Author: Samikhsya Bureau

ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ  ପୁଣି ଥରେ ଦର୍ଶକଙ୍କ ସାମ୍ନାଙ୍କୁ ଆସିବାକୁ ଯାଉଛନ୍ତି । ବହୁତ୍‌ ଶୀଘ୍ର ରାଣୀ ‘ମର୍ଦ୍ଦାନୀ୨’ ନେଇ ତାଙ୍କ ପ୍ରଶଂସକଙ୍କ ନିକଟକୁ ଫେରୁଛନ୍ତି । ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଏବେ ସାମ୍ନାକୁ ଆସିଛି । ଏଥିରେ ରାଣୀ ପୋଲିସ୍‌ କଷ୍ଟ୍ୟୁମ୍‌ରେ ନଜର ଆସିଛନ୍ତି । ରାଣୀଙ୍କର ଏହି ଲୁକ୍‌ଟି ଇମ୍ପ୍ରେସିପ୍‌ ରହିଛି । ୨୦୧୪ ମସିହାରେ ରିଲିଜ୍‌ ହୋଇଥିବା ‘ମର୍ଦ୍ଦାନୀ’ର ଏହି ଫିଲ୍ମଟି ହେଉଛି ସିକ୍ବେଲ୍‌ ।  ପୂର୍ବ ଫିଲ୍ମରେ ବି ରାଣୀ ଜଣେ ଦବଙ୍ଗ୍‌ ପୋଲିସ୍‌ ଅଫିସ୍‌ର ଭୂମିକାରେ ନଜର ଆସିଥିଲେ । ଏହି ରୋଲ୍‌ଟିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଗୋପୀ ପୁଥରନ୍‌ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି । ଫିଲ୍ମର ପ୍ରଥମ ଭାଗଟିକୁ ପ୍ରଦୀପ ସରକାର ନିର୍ଦ୍ଦେଶନା ଦେଇଥିଲେ । ବିବାହ ପରେ  ରାଣୀ ଅଧିକାଂଶ ସମୟ ପରିବାର ଓ ଝିଅ ସହିତ…

Read More

ବ୍ୟବସାୟୀ ନେସ୍‌ ଓ୍ବାଡିଆଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଅବୈଧ ଡ୍ରଗ୍ସ ନିଜ ପାଖରେ ରଖିଥିବାରୁ ଓ୍ବାଡିଆଙ୍କୁ ଏହି ଆଦେଶ ଶୁଣାଯାଇଛି । ଜାପାନରେ ଡ୍ରଗ୍ସ ସହିତ ଧରାପଡିଥିବାରୁ ଓ୍ବାଡିଆ ଗ୍ରୁପ୍‌ର ଏହି ମାଲିକଙ୍କୁ ଜାପାନର ଏକ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ମାର୍ଚ୍ଚ ମାସରେ ଜାପାନର ହକ୍କାକିଡୋ ଦ୍ବୀପପୁଞ୍ଜରେ ରହିଥିବା ନିୟୁ ଚିଟୋସେ ବିମାନ ବନ୍ଦରରେ ଡ୍ରଗ୍ସ ସହିତ ଧରା ପଡିଥିଲେ ଓ୍ବାଡିଆ । ଓ୍ବାଡିଆଙ୍କ ନିକଟରୁ ୨୫ ଗ୍ରାମ୍‌ର କାନ୍ନାବିସ୍‌ ରେସିନ୍‌ ଡ୍ରଗ୍ସ ଜବତ କରାଯାଇଥିଲା । କୋର୍ଟରେ ଏହି ଅବୈଧ ନିଶାଦ୍ରବ୍ୟ ତାଙ୍କର ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ଏହା ରଖିଥିଲେ ବୋଲି ଓ୍ବାଡିଆ ସ୍ବୀକାର କରିଥିଲେ । ୨ ବର୍ଷର ଜେଲ ଦଣ୍ଡାଦେଶ ସହିତ ଓ୍ବାଡିଆଙ୍କ ଜାପାନ ଗସ୍ତ ଉପରେ ୫ବର୍ଷର ବାସନ୍ଦାଦେଶ ଲଗାଯାଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଚାରକୁ ନିଷେଧ କରିବା ପାଇଁ ଦାବି କରିଛି କଂଗ୍ରେସ । ନିର୍ବାଚନ ଆଚରଣ ବିଧି ଉଲଂଘନ ପାଇଁ ମୋଦିଙ୍କ ଉପରେ ୪୮ ରୁ ୭୨ ଘଣ୍ଟାର ନିଷେଧ କରିବା ଉଚିତ୍‌ ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ ପ୍ରକାଶ କରିଛନ୍ତି । ଏନେଇ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି । ଉଭୟ ନେତା କହିଛନ୍ତି ମୋଦୀ ଏବଂ ଶାହା ନିର୍ବାଚନ କମିଶନ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧି ଠାରୁ ଉପରେ ନୁହନ୍ତି । ସେମାନଙ୍କ ପ୍ରଚାର ଉପରେ ଅଙ୍କୁଶ ଲଗାଇ ନିର୍ବାଚନ କମିଶନ ଏହା ପ୍ରମାଣ କରନ୍ତୁ ବୋଲି ଉଭୟ ନେତା କହିଛନ୍ତି । ଉଭୟ ନେତା ମୋଦିଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିବା ସମୟରେ ଶାହାଙ୍କ ବିପକ୍ଷରେ ଗୋଟିଏ ଅଭିଯୋଗ…

