Categories
ଆଜିର ଖବର ରାଜ୍ୟ ଖବର

ଅଚେତ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ଡାକ୍ତରଖାନାରେ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ରତ୍ନମଣି ପୁର ଗ୍ରାମର ସୁଷମା ସାହୁ ନାମ୍ନୀ ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନୁଆବସଷ୍ଟାଣ୍ଡରେ ପଡ଼ି ରହିଥିଳେ। କିଛି ଯାତ୍ରୀ ମାନଙ୍କ ଠାରୁ ଖବର ପାଇ ଫାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ସମୟରେ ଉକ୍ତ ମହିଳାନଙ୍କ ମୃତ୍ୟୁ ଘଟିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି। ମୃତ ମହିଳା ଙ୍କ ବ୍ୟାଗ୍ ର ପୋଲିସ ଏକ ଆଧାର କାର୍ଡ ପାଇ ଘର ଲୋକଙ୍କୁ ଖବର ଦେଇଛି। ଶବ ବ୍ୟବଚ୍ଛଦ ପରେ ପୋଲିସ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ଖବର ରୁ ଜଣାପଡିଛି ଯେ, ମୃତ ମହିଳା ଜଣଙ୍କ ସ୍ବାମୀ ଠାରୁ ଅଲଗା ହୋଇ ନିଜ ଭାଇ ଘରେ ରହୁଥିଳେ ଓ ଘଟଣା ଦିନ ସେ ଭୁବନେଶ୍ୱର ରୁ ଏକ ବସ୍ ରେ ଫେରି ବସ୍ ଷ୍ଟାଣ୍ଡ ଠାରେ ଅଚେତ ହୋଇ ପଡ଼ି ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜେଲ୍ ନିକଟସ୍ଥ ରେଳ ଧାରଣାରୁ ହିଞ୍ଜିଳି ଥାନା ଅର୍ନ୍ତଗତ ଦୁରୁପଡା ଗ୍ରାମର ଦିଲ୍ଲୀପ କୁମାର ଭୂୟାଁ ନାମକ ଜଣେ ଯୁବକଙ୍କ ମୃତ ଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଛି। ଦିଲୀପଙ୍କ ଭାଇ ମିଥୁନ ଠାରୁ ଜଣାପଡିଛି ଯେ, ଗତ ସୋମବାର ସକାଳେ ମୃତ ଦିଲୀପ ପାରିବାରିକ ଅଶାନ୍ତିକୁ ନେଇ ଘରୁ ପଳିଆସିଥିଲା।

କିନ୍ତୁ ଦିନ ସାରା ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। କିନ୍ତୁ ପରେ ବ୍ରହ୍ମପୁରରେ ରେଳବାଇ ପୋଲିସ ଉଦ୍ଧାର କରିଥିବା ମୃତଦେହକୁ ଯାଇ ଭାଇ ମିଥୁନ ଚିହ୍ନଟ କରିଥିଲେ। ଏ ନେଇ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗାଲୁଆ ଛକ କେନାଲ ବନ୍ଧ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବାଣପୁର କବରସ୍ଥାନ ପାର୍ଶ୍ୱରେ ଯାଇଥିବା ନାଳରେ ବ୍ୟକ୍ତିଜଣଙ୍କ ମୃତ ଶରୀର ପଡିରହିଥିବା ବେଳେ ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତ ଶରୀରକୁ ନାଳରୁ ଉଦ୍ଧାର କରିଛନ୍ତି।  ତେବେ ବ୍ୟକ୍ତିଜଣକ କିଏ ଏବଂ କିପରି ନାଳରେ ପଡ଼ିଲେ ତାହା ଜଣାପଡ଼ିନାହିଁ।  ଅଧିକ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତିର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ

ଛତ୍ରପୁର: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମୁଖ୍ୟବକ୍ତା ସମ୍ଭାଗ ସଦସ୍ୟା ଗୀତାରାଣୀ ମିଶ୍ର ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ସମ୍ଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଥାନୀୟ ଅନୁଷ୍ଠାନର ସହସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ, ଶିକ୍ଷାବିତ ଅଜିତ କୁମାରସେଠୀ, ଗଞ୍ଜାମ ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର,ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ଦଣ୍ଡପାଣି ସାହୁ, ଗୋପାଳପୁର ପ୍ରଧାନାଚାର୍ଯ୍ଯା ଅନୀତା ପାତ୍ର, କିୟୁର୍ସର ମୁଖ୍ୟ ଅରୁଣ କୁମାର ଶତପଥି, ସ୍ଥାନୀୟ ନଗରର ବିଭିନ୍ନ ବିଦ୍ୟାଳୟର କାରମେଲ, ୟୁରୋ କିଡ୍ସ, ସତ୍ୟ ସାଇ ବିଦ୍ୟା ଭବନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବି ଯୋଗ ଦେଇ ନୂତନ ଶିକ୍ଷାନୀତି ୨୦୨୦ ର ECCE ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ।

ଶିଶୁ ବାଟିକାର ପ୍ରମୁଖ ବି ସୁଶୀଳା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଡକଲ ଅଡିଟୋରିୟମଠାରେ ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଚର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ବାସଗୃହ ବଣ୍ଟନପତ୍ର ପ୍ରଦାନ କରିଥିଲେ।

ଚନ୍ଦ୍ରଶେଖରପୁରର ୪୭ଜଣ, ନିଳମାଧବ ବସ୍ତିରୁ ୩୬ଜଣ ଏବଂ ସୁବୁଧିପୁର ବସ୍ତିରୁ ୨୮ଜଣଙ୍କୁ ବଣ୍ଟନପତ୍ର ପ୍ରଦାନ କରାଯାଇଥିଲା।

ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ ଡକ୍ଚର ମହାପାତ୍ର କହିଛନ୍ତି, ବସ୍ତିବାସିନ୍ଦାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜଧାନୀରେ ନିଜର ଗୋଟିଏ ବାସଗୃହ ହାସଲ କରିବା ଅନେକଙ୍କ ପାଇଁ ସ୍ବପ୍ନ। ବିଡିଏର ସୁଲଭ ଗୃହ ନିର୍ମାଣ ଯୋଜନା ଜରିଆରେ ସହରାଞ୍ଚଳ ଗରିବ ଲୋକଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବାପାଇଁ ସରକାର ଲକ୍ଷ ରଖିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଡିଏର ଉପାଧ୍ୟକ୍ଷ ଡକ୍ଚର ଏନ. ତିରୁମାଲା ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା

ନୂଆଦିଲ୍ଲୀ: ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ଏସଡିଜି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମାବେଶୀ ଡିଜିଟାଲ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅନେକ ଜି-୨୦ ଦେଶର ଅଭିଜ୍ଞତା ଦର୍ଶାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିକାଶ, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ଫଳାଫଳ ପ୍ରଦାନ ପାଇଁ ଡାଟା ବ୍ୟବହାରକୁ ସକ୍ଷମ କରିପାରିବ। ଜି-୨୦ ଦେଶଗୁଡ଼ିକ ଏଗୁଡ଼ିକୁ ଅଧିକ ବ୍ୟାପକ ଭାବରେ ଗ୍ରହଣ କରିବା ଦ୍ୱାରା ନାଗରିକମାନଙ୍କ ଜୀବନରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି ଯାହାଦ୍ୱାରା ଜୀବନ୍ତ ଗଣତାନ୍ତ୍ରିକ ନୀତି ଉପରେ ସେମାନଙ୍କର ବିଶ୍ୱାସ ନବୀକରଣ ହୋଇପାରିବ। ଏହି ପରିପ୍ରେକ୍ଷୀରେ, ଆମେ ଭବିଷ୍ୟତର ଜାତିସଂଘ ଶିଖର ସମ୍ମିଳନୀରେ ଗ୍ଲୋବାଲ ଡିଜିଟାଲ କମ୍ପ୍ୟାକ୍ଟ ଗ୍ରହଣ କରିଥିବା କଥା ମନେ ପକାଉଛୁ।

୨୦୨୪ରେ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଗ୍ଲୋବାଲ ଡିପିଆଇ ଶିଖର ସମ୍ମିଳନୀକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ନିଯୁକ୍ତି ସୃଷ୍ଟି ସହିତ ଅଭିବୃଦ୍ଧିର ଲାଭ ସେତେବେଳେ ହିଁ ମିଳିବ ଯେତେବେଳେ ବୈଷୟିକ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବ, ଯାହାଦ୍ୱାରା ପରିବାର ଏବଂ ପଡ଼ୋଶୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କ୍ଷୁଦ୍ର ଓ ବୃହତ ବ୍ୟବସାୟୀମାନେ ଏଗୁଡ଼ିକ ସହ ଯୋଡ଼ି ହେବାକୁ ସକ୍ଷମ ହେବେ। ଏଭଳି ବ୍ୟବସ୍ଥାକୁ ସମାବେଶୀ, ବିକାଶଭିତ୍ତିକ, ସୁରକ୍ଷିତ ଏବଂ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଡିଜାଇନ୍ କରାଗଲେ ଏପରି ସମ୍ଭବ ହେବ।

