ନୂଆଦିଲ୍ଲୀ: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର ମଧ୍ୟ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ଯୋଗାଣ ବୃଦ୍ଧି ସହ ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଖାଇବା ତେଲ ଆମଦାନୀ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ରିହାତି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ବଳବତ୍ତର ଥିବା ଏହି ରିହାତିର ମିଆଦ ମାର୍ଚ୍ଚ ୨୦୨୩ରେ ଶେଷ ହେବ। ବୈଶ୍ୱିକ ବଜାରରେ ଦର କମ ଯୋଗୁଁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବୈଶ୍ୱିକ ବଜାର ଦର ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ଭାରତରେ ଖାଇବା ତେଲ ଦର ଆଶାତୀତ ହ୍ରାସ…
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତାଗଣ ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ରଶ୍ମି ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ,…
ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,…
ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ। ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ। ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ୦ ଓ ଅଲ୍ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ। ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ। ଏହି ରୋବୋଟିକ୍ ଆର୍ମ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବାବେଳେ ରବିବାର ଅର୍ଥାତ ପ୍ରଥମ ଦିବସରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଏବଂ ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉକ୍ତ ପଦଯାତ୍ରା ବାଲୁଗାଁ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବଜାର ପରିକ୍ରମା କରିଥିଲେ। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସେବା ମୁଳ ଲକ୍ଷ୍ୟ ହୋଇଥିବା ବେଳେ ରାଜନୀତି ଏକମାତ୍ର ମାଧ୍ୟମ ଯାହାଫଳରେ ଏହି ପଦଯାତ୍ରାକୁ ସଫଳାୟନ କରିବାପାଇଁ ସାଧାରଣ ଜନତାଙ୍କ ଅତି ନିକଟତର…
ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାଡଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକ ମାନେ ଅଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାକୁ ପଛାଇନଥାନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ପୂଜା ଉପଲକ୍ଷେ ସଜାଗ ରହିବା ସହ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଏନବିଡବ୍ଲୁ ୱାରେଣ୍ଟ, ମଦ ବେପାରି ଓ ଅପରାଧୀ ମାନେ ସାମିଲ ଥିବା ଜଣାପଡିଛି। ସେହିପରି ଭାବେ ଗତକାଲି ଖଣତ ଗ୍ରାମରୁ ୬୦ ବୋତଲ ବିଦେଶୀ ମଦ ସହ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଥିବା ବେଳେ ନାଭାଲ ଫାଣ୍ଡି ପରିସରରେ ଆଇଆଇସି ‘ଆମ…
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦବୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି। ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଖଡଗେଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପେନ୍ଦର ହୁଡା, ଗୌରବ ବଲ୍ଲଭ ଏବଂ ନାସିର ହୁସେନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସର ତିନିଜଣ ମୁଖପାତ୍ର ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ଏହି ତିନି ମୁଖପାତ୍ର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିବେ। ଇସ୍ତଫା ଦେଇଥିବା ମୁଖପାତ୍ରଙ୍କ ମଧ୍ୟରେ ଗୌରବ ବଲ୍ଲଭ, ଦୀପେନ୍ଦର ହୁଡା ଏବଂ ନାସିର ହୁସେନ୍ ଅଛନ୍ତି। ଏଥିପାଇଁ ଦଳର ମୁଖପାତ୍ର ଗୌରବ ବଲ୍ଲବ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ ଏବଂ ଖଡଗେଙ୍କ ପ୍ରଚାର ପାଇଁ ଆହୁରି କାର୍ଯ୍ୟ କରିବୁ। ଏହା ପରେ ବର୍ତ୍ତମାନ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ…
