ନୂଆଦିଲ୍ଲୀ: ଆପର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଗତ ସୋମବାରଠାରୁ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଲମ୍ବିତ କରିଛନ୍ତି। ଏହି ନିଲମ୍ବନକୁ କଂଗ୍ରେସ ସମେତ ସମସ୍ତ ବିରୋଧୀଦଳଗୁଡ଼ିକ ଏନଡିଏ ସରକାରଙ୍କୁ ସମାଲୋଚନା କରିବା ସହିତ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନଙ୍କ ଶାସନ ସମୟରେ ବିରୋଧୀଦଳଗୁଡ଼ିକର କଣ୍ଠ ରୋଧ କରିବା ବହୁବାର ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ସଂଜୟ ସିଂହଙ୍କର ନିଲମ୍ବନ ପ୍ରଥମ ଘଟଣା ନୁହେଁ। ସେ ଅତୀତରେ ମଧ୍ୟ ଗୃହରେ ଅଶାଳୀନ ବ୍ୟବହାର କରିଥିବାରୁ ତତ୍କାଳୀନ ଅଧ୍ୟକ୍ଷ କେ. ଭେଙ୍କୟା ନାଇଡୁ ତାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ତେବେ ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ନିଲମ୍ବନ ଘଟଣା ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ହୋଇଥିଲା। ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଠକ୍କର କମିଶନ ରିପୋର୍ଟ ଗୃହରେ ଉପସ୍ଥାପିତ…
Author: Samikhsya Bureau
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨ଟି ଲ୍ୟାବର ଉଦ୍ଘାଟନ କରିଥିଲେ। ଏହି ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ପ୍ରୟୋଗଶାଳାର ଉଦ୍ଘାଟନ କରିବା ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସାମ୍ପ୍ରତିକ ଜୀବ ବିଜ୍ଞାନରେ ଉପଯୋଗ କରିବା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ଜାଣିବା ପାଇଁ ଏହି ପ୍ରୟୋଗଶାଳା ବ୍ୟବହୃତ ହେବ। ଏହା ଦ୍ୱାରା ସ୍ନାତକୋତର ଓ ପିଏଚ୍ଡି ଶିକ୍ଷାର ମାନ ବୃଦ୍ଧି ପାଇବ ତଥା କୃଷି ଓ ଜୀବ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ। ଏହି ଅବସରରେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର…
ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)’’। ପତ୍ର ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ। ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ – ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ। ସେହିପରି ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପ୍ରତିଯୋଗିତା ପାଇଁ ଉପରୋକ୍ତ ଠିକଣାରେ ପଠାଇପାରିବେ। ସାଦା ଏ-ଫୋର୍ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ।…
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ଵର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେତୁ ଗରମ ବୃଦ୍ଧି ପାଇଛି। ଚୀନ୍ ଠାରୁ ୟୁରୋପ, ଆମେରିକା ଏବଂ ବିଶ୍ଵର ଅନ୍ୟାନ୍ୟ ସ୍ଥାନ ଗରମ ହେତୁ ଲୋକମାନେ ଅସୁବିଧାରେ ପଡିଛନ୍ତି। ନିକଟରେ ଜର୍ମାନୀର ଲିପଜିଗ୍ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ, ଜୁଲାଇ ୨୦୨୩ ର ଜୁଲାଇ ମାସ ଗ୍ରୀଷ୍ମ ରେକର୍ଡ ଭାଙ୍ଗିବ। ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମାସର ହାରାହାରି ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ଅଧିକ ହେବ। ୟୁରୋପୀୟ ସଂଘର ତଥ୍ୟ ଅନୁଯାୟୀ, ଜୁଲାଇ ୨୦୧୯ ଅପେକ୍ଷା ଏହା ଅତି କମରେ ୦.୨ସି ଉଷ୍ମ ହେବ। ଲିପଜିଗର ଜଳବାୟୁ ବୈଜ୍ଞାନିକ କାଷ୍ଟର୍ନ ହାଷ୍ଟିନ କହିଛନ୍ତି ଯେ, ଜୁଲାଇ ୨୦୨୩ ରୁ ୨୦୧୯ ମଧ୍ୟରେ ପାର୍ଥକ୍ୟ ଏତେ ବଡ ଯେ ଆମେ ଗରମ ମାସ ହେବାକୁ ଯାଉଥିବାର ଆମେ ଜାଣିଥିଲୁ। ସମ୍ପ୍ରତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ…
