂସକମାନେ ମ୍ରିୟମାଣ ହୋଇପଡିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ପ୍ରଶଂସକ ଭାରତ ହାରିବା ଖବରକୁ ହଜମ କରିପାରି ନ ଥିଲେ।ସେ ଏତେ ମ୍ରିୟମାଣ ହୋଇପଡିଲେ ଯେ ବିଷ ପିଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛେଇଲେ ନାହିଁ। ଏହି ଘଟଣାଟି ଆଉ କେଉଁଠି ନୁହେଁ ଘଟିଛି ଆମ ଓଡିଶାରେ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଞ୍ଚାୟତ ଶିଙ୍ଗଭାଡି ଗ୍ରାମର ସମ୍ଭାର ଭୋଇ। ଘଟଣାଟି ହେଉଛି ଭାରତ ଜିତିବା ହାରିବା ନେଇ ବାଜି ଖେଳ। ସମ୍ଭାର କୁଆଡେ ସାଙ୍ଗମାନଙ୍କ ମଧ୍ୟରେ ବାଜି ଲଗାଇଥିଲେ। କହିଥିଲେ ଭାରତ ଯଦି ହାରିଯାଏ ତେବେ ସେ ଆତ୍ମହତ୍ୟା କରିବେ। ସମସ୍ତେ ଭାବିଥିଲେ ଯେ ସେ ଏମିତି ମଜାରେ କହୁଛି। ହେଲେ ଭାରତ ହାରିବା ପରେ ସତରେ ସେ ବିଷ ପିଇଦେଲେ। ସକାଳେ…
Author: Samikhsya Bureau
ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ ମାମଲାରେ କୋର୍ଟ ଏହି ସମନ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ଚର୍ତୁବେଦୀ ଏହି ମାମଲା ରୁଜୁ କରିଥିଲେ। ଆସନ୍ତା ଜୁଲାଇ ୨୫ସୁଦ୍ଧା କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ ପୁତୁରା ଅଭିଷେକ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଛନ୍ତି। ଅଭିଷେକ ଲୋକସଭା ନିର୍ବାଚନ ପୂର୍ବରୁ ନୋମିସନ୍ ଫର୍ମରେ ବିବିଏ ଓ ଏମ୍ବିଏର ଡିଗ୍ରୀ ଥିବାର ଦର୍ଶାଇଥିଲେ, ଯାହାକୁ ସେ ଆଇଆଇପିଏମ୍ କଲେଜର ହାସଲ କରିଥିଲା। ଏହି ତଥ୍ୟଟି ଭୁଲ୍ ଥିବାରୁ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅଭିଷେକ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ହୋଇଥା’ନ୍ତି।
ଆରଟିଆଇ କାର୍ଯ୍ୟକର୍ତ୍ତା ଅମିତ୍ ଜେଠବାଙ୍କ ହତ୍ୟା ମାମଲାରେ ସିବିଆଇର ଏକ ବିଶେଷ ଅଦାଲତ ଗୁରୁବାର ଦିନ ପୂର୍ବତନ ବିଜେପି ସାଂସଦ ଦୀନୁ ବୋଘା ସୋଲଙ୍କୀଙ୍କ ସମେତ ସାତଜଣଙ୍କୁ ଆଜୀବନ କାରାବାସ ଦେଛନ୍ତି। ଗିରିବନ କ୍ଷେତ୍ରରେ ଅବୈଧ ଖନନର ପର୍ଦ୍ଦାଫାସ୍ କରିବା ପାଇଁ ଅମିତ୍ ଚେଷ୍ଟା କରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ସିବିଆଇ ବିଚାରପତି ଏମ୍ ଦେବ ସଜ୍ଜା ଶୁଣାଇବା ସହିତ ପୂର୍ବତନ ବିଜେପି ସାଂସଦ ସୋଲଙ୍କୀ ଓ ତାଙ୍କ ଭଣଜାଙ୍କୁ ୧୫ -୧୫ ଲକ୍ଷଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ୨୦୧୬ରେ ସୋଲଙ୍କୀଙ୍କ ବିରୋଧରେ ହତ୍ୟା ଓ ଅପରାଧ ଷଡଯନ୍ତ୍ରର ଆରୋପ ଲାଗିଥିଲା।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ଲୋକାୟୁକ୍ତ ଚୟନ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୁଖ୍ୟ ସଚିବ ଆଦିତ୍ୟ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକ ଲୋକାୟୁକ୍ତ ଓ ସୂଚନା କମିଶନଙ୍କ ଜଣେ ଲେଖାଏଁ ସଦସ୍ୟଙ୍କ ନାମ ସୁପାରିଶ୍ କରାଯାଇଥିବାବେଳେ ରାଜ୍ୟପାଳଙ୍କୁ ନାମ ସୁପାରିଶ୍ ନେଇ ସ୍ପଷ୍ଟ କରିଛନ୍ତି ବିରୋଧୀ ଦଳ ନେତା। ଲୋକାୟୁକ୍ତର ତିନି ସଦସ୍ୟ ଓ ସୂଚନା କମିଶନର ୪ ସଦସ୍ୟ ପଦ ଖାଲି ରହିଛି।
