ରଂଗରେ ରଂଗରେ ନୁହେଁ, ଭୟରେ ଭୟରେ ଏଥରର ଲୋକେ ପାଳିଲେ ହୋଲି

Published: Mar 10, 2020, 11:29 am IST

ଭୁବନେଶ୍ବର, ଚଳିତ ବର୍ଷ ହୋଲିର ରଂଗ ସଂପୂର୍ଣ୍ଣ ଫିକା ପଡିଯାଇଛି। କାରଣ ହେଲା କରୋନା ଭାଇରସ ଭୟରେ ଲୋକମାନେ ବେଶ୍ ସାବଧାନତାର ସହ ଖେଳିଛନ୍ତି ହୋଲି। ମୁଖ୍ୟତଃ ଚାଇନାରୁ ରଂଗ ଆସୁଛି ବୋଲି ସମସ୍ତେ ଅବଗତ ଅଛନ୍ତି। ସେହି ରଂଗ କାଳେ ଦେହରେ ଲାଗିଯିବ ସେ ନେଇ ସମସ୍ତେ ଭୟଭିତ। ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାକୃତିକ ରଂଗରେ ହୋଲି ଖେଳୁଥିବାର ଦେଖାଯାଇଛି।

ତେବେ ଗତ ବର୍ଷ ଯେପରି ଚାରିଆଡେ ଆନନ୍ଦ ଉଲ୍ଲାସରେ ହୋଲି ଖେଳାଯାଇଥିଲା ଏଥର ତାହା ହୋଇନାହିଁ। ରାସ୍ତାଘାଟ ଚାରିଆଡେ ଖାଁ ଖାଁ ଲାଗୁଛି। ଭୁବନେଶ୍ବରର ବିଭିିନ୍ନ କମ୍ୟୁନିଟ୍ ସେଣ୍ଟରରେ ଯେପରି ଖେଳାଯାଉଥିଲା ସେଥିରେ ମଧ୍ୟ ଭଟ୍ଟା ପଡିଛି। କେତେକ ସ୍ଥାନରେ ଲୋକେ ହଳଦି ଲଗାଇ ହୋଲି ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି।

Related posts