Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ
ଜାତୀୟ ଖବର

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

November 30, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ଲେଖକ: ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ୍ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇସାରିଛି।

ଗତ ବର୍ଷ ଯେତେବେଳେ ଆମେ ଏହି ଦାୟିତ୍ୱ ଗ୍ରହଣ କରିଥିଲୁ, ବିଶ୍ୱ ପରିଦୃଶ୍ୟ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା: କୋଭିଡ୍ -୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ କ୍ଷତିଗ୍ରସ୍ତ ହୋଇଛି, ପ୍ରଗତିରେ ବାଧା ସୃଷ୍ଟି ହୋଇଛି।

ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା, ଯାହା ଜିଡିପି-କେନ୍ଦ୍ରୀତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରୀତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିଲା। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିଲା। ଶେଷରେ, ଏକ ବିଶ୍ୱସ୍ତରୀୟ ବିଚାରବିମର୍ଶ ବିକଶିତ ହୋଇଥିଲା – ଅନେକଙ୍କ ଆକାଂକ୍ଷା ପାଇଁ ଅଳ୍ପ କିଛି ଲୋକଙ୍କ ସ୍ୱାର୍ଥ ବାଧ୍ୟ ହୋଇ ବାଟ ଛାଡ଼ିଥିଲା। ଏଥିପାଇଁ ବହୁପକ୍ଷବାଦର ମୌଳିକ ସଂସ୍କାର ଆବଶ୍ୟକ ଥିଲା ଯାହା ଆମେ ପୂର୍ବରୁ ଜାଣିଥିଲୁ।

ସମାବେଶୀ, ଉଚ୍ଚାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ – ଜି-୨୦ ଅଧ୍ୟକ୍ଷ ଭାବରେ ଏହି ଚାରିଟି ଶବ୍ଦ ଆମର ଆଭିମୁଖ୍ୟକୁ ବ୍ୟାଖ୍ୟା କରିଥିଲା ଏବଂ ସମସ୍ତ ଜି-୨୦ ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମା (ଏନଡିଏଲଡି) ଏହି ନୀତିଗୁଡ଼ିକୁ କାର‌୍ୟ୍ୟକାରୀ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।

ଅନ୍ତର୍ଭୁକ୍ତିକରଣ ଆମ ଅଧ୍ୟକ୍ଷତାର କେନ୍ଦ୍ରରେ ରହିଛି। ଆଫ୍ରିକୀୟ ସଂଘ (ଏୟୁ)କୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ୫୫ଟି ଆଫ୍ରିକୀୟ ଦେଶ ଏହି ମଞ୍ଚରେ ସାମିଲ ହୋଇଥିଲେ ଏବଂ ବିଶ୍ୱ ଜନସଂଖ୍ୟାର ୮୦% ଭାଗକୁ ସାମିଲ କରିବା ପାଇଁ ଏହି ମଞ୍ଚକୁ ବିସ୍ତାର କରିଥିଲେ। ଏହି ସକ୍ରିୟ ଆଭିମୁଖ୍ୟ ବୈଶ୍ୱିକ ଆହ୍ୱାନ ଏବଂ ସୁଯୋଗ ଉପରେ ଅଧିକ ବ୍ୟାପକ ଆଲୋଚନାକୁ ପ୍ରୋତ୍ସାହିତ କରିଛି।

ଦୁଇଟି ସଂସ୍କରଣରେ ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ‘ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ’ ବହୁପକ୍ଷବାଦର ଏକ ନୂତନ ପର‌୍ୟ୍ୟାୟର ଶୁଭାରମ୍ଭ କରିଛି। ଆନ୍ତର୍ଜାତିକ ଆଲୋଚନାରେ ଗ୍ଲୋବାଲ ସାଉଥର ଚିନ୍ତାକୁ ଭାରତ ମୁଖ୍ୟ ସ୍ରୋତରେ ସାମିଲ କରିଛି ଏବଂ ଏକ ଯୁଗ ଆରମ୍ଭ କରିଛି ଯେଉଁଠାରେ ବିକାଶଶୀଳ ଦେଶମାନେ ବିଶ୍ୱ ପରିଦୃଶ୍ୟକୁ ଆକାର ଦେବାରେ ଉପଯୁକ୍ତ ସ୍ଥାନ ଗ୍ରହଣ କରିବେ।

