ସପ୍ତଦଶ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି । ମେ ୧୯ ତାରିଖରେ ହେବାକୁ ଥିବା ଏହି ଅନ୍ତିମ ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ହେଭିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଅନ୍ୟ ହେଭିଓ୍ବେଟ୍ ନେତାଙ୍କ ମଧ୍ୟରେ ବିଜେପି ନେତା ରବିଶଙ୍କର ପ୍ରସାଦ, କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା, ଏବଂ ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ ପ୍ରମୁଖ ରହିଛନ୍ତି । ତେବେ ଏହି ଅନ୍ତିମ ପର୍ଯ୍ୟାୟରେ ପ୍ରଥମଥର ପାଇଁ ନିର୍ବାଚନ ପ୍ରଚାରର ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ରାଜନୈତିକ ବୟାନବାଜି ବେଶ୍ ସରଗରମ ରହିଥିଲା…
Author: Samikhsya Bureau
ପ୍ରଧାନମନ୍ତ୍ରୀତ୍ବର ୫ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ଆଜି ପ୍ରଥମଥର ପାଇଁ ଏକ ପ୍ରେସ୍ମିଟ୍ କରିଥିଲେ । ତେବେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ତାଙ୍କୁ କଟାକ୍ଷ କରିଛନ୍ତି । ଆୟୋଜିତ ଏକ ପ୍ରେସ୍ମିଟରେ ରାହୁଲ୍ ନିର୍ବାଚନୀ ଫଳାଫଳ ଘୋଷଣା ହେବାର ୫ ଦିନ ପୂର୍ବରୁ ମୋଦିଙ୍କର ପ୍ରେସମିଟ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି । ଅମିତ୍ ଶାହାଙ୍କ ସହ ନରେନ୍ଦ୍ର ମୋଦି ବେଶ୍ ଭଲ ଭାବରେ ଏହି ପ୍ରେସ୍ ମିଟ୍ରେ ସାଥ୍ ଦେଇଥିବାର କହିଛନ୍ତି ରାହୁଲ୍ । ତେବେ ରାଫାଲେ ମାମଲାରେ ମୋଦି କ’ଣ ପାଇଁ ତାଙ୍କ ସହ ଆଲୋଚନା କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ନିର୍ବାଚନୀ ଫଳାଫଳ ଆସିବ ପରେ ସମ୍ଭାବିତ ମେଣ୍ଟକୁ ନେଇ ଶୁକ୍ରବାର ଦିନ ରାହୁଲ୍ କହିଛନ୍ତି ଯେ, ମାୟାବତୀ, ଅଖିଳେଶ ଓ ଟିପିଡି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁ ବିଜେପି ସହିତ ମେଣ୍ଟ କରିବେ ନାହିଁ । ନିର୍ବାଚନ…
ଭାରତରେ ବିଭିନ୍ନ ହୋଟେଲ ବ୍ୟବସାୟର ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍ ୪ ହଜାର କୋଟି ନିବେଶ କରିବ ବୋଲି ଜଣା ପଡିଛି । ସିଙ୍ଗାପୁରର ସୋଭେରିନ୍ ଗ୍ରୁପ୍ ସହିତ ସହବନ୍ଧନରେ ଆଗାମୀ ତିନି ବର୍ଷରେ ଏହି ଅର୍ଥ ରାଶି ନିବେଶ କରାଯିବ ବୋଲି ଜଣାପଡିଛି । ଟାଟା କମ୍ପାନୀ ଦ୍ବାରା ପରିଚାଳିତ ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ ଲିମିଟେଡ୍ (ଆଇଏଚ୍ସିଏଲ୍) ଏବଂ ସୋଭେରିନ୍ ଗ୍ରୁପ୍ ମଧ୍ୟରେ ୬୦୦ ମିଲିୟନ୍ ଡଲାରର ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁଯାୟୀ ଭାରତରେ ବିଳାସମୟ ହୋଟେଲ ନିର୍ମାଣ ଏବଂ ଅଧିଗ୍ରହଣ କରାଯିବ । ଏହି ଚୁ୍କ୍ତି ଆଇଏଚ୍ସିଏଲ୍କୁ 2022 ସୁଦ୍ଧା ଦକ୍ଷିଣ ଏସିଆର ଏକ ନମ୍ବର ସ୍ଥାନରେ ପହଞ୍ଚାଇବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ପୁନିତ୍ ଚଟ୍ଓ୍ବାଲ୍ ପ୍ରକାଶ କରିଛନ୍ତି ।
ନିଜ ପ୍ରଧାନମନ୍ତ୍ରୀତ୍ବର ୫ ବର୍ଷରେ ପ୍ରଥମ ଥର ପାଈଁ ପ୍ରେସ୍ମିଟ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହିତ ଏକ ପ୍ରେସ୍ ମିଟ୍ରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ପ୍ରେସ୍ମିଟ୍ କରିଥିଲେ ମୋଦି । ଚଳିତ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଏହି ପ୍ରେସ୍ମିଟ୍ ଅବସରରେ କହିଥିଲେ ମୋଦି । ଦେଶରେ ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଏକ ପୂର୍ଣ୍ଣବହୁମତର ସରକାର ଦେଖିବାକୁ ମିଳିବ ବୋଲି କହିବା ସହିତ ପ୍ରଥମ ଥର ପାଇଁ ନିର୍ବାଚନ ସମୟରେ ଆଇପିଏଲ୍, ରମଜାନ, ନବରାତ୍ରି ଏବଂ ସ୍କୁଲ ପରୀକ୍ଷା ସବୁ କିଛି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଲୋକସଭା ପାଇଁ ପ୍ରଚାରର ସମୟ ସୀମା ଶେଷ ହେବାର ୩୦…
ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ବିଶ୍ବକପ୍ ନିମନ୍ତେ ଆଇସିସି ସମୁଦାୟ ୧୦ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରିଛି । ଶୁକ୍ରବାର ଏକ ଟ୍ବିଟ୍ ଜରିଆରେ ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ରାଶି ମଧ୍ୟରୁ ୪ ମିଲିୟନ୍ ଡଲାର ବିଜୟୀ ଦଳକୁ ପ୍ରଦାନ କରାଯିବ । କ୍ରିକେଟ୍ ଇତିହାସରେ ଏହା ସବୁଠାରୁ ବୃହତ ପୁରସ୍କାର ରାଶି । ଏହା ସହିତ ରନର୍ସ ଅପ୍ ଦଳ ନିମନ୍ତେ ଦୁଇ ମିଲିୟନ୍ ପୁରସ୍କାର ରାଶି ଘୋଷଣା କରାଯାଇଛି । ସେମି ଫାଇନାଲ୍ରେ ପରାଜିତ ପ୍ରତ୍ୟକ ଦଳକୁ ୮ ଲକ୍ଷ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ । ଟୁର୍ଣ୍ଣାମେଣ୍ଟରେ ୧୦ ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ୧୧ଟି ଷ୍ଟାଡିୟମ୍ରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ । ଜୁଲାଇ ୧୬ରେ ଲର୍ଡସରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସେହିପରି ରାଉଣ୍ଡ ରବିନ୍ ଲିଗ୍ରେ ଖେଳା ଯାଉଥିବା ଏହି…
