ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଜି ଧନୁ ସଂକ୍ରାନ୍ତିରେ ଆସିଛି ବଡ ଖବର। ତାହା ହେଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା ସ୍ଥଗିତ ରଖାଗଲା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଟଙ୍କା ଆସନ୍ତା 25 ତାରିଖ ବଡଦିନରେ ମହିଳାମାନଙ୍କୁ ଦିଆଯାଇଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପକ୍ରିୟା ଶେଷ ହୋଇ ନ ଥିବାରୁ ଏହି ପର୍ଯ୍ୟାୟ ଟଙ୍କା ପଠାଇବାକୁ ସ୍ଥଗିତ ରଖାଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସରକାର ମୋଟ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ। କାଳେ କେହି ଭାବିବ ଯେ, ମୁଁ ଏକ କୋଟି ଭିତରେ ରହିଲି ନାହିଁ ସେଥିପାଇଁ ଏହାକୁ ସ୍ଥଗିତ ରଖାଯାଇ ଯାଞ୍ଚ ଶେଷ ହେବା କାର୍ଯ୍ୟ ଚାଲିଛି। ଏହି ପକ୍ରିୟା ଆସନ୍ତା 30 ତାରିଖ ସୁଦ୍ଧା ଶେଷ ହେବ। ଏହାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ଦିଆଯିବ ତାହାର ତାରିଖ ଘୋଷଣା…
Author: Samikhsya Bureau
ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।
Zakir Hussain Dies: ବିଶିଷ୍ଠ ତବଲା ବାଦକ ଜାକିର ହୁସେନ୍ଙ୍କ ସାନ ଫ୍ରାନ୍ସିସ୍କୋରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଆଜି ତାଙ୍କ ପରିବାରର ଏହାକୁ ନିଶ୍ଚିତ କରିଛନ୍ତି। କିମ୍ବଦନ୍ତୀ ତବଲା ବାଦକ ଜାକିର ହୁସେନ ବିଶ୍ୱରେ ଅସଂଖ୍ୟ ସଙ୍ଗୀତପ୍ରେମୀଙ୍କୁ ସେ ବାନ୍ଧି ରଖିବାର ସକ୍ଷମ ହୋଇଥିଲେ। ତାଙ୍କ ପତ୍ନୀ ଆଣ୍ଟୋନିୟା ମିନେକୋଲା, ଝିଅ ଅନିସା କୁରେଶି ଏବଂ ତାଙ୍କ ପରିବାର ଇସାବେେଲା କୁରେଶି ଏବଂ ତାଙ୍କ ପରିବାର, ତାଙ୍କ ଭାଇ ତୱଫିକ୍ ଏବଂ ଫଜଲ କୁରେଶି ଏବଂ ତାଙ୍କ ଭଉଣୀ ଖୁରସିଦ ଆଲିଆଙ୍କୁ ହୁସେନ୍ ଛାଡିଯାଇଛନ୍ତି। ଏହାପୂର୍ବରୁ ରବିବାର ଦିନ ହୁସେନ୍ଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୈରାସିଆ କହିଥିଲେ ଯେ ତାଙ୍କର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ସାନ ଫ୍ରାନ୍ସିସ୍କୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି, ରବିବାର ଦିନ ଖବର ପ୍ରକାଶ ପାଇଥିଲା ଯେ ୭୩ ବର୍ଷୀୟ ସଙ୍ଗୀତକାରଙ୍କର ଦେହାନ୍ତ ହୋଇଛି। କିନ୍ତୁ ଏହି ଦାବିକୁ…
ଭୁବନେଶ୍ୱର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତା ସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆରଆଇଡିଏଫ ପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିନସ୍ଥ କାର୍ୟ୍ୟକାରୀ ସଂସ୍ଥା, ନିଗମ ଆଦି ଜରିଆରେ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ଡିସେମ୍ବର ମାସ ୧୨ ତାରିଖ ସୁଦ୍ଧା ଏ ବାବଦରେ ରାଜ୍ୟ ବଜେଟରେ ରହିଥିବା ପ୍ରାବଧାନ ମୁତାବକ ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗ ଦ୍ୱାରା ଆରଆଇଡିଏଫ ଉପଯୋଗରେ ସଂପୂର୍ଣ୍ଣ…
