ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ, ଆନ୍ତଃ ଜାତୀୟ ଖ୍ୟାତି ସମ୍ପନ୍ନ ଆୟୁର୍ବେଦିକ ଚିକିତ୍ସାକ ତଥା ବାଙ୍ଗାଲୋର ସ୍ଥିତ ବୈଦ୍ୟ ଚନ୍ଦ୍ର ପ୍ରକାଶ କ୍ୟାନସର ରିସର୍ଚ୍ଚ ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା ବାଲେନ୍ଦୁ ପ୍ରକାଶ,କର୍ଣ୍ଣାଟକର ସୁନାମଧନ୍ୟ ପ୍ରଫେସର ଡା ଏମ. ଗୋପୀ କୃଷ୍ଣନ,ପ୍ରଫେସର ଡା କାମଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଆୟୁର୍ବେଦିକ ର ମୁଖ୍ୟ ଲକ୍ଷ ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ରୋଗ ଚିକିତ୍ସା ସୂତ୍ର, ଆୟୁର୍ବେଦିକ ରସ ଉଷଧିର ଗୁଣବତ୍ତା ଦ୍ବାରା କିଭଳି ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ ଦୁରାରୋଗ୍ୟ ରୁ ପ୍ରାଣୀସମାଜ ମୁକ୍ତି ପାଇବେ ତାର ଚମତକାରୀତା ବର୍ଣ୍ଣନା କରିଥିଲେ।…
Author: Samikhsya Bureau
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଓବିସିସି ର ଏକ ଉଚ୍ଚସ୍ତରୀୟ ଟିମ ଗତକାଲି ଅନୁଧ୍ୟାନ କରିଛନ୍ତି। ଓବିସିସି ଏମଡ଼ି ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ସିନିଅର ସିଜିଏମ ପୂର୍ଣଚନ୍ଦ୍ର ମହାପାତ୍ର, ସିଜିଏମ ପ୍ରିୟବ୍ରତ ସାମନ୍ତରାୟ, ଜିଏମ ଅକ୍ଷୟ କୁମାର ସାହୁ ଏବଂ ଠିକାଦାର ବଳଦେବ ପଣ୍ଡା ଆଦି ମନ୍ଦିର ଯାଇ ତଦାରଖ କରିଥିଲେ। ଉକ୍ତ ଟିମ ମନ୍ଦିରରେ ଆରମ୍ଭ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ 5T ରେ ମନ୍ଦିରର ରୂପାନ୍ତରିକରଣ, ବସ ପାର୍କିଙ୍ଗ, ପ୍ରାଚୀର ନିର୍ମାଣ ଆଦି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନିକଟରେ ଉକ୍ତ ଉନ୍ନୟନ ପ୍ରକଳ୍ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଏମଡ଼ି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ବାଣପୁର ଜନସାଧାରଣଙ୍କ ସହାୟତା ମଧ୍ୟ ଲୋଡିଛନ୍ତି ।
ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ। ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି। ପଠନାଭ୍ୟାସକୁ ଗୁରୁତ୍ୱ ଦେବା…
ରାୟପୁର: ଆଜି ସଂଧ୍ୟାରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବାଚ୍ୟ ବିଷ୍ଣୁଦେବ ସାଏ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ସେ ରାଜ୍ୟରେ ସରକାର ଗଠନ କରିବାକୁ ଡାକିବା ପାଇଁ ଅନୁରୋଧ କରିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ, ଛତିଶଗଡ ବିଜେପି ପ୍ରଭାରୀ ପ୍ରମୁଖ ସାମିଲ ଥିଲେ। ବିଷ୍ଣୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା ପରେ ତାଙ୍କ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବେ। ସେ କୁନୁକୁରୀ ସଂରକ୍ଷିତ ଆସନରୁ ପ୍ରାୟ 25 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ଭୁବନେଶ୍ୱର: ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ ବୋଲି କହିଛନ୍ତି ପୂର୍ବତନ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀ। ଆଜି ପୂର୍ବାହ୍ନରେ ତୋଷାଳୀ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ୭୫ତମ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଶ୍ରୀ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉକ୍ତିକୁ ଉଦ୍ଧାର କରି କହିଲେ ଯେ ସ୍ୱାଧୀନ ଚେତନା ନେଇ ସମ୍ମାନର ସହ ବଞ୍ଚିବାର ଅଧିକାର ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର। ଆମର ସମ୍ବିଧାନ ବହୁସଶକ୍ତ, ଯାହାକି ସମାଜର ଧନୀ କି ଦରିଦ୍ର ସମସ୍ତ ବ୍ୟକ୍ତିଙ୍କୁ ସମାନ ନ୍ୟାୟ ଓ ସମାନ ଅଧିକାର ପ୍ରଦାନ କରିଥାଏ। ରାଜ୍ୟ ମାନବ ଅଧିକାର ଆୟୋଗକୁ ଇନ୍ଦିରା ଆବାସ, ପରିବାର ପେନ୍ସନ୍ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଯେତେସବୁ ଆବେଦନ ଓ ଅଭିଯୋଗ ଆସିଥାଏ ତାହାକୁ ସଙ୍ଗେ ସଙ୍ଗେ ଫଇସଲା…
ଭୁବନେଶ୍ୱର: ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତି। ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶ। ଆଧ୍ୟାତ୍ମିକତା ଆମର ଭିତ୍ତି ଓ ଶକ୍ତି। ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତ୍ତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧ। ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବ। ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବ। ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛି। ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛି। ଯୋଗକୁ ସାରା ପୃଥିବୀ ଆପଣେଇଛି। ବିଶ୍ୱର…
ଭୁବନେଶ୍ୱର: ଓଡିଶାରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଡକ୍ଟର ମହାନ୍ତି ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି, ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା। ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତର ପ୍ରଦେଶରେ। ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ତାହେଲେ ଅପାରଗ। ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିକରେ ସ୍ଥିତିି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା। ନିଜ…
ଭୁବନେଶ୍ବର: ଚାରିଦିନ ଧରି ଚାଲିଛି ଟଙ୍କା ଗଣତି ଯେ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ମଦଭାଟିରୁ ଜବତ ସମସ୍ତ ଟଙ୍କା ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ ଭର୍ତ୍ତି କରାଯାଇ ଗଣତି ଚାଲିଛି। ହେଲେ ରୁନ୍ଧା ଘରେ ଗଦାଗଦା ଟଙ୍କା ଓ କର୍ମଚାରୀ ରହିବାରୁ ସେଠାରେ ଅମ୍ଲଜାନ ଅଭାବ ରହୁଛି। ଫଳରେ କର୍ମଚାରୀମାନେ ହାଲିଆ ହୋଇପଡୁଛନ୍ତି। ଏହାକୁ ଦୂର କରିବା ପାଇଁ ଆଇଟି ବିଭାଗ ତରଫରୁ ସେଠାରେ ଅକ୍ସିଜେନ ସିଲିଣ୍ଡର ନିୟୋଜିତ କରାଯାଉଛି। ବର୍ତ୍ତମାନ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ବସ୍ତା ପରେ ବସ୍ତା ଟଙ୍କା ଆସିବାରୁ ସେଠାରେ ମଧ୍ୟ ଏକ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ମୋଟ ୧୭୬ଟି ବ୍ୟାଗ ସେଠାରେ ରଖାଯାଇଛି। ସେଥିମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ। ଶନିବାର ରବିବାର ଛୁଟି ଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ୫୦ରୁ ଅଧିକ ବ୍ୟାଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱରରେ ଏକ ଭିନଣ୍ଟେଜ ଏବଂ କ୍ଲାସିକ୍ କାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ‘ଓଡ଼ିଶା କନକ୍ୟୁୟର୍ସ ଡି’ଲେଗାନ୍ସ ୨୦୨୩’ ଶୀର୍ଷକ ବିଶିଷ୍ଟ ଏହି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ବ୍ରାଣ୍ଡର