Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଭାରତ ବିପକ୍ଷରେ ୧୯୫ ରନ ସଂଗ୍ରହ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ଵିତୀୟ ଟେଷ୍ଟ ମ୍ୟାଚ। ଏହି ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେ ବର୍ନ୍ସ ବିନା ଖାତା ଖୋଲି ଯଶପ୍ରିତ ବୁମରାହଙ୍କ ବଲରେ ୱିକେଟ କିପର ଋଷବ ପନ୍ତଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇଯାଇଥିବା ବେଳେ ଏମ. ୱାଡେ ୩୦ ରନ କରି ଆର ଅଶ୍ଵିନୀଙ୍କ ବଲରେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇ ପ୍ୟାବିଲନ ଫେରିଥିଲେ। ସେହିପରି ପଦାର୍ପଣ ମ୍ଯାଚରେ ମହମ୍ମଦ ସିରାଜ ତାଙ୍କର ପ୍ରଥମ ୱିକେଟ ଏମ ଲାବୁସେନଙ୍କ ରୂପେ ହାସଲ କରିଥିଲେ। ଏସ ସ୍ମିଥ ଶୂନ୍ୟ ରନରେ ଆଉଟ ହୋଇଥିବା ବେଳେ ଟି ହେଡ଼ ୩୮, ସି ଗ୍ରୀନ ୧୨, ଟି ପାଇନେ ୧୩, ପି କୁମମିନ୍ସ ୯, ଏମ ଷ୍ଟାର୍କ ୭, ଏନ ଲାଏନ ୨୦ ରନ କରି ଆଉଟ ହୋଇଥିଲେ।

ତେବେ ଭାରତ ପକ୍ଷରୁ ଯଶପ୍ରିତ ବୁମରାହ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି, ମହମ୍ମଦ ସିରାଜ ୨ ଟ ଏବଂ ରବୀନ୍ଦ୍ର ଜାଡ଼େଜା ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତର ସକ୍ରିୟ ମାମଲା 3 ଲକ୍ଷରୁ କମ୍: 163 ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି। ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି। 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି। 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା।

ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା  ରେକର୍ଡ କରାଯାଇଛି।

ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଲଖୁଣ୍ଟ ହାସଲ କରିଛି। 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି। ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା ସଂଖ୍ୟା 19,148 ଥିଲା।

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା 219 ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି। ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ।

ସମୁଦାୟ ସୁସ୍ଥ ମାମଲା 96 ଲକ୍ଷ (96,36,487) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ 95.65 ପ୍ରତିଶତରେ ପହଞ୍ଚାଇଛି। ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ 93,43,969 ରେ ସ୍ଥିର ହୋଇ ରହିଛି।

ଗତ 24 ଘଣ୍ଟା ମଧ୍ୟରେ 30,376 ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଗତ 25 ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି।

ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି।

ନୂତନ ଆରୋଗ୍ୟ ମାମଲାର 75.31% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି।

ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 6,053 ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଏହାରି ପଛକୁ 4,494 ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ 2,342 ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ 75.69 ପ୍ରତିଶତ 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 3,423 ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର 2,834 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ 1,515 ଟି ନୂଆ ମାମଲା ଆସିଛି।

ଗତ 24 ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ 76.74 ପ୍ରତିଶତ ଅର୍ଥାତ 301 ସଂଖ୍ୟକ ମୃତ୍ୟୁ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି।

ଦୈନିକ ମୃତ୍ୟୁ ମାମଲାର 18.27% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ। ଅର୍ଥାତ ଏଠାରେ 55 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ 41 ଏବଂ 27 ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ପାଇଁ ଆଜିଠାରୁ ଇଂଲଣ୍ଡକୁ ବିମାନ ଚଳାଚଳ ବନ୍ଦ କଲା ଭାରତ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡକୁ ବିମାନସେବା ବନ୍ଦ କରିଛି ଭାରତ। 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ବେସାମରିକ ବିମାନ ଚଳାଚଳ ବିଭାଗ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି ।

ବ୍ରିଟେନ୍‌ରେ କରୋନାର ନୂଆଷ୍ଟ୍ରେନ୍‌ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍‌କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍‌ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଭାରତ ମଧ୍ୟ ଏନେଇ ପଦକ୍ଷେପ ଗ୍ରହଣ ପୂର୍ବକ ବ୍ରିଟେନ୍‌କୁ ବିମାନ ଉଡାଣ ବନ୍ଦ ରଖିବାକୁ ଦାବି କରିଥିଲେ ।

Categories
ଆଜିର ଖବର ଖେଳ

ପ୍ରଥମ ଟେଷ୍ଟ ଦ୍ଵିତୀୟ ପାଳିରେ ଭାରତର ଶୋଚନୀୟ ବ୍ୟାଟିଂ: ମାତ୍ର ୩୬ ରନରେ ପାଳି ସମାପ୍ତ

ଆଡିଲେଡ୍: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୨୪୪ ରନ କରି ସମସ୍ତ ୱିକେଟ ହରାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ପାଳିରେ ମାତ୍ର ୧୯୧ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହାସହିତ ପ୍ରଥମ ପାଳିରେ ଭାରତୀୟ ଦଳ ୫୩ ରନରେ ଅଷ୍ଟ୍ରେଲିଆ ଠାରୁ ଆଗୁଆ ରହିଥିଲା।

ଏହାକୁ ନେଇ ଭାରତୀୟ ଦଳ ଉତ୍ସାହିତ ଥିବା ବେଳେ ଦ୍ଵିତୀୟ ପାଳି ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହି ୩୬ ରନରେ ୯ଟି  ୱିକେଟ ହରାଇବା ସହ ଅନ୍ତିମ ୱିକେଟ ଭାବେ ମହମ୍ମଦ ଶାମି ରିଟାୟର୍ଡ ହର୍ଟ ହୋଇଥିଲେ।