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫେସବୁକରେ ବିବାଦୀୟ ପୋଷ୍ଟ ଲେଖିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି। ଅନୀଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କୁ ନେଇ ଫେସବୁକରେ ଲେଖିଛନ୍ତି ଯେ ‘ଜାତିର ପିତା ଥଲେ, କିନ୍ତୁ ପାକିସ୍ତାନର। ଭାରତରେ ତାଙ୍କ ଭଳି କୋଟି କୋଟି ପୁତ୍ର ଜନ୍ମ ହୋଇଥିଲେ। କିଛି ଯୋଗ୍ୟ ଓ କିଛି ଅଯୋଗ୍ୟ ଥିଲେ।’ ଅନୀଲ ସୌମିତ୍ର ମଧ୍ୟପ୍ରଦେଶ ବିଜେପି ମିଡିଆ ସଂପର୍କ ବିଭାଗର ମୁଖ୍ୟ ଥିଲେ। ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦ୍ୟତା ପଦରୁ ନିଲମ୍ବିତ କରିବା ସହ ୭ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛି। ଗତକାଲି ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହିଥିଲେ। ଏହି ମନ୍ତବ୍ୟ ପାଇଁ ତାଙ୍କୁ ବିରୋଧୀମାନେ ସମାଲୋଚନା କରିଥିଲେ। ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ଏହି ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଥିବାବେଳେଏପରି ମନ୍ତବ୍ୟ…
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥରାମ ଗଡ୍ସେକୁ ଦେଶଭକ୍ତ କହି ବିବାଦକୁ ଆସିଥିବା ବିଜେପିର ଭୋପାଳ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ଆପତ୍ତିଜନକ ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଧ୍ବୀ ବାପୁ ଅପମାନିତ କରିଥିବାରୁ ମୋଦି ସାଧ୍ବୀଙ୍କୁ ଜୀବନରେ କେବେ ହେଲେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି । ଗାନ୍ଧିଜୀ କିମ୍ବା ଗଡସେଙ୍କ ସମ୍ପର୍କରେ ବୟାନବାଜି କରିବା ଭୁଲ ବୋଲି କହିଛନ୍ତି ମୋଦି । ସେହିପରି ନେତାମାନଙ୍କର ବୟାନବାଜିକୁ ନେଇ ନିଜର ମତ ରଖି କହିଛନ୍ତି ଯେ, ଏଭଳି ବୟାନ ଦେଉଥିବା ନେତାମାନେ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରିବା ଦରକାର। କିଛିଦିନ ପୂର୍ବରୁ ରାଜନେତା ତଥା ଅଭିନେତା କମଲ ହାସନ୍ ନାଥୁରାମ ଗଡ୍ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ । ଏହାର ଜବାବରେ ଗତକାଲି ସାଧ୍ୱୀ ନିଜର ଏକ ପ୍ରତିକ୍ରିୟାରେ ଗଡସେକୁ ଦେଶଭକ୍ତ ବୋଲି…
