ମୁମ୍ବାଇ: ଗୁଜୁରାଟର ଜାମନଗରରେ ନିର୍ମିତ ଧୀରୁଭାଇ ଅମ୍ବାନୀ ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସଲାର ଗିଗାଫ୍ୟାକ୍ଟ୍ରି ଅପେକ୍ଷା ଚାରି ଗୁଣ ବଡ଼। ୪୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ଏହି ଗିଗା ଏନର୍ଜି କମ୍ପ୍ଲେକ୍ସର କାମ ରେକର୍ଡ ଗତିରେ ଚାଲିଛି। ଏପର୍ଯ୍ୟନ୍ତ ଏହାକୁ ନିର୍ମାଣ କରିବା ପାଇଁ ୩୪ ଲକ୍ଷ ଘନ ମିଟର କଂକ୍ରିଟ୍ ବ୍ୟବହାର କରାଯାଇଛି। ଏଥିରେ ୭ ଲକ୍ଷ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି, ଯାହା ପ୍ରାୟ ୧୦୦ଟି ଆଇଫେଲ୍ ଟାୱାର ନିର୍ମାଣ କରିପାରିବ। ଏକ ଲକ୍ଷ କିଲୋମିଟର କେବୁଲ୍ ବିଛାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୮ତମ ବାର୍ଷିକ ସାଧାରଣ ବୈଠକରେ ପ୍ରଥମ ଥର ପାଇଁ ସେୟାରଧାରୀମାନଙ୍କୁ ସମ୍ବୋଧିତ କରି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ନୂତନ ଶକ୍ତି ପ୍ରକଳ୍ପ ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, “ନିର୍ମାଣ ହେବା ପରେ, ଜାମନଗର କମ୍ପ୍ଲେକ୍ସ ବିଶ୍ୱର ସର୍ବବୃହତ ପାରମ୍ପରିକ ଶକ୍ତି କମ୍ପ୍ଲେକ୍ସ ତଥା ବିଶ୍ୱର ସର୍ବବୃହତ ନୂତନ ଶକ୍ତି…
Author: Samikhsya Bureau
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଏକ ନୂତନ ସହାୟକ କମ୍ପାନୀ, ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ୟାପକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ରହିବ। ଏଥିସହିତ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସବୁଠାରେ ଏବଂ ସଭିଙ୍କ ପାଇଁ ଏଆଇର ଦୃଷ୍ଟିକୋଣକୁ କମ୍ପାନୀ ଆଗକୁ ବଢା଼ଉଥିବା ପ୍ରକାଶ କରି ରିଲାଏନ୍ସର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେ ଏହା କହିଛନ୍ତି। ରିଲାଏନ୍ସ ଇଣ୍ଟେଲିଜେନ୍ସ ଗିଗାୱାଟ୍-ସ୍କେଲ, ଏଆଇ-ରେଡି ଡାଟା ସେଣ୍ଟର ନିର୍ମାଣ କରିବ, ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ ବୋଲି ଅମ୍ବାନୀ କମ୍ପାନୀର ଏଜିଏମରେ ସୂଚନା ଦେଇଛନ୍ତି। ରିଲାଏନ୍ସ ଏଜିଏମରେ ଅମ୍ବାନୀ ମଧ୍ୟ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସ୍ଥାପନ ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପର୍କରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ…
ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଅନୁରୋଧ ପାଇଥିଲେ ଯାହା ପରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏକ କମିଟି ଗଠନ କରିଥିଲା। ପ୍ୟାକେଜିଂ ଶୁଳ୍କର ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ଗଠିତ ଏହି କମିଟିରେ ରାଜ୍ୟ ସରକାର, କେନ୍ଦ୍ରଶାସିତ…