ବଜାରରେ, ଖୋଲା, ମଡ୍ୟୁଲାର, ଇଣ୍ଟର ଅପରେବଲ ଓ ସ୍କେଲେବଲ ଭଳି ସାଧାରଣ ଡିଜାଇନ ସିଦ୍ଧାନ୍ତକୁ ପାଳନ କରୁଥିବା ବ୍ୟବସ୍ଥା ଇ-କମର୍ସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥ ଭଳି ବିବିଧ କ୍ଷେତ୍ରକୁ ସେବା କରୁଥିବା ଘରୋଇ କ୍ଷେତ୍ରକୁ ବୈଷୟିକ ପ୍ରଣାଳୀ ଏବଂ ପରସ୍ପର ସହ ଯୋଡ଼ି ହେବା ଲାଗି ସକ୍ଷମ କରିଥାଏ। ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପାଇବା ଏବଂ ଜାତୀୟ ଆବଶ୍ୟକତା ବଦଳିବା ସହିତ ବ୍ୟବସ୍ଥାଗୁଡ଼ିକ ସହଜରେ ଅନୁକୂଳ ହୋଇଥାଏ।

ସମୟ କ୍ରମେ ପ୍ରଯୁକ୍ତିବିଦ୍ୟାର ନିରବଚ୍ଛିନ୍ନ ପରିବର୍ତ୍ତନ ପାଇଁ ବଜାର ଅଂଶଗ୍ରହଣକାରୀଙ୍କ ନିମନ୍ତେ ଏକ ସମାନ ସୁଯୋଗ ସୃଷ୍ଟି କରିବା ଏବଂ ବିକାଶ ଲାଗି ଡିପିଆଇ, ଏଆଇ ଏବଂ ଡାଟାର ନିୟୋଜନ ଓ ପ୍ରସାର ସକାଶେ ପ୍ରଯୁକ୍ତି ନିରପେକ୍ଷ ଆଭିମୁଖ୍ୟ ଅନୁସରଣ କରିବା ଆବଶ୍ୟକ। ଏହି ଆଭିମୁଖ୍ୟ ଅଧିକ ପ୍ରତିଯୋଗିତା ଓ ଉଦ୍ଭାବନକୁ ସମର୍ଥନ କରିବା ଏବଂ ବ୍ୟାପକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ତଥା ଡିଜିଟାଲ ଅର୍ଥବ୍ୟବସ୍ଥାରେ ଅସମାନତା ହ୍ରାସ କରିବା ଦିଗରେ ଅନୁକୂଳ ଅଟେ।

ଏହି ନିୟୋଜନର ଚାବିକାଠି ହେଉଛି ଡାଟା ସୁରକ୍ଷା ଓ ପରିଚାଳନା, ଗୋପନୀୟତା ଓ ସୁରକ୍ଷା ଆବଶ୍ୟକତା ପୂରଣ ଲାଗି ଡାଟା ପ୍ରଶାସନ ପାଇଁ ନିରପେକ୍ଷ ଓ ସମାନ ନୀତି ପ୍ରତିଷ୍ଠା କରିବା ଏବଂ ବଜାର ଅଂଶଗ୍ରହଣକାରୀମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାର ତଥା ସେମାନଙ୍କର ଗୋପନୀୟ ସୂଚନାକୁ ସୁରକ୍ଷା ପ୍ରଦାନ କରିବା।

ବିଶ୍ୱାସ ସବୁଠୁ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ ଏବଂ ବୈଷୟିକ ବ୍ୟବସ୍ଥା ପାଇଁ ଏହା ଅଲଗା ନୁହେଁ। ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କାର୍ଯ୍ୟରେ ସ୍ୱଚ୍ଛତା, ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଶାସନରେ ନିରପେକ୍ଷତା ଆବଶ୍ୟକ। ଏହି କାରଣରୁ, ବିବିଧ ଓ ଉପଯୁକ୍ତ ପ୍ରତିନିଧି ଆଧାରିତ ଡାଟା ସେଟ୍‌ ଉପରେ ପ୍ରଶିକ୍ଷିତ ଫାଉଣ୍ଡେସନ ଓ ଏଆଇ ମଡେଲଗୁଡ଼ିକ ଭାଷା ଓ ସଂସ୍କୃତିଗତ ବିବିଧତା ପ୍ରତି ଅବଗତ ହେବା ଜରୁରୀ ଯାହାଦ୍ୱାରା ସେଗୁଡ଼ିକ ସାରା ବିଶ୍ୱର ବିବିଧ ସମାଜକୁ ଲାଭ ପହଞ୍ଚାଇପାରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସର ନିଦ ହଜାଇଲେ ଚୋର: ୨୪ ଘଣ୍ଟା ମଧ୍ୟରେ ଦୁଇଟି ବଡଧରଣର ଚୋରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲଗାତାର ଭାବେ ଚୋରି ଲୁଟ ବଢ଼ିବାରେ ଲାଗିଛି। ଗତକାଲି ବାଣପୁର ବାଇପାସ ନିକଟରୁ ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବାବେଳେ ପୁଣି ଗତକାଲି ବିଳମ୍ବିତ ରାତ୍ରିରେ ପଲଟନ ପଡିଆ ନିକଟସ୍ଥ ଏକ ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ସୂଚନା ମୁତାବକ ସାନହନ୍ତୁଆଡ଼ ଗ୍ରାମର ଗୋଦାବରୀ ପ୍ରଧାନ (୬୦) ନିଜ ପତ୍ନୀଙ୍କ ସହ ଟିକିରାଇ ମନ୍ଦିର ନିକଟରେ ବାସ କରନ୍ତି। ତେବେ ଗତକାଲି ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗୋଦାବରୀ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ଘର ତାଲା ପକାଇ ନିକଟସ୍ଥ ପଡୋଶୀଙ୍କୁ ଗୋଦାବରୀ ଚାବି ହସ୍ତାନ୍ତର କରି ଯାଇଥିଲେ।

ଗତକାଲି ରାତିରେ ଭୁବନେଶ୍ୱରରୁ ଫେରିନପାରିବାରୁ ସେ ପଡୋଶୀଙ୍କ ସହ ସମ୍ପର୍କରେ ଥିଲେ ଏବଂ ଶେଷଥର ରାତି ୧୨ ଘଟିକା ପାଖାପାଖି କଥା ହୋଇଥିଲେ ଏବଂ ଘର ତାଲା ପୂର୍ବପରି ପଡିଥିବାର ଜାଣିବାକୁ ପାଇଥିଲେ। କିନ୍ତୁ ରାତି ୪ ଘଟିକା ସମୟରେ ପଡୋଶୀ ଗୋଦାବରୀଙ୍କୁ ଫୋନ ଯୋଗେ ତାଙ୍କ ଘରୁ ଚୋରି ହୋଇଥିବାର ସୂଚନା ଦେଇଥିଲେ।

ଖବର ପାଇ ଆଜି ସକାଳେ ଗୋଦାବରୀ ଘରକୁ ଆସି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଘରର ମୁଖ୍ୟ କବାଟ ସହ ଚାରି ଗୋଟି କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦେଢ଼ ଲକ୍ଷ ଟଙ୍କା ନଗଦ ଏବଂ ସୁନା ଅଳଙ୍କାର ଚୋରି କରି ବାରିପଟେ ଫେରାର ହୋଇଯାଇଛନ୍ତି। ଏ ନେଇ ଗୋଦାବରୀ ବାଣପୁର ଥାନାରେ ସୂଚନା ଦେଇଥିବା ଗଣମାଧ୍ୟମକୁ କହିଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ପଲଟନ ପଡିଆ ଠୁ ୧୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ଜଣଙ୍କ ଘରୁ ଚୋରି କରି ଫେରାର ହୋଇଯାଇଥିଲେ। ତେବେ ବାରମ୍ବାର ବାଣପୁର ଥାନା ଅଞ୍ଚଳରେ ଏପରି ଚୋରି ଓ ଲୁଟ ଅଞ୍ଚଳବାସୀ ଓ ପୋଲିସର ନିଦ ହଜାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର

ପରିବାର ସହିତ ଭୋଟ୍ ଦେଲେ ସଚିନ ତେନ୍ଦୁଲକର: ଲୋକଙ୍କୁ କଲେ ନିବେଦନ

ମୁମ୍ବାଇ: ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ମଧ୍ୟ ତାଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ଭୋଟ୍ ଦେବାକୁ ଆସିଥିଲେ। ଏହି ସମୟରେ ଭାରତୀୟ କିମ୍ବଦନ୍ତୀଙ୍କ ସହ ପତ୍ନୀ ଅଞ୍ଜଲି ଏବଂ ଝିଅ ସାରା ତେନ୍ଦୁଲକରଙ୍କ ନଜର ଆସିଥିଲେ। ଭୋଟ୍ ଦେବା ପରେ ତେନ୍ଦୁଲକର ମଧ୍ୟ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।

