Author: Samikhsya Bureau

ଭୁବନେଶ୍ବର: ଶେଷରେ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତା ଫେବୃୟାରୀ 16 ତାରିଖରେ ଆରମ୍ଭ ହେବ ଭୋଟିଂ। ଏହା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହାଣ। ଏହାପରେ 18 ଫେବୃୟାରୀ 20 ଫେବୃୟାରୀ 22 ଫେବୃୟାରୀ  ଏବଂ ଶେଷରେ 24 ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ମଧ୍ୟ ତିନୋଟି ପର୍ଯ୍ୟାୟରେ କରାଯିବ। ସେଗୁଡିକ ହେଲା ଫେବୃୟାରୀ 26, 27, 28 ତାରିଖ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଭାୟାବହ ଅଗ୍ନିକାଣ୍ଡ। ଯାହାଦ୍ୱାରା ଦୁଇ ବଖରା ଘର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ରତନପୁର ଗ୍ରାମର ବସନ୍ତ ବେହେରାଙ୍କ ଘରେ ସଟସର୍କିଟ ହେତୁ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଘରେ କେହି ଉପସ୍ଥିତ ନଥିବା ବେଳେ ଉକ୍ତ କାଣ୍ଡ ଘଟିଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସନ୍ତଙ୍କ ଚାଳ ଘରର ଦୁଇ ବଖରା ପୋଡି ନଷ୍ଟ ହୋଇଯାଇଛି। ତତସହିତ ବହୁ ଦରକାରୀ ଜିନିଷ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ବସନ୍ତ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପାଇଁ ସରକାରୀ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି।

Read More

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ ଅନୁଭୂତ ହେଉଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ସାତୋଟି ଜିଲ୍ଲାରେ ବର୍ଷା ହେଉଛି। ସେହି ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର, ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲା। ପାଣିପାଗ ବିଭାଗ ଅନୁସାରେ ଏହି ଜିଲ୍ଲାଗୁଡିକରେ ଗତକାଲି ରାତିରୁ ବର୍ଷା ଲାଗିରହିଛି।

Read More

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ ଟି ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି କରୋନାର ନୂତନ ମାମଲାରେ ୬.୪ ପ୍ରତିଶତ ହ୍ରାସ ଘଟିଛି। ସୋମବାର ଦିନ ୧ ଲକ୍ଷ ୭୯ ହଜାର ନୂତନ ମାମଲା ଚିହ୍ନଟ ହୋଇଥିଲା। ସେହିଭଳି ଏହି ସମୟ ମଧ୍ୟରେ ୬୯ ହଜାର ୯୫୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୪ ହଜାର ୨୧୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୭୦…