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତ୍ବ ବିବାଦ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟସଭା ସାଂସଦ ଡ. ସୁବ୍ରମଣ୍ୟମ ସ୍ବାମୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ ଗୃହ ମନ୍ତ୍ରାଳୟ ମଙ୍ଗଳବାର ରାହୁଲଙ୍କୁ ନୋଟିସ୍‌ ଜାରି କରିଛି। ସ୍ବାମୀଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ୟୁକେର ରେଜିଷ୍ଟର ହୋଇଥିବା ଏକ କମ୍ପାନୀ ବ୍ୟାକ୍‌ଅପ୍‌ସରେ ରାହୁଲ ନିଜକୁ ବ୍ରିଟିଶ୍‌ ନାଗରିକ ଭାବରେ ଦର୍ଶାଇଛନ୍ତି। ୨୦୦୩ ରେ ଏହି କମ୍ପାନୀର ନିର୍ଦ୍ଦେଶକ ପଦବୀରେ ରହିଥିବା ରାହୁଲ ନିଜକୁ ବ୍ରିଟିଶ ନାଗରିକ ଦର୍ଶାଇଥିଲେ। ଏହା ସହିତ ୨୦୦୫ ଏବଂ ୨୦୦୬ ରେ ଆୟକର ଦାଖଲରେ ମଧ୍ୟ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଭାବରେ ଦର୍ଶାଇବା ସହିତ ନିଜର ଜନ୍ମ ତାରିଖ ଜୁନ୍‌ ୧୯, ୧୯୭୦ ଦର୍ଶାଇବା ସହିତ ନିଜକୁ ବ୍ରିଟିଶ ନାଗରିକ ଭାବରେ ଅଭିହିତ କରିଥିଲେ ରାହୁଲ। ୨୦୦୯ରେ କମ୍ପାନୀରୁ ଅଲଗା ହେବା ପାଇଁ ଆବେଦନ କରିବା ସମୟରେ ମଧ୍ୟ ନିଜକୁ ବ୍ରିଟିଶ…

Read More

ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ବିଷାକ୍ତ ମଦ ପିଇ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୩ ଜଣ ଅସୁସ୍ଥ ମଧ୍ୟ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ ରାମଚନ୍ଦ୍ର ପଢ଼ିଆରୀ ବୋଲି ଜଣାପଡିଛି। ଦୁଇ ଜଣଙ୍କ ମୃତଦେହ ଜିଲା ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖା ଯାଇଥିବା ବେଳେ ଜଣଙ୍କ ମୃତଦେହ ଗ୍ରାମରେ ପଡ଼ିରହିଛି। ଆହତ ମାନଙ୍କୁ  ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ପିରହାଟ ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି। ତେବେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୩ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଦୌଲତପୁର ଗ୍ରାମର ୫ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ସୋମବାର ବିଳମ୍ବିତ ରାତିରେ…