ତେନ୍ଦୁଲକର କହିଛନ୍ତି ଯେ, “ମୁଁ କିଛି ସମୟ ପାଇଁ ECI (ନିର୍ବାଚନ ଆୟୋଗ) ର ପ୍ରତୀକ ଥିଲି। ମୁଁ ଦେଉଥିବା ବାର୍ତ୍ତା ହେଉଛି ଭୋଟ୍ ଦେବା। ଏହା ଆମର ଦାୟିତ୍ଵ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ସମସ୍ତେ ଘରୁ ବାହାରି ଭୋଟ୍ ଦେବା ପାଇଁ ଆସନ୍ତୁ।”

ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକରଙ୍କୁ ଏଭଳି ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ସେ ନିଜ ଦାୟିତ୍ଵକୁ ବହୁତ ଭଲ ଭାବରେ ପୂରଣ କରିଛନ୍ତି। କ୍ରିକେଟ୍ ରୁ ଅବସର ନେବା ପରେ କିମ୍ବଦନ୍ତୀ ତେନ୍ଦୁଲକର ଏଭଳି କାର୍ଯ୍ୟରେ ଅଧିକରୁ ଅଧିକ ଦେଖାଯିବା ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୮୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଗୋଖାଦ୍ୟ କାରଖାନାକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରଠାରେ ୮୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ବିଧାନସଭାର ବାଚସ୍ପତି ଶଙ୍କର ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଶାବର ଡାଏରୀ ପ୍ରତିଷ୍ଠା ଆକାରରେ ରୋପଣ କରାଯାଇଥିବା ବୀଜ ଏବେ ବଟବୃକ୍ଷରେ ପରିଣତ ହୋଇଛି, ଯାହା ସାଢେ ତିନି ଲକ୍ଷରୁ ଅଧିକ ପରିବାରକୁ ଜୀବିକା ପ୍ରଦାନ କରୁଛି। ଶ୍ରୀ ଶାହ କହିଛନ୍ତି ଯେ ସେ ଆଜି ପ୍ରାଣୀପାଳନ ସହ ଜଡିତ କିଛି ମହିଳାଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ତାଙ୍କୁ ଶାବର ଡାଏରୀ ଏବଂ ଏହାର ଦୁଗ୍ଧ ବ୍ୟବସାୟ ଯୋଗୁଁ ସେମାନେ ବର୍ତ୍ତମାନ ସମ୍ମାନର ସହ ବଞ୍ଚିବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି।

ଦୁଗ୍ଧ ଉତ୍ପାଦନରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଆଜି ସମ୍ମାନିତ ହୋଇଥିବା ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରେ ଦୁଗ୍ଧ ବ୍ୟବସାୟରୁ ଏକ କୋଟିରୁ ଅଧିକ ଟଙ୍କାର ଚେକ୍ ହାସଲ କରିଥିବା ଦୁଇଟି ସମବାୟ ସଂସ୍ଥା ରହିଥିବା କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି। ସମବାୟ ଦୁଗ୍ଧ ଆନ୍ଦୋଳନ କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାମାଞ୍ଚଳରେ ସମୃଦ୍ଧି ଆଣିଛି ଏବଂ ପୋଷଣ ପ୍ରଦାନ କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ସଫଳତା ଅମୁଲ ଦ୍ୱାରା ଆରମ୍ଭ ହୋଇଥିବା ଶ୍ୱେତ ବିପ୍ଳବର ପରିଣାମ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଥିଲେ ଯେ ସ୍ଥାନୀୟ ଗୃହପାଳିତ ପ୍ରାଣୀମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ସାବରକାଣ୍ଠା ଡାଏରୀରେ ୨୧୦ କୋଟି ଟଙ୍କାର ଗୋଖାଦ୍ୟ କାରଖାନା ସ୍ଥାପନ କରାଯାଇଛି। ୧୯୭୬ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ସାବରକାଣ୍ଠା ଡାଏରୀ ଏହି ଗୋଖାଦ୍ୟ ପ୍ଲାଣ୍ଟ ଉଦଘାଟନ ପର୍ଯ୍ୟନ୍ତ ୨୦୫୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଉତ୍ପାଦନ କ୍ଷମତା ହାସଲ କରିପାରିଛି। ୧୯୭୦ ମସିହାରେ ଭାରତ ବର୍ଷକୁ ବ୍ୟକ୍ତି ପିଛା ମାତ୍ର ୪୦ କିଲୋଗ୍ରାମ କ୍ଷୀର ଉତ୍ପାଦନ କରୁଥିବା ବେଳେ ୨୦୨୩ରେ ଦେଶରେ ବର୍ଷକୁ ବ୍ୟକ୍ତି ପିଛା ୧୬୭ କିଲୋ ଗ୍ରାମ କ୍ଷୀର ଉତ୍ପାଦନ ହୋଇଥିଲା।

ଶ୍ରୀ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏହାର ଅର୍ଥ ହେଉଛି ସମସ୍ତ ଦେଶ ମଧ୍ୟରେ ଭାରତର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ହାରାହାରୀ ସର୍ବାଧିକ ଏବଂ ସମବାୟ ଆନ୍ଦୋଳନ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆଗାମୀ ଦିନରେ ଏହା କୃଷକମାନଙ୍କ ପାଇଁ ସମୃଦ୍ଧିର କାରଣ ହେବା ସହ ଦେଶ ଓ ବିଶ୍ୱର ନାଗରିକମାନଙ୍କୁ କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତ କରିବା ପାଇଁ ଏହା ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ ବୋଲି କହିବା ସହିତ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ ଚାଷ କରିବାକୁ ନିବେଦନ କରିଛନ୍ତି। ଜୈବିକ କୃଷି ଅତ୍ୟନ୍ତ ସରଳ ଏବଂ ଏହା ସମାଜର ଉଭୟ ସ୍ୱାସ୍ଥ୍ୟ ଓ ଆୟରେ ଉନ୍ନତି ଆଣିବାରେ ବହୁତ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ଜୈବିକ କୃଷି କରୁଥିବା କୃଷକମାନେ ଯେପରି ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସମବାୟ ଜୈବିକ ଲିମିଟେଡ୍ (ଏନସିଓଏଲ୍) ଏବଂ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ୍) ପ୍ରତିଷ୍ଠା କରିଛନ୍ତି, ଯାହା କୃଷକମାନଙ୍କ ଠାରୁ ଜୈବିକ ଚାଷ ମାଧ୍ୟମରେ ଉତ୍ପାଦିତ ସାମଗ୍ରୀ କ୍ରୟ କରିବ ଏବଂ ରପ୍ତାନି କରିବ।

ଜୈବିକ କୃଷିର ପ୍ରଥମ ବର୍ଷରେ ଅମଳ ସାମାନ୍ୟ କମ୍ ହୋଇପାରେ, କିନ୍ତୁ ଦ୍ୱିତୀୟ ଓ ତୃତୀୟ ବର୍ଷରେ ଲାଭ ମିଳିବ ବୋଲି ଅମିତ ଶାହ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜୈବିକ କୃଷି ଜିଆ ମାଧ୍ୟମରେ ମାଟିକୁ ସମୃଦ୍ଧ କରିଥାଏ ଏବଂ ଏଥିପାଇଁ କୀଟନାଶକର ଆବଶ୍ୟକତା ପଡିବ ନାହିଁ। ଗୁଜରାଟରେ ଏହି ପଦ୍ଧତିକୁ ବ୍ୟାପକ ଭାବେ ଗ୍ରହଣ କରାଯାଇଛି ଏବଂ ଦୁଗ୍ଧ କ୍ଷେତ୍ର ଏହାର କାର୍ଯ୍ୟକ୍ରମରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣକୁ ଅନ୍ତର୍ଭୁକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୃହତ ପ୍ରାଣୀସମ୍ପଦ ଥିବା ଲୋକଙ୍କ ପାଇଁ ଗୋବର୍ଦ୍ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗୁଜରାଟର ଅନେକ ଡାଏରୀ ଗୋବର୍ଦ୍ଧନ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଉତ୍ପାଦିତ ଖତ ମାଟିକୁ ସମୃଦ୍ଧ କରିଥାଏ ବୋଲି ସେ କହିଛନ୍ତି।

