ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜନସନ ଆଣ୍ଡ ଜନସନ ବେବି ପାଉଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ଏଫଡିଏ ଅନୁଯାୟୀ ଶିଶୁମାନଙ୍କ ପାଇଁ ଜନସନ ଆଣ୍ଡ ଜନସନ ପାଉଡରର ପିଏଚ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବୋଲି ଜଣାପଡିଛି। କମ୍ପାନୀକୁ ମହାରାଷ୍ଟ୍ର ଏଫଡିଏ କାରଣ ଦର୍ଶାଅ ନୋଟିସ ଜାରି କରି ଲାଇସେନ୍ସ କାହିଁକି ବାତିଲ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛି। ପୁଣେ ଏବଂ ନାଶିକରୁ ଏଫଡିଏ ଜନସନ ଆଣ୍ଡ ଜନସନ ବେବି ପାଉଡରର ୨ ଟି ନମୁନା ସଂଗ୍ରହ କରିଥିଲା। ନମୁନାର ପରୀକ୍ଷା ଫଳାଫଳରେ, ପାଉଡରର ପିଏଚ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବୋଲି ଜଣାପଡିଛି। ଏହା ପରେ କମ୍ପାନୀକୁ ଏକ କାରଣ ନୋଟିସ ଜାରି କରାଯାଇଥିଲା। ବଜାରରୁ ତ୍ରୁଟିପୂର୍ଣ୍ଣ ବ୍ୟାଚ୍ ଉତ୍ପାଦ ପ୍ରତ୍ୟାହାର କରିବାକୁ FDA ଜନସନ ଆଣ୍ଡ ଜନସନକୁ ମଧ୍ୟ କହିଛି।
Author: Samikhsya Bureau
ଅହମ୍ମଦାବାଦ: ୨୦୧୬ ରେ ଦଙ୍ଗା ଏବଂ ବେଆଇନ ଜନସମାବେଶ ମାମଲାରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଜିଗ୍ନେଶ ମେଭାଣୀ ଏବଂ ଅନ୍ୟ ୧୮ ଜଣଙ୍କୁ ୬ ମାସ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲା ମେଭାଣୀ ଏବଂ ତାଙ୍କ ସହଯୋଗୀମାନେ ରାସ୍ତା ଅବରୋଧ କରିବା ସହିତ ଜଡିତ ଥିଲେ। ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ପି ଏନ ଗୋସ୍ୱାମୀ ମେଭାଣୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜରିମାନା ଲଗାଇଛନ୍ତି। କିନ୍ତୁ ସେ ସଜାକୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ,ଯାହା ଦ୍ଵାରା ସେମାନେ ଆବେଦନ କରିପାରିବେ। ୨୦୧୬ ରେ ଏଠାରେ ଥିବା ବିଶ୍ୱବିଦ୍ୟାଳୟ ପୋଲିସ ଥାନାରେ ମେଭାଣୀ ଏବଂ ଅନ୍ୟ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗୁଜୁରାଟ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ଏକ ନିର୍ମାଣାଧୀନ କୋଠାକୁ ଡ ବି ଆର ଆମ୍ବେଦକରଙ୍କ ନାମରେ ନାମିତ କରିବା ଦାବିରେ ଚାପ ପକାଇବା ପାଇଁ…
ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ର ଟ୍ରେଣ୍ଡ୍ସ ପକ୍ଷରୁ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ୨୦୨୨ର ବିଜେତା ଘୋଷଣା କରାଯିବା ସହ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ଆକର୍ଷଣୀୟ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡ୍ସ ସ୍ୱାଗତମ ଶ୍ରୀଗଣେଶ ପ୍ରତିଯୋଗିତାର ସମସ୍ତ ନଅ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା ଯେଉଁଥିରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରେଣ୍ଡ୍ସ ସ୍ୱାଗତମ ଶ୍ରୀଗଣେଶ ସେଲ୍ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର। ଟ୍ରେଣ୍ଡ୍ସ ସ୍ୱାଗତମ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାର ୫-୧୦ ବର୍ଷ ବୟସ ବର୍ଗର କଟକର ରୁପ୍ସା ନାୟକ ପ୍ରଥମ ପୁରସ୍କାର ଜିତିଥିବା ବେଳେ ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ…
ପୁରୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ସେ 72 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମ ଦିନରେ ବିଭିନ୍ନ ବର୍ଗରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଏପରିକି ବିଦେଶରୁ ମଧ୍ୟ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏପରି କ୍ଷେତ୍ରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହେଲେ ଏଥର ସେ ଏକ ଭିନ୍ନ ପ୍ରକାରର ବାଲୁକା କଳା କରିଛନ୍ତି। ଏଥିରେ ସୁଦର୍ଶନ ବାଲି ସହିତ ମାଟିର ଚା କପ ମଧ୍ୟ ସାମିଲ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ଏହି ବାଲୁକା କଳାରେ ସୁଦର୍ଶନ 1312ଟି ମାଟିର ଚା କପ ବ୍ୟବହାର କରିଛନ୍ତି। ଏହି ମାଟ କପ୍ ର ପାହଡ ଭିତରେ ସେ ବାଲିର ମୋଦିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ତାହାର ପାଖରେ ସେ ଏକ ବାଲିର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କୁହୁଡି ଓ ବାଲୁଗାଁ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳ ଧାରଣା କଡରେ ଏକ ଅଚିହ୍ନା ଶବ ପଡ଼ିରହିବାର ଦେଖିବାକୁ ମିଳିଛି। ଶବଟି ଜଣେ ଯୁବକଙ୍କ ହୋଇଥିବାବେଳେ ସେ ଏକ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ତେବେ ତାଙ୍କର ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଉକ୍ତ ଖବର ପାଇବା ପରେ ବାଲୁଗାଁ ଆରପିଏଫ ଖୋର୍ଦ୍ଧା ରୋଡ ଜିଆରପି କୁ ଏ ସମ୍ବନ୍ଧୀୟ ସୂଚନା ଦେଇଛି। ଜିଆରପି ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ସେ ବିଦେଶ ଗସ୍ତ କରି ନାହାଁନ୍ତି। ଆଜି ରାଷ୍ଟ୍ରପତି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବ୍ରିଟେନ ଗସ୍ତ କରିବେ। ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତରେ ଯିବେ । ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।
ଭୁବନେଶ୍ୱର: ଉତ୍ତମ ପ୍ରଶାସନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୁପକ୍ଷକଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆଜି ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ କରିବା ସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବ। ଏହାର ବ୍ୟବହାର ଦ୍ୱାରା ବହୁ ସଂଙ୍ଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଯାଇ ପାରିବ। ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ଆଜିର ଦିନରେ ପ୍ରଭୃ ବିଶ୍ବକର୍ମାଙ୍କୁ ପୂଜା କରାଯାଉଛି। ବିଶେଷ ଭାବେ ବିଶ୍ବକର୍ମା ନିର୍ମାଣ ଦେବତା ହୋଇଥିବାରୁ ଶିଳ୍ପ ଅନୁଷ୍ଠାନରେ ଏହି ପୂଜା ବେଶ ଧୂମଧାମରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ଵକର୍ମାଙ୍କ କୃପାରୁ ନୂଆ ସର୍ଜନା ପ୍ରତିଟି ଜୀବନକୁ ଆଲୋକିତ କରୁ। ଦେବଶିଳ୍ପୀଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।’
ଭୁବନେଶ୍ବର: ଆଜି ଭୁବନେଶ୍ବରର ତାରକା ହେଟେଲ ସୂର୍ଯ୍ୟାଂଶ ପରିସରରେ ଲୋକାର୍ପିତ ହେଇଯାଇଛି ଝିଲିକ୍ ମୋସନ୍ ପିକଚର୍ସ ନିବେଦିତ ନୂଆ ଚଳଚ୍ଚିତ୍ର ‘ରୁଦ୍ରାଣୀ’। ଦଶହରାରେ ପ୍ରେକ୍ଷାଳୟକୁ ଆସିବା ନେଇ ପ୍ରସ୍ତୁତି ଚାଲିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ନିଜେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ନଜରକୁ ଆସିବେ। ଏହା ଏକ ନାରୀ ଶସକ୍ତିକରଣ ବିଷୟକ କାହାଣୀ ଆଧାରିତ ଚଳଚ୍ଚିତ୍ର। ମିଛର ଡେଣା ଭିତରେ କେମିତି ସତ୍ୟ ଲୁଚିଯାଏ ଏବଂ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ହୁଏ ତାହା ଏଥିରେ ଚିତ୍ରିତ ହୋଇଛି। ମୌଳିକ ଓଡ଼ିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ଏଇ ସିନେମାରେ। ରୁଦ୍ରାଣୀ ଭୂମିକାରେ ଝିଲିକ୍ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା। ନିର୍ଦ୍ଦେଶକ ମୂରଲୀଙ୍କ ନିର୍ଦ୍ଦେଶନାରେ ଝିଲିକ୍ ପୂର୍ବରୁ ‘ଜଗା ହାତରେ ପଘା’ ସିନେମାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ବେଶ ସଫଳତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମଧ୍ୟ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା। ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୫:୩୦ ମିନିଟ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିବେ। ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ରହିଛି। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ। ୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି। ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା…
ଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଭାରତର ପୂର୍ବ ପ୍ରଧାନ ବିଚାରପତି କେ. ଜି. ବାଳକ୍ରିଷ୍ଣନ୍, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ୍ ଏବଂ ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ହିତେଶ ଜେନା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁରାଗ ଠାକୁର ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଏହି ପୁସ୍ତକ କେବଳ ମହାନ ସଂସ୍କାରକ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଉଚ୍ଚ ଚିନ୍ତାଧାରା ଏବଂ ଦର୍ଶନର ସଂଗ୍ରହ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ଆଠ ବର୍ଷ ମଧ୍ୟରେ ଏହି ଧାରଣା କିପରି କାର୍ଯ୍ୟକାରୀ ହୋଇଛି ତାହାର ଏକ ସଂକଳନ। ଏହା ଡଃ ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ହୃଦୟଙ୍ଗମ…
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ, ସାଂସଦ ଶ୍ରୀ ଦିଗ୍ବିଜୟ ସିଂ, ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ଡ. ରାଗିଣୀ ନାୟକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା କାଲି ସେପ୍ଟେମ୍ବର ୧୭ ତାରିଖ ଶନିବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ପଂହଚିବେ। ଉପରୋକ୍ତ ନେତୃବୃନ୍ଦ ସେପ୍ଟେମ୍ବର ୧୮ ତାରିଖ ରବିବାର ପୂର୍ବାହ୍ନ ୯ ଘଂଟା ସମୟରେ ଭୁବନେଶ୍ୱର ରେଡକ୍ରସ ଭବନରେ ନାଗରିକ ସମାଜ ସହ ବିଚାର ବିମର୍ଷ କରିବେ। ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ବୈଠକରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଦିନ…
ନୂଆଦିଲ୍ଲୀ: ଆରା ୟୋଧାସ୍, ବନାରସି ୱାରିୟର୍ସ, ବାରବାଟି ବାକନ୍ସ, ଗ୍ରୀନ ଗାର୍ଡିଆନ୍ସ ଅଫ୍ ଗାନ୍ଧୀନଗର, ନଭି ମୁମ୍ବାଇ ଇସିଓ ନାଇଟ୍ସ, ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ଇନକ୍ରେଡିବଲ୍ ସ୍ବଚ୍ଛ ଇନ୍ଦୋରିଜ୍ କୌଣସି ଖେଳର ଟିମର ନାମ ନୁହେଁ। ଏହା ସେହି ସବୁ ଟିମଙ୍କର ନାମ ଅଟେ ଯାହାକୁ ଲକ୍ଷ ଲକ୍ଷ ଉତ୍ସାହୀ ଯୁବକଯୁବତୀ ଭାରତୀୟ ସ୍ବଚ୍ଛତା ଲିଗରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ସ୍ବଚ୍ଛତା ଲିଗର ଏହି ଟିମ୍ ନିଜର ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ରୀୟ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟଙ୍କ ତତ୍ତ୍ବାବଧାନରେ 17 ଡିସେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗର ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ହରଦିପ୍ ସିଂ ପୁରୀ 17 ସେପ୍ଟେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗ୍ ପ୍ରାରମ୍ଭ କରାଯିବା ବିଷୟରେ ଘୋଷଣା କରିଛନ୍ତି। 1800 ରୁ ଅଧିକ ସହର ଭାରତୀୟ ସ୍ବଚ୍ଛତା ଲିଗ୍ ପାଇଁ ପଞ୍ଜୀକରଣ…
Viswakarma Puja: ବିଶ୍ୱକର୍ମା ପୂଜାକୁ ବିଶ୍ୱକର୍ମା ଦିବସ ବା ଜୟନ୍ତୀ ମଧ୍ୟ କୁହାଯାଏ। ବିଶ୍ୱକର୍ମା ପୂଜା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଡିଥାଏ। ଏହି ଦିନ ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୃ ବିଶ୍ବକର୍ମାଙ୍କ ପୂଜା କରାଯାଏ। ଇତିହାସ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଅର୍ଥାତ୍ ଦେବତାମାନଙ୍କର ସ୍ଥପତି ଭାବରେ ପୂଜା କରାଯାଏ। ତାଙ୍କୁ ମଧ୍ୟ ତ୍ରିଲୋକ ବା ତ୍ରିପକ୍ଷ ଯୁଗର ନିର୍ମାଣକର୍ତ୍ତା ଭାବରେ ବିବେଚନା