ଦିନକୁ ଦିନ ରାଜ୍ୟରେ ମାଓ ଉପଦ୍ରବ ବଢିବାରେ ଲାଗିଛି। ରାଜ୍ୟରେ ମାଓଶକ୍ତିକୁ ନିଷ୍କ୍ରିୟ କରିବାକୁ ଓ ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ମାଓଦମନ ପାଇଁ ଆଲୋଚନା କରାଯାଉଛି। ମାଓ ଦମନ ନେଇ ପୋଲିସ ଡିଜି ଏବଂ ସିଆରପିଏଫ ଡିଜିଙ୍କ ମଧ୍ୟରେ ବୈଠକ ହେଉଛି। ଡିଜିପି ଆରପି ଶର୍ମା, ସିଆରପିଏଫ ଡିଜି ରାଜୀବ ରାୟ ଭଟ୍ଟନାଗର ଏବଂ ବିଏସଏଫର ବିଶିଷ୍ଟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଆଗକୁ ପୋଲିସ୍, ସିଆରପିଏଫ୍ ଓ ବିଏସ୍ପି ମିଳିତ ଭାବରେ ଅଧିକ ଅପରେସନ୍ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସିଆରପିଏଫ୍ ଡିଜି ରାଜୀବ ରାୟ ଭଟ୍ଟନଗର।
ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ବକପ୍ ସେମି ଫାଇନାଲ୍ ମ୍ୟାଚ୍ରେ ହାରିବା ପରେ ଆଇସିସି ବିଶ୍ୱକପ୍ ଯାତ୍ରାରୁ ଭାରତ ବିଦାୟ ନେଇଛି। ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର୍ ଟ୍ୱିଟ୍ କରି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନ କରିବା ପାଇଁ ଅନୁରୋଧ କରିଛନ୍ତି। ଲତା ମଙ୍ଗେସକର ଲେଖିଛନ୍ତି, ‘ନମସ୍କାର ଏମ୍.ଏସ୍ ଧୋନିଜୀ। ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’ ଧୋନିଙ୍କୁ ପସନ୍ଦ କରୁଥିବା ୟୁଜର୍ସ ସୋଶିଆଲ୍ ମିଡିଆରେ ଲତାଙ୍କୁ ସମର୍ଥନ କରିଛନ୍ତି।
ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି। ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି। ଅପରପକ୍ଷେ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି। ଫୋର୍ବ୍ସ ପକ୍ଷରୁ ପ୍ରକାଶିତ ସର୍ବାଧିକ ରୋଜଗାର କରିଥିବା ଷ୍ଟାରଙ୍କ ତାଲିକାର ୩୩ ତମ ସ୍ଥାନରେ ରହିଛନ୍ତି ଅକ୍ଷୟ କୁମାର। ଅକ୍ଷୟ କୁମାର ଚଳିତ ବର୍ଷ ୬୫ ମିଲିୟନ ଡଲାର( ପାଖାପାଖି ୪୪୫ କୋଟି ଟଙ୍କା) ରୋଜଗାର କରିଛନ୍ତି। କେବଳ ବଲିଉଡ୍ ଷ୍ଟାର ନୁହଁନ୍ତି ହଲିଉଡର ଷ୍ଟାର ରିହାନା, ଜୈକୀ ଚୈନ୍, ବ୍ରେଡଲୀ କୁପର, ସ୍କାରଲେଟ ଜନସନଙ୍କ ଭଳି ଅନେକ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି ଅକ୍ଷୟ।
ସଂକଟରେ ଏବେ ଜାତୀୟ କଂଗ୍ରେସ ଦଳ । କିଛିଦିନ ହେଲାଣି ନେତୃତ୍ବ ବିହୀନ କଂଗ୍ରେସରେ ନୂଆ ଅଧ୍ୟକ୍ଷ ପାଇ ଦାବି ହେଉଛି । କଂଗ୍ରେସର ପୂର୍ବ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧି ଗୁରୁବାର କହିଛନ୍ତି ଯେ, କଂଗ୍ରେସ ପାଇଁ ଏହା ଏକ କଠିନ ସମୟ । ଆମେ ସମୟ ନଷ୍ଟ ନ କରି ନୂଆ ଅଧ୍ୟକ୍ଷ ଖୋଜିବା ଦରକାର । ଏବେ କଂଗ୍ରେସ ଭିତରେ ବ୍ୟକ୍ତିଗତ ଏଜେଣ୍ଡା ର ସମୟ ନୁହେଁ । ସାମୂହିକ ନିର୍ଣ୍ଣୟ ନେବା ଜରୁରୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍ ଗାନ୍ଧି ଇସ୍ତଫା ଦେବାର ସାତ ସପ୍ତାହ ହୋଇଗଲାଣି । ଏବେ ନିର୍ଣ୍ଣୟ ନେବାର ସମୟ ଉପନୀତ । ରାହୁଲ୍ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପରେ ଜ୍ୟୋତିରାଦିତ୍ୟ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଭୋପାଳର କଂଗ୍ରେସ ମୁଖ୍ୟାଳୟ ବାହାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ନେଇ…
ତୈଳଦର ବୃଦ୍ଧି ହେବା ପରେ ବୃଦ୍ଧି ପାଇଛି ବସ୍ ଭଡ଼ା। ଡିଜେଲ୍ ଦର ବୃଦ୍ଧି ହେବା ପରେ ଆଜି ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯିବା ନେଇ ଘରୋଇ ମାଲିକ ସଂଘ ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିମି ପିଛା ୧ ପଇସା ବଢିଛି। ସାଧାରଣ ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି। ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨ ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା ୯୭ ପଇସା ଯାହାକି ୯୯ପଇସା ହୋଇଛି ଏବଂ ଏସି ଡିଲକ୍ସ ୧ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨୧ପଇସା ହୋଇଛି।
ଦିନକୁ ଦିନ ଡକାୟତ, ଚୋରି ବଢି ବଢି ଚାଲିଛି। ଆଜି ପୁଣି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରୁ ଡକାୟତି ହୋଇଥିବା ଖବର ସାମ୍ନାକୁ ଆସିଛି। ୬ଜଣ ଡକାୟତ ପ୍ରାୟ ୪୩ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଡକାୟତମାନେ କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରେ ପହଞ୍ଚିଥିଲା। ସେଠାରେ କର୍ମଚାରୀଙ୍କୁ ଡରାଇ ଧମକାଇ ନିଜ ଯୋଜନାରେ ସଫଳ ହେବା ପରେ ଡକାୟତମାନେ ବାହାରୁ ତାଲା ପକାଇ ସେଠାରୁ ଫେରାର ହୋଇଯାଇଥିଲେ। ୨ଟି କଳା ପଲସ୍ରରେ ଆସିଥିବାବେଳେ ଡକାୟତମାନେ ବଙ୍ଗଳାରେ କଥାହେଉଥିବାର ସୂଚନା ରହିଛି। ପୁଲିସ ଖବର ପାଇ ଏହାର ତଦନ୍ତ କରୁଛି।
ପାଟକୁରା ନିର୍ବାଚନ ପାଇଁ ରାଜ୍ୟରେ ଦଳମାନଙ୍କର କଡା କସରତ ଚାଲିଛି। ବିଜେଡ଼ି ଓ ବିଜେପି ତାଙ୍କର ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବାବେଳେ ଆଜି କଂଗ୍ରେସ ମଧ୍ୟ ତା’ର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ସହ ପ୍ରଭାରୀ ଟି.ଏସ୍. ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝି, ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର, ତାରାବାହିନୀ ପତି, ଭକ୍ତଚରଣ ଦାସ, ସୁର ରାଉତରାୟ ପ୍ରମୁଖ ରହିଛନ୍ତି। ପାଟକୁରା ନିର୍ବାଚନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ଓ କଂଗ୍ରେସ ତରଫରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଦୁଇ ଦୁଇଥର ପାଟକୁରା ନିର୍ବାଚନ ଘୁଞ୍ଚାଯାଇଥିବେଳେ ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ୍ ଆରମ୍ଭ ହେବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି। ସାଧାରଣ ଜନତାଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟାକୁ ବୁଝି ବ୍ୟକ୍ତିଗତ ସ୍ତରରେ ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ସେହିପରି ଅଚାନକ ଗ୍ରସ୍ତ କରି ବିଭାଗୀୟ କାର୍ଯ୍ୟର ତଦାରଖ କରିବା ତଥା ସରକାରୀ ଜନକଲ୍ୟାଣ ଯୋଜନା ତୃଣମୂଳସ୍ତରରେ ଲୋକମାନଙ୍କଠାରୁ ପଚାରି ବୁଝ। ନିଜ ବିଭାଗର ବିଭିନ୍ନ ଅଫିସକୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସିଧାସଳଖ ନଜର ରଖ। ଏଥିସହିତ ମୁଖ୍ୟମନ୍ତ୍ରୀ ୫-ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ଓ୍ବର୍କ, ଟ୍ରାନ୍ସଫର୍ମୋଶନ ଏବଂ ଟାଇମ୍) ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କଠିନ ପରିଶ୍ରମ ଅତ୍ୟନ୍ତ ଜରୁରୀ। ନିଜ ବିଭାଗର କାମ…
ଆଜି ମହାପ୍ରଭୁଙ୍କର ଶ୍ରୀନବମୀ ସନ୍ଧ୍ୟା ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରିନଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ବୁଧବାର ପୂର୍ବାହ୍ନ ୮ଟା ୪୦ରେ ଟଣାଯାଇ ବଡ଼ଶଙ୍ଖଠାରେ ଦକ୍ଷିଣ ମୋଡ଼ କରାଯାଇଥିଲା। ପୂର୍ବାହ୍ନ ୯ଟା ୫୦ରେ ଏହି ରଥ ନାକଚଣା ଦ୍ୱାରରେ ଲାଗିଥିଲା। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଧାବିଗ୍ରହ ଶୁକ୍ରବାର ବାହୁଡ଼ାରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଗୁରୁବାର ସନ୍ଧ୍ୟା ୭ଟାରୁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।
ରଙ୍ଗାଚରଣ ପ୍ରଧାନ ଗତ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବର୍ଷକୁ ଦେଢ କୋଟିରୁ କମ୍ ଟଙ୍କାର ବିକ୍ରୀ କରୁଥିବା ବ୍ୟବସାୟୀମାନଙ୍କୁ ଏଣିକି ମାସକୁ ୩୦୦୦ ଟଙ୍କାର ପେନସନ୍ ମିଳିବ। କିନ୍ତୁ ସେମାନଙ୍କୁ ୬୦ ବର୍ଷ ବୟସ ହେବା ପରେ ମିଳିବ। ବହୁତ ବଢିଆ ଖବର ନା ? ଏହି ଯୋଜନାର ନାମକରଣ ବି ସୁନ୍ଦର ରଖାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା। ଯୋଜନାର ଟ୍ରେଲର୍ ବି ବହୁତ ଶୀଘ୍ର ଟିଭି ଚ୍ୟାନେଲମାନଙ୍କରେ ଖୁବ ଶୀଘ୍ର ଆସି ଯାଇ ପାରେ। ଆଗକୁ କେତୋଟି ରାଜ୍ୟରେ ନିର୍ବାଚନ ଅଛି। ତେବେ ଚାଲନ୍ତୁ ଦେଖିବା ଫିଲ୍ମଟି କିପରି ହୋଇଥିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କହିଛନ୍ତି ଯେ ୩ କୋଟି ଛୋଟ ବ୍ୟବସାୟୀଙ୍କୁ ଏଥିରୁ ଫାଇଦା ମିଳିବ। ଦେଶରେ ପ୍ରାୟ ଏକ କୋଟି ବ୍ୟବସାୟ ପ୍ରତିଷ୍ଠାନ ଜିଏସଟି ଅନ୍ତର୍ଗତ ପଞ୍ଜିକରଣ କରିଛନ୍ତି। ତା’ହେଲେ ସରକାର ୩ କୋଟି ବ୍ୟବସାୟୀ ପାଇବେ କେଉଁଠାରୁ? ସରକାର କ’ଣ…
