ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏକ ବଜାର ଅଛି ଯେଉଁଠି ବିକ୍ରି ହୋଇଥାଏ କନ୍ୟା

Published: Feb 22, 2021, 9:54 am IST

Bride Market: ବୁଲଗେରିଆରେ ଏପରି ଏକ ବଜାର ଅଛି ଯେଉଁଠାରେ ଆପଣଙ୍କୁ ଝିଅ ମିଳିବ। ତେବେ କିଣିବା ପାଇଁ ନୁହେଁ ବିବାହ କରିବା ପାଇଁ। କାରଣ ଏହା ଏପରି ଏକ ବଜାର ଯେଉଁଠି ଜିନିଷପତ୍ର ବିକ୍ରି କମ ହୋଇଥାଏ, ହେଲେ ବରକନ୍ୟା ଭେଟାଭେଟି ବେଶୀ ହୋଇଥାଏ। ବୁଲଗେରିଆର ଏହି ବଜାର ଷ୍ଟାରାଜାଗୋର ନାମରେ ପରିଚିତ।

ଏହି ବଜାରକୁ ଝିଅମାନେ ନିଜ ପରିବାର ସହିତ ଭଲ ବେଶଭୂଷାରେ ଆସିଥାନ୍ତି। ସେହିପରି ବର ମଧ୍ୟ ଭଲ ପୋଷାକରେ ସେହି ବଜାରକୁ ଆସିଥାଏ। ଏହି ବଜାରରେ ପୁଅ ବା ବର କନ୍ୟାମାନଙ୍କୁ ବୁଲିବୁଲି ଦେଖିଥାଏ। ତାଙ୍କୁ ଯେଉଁ ଝିଅ ଭଲ ଲାଗିବ ସେ ତାଙ୍କ ପରିବାରକୁ ଜଣାଇବେ।  ବରର ପରିବାର କନ୍ୟାର ପରିବାର ସହିତ କଥାବାର୍ତ୍ତା ହେବେ। ଏହାପରେ ବରକନ୍ୟା ଦେଖାଦେଖି ହେବା ପରେ ବାହାଘର ହୋଇଥାଏ। ତେବେ ବରପକ୍ଷ ଏହି ବଜାରରେ କନ୍ୟାକୁ ଅର୍ଥ ଦେଇ କିଣିଥାନ୍ତି।

ଏହି ବଜାର ସବୁବେଳେ ବସେ ନାହିଁ। କେବଳ ବର୍ଷକୁ ମାତ୍ର ଥରେ ବସିଥାଏ। ଫଳରେ ଯେଉଁମାନେ ନିଜ ଝିଅ ବାହାଘର କରିବାକୁ ଚାହୁଁଥିବେ ସେମାନଙ୍କ ପାଇଁ ଏହି ବଜାର ବେଶ ଲାଭଦାୟକ ହୋଇଥାଏ। ବୁଲଗେରିଆର ଏହି ବଜାରକୁ ଦେଖିବା ପାଇଁ ମଧ୍ୟ ସାରା ବିଶ୍ବର ପର୍ଯ୍ୟଟକମାନେ ଆସିଥାନ୍ତି।

Related posts