Categories
ଆଜିର ଖବର ଜାତୀୟ ଖବର

ସିଏଜିଙ୍କ ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ

ନୂଆଦିଲ୍ଲୀ: ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ (ବ୍ୟୟ), ରାଜ୍ୟମାନଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ସଚିବ/ସଚିବ (ଅର୍ଥ), ରିଜର୍ଭ ବ୍ୟାଙ୍କର ପ୍ରତିନିଧି, କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଗଠିତ ଆକାଉଣ୍ଟିଂ ସେବା ଅଧିକାରୀ, ରାଜ୍ୟମାନଙ୍କର ଆକାଉଣ୍ଟ ଏବଂ ଅଧିକାର କାର୍ଯ୍ୟ ସମ୍ପାଦନ କରୁଥିବା ଆକାଉଣ୍ଟାଣ୍ଟ ଜେନେରାଲ ଓ ବରିଷ୍ଠ ପ୍ରବନ୍ଧନ ଅଧିକାରୀ ଏବଂ ଭାରତର ସିଏଜିଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଭାବରେ କାର୍ଯ୍ୟ କରୁଥିବା ସଂଘୀୟ ବିତ୍ତୀୟ କ୍ଷେତ୍ରରେ ଭାରତର ସିଏଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିଏଜି କେବଳ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଏହାର ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ରାଷ୍ଟ୍ରାୟତ୍ତ ଅଡିଟର ନୁହନ୍ତି ବରଂ ରାଜ୍ୟଗୁଡ଼ିକର ହିସାବ ସଂଗ୍ରହ କରିବା ଓ ସମ୍ପୃକ୍ତ ବିଧାନସଭାରେ ସେମାନଙ୍କର ବାର୍ଷିକ ହିସାବ ଉପସ୍ଥାପନ କରିବାର ଦାୟିତ୍ୱ ମଧ୍ୟ ସମ୍ପାଦନ କରନ୍ତି। ଏହି ସମ୍ମିଳନୀରେ ସିଏଜିର ଅଂଶୀଦାରମାନଙ୍କ ନିକଟରେ ପହଞ୍ଚିବା ଏବଂ ସ୍ୱଚ୍ଛ ଓ ଉତ୍ତରଦାୟୀ ଆର୍ଥିକ ରିପୋର୍ଟିଂ ତଥା ଏହାର ସଂସ୍କାର ନିମନ୍ତେ ବିଚାରବିମର୍ଶ ହୋଇଛି। ଏଥିସହିତ ସାର୍ବଜନୀନ ଆର୍ଥିକ ପରିଚାଳନା ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ସହ ଯୋଗାଯୋଗକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଇଛି।

ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ତାଙ୍କ ଉଦଘାଟନୀ ଅଭିଭାଷଣରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବଜେକ୍ଟ ମୁଖ୍ୟ ସ୍ତରରେ ବ୍ୟୟର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଗତ କିଛି ଦିନ ହେବ ଏହି ପ୍ରସଙ୍ଗ ଅନେକ ଅଂଶୀଦାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମ୍ମିଳନୀରେ ଏହା ଏକ ପ୍ରମୁଖ ଫଳାଫଳ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସବୁ ଅଂଶୀଦାରମାନଙ୍କୁ ସେ ଅନୁରୋଧ କରି କହିଥିଲେ ଯେ ରାଜ୍ୟମାନଙ୍କରେ ମାସିକ ଆକାଉଣ୍ଟ ଚୂଡ଼ାନ୍ତ କରିବା ତାରିଖର ବର୍ତ୍ତମାନ ସମୟସୀମା ପରବର୍ତ୍ତୀ ମାସର ୨୫ ତାରିଖକୁ ନିର୍ଦ୍ଧାରଣ କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରି ପରବର୍ତ୍ତୀ ମାସର ୧୦ ତାରିଖ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତ ଅଂଶୀଦାରଙ୍କୁ ସେ ନିବେଦନ କରିଥିଲେ।

ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାର ବିଶେଷ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସିଏଜି ଯୋଗାଯୋଗ ରେ ରହିବେ ବୋଲି ସେ କହିଥିଲେ। କେନ୍ଦ୍ରୀୟ ପିଏଫଏମଏସ, ଷ୍ଟେଟ ଆଇଏଫଏମଏସ, ଆରବିଆଇର ଇ-କୁବେର ଇତ୍ୟାଦି ଆର୍ଥିକ ପରିଚାଳନା ଆପ୍ଲିକେସନରେ ସଂସ୍କାର କୁ ସୁଦୃଢ଼ କରିବା ଏବଂ ଠିକ୍ ସମୟରେ ରିପୋର୍ଟିଂ ପାଇଁ ରାଜ୍ୟରେ ସିଏଜିର ଆକାଉଂଟିଂ ଆପ୍ଲିକେସନ ସହିତ ଘନିଷ୍ଠ ଭାବରେ ସମନ୍ୱିତ କରିବା ର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ।

ଡେପୁଟି ସିଏଜି (ସରକାରୀ ଆକାଉଣ୍ଟ) ଜୟନ୍ତ ସିହ୍ନା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଏହି ସମ୍ମିଳନୀକୁ ଆର୍ଥିକ କ୍ୟାଲେଣ୍ଡରରେ ଏକ ବାର୍ଷିକ କାର୍ଯ୍ୟକ୍ରମ ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ସାର୍ବଜନୀନ ଆର୍ଥିକ ପରିଚାଳନାର ବ୍ୟାପକ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ସଂପୃକ୍ତ ଅଂଶୀଦାରମାନଙ୍କ ସହ ଆର୍ଥିକ କ୍ଷେତ୍ରରେ ଯୋଗାଯୋଗ କରିବାର ସୁଯୋଗ ମିଳିବ।

ଏହି ସମ୍ମିଳନୀରେ ରାଜ୍ୟର ଆର୍ଥିକ ସ୍ଥିତି, ବିତ୍ତୀୟ ମାନଦଣ୍ଡ, ବିତ୍ତୀୟ ସୂଚନା ଭଣ୍ଡାର, ରାଜ୍ୟଗୁଡ଼ିକରେ ଖର୍ଚ୍ଚର ପ୍ରାଥମିକ ସ୍ତରରେ ବ୍ୟୟ ବର୍ଗୀକରଣର ସମନ୍ୱୟ, ପରବର୍ତ୍ତୀ ମାସ ୧୦ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକର ମାସିକ ଆକାଉଣ୍ଟ ବନ୍ଦ କରିବା ଏବଂ ରାଜ୍ୟଗୁଡ଼ିକୁ ଅନୁଦାନ ବାବଦରେ ବିନିଯୋଗ ପ୍ରମାଣପତ୍ର ସମ୍ବନ୍ଧୀୟ ଅଭ୍ୟାସଗୁଡ଼ିକର ସମୀକ୍ଷା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ହୋଇଥିବା ବିଚାରବିମର୍ଶ ଏବଂ ସାର୍ବଜନୀନ ସହମତି ସାର୍ବଜନୀନ ଆର୍ଥିକ ପରିଚାଳନା ଅଭ୍ୟାସକୁ ସୁଦୃଢ଼ ଓ ବଜାୟ ରଖିବାରେ ସହାୟକ ହେବ। ଏଥିରେ ସମୟୋପଯୋଗୀ ଓ ଗୁଣାତ୍ମକ ଆର୍ଥିକ ରିପୋର୍ଟିଂ ଏବଂ ସଚେତନ ନିଷ୍ପତ୍ତି ନେବା ପାଇଁ ରାଜ୍ୟଗୁଡ଼ିକରେ ତୁଳନାତ୍ମକ ବିତ୍ତୀୟ ସୂଚନା ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ

ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଅଛି।

ଏହି ନିଷ୍ପତ୍ତି ଅନୁଯାୟୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ୨୦୨୫ ନଭେମ୍ବର ୧୫ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ପାଳନ କରାଯିବ। ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୪ ନଭେମ୍ବର ୧୫ରେ ବର୍ଷ ବ୍ୟାପୀ ଏହି ସମାରୋହର ଉଦ୍‌ଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ଉତ୍ସବରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ବ ମାନଙ୍କୁ ସମ୍ମାନିତ କରାଯିବ। ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ। ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ଯ୍ୟକ୍ରମ, ସିକିଲ ସେଲ୍‌ ଆନାମିଆ ରୋଗ ସଂପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍‌, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ବାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ। ଏହାସହିତ ବିଭିନ୍ନ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ପ୍ରସ୍ତୁତ କରାଯିବ। ରାଜଧାନୀ ଭୁବନେଶ୍ବର ସହିତ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଚଳିତ ବର୍ଷ ଭୁବନେଶ୍ବରର ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ଶିକ୍ଷା ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଆର୍ଥିକ ପ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଆରୋପ କରିଥିଲେ। ବିଭିନ୍ନ ବିଭାଗର ସମନ୍ବୟରେ (Convergence) ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି, ଜାତି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଅକ୍ଟୋବର ୯ ତାରିଖ: ବୁଧବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ।

ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଦୁଃଖଦ ଖବର ଆସିପାରେ, ଧର୍ଯ୍ୟବାନ ହୁଅନ୍ତୁ। ଅଦରକାରୀ ଖର୍ଚ୍ଚ ହେବ। କୁସଂଗତିରୁ ଦୂରେଇ ରୁହନ୍ତୁ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।

କର୍କଟ ରାଶି: ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବହୁତ ଭଲ କାମ କରିବାକୁ ଇଚ୍ଛୁକ ହେବେ। ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ। ସୁଖ ମିଳିବ। ଭୁଲିଯାଇଥିବା ସାଥୀ ଏବଂ ଅତିଥିଙ୍କ ପାଇଁ ଖର୍ଚ୍ଚ ହେବ। ପାରିବାରିକ ସହାୟତା ରହିବ। କୌଣସି ବ୍ୟକ୍ତିର କଥାକୁ ହଠାତ ବିଶ୍ଵାସ କରନ୍ତୁ ନାହିଁ।

ସିଂହ ରାଶି: ବ୍ୟବସାୟରୁ ସନ୍ତୁଷ୍ଟ ହେବେ। ପିଲାଙ୍କ ବିଷୟରେ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି। ସାଙ୍ଗମାନଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ପାଇବେ। ଲାଭ ସୁଯୋଗ ଆସିବ। ଭ୍ରମଣ ଯୋଜନା ପ୍ରସ୍ତୁତ କରାଯିବ। ସୁଖ ମିଳିବ। ଘର ବାହାରେ ଖୁସିର ପରିବେଶ ରହିବ। କର୍ମକ୍ଷେତ୍ରରେ ଆପଣ ଖୁସି ଅନୁଭବ କରିବେ।

କନ୍ୟା ରାଶି: ବ୍ୟବସାୟ ଅନୁକୂଳ ଲାଭ ହେବ। ଘର ବାହାରେ ସଫଳତା ମିଳିବ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଭ୍ରମଣ ସୁଖଦ ଏବଂ ଲାଭଦାୟକ ହେବ। ସାକ୍ଷାତ ଏବଂ ଉପହାର ଗ୍ରହଣ କରିପାରନ୍ତି। କାର୍ଯ୍ୟରେ ଜୋସ ଏବଂ ଉତ୍ସାହ ରହିବ। ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ।

ତୁଳା ରାଶି: ଅତିରିକ୍ତ ଖର୍ଚ୍ଚ ହେବ। କୁସଙ୍ଗତରୁ ଦୂରେଇ ରୁହନ୍ତୁ। ଲୋକଙ୍କ ସହିତ ଅନାବଶ୍ୟକ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ। ଚିନ୍ତା ଏବଂ ଟେନସନ ହେବ। ନିଜ ଜୀବନସାଥୀ ସହିତ ପୁନଃ ସମନ୍ୱୟ କରନ୍ତୁ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆୟରେ ନିଶ୍ଚିତତା ରହିବ। ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ। କୌଣସି କାର୍ଯ୍ୟରେ ତତ୍ପରତା ଦେଖାନ୍ତୁ ନାହିଁ।

ବିଛା ରାଶି: ବ୍ୟବସାୟ ଭଲ ରହିବ। ଘର ବାହାରେ ସୁଖ ମିଳିବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ଉପଭୋଗ୍ୟ ହେବ। ଲାଭ ସୁଯୋଗ ଆସିବ। କର୍ମକ୍ଷେତ୍ରରେ ଶାନ୍ତି ମିଳିବ। ଏକ ଜରୁରୀ ଜିନିଷ ଶୀଘ୍ର ହଜିଯାଇପାରେ। ଆଇନଗତ ବାଧାବିଘ୍ନ ହୋଇପାରେ। ବିବାଦ କରନ୍ତୁ ନାହିଁ।

ଧନୁ ରାଶି: ସାମାଜିକ କାର୍ଯ୍ୟ ସଫଳ ହେବ। ସମ୍ମାନ ପାଇବ। ସଫଳତା ମିଳିବ। ଲାଭ ସୁଯୋଗ ଆସିବ। ଘର ବାହାରେ ଖୁସିର ପରିବେଶ ରହିବ। ପରିବାର ସହାୟତା ଉପଲବ୍ଧ ହେବ। ବଡ କାମ କରିବାକୁ ଇଚ୍ଛୁକ ହେବେ। ସଫଳତାର ମାଧ୍ୟମ ମିଳିବ। ରିସ୍କ ନିଅନ୍ତୁ ନାହିଁ। ଏକ ନୂତନ ଯୋଜନା ଆରମ୍ଭ କରିବା ପାଇଁ ବର୍ତ୍ତମାନ ସର୍ବୋତ୍ତମ ସମୟ। କାର୍ଯ୍ୟପ୍ରଣାଳୀରେ ଉନ୍ନତି ଆସିବ।

ମକର ରାଶି: ଜଣେ ଜ୍ଞାନୀ ଜ୍ଞାନବାନ ବ୍ୟକ୍ତିଙ୍କ ସହଯୋଗ ପାଇବାର ସମ୍ଭାବନା ଅଛି। ତନ୍ତ୍ର-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ଆପଣ କୂଟନୀତିଜ୍ଞଙ୍କ ସାହାଯ୍ୟ ପାଇପାରିବେ। ଲାଭର ଦ୍ୱାର ଖୋଲିବ। ଆଘାତ ଏବଂ ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ। ବ୍ୟସ୍ତ ରହିବେ। ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ହେବ। ପ୍ରଲୋଭିତ ହୁଅନ୍ତୁ ନାହିଁ।

କୁମ୍ଭ ରାଶି: ଲୋକମାନଙ୍କୁ ଆପଣଙ୍କର କଥା ବୁଝାଇବାକୁ ସମର୍ଥ ହେବେ ନାହିଁ। ଅପାରଗତା ପାଇଁ ଏକ ବଡ଼ ଖର୍ଚ୍ଚ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସାଙ୍ଗମାନେ ସହଯୋଗ କରିବେ। ରୋଜଗାର ସମ୍ଭବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଆଘାତ ଏବଂ ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ। ଆୟ ହ୍ରାସ ହୋଇପାରେ। ଘର ବାହାରେ ଅସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ।

ମୀନ ରାଶି: ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ ହେବ। ନୂତନ ଲୋକଙ୍କୁ ଯୋଗାଯୋଗ କରାଯିବ। ଆୟ ଏବଂ ସ୍ୱାସ୍ଥ୍ୟରେ ବୃଦ୍ଧି ଘଟିବ। କମ୍ ଚିନ୍ତା ରହିବ। ତତ୍ପରତା ଦେଖାନ୍ତୁ ନାହିଁ। ପ୍ରେମ ସଂପର୍କରେ ଅନୁକୂଳ ରହିବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟର ବାଧା ଦୂର ହେବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ପୂଜା ଉପହାର: ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା ଗ୍ରାଚୁଇଟି ସୀମା

