Categories
ଆଜିର ଖବର ଜାତୀୟ ଖବର

କାନପୁର ମେଟ୍ରୋର ନୂତନ ସେକ୍ସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଯାତ୍ରା

ନୂଆଦିଲ୍ଲୀ: କାନପୁର ମେଟ୍ରୋ ପ୍ରକଳ୍ପର ନୂତନ ବିଭାଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହା ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ। ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଥିଲେ, ସେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ। ଏହି ବିଭାଗଟି ଆଇଆଇଟି କାନପୁରରୁ ମୋତି ହ୍ରଦ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ଲମ୍ବା। ପିଏମଓ ଅନୁଯାୟୀ, କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ୩୨ କିଲୋମିଟର ଏବଂ ଏହା ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେଉଛି।

କାନପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ବିନା-ପନକୀ ପାଇପଲାଇନ ପ୍ରକଳ୍ପର କ୍ଷମତା ବାର୍ଷିକ ପ୍ରାୟ ୩.୪୫ ନିୟୁତ ମେଟ୍ରିକ ଟନ୍ ଅଟେ। ମଧ୍ୟପ୍ରଦେଶର ବିନା ରିଫାଇନାରୀ ଠାରୁ କାନପୁରର ପନକୀ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

Categories
ଆଜିର ଖବର ଜାତୀୟ ଖବର

ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନର ଶୁଭାରମ୍ଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ’ ଠାରେ ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଂଟନ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶୁଭାରମ୍ଭ କରିବା ଅବସରରେ ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଟଳ ବିହାରୀ ବାଜପେୟୀଜୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି କରୋନା ମହାମାରୀ ସମୟରେ ଦେଶରେ ଡିଜିଟାଲ ଶିକ୍ଷା ପ୍ରଦାନର ମହତ୍ୱ ଅଧିକ ବଢ଼ିଛି। ଏହି ସମୟରେ ସ୍ମାଟଫୋନ ଏବଂ ଟ୍ୟାବଲେଟ୍ ଦରକାରୀ ଜିନିଷ ହୋଇଛି। ମହାମାରୀ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ନଥିଲା। ଯେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷାରୁ ବଂଚିତ ହେଉଥିଲେ। ମାତ୍ର ବର୍ତ୍ତମାନ ସମୟରେ ୟୁପିରେ ଯୁବପିଢିଙ୍କୁ ଡିଜିଟାଲ ଶିକ୍ଷା ପ୍ରତି ପ୍ରୋତ୍ସାହନ ଦେବା ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଜି ସ୍ନାତକ ଏବଂ ସ୍ନାତକୋତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ୍ ଫୋନ ଓ ଟ୍ୟାବଲେଟ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ୧ କୋଟି ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ମାଗଣାରେ ବଂଟନ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀରୁ ହାତ ମୁଠିରେ ରଖିବା ଦିଗରେ ଏକ ବୃହତ ପ୍ରୟାସ।

ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଉତ୍ସାହ ଓ ଉଦ୍ଦୀପନା ଏହି କଥାକୁ ପ୍ରମାଣିତ କରୁଛି। ୟୁପି ସରକାର ୱାନ ଡ୍ରିଷ୍ଟିକ୍ –ୱାନ ପ୍ରଡକ୍ଟ (ଓଡ଼ିଓପି) ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୟୁପିର ସବୁ ଜିଲ୍ଲାରେ ନୂଆ କଳା ଓ ବ୍ୟବସାୟ ଶତୀବ୍ଦୀରୁ ଶତାବ୍ଦୀରୁ ରହିଛି। ବିଦ୍ୟାର୍ଥୀମାନେ ମିଳିଥିବା ସ୍ମାର୍ଟ ମୋବାଇଲ ଓ ଟ୍ୟାବଲେଟ୍ ମାଧ୍ୟମରେ ପାଠପଢା ସହ ରୋଜଗାର ମଧ୍ୟ କରିପାରିବେ।

ଶ୍ରୀ ପ୍ରଧାନ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୟୁପିରେ ନୂଆପିଢ଼ିଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ୟୁପିରେ ସରକାରୀ ସ୍କୁଲରେ ଉନ୍ନତମାନର ପଢ଼ିବାର ସୁବ୍ୟବସ୍ଥା କରାଯାଇଛି। ୟୁପିରେ ବିଶେଷତଃ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ପ୍ରଗତି ପଥରେ ଅଛି। ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିଛି।

ଅନେକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ରୋଜଗାର ଏବଂ ଦକ୍ଷତା ଆଧାରିତ ତଥା ଗୁଣାତ୍ମକ ଶିକ୍ଷା
ପ୍ରଦାନ କରାଯାଇଛି।

