Categories
ଆଞ୍ଚଳିକ

ବାଲୁଗାଁ: ୫ ଜୁଆଡି ଗିରଫ, ୧୪ ହଜାର ଟଙ୍କା ସହ ୩ ମୋବାଇଲ ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଖେଳ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବାଲୁଗାଁ କୁଲାକୁଣ୍ଢେଇ ନିକଟ ଏକ ପରିତ୍ୟକ୍ତ ଘରେ ଜୁଆ ଖେଳ ହେଉଥିବା ଖବରପାଇ ଚଢ଼ାଉ ବେଳେ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ତାସ ମୁଠା ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଅଶୋକ ନଗରର ନିଳାଞ୍ଚଳ ବିଶ୍ୱାସ (୩୮), ଚକ୍ରଧରପୁରର ପ୍ରତାପ କୁମାର ପ୍ରଧାନ (୪୮), ବଡ଼କୁଳର ଦୀପକ କୁମାର ସାହୁ (୩୭), ସୁବୁଦ୍ଧି ପାଟଣାର ଗଣେଷ ସାହୁ (୫୦) ଓ ଛେଡାପଦରର ଗଣେଷ ବେହେରା (୩୦)।

ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୨୮/୨୪ ରେ ମାମଲା ରୁଜୁକରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପରେ ମେଧାବୀ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନି, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଅନନ୍ତ ପ୍ରସାଦ ସେଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ସ୍ୱାଗତ ଅଭିଭାଷଣ ରଖିଥିଲେ।

ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପଦ୍ମାଳୟା ପ୍ରଧାନ ଚଳିତ ବର୍ଷ ସାରା ରାଜ୍ୟରେ ମେଧାବୃତ୍ତି ପରୀକ୍ଷାରେ ଷଷ୍ଠ ସ୍ଥାନ ଏବଂ ଶ୍ରୀଭାରତୀକୃଷ୍ନ ଗଣିତ ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଥିଲେ।

ଏହିପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟ ପକ୍ଷରୁ ପଦ୍ମାଳୟାଙ୍କୁ ମେଧାବୀ ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇବା ସହ ସଂମାନିତ କରିଥିଲେ। ଏଥିସହିତ ବିଦ୍ୟାଳୟର ସାମଗ୍ରିକ ଉର୍ଣ୍ଣତି କ୍ଷେତ୍ରରେ ମହତ ଅବଦାନ ଥିବା ସମାଜସେବୀ ସୁକାନ୍ତ କୁମାର ବିଶ୍ବାଳ ଓ ରବୀନ୍ଦ୍ର କୁମାର ବଳିଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶିଶୁ ଶ୍ରମିକ ନିରାକରଣ ସଚେତନତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ବାଲୁଗାଁ ଚିଲିକା କୁଳ ସ୍ଥିତ କାଳିଜାଇ ମୋଟର ବୋଟ ଆସୋସିଏସନ ସଭା ଗୃହରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କୁ କୌଣସି କାମରେ ନିୟୋଜିତ ନକରିବା ପାଇଁ ସଚେତନ କରିବା ସହ ଶିଶୁ ଶ୍ରମ ମୁକ୍ତ ଓଡିଶା ସଂକଳ୍ପ ନେଇ ଶିଶୁ ଶ୍ରମିକ ନିରାକରଣ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ସହ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର, ଖୋର୍ଦ୍ଧା ଜିଲ୍ଲା ସହ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ, ଶିଶୁ ସୁରକ୍ଷା ଅଧିକାରିଣୀ ଵାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷା ରଞ୍ଜିତା ପଣ୍ଡା, ମତ୍ସ୍ୟ ସମ୍ପଦ ଅଧିକାରୀ ମନୋଜ ଦାସ, କାଳିଜାଇ ମୋଟର ବୋଟ ଆସୋସିଏସନ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଶିଶୁ ସୁରକ୍ଷା କର୍ମକର୍ତ୍ତା, ବଚପନ ବଚାଓ ଆନ୍ଦୋଳନ କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ୧୮ ମଇଁଷି ଉଦ୍ଧାର, ୫ ଟାଟା ଏସି ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଠାରେ ପାଞ୍ଚଟି ଟାଟା ଏସି ଗାଡି ଜବତ କରିବାସହ ସେଥିରୁ ୧୮ ଟି ମଇଁଷି ଉଦ୍ଧାର କରାଯାଇଛି। ଖବର ମୁତାବକ କୌଣସି ସୂତ୍ରରୁ ବାଲୁଗାଁ ବଜରଙ୍ଗୀ ଦଳ ଟାଙ୍ଗୀ ଅଞ୍ଚଳରୁ ବ୍ରହ୍ମପୁର ହଳଦିଆପଦର ଗୋରୁ ବୋଝେଇ ହୋଇ ଯାଉଥିବା ଖବର ପାଇବା ପରେ ବାଲୁଗାଁ ବାଇପାସ ଠାରେ ଛକି ବସିଥିଲେ।