କର୍ଣ୍ଣାଟକ ଓ ଗୋଆରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ସାରା ଦେଶ ଏବେ ପୂରା ସରଗରମ। ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ଘେରିଛନ୍ତି। ନିକଟରେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ୍ କରିଛନ୍ତି। ବିଜେପି ଧନବଳ ଦ୍ବାରା ବିଧାୟକଙ୍କ ଗଡ଼ ଭଙ୍ଗ କରୁଥିବାର ଆରୋପ ଲଗାଇଛନ୍ତି ମାୟାବତୀ। ଏଥିପାଇଁ ଏକ ଦୃଢ ଆଇନ୍ ପାଇଁ ଦାବି କରିଛନ୍ତି ମାୟାବତୀ। ମାୟାବତୀ ଟୁଇଟ୍ କରି କହିଛନ୍ତି ଯେ, ବିଜେପି ପୁଣି ଥରେ କର୍ଣ୍ଣାଟକ ଓ ଗୋଆରେ ଯେଉଁ ପ୍ରକାରର ଧନବଳ ଓ ଶକ୍ତିର ଦୁରୁପ୍ରୟୋଗ କରି ବିଧାୟକଙ୍କ ଦଳ ଭାଙ୍ଗୁଛନ୍ତି, ତାହା ଲୋକତନ୍ତ୍ରକୁ କଳଙ୍କିତ କରୁଛି। ତେବେ ଏପରି ସମୟରେ ଦଳବଦଳ କରୁଥିବା ସଦସ୍ୟଙ୍କ ପ୍ରତି କଡା ଆଇନ୍ ହେବା ଉଚିତ୍ ବୋଲି ମାୟା କହିଛନ୍ତି। ଏହା ପୂର୍ବରୁ ବିଏସ୍ପି ସଂସଦରେ କର୍ଣ୍ଣାଟକ ଓ ଗୋଆ ବିଷୟକୁ…
ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି। ଜୁଲାଇ ୧୮ରେ ତିନିଜଣିଆ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମଧ୍ୟସ୍ଥତା ଉପରେ ରୋକ୍ ଲଗାଇବା ପାଇଁ ଏହି ଆବେଦନ କରାଯାଇଥିଲା। ତେବେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ମଧ୍ୟସ୍ଥଙ୍କୁ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାର ରିପୋର୍ଟ ଜୁଲାଇ ୧୮ରେ ଦାଖଲ କରାଯିବ। ଏହାପରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାକୁ ମଧ୍ୟସ୍ଥତା ଭିତ୍ତିରେ ସମାଧାନ କରିବା ପାଇଁ ସୁପ୍ରିମ୍କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
ପାଟକୁରା ନିର୍ବାଚନ ପାଇଁ ଦୁଇ ଦଳ ବିଜେଡ଼ି ଓ ବିଜେପି ମଧ୍ୟରେ କଡା କସରତ ଚାଲିଛି। ଦଳର ବହୁ ହେଭିୱେଟ୍ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଇତିବ୍ୟସରରେ ବିଜେଡ଼ି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଷ୍ଟ୍ରାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ସେହିପରି ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅନୁଭବ ମହାନ୍ତି, ଅନନ୍ତନାରାୟଣ ଜେନା ପ୍ରମୁଖ ଅଛନ୍ତି। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ’ କରିବେ ବୋଲି ଜଣାପଡିଛି।
