Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବଜାରକୁ ଆସିବାକୁ ଥିବା ନୂଆ ଆଇଫୋନର ଷ୍ଟୋରେଜ କ୍ଷମତା ହେଉଛି 1TB

ନୂଆଦିଲ୍ଲୀ, ସମଗ୍ର ବିଶ୍ୱରେ ଆଇଫୋନ୍ ବ୍ୟବହାରକାରୀ ଚଳିତ ବର୍ଷ ଆଇଫୋନ୍ 13 ସିରିଜ୍ ସ୍ମାର୍ଟଫୋନର ଶୁଭାରମ୍ଭକୁ ଅପେକ୍ଷା କରିଛନ୍ତି।  ତେବେ ଏହି ଫୋନକୁ ନେଇ ସାରା ବିଶ୍ବ ମୋବାଇଲ ବଜାର ବେଶ୍ ସରଗରମ ହୋଇଯାଇଛି। କାରଣ ଏଥିରେ ଯେଉଁ ବୈଶିଷ୍ଠ ଅଛି ବୋଲି ପ୍ରଚାର ଚାଲିଛି ତାହା ହେଲା ଏଥିରେ 1TB ଷ୍ଟୋରେଜ ରହିବଯ ଯାହା ଆମର କଂପୁଟରରେ ରହିଥାଏ। ଫଳରେ ମୋବାଇ ବ୍ୟବହାରକାରୀ ଏହି ଫୋନରେ ଅପର୍ଯ୍ୟାପ୍ତ କଂଟେଣ୍ଟ ରଖିପାରିବେ।

ନୂତନ ଆଇଫୋନ୍ 13 ସିରିଜରେ ଆଇପ୍ୟାଡ୍ ପ୍ରୋ ପରି ଦୃଢ ଷ୍ଟୋରେଜ୍ ଅପସନ୍ ସହିତ ଉପଲବ୍ଧ ହେବ। ଆପଲ୍ ଆଇପ୍ୟାଡ୍ ପ୍ରୋ 1TB ଏବଂ 2TB ଷ୍ଟୋରେଜ୍ ବିକଳ୍ପରେ ଉପଲବ୍ଧ ହେବ ବୋଲି କୁହାଯାଉଛି।  ଆଇଫୋନ୍ 13 ସିରିଜ୍ ମୋବାଇଲ୍ ର ମୂଲ୍ୟ ମଧ୍ୟ ଆକର୍ଷଣୀୟ ହୋଇପାରେ। ବର୍ତ୍ତମାନ, ଭାରତୀୟ ବଜାରରେ ଆଇଫୋନ୍ 12 ପ୍ରୋ ର 128 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1 ଲକ୍ଷ 19 ହଜାର 900 ଟଙ୍କା ରହିଛି।

ଏଥି ସହିତ ଆଇଫୋନ୍ 12 ପ୍ରୋ ର 512 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1ଲକ୍ଷ 49 ହଜାର 900 ଟଙ୍କା ଅଛି।  ଆଇଫୋନ୍ 12 ପ୍ରୋ ମ୍ୟାକ୍ସର 128 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1 ଲକ୍ଷ 29 ହଜାର 900 ଟଙ୍କା ରହିଛି। ଏଥି ସହିତ, ଆଇଫୋନ୍ 12 ପ୍ରୋ ମ୍ୟାକ୍ସର 512 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ ହେଉଛି 1 ଲକ୍ଷ 59 ହଜାର 900 ଟଙ୍କା।

ଏପରି ପରିସ୍ଥିତିରେ, ଯଦି 1TB ଷ୍ଟୋରେଜ୍ ମଡେଲ୍ ଆସେ, ତେବେ ଭାରତରେ ଏହାର ମୂଲ୍ୟ 512 ଜିବି ଷ୍ଟୋରେଜ୍ ମଡେଲ୍ ଠାରୁ ପ୍ରାୟ 20 ହଜାର ଟଙ୍କା ଅଧିକ ହୋଇପାରେ। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ 1 ଲକ୍ଷ 71 ହଜାର ପାଖାପଖି ରହିବ ବୋଲି ଆଶା କରାଯାଉଛି।

