Author: thesamikhsya

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଦୁଇ ଦିନିଆ କେଉଁଝର ଗସ୍ତରେ ଯାଇ ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖଣି ସମୃଦ୍ଧ ବଡବିଲ ର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ୫ଟି ସଚିବ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର‌୍ୟ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର‌୍ୟ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସେ ସୂଚନା ଦେଇଥିଲେ। ଏ ସମ୍ପର୍କିତ…

Read More

ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶ କ୍ରମେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଗତ ମେ ୩୧ରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି ‘ସଂପର୍କରୁ ସମର୍ଥନ’ ଅଭିଯାନରେ ସାମିଲ ହୋଇ ସଫଳ କରିବାକୁ ରାଷ୍ଟ୍ରୀୟ ସ୍ତରରେ ୨୮୮ ଜଣ ବରିଷ୍ଠ ନେତୃତ୍ୱଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ସାମିଲ ଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଜୁନ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆସାମ ପ୍ରଦେଶ ଗସ୍ତ…

Read More

Realme 11 Pro: ଚାଇନାର ମୋବାଇଲ ନିର୍ମାତା ରିଏଲମି କଂପାନୀ ଭାରତରେ ରିଏଲ୍ 11 ପ୍ରୋ, 11 ପ୍ରୋ +  5 ଜି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ଲାଟେଷ୍ଟ ମଡେଲଟି ରିଅଲ୍ 10 ସିରିଜର ପର୍ଯ୍ୟାୟର। ଏହାର ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, Realme 11 Pro + ରେ 200MP କ୍ୟାମେରା ଏବଂ 120Hz ସହିତ ଏକ ବଡ ଡିସପ୍ଲେ ପ୍ରଦାନ କରାଯାଇଛି। ଯାହାକି ଏହି ସିରିଜର ସବୁଠାରୁ ବଡ ବୈଶିଷ୍ଟ୍ୟ। ଏହି ନୂଆ ଫୋନରେ କଣ ରହିଛି Realme 11 Pro 5G ଏବଂ Realme 11 Pro + 5G 120Hz ଡିସପ୍ଲେ ସହିତ ଏକ 6.7-ଇଞ୍ଚ FHD + 10-ବିଟ୍ ସ୍କ୍ରିନ୍ ରହିଛି।  ଏହି ସ୍ମାର୍ଟଫୋନର ପଛ ପାର୍ଶ୍ୱରେ କମ୍ପାନୀ ପ୍ରିମିୟମ୍ ଭେଗାନ୍ ଚମଡା ଏବଂ 3D ବୁଣା ଟେକ୍ସଚର୍ ଦେଇଛି। ଏହି ହ୍ୟାଣ୍ଡସେଟ୍ 6nm MediaTek Dimension ଏବଂ 7050 ଚିପ୍ ସହିତ…

Read More

ଭୁବନେଶ୍ବର: ଗତକିଛି ଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ଘଟିବା ସହିତ ପ୍ରବଳ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହୋଇପଡିଲେଣି। ସକାଳୁ ଆଉ କେହି ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁ ନାହିଁନ୍ତି। ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଦିନ ୧୧ଟା ବେଳକୁ ରାଜ୍ୟର ତାପମାତ୍ରା ୪୨ ଡିଗ୍ରୀ ଟପିସାରିଲାଣି। ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ସମ୍ବଲପୁର: ୪୨.୨ ଡିଗ୍ରୀ,  ଝାରସୁଗୁଡା: ୪୧.୬ ଡିଗ୍ରୀ, ହୀରାକୁଦ: ୪୧ ଡିଗ୍ରୀ,  କେନ୍ଦୁଝର: ୩୮.୨ ଡ୍ଗିରୀ, ଭୁବନେଶ୍ୱର: ୩୭.୨ ଡ୍ଗିରୀ,  ଗୋପାଳପୁର: ୩୫.୬ ଡିଗ୍ରୀ, ବାଲେଶ୍ୱର: ୩୪.୮ ଡିଗ୍ରୀ,  ପୁରୀ: ୩୪.୪ ଡିଗ୍ରୀ, ଚାନ୍ଦବାଲି: ୩୩.୨ ଡିଗ୍ରୀ, ପାରାଦୀପ: ୩୧.୮ ଡିଗ୍ରୀ ରହିଛି।