ଅନ୍ତର୍ଭୁକ୍ତିକରଣ ମଧ୍ୟ ଜି-୨୦ ପ୍ରତି ଭାରତର ଘରୋଇ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାକୁ ଏକ ପିପୁଲ୍ସ ପ୍ରେସିଡେନ୍ସି ରେ ପରିଣତ କରିଥିଲା ଯାହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନୁରୂପ ହୋଇପାରିଛି। ‘ଜନ ଭାଗିଦାରୀ’ କାର‌୍ୟ୍ୟକ୍ରମ ଜରିଆରେ ଜି-୨୦ ୧୪୦ କୋଟି ନାଗରିକଙ୍କ ନିକଟରେ ପହଞ୍ଚିଛି, ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶୀଦାର ଭାବେ ସାମିଲ ହୋଇଛନ୍ତି। ଆହୁରି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ରୂପରେ ଭାରତ ସୁନିଶ୍ଚିତ କରିଛି ଯେ ଜି-୨୦ର ଉଦ୍ଦେଶ୍ୟ ଅନୁରୂପ ବ୍ୟାପକ ବିକାଶମୂଳକ ଲକ୍ଷ୍ୟ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା।

୨୦୩୦ ଏଜେଣ୍ଡାର ଗୁରୁତ୍ୱପୂର୍ଣ୍ଣ କେନ୍ଦବିନ୍ଦୁରେ ଭାରତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜି-୨୦ କାର‌୍ୟ୍ୟଯୋଜନା ୨୦୨୩ ପ୍ରଦାନ କରିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ପରିବେଶ ସ୍ଥାୟିତ୍ଵ ସମେତ ପରସ୍ପର ସହ ଜଡିତ ପ୍ରସଙ୍ଗଗୁଡିକ ପାଇଁ ଏକ କାର‌୍ୟ୍ୟକାରିତା ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛି ।
ଏହି ଅଗ୍ରଗତିର ଏକ ପ୍ରମୁଖ କ୍ଷେତ୍ର ହେଉଛି ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)। ଆଧାର, ୟୁପିଆଇ ଓ ଡିଜିଲକର ଭଳି ଡିଜିଟାଲ ଉଦ୍ଭାବନର ବୈପ୍ଳବିକ ପ୍ରଭାବ ପ୍ରତ୍ୟକ୍ଷ ଭାବେ ଦେଖିଥିବା ଭାରତ ଏଠାରେ ନିଜ ସୁପାରିସ କରିବାରେ ନିର୍ଣ୍ଣାୟକ ସାଜିଥିଲା।

ଜି-୨୦ ଜରିଆରେ ଆମେ ସଫଳତାର ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀକୁ ସମ୍ପୂର୍ଣ୍ଣ କରିଛୁ, ଯାହାକି ବିଶ୍ୱ ବୈଷୟିକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୧୬ଟି ଦେଶର ୫୦ରୁ ଅଧିକ ଡିପିଆଇଙ୍କୁ ନେଇ ଗଠିତ ଏହି ଭଣ୍ଡାର ଗ୍ଲୋବାଲ ସାଉଥକୁ ଡିପିଆଇ ନିର୍ମାଣ, ଗ୍ରହଣ ଏବଂ ବିସ୍ତାର କରିବାରେ ସହାୟକ ହେବ। ଆମର ଏକ ପୃଥିବୀ ପାଇଁ, ଆମେ ଜରୁରୀ, ସ୍ଥାୟୀ ଏବଂ ସମାନ ପରିବର୍ତ୍ତନ ସୃଷ୍ଟି କରିବା ଲାଗି ଉଚ୍ଚାକାଂକ୍ଷୀ ଏବଂ ସମାବେଶୀ ଲକ୍ଷ୍ୟ ପ୍ରଚଳନ କରିଛୁ। ଘୋଷଣାନାମାର ‘ସବୁଜ ବିକାଶ ଚୁକ୍ତି’ ସମ୍ପାଦିତ ହୋଇଛି।