Read More

ବାତ୍ୟା ଫୋନିକୁ ନେଇ ସାରା ରାଜ୍ୟରେ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଦେଇଥିବାବେଳେ, ଏପଟେ ରାଜ୍ୟର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଓଡିଶାବାସୀଙ୍କୁ ଅସହ୍ୟ କରିଦେଇଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିସାରିଛି। ଏହି ପ୍ରଚଣ୍ଡ ତାତିରେ ଲୋକେ ଡହଳବିକଳ ହେଉଛନ୍ତି। ଆଜିର ସର୍ବାଧିକ ଗ୍ରୀଷ୍ମପ୍ରଭାବ ଝାରସୁଗୁଡା ସହରରେ ଅନୁଭୂତ ହୋଇଛି। ଏହି ସହରର ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡର ତାପମାତ୍ରା ୪୪.୫, ଅନୁଗୁଳ- ୪୩.୭, ତାଳଚେର-୪୩.୬, ସୋନପୁର-୪୩.୨, ସମ୍ବଲପୁର-୪୩, ହୀରାକୁଦ-୪୨.୧ ରହିଥିଲା। ଏବଂ ଭବାନୀପାଟଣା, ମାଲକାନଗିରି ଓ ବଲାଙ୍ଗିରର ତାପମାତ୍ରା ୪୨ ଡିଗ୍ରୀ ଥିଲା। ଏପଟେ ଟ୍ଵିନ ସିଟି ଭୁବନେଶ୍ବର ଏବଂ କଟକର ତାପମାତ୍ରା ଯଥାକ୍ରମେ ୩୮.୭ ଏବଂ ୩୯.୪ ଡିଗ୍ରୀ ରହିଥିଲା।

Read More

ପାଟକୁରା ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ହେବେ ସାବିତ୍ରୀ ଅଗ୍ରୱାଲା। ସାବିତ୍ରୀ ହେଉଛନ୍ତି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘେଷଣା କରିଛନ୍ତି। ଗତ ୨୦ ତାରିଖରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ତରଫରୁ ପାଟକୁରାରୁ ପ୍ରାର୍ଥୀ କରିଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବହୁଦିନ ଧରି ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ସେ ନାମାଙ୍କନ ପତ୍ର ଦଖଲ କରିଥିଲେ। ହେଲେ ନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିର୍ବାଚନ କମିଶନର ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ଆସନ୍ତା ୧୯ ତାରିଖରେ ହେବ ବୋଲି ଘୋଷଣା କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଯେଉଁମାନଙ୍କ ନାମାଙ୍କନ…

Read More

“ରିପବ୍ଲିକନ ପାର୍ଟି ଅଫ ଇଣ୍ଡିଆ” ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱଲେ ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥିତ୍ଵକୁ ନେଇ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତୀୟ ଜନତା ପାର୍ଟି ଭୋପାଳ ଲୋକସଭା ଆସନ ପାଇଁ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିଛି। ତେଣୁ ରାମଦାସ ଏହାକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଜ୍ଞାକୁ ନେଇ ଆମ ସହଯୋଗୀ ଦଳ ବିଜେପି ଭୁଲ ନିଷ୍ପତି ନେଇଛି, ଯାହାର ଫଳ ତାକୁ ଭୋଗିବାକୁ ପଡିବ। ପ୍ରଜ୍ଞା ନିର୍ବାଚନ ଜିତିବା ସମ୍ଭବ ହୋଇନପାରେ। ଶହୀଦ ହେମନ୍ତ କରକରେଙ୍କ ଉପରେ ପ୍ରଜ୍ଞା ଦେଇଥିବା ମନ୍ତବ୍ୟକୁ ସେ କଡା ନିନ୍ଦା କରିଛନ୍ତି। କିନ୍ତୁ ଭୋପାଳରେ ପ୍ରାର୍ଥିତ୍ଵକୁ ନେଇ କେନ୍ଦ୍ରମନ୍ତ୍ରୀ ଆଠବଲେ କହିଛନ୍ତି, ଏହା ବିଜେପିର ନିଜ ନିଷ୍ପତି ଏଥିରେ ଆମେ ହସ୍ତକ୍ଷେପ କରିବା ଠିକ ନୁହଁ। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ଯେ, ଯେଉଁ ପରି ଭାବରେ ପ୍ରଜ୍ଞା ସିଂ ବାରମ୍ବାର…