Read More

ଭୁବନେଶ୍ବର: ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ସାହା। ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସି ଢେଙ୍କାନାଳରେ କରିବେ ଜନ ସଂପର୍କ ଯାତ୍ରା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢେଇ କରିବେ। ସେଥିପାଇଁ ସାହା ତାଙ୍କ ପଟ୍ଟଶିଷ୍ୟଙ୍କ ପାଇଁ ଢେଙ୍କାନାଳରୁ ଆରମ୍ଭ କରିବେ ଓଡିଶାର ଜନସଂପର୍କ ଯାତ୍ରା। ଓଡିଶାରେ ଏହି ଯାତ୍ରାକୁ ସଫଳ କରାଇବା ପାଇଁ ଖୋଦ ଧର୍ମେନ୍ଦ୍ରଙ୍କ ସହିତ ପୁରା ବିଜେପି ଟିମ ଜୋରଦାର ଲାଗିପଡିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ଏଥିରେ ଯେଉଁ ଆସନରେ ବିଜେପି ସାଂସଦ ନାହାଁନ୍ତି ସେହିସବୁ ଆସନରେ ଏହି ଯାତ୍ରା କରାଯିବ। ସେହି ପରିପ୍ରେକ୍ଷାରେ ଓଡିଶାରେ ଏହି ଯାତ୍ରା ଢେଙ୍କାନାଳ ଆସନରୁ ଆରମ୍ଭ ହେବ। ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡିଶାରେ ୪ଟି ‘ମହାରାଲି’…

Read More

ଭୁବନେଶ୍ବର: ଆଜି ମଧ୍ୟ ଉପକୂଳ ଓଡିଶାରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ହେଲେ ଖରା ନ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ କୁଆଡେ ଯାଇ ହେଉ ନାହିଁ। ଗତକାଲି ମଧ୍ୟ ଏହିପରି ଗୁଳୁଗୁଳି ଲାଗି ରହିଥିଲା। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କମ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ପୁରୀରେ ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫%, ପାରାଦୀପରେ ୬୩% ଆଦ୍ରତା ରେକର୍ଡ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି। ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ। ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତା ୧୬ ତାରିଖ ଠାରୁ ମୋ ଘର ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଆବେଦନ ନିମନ୍ତେ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଜିଲ୍ଲା ଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ମୋ ଘର ଯୋଜନା ସମ୍ପର୍କରେ ସଚେତନ କରାଯାଉଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସମସ୍ତ ୧୭ ଗୋଟି ଗ୍ରାମ ପଞ୍ଚାୟତରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ପୃଥକ ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର, ସମସ୍ତ ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ସିଆରପି ଏମବିକେ ଯୋଗ ଦେଇଥିଲେ। ଏକଲକ୍ଷରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହରୁଣ ପାଇବାକୁ ଥିବା ମୋ ଘର ଯୋଜନାରେ ସରକାରଙ୍କ ନୀତି ନିୟମକୁ ବୈଠକରେ ବ୍ୟାଖ୍ୟା କରାଯାଇଥିଲା। ବାର୍ଷିକ ଆୟ ୨୫୦୦୦ ଟଙ୍କା ଠାରୁ ତଳକୁ ଥିବା ବ୍ୟକ୍ତି ମୋ ଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ନିସିତ ନିଶାଙ୍କ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଉପ କାରାଗାରକୁ ଅଚାନକ ଗସ୍ତରେ ଆସିଥିଲେ। ସେଠାରେ କଏଦୀମାନଙ୍କ ପାଇଁ ଜେଲ ପରିସରରେ ହୋଇଥିବା ବିଭିନ୍ନ ବ୍ୟବସ୍ଥାକୁ ତଦାରଖ କରିଥିଲେ। ମୁଖ୍ୟତଃ କଏଦୀମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଆଦି ବିଷୟଗୁଡିକ ଉପରେ ଗୁରୁତ୍ବ ଦିଆଯାଇଥିଲା।  ତତସହିତ ଜେଲରେ ସ୍ୱଛତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ମଧ୍ୟ  ସେମାନେ ତଦାରଖ କରିଥିଲେ।  ସମସ୍ତ ବିଷୟରେ ଜେଲ ଅଧିକ୍ଷକ ଜଗତ ବିହାରୀ ରାଉତରାୟ ଉପରୋକ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିଭିନ୍ନ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ସହ ଆଭାସୀ ବୈଠକରେ ଯୋଗଦେଇଥିଲେ। ସେହିପରି ଭାବେ ଏସପି ଶ୍ରୀ କଟାରିଆ ବାଣପୁର, ନାଚୁଣୀ, ଟାଙ୍ଗୀ ଥାନା ଓ କୁହୁଡି ଫାଣ୍ଡି ପରିଦର୍ଶନ କରି ସେଠାକାର ସ୍ଥିତି…