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କାକୁ ତା 01.01.2024 ରୁ ପିଛିଲା ଭାବରେ ଲାଗୁ କରାଗଲା। ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର 01.01.2024ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ମନସ୍ତତ୍ଵ ବିଭାଗ ପକ୍ଷରୁ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା କ୍ରୀଷ୍ଣା ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ପରେ ବିଭାଗର ଛାତ୍ର ଛାତ୍ରୀମାନେ ଡକ୍ଟର କଳ୍ପନା ଦାଶ ଙ୍କର ଦୀର୍ଘ ଛତିଶ ବର୍ଷର କର୍ମମୟ ଜୀବନ, ଶିକ୍ଷାଦାନ ଶୈଳୀ, ଛାତ୍ର ବତ୍ସଳତା, ଗଠନମୂଳକ କାର୍ଯ୍ୟ, ଜାତୀୟ ସେବା ଯୋଜନାରେ ସମ୍ପୃକ୍ତି, ଛାତ୍ର କଲ୍ୟାଣ ସମେତ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବାର ଅଭିନଵ ଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନେକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ଡଃ କଳ୍ପନା ଦାଶ ଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମହାନୁଭବତାର କଥା ଅବତାରଣା କରିଥିଲେ।

ଭିଡିଓ ବାର୍ତ୍ତାରେ ଦୂର ଦୂରlନ୍ତର ଶିକ୍ଷାର୍ଥୀମାନେ ସେମାନଙ୍କର କର୍ମମୟ ଜୀବନ ସହିତ କିପରି ଜଣେ ଗୁରୁ ସଂଯୁକ୍ତ ହୋଇ ରହିଛନ୍ତି ତାହା ବଖାଣି ଥିଲେ। ମଞ୍ଚର ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ.ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା,ଉଦ୍ଭିଦ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରବୀଣ ଜେନା,ଓଡ଼ିଆ ଅଧ୍ୟାପକ ଧୋବୀ ଚରଣ ପରିଡାଙ୍କ ଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭାଗ ପକ୍ଷରୁ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ସହ ପ୍ରାକ୍ତନ ଶିକ୍ଷାର୍ଥୀମାନେ ଉତ୍ତରୀୟ,ମାନପତ୍ର ଓ ପ୍ରୀତି ସ୍ମାରକୀ ପ୍ରଦାନ କରି ଅଧ୍ୟକ୍ଷ ଙ୍କ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୋଜାଲିନ ମିଶ୍ର।

Categories
ଆଞ୍ଚଳିକ

ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ: ଏକାଧିକ ଜୁଆଡ଼ି ଗିରଫ

ବାଣପୁର (ସିତାରାମ ଅଗ୍ରୱାଲ): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଜୁଆଡ଼ି। ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତୁଛନ୍ତି ଜୁଆଡ଼ି, ଯାହାଲାଗି ବହୁ ପରିବାର ନଷ୍ଟ ମଧ୍ୟ ହେଉଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ ଆଜି ଏକଡାଳିଆ ଗ୍ରାମରେ ବେଆଇନ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ସଦଳବଳେ ଉକ୍ତ ଗ୍ରାମରେ ଚଢ଼ାଉ କରି ୬ ଜୁଆଡ଼ି ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୭ ହଜାର ୭୧୫ ଟଙ୍କା, ତାସ ପାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହରପ୍ରସାଦ ତ୍ରିପାଠୀ ଓ ନରେନ୍ଦ୍ର ମହାରଣା।

ହରପ୍ରସାଦ ନିଜ ଭେରାଇଟି ଷ୍ଟୋରରେ ଏବଂ ନରେନ୍ଦ୍ର ନିଜ ହୋଟେଲରେ ବାଣ ରଖି ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବରପାଇ ଅଚାନକ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଉଭୟଙ୍କ ନିକଟରୁ ବିପୁଳ ବାଣ ଜବତ କରିବାସହ ଉଭୟଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ବାଣର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାୟୁସେନା ଦିବସରେ ଭାରତର ବୀର ବାୟୁ ସୈନିକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆମର ବୀର ବାୟୁ ଯୋଦ୍ଧା ମାନଙ୍କୁ ବାୟୁସେନା ଦିବସର ଅଭିନନ୍ଦନ। ସାହସ ଓ ପେସାଦାର ମନୋବୃତ୍ତି ପାଇଁ ଆମ ବାୟୁସେନା ପ୍ରଶଂସାର ପାତ୍ର। ଦେଶକୁ ରକ୍ଷା କରିବା ଦିଗରେ ସେମାନଙ୍କ ଭୂମିକା ପ୍ରଶଂସନୀୟ।”

Categories
ଆଜିର ଖବର ଜାତୀୟ ଖବର

୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହିତ ଅନେକ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୁଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ଭୈରୁଣ୍ଡାଠାରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଗ୍ରାମୀଣ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ୍ ଆପ୍ ଉନ୍ମୋଚନ କରିବା ସହ ୧୮ଟି ରାଜ୍ୟରେ ୧୦୦ଟି ଗୋଷ୍ଠୀ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର- ସିଏମଟିସିର ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହ ଗ୍ରାମ ସଡ଼କ ସର୍ବେକ୍ଷଣ ଓ ଯୋଜନା ଉପକରଣର ଶୁଭାରମ୍ଭ କରିଥିଲେ। ସେହିପରି ମଧ୍ୟପ୍ରଦେଶରେ ୫ଟି ନୂଆ ଆରଏସଇଟିଆଇ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ, ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ଏବଂ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଆଜିଠାରୁ ସାରା ଦେଶରେ କଚ୍ଚା ଘରର ସର୍ଭେ ଆରମ୍ଭ ହେଉଛି ଏବଂ ୨୦୧୮ର ପକ୍କା ଘର ତାଲିକାରେ ବାଦ୍ ପଡ଼ିଥିବା ଲୋକଙ୍କ ନାମ ଏବେ ଅନ୍ତର୍ଭୁକ୍ତ କରାଯିବ। କୌଣସି ଭଉଣୀ କିମ୍ବା ଭାଇ ଯେପରି ବାଦ୍ ନ ପଡ଼ିବେ ସେଥିପାଇଁ ୬ ମାସ ମଧ୍ୟରେ ଏହି ସର୍ଭେ ଶେଷ ହେବ। ଫୋନ୍, ମୋଟରସାଇକେଲ୍ କିମ୍ବା ସ୍କୁଟର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କ ନାମ ଯୋଡ଼ାଯିବ ବୋଲି ସେ କହିଛନ୍ତି। ଲାଡଲି ବେହନାଙ୍କ ସହ ଲଖପତି ଦିଦି ତିଆରି ଅଭିଯାନ ମଧ୍ୟ ସାରା ଦେଶରେ ଚାଲିବ। ଲଖପତି ଦିଦି ଅର୍ଥାତ୍ ପ୍ରତି ଦିଦିଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ ଅଧିକ ହେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ପୂର୍ବରୁ କେବଳ ୧୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକ ଆବାସ ଯୋଜନା ପାଇଁ ଯୋଗ୍ୟ ଥିବା ବେଳେ ଏବେ ମାସିକ ଆୟ ୧୫ ହଜାର ଟଙ୍କା ହେଲେ ମଧ୍ୟ ଆବାସ ଯୋଜନାରେ ନାମ ଯୋଡ଼ାଯିବ।