ଭୁବନେଶ୍ବର: ଭୋଟ ଚୋରିର ପର୍ଦ୍ଦାଫାସ କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିହାରରେ “ ଭୋଟ ଅଧିକାର ଯାତ୍ରା ” ବର୍ତ୍ତମାନ ବିପୁଳ ଜନ ସମର୍ଥନ ହାସଲ କରୁଛି। ଏହି ପରିପ୍ରେଷୀରେ ଅସହିଷ୍ଣ୍ଣୁ ବିଜେପି ଦଳ ହୀନ ଚକ୍ରାନ୍ତ କରି ରାଜ୍ୟରେ ହିଂସାକାଣ୍ଡ ଭିଆଊଛି। ଯାହାର ଊଦାହରଣ ଆଜି ବିହାରରେ ଘଟିଥିବା ଘଟଣାରୁ ଜଣାଯାଊଛି ବୋଲି କହିଛି କଂଗ୍ରେସ। ଗତ ୨୭ ତାରିଖ ରାହୁଳ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରାକୁ ଭଣ୍ଡୁର କରିବା ପାଇଁ ବିହାରରେ ବିଜେପି ତାର ସଂଖ୍ୟାଲଘୁ ବିଭାଗର ଜଣେ କର୍ମୀଙ୍କୁ ନିୟୋଜିତ କରିଥିଲା ବୋଲି କଂଗ୍ରେସ କହିଛି। ଊକ୍ତ କର୍ମୀ ପ୍ରଧାନମନ୍ତ୍ରୀଙ୍କର ସ୍ୱର୍ଗୀୟା ମାଆଙ୍କୁ ଗାଳି ଦେଇଥିଲା। ସଦାକତ ଆଶ୍ରମ ଯାହା କି ଏବେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି ଏବଂ ଉକ୍ତ ଆଶ୍ରମ ଏକଦା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର…
The Samikhsya Desk: ଆଜି ଛତିଶଗଡର ରାୟପୁର ଠାରେ ଲୋକାୟନ ସଭାଗୃହ ରେ ମହାନଦୀର ସଙ୍କଟ ଓ ଜଳ ବିବାଦକୁ ନେଇ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରି ର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ଅନେକ ନଦୀ ଆନ୍ଦୋଳନର ନେତୃତ୍ଵ ଯୋଗ ଦେଇଥିଲେ। ଜଳ ମାନବ ଡ ରାଜେନ୍ଦ୍ର ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହମତିକୁ ବୈଠକ ରେ ସ୍ବାଗତ କରାଯାଇଥିଲା। କିନ୍ତୁ ଆପୋଷ ଆଲୋଚନା କୁ ଯିବା ପୂର୍ବରୁ ଅଣ ମୌସୁମୀ ସମୟରେ ଯେତିକି ପାଣି ଓଡ଼ିଶାର ଆବଶ୍ୟକତା ରହିଛି ତାକୁ ଛାଡ଼ିବାକୁ ସର୍ତ୍ତ ରହିବା ଜରୁରୀ ବୋଲି ବୈଠକ ରେ…
ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଯଦ୍ୱାରା ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ପରିଲିକ୍ଷିତ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ। ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାବେଳେ ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ତଥା ଗ୍ରାମବାସୀ…
The Samikhsya Desk: ଗଣେଶ ଚତୁର୍ଥୀ ଯୋଗୁଁ ବନ୍ଦ ରହିବାର ଗୋଟିଏ ଦିନ ପରେ ଆଜି ଗୁରୁବାର, ଅଗଷ୍ଟ ୨୮, ୨୦୨୫ ରେ ବେଞ୍ଚମାର୍କ ସୂଚକାଙ୍କ ନିଫ୍ଟି ଏବଂ ସେନସେକ୍ସ ସେସନକୁ ତଳ ସ୍ତରରେ ଖୋଲିଥିଲା। ପ୍ରାରମ୍ଭିକ କାରବାରରେ BSE ସେନସେକ୍ସ ପ୍ରାୟ ୬୯୩ ପଏଣ୍ଟ ବା ୦.୮୬ ପ୍ରତିଶତ ହ୍ରାସ ପାଇ ୮୦,୦୯୩.୫୨ ଛୁଇଁଥିଲା। ସେହିପରି ନିଫ୍ଟି ୫୦ ୧୩୨.୩ ପଏଣ୍ଟ ହ୍ରାସ ପାଇ ୨୪,୬୦୦ ତଳେ କାରବାର କରିଥିଲା। ନିଫ୍ଟି କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟରେ, IT ଏବଂ ବ୍ୟାଙ୍କ ଷ୍ଟକ୍ ସବୁଠାରୁ ବଡ଼ ମାଡ ଥିଲା। ଏହି ରିପୋର୍ଟ ଲେଖାଯିବା ସମୟରେ BSE ମିଡକ୍ୟାପ୍ ୨୪୬.୬୦ ପଏଣ୍ଟ ବା ୦.୫୪ ପ୍ରତିଶତ ହ୍ରାସ ପାଇଥିଲା। BSE ସ୍ମଲକ୍ୟାପ୍ ସୂଚକାଙ୍କ ୨୦୩.୪୨ ପଏଣ୍ଟ ବା ୦.୩୯ ପ୍ରତିଶତ ହ୍ରାସ ପାଇ ୫୧,୮୯୪.୧୭ ରେ କାରବାର କରିଥିଲା। ସକାଳ ପ୍ରାୟ ୯:୫୩ ସମୟରେ ପ୍ରାୟ ୯୨୧ ସେୟାର ବୃଦ୍ଧି ପାଇଥିବା ବେଳେ…
ଭୁବନେଶ୍ବର: ଗଣେଶ ପୂଜା ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟର ପ୍ରତୀକ ବୋଲି ବୁଧବାର ଦେବଗଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଦେବଗଡ଼ରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ୭୬ ତମ ସାର୍ବଜନୀନ ଗଣେଶ ମେଳାରେ ସାମିଲ ହେବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି। ‘ଶ୍ରୀ ଗଣେଶ ଚତୁର୍ଥୀ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ । ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି । ସବୁଠି ଅଧ୍ୟାତ୍ମିକ ବାତାବରଣ ତିଆରି ହୋଇଛି। ଶ୍ରୀଗଣେଶ ପୂଜାର ପରମ୍ପରାକୁ ଆକର୍ଷଣୀୟ ଭାବେ ଲମ୍ବା ସମୟ ଧରି ଆୟୋଜନ ହୋଇ ଆସୁଥିବାରୁ ଶ୍ରୀ ପ୍ରଧାନ…
ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁଜି) ଆୟୋଜନ ପାଇଁ ଭାରତ ନିଲାମୀରେ ଭାଗ ନେବ ଏବଂ ଏଥିପାଇଁ ବିଡ୍ ଦାଖଲ କରିବ। ଏ ସଂକ୍ରାନ୍ତରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁର କରାଯାଇଛି। ଏହା ସହିତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଗ୍ୟାରେଣ୍ଟି ସହିତ ଆୟୋଜକ ସହଯୋଗ ଚୁକ୍ତିନାମା (ଏଚସିଏ) ସ୍ୱାକ୍ଷର କରିବାକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି । ଭାରତର ବିଡ୍ ବା ଆୟୋଜନ ପ୍ରସ୍ତାବ ଗୃହୀତ ହେଲେ ଗୁଜରାଟ ସରକାରଙ୍କୁ ଆବଶ୍ୟକ ଅନୁଦାନ ସହାୟତା ମଞ୍ଜୁର କରିବାକୁ ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୨ଟି ଦେଶର ଖେଳାଳି ଅଂଶଗ୍ରହଣ କରିବେ। କ୍ରୀଡ଼ା ସମୟରେ ଭାରତ ଗସ୍ତରେ ଆସୁଥିବା ବହୁ ସଂଖ୍ୟକ ଖେଳାଳି, ପ୍ରଶିକ୍ଷକ, ବୈଷୟିକ ଅଧିକାରୀ, ପର୍ଯ୍ୟଟକ, ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଭାରତ ଆସିବେ। ଏହା ସ୍ଥାନୀୟ ବ୍ୟବସାୟକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧିକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ୍ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ଅଟେ। ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧିକାରୀଙ୍କ ସମେତ ୧.୧୫ କୋଟି ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ) ଉପରେ ମିଳିତ ଭାବରେ ନ୍ୟସ୍ତ ରହିବ। ଡିଏଫଏସର ଭୂମିକା ହେବ ବ୍ୟାଙ୍କ/ଆର୍ଥିକ ପ୍ରତିଷ୍ଠାନ ଏବଂ ସେଗୁଡ଼ିକର ତୃଣମୂଳ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଋଣ/କ୍ରେଡିଟ୍ କାର୍ଡ ଉପଲବ୍ଧତାକୁ ସହଜ କରିବା। ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରେ ଋଣ ପରିମାଣ ବୃଦ୍ଧି, ଦ୍ୱିତୀୟ ଋଣ…
ଭୁବନେଶ୍ବର: ପୂର୍ବ ତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣର ମାଇଲଖୁଣ୍ଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଚଳିତ ଆର୍ଥିକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ ସଫଳତାର ସହିତ ୧୦୦.୫୫ ନିୟୁତ ଟନ୍ ପଣ୍ୟ ଅପସାରଣ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 8% ପ୍ରଭାବଶାଳୀ ଅଭିବୃଦ୍ଧି ପଞ୍ଜିକୃତ କରି – ୭.୪୩ ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି। ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ: • ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ: ୫୮.୧ ନିୟୁତ ଟନ୍ • ୱାଲଟିୟର ରେଳ ମଣ୍ଡଳ: ୨୫.୪୬ ନିୟୁତ ଟନ୍ • ସମ୍ବଲପୁର ରେଳ ମଣ୍ଡଳ: ୧୭ ନିୟୁତ ଟନ୍ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର…