Read More

ବାଲେଶ୍ବର: ବାଲେଶ୍ବର ବାହାନଗା ସ୍କୁଲ ଘର ଶେଷରେ ଭଙ୍ଗା ଗଲା। କାରଣ ହେଲା ସେଠାରେ ଟ୍ରେନ ଦୁର୍ଘଟଣାରେ କୁଢକୁଢ ଶବ ରଖାଯାଇଥିଲା। ସେଗୁଡିକ ସ୍ଥାନାନ୍ତରିତ କରିବା ପରେ ଆରମ୍ଭ ହେଲା ବିବାଦ। ଛାତ୍ରଛାତ୍ରୀମାନେ ସେହି ସ୍କୁଲକୁ ଯିବା ପାଇଁ ଭୟ କଲେ। ଫଳରେ ଜିଲ୍ଲା ପ୍ରଶାସନ ଆଜି ସକାଳୁ ଏହି ସ୍କୁଲ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି। ଯେତେବେଳେ ଦୁର୍ଘଟଣା ଘଟିଥିଲା ସେହି ରାତିରେ କେତେକ ଶବକୁ ଆଣି ସେହି ସ୍କୁଲ ଘରେ ପ୍ରଥମେ ରଖାଯାଇଥିଲା। ପରେ ଏହି ସଂଖ୍ୟା ବଢିବା ପରେ ସ୍କୁଲ ଘର ପୁରା ଶବରେ ଭର୍ତ୍ତି ହୋଇଯାଇଥିଲା। ଶବ ସ୍ଥାନାନ୍ତରିତ ପରେ ଏହାକୁ ସାନିଟାଇଜ କରି ସଫା କରାଯାଇଥିଲା। ଏପରିକି ନୂଆ ରଂଗ କରି ପୂଜାପାଠ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ସ୍କୁଲ କମିଟର ବିଶେଷ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ସ୍କୁଲକୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତୋଳିବା ପାଇଁ ନିଷ୍ପତି ଗ୍ରହଣ…

Read More

ଭୁବନେଶ୍ବର: ଆପଣଙ୍କ ଗାଡିରେ HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇ ନାହାଁନ୍ତି କି ? ତେବେ ଆଉ ଅପେକ୍ଷା କରନ୍ତୁ ନାହିଁ। ତୁରନ୍ତ ଏହି ପ୍ଲେଟ ଲଗାଇ ଦିଅନ୍ତୁ, ନଚେତ ଆପଣଙ୍କୁ ଅଯଥା ପାଞ୍ଚ ହଜାର ଟଙ୍କା ଜରିମାନ ଗଣିବାକୁ ପଡିବ। ସେଥିପାଇଁ ପରିବହନ ବିଭାଗ ତରଫରୁ ଏଇ ଜୁନ ୨୩ ତାରିଖରୁ ଧରପଗଡ ଆରମ୍ଭ କରିବାକୁ ଯାଉଛି। ଯେଉଁମାନେ ବିନା HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ପ୍ଲେଟ ନ ଲଗାଇଥିବେ ସେମାନଙ୍କୁ ରାସ୍ତା ଉପରେ ଚଢାଉ କରାଯିବ। କାରଣ ଏହି ନୂଆ ପ୍ଲେଟ ଲଗାଇବା ପାଇଁ ଯେଉଁ ଅବଧି ଦିଆଯାଇଥିଲା ତାହା ଗତ ଫେବୃୟାରୀ ୨୮ ତାରିଖରେ ଶେଷ ହୋଇଯାଇଛି। ଏକ ପ୍ରେସ ବିଜ୍ଞପ୍ତିରେ ଅତିରିକ୍ତ ପରିବହନ କମିଶନର ତଥା ଇନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ଲାଲମୋହନ ସେଠୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୦,୯୩,୬୦୮ ଗାଡିର…