ଭୁବନେଶ୍ବର: ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି ରାଜ୍ୟ ବିଜେପି। ଏଥିରେ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କୁ ମଧ୍ୟ ବିକୃତ କରିଛନ୍ତି। ରାଜ୍ୟ ବିଜେପି ତାହାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଆଳୁ ମିଶନ ଫେଲ ଉପରେ ନବୀନଙ୍କୁ କଡା ସମାଲୋଚନା କରିଛି। ବିଜେପି ଏଥିରେ ଉଲ୍ଲେଖ କରିଛି ଯେ, ୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ। ଏଥିସହିତ ସେହି ଫଟୋଟି ମଧ୍ୟ ବିକୃତ କରି ଲଗାଇଛନ୍ତି। ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରି ତାଙ୍କୁ ଏହି ଘଟଣା…
L K Advani Hospitalised: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଲ.କେ ଆଡଭାନୀଙ୍କୁ ନିୟମିତ ଯାଞ୍ଚ ପାଇଁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ଦେଶର ପୂର୍ବତନ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ଆମ୍ଲେଶ ସେଥଙ୍କ ତତ୍ତ୍ବାବଧାନରେ ତାଙ୍କୁ ଏମସରେ ଚିକିତ୍ସା କରାଯାଇଥିଲା। ସେତେବେଳେ ଆଡଭାନୀଙ୍କୁ ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ୨୦୨୫ ଟଙ୍କା ମୂଲ୍ୟର ଏକ ନୂଆ ବର୍ଷ ୱେଲକମ ପ୍ଲାନ ଆରମ୍ଭ କରିଛି। ୨୦୦ ଦିନର ଭାଲିଡିଟି ରହିଥିବା ଏହି ସ୍ୱତନ୍ତ୍ର ପ୍ଲାନରେ ଅସୀମିତ ୫ଜି ସେବା, ୫୦୦ ଜିବି ୪ଜି ହାଇ-ସ୍ପିଡ଼ ଡାଟା (ଦୈନିକ ୨.୫ ଜିବି), ଅସୀମିତ କଲ୍ ଏବଂ ଏସଏମଏସ ଉପଲବ୍ଧ। ଏହି ପ୍ଲାନ ସହିତ ଗ୍ରାହକମାନେ ସମାନ ସୁବିଧା ମିଳୁଥିବା ମାସିକ ୩୪୯ ଟଙ୍କା ମୂଲ୍ୟର ରିଚାର୍ଜ ତୁଳନାରେ ୪୬୮ ଟଙ୍କା ସଞ୍ଚୟ କରିପାରିବେ। ଏହି ପ୍ଲାନ ସହିତ ୨୧୫୦ ଟଙ୍କା ମୂଲ୍ୟର ପାର୍ଟନର କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଏଥିରେ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି କୁପନ୍ (ସର୍ବନିମ୍ନ ୨୫୦୦ ଟଙ୍କା କ୍ରୟ ଉପରେ), ସ୍ୱିଗି ରେ ୧୫୦ ଟଙ୍କା (୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ) ଏବଂ ଇଜ଼ ମାଇଁ ଟ୍ରିପ୍ ମାଧ୍ୟମରେ ଫ୍ଲାଇଟ୍ ବୁକିଂରେ ୧୫୦୦ ଟଙ୍କା ରିହାତି…
Actor Allu Arjun: ଜେଲରୁ ମୁକୁଳିଲେ ପ୍ରଖ୍ୟାତ ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ସକାଳେ ତାଙ୍କୁ ମୁକ୍ତ କରାଯାଇଛି। ଗତକାଲି ରାତିରେ ତାଙ୍କୁ ଜାମିନୀ ମିଳିଥିଲେ ମଧ୍ୟ ଜେଲରୁ ବାହାରି ପାରି ନ ଥିଲେ। ହେଲେ ଆଜି ସକାଳୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ଛାଡିଛନ୍ତି। ଅଲ୍ଲୀ ହାଇଦ୍ରାବାଦସ୍ଥିତ ସଂଧ୍ୟା ସିନେମା ହଲରେ ହୋଇଥିବା ଦଳଚକଟାରେ ଘଟଣାରେ ସେ ଗିରଫ ହୋଇଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଜେଲରୁ ବାହାରିବା ପରେ ସେ ତାଙ୍କ ସମର୍ଥକଙ୍କୁ ‘ମୁଁ ଭଲ ଅଛି’ ବୋଲି କହିଛନ୍ତି। ତଦନ୍ତ ପକ୍ରିୟାରେ ସମସ୍ତ ସହଯୋଗ କରିବି ବୋଲି ସେ କହିଛନ୍ତି। ତାଙ୍କୁ ସାକ୍ଷାତ କରିବା ପାଇଁ ସକାଳୁ ତାଙ୍କ ବାସ ଭବନରେ ପ୍ରଶଂସକଙ୍କ ଭିଡ ଲାଗି ରହିଛି।