ସେ ଦର୍ଶାଇଥିଲେ ଯେ ଯେତେବେଳେ ଡାଏରୀରୁ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ କେହି ଭାବି ନଥିଲେ ଯେ ଅମୁଲ ୬୦,୦୦୦ କୋଟି ଟଙ୍କାର ଏକ ବିଶାଳ ନେଟୱର୍କରେ ପରିଣତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୈବିକ କୃଷି ପଦ୍ଧତି ପ୍ରାରମ୍ଭରେ ବ୍ୟର୍ଥ ମନେ ହେଉଥିଲେ ମଧ୍ୟ ଶେଷରେ ଏହା ଭାରତୀୟ କୃଷକମାନଙ୍କ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିଶ୍ୱ ବଜାର ଖୋଲିବ ଏବଂ ଦେଶରେ ସମୃଦ୍ଧି ଆଣିବ।

ଅମିତ ଶାହ ଆଜି ଗାନ୍ଧୀନଗରରେ ଫିଲା ଭିଷ୍ଟା-୨୦୨୪ ଡାକ ଟିକଟ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ଐତିହାସିକ ସ୍ଥଳ ଦାଣ୍ଡି କୁଟୀର ସଂଗ୍ରହାଳୟରେ ଦାଣ୍ଡି ଯାତ୍ରାର ମହାନ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାବ୍ୟତୀତ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସାନନ୍ଦରେ ଥିବା ଶେଲା ହ୍ରଦ ଏବଂ ପାର୍କକୁ ଉଦଘାଟନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ 

ଛତ୍ରପୁର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ (କ୍ରୀଡା ) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା) ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବୀ ନେଇ ସୋମବାର ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ କରିବା ନିମନ୍ତେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ,ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ମନୋଜ କୁମାର ଚୌଧୁରୀ, ବିଶ୍ଵନାଥ ପ୍ରଧାନ ଓ ବିଦେଶୀ ବେହେରାଙ୍କ ସମେତ ବହୁ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ମାଛ ଚାଷ ନକରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ମାନେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପୋଖରୀ ଉପରେ ବୟାଳି ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଲୋକ ମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ଏଥିରେ ମାଛ ଚାଷ କରାଗଲେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।

ଏହା ବ୍ୟତୀତ ବହୁ ତୀର୍ଥଯାତ୍ରୀ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି l ଏଣୁ ଏହି ପୋଖରୀରେ ମାଛ ଚାଷ ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏନେଇ ପୂର୍ବରୁ ସରପଞ୍ଚଙ୍କ ସମେତ ବହୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ନରସିଂହ ମହାପାତ୍ର, ପବିତ୍ର କୁମାର ନାୟକ, ଦିଲ୍ଲୀକିଶୋର ନାୟକ, ସୁଷମା ନାୟକ, ଭୀମ ନାୟକ, ସନ୍ତୋଷ ନାୟକ, ମାନିନୀ ଦାସ, ନିରଞ୍ଜନ ବେହେରା, ଅନାଦି ନାୟକ, ଦିନେଶ ନାହାକ, ବଳରାମ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ଲକ୍ଷ୍ମଣ ନାୟକ, ସଂଜୟ ମହାରଣା, ଉମେଶ ଚନ୍ଦ୍ର ନାୟକ, ଦଣ୍ଡପାଣି ନାୟକଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ

ଭୁବନେଶ୍ୱର: ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ନିମନ୍ତେ ନୂତନ ଚିନ୍ତାଧାର ସୃଷ୍ଟି ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନ୍ସ ଇଣ୍ଡିଆ ପକ୍ଷରୁ ବହୁଧା ବିପଦ ଏବଂ ପ୍ରାକ୍‍ ସତର୍କ ସୂଚନା ପ୍ରତି ବହୁଧା-ସହଭାଗୀ ସମ୍ବଳିତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡିକରୁ ସହଭାଗୀମାନଙ୍କ ନିମନ୍ତେ ଆଜି ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ- ଏ ମଲ୍‍ଟି-ହାଜାର୍ଡ, ମଲ୍‍ଟି- ଷ୍ଟେକହୋଲଡର ଆପ୍ରୋଚ: ଲର୍ଣ୍ଣିଂ ଫ୍ରମ୍‍ କୋଷ୍ଟାଲ ଇକୋସିଷ୍ଟମସ୍‍’ ଶୀର୍ଷକ ଏହି ଓଡ଼ିଶା ସମ୍ମିଳନୀ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ ଇଣ୍ଡିଆ ଆୟୋଜନ କରୁଥିବା ଏହିଭଳି ଏକାଧିକ ସମ୍ମିଳନୀ ମଧ୍ୟରେ ପ୍ରଥମ ଅଟେ। ଏହି ସମାବେଶ ବିପର୍ଯ୍ୟୟ ପ୍ରବଣ ତଟୀୟ ଅଞ୍ଚଳରେ ଜୀବିକା ଓ ଲିଙ୍ଗଗତ ଦିଗ ଉପରେ ଦୃଷ୍ଟିନିବଦ୍ଧ କରି ପ୍ରାକ୍‍ ସତର୍କ ସୂଚନା ଏବଂ ପ୍ରାକ୍‍ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍‍ଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ୍‍) ଆଦି ପ୍ରମୁଖ ଭାରତୀୟ ରାଷ୍ଟ୍ରୀୟ ସଂସ୍ଥାସମୂହ, ଜାତିସଂଘ ସଂଗଠନସମୂହ, ଗବେଷକ, ନୀତି ବିଶାରଦ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷାବିତ୍‍ ଏବଂ ଅଣ ସରକାରୀ ସଂଗଠନସମୂହର ବିଶାରଦମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ରାଜସ୍ୱ  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ ଏବଂ ଓଡ଼ିଶାକୁ ପର୍ଯ୍ୟୟକ୍ରମେ ହେବାକୁ ଥିବା ଏହି ଆଲୋଚନା ନିମନ୍ତେ ପ୍ରଥମ ରାଜ୍ୟ ଭାବରେ ମନୋନୀତ କରାଯାଇଥିବାରୁ ଆମେ ଆନନ୍ଦିତ ଅନୁଭବ କରୁଛୁ। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ବିବିଧ ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଆମେ ପରାମର୍ଶ ଏବଂ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ।”

“ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ଫଳପ୍ରଦ ଭାବରେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମେ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ମାତ୍ରାଧିକ ବିପର୍ଯ୍ୟୟ ପରିସ୍ଥିତିରେ ଜନସାଧାରଣଙ୍କର ସେବା କରିବା ସମୟରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନର ଜୀବନ ରକ୍ଷାକାରୀ ସାମର୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ଆମେ ଲକ୍ଷ୍ୟ କରିଛୁ। ଦ୍ରୁତ ପ୍ରଗତିଶୀଳ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି। ଆମେ ସଫଳ ପହଞ୍ଚ ଓ ପ୍ରଭାବ ନିମନ୍ତେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଏବଂ ଉପଯୁକ୍ତ ଆଭିମୁଖ୍ୟ ଜରିଆରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ନବୋନ୍ମେଷୀ ସମାଧାନଗୁଡିକୁ ଆଗେଇ ନେଇଛୁ। ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନସ୍‍ ଇନ ଇଣ୍ଡିଆ କାର୍ଯ୍ୟଳୟ ପକ୍ଷରୁ ଆୟୋଜନ କରାଯାଉଥିବା ସମ୍ମିଳନୀଗୁଡିକ ଜ୍ଞାନକୁ ସ୍ଥାନୀୟସ୍ତରରେ କାର୍ଯ୍ୟାନ୍ୱୟନରେ ରୂପାନ୍ତରିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ବିବିଧ ସହଭାଗୀମାନଙ୍କ ସହିତ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି,” ବୋଲି ରିଲାଏନ୍ସ ଫାଉଣ୍ଡେସନ ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଥିଲେ।

“ଜାତିସଂଘ ମହାସଚିବଙ୍କ ପକ୍ଷରୁ ସମଗ୍ର ବିଶ୍ୱରେ ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ପ୍ରଦାନ ନିମନ୍ତେ ଦିଆଯାଇଥିବା ଆହ୍ୱାନର ପ୍ରୟାସ ଭାବରେ ଜାତିସଂଘ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହଭାଗୀତାରେ ଆଜି ଆୟୋଜନ କରାଯାଇଥିବା ସମ୍ମିଳନୀ ଡିଆରଆର ଉପରେ ହେବାକୁ ଥିବା ବହୁପର୍ଯ୍ୟାୟ ସମ୍ମିଳନୀ ମଧ୍ୟରେ ପ୍ରଥମ ହୋଇଛି।

ଆମେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନେତୃତ୍ୱକୁ ପ୍ରଦର୍ଶିତ କରୁଛୁ, ଯାହା ଅନ୍ୟ ରାଜ୍ୟ ଏବଂ ବିକାଶଶୀଳ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଏହି କ୍ଷେତ୍ରରେ ରହିଥିବା ସର୍ବୋତ୍ତମ କାର୍ଯ୍ୟ ଉଦାହରଣ ଏବଂ ଜ୍ଞାନରେ ସହଭାଗୀତା କରିବା ଦିଗରେ