Read More

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ।…

Read More

ଭୁବନେଶ୍ବର: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ଆରମ୍ଭ ହୋଇଛି ଭିତିରିଆ ଅଙ୍କକଷା। କେଉଁ କେଉଁଠି ଛିଡା ହେବେ ସେ ନେଇ ଚାଲିଛି ହିସାବ ନିକାଶ। କାରଣ ଏବେଠାରୁ ପ୍ରାର୍ଥୀଙ୍କୁ ଠିକ କରି ରଖିଲେ ନିର୍ବାଚନ ବେଳକୁ କୌଣସି ଅସୁବିଧା ହେବ ନାହିଁ। ତେବେ ବିଜେଡି ପାଇଁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପୁରୀ ଲୋକସଭା ଆସନ। କାରଣ ଏହି ଆସନରୁ ଜିତିଥିବା ପିନାକୀ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଉ ଯାଉ ନାହାଁନ୍ତି। ଏପରି ପରିସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ମାନସମନ୍ଥନ। ଦଳର ଭିତିରିଆ ଖବର ଅନୁସାରେ କୁଆଡେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ନବୀନ ଚିନ୍ତା କରୁଛନ୍ତି। କାରଣ ସେ ହି ପୁରୀ ପରି ଏକ ବଡ ନିର୍ବାଚନ ମଣ୍ଡଳୀରେ ଟକ୍କର ଦେଇ…

Read More

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଗତକାଲି ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଲୋକସେବା ଭବନ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ସମର ରଂଜନ କାନୁନ୍ଗୋ ଏବଂ ସାଧାରଣ ସଂପାଦକ ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହିତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ବର: ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡିଶାର ୧୨ଟି ରାଜନୈତିକ ଦଳ ତରଫରୁ ଏହି ବିକ୍ଷୋଭ କରାଯାଇଛି। ଏଥିରେ ୧୧ଦଫା ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ୧୨ଟି ଦଳ ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିବା ସହିତ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳଙ୍କ ଦ୍ୱାରା ରେଳ ଦୁର୍ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି। ତଦନ୍ତର ନିରପେକ୍ଷତା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦେବା ପାଇଁ ଏହି ଦଳମାନେ ଦୃଢ ଭାବେ ଦାବି କରିଛନ୍ତି। ଏହି ପ୍ରତିବାଦ ଆନ୍ଦୋଳନରେ ଭାରତରୀୟ ଜାତୀୟ କଂଗ୍ରେସ, ସି.ପି.ଆଇ., ସି.ପି.ଆଇ.(ଏମ୍‌) , ସି.ପି.ଆଇ.ଏମ୍‌-ଏଲ୍‌(ଲେବେରେସନ୍‌), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ, ଆମ୍‌ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସାମଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି…

Read More

ଭୁବନେଶ୍ୱର: ବାଲେଶ୍ବର ବାହନଗା ରେଳ ଦୁର୍ଘଟଣାରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ଓଡିଶା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବହୁ ଛାତ୍ରଛାତ୍ରୀ ଭୁବନେଶ୍ବରର ରେଳ ସଦନ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ଏଥିରେ ଛାତ୍ର କଂଗ୍ରେସ ପ୍ରତି ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଥିଲା। ସେହିପରି ପ୍ରତି ମୃତକ ଓ ଅକର୍ମଣ୍ୟ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ ପାଇଁ ଦାବୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ସ୍ୱାଗତ କର, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଶ୍ରୀ ମହାନ୍ତି, ଲିପିକା ପାତ୍ର, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ସୌମ୍ୟ…

Read More

ଭୁବନେଶ୍ୱର: ଆମ ରାଜ୍ୟର ଲୋକମାନଙ୍କର ରୋଷେଇଘରେ ଅଦା ଓ ହଳଦୀ ଏକ ନିତ୍ୟ ଆବଶ୍ୟକ ମସଲା ଭାବରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ। ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି। ରାଜ୍ୟରେ ଅଦା ଓ ହଳଦୀ ଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ ‘ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨-୨୩’ରେ ସଂଶୋଧନ ଅଣାଯାଇ ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି। ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ…

Read More

ଭୁବନେଶ୍ୱର: ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ମନୋଜ ଦାସ ଓ ମନ୍ମଥ ଦାସ ସ୍ମୃତି ସଂଗ୍ରାହାଳୟର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତି ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱାରନ୍ୱିତ କରି ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାଉତରାଏ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନୋଜ ଦାସଙ୍କ ନିଜସ୍ୱ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୋଖରୀ ପୁନରୁଦ୍ଧାର, ଓପେନ ଏୟାର ଥିଏଟର, ବାଖ୍ୟାନ ଓ ଧ୍ୟାନ କେନ୍ଦ୍ର, ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି। ଏହାକୁ ଆଉ ପାଦେ ଆଗକୁ ନେଇ ଆଜି ଦୁଇଟି ଜାତୀୟ ସ୍ତରୀୟ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ଆଜି ‘ମୋ ସ୍କୁଲ ଅଭିଯାନ’ ଏବଂ ଶିକ୍ଷାକ୍ଷେତ୍ରରେ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ତାହା ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରମୁଖ…