ତେବେ ଅଷ୍ଟ୍ରେଲିଆ ଦଳକୁ ଜିତିବା ପାଇଁ ମାତ୍ର ୯୦ ରନର ଆବଶ୍ୟକ। ଯାହା କୌଣସି ବଡ ଟାର୍ଗେଟ ନୁହେଁ। ଦ୍ଵିତୀୟ ପାଳିରେ ଭାରତର କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ କରିଥିବା ବେଳେ ପୃଥ୍ଵୀ ଶ ୪ ରନ, ଚିତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାନେ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଖାତା ଖୋଲିବାରେ ସମର୍ଥ ହୋଇପାରିନଥିଲେ। ସେହିପରି ଅଧିନାୟକ ବିରାଟ କୋହିଲୀ ୪ ରନ, ହନୁମା ବିହାରୀ ୮ ରନ, ଋଦ୍ଧିମାନ ଶାହ ୪ ରନ କରି ପାଭିଲିଅନ ଫେରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପି. କୁମିନ୍ସ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଜେ. ହଜିଲଉଡ଼ ମାତ୍ର ୫ ଓଭରରେ ୮ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଖେଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ: ସିରିଜ କବଜା କରିବା ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ ଟା ୪୦ ମିନିଟ ରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ଵିତୀୟ ମ୍ୟାଚ ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି। ସେପଟେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ। ତେଣୁ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇ ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ସେହିପରି ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ବଡ ଝଟକା ଲାଗିଛି। ଅଧିନାୟକ ଫିଞ୍ଚ ଆହତ ହୋଇଥିବା ବେଳେ ପ୍ରଥମ ମ୍ୟାଚରେ ଖେଳିଥିବା ଆଉ କେତେ ଜଣ ଖେଳାଳି ଆହତ ହୋଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳରେ କିଛି ଖେଳାଳି ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଯାଇଛି। ତେବେ ସୁପର ସଣ୍ଡେର ଏହି ସୁପର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଜଣାପଡୁଛି।

Categories
ଆଜିର ଖବର ଖେଳ

ଟି–୨୦ ମ୍ୟାଚ୍‌ରେ ନୂଆ ଜର୍ସିରେ ଦେଖାଦେବେ ଅଷ୍ଟ୍ରେଲିଆ ଖେଳାଳୀ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ

କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍‌ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍‌ ବିଶିଷ୍ଟ ଟି–୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କେନବରାରେ ଆଜି ଦ୍ବିପ୍ରହର ୧.୪୦ ସମୟରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଡିସେମ୍ବର ୬ ଓ ଡିସେମ୍ବର ୮ ରେ ସିଡ୍‌ନୀଠାରେ ଅନୁଷ୍ଠିତ ହେବ।

ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଅ ଖେଳାଳୀମାନେ ପିନ୍ଧିଥିବା ଜର୍ସିଟି ବେଶ୍‌ ସ୍ବତନ୍ତ୍ର ରହିଛି। ସ୍ବଦେଶୀ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ତାଙ୍କ ଦେଶର ଦୁଇ ମହିଳା। ଏକୁ ସୁନ୍ଦର ବାର୍ତ୍ତା ନେଇ ଏହି ଜର୍ସିଟି ପ୍ରସ୍ତୁତ କରାଯାଇଛି। ଏହିଜର୍ସିଟିକୁ ସିଏମ୍‌ ଅକ୍ଟୋବର ମାସରେ ଅନାବରଣ କରିଥିଲା।

ଅଷ୍ଟ୍ରେଲିଆର ଏହି ସ୍ବଦେଶୀ ଜର୍ସିଟି ମହାନ୍‌ ପୂର୍ବ ପୁରୁଷଙ୍କ ପ୍ରତିନିଧିତ୍ବ କରୁଛି। ଏହି ଜର୍ସିଟି ଷାଠିଏ ହଜାର ବର୍ଷ ପୂର୍ବରୁ ଚାଲି ଆସିଥିବା ସଂସ୍କୃତିକୁ ଧରି ରଖିଥିବା ସେହି ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରୁଛି।

ଏହି ଜର୍ସିର ଗାଢ ସବୁଜ ରଙ୍ଗଟି ମେଣ୍ଡାଲିଆଙ୍କ ଏକତା ଓ ନିରନ୍ତରତାକୁ ଦର୍ଶାଉଛି। ସେହିପରେ ଏଥିରେ ଚିତ୍ରିତ ହୋଇଥିବା ଅନ୍ୟ ସମସ୍ତ ଚିତ୍ର ବା ବସ୍ତୁ ଅଷ୍ଟ୍ରେଲିଆର ସ୍ବାଧୀନତା, ଇତିହାସ ଓ ସଂସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତେବେ ଏହି ଜର୍ସିଟିକୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚଳିତ ବର୍ଷ  ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପିନ୍ଧିଥିଲେ।