ଚଳିତ ନିର୍ବାଚନରେ ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଆସନ୍ତା ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଖରଗୌଣରେ ଏକ ଜନସଭାକୁ ଉଦ୍ବୋଧନ ଦେଇ ବିଜେପି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି କହିଛନ୍ତି । ରାଲିରେ ‘ଅବକୀ ବାର ମୋଦି ସରକାର’ର ନାରା ଲଗାଇ କହିଛନ୍ତି ଯେ, – ୩-୪ ଦିନ ହେବ ବିଜେପି ୩୦୦ ପାର କରିବ ବୋଲି ଶୁଣୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୯ ନିର୍ବାଚନ ଅନ୍ୟ ନିର୍ବାଚନ ଠାରୁ ଭିନ୍ନ କାରଣ ଏହି ନିର୍ବାଚନର ନେତୃତ୍ୱ ଜନତା ନେଉଛନ୍ତି। କଂଗ୍ରେସ ଦଳ ଦେଶଦ୍ରୋହ ଆଇନ ଉଛେଦ ପ୍ରସଙ୍ଗ ନେଇ ରାଜନୀତି କରିବାକୁ ଚେଷ୍ଟା କରି ବିଫଳ ହେଲା ଯେହେତୁ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖାନ କଲେ। ମୋଦୀ କହିଛନ୍ତି, ଯେଉଁମାନେ ଜାମ୍ମୁ କାଶ୍ମୀର ପାଇଁ ଅଲଗା…
ସରୋଜ ଜେନା କ୍ରିକେଟ୍ ବିଶ୍ବକପ୍ର ଦ୍ବିତୀୟ ସଂସ୍କରଣ ୧୯୭୯ ମସିହାରେ ଖେଳା ଯାଇଥିଲା । ପ୍ରଥମ ସଂସ୍କରଣ ପରି କ୍ଲାଇବ୍ ଲଏଡ୍ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟ ଇଣ୍ଡିଜ୍ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ବଜାୟ ରଖିଥିଲା । ୧୯୭୯ ଜୁନ ୯ରୁ ୨୩ ମଧ୍ୟରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟଟି ରାଉଣ୍ଡ ରବିନ୍ ଲିଗ୍ ଏବଂ ନକ୍ ଆଉଟ ଫର୍ମାଟରେ ଖେଳା ଯାଇଥିଲା । ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ୧୫ଟି ମ୍ୟାଚ୍ ଖେଳାଯାଇଥିଲା । ୬ଟି ଟେଷ୍ଟ ଖେଳୁଥିବା ଦେଶ ସହିତ ଆଇସିସି ଟ୍ରଫି ବିଜେତା ଶ୍ରୀଲଙ୍କା ଏବଂ ଉପ ବିଜେତା କାନାଡା ଅନ୍ୟ ଦୁଇ ଦଳ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଗ୍ରୁପ୍ ଏ ରେ ଇଂଲଣ୍ଡ, ପାକିସ୍ତାନ, ଅଷ୍ଟ୍ରଲିଆ ଏବଂ କାନାଡା ସ୍ଥାନ ପାଇଥିବା ବେଳେ ଗ୍ରୁପ୍ ବିରେ ଓ୍ବେଷ୍ଟ ଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ଶ୍ରୀଲଙ୍କା ସ୍ଥାନ…
ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଖୁବ୍ ନିକଟତର । ଆସନ୍ତା ମେ ୨୩ ତାରିଖରେ ଆସିବ ଫଳାଫଳ । ଏବେଠୁ ସରକାର ଗଢିବା ନେଇ କଳ୍ପନା ଜଳ୍ପନା ଲାଗି ଗଲାଣି । କେନ୍ଦ୍ରରେ ଝୁଲା ସରକାର ଆସୁଥିବାର ଅନୁମାନ କରାଯାଉଛି । ତେବେ ବିଜେପି ପୁଣି ଥରେ ବହୁ ସଂଖ୍ୟାରେ ବାଜିମାତ କରିବ ବୋଲି ପ୍ରଚାର କରୁଥିବାବେଳେ ବିଜେପି ବିରୋଧୀ ମେଣ୍ଟଗୁଡ଼ିକ ଏବେ ବେଶ୍ ଶକ୍ତ ହେବାରେ ଲାଗିଛନ୍ତି । ମେ ୨୩ ତାରିଖରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନ୍ଡିଏ ବିରୋଧୀ ତଥା ୟୁପିଏ ସମର୍ଥିତ ଦଳଗୁଡ଼ିକ ସହ ବୈଠକ କରିବେ ବୋଲି ଆମନ୍ତ୍ରଣ ଜଣାଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ବେଶ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି ଜଣାପଡିଛି । ତେବେ କେନ୍ଦ୍ରରେ ସରକାର ଗଠନ ନେଇ ସପା-ବିଏସ୍ପି, ବିଜେପି ଓ କଂଗ୍ରେସ ଉଭୟ ଆଶାବାଦୀ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେ…