Read More

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୯୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୮୩ ବାଲେଶ୍ଵର ଜିଲ୍ଲାରୁ- ୧୯୮ ବରଗଡ ଜିଲ୍ଲାରୁ- ୮୫ ଭଦ୍ରକ ଜିଲ୍ଲାରୁ- ୫୪ ବଲାଙ୍ଗୀରି ଜିଲ୍ଲାରୁ- ୧୯୦ ବୌଦ୍ଧ ଜିଲ୍ଲାରୁ- ୨୦ କଟକ ଜିଲ୍ଲାରୁ – ୫୦୫ ଦେବଗଡ ଜିଲ୍ଲାରୁ- ୧୮ ଢେଙ୍କାନାଳ ଜିଲ୍ଲାରୁ- ୫୫ ଗଜପତି ଜିଲ୍ଲାରୁ- ୪୫ ଗଞ୍ଜାମ ଜିଲ୍ଲାରୁ- ୧୧୧ ଜଗତସିଂହପୁର ଜିଲ୍ଲାରୁ- ୬୦ ଯାଜପୁର ଜିଲ୍ଲାରୁ- ୧୩୦ ଝାରସୁଗୁଡା ଜିଲ୍ଲାରୁ- ୧୪୩ କଳାହାଣ୍ଡି ଜିଲ୍ଲାରୁ- ୭୩ କନ୍ଧମାଳ ଜିଲ୍ଲାରୁ- ୧୮ କେନ୍ଦ୍ରାପଡା ଜିଲ୍ଲାରୁ- ୨୭…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ୧୧ଟା ବେଳେ ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଏହି ଦିନ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଭାରତୀୟ ଯୁବକଯୁବତୀମାନଙ୍କ ମନକୁ ସୁଗଠିତ କରିବା ସହ ରାଷ୍ଟ୍ର ଗଠନରେ ସେମାନଙ୍କୁ ଏକ ମିଳିତ ଶକ୍ତି କରି ଗଢ଼ି ତୋଳିଥାଏ। ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମେଧା ଓ ସାଂସ୍କୃତିକ ସଂହତିର ଏହା ହେଉଛି ଏକ ବିରାଟ ପ୍ରଦର୍ଶନ। ଏହା ଭାରତର ବିବିଧ ସଂସ୍କୃତିକୁ ସମନ୍ୱିତ କରି ଏକତା ସୂତ୍ରରେ  ‘ଏକ ଭାରତ ଶ୍ରେଷ୍ଠ ଭାରତ’ କରି ବାନ୍ଧିଥାଏ। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ୧୨-୧୩ ଜାନୁଆରୀ ୨୦୨୨ ରେ ଏହି ଉତ୍ସବକୁ ଭର୍ଚୁଆଲ ମୋଡରେ ପାଳନ କରିବାକୁ ସ୍ଥିର କରାଯାଇଛି। ଉଦଘାଟନ ପରେ ପରେ ଚାରିଟି ଚୟନିତ ବିଷୟକୁ…

Read More

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ। ଏ ନେଇ କମିଶନର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଆଜି ଦିନ 11ଟା  30 ମିନଟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଗୀତଗୋବିନ୍ଦ ସଦନରେ ଏହି ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ। ଗତକାଲି ନିର୍ବାଚନ କମିଶନର ସର୍ବଦଳୀୟ ବୈଠକ କରିଥିଲେ। ଏହାପରେ ସେ ଆଇନ ଶୃଙ୍ଖଳା ନେଇ ପୋଲିସ ଡିଜିଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ପରେ ସଂଧ୍ୟାରେ ନିର୍ବାଚନ କମିଶନର ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଏହିସବୁ ପଦକ୍ଷେପରୁ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ରହିଛି।

Read More

ମେଷ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ। ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ। ଆଇନଗତ ପ୍ରତିବନ୍ଧକ ହଟାଯିବ। ବୃଷ- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ। ମନଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ।…

Read More

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଚଂଚକତା କରିଛନ୍ତି। ଏପରିକି ସମ୍ବିଧାନ ଏବଂ ଆଇନ୍‌କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ ବୋଲି କଂଗ୍ରେସ କହିଛି। ଆଦିବାସୀମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଂଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟା ବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି । କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ…

Read More

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଆଜି ନୂଆଦିଲ୍ଲୀସ୍ଥିତ ତାଲକଟୋରା  ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ୨୦୨୧ ପ୍ରତିଯୋଗିତାରେ ସର୍ବାଧିକ ପଦକ ଜିତି ସ୍କିଲ-ଇନ୍-ଓଡିଶା ପ୍ରତିଯୋଗୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ୧୦ ଟି ସ୍ୱର୍ଣ୍ଣ , ୧୮ ଟି ରୌପ୍ୟ, ୯ଟି କାଂସ୍ୟ ପଦକ ଏବଂ ୧୪ ଟି ମେଡାଲିୟନ ଅଫ୍‌ ଏକ୍ସଲେନ୍ସସହ ସର୍ବମୋଟ ୫୧ଟି ପଦକ ହାସଲ କରି ଶୀର୍ଷ ସ୍ଥାନରେ ରହିଛି  । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ୭୬ ଜଣ ପ୍ରତିଯୋଗୀ  ଅଂଶଗ୍ରହଣ କରିଥିଲେ । ମୋଟ ୭୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ  ୧୭ ଜଣ ଯୁବତୀ ଭାଗ ନେଇଥିଲେ । ଏଥିରେ…