ଆପଲ୍ ବର୍ତ୍ତମାନ ଆଇଫୋନ୍ 12 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ମଡେଲରେ 128 GB, 256 GB ଏବଂ 512 GB ବିକଳ୍ପ ପ୍ରଦାନ କରେ | ଆଗାମୀ ଆଇଫୋନ୍ ଗୁଡିକ ଆଇଫୋନ୍ 13 ମଡେଲ୍, ଆଇଫୋନ୍ 13 ମିନି ଠାରୁ ଆଇଫୋନ୍ 13 ପ୍ରୋ ମ୍ୟାକ୍ସ ପର୍ଯ୍ୟନ୍ତ ରହିବ। ତେବେ ଏ ନେଇ କଂପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଥର ମଧ୍ୟ ଉଡିଯିବ ରଜ ସଜ ମଉଜ, ଲକଡାଉନ ଖୋଲିଲା ବେଳକୁ ରଜ ଶେଷ

ଭୁବନେଶ୍ବର, ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ। କାରଣ ଗୋଟିଏପଟେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ ଘୋଷଣା ହୋଇଛି। ଚଳିତ ବର୍ଷ ତିନିଦିନିଆ ରଜ 14-15-16 ତାରିଖରେ ପାଳନ କରାଯିବ। 14 ତାରଖରେ ପହିଲି ରଜ, 15 ତାରିଖରେ ରଜ ସଂକ୍ରାନ୍ତି ଏବଂ 16 ତାରିଖରେ ଶେଷ ରଜ।

ତେବେ ଦିନକୁ ଦିନ କରୋନା ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନକୁ ବଢାଇଛନ୍ତି। ଫଳରେ ଲକଡାଉନ 3.0 ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଏହି ଲକ ଡାଉନ ଭିତରେ ଚଳିତ ବର୍ଷର ରଜ ଶେଷ ହୋଇଯିବ।

ଗତ ବର୍ଷ ମଧ୍ୟ ରଜ ଫିକା ପଡିଯାଇଥିଲା। କାରଣ ଏହି କରୋନା ପାଇଁ ସେତେବେଳେ କୌଣସି ଉତ୍ସବ କିମ୍ବା ଧର୍ମ କାର୍ଯ୍ୟ କରିବାକୁ କଟକଣା ରହିଥିଲା। ଫଳରେ ଗାଁ ଦାଣ୍ଡରେ ପିଲାମାନେ ଦୋଳିଖେଳିବାର ମଜା ନେଇ ପାରି ନ ଥିଲେ। ଏପରିକି ବିଭିନ୍ନ ସଂସ୍ଥାର ପ୍ରେକ୍ଷାଳୟରେ ପାଳିତ ରଜ ମଧ୍ୟ କରୋନା ପାଇଁ ବନ୍ଦ ହୋଇଯାଇଥିଲା। ଫଳରେ ଲୋକେ ନିଜଘରେ କେବଳ ପୋଡପିଠା ଖାଇ ରଜ ପାଳନ କରିବାକୁ ବାଧ୍ୟ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଲକି ରସ ପାନ କଲେ 52 ପ୍ରକାରର ରୋଗରୁ ମିଳିଥାଏ ଉପଶମ

ଭୁବନେଶ୍ବର, ଯଦି ଆପଣ ଖାଲି ପେଟରେ ଏକ ଗ୍ଲାସ୍ ଲକି ରସ ପିଅନ୍ତି, ତେବେ ଆପଣଙ୍କ ଶରୀର ସତେଜ ଏବଂ ଶକ୍ତି ମିଳିଥାଏ, ଏହି ରସରେ 98% ପାଣି ଏବଂ ଆଣ୍ଟି-ଅକ୍ସିଡାଣ୍ଟ  ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ଅଧିକ ଓଜନିଆ ବା ମୋଟା ଅଛନ୍ତି ତେବେ ପ୍ରତିଦିନ ଲକି ରସ ପିଇବା ଆରମ୍ଭ କରନ୍ତୁ, ଏଥିରେ କ୍ୟାଲୋରୀ ଏବଂ ଚର୍ବି ବହୁତ ହ୍ରାସ ପାଇଥାଏ। ତେଣୁ ଓଜନ ହ୍ରାସ କରିବାରେ ଏହା ବେଶ ଲାଭଦାୟକ ପ୍ରମାଣିତ ହୋଇଛି।

