ନାରୀ କୁ ମଣିଷ ବୋଲି ଭାବୁନଥିବା ଏକ ଜଘନ୍ୟ ସଂପାଦକୀୟ

Published: Oct 26, 2018, 8:04 pm IST

(ସମୀକ୍ଷା ବ୍ୟୁରୋ)

ମୁଁ  ନାରୀ ଜାତିକୁ ସ୍ଵତନ୍ତ୍ର ବୋଲି ବିଶ୍ଵାସ କରେନାହିଁମାନବ ମଧ୍ୟ ସ୍ଵତନ୍ତ୍ର ନୁହେଁମୁଁ ହୃଦୟରେ ହରଗୌରୀ ମୂର୍ତ୍ତି ଧ୍ୟାନ କରେମୁଁ ବିଶ୍ଵାସ କରେ ପୁରୁଷ ସ୍ତ୍ରୀର ଓ ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗଉଭୟର ମିଳନରେ ପୂର୍ଣ୍ଣ ମାନବର ବିକାଶପୁରୁଷ ଦେବ, ସ୍ତ୍ରୀ ଦେବୀସେହି ହେତୁରୁ ସରସ୍ଵତୀ, ଅନ୍ନପୂର୍ଣ୍ଣା ସ୍ତ୍ରୀ ଭାବରେ ପୂଜା ପାଉଛନ୍ତିବିଦ୍ୟା, ସମ୍ପତ୍ତି, ଦେବତା, ଶ୍ରୀ, ଶୋଭା ଏସବୁ ସ୍ତ୍ରୀଲିଙ୍ଗଯେଉଁଥିରେ ସୁଖ ଓ ଶାନ୍ତି, ସେସବୁ ସ୍ତ୍ରୀ ପଦବାଚ୍ୟସ୍ତ୍ରୀ ଜାତି ସମାଜରେ ପ୍ରକୃତରେ ସୁଖଶାନ୍ତି ବିଧାନ କରିପାରିବେ। (ଗୋପବନ୍ଧୁ ଦାସ, ସମାଜ, ୩୦,୦୬, ୧୯୨୪)

୯୪ ବର୍ଷତଳେ ଓଡିଶାର ସବୁଠୁ ପ୍ରଗତିଶୀଳ ସମ୍ବାଦପତ୍ର “ସମାଜ”ର ଏକ ରିପୋର୍ଟ ରେ ଏହା ଥିଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବକ୍ତବ୍ୟ୯୪ ବର୍ଷ ପରେ ତାଙ୍କ ଦ୍ଵାରା ପ୍ରତିଷ୍ଠା ପାଇଥିବା “ସମାଜ” ଯେ ନାରୀ ବିଦ୍ଵେଷୀ ଓ ନାରୀ କୁ ଘୃଣା କଲାପରି ସଂପାଦକୀୟ ପ୍ରକାଶ କରିବ, ଏକଥା ପଣ୍ଡିତ ଗୋପବନ୍ଧୁ କେବେ କଲ୍ପନା ସୁଦ୍ଧା କରିନଥିବେଗତ ରବିବାର ଦିନ ସମାଜ କାଗଜରେ ଯାହା ଲେଖା ଯାଇଛି, ତାହା କୌଣସି ସଭ୍ୟ ମଣିଷର ଭାଷା ନୁହେଁନିତାନ୍ତ ସାମନ୍ତବାଦୀ, ନାରୀ ବିଦ୍ଵେଷୀ ଓ ଭୟଙ୍କର ଅମାନବୀୟ ଚିନ୍ତା ର ଏକ ଲେଖାକୁ ସମାଜ ନିଜର ସଂପାଦକୀୟ ଭାବରେ ପ୍ରକାଶ କରିଛି