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ କମିଶନରଙ୍କ ଗତିରୁ ସ୍ପଷ୍ଟ ଜଣାପଡିଲାଣି ଯେ, ଓଡିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ। କାରଣ କମିସନର ଆଦିତ୍ୟ ପ୍ରସାଦ ପାଢୀ ଘନଘନ ବୈଠକ କରି ବିଭିନ୍ନ ମତାମତ ସଂଗ୍ରହରୁ ଏହା ନିଶ୍ଚିତ କରିଛି। କରୋନା ପାଇଁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ସମାପ୍ତ ହୋଇଛି। ସୋମବାର ଦିନ କମିଶନର ରାଜ୍ୟର ଆଇନି ଶୃଙ୍ଖଳା ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରାଗଲେ ଆଇନି ଶୃଙ୍ଖଳା ପରିସ୍ଥିତି କିପରି ରହିବ ସେ ନେଇ ମତ ମାଗିଥିଲେ। ବିଶେଷ ସୁତ୍ରର ଖବର ଅନୁସାରେ ପଞ୍ଚାୟତ ନିର୍ବାଚନ ହେଲେ ଆଇନି ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି।

Read More

ଭୁବନେଶ୍ବର: ଓଡିଶାରେ ଚାକିରୀ କରିବା ସମୟ ସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ୩୨ ବର୍ଷ ପରେ ଆଉ କେହି ସରକାରୀ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିଲେ। ହେଲେ ଆଜି ରାଜ୍ୟ କ୍ୟାବିନେଟରେ ସେହି ବୟସ ସୀମାକୁ ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଏଣିକି ସେହି ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ଫଳରେ ଜଣେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ  ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବ। ତେବେ ଏହି ବୟସ ସୀମା କେବଳ ୨୦୨୧, ୨୦୨୨, ୨୦୨୩ ବର୍ଷ ପାଇଁ ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି। ମୁଖ୍ୟତଃ କରୋନା ପାଇଁ ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି। ସେହିପରି ଏସସି, ଏସଟି ଏବଂ ଓବିସି ପାଇଁ ମଧ୍ୟ ଯେପରି କୋହଳ ନିୟମ ରହିଛି ତାହା ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି। ଏହାଦ୍ବାରା ନିଯୁକ୍ତି…

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ନିଜକୁ ଅଲଗା କରିଛନ୍ତି। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, “ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ମୁଁ ମୋର କୋଭିଡ୍ ପରୀକ୍ଷା କରିସାରିଛି। ମୋର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ପୃଥକ କରିଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗରେ ଆସିଛନ୍ତି, ସେମାନେ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। “

Read More

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରାକିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ମୋଟ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ମନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏଥିରେ ୧୭ ବର୍ଷରୁ କମ ମିକ୍ସ ଡବଲସରେ ଓଡିଶାର ପ୍ରଗତି ପରିଡା ଏବଂ ଭାର୍ଗବ ରାମ ରନର୍ସ-ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଖେଳାଳିଙ୍କ ଏହି ବିଜୟ ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ ତଥା ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବ୍ୟାଡମିନଟନ କ୍ରୀଡ଼ାର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ…