Read More

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୫ ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା- ୧-ମୟୁରଭଂଜ- ୬୬ ପ୍ରତିଶତ ୨-ବାଲେଶ୍ବର- ୬୪ ପ୍ରତିଶତ ୩-ଭଦ୍ରଖ- ୬୮ ପ୍ରତିଶତ ୪-ଯାଜପୁର- ୬୫ ପ୍ରତିଶତ ୫-କେନ୍ଦ୍ରାପଡା- ୬୫ ପ୍ରତିଶତ ୬-ଜଗତସିଂହପୁର- ୬୪ ପ୍ରତିଶତ

Read More

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୩ ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା ମୟୁରଭଂଜ- ୫୪.୩୮ ପ୍ରତିଶତ ବାଲେଶ୍ବର- ୫୧.୨୬ ପ୍ରତିଶତ ଭଦ୍ରଖ- ୫୦.୮୦ ପ୍ରତିଶତ ଯାଜପୁର- ୫୧.୭୨ ପ୍ରତିଶତ କେନ୍ଦ୍ରାପଡା- ୫୫.୩୮ ପ୍ରତିଶତ ଜଗତସିଂହପୁର- ୪୫.୮୨ ପ୍ରତିଶତ ମତଦାନ ହୋଇଛି

Read More

ସମୀକ୍ଷା ବ୍ୟୁରୋ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଚାର ବନ୍ଦ ବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନେଲ ଓଟିଭି ବେଆଇନି ଭାବେ ପ୍ରଚାର କରୁଛି। ଏପରି ଅଭିଯୋଗ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଛି ବିଜୁ ଜନତା ଦଳ। ଲିଖିତ ଭାବେ ବିଜେଡି କହିଛି ଯେ, ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ପ୍ରଚାର ବନ୍ଦ ରହିଛି। ହେଲେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ପାରିବାରିକ ମାଲିକାନାରେ ଥିବା ଓଟିଭି ନ୍ୟୁଜ ଚ୍ୟାନେଲର ୧୦ ରୁ ୧୨ ଜଣ କର୍ମଚାରୀ ସେଠାରେ ପ୍ରଚାର କରୁଛନ୍ତି। ଖବର ପ୍ରସାରଣ ନାମରେ ଏମାନେ ଭୋଟରମାନଙ୍କୁ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ କରାଯାଇଛି। ଏପରିକି ବୈଜୟନ୍ତଙ୍କ ସଂପର୍କରେ ଓଟିଭି ବାରମ୍ବାର ଖବର ପ୍ରସାରଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏପରିକି ଓଟିଭିର ସାମ୍ବାଦିକ ମନୋରଂଜନ ଯୋଶୀ ଭୋଟରମାନଙ୍କୁ ବୈଜୟନ୍ତଙ୍କୁ ଭୋଟ ଦିଅନ୍ତୁ ବୋଲି…

Read More

ଆଜି ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ବଲିଉଡ୍‌ ତାରକାମାନେ। ବିପୁଳ ପରିମାଣରେ ମତଦାନ କରିବା ସଚେତନତା ଅଭିଯାନରେ ଆମ ସିନେତରକା ମାନେ ସହଯୋଗ କରିବା ସହ ମତଦାନ ମଧ୍ୟ କରୁଛନ୍ତି। ମୁମ୍ବାଇରେ ରହୁଥିବା ସିନେ ତାରକାମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଭିନେତା ଅନୁପମ୍‌ ଖେର, ରେଖା, ସୋନାଲୀ ବେନ୍ଦ୍ରେ, କଂଗ୍ରେସ ପ୍ରାର୍ଥୀନୀ ତଥା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ଭାଗ୍ୟଶ୍ରୀ ଓ ଅମୀର ଖାନ୍‌ ପ୍ରମୁଖ ମତଦାନ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ମଧ୍ୟ ଭୋଟ ପାଇଁ ବିଦେଶ ରୁ ଇଣ୍ଡିଆକୁ ଆସିଛନ୍ତି ବୋଲି ଖବର ଶୁଣିବାକୁ ମିଳିଛି। ସେହିପରି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ତାଙ୍କ ପରିବାର ସାଥିରେ ପୋଲିଂ ବୁଥକୁ ଆସି ଭୋଟ ଦେବା ସହ ଲୋକଙ୍କୁ ଭୋଟଦେବା ପାଇଁ ଆହ୍ଵାନ ଦେଇଥିଲେ।