ଯଦି ଆପଣଙ୍କ ଶରୀରରେ ଉତ୍ତାପ ରହିଛି, ଯେଉଁ କାରଣରୁ ମୁଣ୍ଡବିନ୍ଧା କିମ୍ବା ଆଖି ବିନ୍ଧା ଦେଖାଯାଏ, ତେବେ ଲକି ରସରେ ଅଦା ମିଶାଇ ପିଅନ୍ତୁ, ଶରୀରର ଉତ୍ତାପ ହ୍ରାସ ପାଇବା ସହ ମୁଣ୍ଡବିନ୍ଧା କହିଯାଇଥାଏ।

ଲକି ରସ ହୃଦରୋଗ ପାଇଁ ମଧ୍ୟ ବେଶ ଉପାଦେୟ। ଏହି ରସକୁ ନିୟମିତ ପିଇବା ଦ୍ୱାରା ରକ୍ତଚାପ ଠିକ୍ ରହିଥାଏ, ଯାହା ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା କମିଯାଏ।

( ପରବର୍ତ୍ତି ସମୟରେ ଅନ୍ୟାନ୍ୟ ରୋଗ ବିଷୟରେ ହେବ ଆଲୋଚନା )

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଏଥର ସାବିତ୍ରୀ ଅମବାସ୍ୟାରେ ପଡୁଛି ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ କେମେତି ପାଳନ ହେବ ଏହି ବ୍ରତ

ସୂର୍ଯ୍ୟ ଗ୍ରହଣ 2021: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜୁନ୍ 10 ତାରିଖ ଗୁରୁବାର ଦିନ ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି ମଧ୍ୟ ସୂର୍ଯ୍ୟ ପୁତ୍ର ଶନିଙ୍କ ଜନ୍ମ ଦିନ। ଏହିଦିନ ସାବ୍ରିତୀ ବ୍ରତ ମଧ୍ୟ ପାଳନ କରାଯିବ।

ତେବେ ଏହି ସୂର୍ଯ୍ୟ ଗ୍ରହଣର ବିଶେଷ ମହତ୍ତ୍ୱ ଭାରତରେ ରହିଛି। କାରଣ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ଗ୍ରହଣର ସମୟ ଦିନ 01.42 ରୁ ଆରମ୍ଭ ହୋଇ ଅପରାହ୍ନ 06.41 ପର୍ଯ୍ୟନ୍ତ ରହିବ। 

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେଉଁଠାରେ ଦେଖାଯିବ

ଜୁନ୍ 10 ତାରିଖରେ ହେବାକୁ ଥିବା ସୂର୍ଯ୍ୟ ଗ୍ରହଣ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଆଂଶିକ ଦୃଶ୍ୟମାନ ହେବ | ତେବେ ଗ୍ରୀନଲ୍ୟାଣ୍ଡ, ଉତ୍ତର କାନାଡା ଏବଂ ଋଷରେ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଏହି ସୂର୍ଯ୍ୟ ଗ୍ରହଣ କେବଳ ଭାରତର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ।

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହା ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ବୋଲି କୁହାଯାଉଛି। ଭାରତରେ ଏହା ଆଂଶିକ ହୋଇଥିଲେ ମଧ୍ୟ ଏହାର ଗୁରୁତ୍ୱ ରହିଛି ଏବଂ ଏହା ଲୋକଙ୍କ ରାଶି ଉପରେ ମଧ୍ୟ ପ୍ରଭାବ ପକାଇବ।