Read More

ପାଟନା: ବିହାରରେ କରୋନା ଭାଇରସ୍ ଦ୍ରୁତ ଗତିରେ ବିସ୍ତାର କରୁଛି। କୋଭିଡ୍-୧୯ ସହିତ ବର୍ତ୍ତମାନ ଡେଲଟା ଏବଂ ଓମିକ୍ରନ୍ ମଧ୍ୟ ଲୋକଙ୍କୁ ସଂକ୍ରମଣ କରିବା ଆରମ୍ଭ କରିଛନ୍ତି। ଏଥର ବିହାରରୁ ପୁଣି ଥରେ ବଡ ଖବର ଆସୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି। ସକାଳେ ଆଣ୍ଟିଜେନ୍ ପରୀକ୍ଷଣରେ ମୁଖ୍ୟମନ୍ତ୍ରୀ ନେଗେଟିଭ ଥିଲେ। ତାପରେ ତାଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଏହି ରିପୋର୍ଟ ପଜିଟିଭ୍ ଆସିଛି। ସିଏମଓ ବିହାର ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶରେ ସେ ଘରେ ଅଲଗା ଅଛନ୍ତି। କୋଭିଡ ସତର୍କତା ଅବଲମ୍ବନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପୁରା ଗାଁରେ ଛାୟୀ ଯାଇଛି କିଡନୀ ରୋଗ। ଆତଙ୍କରେ ଗ୍ରାମବାସୀ। ଜଣେ ନୁହେଁ କି ଦୁଇ ଜଣ ନୁହଁ, ସାରା ଗ୍ରାମର ପରିବାରରେ ଖେଳିଯାଇଛି କିଡନୀ ରୋଗ। ଏବେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ପଞ୍ଚାୟତ ଟେକପରା ଓ ଭିର୍କା ପଡ଼ାଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମରେ ଏ ପର୍ଯ୍ୟନ୍ତ ତିରିଶରୁ ଉର୍ଦ୍ଧ୍ଵ କିଡନୀ ରୋଗୀ ଚିହ୍ନଟ ହୋଇଥିବା ବେଳେ ତା’ ମଧ୍ୟରୁ ୮/୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ତେବେ କୋଉ କାରଣରୁ ଗାଁ ରେ କିଡନୀ ରୋଗୀ ସଂଖ୍ୟା ହୁହୁ ହୋଇ ବଢୁଛି କାରଣ ଅସ୍ପଷ୍ଟ ଥିବାବେଳେ ଦୂଷିତ ଜଳ ଯୋଗୁଁ ବ୍ୟାପୁ ଥିବା ଅନୁମାନ କରାଯାଏ। ଗ୍ରାମରେ ଥିବା ନଳକୂପରୁ ବ୍ୟବହାର କରୁଥିବା ପାଣି ଫ୍ଲୋରାଇଡଯୁକ୍ତ ଥିବା ବେଳେ ଗ୍ରାମବାସୀ ଦୀର୍ଘ ଦୁଇ କିଲୋମିଟର ଦୂର ଯାଇ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜିଠାରୁ ସାରା ଦେଶରେ ବୁଷ୍ଟର ଡୋଜ/ପ୍ରିକସନାରୀ ଡୋଜ ଟୀକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷ ରୁ ଉର୍ଦ୍ଧ୍ବ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯିବା ନେଇ ସୂଚନା ଥିବାବେଳେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଯାହାକି ଯେଉଁମାନେ ଉଭୟ ଡୋଜ ଟୀକା ନେଇ ସାରିଥିବେ ଏବଂ ଯେଉଁ ବ୍ୟକ୍ତି ଯେଉଁ ଟୀକା ନେଇଥିବେ ସେମାନଙ୍କୁ ସେହି ଟୀକା ପାଇଁ ବୁଷ୍ଟର ଦିଆଯିବା ସହ ଦ୍ଵିତୀୟ ଡୋଜର ୯ ମାସ ଅର୍ଥାତ ୩୯ ସପ୍ତାହ ପରେ ଏହି ଡୋଜ ଦିଆଯିବ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ ପ୍ରଶାସନ ଏବଂ ୬୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ୪୨ ବୁଷ୍ଟର ଡୋଜ ଦିଆଯାଇଛି। ସେହିପରି ନଇରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ସମେତ ବ୍ଲକ କର୍ମଚାରୀଙ୍କୁ…