ଭୁବନେଶ୍ବର: ଏକ ମର୍ସିଡିଜ କାରରୁ ଦଶ ଲକ୍ଷ ଲାଞ୍ଚ ଟଙ୍କା ମିଳିବା ଘଟଣାର ନୂଆ ମୋଡ ନେଇଛି। ଏ ନେଇ ସିବିଆଇ ତନାଘନା କରିବା ପରେ ଜଣେ ଆଇଏଏସଙ୍କୁ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଛି। ସେ ହେଉଛନ୍ତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ତାଙ୍କୁ ଗତ 10 ତାରିଖରେ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଥିଲା। ହେଲେ ସେ ହାଜର ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ। ତେବେ ଆଜି ସେ ହାଜର ହେବେ ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ଭାରତ ସରକାରଙ୍କ ବ୍ରିଜ୍ ଆଣ୍ଡ ରୁଫ କରପୋରେସନ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିଥାଏ। ବିଷ୍ଣୁପଦ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ସ୍କୁଲ ମରାମତି ପାଇଁ ଏହି ସଂସ୍ଥାକୁ କାମ ନେବା ପାଇଁ ଚିଠି କରିଥିଲେ। ଏପରିକି ସଂସ୍ଥା କେତେ ଖର୍ଚ୍ଚ ହେବ ବୋଲି ଏକ ରିପୋର୍ଟ ଦେବା…
ଭୁବନେଶ୍ବର: ବିଭିନ୍ନ ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡା କଥା କହି ଚର୍ଚ୍ଚାରେ ରହିଥାନ୍ତି। ସେମିତି ସେ ବିଜେଡିକୁ ନେଇ ଏକ ବଡ ଟିପ୍ପଣୀ ଦେଇଛନ୍ତି। ତାହା ହେଲା, ଗୋଟିଏ ହୁଇସିଲ ପୁଙ୍କିଲେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ହେଲେ ଆମେ ଚାହୁଁ ନାହୁଁ ଯେ, ବିଜେଡି ଭାଙ୍ଗି ଯାଉ। କାରଣ ଗୋଟିଏ ଦଳ ଭାବେ ସେ ରହିବା ଦରକାର। ଅପମାନିତ ହେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ସାଂସଦମାନେ ବିଜେପି ମୁହାଁ ହେଉଛନ୍ତି ଏବଂ ବିଜେଡି ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି ବୋଲି ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିର ବହୁ ସାଂସଦ ବିଧାୟକ ଓ ନେତା ବିଜେପି ଆସିବାକୁ ଆଗ୍ରହୀ ଅଛନ୍ତି। ସେମାନେ ରିତମତ ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ତେବେ ବିଜେଡି ସଂପୂର୍ଣ୍ଣ ମୂଳପୋଛ ହେଉ ବୋଲି ଆମେ ଚାହୁଁ ନାହୁଁ।…
ନୂଆଦିଲ୍ଲୀ: ଶେଷରେ ଗିରଫ ହୋଇଛନ୍ତି ପୁଷ୍ପା-2 ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ସେ ହାଇଦ୍ରାବାଦର ଏକ ସିନେମା ହଲକୁ ବିନା ସୂଚନାରେ ପ୍ରବେଶ କରିଥିଲେ। ଫଳରେ ତାଙ୍କୁ ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ପୋଲିସ ଏକ ମାମଲା ଋଜୁ କରି ତାହାର ତଦନ୍ତ କରିଥିଲା। ଏଥିସହିତ ସଂଧ୍ୟା ସିନେମା ହଲ ମାଲିକ ଏବଂ କର୍ମଚାରୀଙ୍କ ନାମରେ ମଧ୍ୟ ମାମଲା ଋଜୁ ହୋଇଛି। ପୋଲିସର ସୂଚନା ଅନୁସାରେ ଅଲ୍ଲୀ ଅର୍ଜ୍ଜୁନଙ୍କ ବିରୋଧରେ ବିଏନଏସ 105 ଧାରା ଲାଗୁ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ଉପସ୍ଥାପିତ କରାଯିବ। ଯଦି ଜାମିନୀ ନ ମିଳେ ତେବେ ସେ ଜେଲ ଯିବା ନିଶ୍ଚିତ ବୋଲି ଜଣାପଡିଛି।