୧୪ ଭାରତୀୟ ଭାରତ୍ତୋଳକ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଜଣାପଡିଛି । ଓ୍ବାଡା ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଭାରତ୍ତୋଳକ ମାନେ ଓଷ୍ଟ୍ରେନ୍ (ଏନୋବୋସାର୍ମ) ନାମକ ନିଷିଦ୍ଧ ଡ୍ରଗ୍ସ ସେବନ କରିଛନ୍ତି । ଓ୍ବାଡା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ଭାରତ୍ତୋଳନକାରୀଙ୍କ ମଧ୍ୟରେ୨୦୧୦ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ବିଜେତା ଜଣେ ଭାରତ୍ତୋଳକ ମଧ୍ୟ ରହିଛନ୍ତି । ଚଳିତ ଫେବୃୟାରୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଏହି ପ୍ରତିଯୋଗୀ ମାନଙ୍କୁ ଚିହ୍ନଟ କରାଯାଇଛି । ସମୁଦାୟ ୨୬ଜଣ ପ୍ରତିଯୋଗୀଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ତା ଭିତରୁ ୧୪ଜଣ ପ୍ରତିଯୋଗୀ ଧରା ପଡିବା ନିହାତି ଲଜ୍ଜାଜନକ ବିଷୟ ବୋଲି ନାଡା ପକ୍ଷରୁ କୁହାଯାଇଛି । ପ୍ରତିଯୋଗୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ପଜିଟିଭ୍ ସାବ୍ୟସ୍ତ ହୋଇଥିବା ସମସ୍ତଙ୍କୁ କ୍ୟାମ୍ପ ଛାଡିବାକୁ ଫେଡେରେସନ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକାରେ ରେଲଓ୍ବେ ଏବଂ ସର୍ଭିସେସ୍ର କିଛି ପ୍ରତିଯୋଗୀ ମଧ୍ୟ ରହିଛନ୍ତି…
କେଦାର ମିଶ୍ର ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି…
ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଛି ବଲିଉଡ୍ର ସିଂହମ୍ ଅଜୟ ଦେବ୍ଗନ୍, ତବୁ ଏବଂ ରକୁଲ୍ ପ୍ରୀତ୍ ସିଂଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’। ଏହା ଏକ ପାରିବାରିକ ରୋମାଣ୍ଟିକ୍ କମେଡ଼ି ଫିଲ୍ମ। ଅକିବ୍ ଅଲ୍ଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବ୍ୟକ୍ତି ନିଜଠୁ ଅଧା ବୟସର ଝିଅକୁ ଭଲ ପାଉଛନ୍ତି। ଏହି ଫିଲ୍ମର ଟ୍ରେଲର୍କୁ ଭଲ ରେସ୍ପଣ୍ଡ ମିଳିଛି। ଅଜୟ ଏଥିରେ ୫୦ ବର୍ଷୀୟ ଜଣେ ଚରିତ୍ର ଭାବେ ଅଭିନୟ କରୁଛନ୍ତି। ସେହିପରି ରକୁଲ୍୨୬ ବର୍ଷିୟ ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। କମେଡ଼ି ମସଲାରେ ଭରପୂର ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।