Read More

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୁଃଖ ପ୍ରକାଶ କରୁଥିବା ବେଳେ ସେପଟେ ମୃତକଙ୍କ ଟଙ୍କା ହାତେଇବା ପାଇଁ ହୀନ ଉଦ୍ୟମ ପଦାକୁ ଆସିଛି। ଜଣେ ମହିଳା ନିଜ ସ୍ବାମୀ ଦୁର୍ଘଟଣାରେ ମରିଯାଇଛନ୍ତି କହି ଟଙ୍କା ହାତେଇବାକୁ ଚେଷ୍ଠା କରି ଧରାପଡିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ବଡମ୍ବା ମାଣିଆବନ୍ଧ ଅଞ୍ଚଳ ଗୀତାଞ୍ଜଳି ଦତ୍ତ। ସେ ବାଲେଶ୍ବର ନୋସି ବିଜେନେସ ପାର୍କରେ ଥିବା ଶବଖାନାକୁ ଆସି କାନ୍ଦବୋବାଳି କରି ସ୍ବାମୀ ମରିଯାଇଛନ୍ତି ବୋଲି କହିିଥିଲା।  ସେଠାରେ ଥିବା ଅଧିକାରୀମାନେ ମହିଳାଙ୍କୁ ଶବ ଚହ୍ନଟ କରିବା ପାଇଁ ଅନୁମତି ଦେଇଥିଲେ। ସେ ଜଣେ ପୁରୁଷଙ୍କ ଶବକୁ ମୋ ସ୍ବାମୀ ବୋଲି କହି ତା ଉପରେ କାନ୍ଦି ଲୋଟିପଡିଥିଲେ। ଏହାପରେ ସେଠାରେ ଥିବା ଅଧିକାରୀ ତାଙ୍କର ପରିଚୟ ପତ୍ର ସ୍ବାମୀଙ୍କ ପରିଚୟ ପତ୍ର ମାଗିବା ପରେ ମହିଳା ଜଣଙ୍କ ଅସୁବିଧାରେ ପଡିଯାଇଥିଲେ। ହଁ ଆଣୁଛି କହି ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଜିଆରପି…

Read More

ଭୁବନେଶ୍ବର: ବାଲେଶ୍ବର ବାହନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତମ୍ଭିଭୂତ କରିଛି। ତେବେ ଏହି ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ବର୍ତ୍ତମାନ ଆହୁରି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଏହି ଚିହ୍ନଟ ପକ୍ରିୟାକୁ ବେଶ୍ ସରଳ କରିପାରିଛି ଆଧାର ସଂଯୋଗ ଡାଟା। ମୃତକଙ୍କ ଆଙ୍ଗୁଠି ଛାପ ହିଁ ତାଙ୍କର ପରିଚୟକୁ ସମାନାକୁ ଆଣିଛି। ସମସ୍ତ ମୃତକଙ୍କ ଆଙ୍ଗୁଠି ଛାପ ନେଇ ଆଧାର ଲିଙ୍କ ସଂଯୋଗ ସହିତ ମେଳ କରାଯିବା ପରେ ସେଥିରୁ ୪୪ ଜଣଙ୍କର ପରିଚୟ ହାସଲ କରିବାରେ ସକ୍ଷମ ହୋଇଛି ପ୍ରଶାସନ। ଯେତେବେଳେ ଆଧାର କାର୍ଡ କରାଯାଏ ସେତେବେଳେ ସମସ୍ତଙ୍କ ଆଙ୍ଗୁଠି ଛାପ ସହିତ ଆଖିର ଡାଟା ନିଆଯାଇ ସଂରକ୍ଷିତ ରଖାଯାଇଥାଏ। ସେହି ଆଧାରରେ ମୃତକଙ୍କ ଆଙ୍ଗୁଠି ଛାପ ନିଆଯାଇ ଆଧାର ଡାଟା ସହିତ ମେଳକ କରିବା ପରେ ୪୪ ଜଣଙ୍କର ସଂପୂର୍ଣ୍ଣ ପରିଚୟ ମିଳିପାରିଛି।

Read More