ତେବେ ଗତ କିଛିଦିନ ଧରି ଏହି ସମ୍ବାଦପତ୍ରରେ ନାରୀ ବିରୋଧୀ ଲେଖା ସବୁ ନିୟମିତ ପ୍ରକାଶ ପାଉଛି ବୋଲି କହିଛନ୍ତି, ପିୟୁସିଏଲ ର ରାଜ୍ୟ ଆବାହକ ପ୍ରମୋଦିନୀ ପ୍ରଧାନ। ଫେସବୁକ ରେ ନିଜର ପ୍ରତିକ୍ରିୟା ରଖି ପ୍ରମୋଦିନୀ ଲେଖିଛନ୍ତି-  ସେ ଖବରକାଗଜର ସଂପାଦକୀୟ, ବିଶେଷ କରି, ରବିବାର ପୃଷ୍ଠାର ସଂପାଦକୀୟରେ ନାରୀ ବିଦ୍ୱେଷୀ ଲେଖା ନିୟମିତ ପ୍ରକାଶିତ ହୋଇ ଆସୁଛି। ଅବଶ୍ୟ ଗତ ରବିବାର ସଂପାଦକୀୟରେ ବିଦ୍ୱେଷର ମାତ୍ରାଟା ଟିକେ ଅଧିକ ରହିଛି। ସମାଜର ଏହି ଲେଖାକୁ ନେଇ ସାରା ରାଜ୍ୟରେ ପ୍ରଚୁର ଆଲୋଡନ ସୃଷ୍ଟି ହେବାପରେ ମଧ୍ୟ ସମାଜ ତରଫରୁ ବିଶେଷ ପ୍ରତିକ୍ରିୟା ପ୍ରକାଶ ପାଉନି

ମି ଠୁ, ଏକ ମହାମାରୀ’ ଶୀର୍ଷକ ଏହି ଲେଖାରେ ମି ଠୁ ଆନ୍ଦୋଳନ ସହ ସମ୍ପୃକ୍ତ ମହିଳା ମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଛିସମାଜର ସଂସ୍କାରୀ ଲେଖକ କଣ ଲେଖୁଛନ୍ତି ପଢନ୍ତୁ- “ଆରେ ମାଡାମ ଆଜ୍ଞା, ଆପଣ ତ ଠିକ ବେଳେ କାମ ଆଦାୟ କରିନେଲେ,। ଆବଶ୍ୟକ କାମର ମୂଲ୍ୟକୁ ଆପଣଙ୍କ ଯୌବନ ଓ ରୂପରେ ମଜୁରା କଲେ। ଏବେ ଏ ବିଳିବିଳା କିଆଁ। ଫେରସ୍ତ ଦେଇପାରିବେ ଆପଣ ପାଇଥିବା ସୁବିଧା? ସେ ଲେଖାରେ ଆହୁରି ଏମିତି କିଛି ବାକ୍ୟ ଅଛି, ଯାହାକୁ କୌଣସି ସଭ୍ୟ ମଣିଷ ଛପିବାକୁ ଘୃଣା କରିବହେଲେ ‘ସମାଜ’ ତାକୁ ସମ୍ମାନର ସହିତ, ଅଗ୍ରାଧିକାର ଦେଇ ଛାପିଛି

ବୋଧହୁଏ ଗୋପବନ୍ଧୁଙ୍କ ଆତ୍ମା ଉପରେ ଏ ସମ୍ପାଦକୀୟ ଆଲେଖ୍ୟଟି ଏକପ୍ରକାର କଳଙ୍କିତ ଆକ୍ରମଣ। ଏ ଲେଖାର ଲେଖକ ନିହାତି ଜଣେ, ନୀଚ ଓ ଜଘନ୍ୟ ସାମନ୍ତବାଦୀ ମଣିଷ ହୋଇଥିବେଏପ୍ରକାର ବିଦ୍ଵେଷ ସୃଷ୍ଟିକାରୀ ଲେଖା ବିରୋଧରେ ଦୃଢ ପ୍ରତିବାଦ ହେବା ସହିତ ଏହା ବିରୋଧରେ ମକଦ୍ଦମା କରିବାକୁ ‘ଆଇନା’ ର ମୁଖ୍ୟ ସ୍ନେହ ମିଶ୍ର ସୂଚନା ଦେଇଛନ୍ତିଓଡିଶାର ବହୁ କର୍ମଜୀବି ସାମ୍ବାଦିକା ଓ ଲେଖିକା ଏ ସମ୍ପର୍କରେ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି 

Related posts