ଗୁରୁବାର ବିଜେପିର ସାଂସଦ ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁରଙ୍କ ବିବାଦୀୟ ବୟାନ ଉପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି ମଧ୍ୟପ୍ରଦେଶ ସିଇଓ । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କୁ ଜଣେ ଦେଶଭକ୍ତ ଭାବରେ ସାଧ୍ବୀ ବର୍ଣ୍ଣନା କରିଥିଲେ । ଭୋପାଳରୁ ବିଜେପିର ସାଂସଦ ପ୍ରାର୍ଥୀଙ୍କ ଏହି ବିବାଦୀୟ ମନ୍ତବ୍ୟର ରିପୋର୍ଟ ମଧ୍ୟପ୍ରଦେଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଏଲ୍ କାନ୍ତରାଓଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛନ୍ତି । ଗତକାଲି ଏହି ମାମଲାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ନିମନ୍ତେ, ଅଗର ମଲଓ୍ବା ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିଇଓ । ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ପରେ ଆଜି ସିଇଓ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ଘଟଣାକ୍ରମରେ ଏହି ମନ୍ତବ୍ୟକୁ ନିଜର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ଅଭିହିତ କରିବା ସହିତ ଏନେଇ କ୍ଷମା ପ୍ରାର୍ଥନା କରିଥିଲେ ସାଧ୍ବୀ । ଏହି ଘଟଣା ଉପରେ…
ଶବ୍ଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଚର୍ଚ୍ଚାରେ । ଦୁଇଦିନ ତଳେ ରାହୁଲ ଟ୍ବିଟରରେ ଏକ ଫଟୋ ଶେୟାର କରି ଇଂଲିଶ ଶବ୍ଦକୋଷରେ ନୂଆ ଶବ୍ଦ ସାମିଲ ହୋଇଛି ବୋଲି ଟୁଇଟ୍ କରିଥିଲେ । ଫଟୋରେ ଅକ୍ସଫୋର୍ଡ ଡିକ୍ସିନାରି ୱେବସାଇଟର ଏକ ୱେବ୍ସାଇଟ ପେଜ୍ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ଶବ୍ଦ ମୋଦିଲାଇ(modilie) ଉଲ୍ଲେଖ ରହିଛି। ରାହୁଲ ଲେଖିଛନ୍ତି, ଏହି ଶବ୍ଦକୁ ଡିକ୍ସିନାରିରେ ସାମିଲ କରାଯାଇଛି ଏବଂ ଏହାର ୩ଟି ଅର୍ଥ ରହିଛି। ଫଟୋରେ ଦିଆଯାଇଥିବା ଅର୍ଥରେ ଦର୍ଶାଯାଇଛି, ଉକ୍ତ ଶବ୍ଦର ଅର୍ଥ ହେଉଛି, ‘ସତ୍ୟକୁ ବାରମ୍ବାର ବଦଳାଇବା’, ‘ଅଭ୍ୟାସଗତ ଭାବେ ମିଛ କହିବା’ ଏବଂ ‘କିଛି ନ ଭାବି ନ ବୁଝି ମିଛ କହିବା’। ତେବେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଏକ କମେଣ୍ଟରେ ଡିକ୍ସନାରୀରେ ଏଭଳି ଶବ୍ଦ ନାହିଁ ବୋଲି କୁହାଯାଇଛି । ଏହା ଏକ ଜାଲ୍ ଶବ୍ଦ ବୋଲି କମେଣ୍ଟ କରାଯାଇଛି । ମୋଦିଙ୍କୁ ଟାର୍ଗେଟ୍ କରିବାକୁ…
