Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାର ନୂଆ ଜେଏନ୍.୧ ଭାରିଏଣ୍ଟକୁ ନେଇ ସାରାବିଶ୍ୱ ଆତଙ୍କିତ, କେରଳରେ ରୋଗୀ ଚିହ୍ନଟ, ନୂଆ ଲହର ଆସିବ କି?
ଆଜିର ଖବର

କରୋନାର ନୂଆ ଜେଏନ୍.୧ ଭାରିଏଣ୍ଟକୁ ନେଇ ସାରାବିଶ୍ୱ ଆତଙ୍କିତ, କେରଳରେ ରୋଗୀ ଚିହ୍ନଟ, ନୂଆ ଲହର ଆସିବ କି?

December 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଜେଏନ୍-୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ। ନିକଟରେ କେରଳରେ ଜେଏନ୍-୧ ଭାରିଏଣ୍ଟର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୭୮ ବର୍ଷୀୟ ବୃଦ୍ଧାଙ୍କ ଆରଟି-ପିସିଆର ପଜିଟିଭ୍ ନମୁନାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ଏବେ ସେ ସୁସ୍ଥ ହୋଇଛନ୍ତି। ଜେଏନ୍-୧ ଭାରିଆଣ୍ଟ ସମଗ୍ର ବିଶ୍ୱରେ କୋଭିଡ୍ ମାମଲା ବଢ଼ାଉଛି। ସିଙ୍ଗାପୁରରେ ସପ୍ତାହକ ମଧ୍ୟରେ ୫୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ ଭୂତାଣୁ ବିକଶିତ ହେଉଛି ଏବଂ କ୍ରମାଗତ ଭାବରେ ବଦଳୁଛି। ଡବ୍ଲୁଏଚଓ ଜେଏନ-୧କୁ ବିଏ.୨.୮୬ର ଏକ ସବ୍-ଭାରିଏଣ୍ଟଭାବେ ବର୍ଣ୍ଣନା କରିଛି। ଏହାର ସ୍ପାଇକ୍ ପ୍ରୋଟିନରେ କେବଳ ଗୋଟିଏ ଅତିରିକ୍ତ ମ୍ୟୁଟେସନ୍ ରହିଛି। କୋଭିଡ୍ ସହ ଇନଫ୍ଲୁଏଞ୍ଜା ଏବଂ ଅନ୍ୟାନ୍ୟ ଭୂତାଣୁ ତଥା ବ୍ୟାକ୍ଟେରିଆ ବ୍ୟାପିବା ନେଇ ଡବ୍ଲ୍ୟୁଏଚ୍ଓ ମଧ୍ୟ ଚିନ୍ତା ପ୍ରକଟ କରିଛି।

ନୂଆ କୋଭିଡ୍ ଭାରିଆଣ୍ଟକୁ ନେଇ ମନ୍ତ୍ରୀ କହିଲେ, କୌଣସି ଚିନ୍ତା ନାହିଁ

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରବିବାର କହିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ କୋଭିଡ୍-୧୯ ଭାରିଆଣ୍ଟ ‘ଜେଏନ୍-୧’ ଚିନ୍ତାର କାରଣ ନୁହେଁ। ନିୟମିତ ସର୍ଭେଲାନ୍ସ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଏହି ନୂତନ ମାମଲା ଚିହ୍ନଟ କରାଯାଇଛି ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି।

ଜର୍ଜ କହିଛନ୍ତି ଯେ କିଛିମାସ ପୂର୍ବରୁ ସିଙ୍ଗାପୁର ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିବା ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଏହା ମିଳିଥିଲା। ଚିନ୍ତା କରିବାର କିଛି ନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି। ତେବେ ଯେଉଁମାନଙ୍କର ଅନ୍ୟାନ୍ୟ ଗମ୍ଭୀର ରୋଗ ରହିଛି ସେମାନେ ସତର୍କ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ୍-୧ର ଲକ୍ଷଣ କ’ଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜେଏନ-୧ର ଲକ୍ଷଣ ମଧ୍ୟ ପୂର୍ବ କୋଭିଡ ଭାରିଆଣ୍ଟ ସହ ସମାନ। ଏହାଦ୍ୱାରା ଉପର ଶ୍ୱାସ କ୍ରିୟାରେ ସମସ୍ୟା ଦେଖାଦେଇଥାଏ। ସାମାନ୍ୟ ଜ୍ୱର, କାଶ, ନାକ ବନ୍ଦ, ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା, ମୁଣ୍ଡ ବିନ୍ଧା ଓ ପେଟ ଖରାପ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଯେହେତୁ ଜେଏନ୍-୧ ଅତ୍ୟଧିକ ସଂକ୍ରାମକ, ତେଣୁ ଏହା କୋଭିଡ୍‍ର ପ୍ରମୁଖ ଷ୍ଟ୍ରେନରେ ପରିଣତ ହୋଇଛି।

କରୋନା ଲହରର ଆଶଙ୍କା? କିପରି ସୁରକ୍ଷା ଦେବେ

ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଭୂତାଣୁର ସ୍ପାଇକ୍ ପ୍ରୋଟିନକୁ ଟାର୍ଗେଟ କରୁଥିବା ଟିକା ମଧ୍ୟ ଜେଏନ-୧ ଏବଂ ବିଏ.୨.୮୬ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ଉଚିତ।

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଚେଷ୍ଟ ମେଡିସିନର ବରିଷ୍ଠ ପରାମର୍ଶଦାତା ଡାକ୍ତର ଉଜ୍ଜ୍ୱଳ ପ୍ରକାଶ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସତର୍କତା ଅବଲମ୍ବନ କରିବା ଜରୁରୀ।

ଡାକ୍ତର ପ୍ରକାଶ କହିଛନ୍ତି ଯେ କୋଭିଡର ଏକ ନୂତନ ଲହର ଆସୁଛି ବୋଲି କହିବା ଠିକ୍ ହେବ ନାହିଁ। ଏହା ଅନ୍ୟ ଭୂତାଣୁ ସଂକ୍ରମଣ ଭଳି ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି। ମାସ୍କ ପିନ୍ଧିବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପ୍ରକାଶ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇ ନିଅନ୍ତୁ।

ଭାରତରେ କୋଭିଡ୍‍ର କେତେ ସକ୍ରିୟ ମାମଲା

ସୋମବାର ଦେଶରେ ୧୨୭ ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୫୫,୩୩,୩୧୭କୁ ବୃଦ୍ଧି ପାଇଛି।

କରୋନା କେରଳ ଜେଏନ୍.୧ ଭାରିଏଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Latest News

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଆଜି ଜୁନ ୫ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଭାଗ୍ୟ ଚମକିବ, କରନ୍ତୁ ଏହି କାମ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.