ଭାରତରେ ଏହି ସୂର୍ଯ୍ୟ ଗ୍ରହଣର କଣ ରହିବ ପ୍ରଭାବ

ଜ୍ୟୋତିଷମାନେ ଏହି ସୂର୍ଯ୍ୟ ଗ୍ରହଣକୁ ଭାରତରେ ଆଂଶିକ ସୂର୍ଯ୍ୟ ଗ୍ରହଣ ବୋଲି ବର୍ଣ୍ଣନା କରିଛନ୍ତି। ଏହି କାରଣରୁ, ସୂର୍ଯ୍ୟ ଉପରେ ସମୁଦାୟ ଚନ୍ଦ୍ରଗ୍ରହଣର ଦୃଶ୍ୟ ଭାରତରେ ଦେଖାଯିବ ନାହିଁ, କିନ୍ତୁ ଯେଉଁ ଦେଶ ବା ଅଞ୍ଚଳ ଯେଉଁଠାରେ ସୂର୍ଯ୍ୟ ଗ୍ରହଣର ମୂଳ ରୂପ ଦୃଶ୍ୟମାନ ହେବ ତାହା ଆକର୍ଷଣୀୟ ତଥା ରୋମାଞ୍ଚକର ମଧ୍ୟ ହେବ।

ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ, ଏଥର ସୂର୍ଯ୍ୟଙ୍କ ମଧ୍ୟ ଭାଗରେ ଚନ୍ଦ୍ର ଆସିବା ହେତୁ 99 ପ୍ରତିଶତ ଲୁଚି ରହିବେ, ଏହି କାରଣରୁ ସୂର୍ଯ୍ୟଙ୍କ ରୂପ ‘ରିଙ୍ଗ ଅଫ୍ ଫାୟାର’ ହୋଇଯିବ। ଦିନ ହୋଇଥିଲେ ମଧ୍ୟ କିଛି ସମୟ ପାଇଁ, କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ରାତି ପରି ଅନ୍ଧାର ରହିବ।

ସୂର୍ଯ୍ୟ ଗ୍ରହଣ ବେଳେ ଭାରତରେ ପୂଜା ବିଧି କିପରି ହେବ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିଙ୍କୁ ସୂର୍ଯ୍ୟଙ୍କ ପୁତ୍ର ବୋଲି କୁହାଯାଏ। ଯଦି ସୂର୍ଯ୍ୟଙ୍କୁ ଶକ୍ତିଶାଳୀ ବୋଲି ଧରାଯାଏ, ତେବେ ଶନିଙ୍କ ପ୍ରଭାବ ତୀକ୍ଷ୍ଣ ବୋଲି ଧରାଯାଏ।  ଜ୍ୟୋତିଷମାନେ ବିଶ୍ବାସ କରନ୍ତି ଯେ ଯଦିଓ ଭାରତରେ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ, ତଥାପି ଏହା ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।

ଯଦିଓ ଏହି ସୂର୍ଯ୍ୟ ଗ୍ରହଣ ପାଇଁ ସୂତାକ ଅବଧି ବୈଧ ହେବ ନାହିଁ, ସେଥିପାଇଁ ଏହି ସୂର୍ଯ୍ୟ ଗ୍ରହଣ ଉପରେ କୈଣସି ପ୍ରକାରର ଧାର୍ମିକ ଏବଂ ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିବ ନାହିଁ। ଏହି ଦିନ ସାବିତ୍ରୀ ବ୍ରତ ପଡୁଥିବାରୁ ସଧବାମାନେ ଏହି ବ୍ରତ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସମ୍ ହସପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ବର, କଂଗ୍ରେସର ଜଣେ ଟାଣୁଆ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