ଭୁବନେଶ୍ବର: ଓଡିଶାର ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କାରେ କିଣୁଛନ୍ତି। ଯାହା ଅନ୍ୟ ରାଜ୍ୟ ତୁଳନାରେ ବେଶ ଅଧିକ। ଏହାକୁ ନଜରରେ ରଖି ପଡୋଶୀ ରାଜ୍ୟର ଦଲାଲମାନେ ବର୍ତ୍ତମାନ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ଅନ୍ୟ ରାଜ୍ୟରୁ କମ ମୂଲ୍ୟରେ ଧାନ କିଣି ଓଡିଶାରେ ଚଢା ଦରରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଗତକାଲି ଏକ ଟ୍ରକ ଧାନ ଗାଡି ଧରା ପଡିବା ପରେ ଏହି ଘଟଣା ପଦାକୁ ଆସିଛି। ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ସାତୁପଲ୍ଲୀ ଗ୍ରାମର ଆଇପି ରାଇସ ମିଲରୁ ଏହି ଧାନ ଟ୍ରକ ଜବତ ହୋଇଛି। ଏହି ମିଲ ନିକଟରେ ପଶ୍ଚିମ ବଂଗ ନମ୍ବର ଥିବା ଏକ ଦଶ ଚକିଆ ଟ୍ରକ ଛିଡା ହୋଇଥିଲା। ସ୍ଥାନୀୟ ଲୋକେ ଏହି ଖବର ଯୋଗାଣ ବିଭାଗକୁ ଦେବା ପରେ ଅଧିକାରୀମାନେ ଗାଡି ତଦାରଖ କରିଥିଲେ।…
ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। କାରଣ ବିଜେପିର ଯେଉଁ ତୃଣମୂଳ ସଂଗଠନ ନିର୍ବାଚନ ଚାଲିଛି ତାହା ଶେଷ ହେବ। ସେମାନେ ନିର୍ବାଚିତ ହେବା ପରେ ରାଜ୍ୟର ନୂଆ ସଭାପତିଙ୍କୁ ବାଛିବେ। ସେହି ହିସାବରେ ଆସନ୍ତା ଜାନୁୟାରୀରେ ରାଜ୍ୟ ବିଜେପିକୁ ଆସିବେ ନୂଆ ମଙ୍ଗୁଆଳ। ଯେହେତୁ ବିଜେପି ବର୍ତ୍ତମାନ ରାଜ୍ୟ ସରକାରରେ ରହିଛି ତେଣୁ ଏହି ସଭାପତି ପଦବୀ ଉପରେ ବହୁ ବରିଷ୍ଠ ନେତାଙ୍କ ନଜର। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ବର୍ତ୍ତମାନର ସଭାପତି ମନମୋହନ ସାମଲ ପୁଣି ଥରେ ସଭାପତି ହେବେ ନା ତାଙ୍କୁ ହଟାଇ ଦିଆଯିବ। ଦେଖିବାକୁ ଗଲେ ମନମୋହନ ଚଳିତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଜେପି ବିଜେଡି ମେଣ୍ଟ ନ ହେବା ପାଇଁ ଯେଉଁ କେତେଜଣଙ୍କର ଭୂମିକା ରହିଛି ସେମାନଙ୍କ ମଧ୍ୟରେ ମନମୋହନ ମୁଖ୍ୟ। ହେଲେ ଦୁଃଖର କଥା ଯେ, ସେ ନିର୍ବାଚନରେ ହାରିଗଲେ। ମନମୋହନ ଯଦି ଜିତିଥାଆନ୍ତେ…
ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୬ ତାରିଖ ( ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହିଦିନ ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତ ତା.୨୮.୧୦.୨୦୨୪ ରିଖ ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ଆବେଦନକାରୀ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ଏହି ଦିନ ପାଇଁ ଅନ୍ୟମାନଙ୍କୁ ପଞ୍ଜୀକରଣ ନ କରିବାକୁ ଅନୁରୋଧ କରାଯାଇଛି।