ଭୁବନେଶ୍ବର: ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଅଗ୍ରପୂଜ୍ୟ ‘ଶ୍ରୀଗଣେଶ ପୂଜା’ ଅବସରରେ କଣିହାଁ ସ୍ଥିତ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଥମେ ତାଳଚେର କଣିହାଁ ଠାରେ ‘ପ୍ରଜାମଣ୍ଡଳ ଭବନ’ ସ୍ଥାପନା ପାଇଁ ଭୂମିପୂଜନ କରିଥିଲେ । ପରେ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୫ କୋଟି ୮ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଏକାଠି ନବନିର୍ମିତ ଭୋଜନାଳୟରେ ବସି ମଧ୍ୟାହ୍ନ ଭୋଜନରେ ପ୍ରସାଦ ସେବନ କରିଥିଲେ ଶ୍ରୀ ପ୍ରଧାନ । ଶେଷରେ କଣିହାଁ ସ୍ଥିତ ଡ଼ିଏମଏଫ ପାଣ୍ଠିରୁ ନିର୍ମିତ ହୋଇଥିବା ଟିକିରା ନଦୀ ବ୍ରିଜର ଉଦଘାଟନ କରିଥିଲେ…
ଭୁବନେଶ୍ବର: ଆଜି ପ୍ରଭୃ ଗଣେଶଙ୍କ ପୂଜା। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାର ଚାଷୀଙ୍କୁ ଦେବେ ଉପହାର। ଆଜି ଚାଷୀଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ପଠାଇବେ ୨୦୦୦ ହଜାର ଟଙ୍କା। ସିଏମ କିଶାନ ଯୋଜନାରେ ଏହି ରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ଏହାଦ୍ବାରା ଓଡିଶାର ୫୧ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଏହି ଯୋଜନାରେ ଆଜି ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨ ହଜାର ଟଙ୍କା ଲେଖାଏଁ ଯିବ । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି । ଆଜି ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ ।
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ; ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ; ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ। ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ…
ନୂଆଦିଲ୍ଲୀ: ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣେଷ ଉତ୍ସବର ଉତ୍ସାହ ମଧ୍ୟରେ, ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଏହା “ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ”ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଜିଠାରୁ ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ ୧୦୦ ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବାର ମଧ୍ୟ ଘୋଷଣା କରିଥିଲେ। ଆଜିର ଏହି ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଯୋଡିଥାଏ ବୋଲି ଗୁରୁତ୍ୱାରୋପ କରି…
ଭୁବନେଶ୍ବର: ଭଗବାନ ଗଣେଷ ବଡ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା। ୧- ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ। ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ। ୨- ବୁନ୍ଦି ଲଡୁ: ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି। ୩- ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି…
ଭୁବନେଶ୍ବର: ପ୍ରଭୃ ଶ୍ରୀ ଜଗନ୍ନାଥ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ। ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା। ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ। ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ…