କୈଳାଶ ଚନ୍ଦ୍ର ଚୌଧୁରୀ ଛତ୍ରପୁର: ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ସରୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଉଦ୍ଦେଶ୍ୟ ମୁଳକ ଭାବେ ତାଙ୍କୁ ଅନୁପସ୍ଥିତିର ଆଳ ଦେଖାଇ ପରୀକ୍ଷାରେ ଫେଲ୍ କରାଯାଉଛି ଓ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଲେ ଗୁରୁତ୍ଵ ନଦେଇ ଓଲଟି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି। ଯ’ଦ୍ଵାରା ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଶେଷରେ ଅଭିଯୋଗ ଦାୟର କରି ପୋଲିସର ଆଶ୍ରୟ ନେଇଛନ୍ତି। ଅଧ୍ୟକ୍ଷ ମହାଶୟ ଯେ କୌଣସି ଛାତ୍ର ଅଭିଯୋଗ କରିବାକୁ ଗଲେ ପ୍ରାୟ ସମସ୍ତଙ୍କୁ ଏହି ଭଳି ଧମକ ଚମକ ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି ବୋଲି ଜନୈକ ପୁର୍ବତନ ଛାତ୍ର ନେତା ମନ୍ତବ୍ୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆଇସିସି ୨୦୨୪ ଟି -୨୦ ବିଶ୍ୱକପ୍ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୫ ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ କେବଳ ପାଞ୍ଚଟି ସ୍ଥାନ ବାକି ଅଛି। ପ୍ରକାଶ ଯେ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଶ୍ରେଷ୍ଠ ୮ ଟିମ ଏବଂ ଆଇସିସି ଟି -୨୦ ଶ୍ରେଷ୍ଠ ୧୦ ଟିମର ଅବଶିଷ୍ଟ ଦୁଇଟି ଦଳ ସିଧାସଳଖ ପ୍ରବେଶ କରିଛନ୍ତି। ଏହା ବ୍ୟତୀତ ତିନିଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳି ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ପାଞ୍ଚଟି ସ୍ପଟ୍…
ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ଇଣ୍ଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜିର ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ହେଲେ ଡ. ଆସୀଷ ଘୋଷ। ତାଙ୍କୁ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଡ ଘୋଷ ବର୍ତ୍ତମାନ କୋଲକାତାର ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟର ପ୍ରୋଜେକ୍ଟ ଡାଇରେକ୍ଟର ଅଛନ୍ତି। ଏହା ଅଧିନରେ ଥିବା ଟେକନୋଲୋଜି ଇନଭେସନ ହବ ର ପ୍ରୋଜେଟ ଡାଇରେକ୍ଟର ଅଛନ୍ତି। ତାଙ୍କର 28 ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ଏଥିସହିତ ସେ ପ୍ରାୟ 10ଟି ପୁସ୍ତକର ଲେଖକ ଅଛନ୍ତି।