କିଛିଦିନ ଧରି ତାଙ୍କର କରୋନା ଆକ୍ରାନ୍ତ ଲକ୍ଷଣ ପ୍ରକାଶ ପାଇବାରୁ ପରୀକ୍ଷା କରାଯାଇଥିଲା। ଏଥିରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ବେଶୀ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ସମ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଦେଖିଲେ ଲାଗିବ ଏହା ଏକ ପଞ୍ଚ ତାରକା ହୋଟେଲ; ନା, ଏହା ହେଉଛି ଓଡିଶାର ଏକ ହାଇସ୍କୁଲ ପାଠାଗାର

ବ୍ରହ୍ମପୁର, ଏହି ଫଟୋଟି ଯେ କେହି ଦେଖିଲେ ସେ ଭାବି ନେବ ଯେ, ଏହା କୌଣସି ପଞ୍ଚ ତାରକା ହୋଟେଲର ବୈଠକ ରୁମ ବା ଅନ୍ୟ କିଛି। ଆଉ କେହି ଭାବ ଯେ ଏହା କୌଣସି ମଲଟି ନ୍ୟାସନାଲ କଂପାନୀର ଅଫିସ। ନା ଏହା ଏପରି କିଛି ନୁହେଁ। ଏହା ହେଉଛି ଓଡିଶାର ଏକ ହାଇସ୍କୁଲ ପାଠାଗାରର ଦୃଶ୍ୟ।

ଗଂଜାମ ଜିଲ୍ଲାର ସେରଗଡ ବ୍ଲକରେ ଥିବା କରଡାକଣ ହାଇସ୍କୁଲର ଏହା ହେଉଛି ପାଠାଗାର। ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ରାଜ୍ୟର ବିଭିନ୍ନ ହାଇସ୍କୁଲଗୁଡିକ ଉନ୍ନତି କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଫଳ ସୂରୁପ ଗଂଜାମ ଜିଲ୍ଲାରେ ଏହିପରି 278ଟି ହାଇସ୍କୁଲର ପାଠାଗାର ନିର୍ମାଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ହସପିଟାଲରେ ଭର୍ତ୍ତି, ଜାଣନ୍ତୁ କାରଣ

ମୁମ୍ବାଇ, ଭାରତୀୟ ଚଳିଚତ୍ରର ବର୍ଷିୟାନ ତଥା ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ମୁମ୍ବାଇସ୍ଥିତ ହିନ୍ଦୁଜା ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ଦିଲ୍ଲୀପ କୁମାର ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ତୁରନ୍ତ ହସପିଟାଲ ନେବାକୁ ଆବଶ୍ୟକ ପଡିଥିଲା।

ଗତ ମାସରେ ମଧ୍ୟ ସେ ସେହିପରି ଅସୁସ୍ଥତା ଯୋଗୁଁ ଏହି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଖବର ପ୍ରଚାର ପରେ ବଲିଉଡରେ ଶିଘ୍ର ଆରୋଗ୍ୟର କାମନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟକୁ ଆସିଲା ୨ ଲକ୍ଷରୁ ଉର୍ଦ୍ଧ୍ଵ କୋଭିସିଲ୍ଡ ଟିକା ଡୋଜ୍‌

ଭୁବନେଶ୍ବର: ଗତକାଲି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା ଓଡ଼ିଶାରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଏହି ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା।

ଏହି ଟୀକା ଧାର୍ଯ୍ୟ ତାରିଖରୁ ଆଗୁଆ ପହଞ୍ଚିଥିବାରୁ ରାଜ୍ୟରେ ୧୮-୪୪ ବର୍ଗଙ୍କ ଟୀକାକରଣ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ବ ପରିବେଶ ଦିବସରେ ଗଛ ଲଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏହି କଥା

ଭୁବନେଶ୍ବର, ପ୍ରତିବର୍ଷ ଜୁନ ପାଞ୍ଚ ତାରିଖକୁ ବିଶ୍ବ ପରିବେଷ ଦିବସ ଭାବେ ପାଳନ କରାଯାଇଥାଏ। ସେହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟୁଇଟରରେ ନବୀନ ନିବାସରେ ଗଛ ଲଗାଉଥିବାର ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ରାଜ୍ୟବାସୀଙ୍କୁ ତାଙ୍କର ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ  “ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ଆଗରେ ଏକ ବଡ଼ ଆହ୍ୱାନ। ଏ ଦିଗରେ ସଚେତନତା ବୃଦ୍ଧି ଓ ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ‘ମୋ ପରିବାର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି। ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।”