Read More

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଭାବେ  ଓ ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।

Read More

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ନିର୍ବାଚନୀ ଶପଥ ପତ୍ରକୁ ନେଇ ଦିଦି ମୋଦୀଙ୍କୁ ଘେରି କହିଛନ୍ତି ଯେ ମୋଦୀ ନିଜ ପତ୍ନୀଙ୍କୁ ସମ୍ମାନ କରନ୍ତି ନାହିଁ, ଦେଶର ସମ୍ମାନ କେମିତି କରିବେ। ପୂର୍ବ ମେଦିନାପୁରର ଏକ ରାଲିକୁ ସମ୍ଭୋଧନ କରିବା ସମୟରେ ମମତା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ମୋଦୀ ନିଜ ଜୀବନରେ ନିଜ ମା ତଥା ସ୍ତ୍ରୀଙ୍କୁ କେବେ ସମ୍ମାନ କରି ନାହାନ୍ତି। ଯିଏ ନିଜ ସ୍ତ୍ରୀଙ୍କୁ ସମ୍ମାନ ଦେଇ ପାରୁନାହାନ୍ତି ସେ ଅନ୍ୟମାନଙ୍କୁ କିପରି ସମ୍ମାନ ଦେବେ ? ଏହା ସହିତ ବିଜେପି ଉପରେ ଚଳିତ ନିର୍ବାଚନରେ ଭୋଟ ହାତେଇବା ପାଇଁ ବିପୁଳ ଟଙ୍କା ବଣ୍ଟନ କୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ବିଜେପିର ଏପରି କାର୍ଯ୍ୟ ପାଇଁ କାରଣ ଦର୍ଶାଅ ପାଇଁ କହିବାକୁ ନିବେଦନ କରିବା ସହିତ…

Read More

ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ସନି ଦେଓଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ବବି ଦେଓଲ ଏବଂ ପଞ୍ଜାବ ବିଜେପି ପ୍ରଦେଶ ଅଧ୍ୟକ୍ଷ ଶ୍ୱେତା ମଲ୍ଲିକ ଉପସ୍ଥିତ ଅଛନ୍ତି। ସନି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଅମୃତସରରେ ଶ୍ରୀ ହରମନ୍ଦିର ସାହିବ ଯାଇଥିଲେ। ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କ ଆସନରୁ ବିଜେପି ସନିଙ୍କୁ ଟିକେଟ ଦେଇଛି। ତାଙ୍କ ସହ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ତଥା ଗୁରୁଦାସପୁରରୁ ସାଂସଦ ସୁନୀଲ ଜାଖଡଙ୍କ ସହ ତାଙ୍କର ଲଢେଇ ହେବ।

Read More

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୨୦.୮୯ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା ମୟୁରଭଂଜ- ୨୨.୬୬ ପ୍ରତିଶତ ବାଲେଶ୍ବର-୨୨.୬୬ ପ୍ରତିଶତ ଭଦ୍ରଖ- ୨୧.୦୬ ପ୍ରତିଶତ ଯାଜପୁର- ୧୩.୨୪ ପ୍ରତିଶତ କେନ୍ଦ୍ରାପଡା- ୨୭.୯୯ ପ୍ରତିଶତ ଜଗତସିଂହପୁର- ୧୬.୯୦ ପ୍ରତିଶତ ମତଦାନ ହୋଇଛି