ଲଖପତି ଦିଦି କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨.୫ ଏକର ପର୍ଯ୍ୟନ୍ତ ଜଳସେଚିତ ଜମି ଏବଂ ୫ ଏକର ପର୍ଯ୍ୟନ୍ତ ଅଣଜଳସେଚିତ ଜମି ଥିବା ଚାଷୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି। କୃଷକଙ୍କୁ ସମର୍ଥନ କରିବା ପାଇଁ କ୍ୟାବିନେଟ ପ୍ରତିଦିନ ନିଷ୍ପତ୍ତି ନେଉଛି। ବିଦେଶୀ ତୈଳ ଆମଦାନୀ ଯୋଗୁଁ ହ୍ରାସ ପାଉଥିବା ସୋୟାବିନ ଦରକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଘରୋଇ ସୋୟାବିନ ଦର ବୃଦ୍ଧି ଲକ୍ଷ୍ୟରେ ଆମଦାନୀ ତେଲ ଉପରେ ୨୭.୫ ପ୍ରତିଶତ ଟିକସ ଲାଗୁ କରିବେ।

କେନ୍ଦ୍ର ସରକାର ମଧ୍ୟପ୍ରଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟରେ ସୋୟାବିନ୍ କିଣିବାକୁ ମଞ୍ଜୁରୀ ଦେଇଛନ୍ତି ଏବଂ ପଞ୍ଜୀକରଣ ଖୋଲା ରହିଛି। ମଧ୍ୟପ୍ରଦେଶ ପୁରା ମୁଗ କିଣି ସାରିଛି। ଏହାବ୍ୟତୀତ ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ହାର କୁ ଉଚ୍ଛେଦ କରାଯାଇଛି, ଯାହା ବିଦେଶୀ ରପ୍ତାନି ଏବଂ ସମ୍ଭାବ୍ୟ ମୂଲ୍ୟ ବୃଦ୍ଧିକୁ ଅନୁମତି ଦେଇଛି।

ଶ୍ରୀ ଚୌହାନ କହିଛନ୍ତି ଯେ ଆମ ସରକାର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି, ବିରି ଏବଂ ହରଡ଼ କିଣିବା, ୧୦୯ ଟି ନୂତନ ବିହନ ପ୍ରଜାତି ଆରମ୍ଭ କରିବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହେବାକୁ ଯାଉଛି। ମୋ ପାଇଁ ଆପଣମାନଙ୍କର ସେବା କରିବା ଭଗବାନଙ୍କ ଉପାସନା ସହିତ ସମାନ। ଏହି କ୍ଷେତ୍ରରେ ସିହୋର ଜିଲ୍ଲା ମଧ୍ୟ ପଛରେ ପଡ଼ିବ ନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅର୍ଥ ସହାୟତା ପ୍ରଦାନ କରିବେ। ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଗରିବଙ୍କୁ ୩ ଲକ୍ଷ ୬୮ ହଜାର ଘର ଦିଆଯାଇଛି ଯାହା ରାଜ୍ୟ ସରକାର ଦେବେ।

ଆପଣମାନଙ୍କର  ସେବା ହିଁ ମୋ ଜୀବନର ଲକ୍ଷ୍ୟ । କେନ୍ଦ୍ର ସରକାର ମଧ୍ୟପ୍ରଦେଶ ପାଇଁ କୌଣସି ସୁଯୋଗ ଛାଡ଼ିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବଙ୍କ ସେବା ଜାରି ରହିବ ଏବଂ କୃଷିର ମଧ୍ୟ ପ୍ରଗତି ଜାରି ରହିବ। ଆମେ ଆପଣଙ୍କ ଆୟକୁ ଦ୍ୱିଗୁଣିତ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ସିଏମ୍ ରାଜ୍ୟ ବିଦ୍ୟାଳୟ ଖୋଲାଯିବ। ଶ୍ରୀ ଚୌହାନ କେନ୍ଦୁପତ୍ରରେ ବୋନସ୍ ଦେଇଥିବାରୁ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ରୋଭର୍ସ ଏବଂ ରେଞ୍ଜର୍ସ ମିଟ୍ ଆୟୋଜନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଭୁବନେଶ୍ୱରର ରାଜ୍ୟ ମୁଖ୍ୟାଳୟରେ ଏହାର ଷ୍ଟେଟ୍ ଲେଭଲ୍ ରୋଭର୍ସ ଆଣ୍ଡ ରେଞ୍ଜର୍ସ ମିଟ୍ ଆୟୋଜନ କରିଅଛି କରୁଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ରେଳମଣ୍ଡଳର ସ୍ବେଛାସେବୀ ମାନେ ଅଂଶଗ୍ରହଣ କରିଥିବାବେଳେ ଏହାର ମୁଖ୍ୟାଳୟ ଓ ମଞ୍ଚେଶ୍ୱର ରେଳ ଡ଼ବା ମରାମତି କାରଖାନା ଏବଂ ପୁରୀ ୟୁନିଟ ସହିତ ରେଳପଥର ସମସ୍ତ କୋଣ ଅନୁକୋଣରୁ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇଛନ୍ତି।

ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ପ୍ରଦର୍ଶନ କରାଯାଇ ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ଯାହାକି ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା।

ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ରୋଭର୍ସ ଏବଂ ରେଞ୍ଜର୍ସ ମାନଙ୍କ ଦ୍ୱାରା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ସେମାନେ ସଫଳତାର ସହ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ। ଦୈନନ୍ଦିନ ଜୀବନରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ସବୁ ପ୍ରକାରରେ ଦୁର୍ନୀତି ବିରୋଧରେ ସକ୍ରିୟ ଭାବରେ ଠିଆ ହେବା ଉପରେ ଗୁରୁତ୍ୱାରୋପ କରି ସଚେତନତା ସୃଷ୍ଟି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯୋଗଦାନ କରି ସ୍ବେଚ୍ଛାସେବୀମାନଙ୍କ ଉଦ୍ୟମ ତଥା ସାମାଜିକ କାରଣ ପ୍ରତି ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ ହୋଇଥିଲେ। ଶ୍ରୀ ଫୁଙ୍କୱାଲ ରୋଭର୍ସ ଏବଂ ରେଞ୍ଜର୍ସ ମାନଙ୍କୁ ଉତ୍ସାହିତ କରି ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେବା ସହିତ ଭବିଷ୍ୟତର ପଦକ୍ଷେପ ପାଇଁ ସେମାନଙ୍କୁ ପୂର୍ବତଟ ରେଳପଥର ନିରନ୍ତର ସମର୍ଥନ ବିଷୟରେ ସୁନିଶ୍ଚିତ କରିଥିଲେ। ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କ ଯୋଗଦାନର ମହତ୍ତ୍ୱ ଉପରେ ସେ ଆଲୋକପାତ କରି ସେମାନଙ୍କୁ ଏକ ସ୍ୱଚ୍ଛ ଏବଂ ଅଧିକ ନିର୍ମଳ ସମାଜ ଗଠନ ଦିଗରେ ସେମାନଙ୍କ ଯୋଗଦାନକୁ ଅଧିକ ସକ୍ରିୟ କରି ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ରୋଭର୍ସ ଏବଂ ରେଞ୍ଜର୍ସ, ସେମାନଙ୍କର ଉତ୍ସର୍ଗୀକୃତ ସେବା ଏବଂ ସମୁଦାୟ-ଆଧାରିତ ପଦକ୍ଷେପ ମାଧ୍ୟମରେ, ପୂର୍ବତଟ ରେଳପଥରେ ଭରତ ସ୍କାଉଟ୍ସ ଏବଂ ଗାଇଡ୍ସର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛନ୍ତି। ରାଜ୍ୟ ସ୍ତରର ଯୋଗଦାନ କେବଳ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ନୁହେଁ ବରଂ ସ୍ୱେଚ୍ଛାସେବୀମାନଙ୍କ ପାଇଁ ସମାଜ ସେବା ତଥା ରାଷ୍ଟ୍ର ନିର୍ମାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୁତ କରିବା ପାଇଁ ଏକ ସୁଯୋଗ ଅଟେ।