କରାଯାଏ। ଏହା ସହିତ ବିଶ୍ୱକର୍ମା ମଧ୍ୟ ଉଡ଼ୁଥିବା ରଥ, ପ୍ରାସାଦ ଏବଂ ଦେବତାମାନଙ୍କର ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥିଲେ। ଏପରିକି ବିଶ୍ୱାସ କରାଯାଏ ଯେ ଇନ୍ଦ୍ରଙ୍କ ମହାନ ଅସ୍ତ୍ର ଯାହା ଋଷି ଦଧିଚିଙ୍କ ହାଡରୁ ନିର୍ମିତ ହୋଇଥିଲା, ତାହା ମଧ୍ୟ ବିଶ୍ୱକର୍ମା ଦ୍ବାରା ତିଆରି କରାଯାଇଥିଲା। କେବଳ ସ୍ୱର୍ଗ ନୁହେଁ ବରଂ ସେ ଏହି ସମଗ୍ର ସୃଷ୍ଟିର ସ୍ଥାପତ୍ୟ ଭାବରେ ବିବେଚନା କରାଯାଏ। ସେ ସତ୍ୟ ଯୁଗରେ ସୁବର୍ଣ୍ଣ ଲଙ୍କାର ସୃଷ୍ଟିକର୍ତ୍ତା ଭାବରେ ବିବେଚିତ ହୋଇଥିଲେ। ଯେଉଁଠାରେ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଗଞ୍ଜେଇ ବୋଝଇ କାର ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବାର ପୋଲିସ ଖବର ପାଇଥଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ବାଘମାରି ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଏଏସଆଇ ରଞ୍ଜିତ ନାୟକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା ବେଳେ ପରିଶେଷରେ ବାଘମାରି ବାମଡିହ ଛକ ନିକଟରୁ ଉକ୍ତ କାରଟିକୁ ଠାବ କରିଥିଲା ପୋଲିସ। ତଲାସି ବେଳେ କାରରୁ ଦୁଇ ଗୋଟି ଜରି ବ୍ୟାଗରୁ ୩୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବାଲିଗୁଡା ଥାନା ଅଞ୍ଚଳର ଅଭିଯୁକ୍ତ…
ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି। ସକାଳ୧୦ ଟା ୧୮ ମିନିଟ୍ ସମୟରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ଟି ହକ୍ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଣ କରିଥିଲେ, ଯାହାକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଲକ୍ଷାଧିକ ଜନସାଧାରଣ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ। ଭାରତୀୟ ବାୟୁସେନାର ପରିଚାଳନାରେ ଓଡିଶା ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ଶୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ। ବିଭିନ୍ନ…
ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ବା ଲମ୍ପି ସ୍କିନ୍ ରୋଗରେ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶାଳୟ ସମେତ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ…
ଖୋରଧା: ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରାରମ୍ଭରେ ଚଳିତ ବର୍ଷର ବିଷୟବସ୍ତୁ “ମହିଳା ଓ ସ୍ବାସ୍ଥ୍ୟ, ଶିଶୁ ଓ ଶିକ୍ଷା” ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ନବଜାତ ଶିଶୁ ମାନଙ୍କୁ କ୍ଷୀରଦାନ,ଉତ୍ତମ ଯତ୍ନ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଓଜନ ମାପ ସହ ପୁଷ୍ଟି ଉପରେ ନଜର ରଖିବା ନିମନ୍ତେ ସଚେତନ ସୃଷ୍ଟି ଉପରେ ବୈଠକରେ ଆଲୋଚନା ହୋଇଛି। ଏଥିନିମନ୍ତେ ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ନିୟମିତ ଭାବେ ଘର ଘର ବୁଲି ମହିଳା ଓ ଶିଶୁ ମାନଙ୍କ ଯତ୍ନ ଏବଂ ପୋଷଣ ଉପରେ ଧ୍ୟାନ ଦେବା ସହ ଶୁଦ୍ଧ ପାନୀୟ ଜଳ, ବାହ୍ୟ ମଳମୂତ୍ର ତ୍ୟାଗ, ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମାନସିକତା ପରିବର୍ତ୍ତନ ସହ ଭଲ କାର୍ଯ୍ୟ କରୁଥିବା…
ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ବୈଠକ ପ୍ରାରମ୍ଭରେ ବିଧାୟକ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ବୈଠକ ସଂକ୍ରାନ୍ତୀୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଶ୍ରୀ ମିତ୍ର ଖୁସିବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଜାରି ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି। ଉକ୍ତ ବୈଠକରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ…