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୧୪ ହାଜର ୪୬୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୬୭୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୮ ଲକ୍ଷ ୯ ହଜାର ୩୩୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୪ ଲକ୍ଷ ୭୭ ହଜାର ୭୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୯୯୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି ଏବଂ ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଜପତି, ମୟୂରଭଞ୍ଜ, ରାୟଗଡା, ସୁନ୍ଦରଗଡ ଓ  ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଯାଜପୁର, କନ୍ଧମାଳ, କୋରାପୁଟ,ମାଲକାନାଗିରି, ନୂଆପଡା, ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୩୨ ହଜାର ୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮ ହଜାର ୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୯୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୭ ହଜାର ୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୦୮୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୩୨ ହଜାର ୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮ ହଜାର ୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୬୭ ଜଣ, କଟକ ଜିଲ୍ଲାରୁ ୭୭୧, ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୩୧ ଜଣ, ବରଗଡ ଜିଲ୍ଲାରୁ ୧୧୭ ଜଣ, ଭଦ୍ରକ ଜିଲ୍ଲାରୁ ୨୬୭, ବଲାଙ୍ଗୀରି ଜିଲ୍ଲାରୁ ୮୯, ବୌଦ୍ଧ ଜିଲ୍ଲାରୁ ୧୩୪, ଦେବଗଡ ଜିଲ୍ଲାରୁ ୬୪, ଢେଙ୍କାନାଳ ଜିଲ୍ଲାରୁ ୧୦୬ ଜଣ, ଗଜପତି ଜିଲ୍ଲାରୁ ୪୮ ଜଣ, ଗଞ୍ଜାମ ଜିଲ୍ଲାରୁ ୭୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ ଜଣ, ଯାଜପୁର ଜିଲ୍ଲାରୁ ୪୮୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ ଜଣ, କନ୍ଧମାଳ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୮୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୪୮ ଜଣ, କୋରାପୁଟ ଜିଲ୍ଲାରୁ ୧୫୮ ଜଣ, ମାଲକାନାଗିରି ଜିଲ୍ଲାରୁ ୯୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୭୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୮ ଜଣ, ନୟାଗଡ ଜିଲ୍ଲାରୁ ୧୯୬ ଜଣ, ନୂଆପଡା ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୩୦୬ ଜଣ, ରାୟଗଡା ଜିଲ୍ଲାରୁ ୨୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ ଜଣ, ସୋନପୁର ଜିଲ୍ଲାରୁ ୫୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୪୩ ଜଣ ଏବଂ ଷ୍ଟେଟ ପୁଲରୁ ୨୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାର 22ଟି ଜିଲ୍ଲାରେ 18-44 ବର୍ଷ ପ୍ରଥମ ଡୋଜ ଟିକା ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର, ଏହି ମାସରେ 22ଟି ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, 22 ଜିଲ୍ଲାରେ 18 ରୁ 44 ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ଆରମ୍ଭ କରନ୍ତୁ। ଜିଲ୍ଲାର ସମସ୍ତ ଏନଏସି, ମ୍ୟୁନିସପାଲିଟ ଅଞ୍ଚଳରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଓଡିଶାକୁ ତିନୋଟି ପର୍ଯ୍ୟାୟରେ  6 ଲକ୍ଷ 45 ହଜାର 790 ଡୋଜ ଟିକା ଆସିଛି। ଏହି ଟିକା କେବଳ ପ୍ରଥମ ଡୋଜ ଭାବେ ଦିଆଯିବ ବୋଲି ନିଷ୍ପତି କରାଯାଇଛି।
Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 6 ତାରିଖ ରବିବାରରେ ଆଠଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟକୁ ନେଇ କରିବେ ଚିନ୍ତା