କୁଜଙ୍ଗ: ବନ୍ୟା ଦାଉରୁ ସୁରକ୍ଷା ଓ ଲୋକଙ୍କ ଯାତାୟତ ପାଇଁ ସରକାର ନଦୀବନ୍ଧକୁ ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହେଉଥିବା ବେଳେ ସରକାରଙ୍କ ଯୋଜନା ଫସର ଫାଟୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଜଳସମ୍ପଦ ବିଭାଗ ସାଉଥ୍ ଡିଭିଜନ ଅଧୀନରେ ଥିବା ମହାନଦୀ ବନ୍ଧ ସୁଦୃଢିକରଣ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ। ମଣିଜଙ୍ଗା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଧିନ ମହାନଦୀ ବାମପାର୍ଶ୍ୱ ନଦୀବନ୍ଧର ତାର୍ତ୍ତୋଲ ଠାରୁ ବାଲିକଣୀ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢିକରଣ ଓ ପିଚୁରାସ୍ତା ନିର୍ମାଣ ପାଇଁ ୩କୋଟି ୮୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ନଦୀବନ୍ଧରେ ମାଟି ମେଟାଲ-ମୋରମ ପକାଇ ରୋଲିଂ କରିବା ପରେ ଡଷ୍ଟ ପକାଇ ପିଚୁରାସ୍ତା ନିର୍ମାଣ କରିବା କଥା। ମାତ୍ର ନଦୀବନ୍ଧରେ ମାଟି ବଦଳରେ ବାଲି ପକାଯାଇଥିବା ଦେଖିବାକୁ ମିଳିଛି।…
ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗମା ଜାରି ରହିଛି। ଆଜି ବି ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି, ଯେଉଁଥିପାଇଁ ଲୋକସଭାର ପ୍ରକ୍ରିୟା ରାତି ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସଭାର ପ୍ରକ୍ରିୟା ସୋମବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନରେ ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ବିରୋଧୀ ଦଳର ହଟ୍ଟଗୋଳ ହେତୁ ଉଭୟ ଗୃହର ପ୍ରକ୍ରିୟା ମୁଲତବୀ ରଖିବାକୁ ପଡି ନାହିଁ। ମଣିପୁର ହିଂସା ସମ୍ପର୍କରେ ବିରୋଧୀ ପିଏମ ମୋଦୀଙ୍କ ବିବୃତ୍ତି ଦାବି କରୁଥିବାବେଳେ ଶାସକ ଦଳ ଗୃହରେ ସମଗ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କିଛି ଦିନ ପୂର୍ବରୁ ସରକାର ବିରୋଧୀଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ନିମନ୍ତ୍ରଣ…
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବାସ୍ତବରେ ଲକ୍ଷ୍ୟ ସେନ୍ ଜାପାନ ଓପନ୍ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ଖେଳାଳି ସିଧାସଳଖ ଖେଳରେ ଜାପାନର କୋକି ୱାତାନାବେଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପାଇଛନ୍ତି। ଉଭୟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ ବିଷୟରେ କହିବାକୁ ଗଲେ ବିଶ୍ୱ ଚାମ୍ପିଅନସିପ୍ ୨୦୨୧ ରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ସେନ୍ ୧୩ ନମ୍ବରରେ ଅଛନ୍ତି। ଜାପାନର ଖେଳାଳି କୋକି ୱାତାନାବେଙ୍କ ର଼୍ୟାଙ୍କିଙ୍ଗ ୩୩ ତମ ସ୍ଥାନରେ ରହିଛି। ଏହି ମ୍ୟାଚ୍ରେ ଲକ୍ଷ୍ୟ ସେନ୍ କୋକି ୱାତାନାବେଙ୍କୁ ୨୧-୧୫, ୨୧-୧୯ ରେ ପରାସ୍ତ କରିଛନ୍ତି।
ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ସେ ଜବତ ହୋଇଥିବା ଏକ ବାଲି ବୋଝେଇ ହାୱାଇ ଗାଡିକୁ ଛାଡି ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ମୋଟ 13 ହଜାର ଟଙ୍କା ନେବେ ବୋଲି ଦର ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ସେ 10 ହଜାର ଟଙ୍କା ନେଇ ସାରିଥିଲେ। ହେଲେ ବାକି 3 ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ମାଡି ବସିଥିଲେ। ସେ ହେଉଛନ୍ତି ନୟାଗଡ ଜିଲ୍ଲା ଗଣିଆ ତହସଲିର ଅତିରିକ୍ତ ତହସିଲଦାର ବନମାଳି ପରିଡା। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଭିଯୋଗକାରୀଙ୍କୁ ରାସାୟନିକ ବୋଳା ଟଙ୍କା ଦେଇ ସେଠାରେ ଛକି ବସିଥିଲା। ଲାଞ୍ଚ ଦେବା ପରେ ତାଙ୍କୁ ରଙ୍ଗେ ହାତେ ଧରାଯାଇ ସେହି ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୦୨୦ ମସିହା ଜାନୁଆରୀ ୨୨ ତାରିଖରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଅଞ୍ଚଳର ୩ ଭାଇ ବିଜୟ ନାଇକ, ଅଜୟ ନାଇକ ଓ ବିଶିକେଶନ ନାଇକ ଜନୈକା ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ମହିଳାଙ୍କ ତରଫରୁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୨୯୪/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିଥିଲେ ଓ ତଦନ୍ତ ପରେ ଉକ୍ତ ୩ ଭାଇଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ଅଦାଲତ ଜେ ଏମ୍ ଏଫ୍ ସି ଜୁଏଲ ପଟ୍ଟନାୟକ ଉକ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରୀ ଏପିପି ମକଦ୍ଦମା ପରିଚାଳନା କରୁଥିଲେ।
ଗଜପତି: ଦେବେନ୍ଦ୍ର ମାଳି ନାମକ ଜଣେ ଶିକ୍ଷକ ସ୍ବାମୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ରଶ୍ମି ବେହେରା ନାମ୍ନୀ ଜଣେ ମହିଳା ନିମଖଣ୍ଡି ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରିଛନ୍ତି। ରଶ୍ମି ବେହେରାଙ୍କ ଏତଲା ଅନୁଯାୟୀ ସେ ଦେବେନ୍ଦ୍ର ମାଳିଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଦାବି ମୁତାବକ ୪୦ ଭରି ସୁନା, ନଗଦ ୫ ଲକ୍ଷ ଟଙ୍କା ସମେତ ବହୁ ଗୃହ ଉପକରଣ ସାମାନ ଓ ଆସବାବପତ୍ର ଇତ୍ୟାଦି ଦେବେନ୍ଦ୍ରଙ୍କୁ ତାଙ୍କ ବାପା ଦେଇଥିଲେ। ଏତଦବ୍ୟତୀତ ଆହୁରି ଅଧିକ ଯୌତୁକ ଆଣିବା ପାଇଁ ମୋତେ ଚାପ ପ୍ରୟୋଗ ସହ ମାରପିଟ୍ କରୁଛନ୍ତି। ଏହି କିଛି ଦିନ ପୁର୍ବରୁ ମୁଁ ଶୁଣିବାକୁ ପାଇଲି ମୋତେ ବାହା ହେବା ପୁର୍ବରୁ ଦେବେନ୍ଦ୍ର ଆଉ ଜଣଙ୍କୁ ବିବାହ କରିଛନ୍ତି। ଏହି ବିଷୟରେ ଆଲୋଚନା କରିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ସହ ମୁଁ ଅତ୍ୟଧିକ ଶାରୀରିକ ଓ…
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀକୁ ଏସିଡ ପକାଇ ମାରିଦେବା ଧମକ ହୋଇଛି। ଏହି ଘଟଣାରେ ମଙ୍ଗରାଜପୁର ଗ୍ରାମର ଜନୈକ ଯୁବକ ଗିରଫ ହୋଇଛି। ସେହିଭଳି ଅନ୍ୟ ଏକ ଘଟଣାରେ ଜନୈକା ନାବାଳିକାକୁ ଅପହରଣ ଅଭିଯୋଗରେ ଆଉ ଜଣେ ଯୁବକକୁ କୁଜଙ୍ଗ ପୋଲିସ ଗିରଫ କରିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅଂଚଳର ଜନୈକା ଛାତ୍ରୀକୁ ବଳପୂର୍ବକଭାବେ ବାହାହେବାପାଇଁ କହିବା, ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଓ ଶେଷରେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଚାଲିଥିଲା। ଏହି ପ୍ରରିପ୍ରେକ୍ଷୀରେ ନାବାଳିକାଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ମଙ୍ଗରାଜପୁର ଗ୍ରାମର ଅଭିଯୁକ୍ତ ବାଦଲ ସାମଲ (୩୬)କୁ ଗିରଫ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ୨୧୨/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ବାଦଲ ଫେରାର ଥିବା ସମୟରେ କୁଜଙ୍ଗ ପୋଲସି ପାରାଦ୍ୱିପରୁ ଗିରଫ କରିବାରେ ସକ୍ଷମ…
ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ସ୍ଲୋଗାନ ଦେବା ସହ ହଙ୍ଗମା କରିବା ଆରମ୍ଭ କରିଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ନୂଆଦିଲ୍ଲୀ: ନାସା X-59 ନାମକ ଏକ ସୁପରସୋନିକ୍ ବିମାନ ତିଆରି କରିଛି, ଯାହା ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ, X-59 ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ 2 ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ। ଏପରି ପରିସ୍ଥିତିରେ ଏହି ଦାବି ଦର୍ଶାଏ ଯେ ଏହାର ଗତି ଆଶ୍ଚର୍ଯ୍ୟଜନକ ହେବ। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲକ୍ହିଡ୍ ମାର୍ଟିନ୍ ନାସା ପାଇଁ X-59 କ୍ୱିଟ୍ ସୁପରସୋନିକ୍ ଟେକ୍ନୋଲୋଜି ବିମାନ ନିର୍ମାଣ କାର୍ଯ୍ୟ ଶେଷ କରିଛି। ସୁପରସୋନିକ୍ ବିମାନ X-59 କୁ ‘ସନ ଅଫ୍ କନକର୍ଡ’ କୁହାଯାଉଛି। କୋଡିଏ ବର୍ଷ ପୂର୍ବରୁ କନକର୍ଡ ଲଞ୍ଚ କରାଯାଇଥିଲା: ଉଲ୍ଲେଖନୀୟ କଥା ହେଉଛି, କୋଡିଏ ବର୍ଷ ପୂର୍ବେ ଦୁନିଆର ପ୍ରଥମ ‘ସୁପରସୋନିକ୍ ବିମାନ କନକର୍ଡ’ ଲଞ୍ଚ କରାଯାଇଥିଲା, ଯାହା ନ୍ୟୁୟର୍କରୁ ଲଣ୍ଡନକୁ 3 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଯାଇପାରିଥାନ୍ତା। ଏହି ସୁପରସୋନିକ୍ ବିମାନର ଗତି ଘଣ୍ଟା ପ୍ରତି 2172 କିଲୋମିଟର…
ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ। ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ…
ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ। ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର…
କୁଜଙ୍ଗ: ଜଗତ୍ସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍.ଙ୍କ ନିର୍ଦ୍ଧେଶକ୍ରମେ କୁଜଙ୍ଗ ପୋଲିସ ଆଜି ଦିନ ତମାମ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଅସାମାଜିକ ଯୁବକଙ୍କୁ ସାବାଡ଼ କରିବା ସହିତ ଗାଡିରୁ ଜୋରିମାନା ଆଦାୟ କରିଥିଲେ। ପ୍ରକାଶ ଯେ, ଗୁରୁବାର ଦିନ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ୱାବଧାନରେ ୩ଟି ଟିମ୍ରେ ବିଭକ୍ତ ହୋଇ କୁଜଙ୍ଗ ପୁଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଇଣ୍ଡିଆନ୍, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, କଟକ କେନ୍ଦ୍ର କୋ ଅପରେଟିଭ୍ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଆଜି ଦିନ ତମାମ ପଇଁତରା ମାରିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡି ଉପରେ କଡା ନଜର ରଖିଥିଲା। ଏପରିକି କେତେକ ଗାଡ଼ିରୁ ବେଆଈନ ପାର୍କିଂ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଜରିମାନା ଆଦାୟ କରିଥିଲା। ଏପରିକି ବ୍ୟାଙ୍କ୍ ସମ୍ମୁଖରେ ଖଟି କରୁଥିବା କିଛି ଅସାମାଜିକ ଯୁବକ ମାନଙ୍କୁ ପୋଲିସ ଏପରି ନକରିବାକୁ ଦାଗିଦ୍ କରିଥିବା…
ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି। ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଭାଷାର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦୁଇ ଦିବସୀୟ ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନାଦି ଅନନ୍ତ କାଳରୁ ଆମର ସଭ୍ୟତା ସମସ୍ତଙ୍କୁ ଜୀବନ୍ତ ରୂପରେ ଦେଖିଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ରାଜକୋଟ ନୁହେଁ, ସମଗ୍ର ସୌରାଷ୍ଟ୍ର ଅଂଚଳ ପାଇଁ…