ଏହି ପଦକ୍ଷେପ ପୂର୍ବତଟ ରେଳପଥର ବ୍ୟାପକ ମିଶନ ସହିତ ସାମାଜିକ କାରଣଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସମୁଦାୟ ସହିତ ବଳିଷ୍ଠ ସକାରାତ୍ମକ ଉପାୟରେ ଜଡିତ ହେବା, ଏକ ଦାୟିତ୍ୱବାନ ତଥା ସାମାଜିକ ସଚେତନ ସଂଗଠନ ଭାବରେ ଏହାର ସୁନାମକୁ ଆହୁରି ସୁଦୃଢ଼ କରିବା।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲାରେ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ

ମୟୂରଭଞ୍ଜ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଆଦିବାସୀ ବହୁଳ ତଥା ଖଣି ଜିଲ୍ଲା ମୟୂରଭଞ୍ଜରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଆୟତନ ଦୃଷ୍ଟିରୁ ଓଡ଼ିଶାର ଏକ ବୃହତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବିଭିନ୍ନ ବନଖଣ୍ଡ ଅଧୀନରେ ବର୍ଷାଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି। ବର୍ଷାଦିନେ ପାହାଡ଼ରୁ ବହି ଆସୁଥିବା ପାଣି ଏଠାରେ ସଂରକ୍ଷିତ ହୋଇ ରହୁଥିବାରୁ ବିଭିନ୍ନ ବନ୍ୟଜନ୍ତୁ ଉପକୃତ ହେବା ସହ ଜଙ୍ଗଲ ଆଖପାଖ ଗାଁର ଲୋକମାନେ ଏହାକୁ ଚାଷକାମରେ ବ୍ୟବହାରକରି ଭଲ ରୋଜଗାର କରିପାରୁଛନ୍ତି।

‘‘ଆଗରୁ ବର୍ଷା ହେଲେ ପାଖ ପାହାଡ଼ରୁ ପାଣି ଆସି ଆମ ଗାଁ ଭିତରେ ମାଡ଼ି ଯାଉଥିଲା। ଫଳରେ ଆମେ ବହୁତ ଅସୁବିଧା ଭୋଗୁଥିଲୁ। ଓମ୍ବାଡସି ସହାୟତାରେ ପାହାଡ଼ ତଳେ ବନ୍ଧ ନିର୍ମାଣ ହେବା ଫଳରେ ପାଣି ସେଠାରେ ସଂରକ୍ଷିତ ହୋଇ ରହୁଛି। ସେହି ପାଣିକୁ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ଫସଲ କରୁଛୁ,’’ କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଅନ୍ତର୍ଗତ କଣ୍ଟାସଲା ଗାଁର ଝରଣା ମହାନ୍ତ।

‘‘ଜଙ୍ଗଲରେ ଅନେକ ମୂଲ୍ୟବାନ ତଥା ଔଷଧୀୟ ଗଛ ରହିଛି। ଆଗରୁ ପାଣି ଅସୁବିଧା ଥିବାରୁ ଗଛଗୁଡ଼ିକ ଭଲଭାବେ ବଢ଼ୁ ନଥିଲା। ଫଳରେ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଡ୍ୟାମ ଓ ବିଭିନ୍ନ ପ୍ରକଳ୍ପ ହେବା ଫଳରେ ଗଛଗୁଡ଼ିକ ଭଲଭାବେ ବଢୁଛି। ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ଲୋକମାନେ ସୁବିଧାରେ ରୋଜଗାର କରୁଛନ୍ତି,’’ କହିଛନ୍ତି କଣ୍ଟାସଲା ଗାଁର ଉପେନ୍ଦ୍ରନାଥ ମହାନ୍ତ।

ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ଓ୍ୱାୟାରମେସ୍ ଲୁଜ୍ ବୋଲ୍ଡର ଚେକଡ୍ୟାମ୍, ଗ୍ରେଡେଡ୍ ବଣ୍ଡ୍, ସବ୍-ସରଫେସ୍ ଡାଇକ୍, ପର୍କୁଲେସନ ପିଟ୍, ଷ୍ଟେଗର୍ଡ ଷ୍ଟ୍ରେଞ୍ଚ, ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର, ଆର୍ଥେନ୍ ବଣ୍ଡ୍ ଏବଂ ଷ୍ଟୋନ୍ ବଣ୍ଡିଂ ଆଦି ପ୍ରକଳ୍ପ ରହିଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ସହାୟତା ଦିଆଯାଉଛି।

‘‘ଆଗରୁ ବର୍ଷା ହେଲେ ଜଙ୍ଗଲରୁ ମୃତ୍ତିକା କ୍ଷୟ ହେଉଥିଲା। ଫଳରେ ବହୁ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇଯାଉଥିଲା। ବର୍ଷାଜଳ ସଂରକ୍ଷିତ କରି ରଖିବା ଲାଗି ବିଶେଷ ବ୍ୟବସ୍ଥା ନଥିଲା। ଓମ୍ବାଡସି ସହାୟତାରେ ମୃତ୍ତିକା କ୍ଷୟ ଓ ବର୍ଷାଜଳ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବା ଫଳରେ ଜଙ୍ଗଲ ସୁରକ୍ଷିତ ରହିଛି। ତା’ଛଡ଼ା ଆଖପାଖ ଗାଁର ଲୋକମାନେ ଜୀବିକା ମଧ୍ୟ ପାଉଛନ୍ତି,’’ କହିଛନ୍ତି ବାଦାମପାହାଡ଼ ବନାଞ୍ଚଳର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ପାଇଁ ଗୋଷ୍ଠୀ ସହଭାଗିତାରେ ନର୍ସରୀ ସ୍ଥାପନ ସହ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଧୀନରେ ବର୍ତ୍ତମାନ ସୁଦ୍ଧା ୮୩ ଲକ୍ଷ ୩୩ ହଜାର ଚାରା ରୋପଣ କରାଯାଇଛି।

ସେହିପରି ଜିଲ୍ଲାରେ ଓମ୍ବାଡସି ସହାୟତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଏବଂ ଆଡ଼ିବନ୍ଧ ନିର୍ମାଣ କରାଯାଉଛି। ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଦିଗରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହିତ ଲୋକଙ୍କୁ ଜୀବିକା ମିଳିପାରୁଛି।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଜଳର ଉତ୍ସକୁ ସୁଦୃଢ଼ କରିବା ସହିତ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଓ ସବୁଜିମା ସୃଷ୍ଟି ଦିଗରେ ଓମ୍ବାଡସି ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜଳ, ଜମି ଓ ଜଙ୍ଗଲ ଭିତରେ ସନ୍ତୁଳନ ରକ୍ଷା କରାଯାଇ ଲୋକଙ୍କ ଜୀବିକାକୁ କିପରି ସୁନିଶ୍ଚିତ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ହରିୟାଣା ନିର୍ବାଚନ: ବିଜେପିର ବିଜୟ ପଛରେ କିଏ ଏହି ନେତା, ଯାହାଙ୍କ ଯୋଗୁଁ ପଦ୍ମକୁ ମିଳିଲା ସଫଳତା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ​​ଜିତିବାକୁ ଯାଉଛି ବୋଲି କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଥିଲା। ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସର ବିଜୟ ଦର୍ଶାଉଥିଲା, କିନ୍ତୁ ଫଳାଫଳ ଦିନ ଏହି ପରିସ୍ଥିତି ବଦଳିଗଲା, କିନ୍ତୁ ହରିୟାଣାରେ ବିଜେପିର ବିଜୟ ପଛରେ ଦଳର ଏପରି ତିନିଜଣ ନେତା ଅଛନ୍ତି, ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ହରିୟାଣା ବିଧାନସଭା ନିର୍ବାଚନରେ ​​ରାଜ୍ୟ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଭୟ ସହ-ପ୍ରଭାରୀ ବିପ୍ଲବ ଦେବ ଏବଂ ସୁରେନ୍ଦ୍ରଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଜବରଦସ୍ତ ଥିଲା। ପାର୍ଟି ଟିକେଟ୍ ବଣ୍ଟନ କରିଥିଲା, ତଥାପି ଧର୍ମେନ୍ଦ୍ର ପ୍ରଧାନ ଚର୍ଚ୍ଚାକୁ ନଆସି ଛୋଟ ବୈଠକ କରିଥିଲେ। ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ଶାନ୍ତ କରିବା ପାଇଁ ଅନେକ ବୈଠକ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୈଠକର ଫଳାଫଳ ହେଲା ଯେ ଦଳ ବିରୋଧରେ ନିର୍ବାଚନ ଲଢିବାକୁ ସ୍ଥିର କରିଥିବା ଅଧାରୁ ଅଧିକ ଲୋକଙ୍କ ନାମାଙ୍କନ ପ୍ରତ୍ୟାହାର କରାଯାଇଥିଲା ଏବଂ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇଥିଲା। ଆଭ୍ୟନ୍ତରୀଣ ଲଢେଇ ବିଷୟରେ କହିବାକୁ ଗଲେ କଂଗ୍ରେସ ତୁଳନାରେ ବିଜେପିରେ ଏହି ଜିନିଷ କମ୍ ଦେଖାଯାଇଥିଲା। କୌଣସି ପ୍ରକାରର ଦଳ ବିରୋଧୀ କାର୍ଯ୍ୟ ଦେଖାଗଲା।