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେବାପା ଜେଜେ ମା ଦିବସ ପାଳନ

ବାଲୁଗାଁ: ଆଇଏନଏସ ଚିଲିକା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପରିବାର ତଥା ସମାଜରେ ଜେଜେବାପା ଓ ଜେଜେ ମାଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଏକ ହୃଦୟସ୍ପର୍ଶୀ ଜେଜେ ବାପା ଜେଜେ ମା ଦିବସ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଓ ଜେଜେ ମା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ବୃଦ୍ଧ ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରତିଯୋଗିତାମୂଳକ ଭାବନାକୁ ନେଇ କୁଇଜ, ମ୍ୟୁଜିକ ଚେୟାର୍ ଆଦି ପ୍ରତିଯୋଗିତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅମିତ ଟୋକାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଚିନ୍ମୟ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏକ ଜୀବନ୍ତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନା ଏକ ସୁନ୍ଦର ଓଡିଆ କବିତା ‘ମୋ ଜେଜେମା’ ପାଠ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ ଏବଂ ଜେଜେ ବାପାଙ୍କ ଅନନ୍ତ ଜ୍ଞାନ ଏବଂ ପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଉତ୍ସବ କେବଳ ଛାତ୍ରଛାତ୍ରୀ ଓ ଜେଜେ ବାପା ଜେଜେ ମା ଙ୍କ ମଧ୍ୟରେ ବନ୍ଧନକୁ ମଜବୁତ କରିନଥିଲା ବରଂ ସମାଜ ତଥା ପାରିବାରିକ ଜୀବନରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କର ମୂଲ୍ୟବୋଧକୁ ଦର୍ଶାଇ ସେମାନଙ୍କୁ ଉଚିତ୍ ସମ୍ମାନ ଏବଂ ଭଲ ପାଇବା ଦେବାକୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଗତ ତିନି ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କଲା ଭାରତୀୟ ରେଳ

ଭୁବନେଶ୍ଵର: ରେଳ ଯାତ୍ରା ପ୍ରତି ସାଧାରଣ ଜନତାଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ଆଗ୍ରହ ଏବଂ ଆକର୍ଷଣକୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସେହି ଅନୁଯାୟୀ ସୁବିଧା ପ୍ରଦାନର ବିସ୍ତାରକୁ ତ୍ୱରାନ୍ୱିତ କରୁଛି। ଏହି କ୍ରମରେ ରେଳବାଇ ଗତ ତିନି ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ଜେନେରାଲ୍ କ୍ଲାସ୍ (ଜିଏସ୍) ର ପ୍ରାୟ ଛଅ ଶହ ନୂତନ ଅତିରିକ୍ତ କୋଚ୍ ଯୋଡିଛି। ଏହି ସମସ୍ତ କୋଚ୍ ନିୟମିତ ଟ୍ରେନରେ ଯୋଗ କରାଯାଇଛି। କେବଳ ଏତିକି ନୁହେଁ, ଚଳିତ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ 370 ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍ କ୍ଲାସ୍ କୋଚ୍ ଯୋଗ କରାଯିବ। ଏକ ଆକଳନ ଅନୁଯାୟୀ, ରେଳ ଚଳାଚଳରେ ଏହି ନୂତନ ଜିଏସ୍ କୋଚ୍ ଯୋଗ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ। ଏଗୁଡିକ ବ୍ୟତୀତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ୍ ଅନ୍ତର୍ଭୁକ୍ତ କରିବା ଯୋଜନାରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁରହିଛି।

ସାଧାରଣ ବର୍ଗର ରେଳ ଯାତ୍ରୀମାନଙ୍କ ପାଇଁ ନୂତନ ସୁବିଧା ବିଷୟରେ ରେଳ ବୋର୍ଡ ଏଠାରେ ବିସ୍ତୃତ ସୂଚନା ଦେଇଛି। ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୂଚନା ଏବଂ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ ରେଳବାଇର ସାଧାରଣ ପ୍ରାଥମିକତା ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀମାନେ ଅଛନ୍ତି। ଏହି ବର୍ଗର ଯାତ୍ରୀମାନଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ରେଳବାଇ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି। ଏହା ଅଧୀନରେ, ଜୁଲାଇରୁ ଅକ୍ଟୋବର ମଧ୍ୟରେ ତିନି ମାସ ମଧ୍ୟରେ ଟ୍ରେନରେ ଜିଏସ୍ ବର୍ଗର ମୋଟ 1000 ନୂତନ ଜିଏସ୍ କୋଚ୍ ଯୋଗ କରାଯାଇଅଛି। ଆହୁରି ମଧ୍ୟ, ଏହି ନୂତନ ଉତ୍ପାଦିତ କୋଚଗୁଡିକ 370 ନିୟମିତ ଟ୍ରେନରେ ଯୋଗ କରାଯାଇଛି। ଏଥିରୁ ପ୍ରତିଦିନ ହଜାର ହଜାର ଅତିରିକ୍ତ ଯାତ୍ରୀ ଉପକୃତ ହେଉଛନ୍ତି। ଏହି କୋଚଗୁଡିକ ବିଭିନ୍ନ ଟ୍ରେନ ଗୁଡିକରେ ଅନ୍ତର୍ଭୁକ୍ତ ହେବା ସହିତ ପ୍ରାୟ ଏକ ଲକ୍ଷ ଅତିରିକ୍ତ ଯାତ୍ରୀ ପ୍ରତିଦିନ ରେଳ ଯାତ୍ରାର ସୁବିଧା ପାଇପାରିବେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ ସାଧାରଣ ଶ୍ରେଣୀର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ଜିଏସ୍ କୋଚ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ସେ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ 10 ହଜାରରୁ ଅଧିକ ଏଭଳି ଅଣ-ଶୀତତାପ ନିୟନ୍ତ୍ରିତ ସାଧାରଣ ଶ୍ରେଣୀ ଜିଏସ୍ କୋଚ୍ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ। ଏଥିମଧ୍ୟରୁ ଛଅ ହଜାରରୁ ଅଧିକ ଜିଏସ୍ କୋଚ୍ ହେବାକୁ ଥିବାବେଳେ ଅବଶିଷ୍ଟ କୋଚ୍ ଶୟନ ଶ୍ରେଣୀ ହେବ। ଏତେ ସଂଖ୍ୟକ ଅଣ-ଏସି କୋଚ୍ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଶ୍ରେଣୀର ପ୍ରାୟ ଆଠ ଲକ୍ଷ ଅତିରିକ୍ତ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ। ଜିଏସ୍ ବର୍ଗର ଏହି ନୂତନ ଉତ୍ପାଦିତ କୋଚ୍ ଗୁଡିକ LHB ର ହେବ। ଏହା ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ ତଥା ନିରାପଦ ଏବଂ ଦ୍ରୁତ ଗତିରେ ସାହାଯ୍ୟ କରିବ। ଏହି ନୂତନ LHB କୋଚ୍ ଗୁଡିକ ସାଧାରଣ ଆଇସିଏଫ୍ ରେଳ କୋଚ୍ ଅପେକ୍ଷା ଅପେକ୍ଷାକୃତ ହାଲୁକା ଏବଂ ଶକ୍ତିଶାଳୀ। ଦୁର୍ଘଟଣା ହେଲେ ଏହି କୋଚଗୁଡ଼ିକରେ କ୍ଷତି ମଧ୍ୟ ସର୍ବନିମ୍ନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ: ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପାରାଦୀପ: ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି।

କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି। କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳିତ ହେଉଛି। ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି। ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମର ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟରେ ଝୁମିଥିଲେ ଦର୍ଶକ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନର ପ୍ରିନ୍ସିପାଲ୍ ଗୁରୁ ମିତା ଦାସଙ୍କ ନିର୍ଦ୍ଦେଶନାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବଡ଼ ସଫଳତା ହାସଲ ପାଇଁ ଉଚ୍ଚ ଲକ୍ଷ୍ୟ ରଖିଛି ଗତି ଶକ୍ତି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବିଶେଷକରି ପରିବହନ, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ଦ୍ରୁତ ଗତିରେ ଉଭା ହୋଇଛି। ଏହାକୁ ଆଲୋକିତ କରି ଅଶ୍ୱିନୀ ବୈଷ୍ଣବ (ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ) କହିଛନ୍ତି ଯେ, ଜିଏସଭି ଭାରତ ତଥା ବିଶ୍ୱର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ଭାବରେ ଉଭା ହେବାକୁ ଯାଉଛି। ରେଳ, ବିମାନ ଚଳାଚଳ, ସାମୁଦ୍ରିକ ଇଞ୍ଜିନିୟରିଂ, ରାଜପଥ, ପରିବହନ, ଲଜିଷ୍ଟିକ୍ସ ଏବଂ ପ୍ରତିରକ୍ଷା କ୍ଷେତ୍ର ସମେତ ସମଗ୍ର ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ର ପାଇଁ ଶିଳ୍ପ କ୍ଷେତ୍ରର ଆଭିମୁଖ୍ୟ ଏବଂ ନିଯୁକ୍ତି-ଆଧାରିତ ପାଠ୍ୟକ୍ରମ ଉପରେ ଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ।  ଭାରତୀୟ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ (ଆଇଆରଏମଏସ) ଅଧିକାରୀଙ୍କ ସମସ୍ତ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନେ ସେମାନଙ୍କର ପରୀକ୍ଷାମୂଳକ ତାଲିମ ଗ୍ରହଣ କରିବେ, ଯାହାକି ସିଟିଆଇ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରରେ ବୈଷୟିକ ଏବଂ ବ୍ୟବହାରିକ ଅଭିଜ୍ଞତାର ମିଶ୍ରଣ, ଯାହା GSV ରୁ MBA ଡିଗ୍ରୀ ହାସଲ କରିବ. ଅଧିକନ୍ତୁ, ବ୍ରିଜ୍ ଏବଂ ଟନେଲ୍ ଇଞ୍ଜିନିୟରିଂ, ବିମାନ ଚଳାଚଳ, ସାମୁଦ୍ରିକ ଭିତ୍ତିଭୂମି, ରାଜପଥ ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ବାହିନୀ ପାଇଁ ନୂତନ କାର୍ଯ୍ୟକ୍ରମ ଯୋଗ କରାଯିବ।

ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ଆଜି ଏହାର ଚାନ୍ସେଲରଙ୍କ ଅଧ୍ୟକ୍ଷତାରେ ରେଳ ଭବନ – ନୂଆଦିଲ୍ଲୀରେ ପ୍ରଥମ କୋର୍ଟ ବୈଠକ କରିଥିଲେ। ଅଶ୍ୱିନୀ ବୈଷ୍ଣବ, ମାନ୍ୟବର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଏଥିରେ ଚେୟାରମ୍ୟାନ୍ ତଥା ସିଇଓ, ରେଳ ବୋର୍ଡଙ୍କ ସହିତ ଭି ଉମାଶଙ୍କର,ସଚିବ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଅମରଦୀପ ସିଂ ଭାଟିଆ, ସଚିବ, ଡିପିଆଇଆଇଟି, ସେନା କର୍ମଚାରୀଙ୍କ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଏନଆର ରାଜା ସୁବ୍ରମଣି, ସୁନୀଲ ମlଥୁର (ଏମଡି ଏବଂ ସିଇଓ, ସିମେନ୍ସ ଇଣ୍ଡିଆ), ଅଲିଭିଆର ଲୋଏସନ (ଏମଡି, ଆଲଷ୍ଟମ ଇଣ୍ଡିଆ), ଜୟା ଜଗଦୀଶ (MD, AMD India), ସୁଶୀଲ କୁମାର ସିଂ (ଚେୟାରମ୍ୟାନ୍, ଦିନଦୟାଲ ବନ୍ଦର ପ୍ରାଧିକରଣ) ), ପ୍ରଫେସର ମନୋଜ ଚୌଧୁରୀ (ଉପ-କୁଳପତି, ଗତି ଶକ୍ତି ବିଶ୍ୱଭିଲ୍ଲାୟା), ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ପ୍ରତିନିଧୀ, ବନ୍ଦର ପରିବହନ ଏବଂ ଜଳପଥ, ବେସାମରିକ ବିମାନ ଚଳାଚଳ, AICTE ଏବଂ ଗତି ଶକ୍ତି ବିଶ୍ୱବିଡ଼ାୟଲୟଙ୍କ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ମନୋଜ ଚୌଧୁରୀ (ପ୍ରତିଷ୍ଠାତା କୁଳପତି, ଗତି ଶକ୍ତି ବିଶ୍ୱବିଡ଼ାୟାଲା) 06 ଡିସେମ୍ବର 2022 ରେ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ବିଶ୍ୱବିଦ୍ୟାଳୟର ଏକ ବିସ୍ତୃତ ପ୍ରଗତି ଏବଂ ସ୍ଥିତି ରିପୋର୍ଟ ଉପସ୍ଥାପନ କରିଥିଲେ। ଏକ ସ୍ୱଳ୍ପ ସମୟ, ବିଶେଷତ ଏହାର ଶିଳ୍ପ-ଚାଳିତ ଏବଂ ନବସୃଜନ-ନେତୃତ୍ୱାଧୀନ ଆଭିମୁଖ୍ୟ, ଧ୍ୟାନ ଏବଂ ଫଳାଫଳଗୁଡିକ ଏତେ ସ୍ୱଳ୍ପ ସମୟ ମଧ୍ୟରେ ହାସଲ କରି ଏକ ଉଚ୍ଚ-ଶ୍ରେଣୀର ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇଥିଲା। ରାଜପଥ ଇଞ୍ଜିନିୟରିଂ, ବନ୍ଦର ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ନାଗରିକ-ପ୍ରତିରକ୍ଷା ଭିତ୍ତିଭୂମିର ସର୍ବୋଚ୍ଚ ଫ୍ୟୁଜନ୍, ଉତ୍ପାଦନରେ ଡିଜିଟାଇଜେସନ୍ ଏବଂ ଆଇଓଟି ଭିତ୍ତିଭୂମି, ସବୁଜ ହାଇଡ୍ରୋଜେନ୍ ଏବଂ ବନ୍ଦର ଆଧୁନିକୀକରଣ, ପ୍ରତିରକ୍ଷା କ୍ଷେତ୍ରର ଲଜିଷ୍ଟିକ୍ସ ଏବଂ ଯୋଗାଣରେ କୋର୍ଟର ସଦସ୍ୟମାନେ ଅନେକ ପରାମର୍ଶ ଏବଂ ସହଯୋଗୀ ପରାମର୍ଶ ପ୍ରଦାନ କରିଥିଲେ। ଶୃଙ୍ଖଳା, ଭିତ୍ତିଭୂମି କ୍ଷେତ୍ରରେ ଜାତୀୟ ଏକାଡେମୀଗୁଡିକ ଅନୁବନ୍ଧିତ, ଅନ୍ୟ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନଗୁଡିକ ପାଇଁ ଏକ ନୋଡାଲ୍ କେନ୍ଦ୍ର ହେବା, ଭିତ୍ତିଭୂମି ପ୍ରକଳ୍ପ ପରିଚାଳନା ଇତ୍ୟାଦି ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଏବଂ ବାର୍ଷିକ ଆକାଉଣ୍ଟଗୁଡିକ ମଧ୍ୟ ସଂସଦରେ ଟେବୁଲ କରିବାକୁ ଅନୁମୋଦନ କରାଯାଇଥିଲା।

ସମଗ୍ର ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଶ୍ରେଷ୍ଠ ମାନବ ଶକ୍ତି ଏବଂ ପ୍ରତିଭା କ୍ଷେତ୍ରରେ ଶ୍ରେଷ୍ଠ ସୃଷ୍ଟି ପାଇଁ 2022 ମସିହାରେ ସଂସଦର ଏକ ଅଧିନିୟମ ମାଧ୍ୟମରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ଭଦୋଦରା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବରେ ପ୍ରତିଷ୍ଠା କରାଯାଇଥିଲା। ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ରେଳ ମନ୍ତ୍ରଣାଳୟ ପ୍ରାୟୋଜିତ କରିଛି। ଭାରତର ଏବଂ ରେଳ, ପରିବହନ, ବନ୍ଦର, ରାଜପଥ, ସଡ଼କ, ଜଳପଥ, ଏବଂ ବିମାନ ଚଳାଚଳ ଇତ୍ୟାଦିରେ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ। ଟେକ୍ନୋଲୋଜି, ଅର୍ଥନୀତି, ପରିଚାଳନା ଏବଂ ନୀତି ମଧ୍ୟରେ ବହୁମୁଖୀ ଶିକ୍ଷାଦାନ (ସ୍ନାତକ / ମାଷ୍ଟର / ଡକ୍ଟରାଲ୍), କାର୍ଯ୍ୟନିର୍ବାହୀ ତାଲିମ ଏବଂ ଅନୁସନ୍ଧାନକୁ ନେଇ ପ୍ରଫେସନାଲମାନଙ୍କର ଏକ ଉତ୍ସ ପୁଲ୍ ସୃଷ୍ଟି କରନ୍ତୁ। GSV ଭାରତୀୟ ରେଳ ପ୍ରୋବେସନର୍ ଏବଂ ସେବା କରୁଥିବା ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ ପ୍ରଦାନ କରିବ। ଏକ ଇଣ୍ଡଷ୍ଟ୍ରି-ଚାଳିତ ଏବଂ ଇନୋଭେସନ୍-ନେତୃତ୍ୱାଧୀନ ବିଶ୍ୱବିଦ୍ୟାଳୟ ହୋଇ, GSV ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ଏବଂ ଶିଳ୍ପଗୁଡିକ ସହିତ ସହଯୋଗ ଉପରେ ବହୁତ ଦୃଢ଼ ଧ୍ୟାନ ଦେଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି। ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍‌ସ୍ପିରେସ୍‌ନାଲ୍ ଲିଡରସିପ୍‌’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀମତି ଦାସଙ୍କ ପକ୍ଷରୁ ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ଅନେକ ଜନହିତକର କାର୍ଯ୍ୟ ଏବଂ ବିଶେଷ କରି ପାଠପଢ଼ାରୁ ବଂଚିତ ହେଉଥିବା ଶିଶୁମାନଙ୍କୁ ଶିକ୍ଷିତ କରିବା ସହ ଦକ୍ଷତାପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟ ନେଇ ଶ୍ରୀମତି ଦାସଙ୍କ ଦିଗଦର୍ଶନରେ ସୋଆ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅନୁଷ୍ଠାନ ‘ଜାଗୋ’ କିଛି ବର୍ଷ ହେବ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡର ଧୋବଲିପଥରଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବିକଶିତ ଦେବଗଡ ସ୍ବପ୍ନ ସାକାର କରିବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। କୃଷି ପ୍ରଧାନ ଜିଲ୍ଲା ଦେବଗଡରେ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଏବଂ ପଶୁପାଳନର ଅନେକ ସମ୍ଭାବନା ରହିଛି।