ଅପରପକ୍ଷରେ ଡିଜିଟାଲ କ୍ଷେତ୍ରକୁ ପ୍ରାଥମିତା ଦେବା ଭିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ସବୁ ଗାଁରେ ହାଇସ୍ପିଡ୍ ଇଂଟରନେଟ୍ ସଂଯୋଗ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ଉଲ୍ଲେଖନୀୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲକ୍ଷ୍ନୌ ସ୍ଥିତ ଲୋକଭବନ ଠାରେ ତାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୪୫୮ କୋଟି ଟଙ୍କା ହସ୍ତାନ୍ତର କଲା ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୪୫୮.୬୬ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ସହିତ ଉତ୍ତରପ୍ରଦେଶ ସରକାରୀ ଛାତ୍ରବୃତ୍ତିର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪୫୮.୬୬ କୋଟି ଟଙ୍କାର ଛାତ୍ରବୃତ୍ତି ଯୋଜନା ଅଧୀନରେ ୧୨,୧୭,୬୩୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଛାତ୍ରବୃତ୍ତି ସ୍ଥାନାନ୍ତର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ଆମ ସରକାର ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଛାତ୍ରବୃତ୍ତି ଯୋଗାଇବା କାର୍ଯ୍ୟ କରିଆସିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ପୂର୍ବ ସରକାରମାନେ ଭେଦଭାବ କରୁଥିଲେ। ୨୦୧୬-୧୭ ମସିହାରେ କେବଳ ଏସସି-ଏସଟି ପିଲାମାନଙ୍କର ଛାତ୍ରବୃତ୍ତି ବନ୍ଦ ହୋଇଯାଇଥିଲା। ଯେତେବେଳେ ଆମେ ମାର୍ଚ୍ଚ ୨୦୧୭ ରେ ଆସିଥିଲୁ, ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ପରୀକ୍ଷା ପାଖେଇ ଆସୁଥିଲା। ସେହି ପିଲାମାନଙ୍କୁ ଛାତ୍ରବୃତ୍ତି ପଠାଇବା ପାଇଁ ଆମେ କାମ କରିଥିଲୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପେପର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବେଶିକ ଏଜୁକେସନ ବୋର୍ଡ (UPBEB) ଦ୍ଵାରା କରାଯାଉଥିବା UPTET 2021 ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପେପର ଲିକ୍ ହେତୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା କୁହାଯାଉଛି। ଏଥିରେ ୨୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧୀ ଦଳଗୁଡିକ ସମାଲୋଚନା ଆରମ୍ଭ କରିଦେଇଛନ୍ତି।

ତେବେ ପେପର ଲିକ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଦୋଷୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ କରାଯିବ। ସେମାନ ବିରୋଧରେ ଗ୍ୟାଙ୍ଗଷ୍ଟର ଆଧାରରେ ମାମଲା ରୁଜୁ କରାଯିବ। ଏବଂ ଦୋଷୀମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏହି ପେପର ଲିକ ମାମଲାରେ ୨୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Categories
ଆଜିର ଖବର ଜାତୀୟ ଖବର

ଭିତ୍ତିଭୂମି ଆମ ପାଇଁ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ସଞ୍ଜିବ ବାଲିୟାଁ, ଏସପି ସିଂ ବାଘେଲ ଏବଂ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଆଜି ଶ୍ରେଷ୍ଠତମ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି। “ଉନ୍ନତ ସଡ଼କ, ଉନ୍ନତ ରେଳ ନେଟୱର୍କ, ଉନ୍ନତ ବିମାନ ବନ୍ଦର କେବଳ କେତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ନୁହନ୍ତି, ବରଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରିଥାନ୍ତି, ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ପ୍ରଦେଶର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ ବୋଲି ସେ କହିଥିଲେ।

ଏହି ଭିତ୍ତିଭୂମି ବିକାଶର ଆର୍ଥିକ ପ୍ରଭାବ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନ ବନ୍ଦର ନିର୍ମାଣ ସମୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିମାନ ବନ୍ଦର ସୁପରିଚାଳନା ପାଇଁ ହଜାର ହଜାର ଲୋକମାନଙ୍କର ଆବଶ୍ୟକତା ଦେଖାଦେବ । ତେଣୁ “ଏହି ବିମାନ ବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ”, ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶକୁ ନିଜର ହକ୍ ମିଳିପାରୁଛି। ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶରେ ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି। ସେ କହିଥିଲେ ଯେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ। ସେ ସୂଚନା ଦେଇଥିଲେ ଯେ ଏହି ବିମାନ ବନ୍ଦର ଠାରେ ନିର୍ମାଣ ହେବାକୁ ଥିବା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା ୪୦ ଏକର ସ୍ଥାନରେ ନିର୍ମାଣ କରାଯିବ। ଏହା ଶହ ଶହ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ବର୍ତ୍ତମାନ ଏସବୁ ସୁବିଧା ପାଇବା ଲାଗି ଭାରତକୁ ବିଦେଶରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଏଠାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ମଲ୍ଟି-ମୋଡାଲ କାର୍ଗୋ ହବ୍ ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ପ୍ରଦେଶ ଭଳି ଚତୁର୍ଦ୍ଦିଗରୁ ଭୂଖଣ୍ଡ ଘେରି ରହିଥିବା ରାଜ୍ୟ ପାଇଁ ଏହି ବିମାନ ବନ୍ଦର ବିଶେଷ ଲାଭଜନକ ସାବ୍ୟସ୍ତ ହେବ। ଅଲିଗଡ଼, ମଥୁରା, ମେରଟ, ଆଗ୍ରା, ବିଜନୋର, ମୋରାଦାବାଦ ଏବଂ ବରେଲି ଭଳି ଶିଳ୍ପ କେନ୍ଦ୍ର ପାଇଁ ଏହି ହବ୍ ସୁବିଧା ଯୋଗାଇ ଦେବ। ସେ କହିଥିଲେ ଯେ, “ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ବ୍ୟାପକ ସହାୟତା ମିଳିପାରିବ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରପ୍ରଦେଶକୁ ପୂର୍ବ ସରକାରମାନେ ଅବହେଳା ଓ ଅନ୍ଧକାର ମଧ୍ୟରେ ରଖିଥିଲେ। ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଉଥିଲ। କିନ୍ତୁ ଏବେ ଉତ୍ତର ପ୍ରଦେଶ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୂର୍ବର ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ପଶ୍ଚିମ ଉତ୍ତର ପ୍ରଦେଶକୁ କିଭଳି ଭାବେ ଅଣଦେଖା କରି ଆସୁଥିଲେ ଜେୱର ବିମାନ ବନ୍ଦର ତାହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଉତ୍ତର ପ୍ରଦେଶରେ ଥିବା ବିଜେପି ସରକାର ଏହି ପ୍ରକଳ୍ପ ସମ୍ପର୍କରେ ପରିକଳ୍ପନା କରିଥିଲେ। କିନ୍ତୁ ପରେ ପୂର୍ବତନ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହି ବିମାନ ବନ୍ଦର ପ୍ରକଳ୍ପ ଝୁଲି ରହିଥିଲା। ଏପରିକି ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ସରକାର ଏହି ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରି ଦେବା ଲାଗି ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ମଧ୍ୟ ଲେଖିଥିଲେ। ଏବେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଆଜି ଆମେ ସେହି ସମାନ ବିମାନ ବନ୍ଦର ପାଇଁ ଭୂମି ପୂଜନ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଭିତ୍ତିଭୂମି ରାଜନୀତିର ଅଂଶବିଶେଷ ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ। ପ୍ରକଳ୍ପଗୁଡ଼ିକ ଯେପରି ଅଟକି ରହିବ ନାହିଁ, ଝୁଲନ୍ତା ଅବସ୍ଥାରେ ରହିବ ନାହିଁ କିମ୍ବା ଦିଗହରା ହେବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରୟାସ କରୁଛୁ।”