ସନ୍ଧ୍ୟା ସମୟରେ ଆଗପଛ ହୋଇ ଯାଉଥିବା ପାଞ୍ଚଟି ଟାଟା ଏସି ଗାଡିକୁ ଅଟକ ରଖିବାରୁ ସେଥିରେ ଅତି ଅମାନୁଷିକ ଭାବେ ମଇଁଷି ବନ୍ଧା ହୋଇଥିବା ଦେଖିବାରୁ ତୁରନ୍ତ ଗାଡି ଚାଳକ ଓ ହେଲ୍ପର ମାନଙ୍କୁ ଅଟକ ରଖିବାସହ ବାଣପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ବାଣପୁର ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମଇଁଷି ବୋଝେଇ ଗାଡିକୁ ଜବତ କରିବା ସହିତ ୧୮ ଟି ମଇଁଷି ଉଦ୍ଧାର କରି ସ୍ଥାନୀୟ ଶୋଲରୀ ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଛି।

ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରେଳ ଟ୍ରାକରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ ୨ନଂ ପ୍ଲାଟଫର୍ମ ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଖବର ମୁତାବକ ବାଣପୁର ଭେଟେଶ୍ୱର ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ କୁମାରୀ ପ୍ରଧାନ (୫୩) କୌଣସି କାମରେ ପରିବାର ସମେତ ଭୁବନେଶ୍ୱର ଟ୍ରେନ ଯୋଗେ ଯାଉଥିବା ବେଳେ ପ୍ଲାଟଫର୍ମ ଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ସଂସ୍ପର୍ଶରେ ଆସି ପ୍ଲାଟଫର୍ମ ତଳେ ରେଳ ଟ୍ରାକରେ ପଡିଯାଇଥିଲେ। ମାଲବାହୀ ଟ୍ରେନଟି ପ୍ଲାଟଫର୍ମ ଅତିକ୍ରମ କରିବା ପରେ ମହିଳାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରି ରଖିଛି ଆରପିଏଫ।

Categories
ଆଞ୍ଚଳିକ

ବିହଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନ ପକ୍ଷରୁ ଆଜି ଶ୍ରୀ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଚାଳିଶ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ବିଷୟବସ୍ତୁ ସମ୍ପର୍କିତ ଚିତ୍ରାଙ୍କନ ଅଙ୍କନ କରି ନିଜ ସର୍ଜନାତ୍ମକ ପ୍ରତିଭା ପ୍ରତିପାଦିତ କରିଥିଲେ।

ବିଚାରକ ତଥା ଅତିଥିଭାବେ ବିଶିଷ୍ଟ ଚିତ୍ର ଶିଳ୍ପୀ ଶିତିକାନ୍ତ ସାମନ୍ତସିଂହାର ଓ ସଂଜୀବ ମହାରଣା ଯୋଗଦେବା ସହ ଚିତ୍ରଶିଳ୍ପ ସମ୍ପର୍କିତ ନିଜ ନିଜର ଦୀର୍ଘ ଅନୁଭୂତି ଉପସ୍ଥାପିତ କରି କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହାପରେ ବିହଙ୍ଗ ଫାଉଣ୍ଡେସନର ଉପସଭାପତି ପ୍ରକୃତିବନ୍ଧୁ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଚିଲିକା ଶିଶୁକଳା ପ୍ରତିଷ୍ଠାନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଗୌଡ଼, ବିହଙ୍ଗ ଫାଉଣ୍ଡେସନ ସଂଯୋଜକ ଭାଗିରଥି ପାଇକରାୟ, ନବ ନାରାୟଣ ଜାଲି ପ୍ରମୁଖ ସାମ୍ପ୍ରତିକ ପରିବେଶ ଓ ଆମ ଦାୟିତ୍ୱ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ବବୁଲ ରଣ ସିଂ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହାପରେ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ଏକ ଶୋଭlଯାତ୍ରା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଦୁଇ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ ଟ୍ରାଭେରା କାର ଏବଂ ଆଇରନ ବୋଝେଇ ଟ୍ରକ ଆଗ ପଛ ହୋଇ ଯାଉଥିବା ବେଳେ ଛତ୍ରଗଡ଼ ଛକରେ ଟ୍ରାଭେରାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ ବୋଝେଇ ଟ୍ରକ। ଫଳରେ ଟ୍ରାଭେରାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେରା ଡ୍ରାଇଭର ବିଦ୍ୟାଧର ବେହେରା ଏବଂ ଟ୍ରାଭେରା ମାଲିକ ମନୋରଞ୍ଜନ ପାଣିଗ୍ରାହୀ।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଅଗ୍ନିଶମ ବାହିନୀ ସହ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କ ଶରୀରକୁ ଗାଡି ମଧ୍ୟରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛନ୍ତି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଯାଆଁଳା ଭଉଣୀଙ୍କ ଆଶ୍ଚର୍ଯ୍ୟଜନକ ସଫଳତା: ସମାନ ନମ୍ବର ରଖି ଏ-୧ ରେ ହେଲେ ଉତ୍ତୀର୍ଣ୍ଣ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଦୁଇ ଯାଆଁଳା ଝିଅ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୀଙ୍ଗେଶ୍ୱର୍ ଗ୍ରାମପଞ୍ଚାୟତର ଲମ୍ବୋଦରପୁର ଗ୍ରାମର କାର୍ତ୍ତିକ ସାହୁଙ୍କ ଯାଆଁଳା ଝିଅ ସମାନ ନମ୍ବର ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୫୫୨ ଲେଖାଏଁ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଯାଆଁଳା ଭଉଣୀ ଦ୍ୱୟ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟର ସମସ୍ତ ଗଣମାଧ୍ୟମ ଉଭୟଙ୍କ ନିକଟକୁ ଦୌଡି ଆସିଛନ୍ତି।