ମେଷ-ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍।

ବୃଷ-ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ।

ମିଥୁନ-ବ୍ୟବସାୟରେ ବ୍ୟସ୍ତ ରହିବେ। ସମ୍ମାନ ସାମାଜିକ କ୍ଷେତ୍ରରେ ମିଳିପାରିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ସମାପ୍ତ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ। ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ। ଆଗକୁ ବଢିବା ପାଇଁ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି । ଭ୍ରମଣର ଲାଭ ମଧ୍ୟ ଅଛି । ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ।

କର୍କଟ-ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ। ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ବିବାହିତ ଲୋକମାନେ ସୁଖ ପାଇପାରିବେ। ପ୍ରେମ ବଢିବ।

ସିଂହ-ପରିବାର ତରଫରୁ ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ, ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ।

କନ୍ୟା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

ତୂଳା-ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍। ଆପଣ କଠିନ ପରିଶ୍ରମ ସହିତ ସଫଳତା ପାଇବେ। ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ କରାଯାଉଛି। କୈଣସି ପ୍ରକାରର ସୁଯୋଗକୁ ଛାଡନ୍ତୁ ନାହିଁ । କାମ ଆପଣଙ୍କର ହାତରେ ରହିବ । ସେଥିରେ ଆପଣ ଆବଶ୍ୟକ ସହାୟତା ପାଇବେ। ଲୋକମାନଙ୍କ ଦ୍ବାରା ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣ ବହୁ ପରିମାଣରେ ସଫଳ ହେବେ, ଏହା ଭଲରେ ଚାଲିବ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ।

ବିଛା-ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ। କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ।

ଧନୁ-ପରିବାର ସଦସ୍ୟ ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ । ବସ୍ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ମନ କଥା କହିବାର ସୁଯୋଗ ପାଇବେ ।

ମକର-ଭାଗ୍ୟ ଆପଣଙ୍କ ସହିତ ହୋଇପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନସ୍କାମନା ପୂରଣ ହେବ। ଆପଣଙ୍କର ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ପାଇଁ ସୁଯୋଗ ଦିଆଯାଉଛି । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ ।

କୁମ୍ଭ– ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି । ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ।

ମୀନ-କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇପାରିବେ । ଅଭିଭାବକମାନେ ସାହାଯ୍ୟ ପାଇବା ଜାରି ରଖିବେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଚିନ୍ତା କରିଥିବା ଯୋଜନାଗୁଡିକ ରବିବାରରେ କାର୍ଯ୍ୟକାରୀ କରନ୍ତୁ

କୁମ୍ଭ– ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି । ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି

ମୀନ-କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ ।

Categories
ଆଜିର ଖବର ଧର୍ମ

ରବିବାରରେ ଦିନ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ ସାଥ୍ ଦେବ

ଧନୁ-ପରିବାର ସଦସ୍ୟ ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ । ବସ୍ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଟିକିଏ ସଚେତନ ହେବା ଉଚିତ୍ ।

ମକର-ଭାଗ୍ୟ ଆପଣଙ୍କ ସହିତ ହୋଇପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ।

Categories
ଆଜିର ଖବର ଧର୍ମ

ରବିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ବୃତ୍ତିରେ ହୋଇପାରେ ଅସୁବିଧା

ମେଷ-ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ପାଇଁ ଦିନଟି ସ୍ୱାଭାବିକ।

ବିଛା-ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ରବିବାର ଦିନ ବନ୍ଦ ପଡିଥିବା କାମ ସଂପୂର୍ଣ୍ଣ ହେବ

ବୃଷ-ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆପଣଙ୍କର ଆୟ ବୃଦ୍ଧି ପାଇବ।

ସିଂହ-ପରିବାର ତରଫରୁ ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ, ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିମାନେ ଟଙ୍କା ବ୍ୟାପାରରେ ରୁହନ୍ତୁ ସାବଧାନ