ବ୍ରିଟିଶ ଅଭିନେତା ରବର୍ଟ ପାଟିନ୍ସନ୍ ଆସନ୍ତା ବ୍ୟାଟ୍ମ୍ୟାନ୍ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । 33 ବର୍ଷୀୟ ପାଟିନ୍ସନ୍ ପୂର୍ବରୁ ଟ୍ବାଇଲାଇଟ୍ ସିରିଜ୍ରେ ଅଭିନୟ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ଓ୍ବାର୍ଣ୍ଣର ବ୍ରୋସ୍ ଏବଂ ମ୍ୟାଟ୍ ରିଭ୍ସ୍ଙ୍କ ଆଗାମୀ ବ୍ୟାଟ୍ମ୍ୟାନ୍ ପ୍ରୋଜେକ୍ଟ ପାଇଁ ପାଟିନ୍ସନ୍ଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ବେନ୍ ଆଫ୍ଲେକ୍ ଏହି ଚରିତ୍ରରେ ନଜର ଆସୁଥିବା ବେଳେ ଜଷ୍ଟିସ୍ ଲିଗ୍ ପରେ ଡିସିର ଏହି ସିରିଜ୍ରୁ ଓହରି ଯାଇଥିଲେ ଆଫ୍ଲେକ୍ । ଏହି ଚଳଚିତ୍ରଟିର ସୁଟିଂ ଆସନ୍ତା 2019 ଶେଷ ଭାଗରେ ହେବ ବୋଲି ଜଣାପଡିଛି । ବ୍ୟାଟ୍ମ୍ୟାନ୍ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ମଧ୍ୟରେ ପାଟିନ୍ସନ୍ ସର୍ବକନିଷ୍ଠ ବୋଲି ଜଣାପଡିଛି ।
ସାରଦା ଚିଟ ଫଣ୍ଡ ମାମଲାରେ ପଶ୍ଚିମବଙ୍ଗର ଆଇପିଏସ ଅଧିକାରୀ ରାଜୀବ କୁମାରଙ୍କ ଗିରଫଦାରୀ ଉପରୁ ସୁପ୍ରିମ୍କୋର୍ଟ ରୋକ ହଟାଇ ଦେଇଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଏବେ ସିବିଆଇ ଆଇନ୍ ମୁତାବକ ଉଚିତ୍ ପଦକ୍ଷେପ ନେଇପାରିବେ । ତେବେ ଏହି ଆଦେଶ ୭ଦିନ ପରେ ଲାଗୁ ହେବ ତେଣୁ ରାଜୀବ କୁମାର ଏହି ସମୟ ଭିତରେ ଆଇନର ଆଶ୍ରୟ ନେଇ ପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । କୋଲକାତାର ପୂର୍ବତନ ପୁଲିସ ଅଧିକାରୀ ରାଜୀବ କୁମାର ସାରଦା ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।
ଫ୍ରାନ୍ସ ଫୁଟ୍ବଲ୍ ଷ୍ଟାର ଆଣ୍ଟୋନିଓ ଗ୍ରୀଜ୍ମ୍ୟାନ୍ ଆଟଲେଟିକେ ଡି ମାଦ୍ରିଦ୍ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ଆଟଲେଟିକୋ ମାଦ୍ରିଦ୍ର ଅଫିସିଆଲ ଟ୍ବିଟ୍ଟର ହ୍ୟାଣ୍ଡେଲରୁ ଏହି ମେସେଜ୍ ସେୟାର କରିଛନ୍ତି ଗ୍ରୀଜ୍ମ୍ୟାନ୍ । ନିଜ ଫ୍ୟାନ୍ ମାନଙ୍କୁ ଏକ ଭିଡିଓ ମେସେଜ୍ ଜରିଆରେ ଧନ୍ୟବାଦ ଜଣାଇବା ସହିତ ଚଳିତ ସିଜିନ୍ ଶେଷରେ ଦଳ ଛାଡିବା ନେଇ ଘୋଷଣା କରିଛନ୍ତି । ବିଗତ ପାଞ୍ଚ ବର୍ଷ ହେବ ବିଶ୍ବ ବିଜେତା ଫ୍ରାନ୍ସର ଷ୍ଟ୍ରାଇକର ଗ୍ରୀଜ୍ମ୍ୟାନ୍ ଆଟଲେଟିକୋ ସହିତ ରହିଛନ୍ତି । କ୍ଲବ୍ ଛାଡିବା ନେଇ କ୍ଲବ୍ର ମ୍ୟାନେଜର ଡିଏଗୋ ସିମୋନ୍ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଗୁଏଲ ଆଞ୍ଜେଲ ଗିଲ୍ ମାରିନ୍ଙ୍କୁ ସୂଚନା ଦେଇଥିବା ନେଇ କହିଛନ୍ତି ଗ୍ରୀଜମ୍ୟାନ୍ । ଏକ ବର୍ଷ ତଳେ ଏଫ୍ସି ବାର୍ସେଲୋନାର ପ୍ରସ୍ତାବକୁ ଛାଡିଥିବା ଗ୍ରୀଜ୍ମ୍ୟାନ୍ ବାର୍ସେଲୋନାରେ ଯୋଗ ଦେବାର ସମ୍ଭାବନା ରହିଛି ।