ଦୁଇ ଭଉଣୀ କରିସ୍ମା ବିଶ୍ଵାଳ ଓ କରିନା ବିଶ୍ଵାଳ ବାଲୁଗାଁ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅଟନ୍ତି। ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପ୍ରତିଦ୍ୱନ୍ଦୀ ହେଉଥିଲେ ମଧ୍ୟ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଭୟ ୫୫୨ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ ଖୁସିର କଥା ବୋଲି କରୀନା ଓ କରିଶ୍ମା ମତବ୍ୟକ୍ତ କରିଛନ୍ତି।

ଏହି ସଫଳତାର ଶ୍ରେୟ ନିଜର ପିତମାତା ଗୁରୁଜୀ ଗୁରୁମା ଓ ପ୍ରଧାନ ଆଚାର୍ଯ୍ୟଙ୍କୁ ଦେଇଛନ୍ତି। ତାଙ୍କ ମାଆ ଙ୍କ କହିବା ଅନୁଯାୟୀ କାରିନା ଓ କରିଷ୍ମା ଉଭୟ ଏକାଠି ଖାଆନ୍ତି, ଏକାଠି ପଢନ୍ତି ଏବଂ ଯେତେବେଳେ ଜଣଙ୍କୁ ଜ୍ଵର ହୁଏ, ସେତେବେଳେ ଆଉ ଜଣଙ୍କୁ ବି ଜ୍ଵର ହୁଏ ବୋଲି ମା’ କହିଛନ୍ତି। ପରିବାରର ବାପା ମାଆ, ମାମୁଁ ମାଇଁ, ମଉସା ମାଉସୀ, ଭାଇ ଓ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୂମା ସମସ୍ତେ ଖୁସି ହେବା ସହ କରୀଷ୍ମା ଓ କରୀନାଙ୍କୁ ଆଶୀର୍ବାଦ ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମନ୍ମଥ କୁମାର ସିଂଙ୍କ ନେତୃତ୍ୱରେ ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ, ବଡ଼କୁଳ, ଅଠରବାଟିଆ ପଞ୍ଚୟତ ସମେତ ବାଲୁଗାଁ ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବାଣପୁର ଏନଏସି ସମେତ ଆୟତପୁର, ଗମ୍ଭାରୀମୁଣ୍ଡା, ନାଚୁଣି ଆଦି ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଶ୍ରୀ ସିଂ ଶୋଭାଯାତ୍ରା କରିଥିଲେ।