ଭୁବନେଶ୍ବର: ଆଜି ତାରିଖଟି ହେଉଛି ସବୁଠାରୁ ବିରଳ ସଂଯୋଗ। କାରଣ ଆଜିର ତାରିଖ ହେଉଛି ୧୨/୧୨/୨୪ । ଏହା ବେଶ କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜିର ତାରିଖକୁ ନେଇ ବେଶ ଆଲୋଚନା ମଧ୍ୟ ଚାଲିଛି। ତେବେ ଆଜିର ତାରିଖ ଜ୍ୟୋତିଷ ଶାସ୍ତ୍ରରେ ସେପରି କୌଣସି ଗୁରୁତ୍ବ ବହନ କରେ ନାହିଁ। ହେଲେ ତିଥି ଅନୁସାରେ ଦେଖିଲେ ଆଜି ହେଉଛି ଦ୍ବାଦଶୀ ତିଥି ଏବଂ ଶେଷ ମାଣବସା ଗୁରୁବାର। ତେବେ ସଂଖ୍ୟା ଶାସ୍ତ୍ର ହିସାବରେ ଆଜିର ତାରିଖ ବେଶ ଗୁରୁତ୍ବ ବହନ କରୁଛି। କାରଣ ଏପରି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ କରିବେ ସେମାନେ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ହେଲା ପ୍ରଥମରେ ଏପରି ଜନ୍ମ ତାରିଖ ଭାଗ୍ୟରେ ଥିଲେ ମିଳେ ବୋଲି ଧରାଯାଇଛି। ସେହିପରି ଏହି ତାରିଖଟି ହେଉଛି ବନ୍ଧନ ବା ଯୋଡି ହୋଇ ରହିବାର ପ୍ରତୀକ। ତେଣୁ ଏହି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ…
ଭୁବନେଶ୍ବର: ବେଦାନ୍ତ କଂପାନୀ ପ୍ରତି ପୂର୍ବ ବିଜେଡି ସରକାରଙ୍କ ଥିଲା ଅହୁତେକ ପ୍ରୀତି। କାରଣ ବେଦାନ୍ତ ଝାରସୁଗୁଡା କଂପାନୀକୁ ସେତେବେଳର ସରକାର ଛାଡ କରିଥିଲେ ୩୫୯୯.୮୮କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ। ଓଡିଶା ବିଧାନସଭାରେ ଏକ ଲିଖିତ ଉତ୍ତରରୁ ଏହା ଜଣାପଡିଛି। ଯାହାକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ। ସେ ପଚରିଥିବା ପ୍ରଶ୍ନ ହେଲା ଯେ, ରାଜ୍ୟ ସରକାର କେତୋଟି କଂପାନୀକୁ କେତେ ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ କରିଛନ୍ତି। କେଉଁ ଆଧାରରେ ଏହି ଛାଡ କରାଯାଇଛି ତାହାର ଉତ୍ତର ଦେବେ କି ? ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାର ଅର୍ଥାତ ବିଜେଡି ସରକାରଙ୍କ ସମୟରେ ୧୪ଟି ଶିଳ୍ପ ସଂସ୍ଥାର ମୋଟ ୪୦୯୭.୬୭ କୋଟି ଟଙ୍କାର ବିଦ୍ୟୁତ ଦେୟ ଛାଡ଼ କରାଯାଇଛି। ସେଥିମଧ୍ୟରୁ…
ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେସନ ଶେଷ ହୋଇଛି। ଏହି ଅଧିବେସନ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା ହୋଇଥିଲା। ହେଲେ 20 ଦିନ ପୂର୍ବରୁ ଗୃହକୁ ହଠାତ ବନ୍ଦ କରିଦିଆଗଲା। ଏହି ଅଧିବେସନରେ ଅତିରିକ୍ତ ବଜେଟ ପାଶ ହେବାର ଥିଲା, ଯାହା ଶେଷ ହୋଇଯାଇଛି। ଫଳରେ ଆଗକୁ ଆଉ କିଛି ଗୁରୁତ୍ବ ନ ଥିବା ଅନୁଭବ କରି ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ତେବେ ତରବରିଆ ଭାବେ ଗୃହକୁ ଏପରି ବନ୍ଦ କରିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ହେଲା ଯେ, ବିଧାନସଭାପରି ଗୁରୁତ୍ବପୂର୍ଣ୍ଣ ବୈଠକକୁ ବାତିଲ କରିବା ଠିକ ନୁହେଁ। ପୂର୍ବରୁ ବିଜେଡି ସରକାର ଏପରି ଗୃହକୁ ପୂର୍ବରୁ ବନ୍ଦ କରୁଥିବାରୁ ବିଜେପି ସମାଲୋଚନା କରୁଥିଲା। ହେଲେ ଏବେ ଖୋଦ ବିଜେପି ସରକାର ଏପରି କରିବା ଠିକ ନୁହେଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାର ରାଜରାସ୍ତାରେ ବସିଥିବା ମିଶନ ଶକ୍ତି ମହିଳାଙ୍କ…