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ଆମ ଦେଶରେ କେତେକ ରାଜନୈତିକ ଦଳ କେବଳ ସେମାନଙ୍କ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି। “ଏପରି ଲୋକମାନଙ୍କର ଚିନ୍ତାଧାରା ହେଉଛି-ନିଜର ସ୍ୱାର୍ଥ, ନିଜର ଏବଂ ନିଜ ପରିବାରର ବିକାଶ। ଅନ୍ୟପକ୍ଷରେ ଆମେ କେବଳ ରାଷ୍ଟ୍ର ପ୍ରଥମ ଭାବନା ନେଇ କାମ କରିଥାଉ। ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ, ଆମର ମନ୍ତ୍ର”, ପ୍ରଧାନମନ୍ତ୍ରୀ କହିଥିଲେ।

ସରକାର ନିକଟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଲିକା ଦେଇଥିଲେ। ସେ କହିଥିଲେ ଯେ ଆମେ ୧୦୦ କୋଟିରୁ ଅଧିକ କୋଭିଡ ଟିକା ଦେବାର ମାଇଲଖୁଣ୍ଟ ହାସଲ କରିଛୁ। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ହ୍ରାସ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଉତ୍ତର ପ୍ରଦେଶରେ କୁଶୀନଗର ବିମାନ ବନ୍ଦର, ୯ଟି ମେଡ଼ିକାଲ କଲେଜ ନିର୍ମାଣ ଓ ଉଦଘାଟନ, ମହୋବାରେ ନୂତନ ନଦୀ ବନ୍ଧ ଓ ଜଳସେଚନ ପ୍ରକଳ୍ପ, ଝାନସିଠାରେ ପ୍ରତିରକ୍ଷା କରିଡର ଏବଂ ତତସଂକ୍ରାନ୍ତ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ଜନଜାତୀୟ ଗୌରବ ଦିବସ ସମାରୋହ, ଭୋପାଳରେ ଆଧୁନିକ ରେଳ ଷ୍ଟେସନ, ମହାରାଷ୍ଟ୍ରର ପଣ୍ଢରପୁରରେ ଜାତୀୟ ରାଜପଥ ଏବଂ ଆଜି ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ ଆଦି ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତୀ ଉଲ୍ଲେଖ କରିଥିଲେ। “ଆମର ଦେଶଭକ୍ତି ଓ ରାଷ୍ଟ୍ର ସେବା ସମ୍ମୁଖରେ କେତେକ ରାଜନୈତିକ ଦଳଗୁଡ଼ିକର ସ୍ୱାର୍ଥପର ନୀତି ତିଷ୍ଠି ରହିପାରିବ ନାହିଁ”, ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଏସିଆର ବୃହତ୍ତମ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ଜେୱର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କୁହାଯାଉଛି। ଏହି ଅଞ୍ଚଳର ଲୋକଙ୍କର ମଧ୍ୟ ବହୁତ ଆଶା ଅଛି। ଆଜି  ପରେ ନଭେମ୍ବର ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦରରୁ ବିମାନ ଯାତ୍ରା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌତମ ବୁଦ୍ଧ ନାଗରର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ।

ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ବଶିଷ୍ଟ୍ୟ:

ଜେୱର ବିମାନ ବନ୍ଦରରେ ସମୁଦାୟ ୫ ଟି ରନୱେ ରହିବ, ପ୍ରଥମ ପର୍ଯ୍ୟାୟରେ ଏଠାରେ ୨ ଟି ରନୱେ ନିର୍ମାଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ରନୱେ କୁ ବୃଦ୍ଧି କରାଯିବ। ଏହି ବିମାନ ବନ୍ଦରଟି ସମୁଦାୟ ୩ ହଜାର ୩ ଶହ ଏକର ଜମିରେ ନିର୍ମିତ ହେବ। ଏଥିରେ ଖର୍ଚ୍ଚ ପ୍ରାୟ ୩୦ ହଜାର କୋଟି ଟଙ୍କା ହେବ।