ଉକ୍ତ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥିଙ୍କ ପତ୍ନୀ ଦମୟନ୍ତି ସିଂ, ଆଇଏସଏଲ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, ଭୁବନେଶ୍ୱର ପାଇକରାୟ, ବଳରାମ ସାହୁଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇ ନୌକା ଚିହ୍ନରେ ଭୋଟ ଦେଇ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ସିଂଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୈନିକ ଭାବେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଅଞ୍ଚଳବାସୀଙ୍କ ସେବା ମୋ ପାଇଁ ବହୁତ ବଡ଼ କଥା। ଚିଲିକାର ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବି। ଦଳୀୟ ନେତା, କର୍ମୀ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ମାଗୁଥିବା ବେଳେ ତୃଣମୂଳ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନେତା ଅବା କର୍ମୀ ପହଞ୍ଚି ଲୋକଙ୍କ ଆବଶ୍ୟକ ମୌଳିକ ଅଧିକାର ପଚାରି ନାହାଁନ୍ତି। ୭୬ ବର୍ଷ ସ୍ୱାଧୀନତା ପରେ ବିଭିନ୍ନ ଦଳ ନିଜ ଗ୍ୟାରେଣ୍ଟିର ଦାବି କରୁଛନ୍ତି କିନ୍ତୁ ମୋ ଭାଇ ବନ୍ଧୁ କୁଟୁମ୍ବ, ମୋ ଅଞ୍ଚଳବାସୀ ହେଉଛନ୍ତି ମୋ ଗ୍ୟାରେଣ୍ଟି। ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବି କହିବି ବୋଲି ଶ୍ରୀ ସିଂ କହିଛନ୍ତି। ଏହା ସହିତ ନୌକା ଚିହ୍ନରେ ଭୋଟ ଦେବାକୁ ଶ୍ରୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୋ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନିର୍ବାଚନ ଆଚରଣ ବିଧି ଲାଗୁରହିଥିବା ବେଳେ ଆନ୍ତଃ ରାଜ୍ୟ ଗୋ ତସକରି ଦିନକୁଦିନ ବୃଦ୍ଧି ପାଉଛି। ଶହ ଶହ ସଂଖ୍ୟକ ଗାଈ ଗୋରୁଙ୍କୁ ଅତି ନିଷ୍ଠୁର ଭାବେ ମଧ୍ୟରାତ୍ରିରେ ବେଆଇନ ଭାବେ ଜାତୀୟ ରାଜପଥର ଚାଲାଣ ହେଉଥିବା ନଜିର ରହିଛି। ଉକ୍ତ ରାସ୍ତାରେ ବିଭିନ୍ନ ଥାନା ପଡୁଥିଲେ ମଧ୍ୟ ବେଧଡକ ଭାବେ କଣ୍ଟେନର, ଆଇଚର, ଟ୍ରକ ଆଦିରେ ଭର୍ତ୍ତି କରି ଗୋ ତସକରି ମାନେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଏହାକୁ ପ୍ରତିହତ କରିବାକୁ ପୋଲିସ ପ୍ରଶାସନ ଅକ୍ଷମ ହୋଉଥିବା ବେଳେ ଅନେକ ସମୟରେ ବଜରଙ୍ଗ ଦଳ, ଗୋ ସୁରକ୍ଷା ସଂଗଠନ ପକ୍ଷରୁ ଏହି ଗାଈ ଗୋରୁଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରାଯାଉଛି। ପୋଲିସ ନାମକୁ ମାତ୍ର କେଶ କରି ଚୁପ ବସିଯାଇଛନ୍ତି।

ବିଭିନ୍ନ ସ୍ଥାନରେ ନିଜ ଜୀବନକୁ ବାଜି ଲଗାଇ ଏହି ସଂଗଠନ ଗୁଡ଼ିକ ନୀରିହ ପ୍ରାଣୀମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ପୋଲିସ ଅଧିକାରୀ ମାନେ ନିଜ ଅଂଚଳରୁ ଏହି ଗୋ ତସକରି ବନ୍ଦ କରିବାପାଇଁ ବେପାରୀ ଓ ଅଭିଯୁକ୍ତମାନଙ୍କପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ପୂର୍ବତନ ପ୍ରାଣୀ କଲ୍ୟାଣ ଅଧିକାରୀ ତଥା ଖୋର୍ଦ୍ଧା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସି ର ଡା ତ୍ରୈଲୋକ୍ୟ ନାଥ ମହାରଣା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ଆଲୋଚନା କରିବାସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଏହାକୁ ତୁରନ୍ତ ବନ୍ଦ କରିବା ସହ ଏହା ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଗଞ୍ଜାମ ଜିଲାପାଳଙ୍କୁ ପତ୍ର ପ୍ରେରଣ କରିଛନ୍ତି।

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ପାଳନ ହେଉଥିବା ବେଳେ ମଧ୍ୟରାତ୍ରିରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ରାଜପଥର ଦୁଇ ପାର୍ଶ୍ଵରେ ଥିବା ଥାନା ଓ ଟୋଲ ଗେଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଏଟିଏମ ଲୁଟେରା ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଥିବା ଏସବିଆଇ ଏଟିଏମରୁ ଜଣେ ଚୋରକୁ ଗିରଫ କରିଛି ପୋଲିସ। ଖବର ମୁତାବକ ବିଗତ କିଛି ଦିନ ଧରି ଏଟିଏମରୁ ଟଙ୍କା ଉଠେଇବାକୁ ଆସୁଥିବା ପରିଣିତ ବୟସ ଓ ମହିଳାଙ୍କୁ ଅଭିନବ ଉପାୟରେ ଏଟିଏମ ଅଦଳବଦଳ କରିବା ସହ ଟଙ୍କା ଲୁଟ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲା।