କଂଗ୍ରେସର ପରାଜୟର ପଛରେ ଏକ ପ୍ରମୁଖ କାରଣ ଗୋଷ୍ଠୀ କନ୍ଦଳ ବୋଲି କୁହାଯାଉଛି। ନିର୍ବାଚନ ସମୟରେ କୁମାରୀ ଶୈଲଜା, ଭୁପେନ୍ଦ୍ର ସିଂ ହୁଡା ଏବଂ ସୁରଜେୱାଲାଙ୍କ ସମର୍ଥକଙ୍କ ମଧ୍ୟରେ ମତଭେଦ ହୋଇଥିଲା। ତିନିଜଣ ନେତା ସିଏମ୍ ପଦବୀ ପାଇଁ ଦୌଡରେ ନିଜକୁ ଆଗକୁ ଦେଖାଉଥିଲେ। ପ୍ରଚାର ରାଲିରେ ଶୈଲଜା ଏବଂ ହୁଡାଙ୍କ ମଧ୍ୟରେ ତିକ୍ତତା ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା।

ଯଦି ଆମେ ହରିୟାଣାରେ ଭାରତୀୟ ଜନତା ପାର୍ଟିର ରଣନୀତିକୁ ଦେଖିବା, ସେଠାରେ ଅନେକ ସମସ୍ୟା ଦେଖାଦେଇଥିଲା ଯେଉଁଥିରେ ଦଳ କ୍ଷତିର ସମ୍ମୁଖୀନ ହେଉଥିବାର ଦେଖାଯାଉଥିଲା, ମାତ୍ର ୭ ମାସ ପୂର୍ବରୁ ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ ସିଏମ ପଦରୁ ହଟାଇ ନାୟବ ସିଂ ସୈନିଙ୍କୁ ନେତୃତ୍ଵ ହସ୍ତାନ୍ତର କରିଥିଲା। ନାୟବ ସିଂ ସୈନି ଚେହେରାକୁ ସାମ୍ନା କରି ଦଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ ଫଳାଫଳରୁ ଜଣାପଡିଛି ଯେ, ନାୟବ ସିଂ ସୈନିଙ୍କ ଉପରେ ଜନସାଧାରଣ ଭରସା ପ୍ରକଟ କରିଛନ୍ତି। ସେହିଭଳି ବିଜେପି ମଧ୍ୟ ଏହି ସୂତ୍ର ଗ୍ରହଣ କରିଛି, ଯାହା ସଫଳ ହୋଇଛି। ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ତ୍ରିପୁରାରେ ମଧ୍ୟ ବିଜେପି ସମାନ ରଣନୀତି ଆପଣାଇଛି।

Categories
ଆଜିର ଖବର ଜାତୀୟ ଖବର

ରାମବିଳାସ ପାଶ୍ୱାନଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ରାମବିଳାସ ପାଶ୍ୱାନ ଜୀ ଜଣେ ଅସାଧାରଣ ନେତା ଥିଲେ। ଏକ ଦୃଢ଼ ଓ ବିକାଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମୋର ପ୍ରିୟବନ୍ଧୁ ତଥା ଭାରତର ଜଣେ ପ୍ରମୁଖ ନେତା ଶ୍ରୀ ରାମ ବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେ ଜଣେ ଅସାଧାରଣ ନେତା ଥିଲେ ଏବଂ ଦୃଢ଼ ତଥା ବିକଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଅନେକ ବର୍ଷ ତାଙ୍କ ସହ କାମ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ। ଅନେକ ପ୍ରସଙ୍ଗରେ ତାଙ୍କ ଦୂରଦୃଷ୍ଟିକୁ ମୁଁ ଏବେ ବହୁତ ମନେ ପକାଉଛି।”

Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀର ଷଷ୍ଠୀରେ ମା’ କାତ୍ୟାୟନୀଙ୍କୁ ବିଶେଷ ପ୍ରାର୍ଥନା। ମାତାଙ୍କ ଆଶୀର୍ବାଦରେ ତାଙ୍କର ସବୁ ଭକ୍ତଙ୍କ ଜୀବନରେ ଶକ୍ତି, ସାମର୍ଥ୍ୟ ଏବଂ ସାହସର ସଞ୍ଚାର ହେଉ, ଏହି ପ୍ରାର୍ଥନା।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଭାରତରେ ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ।

ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। ‘ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।”

ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଆମକୁ ବିଶ୍ୱର ସବୁଠାରୁ ଉତ୍ସାହଭରା ସୌନ୍ଦର୍ଯ୍ୟ ବଜାରରେ ପ୍ରବେଶ କରିବାର ସୁଯୋଗ ଦେଉଛି। ଅଗଷ୍ଟିନସ୍ ବେଡ଼ର୍ କଲେକ୍ସନ ଟିରାର ଅନଲାଇନ୍ ପ୍ଲାଟଫର୍ମ ଏବଂ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅବସ୍ଥିତ ନିର୍ଦ୍ଦିଷ୍ଟ ଟିରା ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ ଶ୍ରେଷ୍ଠ ଦ୍ରୁତତମ ବୋଲର: ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ମୟଙ୍କ ଯାଦବ ଡେବ୍ୟୁ କରିଥିଲେ। ତାଙ୍କର ଡେବ୍ୟୁ ମ୍ୟାଚରେ ମୟଙ୍କ 149.9 କିଲୋମିଟର ବେଗରେ ବଲ ଫିଙ୍ଗି ସମସ୍ତଙ୍କୁ ଚକିତ କରିଥିଲେ। ମୟଙ୍କ ଯିଏ ଆଇପିଏଲ୍ 2024 ରେ ଦ୍ରୁତତମ ବଲ୍ ବୋଲିଂ କରିଥିଲେ। ଆଇପିଏଲରେ ଦ୍ରୁତ ବୋଲିଂ କରି ଚକିତ କରିଥିବା ଏହି ବୋଲର ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବଲ ଫିଙ୍ଗି ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇବାରେ ସଫଳ ହୋଇଛନ୍ତି। ମୟଙ୍କ ଯେଉଁଭଳି ଭାବରେ ଆରମ୍ଭ କରିଛନ୍ତି। ତାଙ୍କୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଆଗାମୀ ସମୟରେ ଭାରତର ଏହି ଯୁବ ବୋଲର 156 କିଲୋମିଟର ବେଗଠାରୁ ଅଧିକ ଦ୍ରୁତ ଗତିରେ ବଲ୍ ଫିଙ୍ଗିବାରେ ସଫଳ ହୋଇପାରିବେ। ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଶ୍ରେଷ୍ଠ 10 ଦ୍ରୁତ ବୋଲରଙ୍କ ବିଷୟରେ ଜାଣିବା….