ନିଯୁକ୍ତି ଓ ପରିବେଶ ପରସ୍ପରର ଅନୁପୂରକ ହେବା, ଉପଭୋଗ ଜଳବାୟୁ ସଚେତନ ହେବା ଏବଂ ଉତ୍ପାଦନ ପୃଥିବୀ ଅନୁକୂଳ ହେବା ପାଇଁ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବା ଜରିଆରେ କ୍ଷୁଧା ମୁକାବିଲା ଓ ପୃଥିବୀର ସୁରକ୍ଷା ମଧ୍ୟରେ ରହିଥିବା ଆହ୍ବାନର ସମାଧାନ କରିବା ନିମନ୍ତେ ଏଥିରେ ଗୁରୁତ୍ଵ ଦିଆଯାଇଛି। ଏଥିସହିତ ଜି-୨୦ ଘୋଷଣାନାମାରେ ୨୦୩୦ ସୁଦ୍ଧା ବିଶ୍ଵ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣା ବୃଦ୍ଧି କରିବାକୁ କୁହାଯାଇଛି। ବିଶ୍ଵ ଜୈବ ଇନ୍ଧନ ମେଣ୍ଟ ପ୍ରତିଷ୍ଠା ଏବଂ ସବୁଜ ହାଇଡ୍ରୋଜେନ ପାଇଁ ମିଳିତ ପ୍ରୟାସ ଏବଂ ଏକ ସ୍ୱଚ୍ଛ, ସବୁଜ ବିଶ୍ୱ ଗଠନ ପାଇଁ ଜି-୨୦ର ଆକାଂକ୍ଷା ଅନସ୍ୱୀକାରଯୋଗ୍ୟ । ଏହା ସର୍ବଦା ଭାରତର ନୀତି ରହିଆସିଛି। ଦୀର୍ଘସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀ (ଏଲଆଇଏଫଇ) ମାଧ୍ୟମରେ ବିଶ୍ୱ ଆମର ବହୁ ପୁରୁଣା ସ୍ଥାୟୀ ପରମ୍ପରାରୁ ଉପକୃତ ହୋଇପାରିବ।

ଏହାବ୍ୟତୀତ, ଏହି ଘୋଷଣାନାମା ଜଳବାୟୁ ନ୍ୟାୟ ଏବଂ ସମାନତା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଇ ଦେଇଛି ଏବଂ ଗ୍ଲୋବାଲ ନର୍ଥଠାରୁ ଯଥେଷ୍ଟ ଆର୍ଥିକ ଏବଂ ବୈଷୟିକ ସହାୟତା ପାଇଁ ଅନୁରୋଧ କରିଛି। ପ୍ରଥମ ଥର ପାଇଁ, ବିକାଶ ଅର୍ଥଯୋଗାଣର ପରିମାଣରେ ଆବଶ୍ୟକ ବୃଦ୍ଧି ଲାଗି ସ୍ୱୀକୃତି ମିଳିଛି, ଯାହା ବିଲିୟନ ଡଲାରରୁ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଜି-୨୦ ସ୍ୱୀକାର କରିଛି ଯେ ବିକାଶଶୀଳ ଦେଶଗୁଡ଼ିକ ୨୦୩୦ ସୁଦ୍ଧା ସେମାନଙ୍କର ଜାତୀୟ ସଂକଳ୍ପବଦ୍ଧତା ଅବଦାନ (ଏନଡିସି) ପୂରଣ କରିବା ପାଇଁ ୫.୯ ଟ୍ରିଲିୟନ ଡଲାର ଆବଶ୍ୟକ କରନ୍ତି।

ଆବଶ୍ୟକ ବିପୁଳ ସମ୍ବଳକୁ ଦୃଷ୍ଟିରେ ରଖି ଜି-୨୦ ଉନ୍ନତ, ବୃହତ ଏବଂ ଅଧିକ ପ୍ରଭାବଶାଳୀ ବହୁପାକ୍ଷିକ ବିକାଶ ବ୍ୟାଙ୍କର ଗଠନ ଉପରେ ଗୁରୁତ୍ଵାରୋପ କରିଥିଲା। ଏହା ସହିତ ଭାରତ ଜାତିସଂଘ ସଂସ୍କାର, ବିଶେଷକରି ଜାତିସଂଘ ନିରାପତ୍ତା ପରିଷଦ ଭଳି ପ୍ରମୁଖ ଅଙ୍ଗର ପୁନର୍ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ଯାହା ଅଧିକ ସମାନ ବୈଶ୍ଵିକ ବ୍ୟବସ୍ଥା ସୁନିଶ୍ଚିତ କରିବ।

ଏହି ଘୋଷଣାନାମାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦିଆଯାଇଛି, ଯାହା ଆସନ୍ତା ବର୍ଷ ମହିଳା ସଶକ୍ତିକରଣ ଉପରେ ଏକ ସମର୍ପିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସହିତ ସାକାର ରୂପ ନେବ। ଭାରତର ମହିଳା ସଂରକ୍ଷଣ ବିଲ୍ ୨୦୨୩, ଦେଶର ସଂସଦ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବ ଯାହାକି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।

ନୀତି ସମନ୍ଵୟ, ବିଶ୍ୱସନୀୟ ବାଣିଜ୍ୟ ଏବଂ ଉଚ୍ଚାକାଂକ୍ଷୀ ଜଳବାୟୁ କାର‌୍ୟ୍ୟ ଉପରେ ଗୁରୁତ୍ୱ ଦେଇ ଏହି ପ୍ରମୁଖ ପ୍ରାଥମିକତା ଗୁଡ଼ିକରେ ସହଯୋଗର ଏକ ନୂତନ ଭାବନାକୁ ନୂଆଦିଲ୍ଲୀ ଘୋଷଣାନାମାରେ ପ୍ରତିଫଳିତ କରାଯାଇଛି। ଏହା ଗର୍ବର ବିଷୟ ଯେ ଆମ ଅଧ୍ୟକ୍ଷତା କାଳରେ ଜି-୨୦ ୮୭ଟି ପରିଣାମ ବିଶିଷ୍ଟ ଏବଂ ୧୧୮ଟି ଗୃହୀତ ଦସ୍ତାବିଜ ହାସଲ କରିଛି, ଯାହା ଅତୀତ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଭୂ-ରାଜନୈତିକ ପ୍ରସଙ୍ଗ ଏବଂ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଉପରେ ଏହାର ପ୍ରଭାବ ଉପରେ ଆଲୋଚନାର ନେତୃତ୍ୱ ନେଇଥିଲା। ଆତଙ୍କବାଦ ଏବଂ ସାଧାରଣ ନାଗରିକଙ୍କ ଅଯଥା ହତ୍ୟା ଗ୍ରହଣୀୟ ନୁହେଁ ଏବଂ ଆମକୁ ଶୂନ୍ୟ ସହନଶୀଳତା ନୀତି ସହିତ ଏହାର ସମାଧାନ କରିବାକୁ ହେବ । ଶତ୍ରୁତାକୁ ଛାଡି ମାନବିକତାକୁ ଆମେ ଗ୍ରହଣ କରିବା ଉଚିତ ଏବଂ ଏହା ଯୁଦ୍ଧର ଯୁଗ ନୁହେଁ ବୋଲି ଦୋହରାଇବା ଉଚିତ୍।

ମୁଁ ଆନନ୍ଦିତ ଯେ ଆମ ଅଧ୍ୟକ୍ଷତା କାଳରେ ଭାରତ ଅସାଧାରଣ ସଫଳତା ହାସଲ କରିଛି: ଏହା ବହୁପକ୍ଷବାଦକୁ ପୁନର୍ଜୀବିତ କରିଛି, ଗ୍ଲୋବାଲ ସାଉଥର ସ୍ୱରକୁ ବିସ୍ତାର କରି, ବିକାଶକୁ ପ୍ରୋତ୍ସାହିତ କରିଛି ଏବଂ ସବୁଠି ମହିଳା ସଶକ୍ତିକରଣ ପାଇଁ ଲଢ଼େଇ କରିଛି। ଯେତେବେଳେ ଆମେ ବ୍ରାଜିଲକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର କରୁଛୁ, ଆମର ଏହି ବିଶ୍ୱାସ ରହିଛି ଯେ ଜନସାଧାରଣ, ପୃଥିବୀ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମର ସାମୂହିକ ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଉତ୍ତମ ପରିଣାମ ଆଣିବ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.