– ଜେୱର ବିମାନ ବନ୍ଦରରେ ଦୁଇଟି ରନୱେ ପ୍ରସ୍ତୁତ ହେବ। ଉତ୍ତର ରନୱେ ଏବଂ ଦକ୍ଷିଣ ରନୱେ। ଉତ୍ତର ରନୱେରେ ଏକ ଭିଭିଆଇପି ଟର୍ମିନାଲ୍ ରହିବ। ଭିଭିଆଇପିଙ୍କ ବିମାନ ଏହି ଉତ୍ତର ରନୱେରୁ ଉଡ଼ିବ। ରନୱେର ଲମ୍ବ ୪ କିଲୋମିଟରରୁ ଅଧିକ।

– ଉଭୟ ରନୱେରେ ସମୁଦାୟ ୧୮୬ ବିମାନ ପାର୍କ କରିବାକୁ ଷ୍ଟାଣ୍ଡ ରହିବ।

– ବିମାନବନ୍ଦର ମଧ୍ୟରେ ଜନସାଧାରଣ ପରିବହନ ଆକାରରେ ଆଉ ଏକ ବିକଳ୍ପ ମଧ୍ୟ ରହିବ। ରେଳ ଷ୍ଟେସନ ସହିତ। ଯେଉଁଠାରୁ ଆପଣ ମେଟ୍ରୋ କିମ୍ବା ହାଇ ସ୍ପିଡ୍ ଟ୍ରେନରେ ବସି ନିକଟ ସହରକୁ ଯାଇପାରିବେ।

– ମେଟ୍ରୋ ଷ୍ଟେସନ ନିକଟରେ ବିମାନ ଯାତ୍ରୀଙ୍କ ବସିବା ପାଇଁ ଏକ ପୃଥକ ଟର୍ମିନାଲ ବ୍ୟବସ୍ଥା କରାଯିବ।

– ଉଭୟ ଉତ୍ତର ଏବଂ ଦକ୍ଷିଣ ରନୱେ ମଧ୍ୟରେ ଏଟିସି ଟାୱାର ନିର୍ମାଣ ହୋଇଥିବାବେଳେ ଦକ୍ଷିଣ ରନୱେ ପାର୍ଶ୍ୱରେ ରେସକ୍ୟୁ ଏବଂ ଫାୟାର ଫାଇଟିଂ ସିଷ୍ଟମର କୋଠା ନିର୍ମାଣ ହେବ।

– ବିମାନବନ୍ଦର ଭିତରେ ଏକ ବଡ଼ କେନ୍ଦ୍ରୀୟ ରୋଷେଇ ଘର ମଧ୍ୟ ପ୍ରସ୍ତୁତ ହେବ।

– ଦକ୍ଷିଣ ରନୱେର ଡାହାଣ ପାର୍ଶ୍ୱରେ ଏକ ପୋଖରୀ ମଧ୍ୟ ନିର୍ମାଣ ହେବ ଯେଉଁଠାରେ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯିବ।

– ଏହା ବ୍ୟତୀତ ଯମୁନା ଏକ୍ସପ୍ରେସୱେ, ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଆଖପାଖର ସମସ୍ତ ପ୍ରମୁଖ ରାସ୍ତା ଏବଂ ରାଜପଥ ମଧ୍ୟ ଜେୱର ବିମାନବନ୍ଦର ସହିତ ସଂଯୁକ୍ତ ହେବ। କେବଳ ଜେୱର ବିମାନ ବନ୍ଦରରୁ ବିଦେଶୀ ଦେଶକୁ ବିମାନ ଯାତ୍ରା କରାଯିବ ନାହିଁ, ଜେୱର ବିମାନବନ୍ଦର ଦେଶର ସବୁଠାରୁ ବଡ କାର୍ଗୋ ହବ୍ ହେବ।

ନିକଟ ସହରଗୁଡିକ ଠାରୁ ଜେୱର ବିମାନ ବନ୍ଦରର ଦୂରତା ଦେଖନ୍ତୁ:

– ନୋଏଡା ସହରଠାରୁ ୬୦କିଲୋମିଟର ଦୂର।

– ଗୁରୁଗାଓଁ ଠାରୁ ୮୦ କିମି।

– ଗାଜିଆବାଦ ଠାରୁ ୭୫ କିମି।

– ଆଗ୍ରା ଠାରୁ ୧୩୦ କି.ମି.।

– ଆଇଜିଆଇ ବିମାନବନ୍ଦର ଠାରୁ ୭୨ କିମି।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ହେବ, ଯାହାକୁ ୮୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି କରାଯିବ। ଏହି କାର୍ଗୋ ହବ୍ ଶିଳ୍ପ ଉତ୍ପାଦଗୁଡିକର ଗତିକୁ ସହଜ କରିବ। ଏହା ସ୍ଥାନୀୟ ଉତ୍ପାଦକୁ ଆନ୍ତର୍ଜାତୀୟ ବଜାରକୁ ନେବାରେ ସାହାଯ୍ୟ କରିବ। ଦେଶରେ ପ୍ରଥମ ଥର ପାଇଁ ଜାହାଜଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ରକ୍ଷଣାବେକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, ଯେଉଁଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଜାହାଜଗୁଡ଼ିକ ବିଦେଶ ଯିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଲଢିବି ନିର୍ବାଚନ: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଯାହା ହେଉନା କାହିଁକି ମୁଁ ଯୋଗୀଙ୍କୁ ଜିତିବାକୁ ଦେବି ନାହିଁ। ଯୋଗୀଙ୍କ ବିରୋଧରେ ମୋତେ ସମର୍ଥନ କରିବାକୁ ମୁଁ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ନିବେଦନ କରିବି। ସାଢେ ଚାରି ବର୍ଷ ମଧ୍ୟରେ ଜନସାଧାରଣଙ୍କୁ ଯୋଗୀ ଅସୁବିଧାରେ ପକାଇଛନ୍ତି। ମୁଁ ଚାହୁଁଛି ଆମର ସହଯୋଗୀ ମାୟାବତୀଙ୍କ ବିଏସପି ଆମ ସହିତ ରହୁ। ଆମେ ଚାହୁଁନାହୁଁ ଭୋଟ୍ ଭାଗ ହେଉ। ମୁଁ ଲୋକସଭାରେ କହିଥିଲି ଯେ, ମୁଁ ମୋଦୀ ଜିଙ୍କ ବିରୋଧରେ ଲଢିବି, କିନ୍ତୁ ସେତେବେଳେ ମୋ ଦଳ ସେଠାରେ ନଥିଲା। ମୁଁ ଜାଣେ ମୋ ଭଉଣୀ ମୋତେ ପସନ୍ଦ କରନ୍ତି ନାହିଁ। ଆମକୁ ସବୁ ଉପାୟରେ ୟୁପିରେ ବିଜେପିକୁ ରୋକିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ୟୁପି ସରକାରର ଓଡିଓପି ଯୋଜନାର ବ୍ରାଣ୍ଡ ଆମ୍ବାସାଡର ହେଲେ ଅଭିନେତ୍ରୀ କଙ୍ଗନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଉଚ୍ଚାଭିଳାଷୀ ‘ଗୋଟିଏ ଜିଲ୍ଲା – ଗୋଟିଏ ଉତ୍ପାଦ’ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ କଙ୍ଗନା ଏକ ସ୍ୱତନ୍ତ୍ର ଆଲୋଚନା କରିଥିଲେ।

ରାଜ୍ୟର ୭୫ ଟି ଜିଲ୍ଲାରେ ଉତ୍ପାଦ-ବିଶିଷ୍ଟ ପାରମ୍ପାରିକ ଶିଳ୍ପ ହବ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ୟୁପି ସରକାର ଏକ ଜିଲ୍ଲା-ଏକ ଉତ୍ପାଦ (ODOP) କାର୍ଯ୍ୟକ୍ରମ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

BREAKING: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ପାଇଁ ଯୋଗୀ ସରକାରଙ୍କ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ସିବିଆଇ ତଦନ୍ତ ହୋଇପାରେ। ଏ ନେଇ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିଶ କରିଛନ୍ତି। ଗତ 20 ତାରିଖରେ ମହନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତାଙ୍କ ରୁମ ଭିତରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସେଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି।

ଏହି ଘଟଣା ପରେ ଉତ୍ତର ପ୍ରଦେଶ ପୋଲିସ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ହେଲେ ସେହି ତଦନ୍ତକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହା ସିବିଆଇ ତଦନ୍ତ କରାଯାଉ ବୋଲି ଦାବୀ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ସମସ୍ତ ରାଜ୍ୟକୁ ଛାଡି ଶୀର୍ଷରେ ପହଞ୍ଚିଲା ଉତ୍ତରପ୍ରଦେଶ: ଏହି କାର୍ଯ୍ୟ ପାଇଁ ହେଲା ପ୍ରଥମ

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ୨୦୧୬-୧୭ ରେ ୟୁପିରେ ଦୁଗ୍ଧ ଉତ୍ପାଦନ ୨୭୭.୬୯୭ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୧୯-୨୦ ରେ ୩୧୮.୬୩୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ ହୋଇଛି।

ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ହେତୁ ୟୁପିରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଚାରି ବର୍ଷ ମଧ୍ୟରେ ଅମୁଲ ସମେତ ୬ ଟି ବଡ କମ୍ପାନୀ ଦୁଗ୍ଧ ପ୍ରକଳ୍ପରେ ୧୭୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥି ସହିତ, ଅନ୍ୟ ସାତୋଟି କମ୍ପାନୀ ମଧ୍ୟ ଏଠାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି। ଏଥିସହ, ୧୫ ନିବେଶକ ସେମାନଙ୍କ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦୁଗ୍ଧ କ୍ଷେତ୍ରରେ ବିନିଯୋଗ ହେତୁ ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଲୋକମାନେ କ୍ରମାଗତ ଭାବରେ ଗାଈ ଏବଂ ବଳଦ ପାଳନ କରି ଦୁଗ୍ଧ ବ୍ୟବସାୟ କରିବାକୁ ଯାଉଛନ୍ତି। ସରକାରୀ ଆକଳନ ଅନୁଯାୟୀ ଭାରତର ମୋଟ ଦୁଗ୍ଧ ଉତ୍ପାଦନର ୧୭ ପ୍ରତିଶତ ଦୁଗ୍ଧ କେବଳ ଉତ୍ତରପ୍ରଦେଶରୁ ଉତ୍ପାଦନ ହେଉଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ୟୁପିର କାନପୁର, ଲକ୍ଷ୍ନୌ, ବାରାଣାସୀ, ମେରଟ, ବରେଲି, କନ୍ନୌଜ, ଗୋରଖପୁର, ଫିରୋଜାବାଦ, ଅଯୋଧ୍ୟା ଏବଂ ମୁରାଦାବାଦ ଜିଲ୍ଲାରେ ଗ୍ରୀନଫିଲ୍ଡ ଦୁଗ୍ଧ ସ୍ଥାପନ କରାଯାଉଛି। ଏଥିସହିତ ଝାନ୍ସି, ନୋଏଡା, ଆଲିଗଡ ଏବଂ ପ୍ରୟାଗରାଜରେ ଚାରୋଟି ପୁରୁଣା ଡାୟରିକୁ ନବୀକରଣ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଗୋସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୭୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସହିତ, ଦରିଦ୍ର ତଥା ଅନାବଶ୍ୟକ ଗାଈ ମାନଙ୍କର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦୁଗ୍ଧ ଉତ୍ପାଦନରେ ରାଜସ୍ଥାନ ଦୁଇ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଟାର୍ଗେଟ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ତାଲିବାନ ସମର୍ଥକଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟାର୍ଗେଟ କରିଛନ୍ତି। ବିଧାନସଭାରେ ଭାଷଣ ଦେଇ ସେ ମହିଳା ଏବଂ ଶିଶୁଙ୍କ ବିରୋଧରେ ତାଲିବାନର ଅତ୍ୟାଚାର ବିଷୟରେ ମଧ୍ୟ କହିଛନ୍ତି। କିଛି ଲୋକ ଲଜ୍ଜାଜନକ ଭାବେ ତାଲିବାନକୁ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଲୋକମାନଙ୍କୁ ଏକ୍ସପୋଜ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କିଛି ଲୋକ ତାଲିବାନକୁ ସମର୍ଥନ କରୁଛନ୍ତି। ସେଠାରେ ଥିବା ମହିଳା ଏବଂ ଶିଶୁମାନଙ୍କ ପ୍ରତି ନିଷ୍ଠୁରତା କରାଯାଉଥିବା ବେଳେ କିଛି ଲୋକ ଲଜ୍ଜାଜନକ ଭାବରେ ତାଲିବାନକୁ ସମର୍ଥନ କରୁଛନ୍ତି। ସେମାନଙ୍କର ମୁଖା ଖୋଲିବା ଉଚିତ୍।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଫୋକସରେ ଉତ୍ତରପ୍ରଦେଶ: ବାରଣାସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି  ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍‌.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହାଛଡା ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ  କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ ।

ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଜଟିଳ ପରିସ୍ଥିତିର ଦମ୍ଭର ସାମ୍ନା କରିଥିବାରୁ କାଶୀ ଓ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । କାଶୀର ପ୍ରଶାସନ ଓ ସମସ୍ତ କରୋନା ଯୋଦ୍ଧା ଯେପରି କାଶୀରେ ସମସ୍ତ ଆୟୋଜନ କରିଛନ୍ତି ତା’ର ପ୍ରଶଂସା କରିଥିଲେ ।  “ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ କାଶୀ ଚୁପ ବସିଯାଇନାହିଁ କି କେବେ କ୍ଲାନ୍ତ ହୋଇନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ଚିକିତ୍ସା ଭିତ୍ତିଭୂମିର ଦୃତ ଉନ୍ନତି ନେଇ ବର୍ଣ୍ଣନା କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ଘଟିଛି । ରାଜ୍ୟରେ କେତେକ ମେଡିକାଲ କଲେଜ ନିର୍ମାଣ ଶେଷ ଅବସ୍ଥାରେ ପହଂଚିଛି ।  ଶ୍ରୀ ମୋଦି ରାଜ୍ୟରେ ସ୍ଥାପିତ ହୋଇଥିବା ୫୫୦ଟି ଅମ୍ଳଜାନ କାରଖାନାରୁ ଆଜି (15-07-2021) ରେ ହିଁ ୧୪ଟିର ଉଦ୍‌ଘାଟନ ହେଉଥିବା ବିଷୟ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପ୍ରକଳ୍ପ ଯୋଗୁଁ ପ୍ରାଚୀନ କାଶୀ ମହାନଗରୀ ବିକାଶ ରାସ୍ତାରେ ଅଗ୍ରସର ହେଲେ ମଧ୍ୟ ଏହାର ବିଶେଷତ୍ୱ ବଜାୟ ରହିବ । ରାଜରାସ୍ତା, ଫ୍ଲାଇଓଭର, ରେଳ ଓଭରବ୍ରିଜ, ଭୂତଳ ୱେରିଂ, ଆବର୍ଜନା ନିଷ୍କାସନ, ପାନୀୟଜଳ ସୁବିଧା, ପର୍ଯ୍ୟଟନ ବିକାଶ ପ୍ରତି ସରକାର ବେଶ ଧ୍ୟାନ ଦେଉଛନ୍ତି । “ଏବେ ମଧ୍ୟ ୮ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ବାବଦ କାର୍ଯ୍ୟ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ସ୍ଥାନିତ ବୃହତ୍ ଏଲଇଡି ସ୍କ୍ରିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଘାଟରେ ଲଗାଯାଇଥିବା ସୂଚନା ଫଳକ କାଶୀର ପର୍ଯ୍ୟଟକଙ୍କ ନିମନ୍ତେ ସହାୟତା ହେବ । ଏଲଇଡି ସ୍କ୍ରିନ ଜରିଆରେ କାଶୀର ଇତିହାସ, କଳା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ସୂଚନା ଭକ୍ତମାନଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ଘାଟରେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଆରତି ମହାନଗରର ବିଭିନ୍ନ ସ୍ଥାନରେ ଥିବା ଏଲଇଡି ସ୍କ୍ରିନରେ ଜନସାଧାରଣ ଦର୍ଶନ କରିବାର ଅନୁଭୂତି ପାଇବେ । ଉଦ୍‌ଘାଟିତ ହୋଇଥିବା  ରୋ ରୋ ସେବା ଓ ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ବେଶ୍ ଉପକାରୀ ହେବ ।