ଏହି ଜର୍ସିରେ ନଦୀ ଓ ପଷ୍ଠଭୂମି ରହିଛି। ଯାହା ପରିବାର ମଧ୍ୟରେ ସମ୍ପର୍କକୁ ଦର୍ଶାଉଛି। ସେହିପରି ଏଥିରେ ଥିବା ସର୍କଲ ବା ବର୍ତ୍ତୁଳାକାର ଚିତ୍ରଗୁଡିକ ଶକ୍ତି ଏବଂ ଲୋକଙ୍କ ମଧ୍ୟରେ ଯାତ୍ରାକୁ ଦର୍ଶାଉଛି। ସେହିପରି ତାରକା ଚିହ୍ନଗୁଡିକ ତାଙ୍କ ପୂର୍ବ ପୁରୁଷଙ୍କୁ ସୂଚାଉଛି। ସେହିପରି ଏହି ଜର୍ସିରେ ମଧ୍ୟଭାଗରେ ଥିବା ଚକ୍ରଟି କ୍ରିକେଟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସୂଚାଉଛି। ସେହିପରି ସେଥିରେ ଥିବା ପଛ ପଟର ଚିତ୍ରଟି ମଣିଷର ସଂଘର୍ଷକୁ ବୟାନ କରୁଛି। ଶହ ଶହ ବର୍ଷ ଧରି ସମାଜରେ ମଣିଷ ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ସୂଚାଉଛି।

ଏକ ଭିନ୍ନ ବାର୍ତ୍ତା ବହନ କରୁଥିବା ଅଷ୍ଟ୍ରେଲିଆ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ଆଣ୍ଟି ଫିଆନୋ କ୍ଲାକ୍‌ ଓ କର୍ଣ୍ଟିନ୍‌ ହାଗେନ୍‌। (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ଜଳ ସଙ୍କଟ: ବିଶ୍ଵର ୧୦୦ଟି ସହର ତାଲିକାରେ ଭାରତରେ ୩୦ ଟି ପ୍ରମୁଖ ସହର

ନୂଆଦିଲ୍ଲୀ: ବିଶ୍ବରେ ଜଳ ସଙ୍କଟ ବଢିବାକୁ ନେଇ ସତର୍କତା ସ୍ୱରୂପ ଏକ ତଥ୍ୟ ଜାରି କରିଛି ୱାର୍ଲଡ ୱାଇଡ୍‌ ଫଣ୍ଡ। ଏହି ସଂଗଠନର ତଥ୍ୟ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ବିଶ୍ଵର ୧୦୦ଟି ବଡ ବଡ ସହରରେ ଜଳର ଅଭାବ ପରିଲିକ୍ଷିତ ହେବ। କିନ୍ତୁ ଭାରତରେ ଏହି ଜଳ ସଙ୍କଟ ଅଧିକ ପରିମାଣରେ ଦେଖାଯିବ। ବିଶ୍ଵର ୧୦୦ଟି ସହର ମଧ୍ୟରୁ କେବଳ ଭାରତରେ ୩୦ ଟି ସହରରେ ଜଳର ଅଭାବ ଦେଖାଯିବ। ଯଦି ଏବେଠାରୁ ଜଳ ସଙ୍କଟର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରା ନଯିବ ତେବେ ଭବିଷ୍ୟତ ଅତ୍ୟନ୍ତ ଭୟାନକ ହେବ ବୋଲି କୁହାଯାଇଛି।

ତେବେ ଉକ୍ତ ତାଲିକାରେ ସ୍ଥାନ ପାଇଥିବା ଭାରତର ୩୦ ପ୍ରମୁଖ ସହର ମଧ୍ୟରେ ରହିଛି ଜୟପୁର, ଇନ୍ଦୋର, ଅମୃତସର, ପୁନେ, ଶ୍ରୀନଗର, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇ, କୋଝିକୋଡ୍‌, ବିଶାଖାପଟନମ୍‌, ଥାନେ, ବଡୋଦରା, ରାଜକୋଟ୍‌, କୋଟା, ନାସିକ, ଅହମ୍ମଦାବାଦ, ଜବଲପୁର, ହୁବଲି-ଧରୱାଡ, ଭୋପାଳ, ଗ୍ୱାଲିୟର, ସୁରଟ, ଦିଲ୍ଲୀ, ଆଲିଗଡ, ଲକ୍ଷ୍ନୌ ଓ କନ୍ନୁର।

ଏସବୁ ସହରରେ ଏବେ ଜଳବିତ୍ପାତ ଓ ଜଳ ସଙ୍କଟ ଦେଖିବାକୁ ମିଳୁଛି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ହେଲେ ସହରାଞ୍ଚଳ ଜଳ ବିଭାଜିକା ପ୍ରକଳ୍ପର ପୁନରୁଦ୍ଧାର ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଧ୍ୟାନଦେବାକୁ ପଡିବ। ତା’ଛଡା ସ୍ମାର୍ଟ ସିଟି ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରି ଜଳସମସ୍ୟା ଓ ଜଳସଙ୍କଟର ସମାଧାନ ପାଇଁ ଉପାୟ ବାହାର କରିବାକୁ ପଡିବ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡକ୍ଟର ସେଜାଲ ୱରାହ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ଅଗ୍ରଣୀ ହେବା ପାଇଁ ପ୍ରକୃଷ୍ଟ ସମୟ, ଅମ୍ବାନି

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍‌ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ।

ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର ସମ୍ବଳକୁ ସୁରକ୍ଷିତ ରଖିବା ସକାଶେ ସରକାର ଆଗାମୀ ଦିନରେ ଏକ ଦୃଢ ଡାଟା ନିୟାମକ ବିଧିବ୍ୟବସ୍ଥା ପ୍ରଣୟନ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଆଶା ପ୍ରକାଶ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱସମ୍ପନ୍ନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆରଏଆଇଏସଇ) ୨୦୨୦ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ଅମ୍ବାନି ଡାଟାର ଜାତୀୟକରଣ ସକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଆଗାମୀ ଦିଗରେ ଭାରତ ଡିଜିଟାଲ ପୁଞ୍ଜିକୁ ନେଇ ଅଧିକରୁ ଅଧିକ ପ୍ରତିଯୋଗିତା କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ବିକାଶ ନିମନ୍ତେ ବିପୁଳ ଡିଜିଟାଲ ପୁଞ୍ଜିର ଫାଇଦା ଉଠାଇବାକୁ ଭାରତ ପାଖରେ ଅନନ୍ୟ ସୁଯୋଗ ରହିଥିବା ସେ କହିଥିଲେ। ଭାରତୀୟ ଅର୍ଥନୀତି ଓ ନାଗରିକ ସମାଜ ମିଳିତ ଭାବରେ ଦ୍ରୁତ ଗତିରେ ବିପୁଳ ପରିମାଣରେ ଡାଟା ସୃଷ୍ଟି କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଡାଟାକୁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଇଥାଏ। ଡାଟା ମଧ୍ୟ ଏକ ପ୍ରକାରର ଡିଜିଟାଲ ପୁଞ୍ଜି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ବଳ। ତେଣୁ ଡାଟା ସୁରକ୍ଷା ନିଶ୍ଚିତ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜରୁରୀ ଆବଶ୍ୟକତା ରହିଛି।

ଭାରତର ୧୩୦  କୋଟି ଲୋକ ଯେତେବେଳେ ଡିଜିଟାଲ ପଦ୍ଧତିରେ ସଶକ୍ତ ହେବେ ସେତେବେଳେ ସେମାନେ ନୂତନ ଡିଜିଟାଲ ଉଦ୍ୟୋଗ ବ୍ୟାପକ ଭାବେ ସୃଷ୍ଟି କରିବେ ଏବଂ ତାହା ଦ୍ରୁତତର ଅର୍ଥନୈତିକ ଅଭିବୃଦ୍ଧି, ବୃହତ୍ତର ସମୃଦ୍ଧି, ଉଚ୍ଚ ଗୁଣାତ୍ମକ ମାନର ନିଯୁକ୍ତି ସୁଯୋଗ ଏବଂ ଆମ ସମାଜର ସବୁ ସ୍ତରରେ ଉତ୍ତମ ଜୀବନଧାରଣ ମାନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଥିଲେ। ଅମ୍ବାନି କହିଲେ, ପୃଥିବୀ ପୃଷ୍ଠରେ ଏକ ବୃଦ୍ଧିମାନ ଜୀବନର ଜନ୍ମ ସହିତ ଆଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କେବଳ ତୁଳନା କରାଯାଇପାରିବ।

ଆଗାମୀ ଦଶନ୍ଧିଗୁଡିକରେ ମୋଟ ଅଣ-ଜୈବିକ ବୁଦ୍ଧିମତା ସମୁଦାୟ ମାନବ ଜାତିର ବୁଦ୍ଧିକୁ ଟପିଯିବ। କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବେହେଲେ ମଣିଷ ମସ୍ତିଷ୍କର ପ୍ରତିବଦଳ ସ୍ଥାନ ନେଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ସଂପୃକ୍ତ ଅନ୍ୟାନ୍ୟ ପ୍ରଯୁକ୍ତି ଭାରତ ତଥା ବିଶ୍ୱ ସମ୍ମୁଖରେ ଥିବା ବହୁ ଜଟିଳ ସମସ୍ୟାର ସମାଧାନ ଦିଗରେ ଆମର ସାମର୍ଥ୍ୟକୁ ପରିବ୍ୟାପ୍ତ କରିବ ବୋଲି ସେ ମତ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତାଙ୍କ ଉଦ୍‌ବୋଧନରେ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାରତକୁ ତାହାର ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ସୁରୁଖୁରୁରେ ଅଗ୍ରସର ହେବାରେ ସମର୍ଥ କରାଇବ। ସେଥିମଧ୍ୟରେ ଦେଶକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରଣ କରିବା, ଶିଳ୍ପ ଏବଂ ବ୍ୟବସାୟଗୁଡିକ ‘ଆତ୍ମନିର୍ଭର’ କରିବା ଏବଂ ନୂତନ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଭାରତ ଆଧିପତ୍ୟ ବିସ୍ତାର କରିବା, ଭାରତୀୟ କୃଷିକ୍ଷେତ୍ରର ଆଧୁନିକିକରଣ ଏବଂ କୃଷକଙ୍କ ଆୟ ବୃଦ୍ଧି, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଣ ଆଦି ଅନ୍ତର୍ଭୁକ୍ତ।

ସେ କହିଲେ, ଭାରତୀୟ ଶିଳ୍ପ ଏବଂ ଭାରତୀୟ ଯୁବଗୋଷ୍ଠୀ ତଥା ସମୁଦାୟ ରାଷ୍ଟ୍ର ଏକ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଏକ ସୁଦୃଢ, ଚିରସ୍ଥାୟୀ ଏବଂ ସମଭାବାପନ୍ନ ନୂତନ ଭାରତ ଗଠନ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହିତ କରିବ। ତେଣୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ତଥା ଏହା ଯେଭଳି ପ୍ରତ୍ୟେକ ଭାରତୀୟଙ୍କ କାର୍ଯ୍ୟରେ ଲାଗିପାରିବ, ସେଥିପାଇ ପ୍ରକୃଷ୍ଟ ସମୟ ଉପନୀତ ଏବଂ ସମସ୍ତ ସାଧନ ପ୍ରସ୍ତୁତ ବୋଲି ସେ କହିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅନ୍ୟାନ୍ୟ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ଭାରତୀୟ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କରୋନାରେ ଚାଳିଶ ହଜାର ମୃତ୍ୟୁ, ଆମ ଦେଶରେ ଏଥିଲାଗି ଉତ୍ତରଦାୟିତ୍ଵ ନେବାକୁ କେହି ବି ପ୍ରସ୍ତୁତ ନୁହନ୍ତି!!