ଆଗାମୀ ଦିନରେ ସମ୍ବଲପୁର ଗୋଶାଳାସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ। ଏହି ପ୍ଲାଣ୍ଟରୁ ପାଉଡର ଖିର, ଦହି, ଚକୋଲେଟ ଓ ପନିର ସମେତ ଖିରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ କରାଯିବ। ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ଦ୍ବାରା ଦେବଗଡ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳ ସଶକ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ହେବା ଖୁସିର ବିଷୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଜିଲ୍ଲାର ତାରଙ୍ଗଠାରେ ମାଆ ପାଇଁ ଗଛଟିଏ ଅଭିଯାନ ସ୍ବରୂପ ବୃକ୍ଷରୋପଣ କରିଛନ୍ତି। ସେହିପରି ମା ପାତ୍ରାଣୀ କ୍ଲବ ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ସାଗରମନ୍ଥନ’ର ସଫଳତା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀରେ ଆୟୋଜିତ ପ୍ରଥମ ସାମୁଦ୍ରିକ କାର୍ଯ୍ୟକ୍ରମ – ସାଗରମନ୍ଥନ, ମହାସାଗରର ବିତର୍କର ସଫଳ ଆୟୋଜନ ବିଷୟରେ ତାଙ୍କର ବାର୍ତ୍ତା ଦେଇଛନ୍ତି ମାନବ ଜାତିର ଏକ ସମୃଦ୍ଧ ଭବିଷ୍ୟତ ପାଇଁ ସହମତି ସୃଷ୍ଟି କରିବା ପାଇଁ ସାଗରମନ୍ଥନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଥିଲେ।

ନାଇଜେରିଆରେ କ୍ୟାମ୍ପ ଅଫିସରୁ ପଠାଇଥିବା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଭାରତ ମହାସାଗର ହେଉ କିମ୍ବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଏକ ମୁକ୍ତ, ଖୋଲା ଏବଂ ସୁରକ୍ଷିତ ସାମୁଦ୍ରିକ ନେଟୱର୍କ ପାଇଁ ଆମର ସ୍ୱପ୍ନ ସମଗ୍ର ବିଶ୍ୱରେ ପ୍ରତିଫଳିତ ହେଉଛି। ‘ଭାରତ ପ୍ରଶାନ୍ତ ମହାସାଗର ପ୍ରୟାସ’ ସାମୁଦ୍ରିକ ସମ୍ପଦକୁ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ପରିକଳ୍ପନା କରିଛି। ମହାସାଗର ଉପରେ ଏହି ଆଲୋଚନା ନିୟମ ଭିତ୍ତିକ ବିଶ୍ୱ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ସହ ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି, ବିଶ୍ୱାସ ଏବଂ ବନ୍ଧୁତା ବୃଦ୍ଧି କରିଥାଏ। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପ୍ରୟାସ କରୁଥିବା ବେଳେ ସହମତି, ଭାଗିଦାରୀ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଏକ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ସାଗରମନ୍ଥନ ଭଳି ସଂଳାପ ଅମୂଲ୍ୟ ଅଟେ। ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଦ୍ୱାରା, ମୋର ବିଶ୍ୱାସ ଯେ ଏହି ଆଲୋଚନା ଦୂର ଦୂରାନ୍ତରେ ପ୍ରତିଫଳିତ ହେବ ଏବଂ ଏକ ଉଜ୍ଜ୍ୱଳ, ଅଧିକ ସଂଯୁକ୍ତ ଭବିଷ୍ୟତ ଦିଗରେ ମାର୍ଗ ପ୍ରଶସ୍ତ କରିବ।’’

ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରା ଏବଂ ଏହି କ୍ଷେତ୍ରକୁ ନିର୍ମାଣ କରିବାର ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଭାରତର ସାମୁଦ୍ରିକ ପରମ୍ପରା ଅନେକ ହଜାର ବର୍ଷ ପୁରୁଣା ଏବଂ ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ । ସମୃଦ୍ଧ ବନ୍ଦର ସହର ଲୋଥାଲ ଏବଂ ଧୋଲାବିରା, ଚୋଲ ବଂଶର ବହନ, ଛତ୍ରପତି ଶିବାଜୀ ମହାରାଜଙ୍କ ମହାନ ପ୍ରେରଣା । ମହାସାଗର ରାଷ୍ଟ୍ର ଏବଂ ସମାଜ ପାଇଁ ଏକ ଅଂଶୀଦାର ଐତିହ୍ୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଜୀବନରେଖା ଅଟେ । ଆଜି ସମୁଦ୍ର ସହିତ ଜାତିର ସୁରକ୍ଷା ଓ ସମୃଦ୍ଧି ନିବିଡ଼ ଭାବେ ଜଡ଼ିତ। ସମୁଦ୍ରର ସମ୍ଭାବନାକୁ ସ୍ୱୀକାର କରି ଭାରତର ସାମୁଦ୍ରିକ ସାମର୍ଥ୍ୟକୁ ସୁଦୃଢ଼ କରିବା ପାଇଁ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଇଛି । ଗତ ଏକ ଦଶନ୍ଧି ମଧ୍ୟରେ ସମୃଦ୍ଧିର ବନ୍ଦର, ‘ପ୍ରଗତି ପାଇଁ ବନ୍ଦର’ ଏବଂ ‘ଉତ୍ପାଦକତା ପାଇଁ ବନ୍ଦର’ ପରିକଳ୍ପନାରେ ପରିଚାଳିତ ହୋଇ ଆମେ ଆମର ବନ୍ଦରଗୁଡ଼ିକର କ୍ଷମତାକୁ ଦ୍ୱିଗୁଣିତ କରିଛୁ । ବନ୍ଦର ଦକ୍ଷତା ବୃଦ୍ଧି କରି, ପରିବର୍ତ୍ତିତ ସମୟ ହ୍ରାସ କରି ଏବଂ ଏକ୍ସପ୍ରେସ୍ ୱେ ମାଧ୍ୟମରେ ଶେଷ ମାଇଲ୍ ସଂଯୋଗକୁ ସୁଦୃଢ଼ କରି, ପରିବର୍ତ୍ତନ ସମୟ ହ୍ରାସ କରିବା ଏବଂ ଏକ୍ସପ୍ରେସ୍ ୱେ, ରେଳ ବାଇ ଏବଂ ନଦୀକୂଳ ନେଟୱାର୍କ ମାଧ୍ୟମରେ ଶେଷ ମାଇଲ୍ ସଂଯୋଗକୁ ସୁଦୃଢ଼ କରି ଆମେ ଭାରତର ଉପକୂଳକୁ ପରିବର୍ତ୍ତନ କରିଛୁ।’’