ପ୍ରଧାନମନ୍ତ୍ରୀ କାଶୀକୁ ଆଧୁନିକ ଯୁଗରେ ଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ କରାଯାଉଥିବା ପ୍ରକାଶ କରିଛନ୍ତି । ଆଜି କାଶୀରେ ଆଦର୍ଶ ବିଦ୍ୟାଳୟ, ଆଇଟିଆଇ ଓ ସେହିପରି ଅନେକ ଅନୁଷ୍ଠାନ ମାନ ରହିଛି । ଜ୍ଞାନକୌଶଳ ଓ ବୈଷୟିକ ସହଯୋଗ ସିପେଟ୍ କେନ୍ଦ୍ରକୁ ମିଳିବା ଫଳରେ  ସେ ଅଞ୍ଚଳରେ ଶିଳ୍ପକ୍ଷେତ୍ରରେ ବିକାଶ ଘଟିବ ।

ଶେଷରେ କରୋନା ଯେପରି ପୁଣି ନିଜର କାୟାବିସ୍ତାର ନ କରେ ସେଥିପ୍ରତି ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶବାସୀଙ୍କୁ ଚେତାଇ ଦେଇଥିଲେ । ଯେକୌଣସି ଅବହେଳା ଏକ ବଡ ଲହର ଆଣିପାରେ । ପ୍ରତ୍ୟେକ ବ୍ୟକ୍ତି କରୋନା ମାର୍ଗଦର୍ଶିକା ପାଳନ କରିବା ସହ “ଟିକା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ମାଗଣା ” ଅଭିଯାନରେ ଟିକା ନେବାକୁ ନିବେଦନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ମତାମତ

ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ, ବ୍ରାହ୍ମଣ ଭୋଟକୁ ହାତେଇବା ପାଇଁ ମନ୍ତ୍ରୀ ହେବେ ଦୁଇ ନୂଆ ନେତା

ନୂଆଦିଲ୍ଲୀ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଖୁବ ଶିଘ୍ର ଉତ୍ତରପ୍ରଦେଶ ସରକାରରେ ସାମିଲ ହେବେ। ଏ ନେଇ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ସାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଯୋର ଧରିଛି।

ପ୍ରକୃତରେ ଆସନ୍ତା ଜୁଲାଇ ମାସରେ ଉତ୍ତର ପ୍ରଦେଶ ବିଧାନ ପରିଷଦର 6 ଟି ଆସନ ଖାଲି ହେଉଛି। ଏହି ଆସନରୁ ଗୋଟିଏ ଜିତିନଙ୍କୁ ଦିଆଯାଇ ବିଧାନ ପରିଷଦକୁ ନିର୍ବାଚିତ କରାଯିବ। ଏହାପରେ ସେ ଯୋଗୀ କ୍ୟାବିନେଟରେ ସ୍ଥାନ ପାଇବେ। ଜିତିନ ପ୍ରସାଦ ବିଜେପିରେ ଯୋଗଦେବା ପରେ ଅମିତ ଶାହା, ରାଜନାଥ ସିଂ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ବଡ ନେତା ଟୁଇଟ୍ କରି କହିଛନ୍ତି ଯେ ଏହା ୟୁପିରେ ଦଳ ପାଇଁ ବେଶ୍ ଲାଭଦାୟକ ହେବ। ଫଳରେ ଏହି କଳ୍ପନାଜଳ୍ପନା ଆହୁରି ତୀବ୍ର ହେବାରେ ଲାଗିଛି।

ଜିତିନ ପ୍ରସାଦ ବିଜେପିର ଯୋଗଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ। ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ସରକାର ବ୍ରାହ୍ମଣମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଜିତିନ ପ୍ରସାଦଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କ ମାଧ୍ୟମରେ ଦଳ ଏହି ଅଗ୍ରଗାମୀ ଭ୍ରାତୃଭାବର ବିକାଶ ପାଇଁ ଚେଷ୍ଟା କରିପାରିବେ।

ଯୋଗୀ ସରକାରରେ ଅରବିନ୍ଦ କୁମାର ଶର୍ମା ମଧ୍ୟ ସ୍ଥାନ ପାଇବେ

ଜିତିନ ପ୍ରସାଦଙ୍କ ବ୍ୟତୀତ ପୂର୍ବତନ ଆଇଏଏସ୍ ଅରବିନ୍ଦ କୁମାର ଶର୍ମା ମଧ୍ୟ ଯୋଗୀ ସରକାରରେ ସାମିଲ ହେବେ ବୋଲି ଜଣାପଡିଛି। ସେ ବର୍ତ୍ତମାନ ୟୁପି ବିଧାନ ପରିଷଦର ସଦସ୍ୟ ଅଛନ୍ତି। ଶର୍ମାଙ୍କୁ ନେଇ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ବେଶ ଗରମ ହୋଇ ଉଠିଛି। କାରଣ ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶର ମୂଳ ବାସିନ୍ଦା ଏବଂ ଗୁଜୁରାଟ କ୍ୟାଡରର ଜଣେ ଆଇଏଏସ୍।