କେଦାର ମିଶ୍ର

ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୪୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୪୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ତେବେ ସରକାରକୁ କହିବ କିଏ ଯେ, ପାକିସ୍ତାନରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନାରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର ଲୋକ ମରି ଚାଲିଛନ୍ତି ଓ ସେଥିରେ ଅଙ୍କୁଶ ଲାଗିବାର କୌଣସି ସମ୍ଭାବନା ଦିଶୁନାହିଁ। ଏଥିଲାଗି ଗୋଟେ ଦେଶରେ କାହାର ବି ଉତ୍ତର ଦାୟିତ୍ଵ ନାହିଁ ଯେମିତି।

ଏବେ ତ ଗଣମାଧ୍ୟମରେ କରୋନାକୁ ନେଇ ଆଲୋଚନା ପ୍ରାୟ ବନ୍ଦ ହୋଇଗଲାଣି। ଏପ୍ରିଲ ମାସରେ ଯେତେବେଳେ ଦିନକୁ ହଜାରେ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମେ ହାହାକାର କରୁଥିଲେ। ଏ ସଂଖ୍ୟା ଏବେ ଦୈନିକ ହାରାହାରି ପଚାଶ ହଜାର। ସେତେବେଳକୁ ସବୁକିଛି ଚୁପ। ଗଣମାଧ୍ୟମ ମହାମାରୀର ବିଭୀଷିକାକୁ ଚାପି ଦେବାଲାଗି ପ୍ରତିଦିନ ନୂଆ ସୁଆଙ୍ଗ ରଚନା କରୁଛି। ପ୍ରଥମେ ରାଜସ୍ଥାନ ସରକାରକୁ ନେଇ ନାଟକବାଜି ଚାଲିଲା। ତା ପରେ ଆସିଲା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା। ସେଥିରେ ଯୋଡିହେଲା ରାଫେଲ ଯୁଦ୍ଧ ବିମାନ ଓ ରାମ ମନ୍ଦିର ଭୂମି ପୂଜନ। ମନ୍ଦିର ଶିଳାନ୍ୟାସ ଗୋଟେ ଦେଶର ଏତେ ବଡ ପ୍ରସଙ୍ଗ ଯେ ସେଠାରେ ୪୦ ହଜାର ନାଗରିକଙ୍କ ଜୀବନ ମୂଲ୍ୟହୀନ ହୋଇ ପଡୁଛି।

ସରକାରର ବଡ ବଡ ମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖୋଦ ଗୃହମନ୍ତ୍ରୀ ଏବେ କରୋନା କବଳରେ। ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଗଲା ପରେ ସେ କଣ ଖାଇଲେ, କଣ ଲେଖିଲେ, କି ଗୀତା ଶୁଣିଲେ, ତାକୁ ଖବର କରୁଥିବା ଆମର ଟେଲିଭିଜନ ଚାନେଲ ମେଦାନ୍ତ ଡାକ୍ତରଖାନାରେ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନ କଣ କରୁଛନ୍ତି, ତାର ଖବର ଦେଉନାହାନ୍ତି କାହିଁକି? କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ବିରୋଧିଦଳ ନେତା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶର ୯ରୁ ଅଧିକ ମନ୍ତ୍ରୀ , ଏମିତି ଅନେକ ନିର୍ଣ୍ଣାୟକ ଶାସକ ଏବେ ଡାକ୍ତରଖାନାରେ। ତାହା କିନ୍ତୁ ଗଣମାଧ୍ୟମର ପ୍ରସଙ୍ଗ ନୁହେଁ। କରୋନା କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଯେଉଁପ୍ରକାର ସାମାଜିକ ବିଦ୍ଵେଷ ତିଆରି ହେଉଛି, ସେ ସମ୍ପର୍କରେ ଆମେ ସମସ୍ତେ ଚୁପ।

ଏକ କୃର ବାସ୍ତବତାକୁ ଚପାଇଦେବାକୁ ସରକାର, ଅଦାଲତ, ବିଧାନପାଳିକା ଓ ଗଣମାଧ୍ୟମ, ସମ୍ମିଳିତ ଉଦ୍ୟମ କରିଛନ୍ତି। କୌଣସି ରାଜନୈତିକ ଦଳ ଆଜିର ସମୟରେ ଏତେ ଲୋକଙ୍କ ମୃତ୍ୟୁ ଲାଗି କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ପଚାରୁନାହାନ୍ତି। ଦେଶର ସର୍ବୋଚ୍ଚ ବିଧାନ ପାଳିକା ସଂସଦର ବର୍ଷାକାଳୀନ ଅଧିବେଶନ ହେଉ ବୋଲି କୌଣସି ରାଜନୈତିକ ଦଳ ଏ ଯାଏ ଦାବି କରିନାହାନ୍ତି। ଦେଶର ସଙ୍କଟ ସମୟରେ ଆମର ସଂସଦର କିଛି ଦାୟିତ୍ଵ ଅଛି ନା ନାହିଁ। ଏକ ସଂକ୍ରାମକ ମହାମାରୀ ସମୟରେ ସଂସଦ ଚାଲିବା ଅନୁଚିତ ବୋଲି କୁହାଯାଉଛି। ମହାମାରୀ ସମୟରେ ସେବକ ଓ ସେବାୟତଙ୍କର କରୋନା ପରୀକ୍ଷା କରି ରଥଯାତ୍ରା ହୋଇପାରୁଛି। ରାମ ମନ୍ଦିରର ଭୂମି ପୂଜନ ହୋଇପାରୁଛି। ସବୁ ସାଂସଦଙ୍କର କରୋନା ପରୀକ୍ଷା କରି ସଂସଦ ଚାଲି ପାରିବନି କାହିଁକି? ସବୁ ବିଧାୟକଙ୍କର ପରୀକ୍ଷା କରି ବିଧାନସଭା ରେ କରୋନାକୁ ନେଇ ବିତର୍କ ହେବନି କାହିଁକି? ଏଥିଲାଗି ଆମର ଲୋକ ପ୍ରତିନିଧିମାନେ ନିଜେ ଆଗ୍ରହୀ ନୁହନ୍ତି।