ପାଟନା: ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେଇଛନ୍ତି। ତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଥିଲା। ସେ ବିହାରର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂ ସୁଧରକ ସିଂଙ୍କ ଇସ୍ତଫା ନିଶ୍ଚିତ କରିଛନ୍ତି। ସୁଧାକର ସିଂ ଜଗଦାନନ୍ଦଙ୍କ ପୁତ୍ର। ବିହାରରେ ମହାମେଣ୍ଟ ସରକାରର ଗଠନ ହେବାର ଦୁଇ ମାସ ବିତିନାହିଁ, କିନ୍ତୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ ସେ ତାଙ୍କ ବିବୃତ୍ତି ବିଷୟରେ ଚର୍ଚ୍ଚାରେ ଥିଲେ। ଆରଜେଡି ଛାଡିବା ପୂର୍ବରୁ ସୁଧାକର ସିଂ ମଧ୍ୟ ଥରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗୁଆହାଟୀରେ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହେବ। ଏଠାରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ। ହେଡ୍ ଟୁ ହେଡ୍ ରେକର୍ଡ: ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୧ ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୨ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହଛି। ପିଚ୍ ରିପୋର୍ଟ: ଆଜି ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍…
ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି। ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ…
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ପାଳିତ ହୋଇଛି। ପୂବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ପୂର୍ବତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର କର୍ମଚାରୀ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସମସ୍ତ ପୂର୍ବତଟ ରେଳପଥର ଅଧିକାରୀମାନେ ପ୍ରଭାତ ଫେରି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ସ୍ୱଚ୍ଛତାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୁକ୍କଡ ନାଟକ ର ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ର ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ଗରୀବ ମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରୀବ ଲୋକମାନଙ୍କର ଚିକିତ୍ସା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି ହେଲେ ଗ୍ରାମାଞ୍ଚଳର ଲୋକମାନେ ଏହି ସବୁ ସୁବିଧାସୁଯୋଗରୁ ବଂଚିତ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍ ଜାମୁଯୋରୀ ପଂଚାୟତର କୁଡାନାଳୀ ଗ୍ରାମର କାହ୍ନା ମଲ୍ଲହାର ବୟସ ମାତ୍ର ୩ବର୍ଷ। ମହ୍ଲାର ସାହିର ତପନ ମହ୍ଲାର ଓ ଉତ୍ତମ ମହ୍ଲାରଙ୍କ ପୁଅ। ଜନ୍ମରୁ ମୁହଁରେ ରହିଛି ଗ୍ରହଣ ଖଣ୍ଡିଆ। ପଇସା ପତ୍ର ଅଭାବରୁ ପୁଅକୁ ଚିକିତ୍ସା କରିପାରୁ ନାହାନ୍ତି ବାପା, ମାଆ। ଉଭୟ ମୂଲ ମଜୁରି କାମ କଲେ ଯାଇ ଦି ଓଳି ପେଟକୁ ମୁଠାଏ ପାଆନ୍ତି। ନ ହେଲେ ଭୋକ ଉପାସରେ ଦିନ କଟିଯାଏ। ଚାଳ ଛପର ଘର। ଘର ଖଣ୍ଡେ ମଧ୍ୟ ନାହିଁ। ହେଲେ ୩ ବର୍ଷର ଗ୍ରହଣ ଖଣ୍ଡିଆ ପୁଅକୁ ପାଇ ବାପା ମା ଦୁଃଶ୍ଚିନ୍ତାରେ। ହାତରେ ପଇସା ପତ୍ର ନ ଥିବାରୁ ଲକ୍ଷାଧିକ…