ମୋଟ ୫୨ କାରର ମାଲିକ ସେମାନଙ୍କର ଭିନଣ୍ଟେଜ କାରକୁ ପ୍ରଦର୍ଶନୀରେ ସମାଲି କରିଛନ୍ତି। ଓଡିଶା ସହିତ କୋଲକାତା, ଦିଲ୍ଲୀ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ବାଙ୍ଗାଲୋରର କାର ମାଲିକମାନେ ଏହି ପ୍ରଦର୍ଶନୀରେଭାଗ ନେଇ ସେମାନଙ୍କ କାରକୁ ପ୍ରଦର୍ଶିତ କରିଛନ୍ତି। ଏହି କାରଗୁଡିକରେ ବେଞ୍ଜ, ଫୋର୍ଡ, ଭୋଲ୍ସୱେଗେନ, ରୋଲ୍ସ-ରୋଏସ୍, ବେଣ୍ଟଲି, କ୍ୟାଡିଲାକ୍, ବୁଗାଟୀ ଏବଂ ଜାଗୁଆର ସମେତ ବିଶ୍ୱର ଖ୍ୟାତିସମ୍ପନ୍ନ ବ୍ରାଣ୍ଡର କାର ଉପଲବ୍ଧ। ଏହି କାରଗୁଡିକ ମଧ୍ୟରୁ ଅଧିକାଂଶ ୧୯୧୯ ରୁ ୧୯୩୦ ମଧ୍ୟରେ ପଞ୍ଜିକୃତ ହୋଇଛି। ଏହି ପ୍ରଦର୍ଶନୀ ରବିବାର ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା। ଆଦିକବି ହେଉଛନ୍ତି ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଶାସନ କାଳର। ଚିତ୍ରୋତ୍ପଳା ନଦୀର ଶାଖାନଦୀ କୂଳ ଶାରୋଳ ଗ୍ରାମରେ ଏକ କୃଷି ପରିବାରରେ ଜନ୍ମ ନେଇଥିଲେ ସାରଳା ଦାସ ତଥା ସିଦ୍ଧେଶ୍ୱର। ବାପା ଛେଉଣ୍ଡ ସିଦ୍ଧେଶ୍ୱର ଥିଲେ ମା’ଶାରଳାଙ୍କ ଭକ୍ତ। ସି’ଅକ୍ଷର ବିବର୍ଜିତ ସିଦ୍ଧେଶ୍ୱର ମା’ଙ୍କ ଆଶୀର୍ବାଦରୁ ରଚନା କଲେ ବିଚିତ୍ର ରାମାୟଣ, ଚଣ୍ଡୀ ପୁରାଣ ଏବଂ ମହାଭାରତ ମହାକାବ୍ୟ। ତାଙ୍କ କାବ୍ୟମାନ ସନ୍ଧ୍ୟାରେ ମନ୍ଦିର ବେଢ଼ାରେ ବସି ସେ ଗ୍ରାମବାସୀଙ୍କୁ ପଢ଼ି ଶୁଣାଉଥିଲେ। ଏହାକୁ ତତ୍କଳୀନ ବ୍ରାହ୍ମଣ ସମାଜ ବିରୋଧ କରିବା ସହ ଶୁଦ୍ର ସିଦ୍ଧେଶ୍ୱର ରଚିତ ପୁରାଣ ଅଶୁଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଏହି କଥା ଗଜପତିଙ୍କ ନିକଟକୁ ଯିବା ପରେ କପିଳେନ୍ଦ୍ର ଦେବଙ୍କ ଆଦେଶ କ୍ରମେ ଏହି ଗ୍ରନ୍ଥ…
ରାୟଗଡା: ଧିରେ ଧିରେ ରାଜ୍ୟରେ ବଜ୍ରକାପ୍ତ ଚୋରା ଚାଲଣ ବଢିବାରେ ଲାଗିଛି। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବାରୁ ଚୋରା ଚାଲଣକାରୀ ସକ୍ରିୟ ହୋଇପଡିଛନ୍ତି। ସେହିପରି ଆଜି ସକଳା ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଜବତ କରିଛି। ଏହାକୁ ନେଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିବା ସହିତ ତାଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ଏସଟିଏଫ ରାୟଗଡା ଜିଲ୍ଲା ପଦମପୁର ଥାନା ନିକଟସ୍ଥ ଏନଏଚ 326 ରେ ଛକି ରହିଥିଲେ। ଏହି ସମୟରେ ଦୁଇଜଣଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେମାନଙ୍କୁ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ପାଖରୁ ଏକ ଜୀବନ୍ତ ବଜ୍ରକାପ୍ତ ମିଳିଥିଲା। ଏ ସଂପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏସଟିଏଫ ସେମାନଙ୍କୁ ସ୍ଥାନୀୟ ଥାନା ଜିମା ଦେଇଛନ୍ତି। ଏହି ଦୁଇଜଣ ହେଲେ ଗଜପତି ଜିଲ୍ଲାର…
ଭୁବନେଶ୍ବର: ଓଡିଶାର ଦ୍ବିତୀୟ ନମ୍ବରରେ ଥିବା ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ନୂଆ ସଂପାଦକ ବା ଏଡିଟର ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ତନୟା ପଟ୍ଟନାୟକ। ଆଜି ସମ୍ବାଦ ଗ୍ରୁପ ତରଫରୁ ଏହି ଘୋଷଣା କରାଯାଇଛି। ତନୟା ବର୍ତ୍ତମାନ ସମ୍ବାଦ ଗ୍ରପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି।ଏଥିସହିତ ସେ ନିକଟରେ ଦୈନିକ ଖବରକାଗଜ ସମ୍ବାଦ ର ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତନୟା ପଟ୍ଟନାୟକ ଦୀର୍ଘ ବର୍ଷ ଧରି ତାଙ୍କ ବାପା ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଏହି କଂପାନୀରେ ମୁଖ୍ୟ ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ସୌମ୍ୟରଂଜନ ସମ୍ବାଦ ଗ୍ରପରୁ ଇସ୍ତଫା ଦେବା ପରେ ତାଙ୍କ ଝିଅ ହିସାବରେ ତନୟା ସମସ୍ତ ଦାୟିତ୍ବ ବୁଝାବୁଝି କରୁଛନ୍ତି। ତାଙ୍କ ନେତୃତ୍ବରେ କନକ ନ୍ୟୁଜ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ଯେଉଁ ସଂଯୋଜକମାନେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ବର ପାଇଁ ରଂଜନ ବ୍ୟାଗ୍, ଭଦ୍ରକ ପାଇଁ ଡ. ସଞ୍ଜୟ ଦାସ ଗଜପତି ପାଇଁ ୟାରାଗାନା ରାମଭଦ୍ର ରାଓ ଭବାନୀପାଟଣା ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ଆଦିତ୍ୟ ନନ୍ଦ କନ୍ଧମାଳ ପାଇଁ ରାଜୀବ ପାତ୍ର ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର କୋରାପୁଟ ସବଡିଭିଜନ ପାଇଁ ଲତା ସାହୁ ଜୟପୁର ସବଡିଭିଜନ ପାଇଁ ଶ୍ରୀମତୀ ତୁଳସୀ କ୍ରିଷାନି ମାଲକାନଗିରି ପାଇଁ ଚିତ୍ରା ପଟ୍ଟନାୟକ ରାଇରଙ୍ଗପୁର ସବଡିଭିଜନ ମୟୂରଭଞ୍ଜ ପାଇଁ ଶ୍ରୀ ଅମରେନ୍ଦ୍ର କର ବାରିପଦା ସବଡିଭିଜନ ମୟୂରଭଞ୍ଜ ପାଇଁ ସୁନୀଲ କୁମାର ଦାସ, ନବରଂଗପୁର ପାଇଁ ମଞ୍ଜୁଳା ମାଝି ନୟାଗଡ଼ ପାଇଁ…
ପୁରୀ: ଆଜି ବଡି ଭୋରରୁ ପୁରୀରେ ପହଁଚିଛନ୍ତି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ସେଠାରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ। ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ କରୁଥିବା ନୂତନ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ସେହିପରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରି ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବାକୁ ଥିବା ଶୀତତାପ ସେଡେଡ଼ ଚଲାପଥ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ,…
ଭୁବନେଶ୍ୱର: ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ (ଏମଆଇ) ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର-ତଥା-ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ସମ୍ପଦ ବିଭାଗ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁର୍କି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ଆଜି ସ୍ୱାକ୍ଷରିତ ହୋଇଛି। ଜଳ ସମ୍ପଦ ବିଭାଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ ମ୍ୟାନେଜମେଣ୍ଟ ସୋସାଇଟି (ଓସିଟିଡିଏମଏସ)ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଶ୍ମି ରଞ୍ଜନ ନାୟକ ଏବଂ ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଜଳ ବ୍ୟବହାରିକ ଦକ୍ଷତାରେ ଉନ୍ନତି ଆଣିବା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବା ଜଳଭଣ୍ଡାରର ସେଚାଂଚଳରେ ଭାଗିଦାରୀ ଜଳସେଚନ ପରିଚାଳନାକୁ…
ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି। ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି…