ଚାରି ମାସରେ ୪୦ ହଜାର ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିବା ଏକ ସାଧାରଣ ଘଟନା କି? ଇଟାଲିରେ ଯେବେ ୨୦ ହଜାର ଲୋକ ମୃତ୍ୟୁବରଣ କଲେ, ସେଠିକାର ପ୍ରଧାନମନ୍ତ୍ରୀ ଭୋ ଭୋ କାନ୍ଦି ପକାଇଥିଲେ। ଜର୍ମାନୀ ର ଚାନ୍ସେଲର ଆଞ୍ଜେଲା ମାର୍କେଲ ନିଜ ଦେଶର ଲୋକଙ୍କୁ ବଞ୍ଚାଇବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ। ସମଗ୍ର ୟୁରୋପରେ ଏପ୍ରିଲ-ଜୁନ, ତିନିମାସ ବ୍ୟାପୀ ନେତୃତ୍ବର ପରାକାଷ୍ଠା ଆମେ ଦେଖିଛୁ। ଆମ ଦେଶରେ ଏବେ ରାଜନୈତିକ ନେତୃତ୍ବର କୌଣସି ମାନବୀୟ ମୁହଁ ଦେଖିବାକୁ ପାଉନୁ।

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବହୁ ଅନୁଷ୍ଠାନ ଓ ଉତ୍ସବ ଦେଶରେ ତଥା ରାଜ୍ୟରେ ପାଳନ ହେଲାଣି। ଯେଉଁମାନେ କୋଭିଡ଼ ଲାଗି କାମ କରୁଛନ୍ତି, ସେମାନେ ଯୋଦ୍ଧା। ହେଲେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି, ସେମାନେ କଣ କାହାର କେହି ନୁହନ୍ତି? ୪୦ ହଜାର ଭାରତୀୟଙ୍କର ମୃତ୍ୟୁରେ କାହା ଆଖିରୁ ଲୁହ ଟୋପାଏ ଝରିଛି କି? ଖାଲି ଯେ ୪୦ ହଜାର ଲୋକ କୋଭିଡ଼ ରେ ମରିଛନ୍ତି, ତାହା ଶେଷ କଥା ନୁହେଁ। ଏହି ମହାମାରୀ କାରଣରୁ ୧୨ କୋଟି ଲୋକଙ୍କର ଜୀବିକା ଉଜୁଡି ଯାଇଛି। କୋଟି କୋଟି ଭାରତୀୟ ପାଦରେ ଚାଲି ରାସ୍ତାରେ ମରିଛନ୍ତି। ମାନସିକ ଅବସାଦରେ ବି ଶହ ଶହ ଲୋକ ଆତ୍ମହତ୍ୟା କରୁଛନ୍ତି। ଏ ସବୁ ଆମକୁ ବିଚଳିତ କରୁନି, ଆଶ୍ଚର୍ୟ।

ଏ ଯାଏ ମୋ ଦେଶର ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଲେଣି। ଆମେ ସେମାନଙ୍କୁ କରୋନା ସହିଦ ବୋଲି କହିବା କି?

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦିନକରେ ପ୍ରାୟ15 ହଜାର ଆକ୍ରାନ୍ତ ଚିହ୍ନଟ , 312 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ :  ଭାରତରେ କରୋନା ସ୍ଥିତି ବେକାବୁ ହେଉଛି । ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସର୍ବାଧିକ 14 ହଜାର 933  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 40 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ24  ଘଣ୍ଟାରେ 14 ହଜାର 933 ନୂତନ ମାମଲା ଆସିଥିବାବେଳେ 312 ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 40 ହଜାର 215 ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 14 ହଜାର 011 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2ଲକ୍ଷ 48 ହଜାର 190 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 78  ହଜାର 014ସକ୍ରିୟ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 6 ହଜାର 283 ଜଣ ପ୍ରାଣ ହରାଇଥିବାବେଳେ ଦିଲ୍ଲୀରେ 2ହଜାର 233 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 1884, ପଶ୍ଚିମବଙ୍ଗରେ 569ଜଣଙ୍କର ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କିପରି ସ୍ଥିତି ରହିଛି :