Read More

ଓଡିଶା ରାଜ୍ୟ ପାଇଁ ଆସୁଛି ଆଉ ଏକ ବାତ୍ୟା। ଯାହାର ନାମ ରହିଛି ଫୋନି। ପୂର୍ବରୁ ଏହା ଦକ୍ଷିଣଭାରତର ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ସ୍ପର୍ଶ କରିବାରଥିଲା, କିନ୍ତୁ ତାହାର ଗତିପଥର ପରିବର୍ତ୍ତନ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୩୦ତାରିଖରେ ଫୋନି ପ୍ରବଳ ବାତ୍ୟାର ରୂପନେବ ବୋଲି ଆଶଙ୍କା କରାଯାଉଛି। ମେ୧ ତାରିଖରେ ଏହା ଉତ୍ତର-ପଶ୍ଚିମ ଦିଗ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗ ଆଡକୁ  ଗତିକରିବାର ସୂଚନା ରହିଛି। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ତାରିଖ ସୁଦ୍ଧା ପ୍ରବଳ ବର୍ଷ ସହ ୪୦ରୁ୫୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୪ତାରିଖ ସୁଦ୍ଧା ଓଡିଶା ଭୂଭାଗ ସ୍ପର୍ଶ କରିବାର ସମ୍ଭାବନା ନହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫୋନିକୁ ନେଇ ଓଡିଶା ରାଜ୍ୟ ପାଇଁ ପାଣିପାଗ ବିଭାଗ ସତର୍କତା ଅବଲମ୍ବନ ପାଇଁ…

Read More

ସମୀକ୍ଷା ବ୍ୟୁରୋ ଭୋଟ ଚାଲିଥିବା ବେଳେ କେନ୍ଦ୍ରାପଡାରର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହଟାହଟା ହୋଇଛନ୍ତି। ଆଜି ବୈଜୟନ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲ ବ୍ଲକ ଅନ୍ତର୍ଗତ ଶୁକରପଡା ବୁଥକୁ ବୁଲିବାକୁ ଯାଇଥିଲେ। ହେଲେ ସେ ସେଠାରେ ପହଁଚିବା ପରେ ବିଜେଡି କର୍ମିଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି କର୍ମିମାନେ ତାଙ୍କୁ ବୁଥ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କର୍ମିମାନଙ୍କ ସହିତ ବୈଜୟନ୍ତଙ୍କ ଯୁକ୍ତିତର୍କ ଦେଖି ପୋଲିସ ସେଠାରେ ପହଁଚି ହସ୍ତକ୍ଷେପ କରିଥିଲା। ଏହାପରେ ବୈଜୟନ୍ତଙ୍କ ସହିତ ବିଜେଡି କର୍ମି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତି ତର୍କ ହେବା ପରେ ସେ ବାଧ୍ୟ ହୋଇ ସେଠାରୁ ଫେରିଯାଇଥିଲେ। ବିଜେଡି କର୍ମିଙ୍କ ଯୁକ୍ତି ହେଲା ଯେ, ବୈଜୟନ୍ତ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବୁଥ ଭିତରକୁ ପ୍ରବେଶ କରୁଥିଲେ। ସେଥିପାଇଁ ତାଙ୍କୁ ବିରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଶୁକରପଡା ବୁଥରେ କୌଣସି…

Read More

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଚାଲିଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ଦିନ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ଚାଲିଥିବା ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦିନ ୧୧ ଟା ସୁଦ୍ଧା ହୋଇଥିବା ମତଦାନ ହାର ହେଲା- ମୟୁରଭଂଜ-୧୮.୧୪ ପ୍ରତିଶତ ବାଲେଶ୍ବର-୧୯.୫୯ ପ୍ରତିଶତ ଭଦ୍ରଖ-୧୫.୪୬ ପ୍ରତିଶତ ଯାଜପୁର-୧୨.୭୪ ପ୍ରତିଶତ କେନ୍ଦ୍ରାପଡା-୨୪.୭୮ ପ୍ରତିଶତ ଜଗତସିଂହପୁର-୧୬.୯୦ ପ୍ରତିଶତ

Read More

କେଉଁଠି ଇଭିଏମ ଖରାପ, କେଉଁଠି କାମ କରୁନାହିଁ ଏହିପରି କିଛି ଅଭିଯୋଗକୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମତଦାନ ଠିକଠାକ ଚାଲିଛି। ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ…

Read More