ଭୁବନେଶ୍ୱର: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣ ପତ୍ର ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ମନ୍ତ୍ରୀ ଜାଲିୟାତି କରି ଜାତିଗତ ପ୍ରମାଣ ପତ୍ର ହାସଲ କରି ନିର୍ବାଚନ ଲଢିଛନ୍ତି ବୋଲି କଂଗ୍ରେସ ଦାବୀ କରିଛି। ଆଜି ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତିକୁ ନେଇ ଖୋଲାସା କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଛନ୍ତି। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭାରତ ଆଜି ଗହମ ଏବଂ ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ, କିନ୍ତୁ ଉତ୍ପାଦନ ବୃଦ୍ଧି ସହିତ, ଖର୍ଚ୍ଚ ହ୍ରାସ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯାହା ଦ୍ୱାରା ଚାଷ ଲାଭଜନକ ହୋଇପାରିବ। ସେ ମଙ୍ଗଳବାର ଦିନ ଗ୍ୱାଲିୟରସ୍ଥିତ ରାଜମାତା ବିଜୟାରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘୬୪ତମ ଅଖିଳ ଭାରତୀୟ ଗହମ ଏବଂ ଯଅ ଗବେଷଣା କର୍ମୀ ‘ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହା କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ଚୌହାନ କୃଷି ବୈଜ୍ଞାନିକ ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନଙ୍କ ଶତବାର୍ଷିକୀ ବର୍ଷକୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଦେଶରେ ଖାଦ୍ୟ ଶସ୍ୟ ଆତ୍ମନିର୍ଭରତାରେ ତାଙ୍କର ଅବଦାନ ଅବିସ୍ମରଣୀୟ। କୃଷକମାନଙ୍କ କଠିନ ପରିଶ୍ରମକୁ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି ଯେ କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ…
ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର ୧୪ ନାମ:– ୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ, ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।
Ganesh Puja 2025: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରଭୁ ଗଣେଶ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଏହି ଦିନରେ ଗଣେଶ ଉତ୍ସବ ବା ଗଣେଶ ପୂଜା ପାଳନ କରାଯାଏ। ଗଣେଶ ଚତୁର୍ଥୀ ହେଉଛି ଏକ ୧୦ ଦିନିଆ ଉତ୍ସବ ଯାହା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀରେ ଆରମ୍ଭ ହୁଏ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ଏହି ପର୍ବ ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖ ବୁଧବାରରେ ପାଳନ କରାଯିବ। ଗଣେଶ ଚତୁର୍ଥୀ ଉତ୍ସବ ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହୁଏ, ଯାହା ଭାଦ୍ରପଦ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ଦିନ। ଗଣେଶ ଚତୁର୍ଥୀ ତିଥି ଏବଂ ଶୁଭ ସମୟ ଭାଦ୍ର ଶୁକ୍ଳ ଚତୁର୍ଥୀ ତିଥି ଆରମ୍ଭ – ୨୬ ଅଗଷ୍ଟ ୧:୫୪ ଅପରାହ୍ନ ଭାଦ୍ର ଶୁକ୍ଳ ଚତୁର୍ଥୀ ତିଥି ଶେଷ – ୨୭ ଅଗଷ୍ଟ ୩:୪୪ ଅପରାହ୍ନ ଶୁକ୍ଳ ଯୋଗ – ୨୭ ଅଗଷ୍ଟରୁ…