କ୍ର. ନଂ ରାଜ୍ୟର ନାମ ପଜିଟିଭ୍‌ ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 48 37 0
2 ଆନ୍ଧ୍ରପ୍ରଦେଶ 9372 4495 111
3 ଅରୁଣାଚଳ ପ୍ରଦେଶ 139 21 0
4 ଆସାମ 5586 3521 9
5 ବିହାର 7825 5781 55
6 ଚଣ୍ଡୀଗଡ 411 322 6
7 ଛତିଶଗଡ 2303 1513 12
8 ଦିଲ୍ଲୀ 62655 36602 2233
9 ଗୋଆ 864 152 1
10 ଗୁଜୁରାଟ 27825 19909 1684
11 ହରିୟାଣା 11025 5916 169
12 ହିମାଚଳ ପ୍ରଦେଶ 727 437 8
13 ଜମ୍ମୁକାଶ୍ମୀର 6088 3531 85
14 ଝାରଖଣ୍ଡ 2137 1469 11
15 କର୍ଣ୍ଣାଟକ 9399 5730 142
16 କେରଳ 3310 1749 21
17 ଲଦାଖ 847 136 1
18 ମଧ୍ୟପ୍ରଦେଶ 12078 9215 521
19 ମହାରାଷ୍ଟ୍ର 135796 67706 6283
20 ମଣିପୁର 898 250 0
21 ମେଘାଳୟ 44 37 1
22 ମିଜୋରାମ 141 9 0
23 ଓଡ଼ିଶା 5303 3863 15
24 ପୁଡୁଚେରୀ 383 149 8
25 ପଞ୍ଜାବ 4235 2825 101
26 ରାଜସ୍ଥାନ 15232 11910 356
27 ତାମିଲନାଡୁ 62087 34112 794
28 ତେଲେଙ୍ଗାନା 8674 4005 217
29 ତ୍ରିପୁରା 1237 782 1
30 ଉତ୍ତରାଖଣ୍ଡ 2402 1521 28
31 ଉତ୍ତରପ୍ରଦେଶ 18322 11601 569
32 ପଶ୍ଚିମବଙ୍ଗ 14358 8687 569
33 ନାଗାଲାଣ୍ଡ 280 141 0
34 ସିକିମ୍‌ 78 29  0
35 ଦାଦ୍ରାନଗର ହାବେଳୀ 91 27  0
ମୋଟ୍‌ ପଜିଟିଭ୍‌ 440215 248190 14011
Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସାତ ହଜାର ଟପିଲା

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ବେଶ୍‌ ଜଟିଳ ଥିବାବେଳେ । ଭାରତରେ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଦେଶରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ  56 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 7 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଗତ 24 ଘଣ୍ଟାରେ 983 ନୂଆ ମାମଲା ସାମନାକୁ ଆସିଥିବାବେଳେ 206ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 56 ହଜାର 611 ରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ଭାରତରେ 7 ହଜାର 135 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 1,24 ହଜାର 095ଜଣ ସୁସ୍ଥ ହୋଇଛନ୍ତି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 25 ହଜାର 381ଜଣ ସକ୍ରିୟ ଅଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 85 ହଜାର 956 ଜଣ ସଂକ୍ରମିତ ଥିବା ବେଳେ 3 ହଜାରରୁ ଅଧିକ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ 3060ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ 269ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 1249, ରାଜସ୍ଥାନରେ 240, ଉତ୍ତରପ୍ରଦେଶରେ 275, ମଧ୍ୟପ୍ରଦେଶରେ 412, ଦିଲ୍ଲୀରେ 761 ଓ ପଶ୍ଚିମବଙ୍ଗରେ 396ଜଣଙ୍କ ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି

ରାଜ୍ୟ
ଆକ୍ରାନ୍ତ
ସୁସ୍ଥ ମୃତ
ମହାରାଷ୍ଟ୍ର 85975 39314 3060
ତାମିଲନାଡୁ 31667 16999 269
ଦିଲ୍ଲୀ 27654 10664 761
ଗୁଜୁରାଟ 20070 13635 1249
ରାଜସ୍ଥାନ 10599 7641 240
ଉତ୍ତରପ୍ରଦେଶ 10536 6185 275
ମଧ୍ୟପ୍ରଦେଶ 9401 6331 412
ପଶ୍ଚିମବଙ୍ଗ 8187 3303 396
କର୍ଣ୍ଣାଟକ 5452 2132 61
ବିହାର 5088 2480 30
ଆନ୍ଧ୍ରପ୍ରଦେଶ 4708 2682 75
ହରିୟାଣା 4448 2134 28
ଜାମ୍ମୁ ଓ କାଶ୍ମୀର 4087 1216 41
ତେଲେଙ୍ଗାନା 3580 1710 123
ଓଡ଼ିଶା 2856 1894 9
ପଞ୍ଜାବ 2608 2106 51
ଆସାମ 2565 615 4
କେରଳ 1914 803 15
ଉତ୍ତରାଖଣ୍ଡ 1355 528 13
ଝାଡଖଣ୍ଡ 1099 490 7
ଚଣ୍ଡୀଗଡ 1073 283 4
ତ୍ରିପୁରା 800 192 0
ହିମାଚଳ ପ୍ରଦେଶ 413 224 5
ଚଣ୍ଡୀଗଡ 314 273 5
ଗୋଆ 300 65 0
ମଣିପୁର 172 52 0
ନାଗାଲାଣ୍ଡ 118 8 0
ଲଦାଖ 103 50 1
ପୁଡୁଚେରୀ 99 36 0
ଅରୁଣାଚଳ ପ୍ରଦେଶ 51 1 0
ମେଘାଳୟ 36 13 1
ମିଜୋରାମ 34 1 0
ଆଣ୍ଡାମାନ୍‌ ନିକୋବର 33 33 0
ଦାଦ୍ରାନଗର ହାବେଳୀ 20 2 0
ସିକିମ୍‌ 7 0 0
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ କରୋନା ମୃତ୍ୟୁ 3 ଲକ୍ଷ 77 ହଜାର

ନୂଆଦିଲ୍ଲୀ :  ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା 3 ଲକ୍ଷ 77 ହଜାରକୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 63 ଲକ୍ଷ 62 ହଜାର । ବିଶ୍ବରେ କରୋନା ଜନିତ 75 ପ୍ରତିଶତ ମାମଲା କେବଳ 13ଟି ଦେଶରୁ ଆସିଛି । ଏହି ସମସ୍ତ ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 47.65 ଲକ୍ଷ ରହିଛି ।

କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ୫୯ ହଜାର ୩୨୩ରେ ପହଞ୍ଚିଛି । ସେହିପରି ମୋଟ 1 ଲକ୍ଷ 6 ହଜାର 925 ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲ୍‌ରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାବେଳେ ବ୍ରାଜିଲ୍‌ ପରକୁ ରୁଷ୍‌ ଓ ଭାରତ ଆଦି ଦେଶ ରହିଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କିପରି ରହିଛି

  • ଆମେରିକା : ସଂକ୍ରମିତ ମାମଲା – 1,859,174, ମୃତ୍ୟୁ ସଂଖ୍ୟା – 106,923
  • ବ୍ରାଜିଲ୍‌: ସଂକ୍ରମିତ ମାମଲା – 529,018, ମୃତ୍ୟୁ ସଂଖ୍ୟା – 30,046
  • ରୁଷ୍‌: ସଂକ୍ରମିତ ମାମଲା – 414,878, ମୃତ୍ୟୁ ସଂଖ୍ୟା – 4,855
  • ସ୍ପେନ୍‌: ସଂକ୍ରମିତ ମାମଲା – 286,718, ମୃତ୍ୟୁ ସଂଖ୍ୟା – 27,127
  • ୟୁକେ: ସଂକ୍ରମିତ ମାମଲା – 276,332, ମୃତ୍ୟୁ ସଂଖ୍ୟା – 39,045
  • ଇଟଲୀ: ସଂକ୍ରମିତ ମାମଲା – 233,197, ମୃତ୍ୟୁ ସଂଖ୍ୟା – 33,475
  • ଭାରତ: ସଂକ୍ରମିତ ମାମଲା – 198,370 ମୃତ୍ୟୁ ସଂଖ୍ୟା – 5,608
  • ଫ୍ରାନ୍ସ: ସଂକ୍ରମିତ ମାମଲା – 189,220, ମୃତ୍ୟୁ ସଂଖ୍ୟା – 28,833
  • ଜର୍ମାନୀ: ସଂକ୍ରମିତ ମାମଲା – 183,765, ମୃତ୍ୟୁ ସଂଖ୍ୟା – 8,618
  • ପେରୁ: ସଂକ୍ରମିତ ମାମଲା – 170,039, ମୃତ୍ୟୁ ସଂଖ୍ୟା – 4,634
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ କରୋନା ମୃତ୍ୟୁ 3ଲକ୍ଷ 73 ହଜାରକୁ ବୃଦ୍ଧି : ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 62ଲକ୍ଷ 62 ହଜାର 805ରେ ପହଞ୍ଚିଛି । କରୋନାରୁ ଆରୋଗ୍ୟ ହୋଇଛନ୍ତି 28 ଲକ୍ଷ 46 ହଜାର 523ଜଣ । ବିଶ୍ବର 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,394କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ନବେ ହଜାର 609 ରହିଛି ।

12ଟି ଦେଶରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି । ରୁଷ୍‌, ବ୍ରାଜିଲ୍‌ ସ୍ପେନ୍‌, ୟୁକେ, ଇଟାଲୀରେ କରୋନା ମାମଲା ସଂଖ୍ୟା ଦୁଇ ଲକ୍ଷ ପାର୍‌ କରିଥିବାବେଳେ ଛଅଟି ଦେଶରେ ଏକ ଲକ୍ଷରୁ ଅଧିକ କରେନା ମାମଲା ରହିଛି । ଆମେରିକା ସମେତ ଉପରୋକ୍ତ ସମସ୍ତ 12ଟି ଦେଶରେ ମୋଟ୍‌ 46 ଲକ୍ଷ କରୋନା କେସ୍‌ ରହିଛି । ଆମେରିକା ବ୍ୟତୀତ ରୁଷ୍‌ ଓ ବ୍ରାଜିଲ୍‌ରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ ପାର କରିଥିବାବେଳେ ଚୀନ୍‌ ଟପ୍‌-16 ସଂକ୍ରମିତ ଦେଶର ସୂଚୀରୁ ବାହାରି ସାରିଛି ।

ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାରେ ସ୍ଥିତି ସାଂଘାତିକ ରହିଛି । ଏଠାରେ ମୋଟ୍‌ 1ଲକ୍ଷ 6 ହଜାର 194ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 37 ହଜାର 170 ଜଣରହିଛନ୍ତି । ସେହିପରି ବ୍ରାଜିଲ୍‌ରେ ମୃତ୍ୟୁ ସଂଖ୍ୟା 29 ହଜାର 314 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 14 ହଜାର 849ରେ ପହଞ୍ଚିଛି । ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 5 ହଜାର 843 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 4, 693କୁ ବୃଦ୍ଧି ହୋଇଛି । ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27 ହଜାର 127 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2, 86 ହଜାର 509ରେ ପହଞ୍ଚିଛି । ୟୁକେରେ ମୃତ୍ୟୁ ସଂଖ୍ୟା 38 ହଜାର 161କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 762 ରହିଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 2, 32, 997 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 415ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28 ହଜାର 802ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 88 ହଜାର 882 ରହିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ 83 ହଜାର 494ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 605ରେ ପହଞ୍ଚିଛି । ସେହିପରି ପେରୁରେ ମୃତ୍ୟୁ ସଂଖ୍ୟା 4,506 ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 64 ହଜାର 476ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ସ୍ଥିତି ଜଟିଳ : ଦିନକରେ 265 ମୃତ

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 971 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 82,370 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86,422 ସକ୍ରିୟ ଅଛନ୍ତି। ଏବେ 86 ହଜାର 422 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 62 ହଜାର 228 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2098 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 980, ମଧ୍ୟପ୍ରଦେଶରେ 334  ଓ ପଶ୍ଚିମବଙ୍ଗରେ 302 ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)