ଆଜି ପୂର୍ବାହ୍ନରେ ଦୁଇ ଜଣ ମହିଳା ଏଟିଏମରୁ ଟଙ୍କା ଉଠାଉ ଥିବାବେଳେ ପୂର୍ବରୁ ଛକି ରହିଥିବା ଜଣେ ଯୁବକ ହଠାତ ସେମାନଙ୍କ ନିକଟକୁ ଆସି ସହାୟତା କରିବା ନେଇ କହିବା ଆଳରେ ମହିଳାଙ୍କ ଏଟିଏମ ପିନ ନମ୍ବର ପଚାରି ଟଙ୍କା ଉଠାଇବା ସହ ଚତୁରତାର ସହ ଅନ୍ୟ ଏକ ଏଟିଏମ ବଦଳ କରିଥିଲା। ଏଥିସହିତ ଧମକ ଚମକ ଦେଇ ସମ୍ପୃକ୍ତ ମହିଳାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଯୁବକକୁ କାବୁକରି ବାଲୁଗାଁ ଥାନାକୁ ଜଣାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଏଟିଏମ ସିସି ଫୁଟେଜ ଯାଞ୍ଚ କରିବାସହ ସମ୍ପୃକ୍ତ ଯୁବକକୁ କେଶ ନଂ ୧୭୭/୨୪ ରେ ମାମଲା ରୁଜୁକରି ଗିରଫ କରିଛି।

ଏହି ଘଟଣାରେ ଆଉ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ତତତ୍ଵାବଧାନରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ପବିତ୍ର ରଣବିଜୁଳିଙ୍କ ପୁଅ କରମ ଚାନ୍ଦ ରଣବିଜୁଳି ବୋଲି ଜଣାପଡ଼ିଛି।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡି କର୍ମୀ ସମ୍ମିଳନୀ, ଯୋଗଦେଲେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ଏନଏସି ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସୁଜାତା ପଣ୍ଡାଙ୍କ ସଭାପତିତ୍ୱରେ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏନଏସିର ମହିଳା ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଚିଲିକା ବିଧାନସଭା ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇଥିଲେ।

ବିଶ୍ୱ ମାତୃତ୍ୱ ଦିବସରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥି ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ମହିଳାଙ୍କୁ ସଶକ୍ତିକରଣ ତଥା ସ୍ୱାବଲମ୍ବୀ ପାଇଁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ପ୍ରୟାସ ଜାରିରଖିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଯୋଜନା ଉପଲବ୍ଧ ହେବାନେଇ ସାଂସଦ ପ୍ରାର୍ଥି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପୁରୁଖା କର୍ମୀମାନେ ନିବେଦନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ବହୁ କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା କୂଳରୁ ମୃତ ଡ଼ଲଫିନ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଚିଲିକା କୂଳ ଗୋପବନ୍ଧୁ ନଗର ଠାରେ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଛି।  ସୂଚନା ପାଇ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ମୃତ୍ ଡ଼ଲଫିନ ଜବତ କରିଛନ୍ତି। ଏହା ଇରାୱାଡି ପ୍ରଜାତିର ଡ଼ଲଫିନ ବୋଲି ଜଣାପଡିଛି।

ତେବେ ଡ଼ଲଫିନର ବୟସ ଆନୁମାନିକ ଦୁଇ ବର୍ଷ ଭିତରେ ହୋଇଥିବାବେଳେ ଏହାର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ବର୍ତ୍ତମାନ ମୃତ ଡ଼ଲଫିନର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ଚଢାଉ, ମିଳିଲା ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ସଫଳତା। ଜାତୀୟ ରାଜପଥରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ସୁନାଖେଳା ଓଭରବ୍ରିଜ ନିକଟରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୂଚନା ପାଇ ଚଢ଼ାଉ କରିଥିଲେ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଓ ଟିମ।

ଚଢ଼ାଉ ବେଳେ ତିନି ଯୁବକଙ୍କ ନିକଟରୁ ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ର ଫଇଜାଲ(୨୬), ମୁସାରଫ(୨୩) ଏବଂ ଜିସାନ (୨୨) l ତେବେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ କେଉଁଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେବିଷୟରେ ଏଯାବତ ମୁହଁ ଖୋଲିନାହାନ୍ତି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା କହିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବାଲୁଗାଁ ରାମପୁରରେ ରାମନବମୀ ଉତ୍ସବ ଉଦଯାପିତ

ବାଲୁଗାଁ: ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରୁ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁରରେ ଦୀର୍ଘ ୨୧ ଦିନ ବ୍ୟାପି ରାମନବମୀ ଉତ୍ସବ ପାଳିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଉଦଯାପିତ ହୋଇଯାଇଛି।