କର୍ଣ୍ଣାଟକ ରାଜନୀତିକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍ ସରଗରମ। ଏହି ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣୀ କରିଛନ୍ତି। କଂଗ୍ରେସ- ଜେଡିଏସର ଇସ୍ତଫା ଦେଇଥିବା ୧୦ବିଧାୟକଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର ଦେଇପାରିବେ। ସେହିପରି ଏହି ସମସ୍ତ ବିଧାୟକଙ୍କ ଯଥେଷ୍ଟ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲିକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। କର୍ଣ୍ଣାଟକରେ କଂଗ୍ରେସ ଜେଡିୟୁର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ନାକଚ କରିଦେଇଥିଲେ।
ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଓ ଆନନ୍ଦ ଗ୍ରୋଭରଙ୍କ ଘର ଏବଂ ଅଫିସ୍ରେ ସିବିଆଇ ଚଢାଉ କରିଛି। ‘ଲୟର୍ସ କଲେକ୍ଟିଭ୍’ ଫାଉଣ୍ଡେସନ୍ ଉପରେ ବିଦେଶ ଫଣ୍ଡିଂ ନେଇ ଏହି ଚଢାଉ କରାଯାଇଛି। ଆଜି ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ତାଙ୍କ ଘରେ ରେଡ କରାଯାଉଛି। ଦୁହିଁଙ୍କ ଉପରେ ଏଫସିଆରଏ୍ର ଉଲ୍ଲଂଘନ ଅଭିଯୋଗ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳାୟ ଏମାନଙ୍କ ଲାଇସେନ୍ସ ରଦ୍ଦ କରିଦେବା ସହିତ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକି ପ୍ରତିକ୍ରିୟା ମଧ୍ୟ ଆସିଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ଏହି ଚଢାଉକୁ ନିନ୍ଦା କରି ଟୁଇଟ୍ କରି କହିଛନ୍ତି –‘ଆଇନ୍କୁ କାମ କରିବାକୁ ଦେବା ଉଚିତ୍। କିନ୍ତୁ ଯେଉଁ ଲୋକ ଆଇନକୁ ବଞ୍ଚାଇକୁ ଚାହୁଁଛନ୍ତି, ସେମାନଙ୍କୁ ଏପରି ଭାବରେ ହଇରାଣ କରିବା ଉଚିତ୍ ନୁହେଁ। ’
କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ପୁଣି ଥରେ ରାଜ୍ୟ ରାଜନୀତି ପାଣିପାଗକୁ ସରଗରମ କରି ଦେଇଛି। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିସାରିଲେଣି। ଗତକାଲି ବିଜେଡ଼ି ମନ୍ତ୍ରୀ ସୁଶାନ୍ତ ସିଂ ନବୀନ ପଟ୍ଟନାୟକ ପାଟକୁରାରେ ୧୭ ତାରିଖରେ ରୋଡ୍ ଶୋ’ କରିବେ ବୋଲି ସୂଚନା ଦେଇଥିବାବେଳେ ଆଜି ବିଜେପି ପାଟକୁରା ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିଛି। ବିଜେପି ବହୁ ହେଭିୱେଟ୍ ନେତାଙ୍କୁ ବିଜୟ ମହାପାତ୍ରଙ୍କ ପାଇଁ ମଇଦାନକୁ ପଠାଉଛି। ବିଜେପିର ୪୦ ଜଣିଆ ତାଲିକାରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀ ଓ ପିଙ୍କି…
କର୍ଣ୍ଣାଟକ ପରେ ଏବେ ଗୋଆ ରେ କଂଗ୍ରେସକୁ ଝଟକା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି। ତେଣୁ ୧୦ ଜଣ ବିଧାୟକ ଇସ୍ତଫା ନିଷ୍ପତ୍ତି ନେଇଥିବାରୁ ଏମାନଙ୍କ ବିରୋଧରେ ଦଳ ବଦଳ ଆଇନ୍ ଲାଗୁ ହେବ ନାହିଁ। କାରଣ ସମୁଦାୟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ସମାନ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବିଧାୟକ ବିଜେପିରେ ମିଶିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ସମସ୍ତ ବାଗୀ ବିଧାୟକ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହ…