ଲାଭା ପରି ଦହନଶୀଳ ପଦାର୍ଥ ତ୍ରିପୁରାରୁ ବାହାରୁଛି । ଅଗରତାଲାର ମଧୁବନ ଅଞ୍ଚଳର କଥାଲତାଲି ଗ୍ରାମରୁ ଏହି ଦହନଶୀଳ ପଦାର୍ଥ ବାହାରୁ ଥିବାର ସୂଚନା ମିଳିଛି । ତ୍ରିପୁରା ମହାକାଶ ବିଜ୍ଞାନ ସଂସ୍ଥାନ (ଟିସିଏସ୍ସି)ର ବୈଜ୍ଞାନିକ ମାନେ ଏହି ଲାଭା ପରି ପଦାର୍ଥର ପରୀକ୍ଷଣ କରୁଛନ୍ତି । ଏହି ରାଜ୍ୟରେ ବିଗତ ଏକ ବର୍ଷ ମଧ୍ୟରେ ଏହା ଚତୁର୍ଥ ଘଟଣା । ଏହି ଦହନଶୀଳ ପଦାର୍ଥର ପରୀକ୍ଷଣ ପରେ ଏହା ଆଗ୍ନେୟ ଉଦ୍ଗୀରଣରୁ ବାହାରିଥିବା ନେଇ ମତ ରଖିଛନ୍ତି ଭୂତତ୍ତ୍ବବିତ୍ ଅଭିଷେକ ଚୌଧୁରୀ । 5 ନମ୍ବର ସେସ୍ମିକ୍ ଜୋନ୍ରେ ରହୁଥିବାରୁ ତ୍ରିପୁରା ଅତ୍ୟନ୍ତ ଭୂକମ୍ପପ୍ରବଣ ଅଞ୍ଚଳ ଭାବରେ ପରିଚିତ । ଏହି ଘଟଣା ଉପରେ ତ୍ରିପୁରା ସରକାର କଡା ନଜର ରଖିଛନ୍ତି ବୋଲି କହିଛନ୍ତି ଜନୈକ ଅଧିକାରୀ । ଉଲ୍ଲେଖ ଯୋଗ୍ୟଯେ, ଭାରତର ଏହି ଉତ୍ତର ପୂର୍ବୀୟ ଇଲାକା ବିଶ୍ବର ଷଷ୍ଠ ଭୂକମ୍ପ ପ୍ରବଣ ଅଞ୍ଚଳ । 1897ରେ ଏହି…
ଅଭିନେତାରୁ ରାଜନେତା ବନିଥିବା ତାମିଲ ସୁପରଷ୍ଟାର କମଲ ହାସନ ନିଜର ହିନ୍ଦୁ ଆତଙ୍କବାଦ ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହୋଇଥିଲେ । ଶୁକ୍ରବାର ହସନ କହିଛନ୍ତି କି ସମସ୍ତ ଧର୍ମରେ ଆତଙ୍କବାଦୀ ରହିଛନ୍ତି । ଇତିହାସକୁ ଦେଖିଲେ ଆପଣ ଜାଣି ପାରିବେ ସମସ୍ତ ଧର୍ମରେ ଭିନ୍ନ ଭିନ୍ନ ଆତଙ୍କବାଦୀ ରହିଛନ୍ତି । ସମସ୍ତ ଧର୍ମର ନିଜସ୍ବ ଆତଙ୍କବାଦୀ ରହିଥିବା ସମ୍ପର୍କରେ ମୁଁ କହିଥିଲି ବୋଲି କହିଛନ୍ତି ହାସନ । ଗତକାଲି ତାଙ୍କ ଉପରକୁ ଚପଲ ଫୋପଡାଯିବା ଏବଂ ଏକ ଏଫ୍ଆଇଆର ରୁଜୁ କରାଯିବା ପରେ ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି ସୁପରଷ୍ଟାର କମଲ ହାସନ । ସୂଚନାଯୋଗ୍ୟ ଯେ, ରବିବାର ଦିନ ଏହି ଭେଟେରାନ ଅଭିନେତା ନାଥୁରାମ ଗଡ୍ସେ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ଅଭିହିତ କରିଥିଲେ ଯାହାକୁ ନେଇ ବିଭିନ୍ନ ମହଲରୁ କମଲଙ୍କୁ ବିରୋଧ କରା ଯାଇଥିଲା । ଏପରି ଚପଲ ଫୋପଡା ଏବଂ ଆକ୍ରମଣାତ୍ମକ…
ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀ ହସ୍ପିଟାଲର ଷଷ୍ଠ ମହଲାର ଝରକା ଦେଇ ତଳକୁ ପଡି ପ୍ରାଣ ହରାଇଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଘଟଣାସ୍ଥଳରୁ ମୃତକଙ୍କ ଚପଲ ଏବଂ ଏକ ବ୍ଲେଡ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା ପୂର୍ବରୁ ଯୁବକଙ୍କ ହାତ କଟାଯାଇଥିବା ଜଣାପଡିଛି । ଯୁବକଜଣଙ୍କ ସ୍ଥାନୀୟ ମହୁଲଖୋଳି ଗ୍ରାମର ଟୁନା ବେହେରା ବୋଲି ଜଣାପଡିଛି । ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଛି ।