ରାମନବମୀ ପ୍ରାରମ୍ଭରୁ ଦୈନନ୍ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ରାମଚରିତ ମାନସ ପଠନ କରାଯାଉଥିଲା।ଏହିଅବସରରରେ ଅଞ୍ଚଳବାସୀ ନିଷ୍ଠାର ସହ ବ୍ରତ ରଖିଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭକ୍ତମାନେ ପୂର୍ଣ୍ଣ କଳସ ଧରି ପ୍ରଭୁ ଶ୍ରୀରାମଙ୍କୁ ବିମାନରେ ଅବତରଣ କରି ବାଜା ରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ।

ଶୁଦ୍ଧ ଓ ସାତ୍ତ୍ଵିକ ଭାବେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଉଦଯାପନୀ ଦିବସରେ ଠାକୁରଙ୍କ ଆଶିଷ ଲାଭ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ଗାଡି ଚୋର ଗିରଫ, ୩ ମୋଟର ସାଇକେଲ ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଜଣେ ଗାଡି ଚୋରକୁ ଗିରଫ କରିଛି ବାଲୁଗାଁ ପୋଲିସ। ତାଙ୍କ ନିକଟରୁ ୩ଟି ଚୋରି ମୋଟର ସାଇକେଲ ଜବତ ହୋଇଛି।

ଖବର ମୁତାବକ ଗତ ୨ ତାରିଖରେ ନାଭାଲ ଫାଣ୍ଡି ଅନ୍ତର୍ଗତ ଡୁଙ୍ଗମାଳରୁ ଏକ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ତଦନ୍ତ ଜାରି ରଖିଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଶ୍ରୀ ଗୌଡା ଆଜି ସକାଳୁ ଅଚାନକ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ସମ୍ପୃକ୍ତ ଗାଡି ଚୋରକୁ କାବୁ କରିବା ସହ ତାଙ୍କ ନିକଟରୁ ତିନୋଟି ମୋଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମର ସପନ ସାହୁଙ୍କ ପୁଅ ଦିଲ୍ଲୀପ ସାହୁ (୨୫) ବୋଲି ଜଣାପଡ଼ିଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୬୦/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ବ୍ୟବସ୍ଥା ପରଖିଲେ ଏସପି ଅବିନାଶ କୁମାର

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପୋଲିସ ପକ୍ଷରୁ ଏଥିପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ଚେକିଙ୍ଗ ଓ ପାଟ୍ରୋଲିଂ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଏସପି ଅବିନାଶ କୁମାର ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳ ପରିଦର୍ଶନରେ ଆସି ସମସ୍ତ ଚେକ ପୋଷ୍ଟର ବ୍ୟବସ୍ଥା ପରଖିଛନ୍ତି।

ଉକ୍ତ ଚେକ ପୋଷ୍ଟ ଗୁଡିକରେ କିପରି ନାଗରିକ ମାନଙ୍କ ଯାନବାହାନ ତନଖି କରାଯାଇଛି ତାହା ଅନୁଧ୍ୟାନ କରିଥିଲେ ଏସପି। ତତସହିତ ବାଲୁଗାଁ ଓ ବାଣପୁର ଥାନାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାହା ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି ଯଥା ଶାଳିଆ ଡ୍ୟାମ ଏବଂ ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିବା ସହ ସେଠାର ଏସପି ସୁରକ୍ଷା ବ୍ୟବସ୍ଥା ପରଖିଥିଲେ। ଏପରିକି ଏସପି ଏକାଧିକ ଚେକ ପୋଷ୍ଟରେ କିଛି କିଛି ସମୟ ଅତିବାହିତ କରିଥିଲେ। ଏହି ସମୟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଓ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବାଲୁଗାଁ: ଓଡିଆ ଚଳଚିତ୍ର ତଥା ମଞ୍ଚ ଅଭିନେତା ଗୌରାଙ୍ଗ ନାୟକଙ୍କ ପରଲୋକ

ଭୁବନେଶ୍ବର: ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଗୌରାଙ୍ଗ ନାୟକଙ୍କ ୮୫ବର୍ଷ ବୟସରେ ଆଜି ପୂର୍ବାଂହ ରେ ବାଲୁଗାଁ ନିମିକ୍ଷେତା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଯଥା ଦଣ୍ଡା ବାଳୁଙ୍ଗା, ଏଇ ସଂଘର୍ଷ, ଜାଗା ହାତରେ ପଘା, କିରାତ ଅର୍ଜୁନ, ଦୁର୍ଗା ଆଦି ସାତଟି ଓଡ଼ିଆ ଚଳଚ୍ଚିତ୍ର ରେ ପାର୍ଶ୍ୱ ଅଭିନେତା ଓ ଭଲ ଅଭିନୟ କରି ବେଶ ପରିଚିତ ଥିଲେ।

ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ସହିତ ବିଭିନ୍ନ ବର୍ଗରୁ ସମ୍ମାନିତ ହୋଇଥିଲେ ।ବିଭିନ୍ନ ମଞ୍ଚ ରେ ନାଟ୍ୟ ନିର୍ଦେଶନା, ସଙ୍ଗୀତ ପରିଚାଳନା, ନୃତ୍ୟ ନିର୍ଦେଶନା, ଅଭିନୟ କରି ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନ ଲାଭ କରିଥିଲେ। ଅର୍ଣ୍ଣପୂର୍ଣା ରଙ୍ଗମଞ୍ଚ ର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଭାବେ ପରିଚିତ ଥିଲେ।ଜଣେ ଆଦର୍ଶ ଶିକ୍ଷକ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ସେ ଚିଲିକା ଓ ବାଲୁଗାଁ ଅଞ୍ଚଳରେ ପରିଚିତ ଥିଲେ।

ମୃତ୍ୟୁ ବେଳକୁ ଏକମାତ୍ର ପୁଅ ସପନ , ଦୁଇ ଝିଅ ସନ୍ଧ୍ୟା ଓ ସ୍ୱାଗତିକା ଉପସ୍ଥିତ ଥିଲେ। ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗ ଦ୍ୱାର ରେ ସମ୍ପୂର୍ଣ୍ଣ ହୋଇଛି। ତାଙ୍କ ବିୟୋଗ ରେ ଏ ଅଂଚଳର ବୁଦ୍ଧିଜୀବୀ ଓ କଳା କାର ମହଲରେ ଶୋକପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଭୋଟର ସଚେତନତା ରାଲି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପଞ୍ଚାୟତ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟର ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ଏହି ରାଲି କରାଯାଇଥିଲା।

ଉକ୍ତ ରାଲି ବଡକୁଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବାହାରି ଏନଏସିର ବିଭିନ୍ନ ୱାର୍ଡ ସମେତ ବାଲୁଗାଁ ସହର ପରିକ୍ରମା କରିଥିଲା। ଏଥିରେ ଚିଲିକା ବ୍ଲକ, ବାଲୁଗାଁ ଏନଏସିର ସମସ୍ତ ସେକ୍ଟର ଅଫିସର, କର୍ମଚାରୀ, ବାଲୁଗାଁ ଥାନା କର୍ମଚାରୀ, ଏଫଏସଟି, ଭିଏସଟି, ଏସଏସଟି ପ୍ରମୁଖ ଯୋଗ ଦେଇ ନୂତନ ଯୁବ ଭୋଟର ଓ ସମସ୍ତ ଭୋଟରଙ୍କୁ ନିଜର ଅଧିକାର ମୁତାବକ ଶତ ପ୍ରତିଶତ ମତଦାନ କରିବାପାଇଁ ସଚେତନତା ବାର୍ତା ବାଣ୍ଟିଥିଲେ।

ଆସନ୍ତା ମେ ୨୫ ତାରିଖରେ ନିଜ ନିଜ ମତଦାନ କେନ୍ଦ୍ରରେ ପହଞ୍ଚି ଶାନ୍ତି ଶୃଙ୍ଖଳାର ସହ ନିଜ ମତଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ଗୋରୁ ଟ୍ରକକୁ ଜବତ କରାଯାଇଛି। ଏଥିରେ ୫୬ଟି ଗାଈ ଗୋରୁ ଓ ବାଛୁରୀ ଥିବାର ଜଣାପଡିଛି। ଏସବୁ ହାଇଦ୍ରାବାଦ ଚାଲଣ କରାଯାଉଥିବା ବୋଲି ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ଟ୍ରକକୁ ଜବତ କରିଛି।

ଘଟଣାରୁ ପ୍ରକାଶ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଇଗୋରୁ ରାତିରେ ବିଶ୍ରାମ ନେଉଥିବା ବେଳେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଚୋରାଇ ନେଇ ବାହାର ରାଜ୍ୟକୁ ଚାଲଣ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ, ସଦସ୍ୟ, ବଜରଙ୍ଗ ଦଳ, ଗୋ ସୁରକ୍ଷା ବାହିନୀ ର କର୍ମକର୍ତ୍ତା ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଏହି ଗାଈଗୋରୁ ଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ ଶାଳାକୁ ହସ୍ତାନ୍ତର କରୁଛନ୍ତି।

ଗତ କାଲି ମଧ୍ୟ ରାତ୍ରିରେ ଦୀକ୍ଷିତ ପଡ଼ା ଅଂଚଳରୁ ନମ୍ବର ବିହୀନ ଆଇଚର ଗାଡ଼ିରେ ଅତି ଦୟନିୟ ଅବସ୍ଥାରେ ବନ୍ଧା ଯାଇଥିବା ଗାଈଗୋରୁ କୁ ଗୋ ସୁରକ୍ଷା ସଂଗଠନ କର୍ମକର୍ତ୍ତା ଦେଖି ଉଦ୍ଧାର କରି ନାଚୁଣି ଥାନା କୁ ହସ୍ତାନ୍ତର କରିଥିଲେ। ନାଚୁଣୀ ପୋଲିସ ଗାଡି କୁ ଜବତ କରିବା ସହ ଉଦ୍ଧାର ଗାଈ ଗୋରୁ ଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲର ଗୋଶାଳା କୁ ପୋଲିସ ସହାୟତାରେ ପଠାଇ ଦେଇଛି ।