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ଫୁଟବଲ ମ୍ୟାଚ୍ ସମୟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଦୁଇଟି ଫୁଟବଲ ଦଳର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି, ଏହା ପରେ ଏହି ସଂଘର୍ଷ ଏତେ ହିଂସାତ୍ମକ ହୋଇପଡିଥିଲା ଯେ ଏପର୍ଯ୍ୟନ୍ତ ଏଥିରେ ୧୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରକୃତରେ, ପ୍ରଶଂସକମାନେ ପରସ୍ପର ସହ ସଂଘର୍ଷ କରିବା ପରେ ଇଣ୍ଡୋନେସିଆ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା, କିନ୍ତୁ ଏହି କାରଣରୁ ଜନତା ଅନିୟନ୍ତ୍ରିତ ହୋଇପଡିଥିଲେ। କ୍ରୋଧିତ ପ୍ରଶଂସକମାନେ ମଧ୍ୟ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଶହ ଶହ ଲୋକ ଗୁରୁତର ଆହତ ହୋଇଥିଲେ। ଇଣ୍ଡୋନେସିଆର ଏକ ବଡ ଷ୍ଟାଡିୟମରେ ଆରେମା ଏଫସି ଏବଂ ପର୍ସେବାୟା କ୍ଲବ ମଧ୍ୟରେ ଏହି ଫୁଟବଲ ମ୍ୟାଚ୍ ଖେଳାଯାଉଥିଲା। ପୁରା ଷ୍ଟାଡିୟମ ଉଭୟ ଦଳର ସମର୍ଥକଙ୍କ ଦ୍ଵାରା ଭରପୂର ଥିଲା, କିନ୍ତୁ ପରେ ଗୋଟିଏ ଦଳ ହାରିଗଲା ଏବଂ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ…
ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରି ବାପୁଙ୍କୁ ସ୍ମରଣ କରାଯାଉଛି। ବାପୁଙ୍କୁ ପ୍ରଣାମ କରିବା ପାଇଁ ରାଜଘାଟରେ ନେତାଙ୍କ ସମାବେଶ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ ଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ୧୫୩ ତମ ଜନ୍ମ ବାର୍ଷିକୀରେ ଅଭିବାଦନ ଜଣାଇଛନ୍ତି। ଏହି ଅବସରରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି। ଅକ୍ଟୋବର ୨ ତାରିଖ ଦିନ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ। ମହାତ୍ମା ଗାନ୍ଧୀ ଅକ୍ଟୋବର ୨ ତାରିଖ ୧୮୬୯ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।
ନୂଆଦିଲ୍ଲୀ: ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଥରେ ୱାର୍ଲ୍ଡ ସେଫ୍ଟି ସିରିଜ୍ ଟାଇଟଲ୍ ଜିତିଛି। ଗତକାଲି ରାତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ୩୩ ରନରେ ପରାସ୍ତ କରିଛି। ଏଠାରେ ନମନ ଓଝା ଇଣ୍ଡିଆ ଲିଜେଣ୍ଡ୍ସର ପାଇଁ ଏକ ଶତକ ହାସଲ କରିଥିଲେ। ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ମଧ୍ୟ ବିବେଚିତ ହୋଇଥିଲେ। ୱାର୍ଲ୍ଡ ସେଫ୍ଟି ସିରିଜ୍ ସିରିଜର ପ୍ରଥମ ସିଜିନର ଟାଇଟଲ୍ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସକୁ ମିଳିଥିଲା। ଏଥର ଦ୍ୱିତୀୟ ସିଜନରେ ମଧ୍ୟ ଏହି ଦଳ ନିଜର ଟାଇଟଲ୍ ସୁରକ୍ଷିତ ରଖିଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ଲିଜେଣ୍ଡ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା। ନମନ ଓଝା ୭୧ ବଲରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ଵରେ ବ୍ୟାଟିଂ ଜାରି ରଖିଥିଲେ। ସଚିନ ତେନ୍ଦୁଲକର (୦), ସୁରେଶ ରାଇନା (୪),…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୯ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୨ ବୌଦ୍ଧ ଜିଲରୁ- ୨ କଟକ ଜିଲ୍ଲାରୁ- ୧ ଦେବଗଡ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୬ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୩୦ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୮ ନବରଙ୍ଗପୁର ଜିଲ୍ଲାରୁ- ୫ ନୟାଗଡ ଜିଲ୍ଲାରୁ- ୩ ନୂଆପଡା ଜିଲ୍ଲାରୁ- ୬ ପୁରୀ ଜିଲ୍ଲାରୁ- ୫ ରାୟଗଡା…
ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଏକ ପରାମର୍ଶକେନ୍ଦ୍ରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ଜେନା ଅନ୍ତର୍ନିବେଶୀ ଶିକ୍ଷା ବା Inclusive Education ର ସୁଦୃଢୀକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ସୂଚାରୁରୂପେ କିଭଳି ସମାଧାନ କରାଯିବ ତାହା ଉପରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଗୃହ, ବିଦ୍ୟାଳୟ ଓ ସମାଜରେ ସ୍ୱତନ୍ତ୍ର ଧ୍ୟାନଦେଇ ସେମାନଙ୍କର ଶିକ୍ଷଣ-ଅଭିବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି କିଭଳି ସହାନୁଭୂତି, ଉତ୍ସାହ ଓ ପ୍ରତିବଦ୍ଧତା ଜାରି ରହିବ ସେ ବିଷୟରେ ମଧ୍ୟ ଉପସ୍ଥିତ…
ଭୁବନେଶ୍ୱର: ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଇଣ୍ଟିଗ୍ରେଟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁକୁଡ଼ା ଚାଷୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇ କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା। ଆୟୋଜିତ ବୈଠକରେ କୁକୁଡ଼ା ଚିଆଁର ଦରବୃଦ୍ଧି ଠିକ୍ ସମୟରେ ବିକି୍ରଯୋଗ୍ୟ କୁକୁଡ଼ା ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉଠାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉନ୍ନତ ମାନର ଓ ସଠିକ୍ ଓଜନର କୁକୁଡ଼ା ଚିଆଁ ଓ କୁକୁଡ଼ା ଖାଦ୍ୟ ଯୋଗାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା କୁକୁଡ଼ାର ବୀମାକରଣ, କୁକୁଡ଼ା ବିକି୍ରରେ ଚାଷୀଙ୍କୁ ପ୍ରୋତ୍ସାହନ, ଇଣ୍ଟିଗ୍ରେଟର ଓ ଚାଷୀମାନଙ୍କ ମଧ୍ୟରେ…
ଭୁବନେଶ୍ବର: ପ୍ରଥମ ମାଠିଆ ପାଣିର ମୂଲ୍ୟ ଲକ୍ଷାଧିକ ଟଙ୍କା। ଆଉ ଦ୍ବିତୀୟ ଗରା ପାଣିର ମୂଲ୍ୟ ୪୭ ହଜାର ଟଙ୍କା। ଯେକେହି ଏ କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ପାଣିର ମୂଲ୍ୟ ଏତେ ଟଙ୍କା କାହିଁ ପ୍ରଶ୍ନ କରିବ। ତେବେ ଘଟଣାଟି ହେଉଛି, ଗତକାଲି ରାତିରେ ପୁରୁଣା ଭୁବନେଶ୍ବରର ମରିଚି କୁଣ୍ଡ ପାଣି ନିଲାମ କରାଯାଇଥିଲା। ବିଶ୍ବାସ ରହିଛି ଯେ, ଏହି କୁଣ୍ଡର ପାଣି ପ୍ରଭୃ ଲିଙ୍ଗରାଜ ରଥ ଯାତ୍ରା ପୂର୍ବ ରାତିରେ ଯେଉଁ ନିଃସନ୍ତାନ ମହିଳା ପାନ କରି ସ୍ନାନ କରିବେ ସେ ସନ୍ତାନପ୍ରାପ୍ତି ହେବେ। ସେଥିପାଇଁ ପ୍ରତିବର୍ଷ ଏହି ମରିଚି କୁଣ୍ଡର ପାଣି ନିଲାମ ହୋଇଥାଏ। ଚଳିତ ବର୍ଷ ଏହି କୁଣ୍ଡର ପ୍ରଥମ ମାଠିଆ ପାଣି ୧.୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ସେହିପରି ଦ୍ବିତୀୟ ମାଠିଆ ପାଣି ୪୭ ହଜାର ଟଙ୍କାରେ ବିକ୍ରି ହୋଇଛି। ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡର ପାଣି ନିଲାମ ବହୁ…
ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷଙ୍କୁ ଧନୀ ହେବା ଇଚ୍ଛା ଥାଏ। ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କର ବ୍ୟବସାୟ ଏବଂ କାରବାର ବୃଦ୍ଧି ହେଉ। ଯାହାଫଳରେ ସେମାନଙ୍କ ଘରେ କେବେବି ଅର୍ଥର ଅଭାବ ରହିବ ନାହିଁ। ଏହି କାରଣରୁ ଘରେ କୌଣସି ଦୁଃଖ ରହିବ ନାହିଁ। ଏବଂ ସମୃଦ୍ଧି ଆସେ। ବହୁତ ଚେଷ୍ଟା କରିବା ପରେ ଯଦି ଆପଣଙ୍କ ଘରେ ଶାନ୍ତି ନଥାଏ। ତେଣୁ ଆପଣ କିଛି ବିଶେଷ ଜିନିଷକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ୍। ଜ୍ୟୋତିଷ ଶାସ୍ତ୍ରରେ ଏକ ବିଶ୍ୱାସ ଅଛି ଯେ, ନିଜ ବ୍ୟବସାୟରେ ଅଗ୍ରଗତି କରିବା ପାଇଁ କିଛି ବିଶେଷ କାର୍ଯ୍ୟ କରିବାକୁ ପଡିବ। ଯେଉଁଥିପାଇଁ ଅଗ୍ରଗତିର ସୁଯୋଗ ବଢିଥାଏ। ଏବଂ ବ୍ୟବସାୟରେ ସଫଳତା ପ୍ରାପ୍ତ ହୋଇଥାଏ। ବ୍ୟବସାୟ ବଢିବାର ପ୍ରଭାବଶାଳୀ ଉପାୟ: – ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ, ପ୍ରତିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସମ୍ମୁଖରେ ଆରତୀ କରନ୍ତୁ।…