ଭୁବନେଶ୍ବର: ସମୟ ପୂର୍ବରୁ ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେସନ। ଏହି ଅଧିବେସନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ତା ପୂର୍ବରୁ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏଥର ଏହି ଅଧିବେସନରେ ମୋଟ ୧୬ଟି କାର୍ଯ୍ୟଦିବସ ରଖାଯାଇଥିଲା। ହେଲେ ୧୨ଟି କାର୍ଯ୍ୟଦିବସ ପରେ ଗୃହକୁ ମୁଲତବୀ ରଖାଯାଇଛି। ଏହି ଅଧିବେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଆଗତ କରିଥିଲେ, ଯାହା ପରିତ ହୋଇଯାଇଛି। ସେହିପରି ଏହି ଅଧିବେସନରେ ୨ଟି ସରକାରୀ ବିଲ୍ ସହ ୧୦ଟି ବେସରକାରୀ ବିଲ୍ ଆଗତ ହେଇଥିଲା। ସେହିପରି ଏହି ଅଧିବେସନର ଆରମ୍ଭ ବେଶ ହଟ୍ଟଗୋଳ ମଧ୍ୟରେ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହିତ ଗୃହ ଚାଲିଥିଲା।
ଭୁବନେଶ୍ବର: ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ। ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମିଡିଅମ୍ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହା ଦୁଃଖର ବିଷୟ। ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ ଲାଙ୍ଗୁଏଜ୍ ହୋଇପାରେ। କିନ୍ତୁ, ଏହା କେବେ ଆମ ମାତୃଭାଷାର ବିକଳ୍ପ ହୋଇ ପାରିବ ନାହିଁ। ତେଣୁ, ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବଦେଇ କାମ ଆରମ୍ଭ କରିଛନ୍ତି। ସରକାରୀ ଫାଇଲ୍କୁ ଓଡିଆ ଭାଷାରେ କରିବା ପାଇଁ ଦୃଢ ନିର୍ଦ୍ଦେଶ…
ଭୁବନେଶ୍ୱର: ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା କୁମାରୀ ପ୍ରଧାନ, ବେଲଗୁଣ୍ଠାର ପୂର୍ବତନ ସରପଂଚ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସେମାନଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।ବିଜେପିର ନୀତି ଓ ଆଦର୍ଶରେ ଏବଂ ଯଶସ୍ୱୀ ପଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ଏହି ମିଶ୍ରଣ ପର୍ବରେ ସୋରଡା ବିଧାୟକ ଶ୍ରୀ ନୀଳମଣି ବିଶୋୟୀ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ମହାନ୍ତି ଓ ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବ ନେଇ ଆଜି ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ମାଲକାନଗିରି ଜିଲ୍ଲାର ଏମ.ଭି-୧୧ ଗ୍ରାମରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଅବସରରେ ଯେଉଁ ମିନି ମାରାଥନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି ତାହା କ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ବିଶେଷ ସୁଯୋଗ। ନିଜର ପ୍ରତିଭାକୁ ପ୍ରଦର୍ଶନ ସହ ଶାରୀରିକ ବିକାଶରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁସ୍ଥ ଶରୀର ହିଁ ମାନସିକ ବିକାଶ ତଥା ଜଣେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଦିଗରେ ସାହାଯ୍ୟ କରିଥାଏ। ଅନ୍ୟ ମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବଳ ମାଲକାନଗିରି ମୁଖ୍ୟାଳୟ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର…