ଉମ୍ରାନ ମଲିକ- 157 କିମି/ଘଣ୍ଟା

ଭାରତୀୟ କ୍ରିକେଟ୍ ଇତିହାସରେ ଭାରତର ଉମ୍ରାନ ମଲିକ୍ ଦ୍ରୁତତମ ବୋଲର ଅଟନ୍ତି। 157 କିଲୋମିଟର ବେଗରେ ବୋଲିଂ କରି ଉମ୍ରାନ ଆଇପିଏଲ୍ 2022 ରେ ଇତିହାସ ସୃଷ୍ଟି କରିଥିଲେ। ଅବଶ୍ୟ, ସଠିକ୍ ଲାଇନ ଏବଂ ଲେନ୍ଥ ବଜାୟ ରଖିବାରେ ସକ୍ଷମ ହୋଇନଥିବାରୁ ଉମ୍ରାନ ବର୍ତ୍ତମାନ ଭାରତୀୟ ଦଳ ବାହାରେ ଅଛନ୍ତି। କିନ୍ତୁ କାଶ୍ମୀରର ଏହି ଯୁବ ବୋଲରଙ୍କ ଉପରେ ଅନେକ ଆଶା ଅଛି।

ମୟଙ୍କ ଯାଦବ- 156 କିମି

ମୟଙ୍କ ଯାଦବ ଆଇପିଏଲ 2024 ରେ 156 କିଲୋମିଟର ବେଗରେ ବଲ ଫିଙ୍ଗି ଏକ ଆତଙ୍କ ସୃଷ୍ଟି କରିଥିଲେ। ମୟଙ୍କ ତାଙ୍କ ଦ୍ରୁତ ବୋଲିଂ ସହିତ ଆଶା ବଢାଇଛନ୍ତି ଯେ ଭବିଷ୍ୟତରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ମଧ୍ୟ 156 ବେଗରେ ବଲ୍ ବୋଲିଂ କରିପାରିବେ।

ଜାଭାଗଲ ଶ୍ରୀନଥ- 154.5 କିମି

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାଭାଗଲ ଶ୍ରୀନଥ ନିଜ କ୍ୟାରିୟରରେ ଘଣ୍ଟା ପ୍ରତି 154.5 କିଲୋମିଟର ବେଗରେ ବୋଲିଂ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଶ୍ରୀନଥଙ୍କ ଦ୍ୱାରା ପ୍ରସ୍ତୁତ ଏହି ରେକର୍ଡ ଆଜି ବି ସ୍ଥିର ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଦ୍ରୁତତମ ବୋଲର ଶ୍ରୀନାଥ।

ଇରଫାନ୍ ପଠାନ୍- 153.7 କିମି

ସ୍ୱିଙ୍ଗ୍ ଅଫ୍ ଇଣ୍ଡିଆର ସୁଲତାନ ଭାବରେ ଜଣାଶୁଣା ଇରଫାନ୍ ପଠାନ୍ ତାଙ୍କ କ୍ୟାରିଅର୍ ସମୟରେ 153.7 କିଲୋମିଟର ବେଗରେ ଏକ ବଲ୍ ବୋଲିଂ କରିବାର ଚମତ୍କାର କରିଥିଲେ। ଇରଫାନ୍ ଭାରତର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଖେଳାଳି ଭାବେ ଜଣାଶୁଣା। ଇରଫାନ୍ ଭାରତର ଶ୍ରେଷ୍ଠ ସ୍ୱିଙ୍ଗ୍ ବଲ୍ ବୋଲର ଭାବେ ବିବେଚିତ ହୋଇଛନ୍ତି।

ମହମ୍ମଦ ଶାମି- ଘଣ୍ଟା ପ୍ରତି 153.3 କିମି

ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ମହମ୍ମଦ ଶାମି ଘଣ୍ଟା ପ୍ରତି 153.3 କିଲୋମିଟର ବେଗରେ ବଲ ପକାଇ ଚମତ୍କାର କରିଛନ୍ତି। ଶାମିଙ୍କୁ ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ବିବେଚନା କରାଯାଏ। ମହମ୍ମଦ ଶାମି ବର୍ତ୍ତମାନ ଭାରତୀୟ ଦଳ ବାହାରେ ଅଛନ୍ତି କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ଫେରିପାରନ୍ତି ବୋଲି ଆଶା କରାଯାଉଛି।

ଜସପ୍ରୀତ ବୁମ୍ରା- 153.26 କିମି

ଭାରତର ମହାନ ବୋଲର ଭାବେ ବିବେଚିତ ଜସପ୍ରୀତ ବୁମ୍ରା 153.2 କିଲୋମିଟର ବେଗରେ ବଲ ଫିଙ୍ଗି ନିଜ କ୍ୟାରିୟରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବୁମ୍ରା କେବଳ ଭାରତ ନୁହେଁ ବିଶ୍ୱ କ୍ରିକେଟର ସବୁଠାରୁ ବିପଜ୍ଜନକ ବୋଲର ଭାବରେ ଜଣାଶୁଣା।

ନବଦୀପ ସାଇନି- 152.8 କିମି

ଅନ୍ୟ ଜଣେ ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଦ୍ରୁତ ବଲ ବୋଲିଂ ପାଇଁ ଜଣାଶୁଣା। ନବଦୀପ ତାଙ୍କ କ୍ୟାରିୟରର ଦ୍ରୁତତମ ବଲକୁ ଘଣ୍ଟା ପ୍ରତି 152.85 କିଲୋମିଟର ବେଗରେ ବୋଲିଂ କରିଛନ୍ତି।

ଇଶାନ୍ତ ଶର୍ମା- ଘଣ୍ଟା ପ୍ରତି 152.6 କିମି

ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଇଶାନ୍ତ ଶର୍ମା ନିଜ କ୍ୟାରିୟରର ଦ୍ରୁତତମ ବଲକୁ ଘଣ୍ଟା ପ୍ରତି 152.6 କିଲୋମିଟର ବେଗରେ ବୋଲିଂ କରିଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଇଶାନ୍ତ ଭାରତର ବୋଲିଂ ବିଭାଗର ଏକ ଅବିରତ ଅଂଶ ଥିଲେ।

ବରୁଣ ଆରୋନ- 152.5 କିମି

ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଏକଦା ଭାରତର ଦ୍ରୁତତମ ବୋଲର ଭାବରେ ଉଭା ହୋଇଥିଲେ। ଯିଏ ନିୟମିତ ଭାବରେ ଘଣ୍ଟା ପ୍ରତି 150 କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିଥିଲେ। ଆଘାତ ଯୋଗୁଁ ତାଙ୍କ କ୍ୟାରିୟର ଅଧିକ ସମୟ ତିଷ୍ଠି ପାରିଲା ନାହିଁ। ଆରୋନ୍ ତାଙ୍କ କ୍ୟାରିୟରର ଦ୍ରୁତତମ ବଲ୍ ଘଣ୍ଟା ପ୍ରତି 152.5 କିଲୋମିଟର ବେଗରେ ବୋଲିଂ କରିଥିଲେ।

ଉମେଶ ଯାଦବ- ଘଣ୍ଟା 152.2 କିମି

ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ତାଙ୍କ କ୍ୟାରିୟରର ଦ୍ରୁତତମ ବଲକୁ ଘଣ୍ଟା ପ୍ରତି 152.2 କିଲୋମିଟର ବେଗରେ ବୋଲିଂ କରିଛନ୍ତି। ଉମେଶ ଭାରତୀୟ ଘରୋଇ ପିଚରେ ମଧ୍ୟ ଉଚ୍ଚ ବେଗରେ ବୋଲିଂ କରିବା ପାଇଁ ଜଣାଶୁଣା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ’: ଡକ୍ଟର ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ଆସନରୁ ଜିତିଛନ୍ତି ଏବଂ ଏହି ସମୟରେ ଏନସି ନେତା ଡକ୍ଟର ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଜେ, “ଲୋକମାନେ ସେମାନଙ୍କର ନିଷ୍ପତ୍ତି ଦେଇଛନ୍ତି, ଜାମ୍ମୁ କାଶ୍ମୀରର ସମସ୍ୟାର ସମାଧାନ କରିବାକୁ ପଡିବ। ନିର୍ବାଚନରେ ​​ଭାଗ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଫଳାଫଳ ଆପଣଙ୍କ ସାମ୍ନାରେ ଥିବାରୁ ଆଲ୍ଲାଙ୍କୁ ଧନ୍ୟବାଦ। ସେ ଏହା ମଧ୍ୟ କହିଛନ୍ତି ଯେ, ”ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ।”