ତାଙ୍କୁ ୟୁପି ବିଜେପିରେ ଆଗକୁ ଆଣିବା ପାଇଁ କୁଆଡେ ମୋଦିସାହା ଚାହୁଁଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ ମୋଦିସାହା ଏହି ଯୋଜନା କରିଛନ୍ତି ବୋଲି ଆଲୋଚନା ଚାଲିଛି। ଏପରିକି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଅରବିନ୍ଦ ଶର୍ମା ପ୍ରାୟ କୋଡିଏ ବର୍ଷ ଧରି ଚାକିରି ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ଅଧିକାରୀ ଭାବେ ପରିଗଣିତ ହୋଇଛନ୍ତି। ସେ ମୋଦିସାହାଙ୍କ ସହିତ ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଥିରେ ରହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଭିଆରଏସ ଦିଆଯାଇଛି। ଏହାପରେ ତାଙ୍କୁ ୟୁପି ବିଧାନ ପରିଷଦକୁ ସଦସ୍ୟ ଭାବେ ପଠାଯାଇଛି।

ଯେଉଁଦିନ ଅରବିନ୍ଦ ଶର୍ମା ଏମଏଲସି ହେଲେ ସେବେଠାରୁ ୟୁପି ବିଜେପିରେ ତାଙ୍କ ଭୂମିକାକୁ ନେଇ ବେଶ୍ ଆଲୋଚନା ଚାଲିଛି। ଶର୍ମା ମଧ୍ୟ ଉତ୍ତର ପ୍ରଦେଶର ବ୍ରାହ୍ମଣ ସମାଜକୁ ଏକାଠି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରୀୟ ଦଳ ଆଶା ରଖିଛି। ଫଳରେ ନିର୍ବାଚନମୁଖୀ ଉତ୍ତର ପ୍ରଦେଶରେ ବର୍ତ୍ତମାନ ବ୍ରାହ୍ମଣ ସମାଜକୁ ଏକାଠି କରିବା ପାଇଁ ଲାଗି ପଡିଛନ୍ତି ମୋଦିସାହା ଟିମ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହିଛନ୍ତି। ପ୍ରାଥମିକ ଲକ୍ଷଣ ଦେଖାଗଲା ପରେ ସେ କୋଭିଡ଼ ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ପୃଥକବାସରେ ରହି ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ଼ ପରୀକ୍ଷା କରିବା ପାଇଁ ସେ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ମଙ୍ଗଳବାର ଦିନ ଉଦ୍ଧବ ଠାକେରଙ୍କ ଗଡରେ ପଶିବେ ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କାରଣ କଣ

ଲକ୍ଷ୍ମୌ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ମୁମ୍ବାଇ ଯିବେ।  ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଗଡରେ ପଶିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ତେବେ ଏହା କୈଣସି ରାଜନୈତିକ କାରଣ ନ ଥିଲେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବାସ୍ତବରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁମ୍ବାଇ ଯାଉଛନ୍ତି।

ଏଥିସହ ସେଠାରେ ଥିବା ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଯୋଗ ଦେବେ। ଏହା ପରେ ସେ ୟୁପିରେ ପ୍ରସ୍ତାବିତ ଫିଲ୍ମ ସିଟି ବିଷୟରେ ବଲିଉଡ ତାରକାମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଏହି ବୈଠକରେ ସେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନଙ୍କ ସହ ୟୁପିରେ ଏକ ଚଳଚ୍ଚିତ୍ର ସହର ନିର୍ମାଣ କରିବାର ଯୋଜନା ବିଷୟରେ ଆଲୋଚନା କରିବେ। ଏହି ବୈଠକରେ ଯୋଗୀ ଫିଲ୍ମ ସିଟି ନିର୍ମାଣ ସମୟରେ କ’ଣ ବିଶେଷ ଧ୍ୟାନ ଦିଆଯିବା ଉଚିତ ତାହା ଆଲୋଚନା କରିବେ। ଆହୁରି ମଧ୍ୟ, ମୁମ୍ବାଇର ଲୋକମାନେ ଉତ୍ତରପ୍ରଦେଶର ଫିଲ୍ମ ସିଟି ଆସି ଏଠାରେ ଆରମ୍ଭ ହେବାକୁ ଥିବା ଫିଲ୍ମ କାମ ପାଇଁ ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କ ସହିତ ପରାମର୍ଶ କରିବେ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା: ଜଣେ ନାବାଳକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସିମ୍ କାର୍ଡ ଜବତ କରାଯାଇଛି।

ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, ଜରୁରୀକାଳୀନ ହେଲ୍ପଡେସ୍କ ହ୍ବାଟ୍ସଆପ୍ ନମ୍ବରରେ ଏହି ବାର୍ତ୍ତା ପଠାଯାଇଛି ଏବଂ ଅଭିଯୁକ୍ତ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ବ୍ୟତୀତ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ନାବାଳିକାଙ୍କୁ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରୁ ଗିରଫ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯାଇଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।