କନ୍ୟା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ।

ତୂଳା-ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍। ଆପଣ କଠିନ ପରିଶ୍ରମ ସହିତ ସଫଳତା ପାଇବେ। ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ କରାଯାଉଛି। କୈଣସି ପ୍ରକାରର ସୁଯୋଗକୁ ଛାଡନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ସାମାଜିକ କ୍ଷେତ୍ରରେ ପାଇବେ ସମ୍ମାନ

ମିଥୁନ-ବ୍ୟବସାୟରେ ବ୍ୟସ୍ତ ରହିବେ। ସମ୍ମାନ ସାମାଜିକ କ୍ଷେତ୍ରରେ ମିଳିପାରିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ସମାପ୍ତ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ। ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ।

କର୍କଟ-ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ। ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।

Categories
ଆଜିର ଖବର ଧର୍ମ

ଘରର ବାସ୍ତୁ ଦୋଷ କାଟିବା ପାଇଁ କରନ୍ତୁ ଏହି ସାଧାରଣ ଉପଚାର, ମିଳିବ ସଫଳତା

ନୂଆଦିଲ୍ଲୀ, ପୂଜାରେ ଆରତୀ କରିବା ପାଇଁ କର୍ପୁର ବ୍ୟବହୃତ ହୁଏ । ଜ୍ୟୋତିଷ ଶାସ୍ତ୍ରରେ କର୍ପୁର ଅନେକ ଉପାଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ। କର୍ପୁର ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ସକାଳ ଏବଂ ସନ୍ଧ୍ୟାର ଘରେ କର୍ପୁର ଆଳତି କରାଯାଏ, ତେବେ ଘରର ସମସ୍ତ ସ୍ଥାପତ୍ୟ ତ୍ରୁଟି ଦୂର ହୋଇଥାଏ । ଆସନ୍ତୁ ଜାଣିବା କର୍ପୁର ସହିତ ଜଡିତ କିଛି ସମାଧାନ …..

  1. ଧନ ପାଇବା ପାଇଁ, ଗୋଲାପ ଫୁଲ ଉପରେ ଛୋଟ କର୍ପୁର ଜାଳି ମା ଦୁର୍ଗାଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଧନ ମିଳିଥାଏ । ଏହି ପ୍ରତିକାର ନବରାତ୍ରୀରେ ଅଧିକ ପ୍ରଭାବଶାଳୀ ହୋଇଥାଏ ।
  2. ଦୁର୍ଘଟଣାକୁ ଏଡାଇବା ପାଇଁ, ହନୁମାନ ଚାଲିସା କରିବା ପରେ କର୍ପୁରରୁ ହନୁମାନଙ୍କ ଆରତୀ କରିବା ଉଚିତ । ଏପରି କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମିଯାଏ ।
  3. ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ରୁମରେ କର୍ପୁର ଧୂଆଁ ଦେଲେ ଦୁଃସ୍ୱପ୍ନ ଦେଖାଯିବ ନାହିଁ ।
  4. ଘରେ ସକରାତ୍ମକ ଶକ୍ତି ଏବଂ ଶାନ୍ତି ଆଣିବା ପାଇଁ, କର୍ପୁରକୁ ଘିଅରେ ଭିଜାଇ ଜାଳନ୍ତୁ, ଘରର ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ ।
  5. ସ୍ନାନ ପାଣିରେ କିଛି ବୁନ୍ଦା କର୍ପୁର ତେଲ ମିଶାଇ ଗାଧୋଇବା ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ ।
  6. ବାସ୍ତୁ ତ୍ରୁଟି ଦୂର କରିବା ପାଇଁ, ଘରେ କର୍ପୁର 2ଟି ଟାବଲେଟ୍ ସମସ୍ତଙ୍କ ନଜରକୁ ଆସିବା ପରି ରଖନ୍ତୁ । ଯେତେବେଳେ ତାହା ଉଡିଯିବ ପୁଣି ତା’ପରେ ଅନ୍ୟ ଦୁଇଟି ରଖନ୍ତୁ । ଏହା କଲେ, ବାସ୍ତୁ ତ୍ରୁଟି ଦୂର ହୁଏ ।