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ସାମୁଦ୍ରିକ କ୍ଷେତ୍ରର ପରିବର୍ତ୍ତନ ପାଇଁ ଅଗ୍ରଣୀ ଭୂମିକାକୁ ସ୍ୱୀକାର କରି ସାଗରମନ୍ଥନ – ଦ ଓସେନ୍ସ ଡାଏଲଗର ପ୍ରଥମ ସଂସ୍କରଣର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ଉପରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସକ୍ରିୟ ନେତୃତ୍ୱରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଏକ ପରିବର୍ତ୍ତନଶୀଳ ଅନୁଭୂତି ଦେଖୁଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ବାର୍ତ୍ତାରେ ଏହି ପ୍ରଥମ ସାମୁଦ୍ରିକ ଚିନ୍ତାଧାରା ନେତୃତ୍ୱ ମଞ୍ଚ – ସାଗରମନ୍ଥନ – କେଉଁ ସାର ହାସଲ କରିବାକୁ ଲକ୍ଷ୍ୟ ରଖିଛି ତାହା ବର୍ଣ୍ଣନା କରାଯାଇଛି । ନିଜ ଉକ୍ତିରେ ମୋଦୀଜୀ ‘ ବିକଶିତ ଭାରତ’ର ଢାଞ୍ଚା ବାଣ୍ଟିଥିଲେ, ଯେଉଁଥିରେ ‘ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆମକୁ ଆବଶ୍ୟକ ଉପକରଣ ଏବଂ ଦିଗ ମିଳିପାରିବ । ଯେଉଁ ସମସ୍ତଙ୍କ ଅକ୍ଳାନ୍ତ ପ୍ରୟାସ ଏହି ଚମତ୍କାର ମଞ୍ଚରେ ପରିଣତ ହୋଇଛି, ସେମାନଙ୍କ ତରଫରୁ ମୁଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀଜୀଙ୍କୁ ‘ସାଗରମନ୍ଥନ – ଦ ଓସେନ୍ସ ଡାଏଲଗ୍’ର ସଫଳତା ପାଇଁ ସମୃଦ୍ଧ ଜ୍ଞାନ, ବୁଦ୍ଧି ଓ ବୁଦ୍ଧିର ବାର୍ତ୍ତା ଦେଇଥିବାରୁ ଗଭୀର ପ୍ରଶଂସା କରିବାକୁ ଚାହୁଁଛି।

Categories
ଜାତୀୟ ଖବର ଜୀବନ ଶୈଳୀ

ଏହି ରାଶିର ବ୍ୟକ୍ତିଙ୍କୁ ବୁଧବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ, ପଢନ୍ତୁ ଦୈନିକ ରାଶିଫଳ

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ।

ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ।

ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ ପୀଡିତ ହେବାର ସମ୍ଭାବନା।

କର୍କଟ ରାଶି: ମନ୍ଦିରରେ ଠାକୁରଙ୍କ ଦର୍ଶନ ସୁଯୋଗ ପାଇବେ। ଯତ୍ନର ସହିତ ଯାନ ଏବଂ ଯନ୍ତ୍ର ବ୍ୟବହାର କରନ୍ତୁ। ଧନର ସମ୍ଭାବନା। ସାଙ୍ଗମାନଙ୍କୁ ଭେଟିବେ। ବିବାଦ କରନ୍ତୁ ନାହିଁ। ଯାତ୍ରା ସଫଳ ହେବ। ବିବାଦ କରନ୍ତୁ ନାହିଁ। କାରବାରରେ ସାବଧାନ ରୁହନ୍ତୁ। ଆଇନଗତ ବାଧା ଦୂର ହେବ।

ସିଂହ ରାଶି: ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କରେ ଦୂରେଇ ରୁହନ୍ତୁ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସାବଧାନ ରୁହ। ବିବାଦକୁ ଯାଆନ୍ତୁ ନାହିଁ। ଶତ୍ରୁମାନେ ପରାସ୍ତ ହେବେ। ଉପକୃତ ହେବେ। ଅଜ୍ଞାତ ଭୟ ଆପଣଙ୍କୁ ହନ୍ତସନ୍ତ କରିବ। ଶତ୍ରୁମାନେ ଶାନ୍ତ ରହିବେ।

କନ୍ୟା ରାଶି: ଜୀବନ ସାଥୀଙ୍କଠାରୁ ସମର୍ଥନ ପାଇବେ। ରାଜନୈତିକ ପ୍ରତିବନ୍ଧକ ଦୂର ହେବ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା। ଧନ ଲାଭ ହେବ। ଶତ୍ରୁ ଦ୍ୱାରା ଅସୁବିଧାରେ ପଡ଼ିବେ। ଅପମାନିତ ହେବାର ସମ୍ଭାବନା। ଦୁଃଖଦ ଖବର ସମ୍ଭାବନା। ଧନ କ୍ଷତି। ଶାରୀରିକ ଯନ୍ତ୍ରଣା ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ।

ତୁଳା ରାଶି: ପ୍ରଗତିର ରାସ୍ତା ଖୋଲାଯିବ। କାର୍ଯ୍ୟ ପ୍ରତି ଉଦାସୀନତା ରହିବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ। କିଛି ଲାଭର ସମ୍ଭାବନା। ଚିନ୍ତା କମ୍ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଜମି ଏବଂ ନିର୍ମାଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ।

ବିଛା ରାଶି: ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଶତ୍ରୁ ଉପରେ ବିଜୟ। କୁସଙ୍ଗରୁ କ୍ଷତି। ଜୀବନସାଥି ପାଇବେ। କିଛି ରୋଜଗାର ହେବ। ମାତା ଯନ୍ତ୍ରଣା ଭୋଗିବେ। କାରବାରରେ ସାବଧାନ ରୁହନ୍ତୁ।

ଧନୁ ରାଶି: ବୃଥା ବ୍ୟସ୍ତତା ରହିବେ। ଭୟ-ଯନ୍ତ୍ରଣା, ମାନସିକ ଦୁଶ୍ଚିନ୍ତା ସମ୍ଭାବନା। ଲାଭ ଠିକ ରହିବ। ଦୁଃଖଦ ଖବର ମିଳିପାରେ। କ୍ଷତି ଏବଂ ଭୟର ସମ୍ଭାବନା, ବୀରତ୍ୱ ସଫଳତା ଆଡକୁ ଗତି କରିବ, ଅସନ୍ତୋଷର ବାତାବରଣ ସୃଷ୍ଟି ହେବ। ଭୟ, ଯନ୍ତ୍ରଣା ଏବଂ ଦ୍ୱନ୍ଦ୍ୱ ହୋଇପାରେ।

ମକର ରାଶି: ଯାତ୍ରା ସମ୍ଭବ ହେବ। କିଛି ଦୁଃଖ ସମ୍ଭାବନା। ଲାଭ ହେବ। ମହିଳା ଶ୍ରେଣୀର ଯନ୍ତ୍ରଣା। କୁସଙ୍ଗ ଯୋଗୁଁ କଷ୍ଟ ସମ୍ଭାବନା। ଏହା ଏକ ଅସନ୍ତୁଷ୍ଟ ଦିନ ହେବ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଘର ବାହାରେ ଅଶାନ୍ତି ଦେଖାଦେଇପାରେ। ପ୍ରୟାସ ସଫଳ ହେବ।

କୁମ୍ଭ ରାଶି: ଆୟ ବୃଦ୍ଧି ପାଇବ। ଭଲ ଖବର ଗ୍ରହଣ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବିରୋଧର ସମ୍ଭାବନା, ଅର୍ଥ ହରାଇବା, ଘରେ ଅସନ୍ତୋଷ, ରୋଗ ଦ୍ୱାରା ଘେରି ରହିବାର ସମ୍ଭାବନା, କିଛି ସଫଳତାର ସମ୍ଭାବନା। ଚିନ୍ତା ଉପୁଜିବ। ସ୍ତ୍ରୀ ପୀଡା, କିଛି ଲାଭ ଆଶା କରନ୍ତୁ।

ମୀନ ରାଶି: ଲାଭ ହେବ। ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ପରିବାରର ଚିନ୍ତା ରହିବ। ଆପଣ ଅସୁସ୍ଥ ଅନୁଭବ କରିବେ। ଚିନ୍ତା ଆପଣଙ୍କୁଠାରୁ ମୁକ୍ତି ପାଇବ ନାହିଁ। ଝଗଡା ଏବଂ ଅପମାନରୁ ଦୂରେଇ ରୁହନ୍ତୁ। ସମ୍ଭାବ୍ୟ ଯାତ୍ରା ସତର୍କତା ଅବଲମ୍ବନ କରିବାକୁ ପଡିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଡାଏଲିସିସ୍‌ କେନ୍ଦ୍ର ଦ୍ବାରା ରେଢାଖୋଲ ସମେତ ଆଖପାଖ ଅଞ୍ଚଳର ଲୋକମାନେ କିଡ୍‌ନୀ ରୋଗର ଚିକିତ୍ସା ସେବା ପାଇବା ସହ ବହୁଳ ଖର୍ଚ୍ଚରୁ ରକ୍ଷାପାଇବେ। ପୂର୍ବରୁ ଦେଶର ରାଜଧାନୀ କିମ୍ବା ବଡ ବଡ ସହରରେ ଡାଏଲିସିସ୍‌ କେନ୍ଦ୍ରର ବ୍ୟବସ୍ଥା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ସମେତ ସମଗ୍ର ଦେଶରେ ସରକାରୀ ବ୍ୟବସ୍ଥାରେ ଡାଏଲିସିସ୍‌ କେନ୍ଦ୍ର ଖୋଲାଯିବା ସହ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି।

ରେଢାଖୋଲ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବୀ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।