ତେବେ ଗାଡିର ଡ୍ରାଇଭର, ହେଲ୍ପର ଫେରାର ହୋଇ ଯାଇଛନ୍ତି। ନିକଟସ୍ଥ ଗୋ ଚାଲାଣ କାରୀଙ୍କ ସହିତ କିଛି ଅସାମାଜିକ ବ୍ୟକ୍ତି ମିଶି ନାଚୁଣୀ ଥାନା ପାଖରେ ପହଞ୍ଚି ଗୋସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କୁ ଧମକ ଦେବା ସହିତ ଭୁବନେଶ୍ୱର ଓ ଖୋର୍ଦ୍ଧା,ରୁ ଆସିଥିବା ଗୋ ସେବକ ମାନେ ଫେରିବା ସମୟରେ ସେମାନଙ୍କ ଗାଡି ଉପରକୁ ଢେଲା ପଥର ମାଡ଼ କରିଥିଲେ।

ଗତ କାଲି ଘଟଣା ଉପରେ ନାଚୁଣି ଥାନାରେ ଆଜି ଏକ କେଶ ରୁଜୁ କରାଯାଇଛି ଯାହାର ନମ୍ବର ୧୫୨/୨୦୨୪ରହିଛି। ଏହି ଘଟଣା ପରେ ଗାଡି ଡ୍ରାଇଭର, ହେଲ୍ପର ଫେରାର ହୋଇଯିବା ସହିତ ଗୋରୁ ବୋଝେଇ ଗାଡି କୁ ଆଗପଟୁ ଓ ପଛପଟୁ ସଶସ୍ତ୍ର ସୁରକ୍ଷା ଦେଉଥିବା ଦୁଇଟି କାରରେ ଆସିଥିବା ଅସାମାଜିକ ବ୍ୟକ୍ତି ମାନେ ମଧ୍ୟ ଉଭାନ ହୋଇଯାଇଛନ୍ତି।

ଏହାପୂର୍ବରୁ ଗତ ୧୭ ତାରିଖ ରାମ ନବମୀ ଦିନ ମଧ୍ୟାହ୍ନ ସମୟରେ ମୃତ ଗାଈଗୋରୁ ଙ୍କ ଅନ୍ତ ପୁଟା ନେଇ ଯାଉଥିବା ଏକ ଟ୍ରକକୁ ବଜରଙ୍ଗ ଦଳ ସହାୟତାରେ ମଧ୍ୟ ନାଚୁଣି ପୋଲିସ ଜବତ କରିଛି ତେବେ ଏହି ଅନ୍ତ ପୁଟା ମିଶ୍ରିତ ସାମଗ୍ରୀ ଅତି ଦୁର୍ଗନ୍ଧ ସୃଷ୍ଟି ହେଉଥିବା ବେଳେ ଏହାକୁ ପୋଲିସ ନଷ୍ଟ ନ କରି କେବଳ ମାମଲା କରି ଗାଡି, ମାଂସ ସାମଗ୍ରୀ ଓ ଡ୍ରାଇଭର, ହେଲ୍ପର୍ କୁ ଛାଡ଼ିଦେଇଥିବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତିଦିନ ମଧ୍ୟ ରାତ୍ରିରେ ରାଜ୍ୟ ରୁ ଖୋର୍ଦ୍ଧା ଜିଲ୍ଲାର ଜାତୀୟ ରାଜପଥ ଦେଇ ଶହ ଶହ ଟ୍ରକ ରେ ନିରୀହ ଗାଈଗୋରୁଙ୍କୁ ହତ୍ୟା ଉଦ୍ଦେଶ୍ୟ ରେ ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବା ବେଳେ କେଉଁ ସ୍ୱାର୍ଥ ରେ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ନିରବ ରହିଛି ତାହା ସମସ୍ତ ଙ୍କୁ ଚକିତ କରିଛି।

Categories
ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ଅଟୋ, ୫ ଗୁରୁତର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା 16 ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଲେଉଟିବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଅଟୋଟି ଚଣ୍ଡେଶ୍ୱର ଅଞ୍ଚଳରୁ ବାହାରି ଗଞ୍ଜାମ ପଥରା ଅଞ୍ଚଳକୁ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଅଟୋ ମଧ୍ୟରେ ଥିବା ୩ ଜଣ ପୁରୁଷ ଓ ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଉଥିବାର ଜଣାପଡିଛି।