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ପରିଡ଼ାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବ୍ଲକ/ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ନାମ ଅନୁମୋଦନ କରିଛନ୍ତି । ଏହି କମିଟିରେ ଉପସଭାପତି ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ନିକୁଞ୍ଜ ବିହାରି ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ସୁରଥ ଚନ୍ଦ୍ର ସାହୁ, ଗୌରହରି ନାୟକ, ବସନ୍ତ କୁମାର ଦାସ ଓ ଶ୍ରୀମତୀ ମିନତୀ ନାୟକ ରହିଥିବା ବେଳେ କୋଷାଧକ୍ଷ ଭାବରେ ଲଳିତ ମୋହନ ନାୟକ ରହିଛନ୍ତି । ସେହିଭଳି ଭାବରେ ସାଧାରଣ ସଂପାଦକ ଭାବରେ ସର୍ବଶ୍ରୀ କ୍ଷୀରୋଦ କୁମାର ରାଉତ, ତ୍ରିଲୋଚନ ପଣ୍ଡା, ବିଜୟ କୁମାର ସ୍ୱାଇଁ, ଯଶୋବନ୍ତ ଖୁଂଟିଆ, କିଶୋର କୁମାର ସାହୁ, ଗୋବିନ୍ଦ ମହାନ୍ତ, ମୂରଲୀଧର ବେହେରା ଓ ସରୋଜ କୁମାର ବାଘେଲବାବୁ ରହିଛନ୍ତି…
ଭୁବନେଶ୍ୱର: ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ। ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସେ ଲବଣ ସତ୍ୟାଗ୍ରହ, ଖଦି ଆନ୍ଦୋଳନ, ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମ ଦାନ ଆନ୍ଦୋଳନରେ ସାମିଲ ହୋଇ ଅନେକବାର କାରାବରଣ କରିଥିଲେ ସୁଦ୍ଧା କେବେ ହାର ମାନି ନଥିଲେ। ଖାଲି ପାଦରେ ଗାଁ ଗାଁ ବୁଲି ମହିଳାମାନଙ୍କ ମଧ୍ୟରେ ଜାତୀୟତା ପ୍ରୀତି ଜାଗ୍ରତ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ ଓ ଓଜସ୍ୱିନୀ ଭାଷଣରେ ମନ୍ତ୍ରମୁଗ୍ଧ ହୋଇ ହଜାର ହଜାର ନାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜମିଦାର ପରିବାରରୁ ଆସି ମଧ୍ୟ ଭୋଗ ଓ ସୁଖ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏପରିକି ଅସହଯୋଗ ଆନ୍ଦୋଳନରେ ରାଜ୍ୟର ଏକମାତ୍ର ମହିଳା ନେତ୍ରୀ ଭାବେ ସୃଷ୍ଟି କରିଥିଲେ ଉଦାହରଣ। ତାଙ୍କର ଜୀବନୀ ଆଧାରିତ ଏହି ନାଟକର କଥାବସ୍ତୁ ମାଧ୍ୟମରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ…
ଭୁବନେଶ୍ୱର: ନୂଆ ବା NUA ଓଡ଼ିଶା (ନୂତନ ଉନ୍ନତ ଅଭିଳାଷା) ର ଯୁବକମାନଙ୍କ ପାଇଁ ଦକ୍ଷତା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। NUA ଓଡ଼ିଶା ସହିତ ଯୁବକମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ପୂର୍ବାହ୍ନରେ ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଆୟୋଜିତ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଆରମ୍ଭ କରାଯାଇଛି। ମନ୍ତ୍ରୀ ଶ୍ରୀ ଘଡ଼ାଇ ତାଙ୍କ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ଦକ୍ଷତା ଉପରେ ପର୍ଯ୍ୟବେଷିତ ଏହି ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ପାଦେ ଆଗେଇ ନେଇ ଜିଲ୍ଲାଗୁଡ଼ିକରେ ବିକେନ୍ଦ୍ରୀକରଣ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଘଡ଼ାଇ କହିଲେ ଯେ ଆଜି ସ୍କିଲ ଇନ୍ ଓଡ଼ିଶା ଏକ ବିଶ୍ୱ ବ୍ରାଣ୍ଡରେ ପରିଣତ…
ଭୁବନେଶ୍ୱର: ନିକଟରେ ବଲାଙ୍ଗୀର ସମ୍ବଲପୁରରୁ ମଦ ବ୍ୟବସାୟୀଙ୍କ ଘରୁ ଗଦାଗଦା ଟଙ୍କା ବାହାରିବା ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଏହି ଟଙ୍କା ଶାସକ ବିଜେଡିର କି ନାହିଁ ସେ ନେଇ ପ୍ରଶ୍ନ କରିଛି ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି। ଏଥିସହିତ ପଶ୍ଚିମ ଓଡିଶାର ବିଜେଡି ନେତା ଓ ମନ୍ତ୍ରୀ ଏହି ମଦ ବେପାରୀ ସହିତ ସାମିଲ ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମଦ ବ୍ୟବସାୟୀ ସହିତ ମନ୍ତ୍ରୀ ଟୁକୁନି ସାହୁଙ୍କ ଏକ ଫଟୋକୁ ମନୋଜ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ।

