Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋରନ୍ଦ ଗ୍ରାମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ଆଞ୍ଚଳିକ

କୋରନ୍ଦ ଗ୍ରାମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

April 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜକନିକା: ସମଗ୍ର ବିଶ୍ବ ଆଜି ମହାମାରୀ କରୋନା କବଳରେ କବଳିତ। ଭାରତରେ ମଧ୍ୟ କରୋନାର କାୟା ମେଲିସାରିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ରହିଛି। ଏପର୍ଯ୍ୟନ୍ତ 42 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଯାଇଛି। କରୋନା ସହ ବିଶ୍ବ ଯୁଦ୍ଧ କରୁଥିବାବେଳେ ବିଭିନ୍ନ ମହଲରୁ ସହାୟତାର ସୁଅ ମଧ୍ୟ ଛୁଟୁଛି।

ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କୋରନ୍ଦ ଗ୍ରାମ ସ୍ଥିତ ମା ଜଞ୍ଜାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିରାଶ୍ରୟ ତଥା ଗରିବ  ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ଖାଦ୍ୟ ବଣ୍ଟନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶିତ କରୋନା କଟକଣାକୁ ମାନିଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ବ ଦେଇ ମହିଳା ମାନେ ଘରଘର ବୁଲି ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ଖାଦ୍ୟ ବଣ୍ଟନ କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରିବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ମଧ୍ୟ କରାଇଥିଲେ। ସ୍ବୟଂସହାୟକ ଗୋଷ୍ଠୀଙ୍କ ଏପରି ନିଆରା ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

covid-19 kendrapada ssg
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026

ବାଣପୁର ମାଁ ଭଗବତୀଙ୍କ ପୀଠରେ ‘ଜୟ ମାଁ ଭଗବତୀ’ ଗୀତ ରିଲିଜ

October 20, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026
Latest News

ଅକ୍ଟୋବର ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

October 24, 2026

ଖୋର୍ଦ୍ଧାକୁ ଶିଶୁ ଶ୍ରମମୁକ୍ତ କରିବାକୁ ପ୍ରୟାସ, ଗାଁରୁ ବଜାର ଯାଏଁ ସଚେତନତା

October 24, 2026

ଚିନ୍ମୟ ମିଶନର ଆଧ୍ୟାତ୍ମିକ ଯାତ୍ରାରୁ ବିକଶିତ ଭାରତର ସଂକଳ୍ପ, ଯୁବଶକ୍ତିକୁ ନେଇ ମୋଦୀଙ୍କ ବଡ଼ ଆହ୍ୱାନ

October 24, 2026

ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ-୨୦୨୬ ଉଦ୍‌ଘାଟିତ, ସହରୀ ପରିବହନରେ ଡିଜିଟାଲ୍ ବିପ୍ଳବ ଉପରେ ଗୁରୁତ୍ୱ

October 24, 2026

୧୧ ମାସର ଶିଶୁକୁ ମିଳିଲାନି କ୍ଷୀର, ସିଙ୍ଗାପୁର ଏୟାରଲାଇନ୍ସକୁ ₹୫୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.