ବଡ଼ଗାମ ଆସନରେ ୫୮.୯୭ ପ୍ରତିଶତ ଭୋଟ୍ ଦିଆଯାଇଥିଲା। ଏହି ଆସନ ୧୯୭୭ ପରଠାରୁ ଏନସିର ଏକ ଗଡ଼ ହୋଇଆସୁଛି।

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ଚାଲିଲା ‘ମୋଦୀ ମ୍ୟାଜିକ୍’, କଂଗ୍ରେସକୁ କେତୋଟି ଆସନରେ ସଫଳତା ଦେଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏହି ଧାରାରେ ଭାରତୀୟ ଜନତା ପାର୍ଟି ୪୮ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩୭ ଟି ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ନିଜ ନିଜ ଆସନରେ ଆଗୁଆ ଅଛନ୍ତି।

ଏହି ଟ୍ରେଣ୍ଡ ମଧ୍ୟରେ ଏକ ମଜାଦାର ଚିତ୍ର ଉଭା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ବିଜେପି ପାଇଁ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ କରିଛନ୍ତି। ଏଥି ସହ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ କୌଣସି ବିଶେଷ ଚମତ୍କାର କରିପାରି ନାହାଁନ୍ତି।

ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୫ ଟି ରାଲି କରିଥିଲେ। ଏହି ସମାବେଶର ପ୍ରଭାବ ହରିୟାଣାର ୧୭ ଟି ବିଧାନସଭା ଆସନ ଉପରେ ପଡିଥିଲା। ଏଥିମଧ୍ୟରୁ ବିଜେପି ୧୦ ଟି ଆସନରେ ଆଗୁଆ ରହିଛି। ଏହା ବ୍ୟତୀତ କଂଗ୍ରେସ ୫ ଏବଂ ଅନ୍ୟ ୨ ଟି ଆସନରେ ଆଗରେ ରହିଛନ୍ତି। ଏଥି ସହିତ, ଯଦି ଆମେ ରାହୁଲ ଗାନ୍ଧୀଙ୍କ ବିଷୟରେ କଥା ହେବା, ସେ ହରିୟାଣାରେ ରାଲି କରିଥିବା ୧୪ ଟି ଆସନ ମଧ୍ୟରୁ କଂଗ୍ରେସ ୭ ରେ ପଛୁଆ ଅଛି। କଂଗ୍ରେସ ଦଳ ମାତ୍ର ୪ ଟି ଆସନରେ ଆଗରେ ରହିଛି। ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ଆସନରେ ଆଗରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶରୀରରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା: କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ଜନୈକ ଯୁବତୀ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ଦିନ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ନିଆଁରେ ଜଳି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

କିନ୍ତୁ ଚିକିତ୍ସାଧୀନ ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ ବାପା ଝିଅର କଳି ଯୋଗୁଁ ବୋଲି ଶୁଣିବାକୁ ମିଳୁଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ରାଜ୍ୟର ନିର୍ବାଚନ ଫଳାଫଳ: ନିର୍ବାଚନ ଆୟୋଗଙ୍କ ହିସାବରେ କେଉଁ ଦଳର କ’ଣ ରହିଛି ସ୍ଥିତି?

ନୂଆଦିଲ୍ଲୀ: ଆଜି ହରିୟଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଉଭୟ ରାଜ୍ୟର ୯୦ ଟି ଆସନ ପାଇଁ ଭୋଟ ଗଣନା ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରାରମ୍ଭିକ ଟ୍ରେଣ୍ଡରେ କେଉ ଦଳ କେତେ ଆସନରେ ଅଗ୍ରଣୀ କରୁଛି, ତାହା ଘୋଷଣା କରାଯାଉଛି।

ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ, ବର୍ତ୍ତମାନ ହରିୟଣାରେ ବିଜେପି ୪୯ ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୩୫ ଟି ଆସନ, ଆଇଏନଏଲଡି ୧ ଟି, ବିଏସପି ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୪ ଟି ଆସନରେ ଆଗୁଆ ରହିଛନ୍ତି।

ସେହିଭଳି ଜାମ୍ମୁକାଶ୍ମୀରରେ ୯୦ ଟି ଆସନରେ ଏନସି ୪୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୬ ଟି ଆସନ, ଭାରତୀୟ ଜାତୀୟ କଂଗ୍ରେସ ୧୦ ଟି ଆସନ, ପିଡିପି ୩ ଟି ଆସନ, ଜେପିସି ୨ ଟି, ବାମଦଳ ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୬ ଟି ଆସନରେ ଅଗ୍ରଣୀ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ହରିୟାଣା ବିଷୟରେ କ’ଣ କହିଥିଲେ ପ୍ରଶାନ୍ତ କିଶୋର?, କେତେ ସତ୍ୟ ହେଲା ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ହରିୟାଣା, ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ହରିୟାଣାରେ ବିଜେପି ଆଗରେ ଅଛି ଏବଂ ଜାମ୍ମୁ କାଶ୍ମୀରରେ ଭାରତୀୟ ଜନତା ପାର୍ଟି (ବିଜେପି) କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଛି।

ଏଥି ସହିତ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ଜନ ସୁରାଜ ପାର୍ଟିର ସଂଯୋଜକ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ନଅ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ଦିଗ ଏବଂ ସ୍ଥିରତା ସ୍ଥିର କରିବ।

ପ୍ରଶାନ୍ତ କିଶୋରଙ୍କ ବଡ ଦାବି:

ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ପାର୍ଟିର ସଂଯୋଜକ ପ୍ରଶାନ୍ତ କିଶୋର ସେପ୍ଟେମ୍ବରରେ ଇଣ୍ଡିଆ ଟିଭିକୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ କହିଥିଲେ, “୯ ଟି ରାଜ୍ୟ (ଜାମ୍ମୁ-କାଶ୍ମୀର, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର,ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମ) ର ବିଧାନସଭା ନିର୍ବାଚନର ଫଳାଫଳ ଏହି ସରକାରଙ୍କ ସ୍ଥିରତା ସ୍ଥିର କରିବ। ଏହି ଫଳାଫଳଗୁଡିକ ଏହା ମଧ୍ୟ ସ୍ଥିର କରିବ “ଏହି ସରକାର କେଉଁ ଦିଗ ନେବେ? ଯଦି ଏହି ନଅଟି ରାଜ୍ୟ ମଧ୍ୟରୁ ପାଞ୍ଚ କିମ୍ବା ଛଅଟିରେ ବିଜେପି ହାରିଯାଏ, ତେବେ ସ୍ଥିରତାର ପ୍ରଶ୍ନ ନିଶ୍ଚିତ ଭାବେ ଏକ ପ୍ରସଙ୍ଗ ହୋଇଯିବ।”

୨୦୨୪ ଲୋକସଭା ଫଳାଫଳକୁ ଭଲ ବୋଲି ବର୍ଣ୍ଣନା କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସରକାର ଚଳାଇବା ଉଚିତ ବୋଲି ସେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆପଣ ଭଗବାନ ନୁହଁନ୍ତି … ସରକାର ଚଳାନ୍ତୁ, ଏକଛତ୍ରବାଦୀ ଭଳି ଚଳାନ୍ତୁ ନାହିଁ, ଜଣେ ଗଣତାନ୍ତ୍ରିକ ନେତାଙ୍କ ପରି ସରକାର ଚଳାନ୍ତୁ।