Read More

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ ମାମଲାରେ ବୃଦ୍ଧି ଘଟିଥିବା ପରିପ୍ରେକ୍ଷୀରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇର ବିଭିନ୍ନ ରେଳବାଇ ଜୋନ୍ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କୁ ରେଳବାଇ ଡାକ୍ତରଖାନା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମି ବ୍ୟବହାରକୁ ସରଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ. ତ୍ରିପାଠୀ ବୋର୍ଡ ସଦସ୍ୟ ତଥା ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଜୋନାଲ ରେଳବାଇ ମହାପ୍ରବନ୍ଧକ ଏବଂ ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ରେଳବାଇ ର ବିଭିନ୍ନ ସଂସ୍ଥା ଓ କାରଖାନା ମାନଙ୍କର ଅଧିକାରୀ ଏହି ସମୀକ୍ଷା ବୈଠକ ରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ବୈଷ୍ଣବ କୋଭିଡ ପ୍ରସ୍ତୁତି ସହିତ ଜଡିତ ନିମ୍ନଲିଖିତ ଦିଗଗୁଡ଼ିକୁ ସମୀକ୍ଷା କରିଥିଲେ: ରେଳ ହସ୍ପିଟାଲର ଭିତ୍ତିଭୂମି। ପେଡିଆଟ୍ରିକ୍ ୱାର୍ଡ କାର୍ଯ୍ୟ କରିବା। – ଟୀକାକରଣ: ରେଳବାଇର ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଯୋଗାଇଦେବା ସହିତ ରେଳବାଇର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏପରିକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ। ମାତ୍ର ସରକାରୀ ଯୋଜନା ସବୁ ଖାତା କଲମରେ ରହିଯାଉଛି। କେଉଁଠି ନିରାଶ୍ରୟକୁ ଆଶ୍ରୟ ମିଳୁନାହିଁ ତ କେଉଁଠି ଅନାହାରରେ ଜୀବନ କାଟୁଛନ୍ତି ଅନେକ ଭୋକିଲା। ମାନବ ସେବା ହିଁ ମାଧବ ସେବା ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୌମ୍ୟକାନ୍ତ ଦାସ ପଟ୍ଟନାୟକ। ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ଚିଲିକା ରୋଡ଼ ସ୍ଥିତ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ରାସ୍ତାକଡ଼ରେ ଜଣେ ଅଜଣା ନିରାଶ୍ରୟ ବୃଦ୍ଧ ଦୀର୍ଘ ଚାରି ଦିନ ହେବ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ଶରୀରରେ ଶୀତବସ୍ତ୍ର ନଥିବାରୁ ପ୍ରବଳ ଶୀତର ପ୍ରକୋପରେ ଜନୈକ ବୃଦ୍ଧ ଥରୁଥିବାର ଦେଖାଯାଇଥିଲା। ଏବଂ ଖାଦ୍ୟ ପାଇଁ ଡହଳ ବିକଳ ମଧ୍ୟ ହେଉଥିବାର ଦେଖିବାକୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ Construction of in-stream Storage Structure ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ୧୧,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ କରାଯିବ । ଯାହାଫଳରେ ଚାଷୀ ଜମିକୁ ସବୁ ଦିନ ପାଇଁ ପାଣି ପାଇପାରିବ । ଭୂତ୍ତଳ ଜଳସ୍ତର ଠିକ୍‌ ରହିବ । ଆଖପାଖ ଗାଁ ମାନଙ୍କରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ହୋଇପାରିବ । ଆଜି ସୁନ୍ଦରଗଡରେ ଆରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର ଲୋକ ଉପକାର ପାଇବେ। ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଉପରୋକ୍ତ ବ୍ଲକ୍ଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀ ମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ। ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକ୍ର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ ।…

Read More